logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜିଲ୍ଲା ସ୍ତରୀୟ ସଦାଶିବ ତ୍ରିପାଠୀ ଜୟନ୍ତୀ ସ୍ୱାଧୀନତା ସଂଗ୍ରାମ ଓ ଆଦିବାସୀଙ୍କ ବିକାଶ ପାଇଁ ତାଙ୍କ ଅବଦାନ ଅବିସ୍ମରଣୀୟ ମାଲକାନଗିରି, ୨୧/୪/୨୬: ମାଲକାନଗିରି ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ସଦାଶିବ ତ୍ରିପାଠୀଙ୍କ ଜୟନ୍ତୀ ସମାରୋହ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଡଃ ତ୍ରିପାଠୀଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ଉପ-ଜିଲ୍ଲାପାଳ ଶ୍ରୀ ଭୋଇ କହିଥିଲେ ଯେ, ଡଃ ସଦାଶିବ ତ୍ରିପାଠୀ କେବଳ ଜଣେ ରାଜନେତା ନଥିଲେ, ସେ ଥିଲେ ଆଧୁନିକ ଓଡ଼ିଶାର ଜଣେ ଦୂରଦ୍ରଷ୍ଟା ନିର୍ମାତା। ତାଙ୍କର ନିର୍ମଳ ଶାସନ ଏବଂ ସମାଜର ମଙ୍ଗଳ ପାଇଁ ତାଙ୍କର ନିଷ୍ଠା ଆଜିର ଯୁବପିଢ଼ିଙ୍କ ପାଇଁ ଏକ ବଡ଼ ପ୍ରେରଣା। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ପୂର୍ବତନ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ରବୀନ୍ଦ୍ର ମହାରଣା, ବିଦ୍ୟାଳୟର ଅଧ୍ୟକ୍ଷ ଦୁଷ୍ମନ୍ତ ଜେନା ଏବଂ ଅଧ୍ୟାପକ ଡଃ ରଞ୍ଜନ ସ୍ୱାଇଁ ଉପସ୍ଥିତ ରହି ଡଃ ତ୍ରିପାଠୀଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ। ସେମାନେ ମିଳିତ ଭାବେ କହିଥିଲେ ଯେ, ଡଃ ତ୍ରିପାଠୀଙ୍କ ସରଳ ଜୀବନଯାପନ ଏବଂ ଶିକ୍ଷାର ପ୍ରସାର ପ୍ରତି ଥିବା ଉତ୍ସର୍ଗୀକୃତ ମନୋଭାବ ଅତୁଳନୀୟ। ଜଣେ ଗାନ୍ଧୀବାଦୀ ନେତା ଭାବେ ସେ ସର୍ବଦା ନିଷ୍ପେସିତଙ୍କ ସ୍ୱର ହୋଇ ରହିଥିଲେ ଏବଂ ତାଙ୍କ ପଦାଙ୍କ ଅନୁସରଣ କରିବା ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସୂଚନା ଓ ଲୋକ ସମ୍ପର୍କ ବିଭାଗର କର୍ମଚାରୀ ରଞ୍ଜନ ମହାନ୍ତି ଏବଂ ହରେକୃଷ୍ଣ କୀର୍ତ୍ତନିୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଏହି ଜୟନ୍ତୀରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

2 hrs ago
user_Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
Yoga instructor ମାଲକାନଗିରି, ମାଲକାନଗିରି, ଓଡ଼ିଶା•
2 hrs ago
64fee980-72df-4b2e-829b-92e2fc82ab07

ଜିଲ୍ଲା ସ୍ତରୀୟ ସଦାଶିବ ତ୍ରିପାଠୀ ଜୟନ୍ତୀ ସ୍ୱାଧୀନତା ସଂଗ୍ରାମ ଓ ଆଦିବାସୀଙ୍କ ବିକାଶ ପାଇଁ ତାଙ୍କ ଅବଦାନ ଅବିସ୍ମରଣୀୟ ମାଲକାନଗିରି, ୨୧/୪/୨୬: ମାଲକାନଗିରି ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ସଦାଶିବ ତ୍ରିପାଠୀଙ୍କ ଜୟନ୍ତୀ ସମାରୋହ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଡଃ ତ୍ରିପାଠୀଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ଉପ-ଜିଲ୍ଲାପାଳ ଶ୍ରୀ ଭୋଇ କହିଥିଲେ ଯେ, ଡଃ ସଦାଶିବ ତ୍ରିପାଠୀ କେବଳ ଜଣେ ରାଜନେତା ନଥିଲେ, ସେ ଥିଲେ ଆଧୁନିକ ଓଡ଼ିଶାର ଜଣେ ଦୂରଦ୍ରଷ୍ଟା ନିର୍ମାତା। ତାଙ୍କର ନିର୍ମଳ ଶାସନ ଏବଂ ସମାଜର ମଙ୍ଗଳ ପାଇଁ ତାଙ୍କର ନିଷ୍ଠା ଆଜିର ଯୁବପିଢ଼ିଙ୍କ ପାଇଁ ଏକ ବଡ଼ ପ୍ରେରଣା। କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ପୂର୍ବତନ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ରବୀନ୍ଦ୍ର

78e9559a-c3d6-4dd2-80df-e637d2272941

ମହାରଣା, ବିଦ୍ୟାଳୟର ଅଧ୍ୟକ୍ଷ ଦୁଷ୍ମନ୍ତ ଜେନା ଏବଂ ଅଧ୍ୟାପକ ଡଃ ରଞ୍ଜନ ସ୍ୱାଇଁ ଉପସ୍ଥିତ ରହି ଡଃ ତ୍ରିପାଠୀଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ। ସେମାନେ ମିଳିତ ଭାବେ କହିଥିଲେ ଯେ, ଡଃ ତ୍ରିପାଠୀଙ୍କ ସରଳ ଜୀବନଯାପନ ଏବଂ ଶିକ୍ଷାର ପ୍ରସାର ପ୍ରତି ଥିବା ଉତ୍ସର୍ଗୀକୃତ ମନୋଭାବ ଅତୁଳନୀୟ। ଜଣେ ଗାନ୍ଧୀବାଦୀ ନେତା ଭାବେ ସେ ସର୍ବଦା ନିଷ୍ପେସିତଙ୍କ ସ୍ୱର ହୋଇ ରହିଥିଲେ ଏବଂ ତାଙ୍କ ପଦାଙ୍କ ଅନୁସରଣ କରିବା ହିଁ ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ଏହି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସୂଚନା ଓ ଲୋକ ସମ୍ପର୍କ ବିଭାଗର କର୍ମଚାରୀ ରଞ୍ଜନ ମହାନ୍ତି ଏବଂ ହରେକୃଷ୍ଣ କୀର୍ତ୍ତନିୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଏହି ଜୟନ୍ତୀରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।

More news from ଓଡ଼ିଶା and nearby areas
  • ମାଲକାନଗିରି ତା:- ୨୦/୦୪ ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର (ଏସଡିସି) ନୂତନ ଅଧ୍ୟକ୍ଷ ଭାବେ ଗଙ୍ଗାଧର ସୋଡ଼ି ଏବଂ ଉପାଧ୍ୟକ୍ଷା ଭାବେ ସାବିତ୍ରୀ ପଡିଆମି ଆଜି ବିଧିବଦ୍ଧ ଭାବେ ଶପଥ ଗ୍ରହଣ କରିଛନ୍ତି। ଶ୍ରୀ ସୋଡି କହିଛନ୍ତି କର୍ମ କ୍ଷେତ୍ର ହିଁ ଭଗବାନ । କାର୍ଯ୍ୟାଳୟ ମୋ ପାଇଁ ମନ୍ଦିର । ନିଜ ଆସନ ଗ୍ରହଣ କରିବା ପୁର୍ବରୁ କାର୍ଯ୍ୟାଳୟକୁ ପ୍ରଣାମ କଲେ ନୂତନ ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ହୋଇଥିବା ଗଙ୍ଗା ସୋଡ଼ି । ଜିଲ୍ଲାରେ ଥିବା ଆଦିବାସୀ, ହରିଜନ ଭଳି ପଛୁଆ ବର୍ଗ ଙ୍କ ଉପରେ ଗୁରୁତ୍ବ ଦେଇ ସେମାନଙ୍କୁ କିଭଳି ସମାଜର ମୂଖ୍ୟ ସ୍ରୋତରେ ସାମିଲ କରାଯିବ ସେଥି ନେଇ ଚେଷ୍ଟା କରିବେ । ଜିଲ୍ଲା ର ପଛୁଆ ବର୍ଗର ମହିଳା ମାନଙ୍କ ପାଇଁ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ଏହି ଶପଥ ଗ୍ରହଣ ଉତ୍ସବରେ ମାଲକାନାଗିରି ବିଧାୟକ ନରସିଂହ ମାଡକାମି, ପି ଆଈ ଟି ଡ଼ି ଏ ହଳଧର ଶବର ଙ୍କ ସମେତ ବିଭାଗୀୟ କର୍ମଚାରୀ ଜିଲ୍ଳା ବିଜେପିର ରତନ ବଣିକ, ସଞ୍ଜୟ ସରକାର, ନିମାଇଁ ପାଲ୍, ମାଣିକ ଚକ୍ରବର୍ତ୍ତୀ, ନବଘନ ଲୋକେଇ, ନିହାର ରାୟ ପ୍ରମୁଖ ଙ୍କ ସମେତ ଅନେକ ବରିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ । ପରେ ଏକ ବିରାଟ ଶୋଭାଯାତ୍ରାରେ ନବନିଯୁକ୍ତ ପଦାଧିକାରୀ ମାନେ ସହର ପରିକ୍ରମା କରିଥିଲେ। ଏହି ପରିକ୍ରମା ସମୟରେ ଜିଲ୍ଲାର ଶତାଧିକ ବିଜେପି କର୍ମକର୍ତ୍ତା ଓ ସାଧାରଣ ଜନତା ସାମିଲ ହୋଇ ସେମାନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ।ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଧ୍ୟକ୍ଷ ଶ୍ରୀ ସୋଡି କହିଛନ୍ତି ଯେ, "ରାଜ୍ୟ ନେତୃତ୍ୱ ମୋ ଉପରେ ଯେଉଁ ଗୁରୁ ଦାୟିତ୍ୱ ଦେଇଛନ୍ତି, ତାହାକୁ ମୁଁ ପ୍ରଭୁ ରାମଚନ୍ଦ୍ରଙ୍କ ନିକଟରେ ଶପଥ କରି ଜନସାଧାରଣ ଙ୍କ ସେବାରେ ଉତ୍ସର୍ଗ କରିବି।" ବିଗତ ଦୁଇ ବର୍ଷର ବିଳମ୍ବକୁ ଭରଣା କରିବା ପାଇଁ ସେ ଦୁଇ ଗୁଣା ବେଗରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।ସେହିପରି ଉପାଧ୍ୟକ୍ଷା ଶ୍ରୀମତୀ ସାବିତ୍ରୀ ପଡ଼ିଆମୀ କହିଛନ୍ତି ଯେ, ଆଦିବାସୀମାନଙ୍କ ବିକାଶ, ସ୍ୱାସ୍ଥ୍ୟ କାର୍ଡର ସୁବିଧା ଏବଂ ସମାଜର ଅବହେଳିତ ଶ୍ରେଣୀର ଲୋକଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଆମର ପ୍ରାଥମିକତା ରହିବ। ଶୋଭାଯାତ୍ରା ସମୟରେ ସହରବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା, ଯାହା ଜିଲ୍ଲାର ଆଗାମୀ ବିକାଶ ପାଇଁ ଏକ ଶୁଭ ସଂକେତ ବୋଲି କୁହାଯାଉଛି।
    4
    ମାଲକାନଗିରି ତା:- ୨୦/୦୪
ମାଲକାନଗିରି ଜିଲ୍ଲା ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର (ଏସଡିସି) ନୂତନ ଅଧ୍ୟକ୍ଷ ଭାବେ  ଗଙ୍ଗାଧର ସୋଡ଼ି ଏବଂ ଉପାଧ୍ୟକ୍ଷା ଭାବେ  ସାବିତ୍ରୀ ପଡିଆମି ଆଜି ବିଧିବଦ୍ଧ ଭାବେ ଶପଥ ଗ୍ରହଣ କରିଛନ୍ତି। ଶ୍ରୀ ସୋଡି କହିଛନ୍ତି କର୍ମ କ୍ଷେତ୍ର ହିଁ ଭଗବାନ । କାର୍ଯ୍ୟାଳୟ ମୋ ପାଇଁ ମନ୍ଦିର । ନିଜ ଆସନ ଗ୍ରହଣ କରିବା ପୁର୍ବରୁ କାର୍ଯ୍ୟାଳୟକୁ ପ୍ରଣାମ କଲେ ନୂତନ ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ  ହୋଇଥିବା ଗଙ୍ଗା ସୋଡ଼ି । ଜିଲ୍ଲାରେ ଥିବା ଆଦିବାସୀ, ହରିଜନ ଭଳି ପଛୁଆ ବର୍ଗ ଙ୍କ ଉପରେ ଗୁରୁତ୍ବ ଦେଇ ସେମାନଙ୍କୁ କିଭଳି ସମାଜର ମୂଖ୍ୟ ସ୍ରୋତରେ ସାମିଲ କରାଯିବ ସେଥି ନେଇ ଚେଷ୍ଟା କରିବେ । ଜିଲ୍ଲା ର ପଛୁଆ ବର୍ଗର ମହିଳା ମାନଙ୍କ ପାଇଁ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯିବ ବୋଲି କହିଥିଲେ । ଏହି ଶପଥ ଗ୍ରହଣ ଉତ୍ସବରେ ମାଲକାନାଗିରି ବିଧାୟକ ନରସିଂହ ମାଡକାମି, ପି ଆଈ ଟି ଡ଼ି ଏ ହଳଧର ଶବର ଙ୍କ ସମେତ ବିଭାଗୀୟ କର୍ମଚାରୀ ଜିଲ୍ଳା ବିଜେପିର ରତନ ବଣିକ, ସଞ୍ଜୟ ସରକାର, ନିମାଇଁ ପାଲ୍, ମାଣିକ ଚକ୍ରବର୍ତ୍ତୀ, ନବଘନ ଲୋକେଇ, ନିହାର ରାୟ ପ୍ରମୁଖ ଙ୍କ ସମେତ ଅନେକ ବରିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ ।  ପରେ ଏକ ବିରାଟ ଶୋଭାଯାତ୍ରାରେ ନବନିଯୁକ୍ତ ପଦାଧିକାରୀ ମାନେ ସହର ପରିକ୍ରମା କରିଥିଲେ। ଏହି ପରିକ୍ରମା ସମୟରେ ଜିଲ୍ଲାର ଶତାଧିକ ବିଜେପି କର୍ମକର୍ତ୍ତା ଓ ସାଧାରଣ ଜନତା ସାମିଲ ହୋଇ ସେମାନଙ୍କୁ ଭବ୍ୟ ସ୍ୱାଗତ କରିଥିଲେ।ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଧ୍ୟକ୍ଷ ଶ୍ରୀ ସୋଡି କହିଛନ୍ତି ଯେ, "ରାଜ୍ୟ ନେତୃତ୍ୱ ମୋ ଉପରେ ଯେଉଁ ଗୁରୁ ଦାୟିତ୍ୱ ଦେଇଛନ୍ତି, ତାହାକୁ ମୁଁ ପ୍ରଭୁ ରାମଚନ୍ଦ୍ରଙ୍କ ନିକଟରେ ଶପଥ କରି ଜନସାଧାରଣ ଙ୍କ ସେବାରେ ଉତ୍ସର୍ଗ କରିବି।" ବିଗତ ଦୁଇ ବର୍ଷର ବିଳମ୍ବକୁ ଭରଣା କରିବା ପାଇଁ ସେ ଦୁଇ ଗୁଣା ବେଗରେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।ସେହିପରି ଉପାଧ୍ୟକ୍ଷା ଶ୍ରୀମତୀ ସାବିତ୍ରୀ ପଡ଼ିଆମୀ କହିଛନ୍ତି ଯେ, ଆଦିବାସୀମାନଙ୍କ ବିକାଶ, ସ୍ୱାସ୍ଥ୍ୟ କାର୍ଡର ସୁବିଧା ଏବଂ ସମାଜର ଅବହେଳିତ ଶ୍ରେଣୀର ଲୋକଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ଆମର ପ୍ରାଥମିକତା ରହିବ। ଶୋଭାଯାତ୍ରା ସମୟରେ ସହରବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା, ଯାହା ଜିଲ୍ଲାର ଆଗାମୀ ବିକାଶ ପାଇଁ ଏକ ଶୁଭ ସଂକେତ ବୋଲି କୁହାଯାଉଛି।
    user_Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
    Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
    Yoga instructor ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    2 hrs ago
  • ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର ନୂତନ ଅଧ୍ୟକ୍ଷ ଭାବେ ଗଙ୍ଗାଧର ସୋଡ଼ି ଏବଂ ଉପାଧ୍ୟକ୍ଷା ଭାବେ ସାବିତ୍ରୀପଡିଆମି ସୋମବାର ଦିନ ପ ଶପଥ ଗ୍ରହଣ କରିଛନ୍ତି ।
    1
    ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦର  ନୂତନ ଅଧ୍ୟକ୍ଷ ଭାବେ ଗଙ୍ଗାଧର ସୋଡ଼ି ଏବଂ ଉପାଧ୍ୟକ୍ଷା ଭାବେ ସାବିତ୍ରୀପଡିଆମି  ସୋମବାର ଦିନ   ପ ଶପଥ ଗ୍ରହଣ କରିଛନ୍ତି ।
    user_Ratnakar Dash
    Ratnakar Dash
    ମାଲକାନଗିରି, ମାଲକାନଗିରି, ଓଡ଼ିଶା•
    16 hrs ago
