logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବାଲେଶ୍ୱର ଅବକାରୀ ଅଧିକ୍ଷକ ଶେଖ ଅସଫ ଅଲ୍ଲୀଙ୍କ ନିର୍ଦ୍ଦେଶକ୍ରମେ ଏବଂ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଓ ତାଙ୍କ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ଦ୍ଵାରା ସିମୁଳିଆ ଥାନା ଅନ୍ତର୍ଗତ ଅନ୍ତରା ବଜାର ଏବଂ ଖଇରା ଥାନା ଅନ୍ତର୍ଗତ କଇଥଗଡ଼ିଆ ଓ ନୁଆସାହି ଗ୍ରାମରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ଦେଶୀ ରନ୍ଧା ମଦ କାରବାର ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅଭିଯାନ ସମୟରେ ମୋଟ ୯୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି। ଅବକାରୀ ବିଭାଗ ଦେଇଥିବା ସୂଚନା ଅନୁଯାୟୀ, ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କାରୁ ଅଧିକ ହେବ। ଏହି ଘଟଣାରେ ଅନ୍ତରା ଗ୍ରାମର ନିଖିଲ କୁମାର ନାୟକ ଏବଂ ନୁଆସାହି ଗ୍ରାମର ରାଧିକା ସିଂଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଖଇରା ଅବକାରୀ ଥାନା ପକ୍ଷରୁ ଏନେଇ ଦୁଇଟି ମାମଲା ରୁଜ୍ଜୁ କରାଯାଇଛି। ଉକ୍ତ ଚଢ଼ାଉରେ ଖଇରା ଅବକାରୀ ଥାନାର ସହ ଉପ-ନିରୀକ୍ଷକ ଦୀପିକା ପରିଡ଼ା ଏବଂ କନେଷ୍ଟବଳ ଦେବାଶିଷ ମଲ୍ଲିକ ପ୍ରମୁଖ ସାମିଲ ଥିଲେ।

6 hrs ago
user_PP NEWS ODISHA
PP NEWS ODISHA
ସିମିଳିଆ, ବାଲେଶ୍ୱର, ଓଡ଼ିଶା•
6 hrs ago

ବାଲେଶ୍ୱର ଅବକାରୀ ଅଧିକ୍ଷକ ଶେଖ ଅସଫ ଅଲ୍ଲୀଙ୍କ ନିର୍ଦ୍ଦେଶକ୍ରମେ ଏବଂ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଓ ତାଙ୍କ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ଦ୍ଵାରା ସିମୁଳିଆ ଥାନା ଅନ୍ତର୍ଗତ ଅନ୍ତରା ବଜାର ଏବଂ ଖଇରା ଥାନା ଅନ୍ତର୍ଗତ କଇଥଗଡ଼ିଆ ଓ ନୁଆସାହି ଗ୍ରାମରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ଦେଶୀ ରନ୍ଧା ମଦ କାରବାର ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅଭିଯାନ ସମୟରେ ମୋଟ ୯୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଛି। ଅବକାରୀ ବିଭାଗ ଦେଇଥିବା ସୂଚନା ଅନୁଯାୟୀ, ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କାରୁ ଅଧିକ ହେବ। ଏହି ଘଟଣାରେ ଅନ୍ତରା ଗ୍ରାମର ନିଖିଲ କୁମାର ନାୟକ ଏବଂ ନୁଆସାହି ଗ୍ରାମର ରାଧିକା ସିଂଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଖଇରା ଅବକାରୀ ଥାନା ପକ୍ଷରୁ ଏନେଇ ଦୁଇଟି ମାମଲା ରୁଜ୍ଜୁ କରାଯାଇଛି। ଉକ୍ତ ଚଢ଼ାଉରେ ଖଇରା ଅବକାରୀ ଥାନାର ସହ ଉପ-ନିରୀକ୍ଷକ ଦୀପିକା ପରିଡ଼ା ଏବଂ କନେଷ୍ଟବଳ ଦେବାଶିଷ ମଲ୍ଲିକ ପ୍ରମୁଖ ସାମିଲ ଥିଲେ।

More news from ଓଡ଼ିଶା and nearby areas
