logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ବୌଦ୍ଧ ବ୍ଲକର ବହିରା ମଣ୍ଡଳ ଅନ୍ତର୍ଗତ ବହିରା ଗ୍ରାମ ପଞ୍ଚାୟତର କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବୁଥ ନମ୍ବର ୪, ପୁରୁଣାବହିରା ଗୋଷ୍ଠୀ ମଣ୍ଡପ ଠାରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୩୫ ତମ 'ମନ କି ବାତ୍' କାର୍ଯ୍ୟକ୍ରମ ଏବଂ ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ବିଜେପି ଉପସଭାପତି ତଥା ମନ କି ବାତ୍ ଜିଲ୍ଲା ସଂଯୋଜକ ସୁଶାନ୍ତ ବାଘଙ୍କ ନିଜ ବୁଥରେ ତାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଶ୍ରୀ ବାଘ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟ ଓ ସଂଗଠନ ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଶିକ୍ଷାବିତ୍ ଗଣ୍ଡାରାମ ସାହୁଙ୍କୁ ମୋଦୀ ସରକାର ଏବଂ ମୋହନ ସରକାରଙ୍କ ଉପରେ ଦୁଇଟି ପୁସ୍ତକ ଦେଇ ସମ୍ମାନିତ କରାଯାଇଥିଲା। କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀଯୁକ୍ତ କହ୍ନାଇ ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କ ଜୀବନୀ ବିଷୟରେ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭାବରେ ବିଜେପି ଜିଲ୍ଲା ଉପସଭାପତି ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ପୁରୋହିତ ଏବଂ ବିଏଲଏ ଶମ୍ଭୁ ପ୍ରସାଦ ଗାଈଗୌରିଆ ମଧ୍ୟ ମଞ୍ଚାସୀନ ଥିଲେ। ଏହି ଅବସରରେ ଶ୍ୟାମ ପଧାନ, ମୋହନ ବାରିକ, ଗଣ୍ଡାରାମ ସାହୁ, ପ୍ରମୋଦ ବାରିକ, ଗୋପୀନାଥ ମେହେର, ସୁଦାମ ଉର୍ମା, ସୁରଥ ସାହୁ, ଦିନେଶ ସାହୁ, ପଦ୍ମନାଭ ଗାଈଗୌରିଆ, ଟୁକୁନା ବାଘ, ପୂର୍ଣ୍ଣଚନ୍ଦ୍ର ସାହୁ, ସଦାନନ୍ଦ ବାରିକ, ଲକ୍ଷ୍ମୀଧର ଝାଙ୍କର, ରାଜେଶ ଗାଈଗୌରିଆ, ସାହେବ ସାହୁ, ପିକୁନ ସାହୁ, ଚକ୍ରଧର ଝାଙ୍କର, ଅଜିତ ମହାଲିକଙ୍କ ସମେତ ମାତୃଶକ୍ତି, ଯୁବଶକ୍ତି ଏବଂ ଶତାଧିକ ଜନସାଧାରଣ ଉପସ୍ଥିତ ରହି କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିଥିଲେ। ଶେଷରେ ଶିକ୍ଷାବିତ୍ ଗଣ୍ଡାରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

1 hr ago
user_Ranjan Kumar Dash
Ranjan Kumar Dash
ସାମ୍ବାଦିକ ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
1 hr ago
06e0f734-c0a9-4f29-90e6-8afe717dfa98

