ପାର୍ଲିଆମେଣ୍ଟରେ ତାଳଚେର ସାର କାରଖାନା କାର୍ଯ୍ୟ ତୁରନ୍ତ ଶେଷ କରିବା ଏବଂ କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ପ୍ରସଙ୍ଗ ଉଠାଇଲେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ତାଳଚେର :- ଢେଙ୍କାନାଳର ଲୋକପ୍ରିୟ ସାଂସଦ ରୁଦ୍ର ନାରାୟଣ ପାଣି ସଦା ସର୍ବଦା ଜନସାଧାରଣଙ୍କ ପାଇଁ କାର୍ଯ୍ୟ କରି ଆସିଛନ୍ତି | ରାଜନୈତିକ, ସାମାଜିକ, ସାଂକୃତିକ, ସମସ୍ତ ଗତିବିଧି କ୍ଷେତ୍ରରେ ସାଂସଦ ଙ୍କର ସହାଭାଗିତା ରହୁଛି | ସମସ୍ତଙ୍କର ବିପଦ ଆପଦରେ ସାଂସଦ ଛିଡା ହେଉଛନ୍ତି |ତତସହ ସଦା ସର୍ବଦା ନିର୍ବାଚନ ମଣ୍ଡଳୀ ସାରା ଜନସମ୍ପର୍କ କରିବା, ସାଧାରଣ ଲୋକଙ୍କର ଆପତ୍ତି ଅଭିଯୋଗ ଶୁଣି ବିଭିନ୍ନ ଫୋରମରେ ସମାଧାନ ପାଇଁ ଉଦ୍ୟମ ଜାରି ରଖିଛନ୍ତି l ପୁନଶ୍ଚ ଉପଯୁକ୍ତ ସମସ୍ୟାକୁ ପାର୍ଲିଆମେଣ୍ଟରେ ଉପସ୍ଥାପନ ସହ ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କୁ ଭେଟି ସମସ୍ୟା ସମାଧାନ କରିବା ପାଇଁ ସର୍ବଦା ତତ୍ପରତା ପ୍ରକାଶ କରିଥାନ୍ତି ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି l ଗତକାଲି ସ୍ୱାଧୀନତା ସଂଗ୍ରାମୀଙ୍କୁ ଉଚିତ ସମ୍ମାନ ପାଇଁ ସ୍ମାରକୀ ଡାକ ଟିକଟ ପ୍ରଚଳନ ପାଇଁ ଦାବୀ କରିଥିବା ବେଳେ ଆଜି ଶୁକ୍ରବାର ପୁନଶ୍ଚ ତାଳଚେର ସାର କାରଖାନା ପ୍ରସଙ୍ଗ ଉଥାପନ କରିଛନ୍ତି l ତାଳଚେର ସାର କାରଖାନା ୭୦ ଦଶକରୁ ପ୍ରତିଷ୍ଠା ହୋଇ ପରିଚାଳନା ଗତ ତ୍ରୁଟି ଯୋଗୁଁ ବନ୍ଦ ହୋଇଥିଲା l ମୁଁ ୨୦୦୪ ରେ ରାଜ୍ୟସଭା ସଦସ୍ୟ ଥିବା ବେଳେ ପାର୍ଲିଆମେଣ୍ଟରେ ମାଡ୍ରାସ ଫର୍ଟିଲାଇଜର ପ୍ରସଙ୍ଗରେ ଆଲୋଚନା ବେଳେ ମୁଁ ତାଳଚେର ସାର କାରଖାନା କାର୍ଯ୍ୟକ୍ଷମ ପ୍ରସଙ୍ଗରେ ଦାବୀ ଉପସ୍ଥାପନ କରିଥିଲି l ପରେ ଅନେକ ବାର ତାଳଚେର ସାର କାରଖାନା ପୁନଃ ସ୍ଥାପନ ପାଇଁ ସଂସଦରେ ଦାବୀ ଉପସ୍ଥାପନ କରିଥିଲି l ପରବର୍ତୀ ସମୟରେ କେନ୍ଦ୍ରରେ ମୋଦି ସରକାର ୨୦୧୪ ରେ ଆସିବା ପରେ କେନ୍ଦ୍ର ସରକାରଙ୍କର ରାଷ୍ଟ୍ରୀୟ ଉଦ୍ୟାଗ କୋଲ ଇଣ୍ଡିଆ, ଆରସିଏଫ ଓ ଗେଲ ର ମିଳିତ ଭାବେ ତାଳଚେର ଫର୍ଟିଲାଇଜର ଲିମିଟେଡ଼ ନାମରେ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସରେ ଚିନ୍ତନ କରାଯାଇଥିଲା l ତତ୍କାଳୀନ ସାର ଓ ରସାୟନ ମନ୍ତ୍ରୀ ଅନନ୍ତ କୁମାର ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୧୮ ସେପ୍ଟେମ୍ବର ୨୨ ରେ ଟିଏଫଏଲ ପ୍ଲାଣ୍ଟର ଶୁଭ ଶିଳାନ୍ୟାସ କରିଥିଲେ l ୨୦୨୧-୨୨ ମସିହାରେ ଉକ୍ତ ପ୍ଲାଣ୍ଟ ସମ୍ପୂର୍ଣ ହୋଇ କାର୍ଯ୍ୟକ୍ଷମ ହେବା ପାଇଁ ସେ ସମୟରେ କୁହାଯାଇଥିଲା l ଭିନ୍ନ ଭିନ୍ନ କାରଣ ପାଇଁ ଉକ୍ତ ପ୍ଲାଣ୍ଟ କାର୍ଯ୍ୟକ୍ଷମ ନେଇ ଡେରି ହୋଇ ଚାଲିଛି l ମୁଁ ଜେପି ନଡ୍ଡାଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରିଛି ଏବଂ ବହୁବାର ଉକ୍ତ ପ୍ଲାଣ୍ଟ ଶୀଘ୍ର କାର୍ଯ୍ୟକ୍ଷମ ପାଇଁ ଦାବୀ ଉପସ୍ଥାପନ କରି ଆସିଛି l ବର୍ଷେ ମଧ୍ୟରେ ଟିଏଫଏଲ ପ୍ଲାଣ୍ଟକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ମୁଁ ଦାବୀ ଉପସ୍ଥାପନ କରୁଛି ବୋଲି ସାଂସଦ ପାଣି କହିଛନ୍ତି ଏବଂ ତାଳଚେର ସାର କାରଖାନାରେ ପୂର୍ବରୁ କାର୍ଯ୍ୟରତ ଥିବା କର୍ମଚାରୀ ମାନଙ୍କର ପରିବାର ସଦସ୍ୟ ତଥା କ୍ଷତିଗ୍ରସ୍ତଙ୍କୁ ଟିଏଫଏଲ ନିଯୁକ୍ତିରେ ଅଗ୍ରାଧିକାର ଦିଆଯିବା ସହ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ଦେବାକୁ ସାଂସଦ ପାର୍ଲିଆମେଣ୍ଟରେ ଦାବୀ କରିଛନ୍ତି l କେନ୍ଦ୍ରରେ ଜନ କଲ୍ୟାଣ କାରି ମୋଦି ସରକାର ସମ୍ବେଦନଶୀଳ ହୋଇ ଏହାକୁ ବିଚାର କରିବେ ବୋଲି ସାଂସଦ ଶ୍ରୀ ପାଣି ଲୋକସଭାରେ ପ୍ରଶ୍ନ ଉଠାଇଛନ୍ତି l ସାଂସଦଙ୍କର ତାଳଚେର ସାର କାରଖାନାରେ କ୍ଷତିଗ୍ରସ୍ତ, ପୂର୍ବ କର୍ମଚାରୀ ପରିବାର ଙ୍କୁ ତଥା ସ୍ଥାନୀୟ ଲୋକଙ୍କୁ ଅଗ୍ରାଧିକାର ଭିତିରେ ନିଯୁକ୍ତି ପ୍ରସଙ୍ଗରେ ପାର୍ଲିଆମେଣ୍ଟରେ ଦାବୀ ଉଥାପନ ପରେ ସମଗ୍ର ତାଳଚେରରେ ଖୁସିର ମାହୋଲ ଖେଳି ଯାଇଛି l ପ୍ରକାଶ ଥାଉକି, ଉକ୍ତ ପ୍ରସଙ୍ଗରେ ଫର୍ଟିଲାଇଜର କର୍ମଚାରୀ ସଂଘ ଓ ସ୍ଥାନୀୟ ବେକାର ସଂଘ ତରଫରୁ ମୁଖ୍ୟ ଉପଦେଷ୍ଟା ପର୍ଶୁରାମ ବାରିକ, ସଂଯୋଜକ ବରୁଣ କୁମାର ସାହୁ ସାଂସଦ ଶ୍ରୀ ପାଣିଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ l

- ବାରିପଦା ସମ୍ବାଦ ବୃଦ୍ଧ ପିତା କହିଲେ ମୋ ପୁଅକୁ ପୋଲିସ ମାରିଦେଲା1
- Post by Sandeep Barla1
- #ତମେଦୁଇତାମହଲେବିବମେଦିଶୁଛ1
- ରାସଗୋବିନ୍ଦପୁର ବ୍ଲକ୍ ରେ ବେଧଡକ ମାଫିଆରାଜ, ଆତଙ୍କିତ ଅବସ୍ଥାରେ ଅଞ୍ଚଳବାସୀ, କାହା ଛତ୍ର ଛାୟା ତଳେ ଚାଲିଛି ଚୋରା ଚାଲାଣ,1
- କପିଳାସ ହ୍ୟାପିମାରାଥନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ସୂଚନା1
- ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍ ରେ ବାଲି, ମୋରମ, ମାଟି ମାଫିଆ ସକ୍ରିୟ, ପ୍ରଶାସନ କୁ ଖାତିର ନାହିଁ, ଆଗମୀ ଦିନର ଆଇନ ଶ୍ରୁଖୋଳ। ପରିସ୍ଥିତି କୁ ଏଡାଇ ଦିଆଯାଇ ନ ପାରେ।1