  • ରଜ ପର୍ବ ଅବସରରେ ଗୋପବନ୍ଧୁ ନଗର ସାଇଁକୁଳାଠାରେ ଉଡ଼ା ପର୍ବ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି। ଗ୍ରାମବାସୀମାନେ ଏହି ପୁରୁଣା ପରମ୍ପରାକୁ ବଞ୍ଚାଇ ରଖିଛନ୍ତି, ଯାହାକୁ ଦେଖିବା ପାଇଁ ଶ୍ରଦ୍ଧାଳୁ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଛି।
    1
    ରଜ ପର୍ବ ଅବସରରେ ଗୋପବନ୍ଧୁ ନଗର ସାଇଁକୁଳାଠାରେ ଉଡ଼ା ପର୍ବ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି। ଗ୍ରାମବାସୀମାନେ ଏହି ପୁରୁଣା ପରମ୍ପରାକୁ ବଞ୍ଚାଇ ରଖିଛନ୍ତି, ଯାହାକୁ ଦେଖିବା ପାଇଁ ଶ୍ରଦ୍ଧାଳୁ ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଛି।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    6 hrs ago
  • ରଜ ପରମ୍ପରାକୁ ପୁଣିଥରେ ଉଜ୍ଜୀବିତ କରିବା ଦିଗରେ ବଙ୍କସାହି ଗ୍ରାମବାସୀମାନେ ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି।
    1
    ରଜ ପରମ୍ପରାକୁ ପୁଣିଥରେ ଉଜ୍ଜୀବିତ କରିବା ଦିଗରେ ବଙ୍କସାହି ଗ୍ରାମବାସୀମାନେ ଏକ ନିଆରା ପ୍ରୟାସ ଆରମ୍ଭ କରିଛନ୍ତି।
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    7 hrs ago
  • ‘ଲୋକଙ୍କ ସରକାର’ର ୨ ବର୍ଷ ପୂର୍ତ୍ତି ଅବସରରେ ଆଜି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇଛନ୍ତି। ଏହି ଅବସରରେ ସେ ବିକାଶ ପ୍ରକ୍ରିୟାରେ ଜନଭାଗିଦାରୀ ପ୍ରତି ଥିବା ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରି ଭଦ୍ରକ ଜିଲ୍ଲା ସମେତ ସମଗ୍ର ଓଡ଼ିଶାରେ ସରକାରଙ୍କ ଜନକଲ୍ୟାଣକାରୀ ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ଏଥିସହ ସାମ୍ବାଦିକମାନଙ୍କ ସହ ମତ ବିନିମୟ ମାଧ୍ୟମରେ ଭଦ୍ରକ ଜିଲ୍ଲା ପାଇଁ ବିଭିନ୍ନ ବିକାଶମୂଳକ ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ଭଦ୍ରକର ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକର ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଭଦ୍ରକର ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାୟ ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
    1
    ‘ଲୋକଙ୍କ ସରକାର’ର ୨ ବର୍ଷ ପୂର୍ତ୍ତି ଅବସରରେ ଆଜି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇଛନ୍ତି। ଏହି ଅବସରରେ ସେ ବିକାଶ ପ୍ରକ୍ରିୟାରେ ଜନଭାଗିଦାରୀ ପ୍ରତି ଥିବା ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରି ଭଦ୍ରକ ଜିଲ୍ଲା ସମେତ ସମଗ୍ର ଓଡ଼ିଶାରେ ସରକାରଙ୍କ ଜନକଲ୍ୟାଣକାରୀ ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ଏଥିସହ ସାମ୍ବାଦିକମାନଙ୍କ ସହ ମତ ବିନିମୟ ମାଧ୍ୟମରେ ଭଦ୍ରକ ଜିଲ୍ଲା ପାଇଁ ବିଭିନ୍ନ ବିକାଶମୂଳକ ପ୍ରସ୍ତାବ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ଏହି ସାମ୍ବାଦିକ ସମ୍ମିଳନୀରେ ଭଦ୍ରକର ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକର ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଭଦ୍ରକର ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାୟ ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    9 hrs ago
  • ଭଦ୍ରକରେ କଲ୍ୟାଣ ଜୁଏଲର୍ସର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ କରିସମା ଉପସ୍ଥିତ ଥିଲେ।
    1
    ଭଦ୍ରକରେ କଲ୍ୟାଣ ଜୁଏଲର୍ସର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ କରିସମା ଉପସ୍ଥିତ ଥିଲେ।
    user_MB tv
    MB tv
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    11 hrs ago
  • ରଜ ସଂକ୍ରାନ୍ତି ଅବସରରେ ଆରଡ଼ି ଆଖଣ୍ଡଳମଣି ପୀଠରେ ହଜାର ହଜାର ଭକ୍ତଙ୍କ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଛି। ଭକ୍ତମାନେ ଆରଡ଼ି ଆସି ବାବାମଣୀଙ୍କୁ ପୂଜାର୍ଚନା କରିଥିଲେ। ତେବେ, ଏହି ପ୍ରବଳ ଭିଡ଼ ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା, ଯାହା ଫଳରେ ଭକ୍ତମାନେ ବହୁତ ହଇରାଣ ହୋଇଥିଲେ।
    1
    ରଜ ସଂକ୍ରାନ୍ତି ଅବସରରେ ଆରଡ଼ି ଆଖଣ୍ଡଳମଣି ପୀଠରେ ହଜାର ହଜାର ଭକ୍ତଙ୍କ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଛି। ଭକ୍ତମାନେ ଆରଡ଼ି ଆସି ବାବାମଣୀଙ୍କୁ ପୂଜାର୍ଚନା କରିଥିଲେ। ତେବେ, ଏହି ପ୍ରବଳ ଭିଡ଼ ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା, ଯାହା ଫଳରେ ଭକ୍ତମାନେ ବହୁତ ହଇରାଣ ହୋଇଥିଲେ।
    user_Aradi tv
    Aradi tv
    Credit reporting agency ଚାନ୍ଦବାଲି, ଭଦ୍ରକ, ଓଡ଼ିଶା•
    14 hrs ago
  • ଏକ ହାଇୱା ଗାଡ଼ିକୁ ପଛପଟୁ ଏକ ବାଇକ୍ ଧକ୍କା ଦେବା ଫଳରେ ଦୁଇ ଭାଇଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାକୁ ନେଇ ଉତ୍ୟକ୍ତ ହୋଇ ଲୋକେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି।
    1
    ଏକ ହାଇୱା ଗାଡ଼ିକୁ ପଛପଟୁ ଏକ ବାଇକ୍ ଧକ୍କା ଦେବା ଫଳରେ ଦୁଇ ଭାଇଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାକୁ ନେଇ ଉତ୍ୟକ୍ତ ହୋଇ ଲୋକେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    18 hrs ago
