Shuru
Apke Nagar Ki App…
ନିୟତି ଫାଉଣ୍ଡେସନ ତରଫରୁ ଡ଼ାଇରିଆ ସଚେତନତା କାର୍ଯ୍ୟକ୍ରମ ହେଇ ଯାଇଛି
TV5 ଓଡ଼ିଆ
ନିୟତି ଫାଉଣ୍ଡେସନ ତରଫରୁ ଡ଼ାଇରିଆ ସଚେତନତା କାର୍ଯ୍ୟକ୍ରମ ହେଇ ଯାଇଛି
More news from ଓଡ଼ିଶା and nearby areas
- 🌹🌹🌹🌹🌹🌹🌹🌹🌹1
- ଅନ୍ତୋଦୟ ଗୃହ ଯୋଜନାରୁ ବାଦ୍ ପଡ଼ିଲେ ୯୦ ବର୍ଷରୁ ଊର୍ଦ୍ଧ୍ୱ ନୀରୀହ ଆଦିବାସୀ ଭିନ୍ନକ୍ଷମ ବୃଦ୍ଧା ଭଙ୍ଗା ଘରେ ଅମାନବୀୟ ଜୀବନ; ତୁରନ୍ତ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି ମ. ରାମପୁର, ୨୯/୦୭ ସରକାରଙ୍କ ଅନ୍ତୋଦୟ ଗୃହ ଯୋଜନାର ଉଦ୍ଦେଶ୍ୟ ପ୍ରକୃତ ଘରବିହୀନ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରଙ୍କୁ ପକ୍କା ଘର ଯୋଗାଇବା। ହେଲେ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ବ୍ଲକରେ ଘଟିଥିବା ଏକ ଘଟଣା ଏହି ଯୋଜନାର କାର୍ଯ୍ୟକାରିତା ଓ ହିତାଧିକାରୀ ଚୟନ ପ୍ରକ୍ରିୟାକୁ ନେଇ ଗୁରୁତର ପ୍ରଶ୍ନ ସୃଷ୍ଟି କରିଛି। ବ୍ଲକ ଅନ୍ତର୍ଗତ ବମକ ଗ୍ରାମ ପଞ୍ଚାୟତର ବାସିନ୍ଦା ବାସନ୍ତୀ ଭୋଇ (୯୦ ବର୍ଷରୁ ଊର୍ଦ୍ଧ୍ୱ) ଜଣେ ନୀରୀହ ଆଦିବାସୀ ଭିନ୍ନକ୍ଷମ ବୃଦ୍ଧା। ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଏକାକୀ ଜୀବନ ବିତାଉଛନ୍ତି। ଶାରୀରିକ ଅକ୍ଷମତା କାରଣରୁ ସେ ଘୂରୁଣ୍ଡି ଘୂରୁଣ୍ଡି ଯିବାକୁ ବାଧ୍ୟ ହେଉଥିବାବେଳେ ଏକ ଅତି ଜରାଜୀର୍ଣ୍ଣ ଓ ଭଙ୍ଗା ଘରେ ଅମାନବୀୟ ପରିସ୍ଥିତିରେ ଦିନ କାଟୁଛନ୍ତି। ସମସ୍ତ ଯୋଗ୍ୟତା ଥିବା ସତ୍ତ୍ୱେ ତାଙ୍କୁ ଅନ୍ତୋଦୟ ଗୃହ ଯୋଜନାରେ ସାମିଲ କରାଯାଇନଥିବା ଅଭିଯୋଗ ଉଠିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବର୍ଷା ହେଲେ ଘର ଭିତରକୁ ପାଣି ପଶିଯାଉଥିବାରୁ ବୃଦ୍ଧାଙ୍କ ଜୀବନ ଅଧିକ ଦୁର୍ବିଷହ ହୋଇପଡ଼ିଛି। ପ୍ରକୃତ ହିତାଧିକାରୀ ହୋଇ ମଧ୍ୟ ସରକାରୀ ଆବାସରୁ ବଞ୍ଚିତ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ସୃଷ୍ଟି କରିଛି। ଏହା ସହିତ ଅନ୍ତୋଦୟ ଗୃହ ଯୋଜନାର ହିତାଧିକାରୀ ଚୟନ ପ୍ରକ୍ରିୟାର ସ୍ୱଚ୍ଛତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ସ୍ଥାନୀୟ ବାସିନ୍ଦା, ସାମାଜିକ କର୍ମୀ ଓ ବୁଦ୍ଧିଜୀବୀମାନେ ଘଟଣାର ନିରପେକ୍ଷ ଯାଞ୍ଚ କରିବା ସହ ବାସନ୍ତୀ ଭୋଇଙ୍କୁ ତୁରନ୍ତ ଅନ୍ତୋଦୟ ଗୃହ ଯୋଜନାରେ ସାମିଲ କରି ପକ୍କା ଘର ପ୍ରଦାନ କରିବାକୁ ଦାବି କରିଛନ୍ତି। ସେହିପରି ମାନ୍ୟବର ମୁଖ୍ୟମନ୍ତ୍ରୀ ଘଟଣାରେ ହସ୍ତକ୍ଷେପ କରି ଏହି ଅସହାୟ ଭିନ୍ନକ୍ଷମ ବୃଦ୍ଧାଙ୍କୁ ଆବଶ୍ୟକ ସରକାରୀ ସହାୟତା ଓ ସୁରକ୍ଷିତ ବାସସ୍ଥାନ ଯୋଗାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏହି ଘଟଣା ପୁଣିଥରେ ପ୍ରଶ୍ନ ଉଠାଇଛି—ସରକାରୀ ଯୋଜନାର ପ୍ରକୃତ ହକ୍ଦାର ମାନେ କେବେ ନ୍ୟାୟ ପାଇବେ ତାହା ବିଡ଼ିଓ ଶ୍ରୀ ଶରତ ଚନ୍ଦ୍ର ସେଠୀ ଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ?3
