ନାବାଳକକୁ ଅପହରଣ କରିବା ଅଭିଯୋଗରେ ଦୁଇ ଅପହରଣକାରୀଙ୍କୁ ଗିରଫ କଲା ତାଳଚେର ପୋଲିସ ତାଳଚେର:-ତାଳଚେରରୁ ଜନୈକ ନାବାଳକକୁ ଅପହରଣ କରିବା ଅଭିଯୋଗରେ ପୋଲିସ ଦୁଇ ଜଣ ଅପହରଣକାରୀଙ୍କୁ ଗିରଫ କରିଥିବା ଜଣାପଡିଛି l ସେମାନଙ୍କ କବଳରୁ ନାବଳକକୁ ଉଦ୍ଧାର ମଧ୍ୟ କରାଯାଇଛି l ସୂଚନା ଅନୁସାରେ, ଗତ ୨ ତାରିଖ ଦିନ ତାଳଚେର ପୌରାଞ୍ଚଳର ମହାଦେବ ବିହାରରୁ ଜଣେ ଦୃର୍ବୁତ୍ତ ଜଣେ ୭ ବର୍ଷର ନାବାଳକକୁ ବଳ ପୂର୍ବକ ଅପହରଣ କରିନେଇଥିବା ତାଙ୍କ ମା ସରସ୍ଵତୀ ସାହୁ ତାଳଚେର ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗକୁ ଭିତ୍ତି କରି ତାଳଚେର ପୋଲିସ ଏକ ଟିମ୍ ଗଠନ କରି ବିଭିନ୍ନ ଅଞ୍ଚଳରେ ଛାନଭିନ କରିଥିଲେ । ବହୁ ଖୋଜାଖୋଜି ପରେ ଢେଙ୍କାନାଳ ଜିଲ୍ଲା ଭାପୁର ଠାରୁ ଅପହୃତ ନାବାଳକକୁ ପୋଲିସ ଉଦ୍ଧାର କରିଥିଲେ l ଏକ କଳା ରଙ୍ଗର ସ୍କର୍ପିଓ ଗାଡ଼ିରେ ଦୁଇଜଣ ଯୁବକ ନାବାଳକଟିକୁ ଅପହରଣ କରିନେଉଥିବା ପୋଲିସ ଜାଣି ଉଭୟଙ୍କୁ ଗିରଫ କରିଛି l ଜଣେ ବାଲେଶ୍ଵର ଜିଲ୍ଲା ଭରଦା ବସ୍ତି ଅଞ୍ଚଳର ଏସକେ ରହିମୁଦ୍ଦିନ୍ ଏବଂ ଅନ୍ୟ ଜଣେ ଯାଜପୁର ଜିଲ୍ଲା ନାଥୁଆବର ଅଞ୍ଚଳର ସାଗର ମଲିକ ବୋଲ ପୋଲିସ ପକ୍ଷରୁ ଜଣାପଡିଛି l ତେବେ ପୋଲିସ ଉଭୟଙ୍କୁ ଗିରଫ କରିବା ସହ ତାଙ୍କ ପାଖରୁ ଅପହରଣରେ ବ୍ୟବହୃତ ସ୍କର୍ପିଓ ଏବଂ ୩ ଟି ମୋବାଇଲ ଫୋନ୍ ଜବତ କରିଛି l ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିବା ଅଭିଯୋଗକାରୀଣି ସରସ୍ଵତୀ ସାହୁ ପୋଲିସ ଆଗରେ ପ୍ରକାଶ କରିଛନ୍ତି l