ଗଁଦିଆ ଏନ ଏ ସି ନିର୍ବାଚନ... ସଜବାଜ ହେଲେଣି ଆଶାୟୀ, ଦ୍ବନ୍ଦ୍ବରେ ଦଳୀୟ ନେତା ଗଁଦିଆ ଏନ ଏ ସି ନିର୍ବାଚନ... ସଜବାଜ ହେଲେଣି ଆଶାୟୀ, ଦ୍ବନ୍ଦ୍ବରେ ଦଳୀୟ ନେତା ଭୁବନ / ଢେଙ୍କାନାଳ (ତାପସ ଦାସ ) 16.4 : ରାଜ୍ୟ ରେ ପୌର ନିର୍ବାଚନକୁ ୪ ବର୍ଷ ପୂରିଛି। ଆସନ୍ତା ବର୍ଷ ନିର୍ବାଚନ ଅନୁଷ୍ଠିତ ହେବ । ତିନି ପ୍ରମୁଖ ରାଜନୈତିକ ଦଳର ଆଶାୟୀ ପ୍ରାର୍ଥୀ ଏବେଠୁ ସଜବାଜ ହେଲେଣି। ତେବେ ନୂତନ ଭାବେ ଗଠିତ ହୋଇଥିବା ଗଁଦିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ୱାର୍ଡ ସରଂକ୍ଷଣ ତାଲିକା ମଧ୍ୟ ଏବେ ଚୂଡାନ୍ତ ପ୍ରକାଶ ପାଇବା ଆପେକ୍ଷା ରେ। ତେବେ ଇତି ମଧ୍ୟରେ ଗଁଦିଆର ରାଜନୈତିକ ପ୍ରକ୍ଷ୍ୟପେଟକୁ ନେଇ ଜୋରଦାର ଚର୍ଚ୍ଚା ଚାଲୁରହିଛି। ପ୍ରମୁଖ ରାଜନୈତିକ ଦଳର ମୁରବୀ ମାନେ ଘନ ଘନ ବୈଠକ ଜାରିରଖିଛନ୍ତି। ବିଧାନସଭା ନିର୍ବାଚନରେ ବିଜେପିରୁ କୃଷ୍ଣ ଚନ୍ଦ୍ର ପାତ୍ର ଜିତିବା ପରେ ଓଡିଶା ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ହେଲେ. ଆଉ ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ୱାସ ଜନ୍ମଇ ନିଜ ନିର୍ବାଚନ ମଣ୍ଡଳୀରେ ଥିବା ଗଁଦିଆକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା କରାଇବାରେ ସଫଳ ହେଲେ। ଗଁଦିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଟି ଗଁଦିଆ ପଂଚାୟତ, ପୋରୁହଖୋଜ ପଂଚାୟତ, ମଠତେନ୍ତୁଳିଆ ଗ୍ରାମ ପଂଚାୟତର ଇଲେଇଜଙ୍ଗ, ବିଧାରପୁର ପଂଚାୟତର ସାପୁଆ ସାହିକୁ ନେଇ ଗଠିତ। ଯାହାର ଲୋକସଂଖ୍ୟା 10ହଜାରରୁ ଉର୍ଦ୍ଧ୍ୱ। ସମୁଦାୟ 15ଟି ୱାର୍ଡରେ ବିଭକ୍ତ କରାଯାଇଛି। ୱାର୍ଡ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ଆଶାୟୀଙ୍କ ମଧ୍ୟରେ ପ୍ରକାଶ ପାଇଛି ଉତ୍କଣ୍ଠା। ୱାର୍ଡ ସ୍ତରୀୟ ଯୁବକ ଯୁବତୀ, ମହିଳା, ସମାଜସେବୀ ହେବାକୁ ମନ ବଳାଇ ଥିବା ଗତ ମହାବିଷୁବ ପଣା ସଂକ୍ରାନ୍ତି ହନୁମାନ ଜୟନ୍ତୀ, ଦଣ୍ଡନୃତ୍ୟର ମେରୁ ଯାତ୍ରା ଅବସରରେ ଦେଖିବାକୁ ମିଳିଥିଲା। ପଂଚାୟତ ଥିଲା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ ଏ ସି ) ହେଲା ପରେ ୱାର୍ଡ ମେମ୍ବରରୁ ଉପରକୁ ଅର୍ଥାତ କାଉଁସିଲର ଆଖ୍ୟା ମିଳିବ। ଛୋଟ ଛୋଟ ସ୍ଥାନର ଭୋଟରଙ୍କ ଅପେକ୍ଷା ଅଧିକ ଭୋଟରଙ୍କୁ ସାମ୍ନା କରିବେ ଭୋଟର। ବିଭିନ୍ନ ଦଳର ନିର୍ଦ୍ଧିଷ୍ଠ କର୍ମୀ ଥିବା ସ୍ଥଳେ ସାରାଂକ୍ଷଣ ଆଧାର କରି ନୂତନ ନେତା ଆବିର୍ଭାବ ହେବାର ସଂଭବନା ରହିଛି। ଦଳଡିଆଁ ସଂଭବନା ସବୁଠୁଁ ଅଧିକ। ରୋଚକ ବିଷୟ ହୋଇଛି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପ୍ରତିନିଧି ପୋରୁହଖୋଜ ସରପଞ୍ଚ ରତିକାନ୍ତ ସାହୁଙ୍କୁ ନେଇ । ଗଁଦିଆରେ ବିଜେପିକୁ ବିଜୟୀ କରାଇବାରେ ଶ୍ରୀଯୁକ୍ତ ସାହୁଙ୍କ ସହଯୋଗ ଓ ସକ୍ରିୟତା ବହୁତ ଥିଲା। ଫଳରେ ମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଶ୍ରୀଯୁକ୍ତ ସାହୁଙ୍କୁ ପୁରସ୍କାର ମଳିଥିଲା।ପ୍ରତିନିଧି ଘୋଷଣା ପରେ ଅନେକ ଲୋକ ହିତକର କାର୍ଯ୍ୟରେ ହାତ ଦେଇଥିଲେ. ତେବେ କେତେକ କୁଚକ୍ରୀଙ୍କ ପ୍ରରୋଚନା ଫଳରେ ରୋଷର ଶିକାର ହେଲେ ଶ୍ରୀଯୁକ୍ତ ସାହୁ।ଯାହାକୁ ନେଇ ବିଜ୍ଞାପିତ ଅଞ୍ଚଳ ପରିଷଦର ବିଜେପି କର୍ମୀଙ୍କ ମନ ଉଣା ଧରିଛି। ତଣ୍ଟିରେ ଏବେ କଣ୍ଟା ଭଳି ଦେଖାଦେଇଛି। ଏହାକୁ ସୁଧାରିବାକୁ ଚେଷ୍ଠା ଚଳାଇଛନ୍ତି ମନ୍ତ୍ରି ପରିବାର। ଅନ୍ୟ ଦଳର ନେତାଙ୍କୁ ମିଶାଇ ପ୍ରାର୍ଥୀ କରିବାକୁ ଚାଲିଥିବା ଯୋଜନା ମଧ୍ୟ ଫସର ଫାଟି ଗଲାଣି। ବିକଳ୍ପ ଭାବେ ଅଧକ୍ଷ ଆସନକୁ ସଂରକ୍ଷଣ ତାଲିକା ଭୁକ୍ତ କରାଇ ଗଁଦିଆ ମାଟି ଜଣେ ଚିକିତ୍ସା ବ୍ୟବସାୟରେ ଆଗୁଆ ଥିବା ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି ଗଁଦିଆ ହାଟ ବଜାରରେ ଚର୍ଚ୍ଚା ଚାଲିଛି। ବିଜୁଜନତା