ବୌଦ୍ଧ ବ୍ଲକର ବହିରା ମଣ୍ଡଳ ଅନ୍ତର୍ଗତ ବହିରା ଗ୍ରାମ ପଞ୍ଚାୟତର କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବୁଥ ନମ୍ବର ୪, ପୁରୁଣାବହିରା ଗୋଷ୍ଠୀ ମଣ୍ଡପ ଠାରେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୩୫ ତମ 'ମନ କି ବାତ୍' କାର୍ଯ୍ୟକ୍ରମ ଏବଂ ଡ଼. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ବିଜେପି ଉପସଭାପତି ତଥା ମନ କି ବାତ୍ ଜିଲ୍ଲା ସଂଯୋଜକ ସୁଶାନ୍ତ ବାଘଙ୍କ ନିଜ ବୁଥରେ ତାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଶ୍ରୀ ବାଘ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟ ଓ ସଂଗଠନ ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଶିକ୍ଷାବିତ୍ ଗଣ୍ଡାରାମ ସାହୁଙ୍କୁ ମୋଦୀ ସରକାର ଏବଂ ମୋହନ ସରକାରଙ୍କ ଉପରେ ଦୁଇଟି ପୁସ୍ତକ ଦେଇ ସମ୍ମାନିତ କରାଯାଇଥିଲା। କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀଯୁକ୍ତ କହ୍ନାଇ

ଚରଣ ଡାଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କ ଜୀବନୀ ବିଷୟରେ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭାବରେ ବିଜେପି ଜିଲ୍ଲା ଉପସଭାପତି ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ପୁରୋହିତ ଏବଂ ବିଏଲଏ ଶମ୍ଭୁ ପ୍ରସାଦ ଗାଈଗୌରିଆ ମଧ୍ୟ ମଞ୍ଚାସୀନ ଥିଲେ। ଏହି ଅବସରରେ ଶ୍ୟାମ ପଧାନ, ମୋହନ ବାରିକ, ଗଣ୍ଡାରାମ ସାହୁ, ପ୍ରମୋଦ ବାରିକ, ଗୋପୀନାଥ ମେହେର, ସୁଦାମ ଉର୍ମା, ସୁରଥ ସାହୁ, ଦିନେଶ ସାହୁ, ପଦ୍ମନାଭ ଗାଈଗୌରିଆ, ଟୁକୁନା ବାଘ, ପୂର୍ଣ୍ଣଚନ୍ଦ୍ର ସାହୁ, ସଦାନନ୍ଦ ବାରିକ, ଲକ୍ଷ୍ମୀଧର ଝାଙ୍କର, ରାଜେଶ ଗାଈଗୌରିଆ, ସାହେବ ସାହୁ, ପିକୁନ ସାହୁ, ଚକ୍ରଧର ଝାଙ୍କର, ଅଜିତ ମହାଲିକଙ୍କ ସମେତ ମାତୃଶକ୍ତି, ଯୁବଶକ୍ତି ଏବଂ ଶତାଧିକ ଜନସାଧାରଣ ଉପସ୍ଥିତ ରହି କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିଥିଲେ। ଶେଷରେ ଶିକ୍ଷାବିତ୍ ଗଣ୍ଡାରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

More news from Odisha and nearby areas
  • ସୋନପୁର ବ୍ଲକ ସ୍ତରୀୟ ବ୍ରାହ୍ମଣ ସମାଜର ଏକ ସମ୍ମିଳନୀ ବଲାଡିରେ ଥିବା ଶ୍ରୀ ଶ୍ରୀ ମାଣିକେଶ୍ୱର ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀ ବ୍ରାହ୍ମଣ ସମାଜ ଏବଂ ଏହାର ସଂସ୍କୃତି ସହ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଥିଲା।
    1
    ସୋନପୁର ବ୍ଲକ ସ୍ତରୀୟ ବ୍ରାହ୍ମଣ ସମାଜର ଏକ ସମ୍ମିଳନୀ ବଲାଡିରେ ଥିବା ଶ୍ରୀ ଶ୍ରୀ ମାଣିକେଶ୍ୱର ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀ ବ୍ରାହ୍ମଣ ସମାଜ ଏବଂ ଏହାର ସଂସ୍କୃତି ସହ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଥିଲା।
    user_Ranjan hota
    Ranjan hota
    Sonepur, Odisha•
    9 hrs ago
  • ଖଜୁରୀପଡ଼ା ଛକରୁ ନୂଆଁଗା ପର୍ଯ୍ୟନ୍ତ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି, ଯାହା ଫଳରେ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହି ପ୍ରାକୃତିକ ବିପର୍ଯ୍ୟୟରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସମସ୍ତେ ନିକଟରେ ଥିବା ଏକ ପେଟ୍ରୋଲ ଟାଙ୍କିରେ ଆଶ୍ରୟ ନେଇଥିଲେ।
    1
    ଖଜୁରୀପଡ଼ା ଛକରୁ ନୂଆଁଗା ପର୍ଯ୍ୟନ୍ତ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି, ଯାହା ଫଳରେ ସ୍ଥାନୀୟ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହି ପ୍ରାକୃତିକ ବିପର୍ଯ୍ୟୟରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସମସ୍ତେ ନିକଟରେ ଥିବା ଏକ ପେଟ୍ରୋଲ ଟାଙ୍କିରେ ଆଶ୍ରୟ ନେଇଥିଲେ।
    user_Sibani Nayak
    Sibani Nayak
    ଚକାପଦା, କନ୍ଧମାଳ, ଓଡ଼ିଶା•
    6 hrs ago
  • ପୁରୀରେ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ଚାଲିଥିବା ସଚେତନତା ପଦଯାତ୍ରା ଆଜି ୮୯ ଦିନରେ ପହଞ୍ଚିଛି। ଗତ ଦୁଇଦିନ ହେବ ପୁରୀ ବାସୀ ଗୃହ ବନ୍ଦୀ ଥିବାବେଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ। ଅଭିଯୋଗ ରହିଛି ଯେ ସରକାର ଓ ପ୍ରଶାସନ VIP ସେବା ଜରିଆରେ କିଛି ରୋଜଗାରରେ ବ୍ୟସ୍ତ ଅଛନ୍ତି, ଯାହା ଭକ୍ତଙ୍କ ଭିତରେ ଭେଦଭାବ ସୃଷ୍ଟି କରୁଛି। ଏହି ପଦଯାତ୍ରାର ମୂଳ ମନ୍ତ୍ର ହେଉଛି: "ଜଗନ୍ନାଥଙ୍କ ଦ୍ୱାର ସମସ୍ତଙ୍କ ପାଇଁ। ଭକ୍ତିର କୌଣସି ଭିଆଇପି ନାହିଁ, ଆସ୍ଥାର କୌଣସି ପ୍ରୋଟୋକଲ ନାହିଁ। ପ୍ରଭୁଙ୍କ ସମ୍ମୁଖରେ ସମସ୍ତେ ସମାନ।" ଏହି ପଦଯାତ୍ରା କେବଳ ଏକ ଆନ୍ଦୋଳନ ନୁହେଁ, ବରଂ ଭକ୍ତ ହୃଦୟର ଅକୁହା କଷ୍ଟ, ଆତ୍ମାର ଆର୍ତ୍ତନାଦ ଏବଂ ଶ୍ରୀଜଗନ୍ନାଥଙ୍କ ପ୍ରତି ଅତ୍ୟୁଟ ପ୍ରେମର ଏକ ଜୀବନ୍ତ ପ୍ରତୀକ। ଗତ ଏପ୍ରିଲ୍ ୧ ଉତ୍କଳ ଦିବସରୁ ବଳଗଣ୍ଡି ଛକ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ପ୍ରତିଦିନ ସିଂହଦ୍ୱାର ନିକଟରେ ପହଞ୍ଚି ଏକ ନିରବ ପ୍ରଶ୍ନ କରୁଛି: "ଯିଏ ସାରା ବିଶ୍ୱର ନାଥ, ସେହି ଜଗନ୍ନାଥଙ୍କ ଦର୍ଶନରେ କି ଭକ୍ତଙ୍କ ମଧ୍ୟରେ ଭେଦଭାବ ରହିପାରେ?" "ଜୟ ଜଗନ୍ନାଥ" ଧ୍ୱନିରେ କମ୍ପିତ ଏହି ପଥରେ ଅନେକ ଭକ୍ତଙ୍କ ଅଶ୍ରୁ, ଅନେକ ପରିବାରର ବେଦନା ଏବଂ ନିଜ ପ୍ରଭୁଙ୍କ ନିକଟକୁ ସହଜରେ ପହଞ୍ଚିବାର ଆକାଂକ୍ଷା ମିଶିଯାଇଛି। ଏହି ପଦଯାତ୍ରା ପୁରୀବାସୀଙ୍କ ହୃଦୟର ସ୍ପନ୍ଦନ, ଆସ୍ଥାର ଉଚ୍ଚାରଣ ଏବଂ ଅଧିକାରର ଆଧ୍ୟାତ୍ମିକ ସଂଗ୍ରାମରେ ପରିଣତ ହୋଇଛି। ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ସମତା, ସହଅସ୍ତିତ୍ୱ ଓ ସାର୍ବଜନୀନତାର ସଂସ୍କୃତି ଉପରେ ପର୍ଯ୍ୟବସିତ। ଯେପରି ତାଙ୍କ ମହାପ୍ରସାଦରେ ଉଚ୍ଚ-ନୀଚର ଭେଦଭାବ ନାହିଁ, ସେପରି ତାଙ୍କ ଦର୍ଶନରେ ମଧ୍ୟ କୌଣସି ବିଶେଷାଧିକାର ରହିବା ଉଚିତ ନୁହେଁ ବୋଲି ଭକ୍ତମାନେ ଦାବି କରୁଛନ୍ତି। ଭଗବାନଙ୍କ ଦ୍ୱାରରେ VIP ଓ ସାଧାରଣ ଭକ୍ତଙ୍କ ମଧ୍ୟରେ ଭେଦ ସୃଷ୍ଟି କରିବା ଜଗନ୍ନାଥ ସଂସ୍କୃତିର ମୂଳ ଆଦର୍ଶ ବିରୋଧୀ ବୋଲି ଏହି ପଦଯାତ୍ରା "ଜଗନ୍ନାଥ ସଂସ୍କୃତିର ସମତା ଓ ମାନବିକ ମୂଲ୍ୟବୋଧର ସୁରକ୍ଷା ପାଇଁ ଏକ ଆଧ୍ୟାତ୍ମିକ ପ୍ରତିବାଦ" ଭାବରେ ଆଗକୁ ବଢୁଛି। ନାରୀ-ପୁରୁଷ, ଯୁବକ-ବୃଦ୍ଧ ନିର୍ବିଶେଷରେ ସମସ୍ତଙ୍କର ସ୍ୱତଃସ୍ଫୂର୍ତ୍ତ ଅଂଶଗ୍ରହଣ ଏହି ପଦଯାତ୍ରାକୁ ଏକ ଜନ ଆନ୍ଦୋଳନର ରୂପ ଦେଇଛି। ପ୍ରତ୍ୟେକ ଭକ୍ତଙ୍କ ମୁହଁରେ ଭକ୍ତିର ଦୀପ୍ତି ଏବଂ ପ୍ରତ୍ୟେକ ହୃଦୟରେ ଏକ ନୀରବ ପ୍ରାର୍ଥନା ରହିଛି: "ପ୍ରଭୁ, ଆମକୁ ଆମର ଅଧିକାର ଫେରାଇ ଦିଅ; ତୁମ ଦ୍ୱାରରେ ସମସ୍ତଙ୍କୁ ସମାନ ସ୍ଥାନ ଦିଅ।" ୮୯ ଦିନ ପରେ ମଧ୍ୟ ଏହି ପଦଯାତ୍ରାର ଉତ୍ସାହ କମିନାହିଁ; ପ୍ରତ୍ୟେକ ଦିନ ସହିତ ଏହା ଅଧିକ ଗଭୀର, ଅଧିକ ଶକ୍ତିଶାଳୀ ଏବଂ ଅଧିକ ଆଧ୍ୟାତ୍ମିକ ହୋଇଉଠୁଛି। ଏହା ଏକ ଏମିତି ଯାତ୍ରା, ଯେଉଁଠାରେ ଅଶ୍ରୁ ପ୍ରାର୍ଥନା, ବେଦନା ଶକ୍ତି ଏବଂ ଭକ୍ତି ଅହିଂସା ପ୍ରତିବାଦର ମାଧ୍ୟମ ପାଲଟିଛି। ଆଜିର ପଦଯାତ୍ରାରେ ସର୍ବଶ୍ରୀ ଚକ୍ରଧର ମହାପାତ୍ର, ସୁକାନ୍ତ ପଣ୍ଡା, ବିଜୟ କୁମାର ମିଶ୍ର, ଶିଶିର କାନ୍ତ ଶତପଥୀ, ମମତା ସ୍ୱାଇଁ, ମମତା ଦାସ, ନିହାରିକା ତ୍ରିପାଠୀ, ଅରୁଣା ପଟ୍ଟନାୟକ, ଶିବ ସୁନ୍ଦର ମିଶ୍ର, ଜାଦବା ନନ୍ଦ ରାୟ, ପ୍ରକାଶ ଚନ୍ଦ୍ର ନାୟକ, ଲିଂଗରାଜ ସାହୁ, ପ୍ରଫୁଲ୍ଲ ସାହୁ, ବିଶ୍ୱନାଥ ମିଶ୍ର, କିଶୋର ଚନ୍ଦ୍ର ଦାସ, ସନ୍ତୋଷ ସେନାପତି, ସୁବାଷ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇ ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ପଦଯାତ୍ରାର ଆବାହକ ଶ୍ରୀ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ଏହି ଯାତ୍ରା ସେ ପର୍ଯ୍ୟନ୍ତ ଜାରି ରହିବ ଯେପର୍ଯ୍ୟନ୍ତ ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପିତ ହୋଇନାହିଁ। ଏହା କୌଣସି ବ୍ୟକ୍ତି ବା ଗୋଷ୍ଠୀ ବିରୋଧରେ ସଂଗ୍ରାମ ନୁହେଁ; ଏହା ନ୍ୟାୟ, ସମତା ଓ ଆସ୍ଥାର ସମ୍ମାନ ପାଇଁ ଏକ ଶାନ୍ତ, ଅହିଂସକ ଓ ଆଧ୍ୟାତ୍ମିକ ଅଭିଯାନ।
    1
    ପୁରୀରେ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ଚାଲିଥିବା ସଚେତନତା ପଦଯାତ୍ରା ଆଜି ୮୯ ଦିନରେ ପହଞ୍ଚିଛି। ଗତ ଦୁଇଦିନ ହେବ ପୁରୀ ବାସୀ ଗୃହ ବନ୍ଦୀ ଥିବାବେଳେ ମହାପ୍ରଭୁଙ୍କ ଦର୍ଶନ ପାଇଁ କୌଣସି ବ୍ୟବସ୍ଥା କରାଯାଇନାହିଁ। ଅଭିଯୋଗ ରହିଛି ଯେ ସରକାର ଓ ପ୍ରଶାସନ VIP ସେବା ଜରିଆରେ କିଛି ରୋଜଗାରରେ ବ୍ୟସ୍ତ ଅଛନ୍ତି, ଯାହା ଭକ୍ତଙ୍କ ଭିତରେ ଭେଦଭାବ ସୃଷ୍ଟି କରୁଛି। ଏହି ପଦଯାତ୍ରାର ମୂଳ ମନ୍ତ୍ର ହେଉଛି: "ଜଗନ୍ନାଥଙ୍କ ଦ୍ୱାର ସମସ୍ତଙ୍କ ପାଇଁ। ଭକ୍ତିର କୌଣସି ଭିଆଇପି ନାହିଁ, ଆସ୍ଥାର କୌଣସି ପ୍ରୋଟୋକଲ ନାହିଁ। ପ୍ରଭୁଙ୍କ ସମ୍ମୁଖରେ ସମସ୍ତେ ସମାନ।" ଏହି ପଦଯାତ୍ରା କେବଳ ଏକ ଆନ୍ଦୋଳନ ନୁହେଁ, ବରଂ ଭକ୍ତ ହୃଦୟର ଅକୁହା କଷ୍ଟ, ଆତ୍ମାର ଆର୍ତ୍ତନାଦ ଏବଂ ଶ୍ରୀଜଗନ୍ନାଥଙ୍କ ପ୍ରତି ଅତ୍ୟୁଟ ପ୍ରେମର ଏକ ଜୀବନ୍ତ ପ୍ରତୀକ।

ଗତ ଏପ୍ରିଲ୍ ୧ ଉତ୍କଳ ଦିବସରୁ ବଳଗଣ୍ଡି ଛକ ଭକ୍ତ ସାଲବେଗ ପୀଠରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ପ୍ରତିଦିନ ସିଂହଦ୍ୱାର ନିକଟରେ ପହଞ୍ଚି ଏକ ନିରବ ପ୍ରଶ୍ନ କରୁଛି: "ଯିଏ ସାରା ବିଶ୍ୱର ନାଥ, ସେହି ଜଗନ୍ନାଥଙ୍କ ଦର୍ଶନରେ କି ଭକ୍ତଙ୍କ ମଧ୍ୟରେ ଭେଦଭାବ ରହିପାରେ?" "ଜୟ ଜଗନ୍ନାଥ" ଧ୍ୱନିରେ କମ୍ପିତ ଏହି ପଥରେ ଅନେକ ଭକ୍ତଙ୍କ ଅଶ୍ରୁ, ଅନେକ ପରିବାରର ବେଦନା ଏବଂ ନିଜ ପ୍ରଭୁଙ୍କ ନିକଟକୁ ସହଜରେ ପହଞ୍ଚିବାର ଆକାଂକ୍ଷା ମିଶିଯାଇଛି। ଏହି ପଦଯାତ୍ରା ପୁରୀବାସୀଙ୍କ ହୃଦୟର ସ୍ପନ୍ଦନ, ଆସ୍ଥାର ଉଚ୍ଚାରଣ ଏବଂ ଅଧିକାରର ଆଧ୍ୟାତ୍ମିକ ସଂଗ୍ରାମରେ ପରିଣତ ହୋଇଛି।

ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ସମତା, ସହଅସ୍ତିତ୍ୱ ଓ ସାର୍ବଜନୀନତାର ସଂସ୍କୃତି ଉପରେ ପର୍ଯ୍ୟବସିତ। ଯେପରି ତାଙ୍କ ମହାପ୍ରସାଦରେ ଉଚ୍ଚ-ନୀଚର ଭେଦଭାବ ନାହିଁ, ସେପରି ତାଙ୍କ ଦର୍ଶନରେ ମଧ୍ୟ କୌଣସି ବିଶେଷାଧିକାର ରହିବା ଉଚିତ ନୁହେଁ ବୋଲି ଭକ୍ତମାନେ ଦାବି କରୁଛନ୍ତି। ଭଗବାନଙ୍କ ଦ୍ୱାରରେ VIP ଓ ସାଧାରଣ ଭକ୍ତଙ୍କ ମଧ୍ୟରେ ଭେଦ ସୃଷ୍ଟି କରିବା ଜଗନ୍ନାଥ ସଂସ୍କୃତିର ମୂଳ ଆଦର୍ଶ ବିରୋଧୀ ବୋଲି ଏହି ପଦଯାତ୍ରା "ଜଗନ୍ନାଥ ସଂସ୍କୃତିର ସମତା ଓ ମାନବିକ ମୂଲ୍ୟବୋଧର ସୁରକ୍ଷା ପାଇଁ ଏକ ଆଧ୍ୟାତ୍ମିକ ପ୍ରତିବାଦ" ଭାବରେ ଆଗକୁ ବଢୁଛି।

ନାରୀ-ପୁରୁଷ, ଯୁବକ-ବୃଦ୍ଧ ନିର୍ବିଶେଷରେ ସମସ୍ତଙ୍କର ସ୍ୱତଃସ୍ଫୂର୍ତ୍ତ ଅଂଶଗ୍ରହଣ ଏହି ପଦଯାତ୍ରାକୁ ଏକ ଜନ ଆନ୍ଦୋଳନର ରୂପ ଦେଇଛି। ପ୍ରତ୍ୟେକ ଭକ୍ତଙ୍କ ମୁହଁରେ ଭକ୍ତିର ଦୀପ୍ତି ଏବଂ ପ୍ରତ୍ୟେକ ହୃଦୟରେ ଏକ ନୀରବ ପ୍ରାର୍ଥନା ରହିଛି: "ପ୍ରଭୁ, ଆମକୁ ଆମର ଅଧିକାର ଫେରାଇ ଦିଅ; ତୁମ ଦ୍ୱାରରେ ସମସ୍ତଙ୍କୁ ସମାନ ସ୍ଥାନ ଦିଅ।" ୮୯ ଦିନ ପରେ ମଧ୍ୟ ଏହି ପଦଯାତ୍ରାର ଉତ୍ସାହ କମିନାହିଁ; ପ୍ରତ୍ୟେକ ଦିନ ସହିତ ଏହା ଅଧିକ ଗଭୀର, ଅଧିକ ଶକ୍ତିଶାଳୀ ଏବଂ ଅଧିକ ଆଧ୍ୟାତ୍ମିକ ହୋଇଉଠୁଛି। ଏହା ଏକ ଏମିତି ଯାତ୍ରା, ଯେଉଁଠାରେ ଅଶ୍ରୁ ପ୍ରାର୍ଥନା, ବେଦନା ଶକ୍ତି ଏବଂ ଭକ୍ତି ଅହିଂସା ପ୍ରତିବାଦର ମାଧ୍ୟମ ପାଲଟିଛି।