  • ଅକ୍ଷୟତୃତୀୟା_ଅବସରରେ_ଜିଲ୍ଲାସ୍ତରୀୟ_କୃଷକଦିବସ କୋଟପାଡ଼ରେ କୃଷକ ଦିବସ ପାଳିତ #Kalingatv #akayatrutiya #kotpad #krushakadivas
    1
    ଅକ୍ଷୟତୃତୀୟା_ଅବସରରେ_ଜିଲ୍ଲାସ୍ତରୀୟ_କୃଷକଦିବସ କୋଟପାଡ଼ରେ କୃଷକ ଦିବସ ପାଳିତ #Kalingatv #akayatrutiya  #kotpad #krushakadivas
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    5 hrs ago
  • ଜୟପୁରରେ ଶିଶୁ ବିବାହ ପ୍ରତିରୋଧ ପାଇଁ ସଚେତନତା ସୃଷ୍ଟି “ଶିଶୁ ବିବାହ ରୋକନ୍ତୁ, ଶିଶୁଙ୍କ ଭବିଷ୍ୟତକୁ ସୁରକ୍ଷିତ କରନ୍ତୁ” ଏହି ବାର୍ତ୍ତା ସହିତ ଜୟପୁରରେ ସଚେତନତା ଅଭିଯାନ ଜାରି ରହିଛି। ଜୟପୁର ଅଞ୍ଚଳରେ ଶିଶୁ ବିବାହ ପ୍ରତିରୋଧ ନିମନ୍ତେ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଅପ୍ରାପ୍ତ ବୟସରେ ବିବାହର କୁପରିଣାମ ସମ୍ପର୍କରେ ଲୋକମାନଙ୍କୁ ଜଣାଇବା ଏବଂ ସମାଜକୁ ଏହା ପ୍ରତି ସଚେତନ କରିବା।
    1
    ଜୟପୁରରେ ଶିଶୁ ବିବାହ ପ୍ରତିରୋଧ ପାଇଁ ସଚେତନତା ସୃଷ୍ଟି
“ଶିଶୁ ବିବାହ ରୋକନ୍ତୁ, ଶିଶୁଙ୍କ ଭବିଷ୍ୟତକୁ ସୁରକ୍ଷିତ କରନ୍ତୁ” ଏହି ବାର୍ତ୍ତା ସହିତ ଜୟପୁରରେ ସଚେତନତା ଅଭିଯାନ ଜାରି ରହିଛି।
ଜୟପୁର ଅଞ୍ଚଳରେ ଶିଶୁ ବିବାହ ପ୍ରତିରୋଧ ନିମନ୍ତେ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ଅପ୍ରାପ୍ତ ବୟସରେ ବିବାହର କୁପରିଣାମ ସମ୍ପର୍କରେ ଲୋକମାନଙ୍କୁ ଜଣାଇବା ଏବଂ ସମାଜକୁ ଏହା ପ୍ରତି ସଚେତନ କରିବା।
    user_UD MEDIA NEWS
    UD MEDIA NEWS
    Journalist ଜୟପୁର, କୋରାପୁଟ, ଓଡ଼ିଶା•
    10 hrs ago
  • କୋରାପୁଟ ଜିଲ୍ଲା ଦାମନଯୋଡି ଶିଳ୍ପାଞ୍ଚଳର ଅଗ୍ରଣୀ ସାହିତ୍ୟ ସଂଗଠନ "ବର୍ଷା ସାହିତ୍ୟ ସଂସଦ"ର ବାର୍ଷିକ ସାରସତ୍ଵ ସମାରୋହ ନାଲକୋ ଟାଉନସିପ ସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିର ପ୍ରେକ୍ଷାଳୟ ଠାରେ ପାଳିତ ହୋଇଯାଇଛି। "ସଂସ୍କୃତି ପରିବର୍ତ୍ତନଶୀଳ, ଭାରତ ପରିବର୍ତ୍ତନରେ ବିଶ୍ୱାସ କରେ, ତେଣୁ ଭାରତୀୟ ସଂସ୍କୃତି ବିଶ୍ୱରେ ଆଦୃତ ହୋଇପାରିଛି।" ଏହି ସମାରୋହରେ ବିଶିଷ୍ଟ ସ୍ତମ୍ଭକାର ତଥା ସଂସ୍କୃତି ଗବେଷକ ଅନିଲ ଧୀର ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଏହା କହିଥିଲେ। ସଭାପତି ଅରୁଣ ମହାନ୍ତି ଏବଂ ସମ୍ପାଦକ ଶ୍ରୀଧର ପରିଡ଼ାଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାଲକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି "ସଂସ୍କୃତି, ସଭ୍ୟତା,ପରମ୍ପରା ଆଦିର ପୁନରୁଦ୍ଧାର ମାଧ୍ୟମ ହେଉଛି ସାହିତ୍ୟ" ବୋଲି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର ଓଡ଼ିଆ ବିଭାଗ ସହକାରୀ ପ୍ରଧ୍ୟାପକ ଡଃ ଆଲୋକ ବରାଳ ସମ୍ମାନୀତ ବକ୍ତା ଭାବେ ଯୋଗଦେଇ ଏହା କହିଥିଲେ। ଏହି ସମାରୋହ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ସାହିତ୍ୟ ସମ୍ପର୍କିତ ଆଲୋଚନା ହୋଇଥିଲା ବେଳେ ଦ୍ୱିତୀୟ ଅଧିବେଶନରେ କବି କବୟତ୍ରୀ ମାନଙ୍କ ସ୍ୱରଚିତ କବିତା ପାଠ ହୋଇଥିଲା। ଏହି ଅବସରରେ ବର୍ଷାର ମୁଖପତ୍ର ସହ ସମ୍ପାଦକ ଶ୍ରୀଧର ପରିଡ଼ାଙ୍କ ସ୍ୱରଚିତ ପୁସ୍ତକ "ପାହାଡ଼ ତଳର ଗାଁ" ଏବଂ ସରସ୍ୱତୀ ବିଦ୍ୟା ମନ୍ଦିରର ବରିଷ୍ଠ ବିଜ୍ଞାନ ଶିକ୍ଷକ ରାଜୀବ ନାୟକଙ୍କ ରଚିତ "କଳିଙ୍ଗବୀର ବିଜୁ ପଟ୍ଟନାୟକ,ଏକ ପରିଚୟ" (ଜୀବନୀ ପୁସ୍ତକ) ଉନ୍ମୋଚିତ ହୋଇଥିଲା।ସାହିତ୍ୟ ସାଧନା ପାଇଁ ମାଲକାନଗିରିର କିଶୋର ପ୍ରଧାନ ଓ ଦାମନଯୋଡିର ରାଜୀବ ନାୟକଙ୍କୁ ଏହି ସମାରୋହରେ 'ବର୍ଷା ସାହିତ୍ୟ ସଂସଦ ସମ୍ମାନ -୨୦୨୬' ରେ ସମ୍ମାନୀତ କରାଯାଇଥିଲା। ସେହିପରି ଗତ ଶିକ୍ଷାବର୍ଷ ଦଶମ ବୋର୍ଡ଼ ପରୀକ୍ଷାରେ ମାତୃଭାଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା। ସଂସଦର ବରିଷ୍ଠ ସଦସ୍ୟ ଅଶୋକ ମହାନ୍ତି ଓ ସଦସ୍ୟା ସ୍ୱାତୀ ଚାଟାର୍ଜୀ ମଞ୍ଚ ସଂଯୋଜନା କରିଥିଲା ବେଳେ ଅନ୍ୟ ସଦସ୍ୟମାନେ ମିଳିତ ଭାବରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଦ୍ୱିତୀୟ ଅଧିବେଶନରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କବି କବୟତ୍ରୀ ମାନେ ସ୍ୱରଚିତ କବିତା ପାଠ କରିଥିଲେ। ନାଲକୋର ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ କୁମାର ପଟ୍ଟନାୟକ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ବର୍ଷାର ମାନପତ୍ର ପ୍ରଦାନ କରିଥିଲେ। ବର୍ଷାର ସଦସ୍ୟା ସାନ୍ତାବାଳା ରଥ,ପ୍ରଭାସିନୀ ପାଣି,ତପସ୍ୱିନୀ ମିଶ୍ର ମିଳିତ ଭାବେ ଦ୍ବିତୀୟ ଅଧିବେଶନରେ ସଂଯୋଜନା କରିଥିଲା ବେଳେ ଯୁବ କବି ଦେବେନ୍ଦ୍ର କୁମାର ରାଜୁ ଧନ୍ୟବାଦ ଅର୍ପଣ କରିଥିଲେ।
    1
    କୋରାପୁଟ ଜିଲ୍ଲା ଦାମନଯୋଡି ଶିଳ୍ପାଞ୍ଚଳର ଅଗ୍ରଣୀ ସାହିତ୍ୟ ସଂଗଠନ "ବର୍ଷା ସାହିତ୍ୟ ସଂସଦ"ର ବାର୍ଷିକ ସାରସତ୍ଵ ସମାରୋହ ନାଲକୋ ଟାଉନସିପ ସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିର ପ୍ରେକ୍ଷାଳୟ ଠାରେ ପାଳିତ ହୋଇଯାଇଛି। "ସଂସ୍କୃତି ପରିବର୍ତ୍ତନଶୀଳ, ଭାରତ ପରିବର୍ତ୍ତନରେ ବିଶ୍ୱାସ କରେ, ତେଣୁ ଭାରତୀୟ ସଂସ୍କୃତି ବିଶ୍ୱରେ ଆଦୃତ ହୋଇପାରିଛି।" ଏହି ସମାରୋହରେ ବିଶିଷ୍ଟ ସ୍ତମ୍ଭକାର ତଥା ସଂସ୍କୃତି ଗବେଷକ ଅନିଲ ଧୀର ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଏହା କହିଥିଲେ। ସଭାପତି ଅରୁଣ ମହାନ୍ତି ଏବଂ ସମ୍ପାଦକ ଶ୍ରୀଧର