- ଲୋକଙ୍କ ସରକାର ଓଡ଼ିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି, କନ୍ଧମାଳ ଜିଲ୍ଲା ପାଇକ, ଖଣ୍ଡାୟତ କୁଳ ସମାଜ l ବାଲିଗୁଡା - ଓଡ଼ିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଐତିହାସିକ ପଦକ୍ଷେପ କୁ ସ୍ୱାଗତ ଜଣାଇ ଧନ୍ୟବାଦ୍ ଅର୍ପଣ କରିଛନ୍ତି କନ୍ଧମାଳ ଜିଲ୍ଲା ପାଇକ ଖଣ୍ଡାୟତ କୁଳ ସମାଜ l ଫୁଲବାଣୀ ସ୍ଥିତ ସରକାରୀ ଭେଷଜ ମହାବିଦ୍ୟାଳୟ କୁ କନ୍ଧମାଳ ଜିଲ୍ଲାର ମହାନ୍ ସନ୍ଥ ତଥା ସ୍ୱାଧୀନତା ସଂଗ୍ରାମୀ ବେଦାନ୍ତ କେଶରୀ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରିବା ନିଷ୍ପତ୍ତି କୁ ନେଇ ବହୁ ଖୁସି ପ୍ରକଟ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଧନ୍ୟବାଦ୍ ଜଣାଉଛନ୍ତି, ଆଦିବାସୀ ଜନଜାତି ଙ୍କ ଦରଦୀ ବନ୍ଧୁ, ଜନଜାତି ଙ୍କ ଶିକ୍ଷା ସ୍ୱାସ୍ଥ୍ୟ କୃଷି ଓ ସଂସ୍କୃତି ପାଇଁ ସାରା ଜୀବନ ଉତ୍ସର୍ଗ କରି ନିଜ ପ୍ରାଣବଳୀ ଦେଇଥିବା ଏହି ମହାନ ସାଧୁ ଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟ ରେ ଏହି ଯୁଗାନ୍ତକାରୀ ପଦକ୍ଷେପ ସହ ଜଲେଶପଟ୍ଟା ସଂସ୍କୃତି କନ୍ୟାଶ୍ରମ ର ଉନ୍ନତି ପାଇଁ ତେର କୋଟି ରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରିଛନ୍ତି, ଏହାକୁ ନେଇ କନ୍ଧମକ ରେ ସବୁ ସ୍ତରରେ ସ୍ୱାଗତ କରାଯାଇଛି,4
- Post by Nilakantha Kumar1
- କଣ୍ଟାବାଞ୍ଜି ରେ ଚୋରି ଗ୍ୟାଙ୍ଗ - ଡିକି ଭାଙ୍ଗି ନେଇଗଲେ ୫୦ହଜାର ଟଙ୍କା,ଭିଡିଓ ଭାଇରାଲ ପରେ ତଦନ୍ତ କରୁଛି କଣ୍ଟାବାଞ୍ଜି ପୋଲିସ1
- ରାସ୍ତା ପାଇଁ ବହୁତ ଅସୁବିଧା 😭😭🙏🙏2
- ପିଡେଲବାଜୁ ଗାଁ ଠାରେ ହାତୀ ଆକ୍ରମଣରେ ବୃଦ୍ଧାଙ୍କ ଶୋଚନୀୟ ମୃତ୍ୟୁ। କ୍ଷତିପୂରଣ ଦାବି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ କୁମଖାଲ ପଞ୍ଚାୟତ ଅନ୍ତର୍ଗତ ପିଡେଲବାଜୁ ଗାଁରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଜଙ୍ଗଲୀ ହାତୀ ଗାଁ ଭିତରକୁ ପଶି ଘରଦ୍ଵାର ଭାଙ୍ଗି ତିଲେଇ ହରିଜନ ନାମକ ବୃଦ୍ଧାଙ୍କ ହାତୀଟି ତାଙ୍କୁ ଆକ୍ରମଣ କରି ଦଳିଚକଟି ଦେଇ ଥିବା ସୁଚନା ମିଳିଛି। ଏହି ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। ଦୀର୍ଘ ଦିନ ହେବ ଏହି ବ୍ଲକର ବିଭିନ୍ନ ଗାଁରେ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଉଥିବା ଯୋଗୁଁ ବନ ବିଭାଗ ଏଥି ପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମୃତକଙ୍କ ପରିବାରକୁ ତୁରନ୍ତ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବା ସହିତ ଅଞ୍ଚଳରୁ ହାତୀ ସୁରକ୍ଷିତ ଭାବେ ଘଉଡ଼ାଇବା ପାଇଁ ବନ ବିଭାଗ ପାଟ୍ରୋଲିଂ କଡ଼ାକଡ଼ି କରିବା ଦାବି ରହିଛି। ଖବର ପାଇ ସରପଞ୍ଚ ସାନ୍ଦ୍ରୁ ମାଝୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତ ଅନୁଧ୍ୟାନ କରି ସମସ୍ତ ଙ୍କୁ ଆଜି ସକାଳ ଛଅଟା ସମୟରେ ସୁଚନା ଦେଇଛନ୍ତି।ଖବର ପ୍ରସାରଣ ପର୍ଯ୍ୟନ୍ତ କୌଣସି ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିଲେ1