Shuru
Apke Nagar Ki App…
ବରଗଡ଼ ସ୍ଥିତ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ବରୀୟ ବିଶ୍ୱବିଦ୍ୟାଳୟ ଠାରେ ତା:୨୧.୦୬.୨୦୨୬ ରେ ଆନ୍ତର୍ଜାତୀୟ ଯୋଗ ଦିବସ ଏବଂ ପିତୃ ଦିବସ ମିଳିତ ଭାବେ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଡା. ଅରୂପା ନନ୍ଦ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଅନୁଷ୍ଠାନର ମୁଖ୍ୟ ସଂଚାଳିକା ବ୍ରହ୍ମା କୁମାରୀ ଯଶୋଦା ଭଉଣୀ, ବିକେ ଝିଲ୍ଲୀ ଭଉଣୀ ଏବଂ ଡାକ୍ତର ବିମଳ ଭାଇ ମଞ୍ଚରେ ଉପସ୍ଥିତ ଥିଲେ। ମଞ୍ଚାସୀନ ଅତିଥିମାନେ ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ହଠ ଯୋଗ ଓ ରାଜ ଯୋଗ ସମ୍ପର୍କରେ ଆଲୋଚନା କରିବା ସହ ପିତୃ ଦିବସ ଉପରେ ମଧ୍ୟ ସବିଶେଷ ଆଲୋଚନା କରିଥିଲେ। ଏହି ସଭାରେ ବରଗଡ଼ର ଜ୍ଞାନୀ, ଗୁଣୀ ବିଶିଷ୍ଟ ବ୍ୟକ୍ତି ସମୂହ, ବରିଷ୍ଠ ନାଗରିକ ସଭାର ସଭାପତି କେଦାର ମିଶ୍ର, ସଂପାଦକ ଗୋବିନ୍ଦ ଦାଶ, ସଦସ୍ୟ ଦେବୀ ପଟ୍ଟନାୟକ, ବିନୋଦ ଦାଶ, ନରହରି ପାଣିଗ୍ରାହୀ, ଏବଂ 'ପ୍ରତିଦିନ' ର ଜିଲ୍ଲା ପ୍ରତିନିଧି ତୁଳସୀ ଚରଣ ଦାଶ ପ୍ରମୁଖ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଜ୍ୟୋତ୍ସ୍ନା ଭଉଣୀ ଧନ୍ୟବାଦ ଅର୍ପଣ କରିଥିଲେ।
Santosh Nayak PRESS

More news from Odisha and nearby areas
- ଶନିବାର ଦିନ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରୁ ପିପଲପଦର ଗ୍ରାମକୁ ସ୍ଥାନାନ୍ତରିତ ହୋଇଥିବା ନୂତନ ଚିକିତ୍ସାଳୟର ତିନି ଜଣ କର୍ମଚାରୀଙ୍କ ବିରୁଦ୍ଧରେ ଏକ ଗୁରୁତର ଅଭିଯୋଗ ଆସିଛି। ଅଭିଯୋଗ ଅନୁଯାୟୀ, ଏହି କର୍ମଚାରୀମାନେ ପରାସରା ଗ୍ରାମର କୁମୁଦ ବଗର୍ତ୍ତି ନାମକ ଜଣେ ବ୍ୟକ୍ତିଙ୍କ ସ୍ତ୍ରୀ ଠାରୁ ୧୪୦୦ ଟଙ୍କା ନେଇ ସରକାରୀ ସାଲାଇନ ଓ ଔଷଧ ବିକ୍ରି କରିଥିଲେ। ଫଳରେ ରୋଗୀ ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୁମୁଦ ବଗର୍ତ୍ତି କିଡନୀ ଜନିତ ରୋଗରେ ପୀଡ଼ିତ ଥିବାବେଳେ ସେ ରାୟପୁରରୁ ଫେରି ତାଙ୍କ ସ୍ତ୍ରୀଙ୍କ ସହ ଏହି ଡାକ୍ତରଖାନାକୁ ଆସିଥିଲେ। ସରକାରୀ ଭାବେ ତାଙ୍କୁ ଭର୍ତ୍ତି କରିବା ପରିବର୍ତ୍ତେ, ତିନି କର୍ମଚାରୀ ତାଙ୍କୁ କିଛି ସାଲାଇନ ଓ ଇଞ୍ଜେକ୍ସନ ଦେଇ ୧୪୦୦ ଟଙ୍କା ଠକେଇ କରି ତାଙ୍କ ଘରକୁ ପଠାଇ ଦେଇଥିଲେ। ଘରେ ସାଲାଇନ ଓ ଇଞ୍ଜେକ୍ସନ ନେବା ପରେ କୁମୁଦଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଏହା ପରେ ତାଙ୍କୁ ଏକ ଗାଡ଼ି ଭଡ଼ା କରି ବଲାଙ୍ଗୀରକୁ ନିଆଯାଇ ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣାର ତୁରନ୍ତ ତଦନ୍ତ କରି ବିଭାଗୀୟ ମୁଖ୍ୟ ଆବଶ୍ୟକୀୟ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।4
- କଣ୍ଟାମାଳ ପୋଲିସ ଦୁଇ ଜଣ ଆନ୍ତରାଜ୍ୟ ଗଞ୍ଜେଇ ଚୋରାଚାଲାଣକାରୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ ବାଇକ ସହିତ ୪ କେଜି ୧୦୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଉକ୍ତ ମାଫିଆମାନଙ୍କ ବିରୋଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି ବୋଲି କଣ୍ଟାମାଳ ଥାନା ପକ୍ଷରୁ ସୂଚନା ମିଳିଛି।1
- ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ କପାସିରା ଅଞ୍ଚଳରେ ପ୍ରବଳ ବର୍ଷା ସହ ଘିଡ଼ି ଘିଡ଼ି ଅନୁଭୂତ ହୋଇଛି।1
- ଆଜି କୋଇଲା ମନ୍ତ୍ରୀ ଆମୋନିଆ ନାଇଟ୍ରେଡ଼ ପ୍ଲାଣ୍ଟ ନିର୍ମାଣ ପାଇଁ ଆସୁଛନ୍ତି। ତାଙ୍କର ଏହି ଗୋଟିଏ ଦିନର ଗସ୍ତ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ଅଭିଯୋଗ ହୋଇଛି, ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଏବଂ ସରକାରଙ୍କ ଉପରେ ଏହି ବ୍ୟୟବହୁଳତା ପାଇଁ ସିଧାସଳଖ ଆଙ୍ଗୁଳି ଉଠାଯାଇଛି।1
- ସୋନପୁର ଜିଲ୍ଲା ଅନ୍ତର୍ଗତ କୋଶଳ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଆଚାର୍ଯ୍ୟ ଆଚାର୍ଯ୍ୟା ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଛି।1
- ସୁବର୍ଣ୍ଣପୁରର ଇଷ୍ଟଦେବ ସୁବର୍ଣ୍ଣମେରୁଙ୍କ ଚଳନ୍ତି ପ୍ରତିମା ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ଏହି ଅବସରରେ, ୧୦୮ ଭରି ସୁନାରେ ତିଆରି ସୁବର୍ଣ୍ଣନାଗ ଏବଂ ବାବା ଚନ୍ଦ୍ରଶେଖର ମଧ୍ୟ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ଏହି ଭବ୍ୟ ଦର୍ଶନକୁ ନେଇ ସ୍ଥାନୀୟ ଭକ୍ତମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।1
- ମୋହନ ସରକାର ଓଡ଼ିଶା ସାରା ବିକାଶର ଧାରା ଜାରି ରଖିଛନ୍ତି। ଏହି ସରକାର କଥାରେ ନୁହଁ ବରଂ କାର୍ଯ୍ୟରେ ବିଶ୍ୱାସ କରନ୍ତି ବୋଲି ଦୃଢ଼ୋକ୍ତି ପ୍ରକାଶ ପାଇଛି।1
- ଢେଙ୍କାନାଳ ଜିଲ୍ଲା ହିନ୍ଦୋଳର ଖଜୁରିଆକଟାସ୍ଥିତ ବହୁବର ପଡ଼ିଆଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ରାଣୀ ଲକ୍ଷ୍ମୀବାଈ ପ୍ରଭାତ ଶାଖା, ଖଜୁରିଆକଟା ଏବଂ ଯୋଗ ମହୋତ୍ସବ ସମିତି, ହିନ୍ଦୋଳର ମିଳିତ ଆନୁକୂଲ୍ୟରେ ଯୋଗଗୁରୁ ପ୍ରଦୀପ କୁମାର ଦାସଙ୍କ ସହଯୋଗରେ ଏକ ଯୋଗ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା। ଏହି ଯୋଗ ଶିବିରରେ ରାଣୀ ଲକ୍ଷ୍ମୀବାଈ ପ୍ରଭାତ ଶାଖା, ଖଜୁରିଆକଟାର କାର୍ଯ୍ୟକର୍ତ୍ତା ଶ୍ରୀଯୁକ୍ତ ସୁରେଶ କୁମାର ସାହୁ, ସମ୍ବାଦ ପ୍ରତିନିଧି ପ୍ରଶାନ୍ତ ଜେନାମାଣି, ରତିକାନ୍ତ ଗଡ଼ନାୟକ, ବିମଳ କୁମାର ପ୍ରଧାନ, ପ୍ରହଲ୍ଲାଦ ସାହୁ, ଜନମଙ୍ଗଳ ରାସୋଳ ସଂଗଠନର ପ୍ରତିଷ୍ଠାତା ବିଭୁ ଶତପଥୀ, ଶାଖା କାର୍ଯ୍ୟାବହ ଅକ୍ଷୟ କୁମାର ପାଳ, ଶାଖାର ମୁଖ୍ୟ ଶିକ୍ଷକ ମାନସ ମହାରଣା, ଶାଖା ଗଣ ଶିକ୍ଷକ ନଗେନ୍ଦ୍ର ନାୟକ, ଶାଖା ବ୍ୟବସ୍ଥା ପ୍ରମୁଖ କୈଳାଶ ଚନ୍ଦ୍ର ସାହୁ ଏବଂ ମନୋଜ ପ୍ରଧାନ ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ୱଳନ କରି ଏହି ଯୋଗ ଶିବିରକୁ ଉଦ୍ଘାଟନ କରିଥିଲେ। ଶାଖାର ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ହିନ୍ଦୋଳର ବହୁ ମାନ୍ୟଗଣ୍ୟ ସମାଜସେବୀମାନେ ଯୋଗ ପ୍ରଶିକ୍ଷଣ ନେଇଥିଲେ। ସେମାନେ ଆଗାମୀ ଦିନରେ ହିନ୍ଦୋଳର ଜନସାଧାରଣ କିପରି ସୁସ୍ଥ ରହିବେ ସେଥିପାଇଁ ଶପଥ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ଶେଷରେ ସ୍ୱଳ୍ପ ଆହାରରେ ଗଜା ମୁଗ, ବୁଟ, ବାଦାମ, କାକୁଡ଼ିର ଏକ ସାଲାଡ଼ ଓ ORSର ବ୍ୟବସ୍ଥା କରାଯାଇଥିଲା।1