ପରିଡ଼ାଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାଲକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି "ସଂସ୍କୃତି, ସଭ୍ୟତା,ପରମ୍ପରା ଆଦିର ପୁନରୁଦ୍ଧାର ମାଧ୍ୟମ ହେଉଛି ସାହିତ୍ୟ" ବୋଲି  ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର ଓଡ଼ିଆ ବିଭାଗ ସହକାରୀ ପ୍ରଧ୍ୟାପକ ଡଃ ଆଲୋକ ବରାଳ ସମ୍ମାନୀତ ବକ୍ତା ଭାବେ ଯୋଗଦେଇ ଏହା କହିଥିଲେ। ଏହି ସମାରୋହ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ସାହିତ୍ୟ ସମ୍ପର୍କିତ ଆଲୋଚନା ହୋଇଥିଲା ବେଳେ ଦ୍ୱିତୀୟ ଅଧିବେଶନରେ କବି କବୟତ୍ରୀ ମାନଙ୍କ ସ୍ୱରଚିତ କବିତା ପାଠ ହୋଇଥିଲା। ଏହି ଅବସରରେ ବର୍ଷାର ମୁଖପତ୍ର ସହ ସମ୍ପାଦକ ଶ୍ରୀଧର ପରିଡ଼ାଙ୍କ ସ୍ୱରଚିତ ପୁସ୍ତକ "ପାହାଡ଼ ତଳର ଗାଁ" ଏବଂ ସରସ୍ୱତୀ ବିଦ୍ୟା ମନ୍ଦିରର ବରିଷ୍ଠ ବିଜ୍ଞାନ ଶିକ୍ଷକ ରାଜୀବ ନାୟକଙ୍କ ରଚିତ "କଳିଙ୍ଗବୀର ବିଜୁ ପଟ୍ଟନାୟକ,ଏକ ପରିଚୟ" (ଜୀବନୀ ପୁସ୍ତକ) ଉନ୍ମୋଚିତ ହୋଇଥିଲା।ସାହିତ୍ୟ ସାଧନା ପାଇଁ ମାଲକାନଗିରିର କିଶୋର ପ୍ରଧାନ ଓ ଦାମନଯୋଡିର ରାଜୀବ ନାୟକଙ୍କୁ ଏହି ସମାରୋହରେ 'ବର୍ଷା ସାହିତ୍ୟ ସଂସଦ ସମ୍ମାନ -୨୦୨୬' ରେ ସମ୍ମାନୀତ କରାଯାଇଥିଲା। ସେହିପରି ଗତ ଶିକ୍ଷାବର୍ଷ ଦଶମ ବୋର୍ଡ଼ ପରୀକ୍ଷାରେ ମାତୃଭାଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା। ସଂସଦର ବରିଷ୍ଠ ସଦସ୍ୟ ଅଶୋକ ମହାନ୍ତି ଓ ସଦସ୍ୟା ସ୍ୱାତୀ ଚାଟାର୍ଜୀ ମଞ୍ଚ ସଂଯୋଜନା କରିଥିଲା ବେଳେ ଅନ୍ୟ ସଦସ୍ୟମାନେ ମିଳିତ ଭାବରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଦ୍ୱିତୀୟ ଅଧିବେଶନରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କବି କବୟତ୍ରୀ ମାନେ ସ୍ୱରଚିତ କବିତା ପାଠ କରିଥିଲେ। ନାଲକୋର ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ କୁମାର ପଟ୍ଟନାୟକ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ବର୍ଷାର ମାନପତ୍ର ପ୍ରଦାନ କରିଥିଲେ। ବର୍ଷାର ସଦସ୍ୟା ସାନ୍ତାବାଳା ରଥ,ପ୍ରଭାସିନୀ ପାଣି,ତପସ୍ୱିନୀ ମିଶ୍ର ମିଳିତ ଭାବେ ଦ୍ବିତୀୟ ଅଧିବେଶନରେ ସଂଯୋଜନା କରିଥିଲା ବେଳେ ଯୁବ କବି ଦେବେନ୍ଦ୍ର କୁମାର ରାଜୁ ଧନ୍ୟବାଦ ଅର୍ପଣ କରିଥିଲେ।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    19 hrs ago