  • ଶ୍ରୀମନ୍ଦିର କରିଡର ଉପରେ ପୁଣି ଥରେ ଏକ ଡ୍ରୋନ୍ ଉଡ଼ିଥିବା ଦେଖିବାକୁ ମିଳିଛି। ସନ୍ଧ୍ୟା ପ୍ରାୟ ୬ଟା ସମୟରେ ସୁରକ୍ଷାକର୍ମୀମାନେ ଡ୍ରୋନ୍ ଉଡ଼ୁଥିବାର ଦେଖିବା ପରେ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଯାଜପୁର ଟାଉନ୍ ଅଞ୍ଚଳର ଜଣେ ଯୁବକଙ୍କୁ ଅଟକ ରଖିବା ସହ ଉଡ଼ୁଥିବା ଡ୍ରୋନ୍‌କୁ ଜବତ କରିଛି।
    1
    ଶ୍ରୀମନ୍ଦିର କରିଡର ଉପରେ ପୁଣି ଥରେ ଏକ ଡ୍ରୋନ୍ ଉଡ଼ିଥିବା ଦେଖିବାକୁ ମିଳିଛି। ସନ୍ଧ୍ୟା ପ୍ରାୟ ୬ଟା ସମୟରେ ସୁରକ୍ଷାକର୍ମୀମାନେ ଡ୍ରୋନ୍ ଉଡ଼ୁଥିବାର ଦେଖିବା ପରେ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଯାଜପୁର ଟାଉନ୍ ଅଞ୍ଚଳର ଜଣେ ଯୁବକଙ୍କୁ ଅଟକ ରଖିବା ସହ ଉଡ଼ୁଥିବା ଡ୍ରୋନ୍‌କୁ ଜବତ କରିଛି।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    8 hrs ago
  • ଭଦ୍ରକ ଗସ୍ତରେ ଆସିଥିବା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଓ ନାରୀମାନଙ୍କୁ ସୁରକ୍ଷା ଦେବାରେ ବିଜେପି ସରକାର ବିଫଳ ହୋଇଥିବା ଅଭିଯୋଗ କରି କଂଗ୍ରେସ ଏହି ପ୍ରତିବାଦ ପ୍ରଦର୍ଶନ କରିଛି। ଏହା ସହିତ କେନ୍ଦ୍ରାପଡ଼ାର ମହିଳା ସରପଞ୍ଚ ଚାମେଲୀ ଓଝାଙ୍କୁ ଏକ ମିଥ୍ୟା ମାମଲାରେ ଗିରଫ କରାଯିବା ଘଟଣାକୁ ମଧ୍ୟ କଂଗ୍ରେସ ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି। କଂଗ୍ରେସ କର୍ମୀମାନେ ଉପ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ମଧ୍ୟ ଦାବୀ କରିଛନ୍ତି।
    1
    ଭଦ୍ରକ ଗସ୍ତରେ ଆସିଥିବା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଓ ନାରୀମାନଙ୍କୁ ସୁରକ୍ଷା ଦେବାରେ ବିଜେପି ସରକାର ବିଫଳ ହୋଇଥିବା ଅଭିଯୋଗ କରି କଂଗ୍ରେସ ଏହି ପ୍ରତିବାଦ ପ୍ରଦର୍ଶନ କରିଛି। ଏହା ସହିତ କେନ୍ଦ୍ରାପଡ଼ାର ମହିଳା ସରପଞ୍ଚ ଚାମେଲୀ ଓଝାଙ୍କୁ ଏକ ମିଥ୍ୟା ମାମଲାରେ ଗିରଫ କରାଯିବା ଘଟଣାକୁ ମଧ୍ୟ କଂଗ୍ରେସ ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି। କଂଗ୍ରେସ କର୍ମୀମାନେ ଉପ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ମଧ୍ୟ ଦାବୀ କରିଛନ୍ତି।
    user_Bhadrak bulletin
    Bhadrak bulletin
    ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    10 hrs ago
  • ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଅନ୍ତର୍ଗତ ବୃନ୍ଦାବନପୁର ଗାଁରେ କାଳବୈଶାଖୀର ଭୟଙ୍କର ତାଣ୍ଡବ ଦେଖିବାକୁ ମିଳିଛି।
    1
    ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଅନ୍ତର୍ଗତ ବୃନ୍ଦାବନପୁର ଗାଁରେ କାଳବୈଶାଖୀର ଭୟଙ୍କର ତାଣ୍ଡବ ଦେଖିବାକୁ ମିଳିଛି।
    user_Odisha News Express
    Odisha News Express
    ବାଲେଶ୍ୱର (M), ବାଲେଶ୍ୱର, ଓଡ଼ିଶା•
    17 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.