ଦଳ ମଧ୍ୟ କିଛି କମରେ ନାହାନ୍ତି। ଏବେ ବି ଗଁଦିଆ ପଂଚାୟତ ବିଜୁ ଜନତା ଦଳରୁ ପୁରୁଖା ନେତା ସ୍ବର୍ଗତ ବିଶ୍ୱନାଥ ଜେନା ଙ୍କ ପରିବାର ହାତରେ। ତାଙ୍କ ପରିବାରର ପ୍ରମୁଖ ସଦସ୍ୟବି ଦାବିଦାର ଅଟନ୍ତି। ପୋରୁହଖୋଜ ପଂଚାୟତ ରୁ ଗତ ନିର୍ବାଚନ ରେ ମାତ୍ର 9 ଖଣ୍ଡ ଭୋଟରେ ପରାଜିତ ହୋଇଥିବା ପୂର୍ବତନ ସରପଞ୍ଚ ତଥା ବିଜୁ ମହିଳା ଜନତା ଦଳର ବ୍ଲକ ସଭାନେତ୍ରୀ ଶୁଭଦର୍ଶନୀ ପରିଡା ମଧ୍ୟ ଲୋକ ସଂପର୍କ ବଜାୟ ରଖିଛନ୍ତି। ସେ କିମ୍ବା ତାଙ୍କ ସ୍ୱାମୀ ତାପସ ରାଉତ ମଧ୍ୟ ଦାବିଦାର ଟିକେଟ ପାଇଁ ଅଟନ୍ତି। କଂଗ୍ରେସର ସଂଗଠନକୁ ସୁଦୃଢ କରିବା ପାଇଁ ଗଁଦିଆ ବ୍ଲକ କଂଗ୍ରେସ ସଭାପତି ଦାୟିତ୍ୱ ନେଇଥିବା ଭୁବନେଶ୍ୱରରେ ଆଧ୍ୟାତ୍ମିକ ସଂଗଠନ ସହ ଜଡିତ ରହି ଜଣେ ବାବାଙ୍କ ଛତ୍ରଛାୟା ତଳେ ଥାଇ ଏକ ଖବରକାଗଜ ସଂପାଦକ ବନମାଳୀ ଦାସ ଓରଫ ବାବା ମଧ୍ୟ ଚେଷ୍ଠାରେ ଅଛନ୍ତି। ସେ କାହାକୁ ବି ଘମାସନ କରାଇପାରନ୍ତି। ଏହି ପୌର ନିର୍ବାଚନ ହିଁ ବାବାଙ୍କ ପାଇଁ ଶକ୍ତି ପରୀକ୍ଷା ହେବ।ସେଥିପାଇଁ ସେ ଜିଲ୍ଲା ରାଜ୍ୟ ରାଷ୍ଟ୍ରୀୟ ସ୍ତରର କଂଗ୍ରେସ କାର୍ଯ୍ୟକର୍ତାଙ୍କୁ ଆଣି ୨ ମାସ ମଧ୍ୟରେ କେତେକ ସଭା ସମିତି କରାଇଲେଣି। ଦେଖାଯାଉ ବାବାଙ୍କ ଚାଲ ବିଜେପିକୁ ପରାହତ କରିବାରେ କେତେ କାମ କରୁଛି ନା ନିର୍ବାଚନ ପରେ ବାବା ପୁଣି ମଠକୁ ଫେରିବାକୁ ମନସ୍ଥ କରିବେ ତାହା ସମୟ କହିବ। ଆମ ଆଦାମୀ ପାର୍ଟର ଜିଲ୍ଲା ମୁରବୀ ପଙ୍କଜ ନାୟକ ଗଁଦିଆର ବିଭିନ୍ନ ସ୍ଥାନରେ ଶାସକ ଦଳର ପୋଲ ଖୋଲିବାର ସିଦ୍ଧହସ୍ତ। ତାଙ୍କ ଦ୍ୱାରା ପରିଚାଳିତ ଦଳ ଗଁଦିଆରେ କେତେ ସଫଳ ହେଉଛନ୍ତି ଦେଖିବାକୁ ବାକି ରହିଲା। ଗଁଦିଆ ରାଜନୀତିରେ ଚର୍ଚିତ ଚେହେରା ପୂର୍ବତନ ବିଧାୟକ ନବୀନ ନନ୍ଦ। ତାଙ୍କର ସ୍ୱତନ୍ତ୍ର ସଂଗଠନ ରହିଛି। ତାଙ୍କ ଅନୁଗତ ତଥା ଗଁଦିଆ ର ପୂର୍ବତନ ବ୍ଲକ ଅଧକ୍ଷ ମଳୟ ସିଂ ମଧ୍ୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବଣିଆପଡା ବାସିନ୍ଦା। ଉଭୟ ବିଜେପିର ଅସନ୍ତୁଷ୍ଟ ଗୋଷ୍ଟିର ନେତୃତ୍ୱ ନେଉଛନ୍ତି। ଗଁଦିଆର ରାଜନୀତି ର ପଶା ପାଲ୍ଲୀ ରେ ପୂର୍ବତନ ବିଧାୟକଙ୍କ ଗୋଟି ଚାଳନା କୌଣସି ବି ଦଳକୁ ହାର ଜିତ କରାଇବାରେ ସଫଳ ହେବ। ଆଉ ଜଣେ ହେଲେ ଗଁଦିଆ ଥିଙ୍କର୍ଷ ଫୋରମ ର ସଭାପତି ସୁବ୍ରତ କୁମାର ସାହୁ। ସାମାଜିକ ଅନୁଷ୍ଠାନ ଜରିଆରେ ମାଟି ମା ର ସେବାରେ ସବୁବେଳେ ଆଗରେ। ସେ ବି ନିର୍ବାଚିତ ହୋଇ ସିଧାସଳଖ ସେବା କରିବାକୁ ଆଗ୍ରହୀ। ତାଙ୍କର ଉପସ୍ଥିତ କୌଣସି ପାର୍ଥିଙ୍କୁ ଅଡୁଆ ହୋଇପାରେ। ତେବେ ଚୂଡାନ୍ତ ସରଂକ୍ଷଣ ପରେ କିଏ ପ୍ରାର୍ଥୀ ହେବେ କିଏ କେଉଁ ରଣ ନୀତି ଆପଣାଇବେ ତାହା ସମୟ କହିବ।

- Post by Dhenkanal News1
- Post by Dipak Kumar Nayak4
- ସ୍ୱାମୀ ସୁଖ ନମିଳିବାରୁ, ପର ପୁରୁଷ ସହ ଫେରାର ହେଲା ସ୍ତ୍ରୀ | ଜଣ ଜଣ କରି ୫ ଜଣ... ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha1
- Post by P. madhu sudan rao dora2
- Post by NEWS MANORANJAN1
- Post by KSHIROD CHANDRA PANDA1
- କଟକ ଚାନ୍ଦବାଲି ରାସ୍ତାର ଜଗତପୁର ଥାନା ପାଗା ଛକ ନିକଟରେ ଷଣ୍ଢ କୁ ଧକ୍କାଦେଇ ଅଟୋ।ଅଟୋରେ ଥିବା ୪ଜଣ ମଧ୍ୟରୁ ୩ଜଣ ଆହତ ଜଣେ ଗୁରୁତର। ଘଟଣା ସ୍ଥଳରେ ପାଗାଫାଣ୍ଡି ପୋଲିସ ଗୁରୁତର ଷଣ୍ଢକୁ ଚିକିତ୍ସା କରିବା ସହ ଏକ ଗୋ ଶାଳାକୁ ପଠାଇଦେଇଥିବା ସୁଚନା ମିଳିଛି। ଅଟୋରେ ଯାଉଥିବା ଖେଳନା ବେପାରୀ ୩ଜଣ ଆହତ ହୋଇଥିବା ବେଳେ ଅଟୋ ଚାଳକ ଗୁରୁତର ହୋଇ ହୋଇଥିଲେ। ସମସ୍ତଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ପଠାଇ ଦିଆଯାଇଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଅଟୋକୁ ପାଗାଫାଣ୍ଡି ପୋଲିସ ଜବତକରି ତଦନ୍ତ ଚଳାଇଥିବା ନେଇ ସୂଚନାମିଳିଛି।1
- Post by Dhenkanal News1