  • ଆର୍ଥିକ କ୍ଷେତ୍ରରେ ଦେଶକୁ ସୁଦୃଢ କରୁଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ. ଏହାରି ଭିତରେ ଦେଖିବାକୁ ମିଳିଛି ଏକ ଅନନ୍ୟ ଅବଦାନ.ଯାହାକି ନବରଙ୍ଗପୁର ଜିଲ୍ଲା ମିଶନ ଶକ୍ତି ସଭା ଗୃହରେ ବିଦୂତ କଟିଥିବା ସମୟରେ ଯେକୋଣସି ବୈଠକ ପାଇଁ ଅସୁବିଧା ର ସମୁଖୀନ ହେଉଥିଲେ. ଏହି ମିଶନ ଶକ୍ତି ଗୃହରେ ପ୍ରତିଦିନ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମ ତଥା ବୈଠକ ଅନୁଷ୍ଠିତ ହୋଇଥାଏ l ଅନେକ ବାର ବୈଠକ ସମୟରେ ବିଦୂତ କଟିବା କାରଣ ହେତୁ ଅଧାରୁ ମିଟିଙ୍ଗ ସ୍ଥଗିତ ହେବା ମଧ୍ୟ ନଜରକୁ ଆସୁଥିଲା, ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ନବରଙ୍ଗପୁର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ନବରଙ୍ଗପୁର ମିଶନ ଶକ୍ତି ସମିଳନୀ କକ୍ଷ ଠାରେ ୨୫ KV ର DG ସେଟ ପ୍ରଦାନ କରାଯାଇଛି l
    1
    ଆର୍ଥିକ କ୍ଷେତ୍ରରେ ଦେଶକୁ ସୁଦୃଢ କରୁଛି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ. ଏହାରି ଭିତରେ ଦେଖିବାକୁ ମିଳିଛି ଏକ ଅନନ୍ୟ ଅବଦାନ.ଯାହାକି ନବରଙ୍ଗପୁର ଜିଲ୍ଲା ମିଶନ ଶକ୍ତି ସଭା ଗୃହରେ ବିଦୂତ କଟିଥିବା ସମୟରେ ଯେକୋଣସି ବୈଠକ ପାଇଁ ଅସୁବିଧା ର ସମୁଖୀନ ହେଉଥିଲେ. ଏହି ମିଶନ ଶକ୍ତି ଗୃହରେ ପ୍ରତିଦିନ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମ ତଥା ବୈଠକ ଅନୁଷ୍ଠିତ ହୋଇଥାଏ l ଅନେକ ବାର ବୈଠକ ସମୟରେ ବିଦୂତ କଟିବା କାରଣ ହେତୁ ଅଧାରୁ ମିଟିଙ୍ଗ ସ୍ଥଗିତ ହେବା ମଧ୍ୟ ନଜରକୁ ଆସୁଥିଲା, ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ନବରଙ୍ଗପୁର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ନବରଙ୍ଗପୁର ମିଶନ ଶକ୍ତି ସମିଳନୀ କକ୍ଷ ଠାରେ ୨୫ KV ର DG ସେଟ ପ୍ରଦାନ କରାଯାଇଛି l
    user_Santunu chanda
    Santunu chanda
    Local News Reporter Kosagumuda•
    22 hrs ago
  • Post by MSP TV (Reporter:-MiHiR)
    1
    Post by MSP TV (Reporter:-MiHiR)
    user_MSP TV (Reporter:-MiHiR)
    MSP TV (Reporter:-MiHiR)
    Dabugan, Nabarangpur, Odisha, India ଡାବୁଗାନ, ନବରଙ୍ଗପୁର, ଓଡ଼ିଶା•
    22 hrs ago
  • ଧାନ ବୁଣିଲେ,ଅଖିମୁଠି ଅନୁକୂଳ କଲେ କୋଟପାଡ଼ ବିଧାୟକ ରୁପୁ ଭତ୍ରା କୋଟପାଡ଼ରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ l
    1
    ଧାନ ବୁଣିଲେ,ଅଖିମୁଠି ଅନୁକୂଳ କଲେ କୋଟପାଡ଼ ବିଧାୟକ ରୁପୁ ଭତ୍ରା 
କୋଟପାଡ଼ରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ l
    user_Kopad Breaking News
    Kopad Breaking News
    କୋଟପାଡ, କୋରାପୁଟ, ଓଡ଼ିଶା•
    22 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.