ଆଜିର ପଦଯାତ୍ରାରେ ସର୍ବଶ୍ରୀ ଚକ୍ରଧର ମହାପାତ୍ର, ସୁକାନ୍ତ ପଣ୍ଡା, ବିଜୟ କୁମାର ମିଶ୍ର, ଶିଶିର କାନ୍ତ ଶତପଥୀ, ମମତା ସ୍ୱାଇଁ, ମମତା ଦାସ, ନିହାରିକା ତ୍ରିପାଠୀ, ଅରୁଣା ପଟ୍ଟନାୟକ, ଶିବ ସୁନ୍ଦର ମିଶ୍ର, ଜାଦବା ନନ୍ଦ ରାୟ, ପ୍ରକାଶ ଚନ୍ଦ୍ର ନାୟକ, ଲିଂଗରାଜ ସାହୁ, ପ୍ରଫୁଲ୍ଲ ସାହୁ, ବିଶ୍ୱନାଥ ମିଶ୍ର, କିଶୋର ଚନ୍ଦ୍ର ଦାସ, ସନ୍ତୋଷ ସେନାପତି, ସୁବାଷ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇ ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ପଦଯାତ୍ରାର ଆବାହକ ଶ୍ରୀ ସ୍ୱାଧୀନ କୁମାର ପଣ୍ଡା କହିଛନ୍ତି ଯେ, ଏହି ଯାତ୍ରା ସେ ପର୍ଯ୍ୟନ୍ତ ଜାରି ରହିବ ଯେପର୍ଯ୍ୟନ୍ତ ପୁରୀ ସହର ଓ ସଦରବାସୀଙ୍କ ପୂର୍ବପରି ଦର୍ଶନ ଅଧିକାର ପୁନଃସ୍ଥାପିତ ହୋଇନାହିଁ। ଏହା କୌଣସି ବ୍ୟକ୍ତି ବା ଗୋଷ୍ଠୀ ବିରୋଧରେ ସଂଗ୍ରାମ ନୁହେଁ; ଏହା ନ୍ୟାୟ, ସମତା ଓ ଆସ୍ଥାର ସମ୍ମାନ ପାଇଁ ଏକ ଶାନ୍ତ, ଅହିଂସକ ଓ ଆଧ୍ୟାତ୍ମିକ ଅଭିଯାନ।
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    33 min ago
  • ମହାରାଷ୍ଟ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (TET) ପେପର ଲିକ୍ ମାମଲାରେ ଭିୱାଣ୍ଡିର ଏକ ସେସନ୍ସ କୋର୍ଟ ତିନିଜଣ ଅଭିଯୁକ୍ତଙ୍କୁ ଜୁଲାଇ ୬ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଇ ଦେଇଛନ୍ତି। ତଦନ୍ତକାରୀ ଅଧିକାରୀମାନେ ଏକ ଆନ୍ତଃ-ରାଜ୍ୟ ପରୀକ୍ଷା ରାକେଟର ସନ୍ଦେହଜନକ ଭୂମିକା ଉପରେ ତଦନ୍ତ କରୁଛନ୍ତି। ପୋଲିସ କୋର୍ଟକୁ ଜଣାଇଛି ଯେ, ଅଭିଯୁକ୍ତମାନେ କଥିତ ଭାବେ ୧.୫୦ କୋଟି ଟଙ୍କାରେ TET ର ଲିକ୍ ହୋଇଥିବା ପ୍ରଶ୍ନପତ୍ର ବିକ୍ରି କରିବାକୁ ଦିଲ୍ଲୀରୁ ଭିୱାଣ୍ଡି ଆସିଥିଲେ। ତଦନ୍ତକାରୀମାନେ କହିଛନ୍ତି ଯେ, ସେମାନେ ଲିକ୍ ହୋଇଥିବା ପେପରର ଉତ୍ସ, ଟଙ୍କା କାରବାର ଏବଂ ରାକେଟର ଅନ୍ୟ ସଦସ୍ୟମାନଙ୍କ ସମ୍ଭାବ୍ୟ ଭୂମିକା ନେଇ ଖୋଳତାଡ଼ କରୁଛନ୍ତି।
    1
    ମହାରାଷ୍ଟ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା (TET) ପେପର ଲିକ୍ ମାମଲାରେ ଭିୱାଣ୍ଡିର ଏକ ସେସନ୍ସ କୋର୍ଟ ତିନିଜଣ ଅଭିଯୁକ୍ତଙ୍କୁ ଜୁଲାଇ ୬ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଇ ଦେଇଛନ୍ତି। ତଦନ୍ତକାରୀ ଅଧିକାରୀମାନେ ଏକ ଆନ୍ତଃ-ରାଜ୍ୟ ପରୀକ୍ଷା ରାକେଟର ସନ୍ଦେହଜନକ ଭୂମିକା ଉପରେ ତଦନ୍ତ କରୁଛନ୍ତି।

ପୋଲିସ କୋର୍ଟକୁ ଜଣାଇଛି ଯେ, ଅଭିଯୁକ୍ତମାନେ କଥିତ ଭାବେ ୧.୫୦ କୋଟି ଟଙ୍କାରେ TET ର ଲିକ୍ ହୋଇଥିବା ପ୍ରଶ୍ନପତ୍ର ବିକ୍ରି କରିବାକୁ ଦିଲ୍ଲୀରୁ ଭିୱାଣ୍ଡି ଆସିଥିଲେ।

ତଦନ୍ତକାରୀମାନେ କହିଛନ୍ତି ଯେ, ସେମାନେ ଲିକ୍ ହୋଇଥିବା ପେପରର ଉତ୍ସ, ଟଙ୍କା କାରବାର ଏବଂ ରାକେଟର ଅନ୍ୟ ସଦସ୍ୟମାନଙ୍କ ସମ୍ଭାବ୍ୟ ଭୂମିକା ନେଇ ଖୋଳତାଡ଼ କରୁଛନ୍ତି।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    1 hr ago
  • ଡୁଙ୍ଗୁରିପାଲି ପୋଲିସ ପକ୍ଷରୁ ଏକ ଗଞ୍ଜେଇ ଗାଡ଼ି ଜବତ କରାଯାଇଛି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।
    1
    ଡୁଙ୍ଗୁରିପାଲି ପୋଲିସ ପକ୍ଷରୁ ଏକ ଗଞ୍ଜେଇ ଗାଡ଼ି ଜବତ କରାଯାଇଛି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।
    user_SonepurSambad
    SonepurSambad
    Court reporter ଡୁଙ୍ଗୁରିପାଲି, ସୋନପୁର, ଓଡ଼ିଶା•
    3 hrs ago
  • Post by Sujit Pradhan
    1
    Post by Sujit Pradhan
    user_Sujit Pradhan
    Sujit Pradhan
    ଅନୁଗୁଳ, ଅନୁଗୁଳ, ଓଡ଼ିଶା•
    16 hrs ago
  • ରଥ ଖଳା ନିକଟରେ ଏକ ବିଦେଶୀ ମଦ ଦୋକାନ ଖୋଲିବାକୁ ନେଇ ବର୍ତ୍ତମାନ ଉତ୍ତେଜନା ପ୍ରକାଶ ପାଇଛି। ଏହି ପ୍ରସଙ୍ଗକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
    1
    ରଥ ଖଳା ନିକଟରେ ଏକ ବିଦେଶୀ ମଦ ଦୋକାନ ଖୋଲିବାକୁ ନେଇ ବର୍ତ୍ତମାନ ଉତ୍ତେଜନା ପ୍ରକାଶ ପାଇଛି। ଏହି ପ୍ରସଙ୍ଗକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    3 hrs ago
  • ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ହିନ୍ଦୋଳର ରାସୋଳରେ ଜନମଙ୍ଗଳ (ରାସୋଳ) ସଂଗଠନ ପକ୍ଷରୁ ଗତ ଶନିବାର, ୨୭.୦୬.୨୦୨୬ ରାତି ୧୦ଟା ସମୟରେ ଏକ ବିଷଧର ନାଗ ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହି ଉଦ୍ଧାର କାର୍ଯ୍ୟ ସଂଗଠନର ପ୍ରତିଷ୍ଠାତା ବିଭୁ ପ୍ରସାଦ ଶତପଥୀଙ୍କ ଉପସ୍ଥିତିରେ ସର୍ପ ଧରାଳୀ ସେବକ ଶୁଭେନ୍ଦୁ ସେଠୀ ଏବଂ ସହଯୋଗୀ କିର୍ତ୍ତୀ ରଞ୍ଜନ ନାଏକ ଓ ସୂର୍ଯ୍ୟକାନ୍ତ ନାଏକଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା। ତେଲି ଭୁଇଁ ମାଚିଙ୍ଗ ସେଣ୍ଟରର ମାଲିକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାହୁଙ୍କ ଘର ଅଗଣାରେ ଏହି ନାଗ ସାପଟିକୁ ଦେଖିବାକୁ ମିଳିଥିଲା, ଯାହାର ବୟସ ପ୍ରାୟ ଏକ ବର୍ଷ ହେବ ବୋଲି ଆକଳନ କରାଯାଇଛି। ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଓମ୍ ଶାନ୍ତିର ହିନ୍ଦୋଳ ଶାଖା ମୁଖ୍ୟ ବି.କେ ଲକ୍ଷ୍ମୀବାଳାଙ୍କ ସୂଚନା ପରେ ସଂଗଠନ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରାୟ ଏକ ଘଣ୍ଟାର ପରିଶ୍ରମ ପରେ, ନାଳ ଭାଙ୍ଗି ତା' ଭିତରୁ ସାପଟିକୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ସାପଟିକୁ ଉଦ୍ଧାର କରିବା ପରେ ପାଞ୍ଚ ମାଇଲ ଦୂରରେ ଥିବା ଏକ ସଂରକ୍ଷିତ ଜଙ୍ଗଲରେ ତାହାର ପ୍ରାକୃତିକ ବାସସ୍ଥଳୀରେ ମୁକ୍ତ ଭାବେ ବିଚରଣ କରିବା ପାଇଁ ଛାଡି ଦିଆଯାଇଛି। ସାପ ପରିବେଶର ସନ୍ତୁଳନ ରକ୍ଷା କରେ ବୋଲି ଗୁରୁତ୍ୱାରୋପ କରି ପ୍ରତିଷ୍ଠାତା ବିଭୁ ଶତପଥୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଯେ, ସାପକୁ ନ ମାରି ତାକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ସଂଗଠନ ସହିତ ଯୋଗାଯୋଗ କରନ୍ତୁ। ସେ ଆହୁରି ମଧ୍ୟ ପରାମର୍ଶ ଦେଇଛନ୍ତି ଯେ, ଯଦି କେହି ସର୍ପ ଦଂଶନର ଶିକାର ହୁଅନ୍ତି, ତେବେ ଭୟଭୀତ ନ ହୋଇ କିମ୍ବା ଗୁଣିଗାରେଡ଼ି ଉପରେ ଭରସା ନ କରି ନିକଟସ୍ଥ ଡାକ୍ତରଖାନାକୁ ଯାଇ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଣ୍ଟିଭେନମ ଇଞ୍ଜେକସନ ନେଇ ନିଜର ଜୀବନ ରକ୍ଷା କରିପାରିବେ। ସାପ ଉଦ୍ଧାର ହେବା ପରେ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାହୁଙ୍କ ପରିବାର ଭୟମୁକ୍ତ ହୋଇ ଜନମଙ୍ଗଳ ରାସୋଳ ସଂଗଠନ ତଥା ସର୍ପ ଧରାଳୀମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ସଂଗଠନ 'ଜୀବେ ଦୟାର ଆହ୍ୱାନ' ଏବଂ 'ସମଗ୍ର ଓଡ଼ିଶା ସେବା ଅଭିଯାନ' ଜାରି ରଖିଛି।
    2
    ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ହିନ୍ଦୋଳର ରାସୋଳରେ ଜନମଙ୍ଗଳ (ରାସୋଳ) ସଂଗଠନ ପକ୍ଷରୁ ଗତ ଶନିବାର, ୨୭.୦୬.୨୦୨୬ ରାତି ୧୦ଟା ସମୟରେ ଏକ ବିଷଧର ନାଗ ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହି ଉଦ୍ଧାର କାର୍ଯ୍ୟ ସଂଗଠନର ପ୍ରତିଷ୍ଠାତା ବିଭୁ ପ୍ରସାଦ ଶତପଥୀଙ୍କ ଉପସ୍ଥିତିରେ ସର୍ପ ଧରାଳୀ ସେବକ ଶୁଭେନ୍ଦୁ ସେଠୀ ଏବଂ ସହଯୋଗୀ କିର୍ତ୍ତୀ ରଞ୍ଜନ ନାଏକ ଓ ସୂର୍ଯ୍ୟକାନ୍ତ ନାଏକଙ୍କ ଦ୍ୱାରା ସମ୍ପାଦିତ ହୋଇଥିଲା।

ତେଲି ଭୁଇଁ ମାଚିଙ୍ଗ ସେଣ୍ଟରର ମାଲିକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାହୁଙ୍କ ଘର ଅଗଣାରେ ଏହି ନାଗ ସାପଟିକୁ ଦେଖିବାକୁ ମିଳିଥିଲା, ଯାହାର ବୟସ ପ୍ରାୟ ଏକ ବର୍ଷ ହେବ ବୋଲି ଆକଳନ କରାଯାଇଛି। ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଓମ୍ ଶାନ୍ତିର ହିନ୍ଦୋଳ ଶାଖା ମୁଖ୍ୟ ବି.କେ ଲକ୍ଷ୍ମୀବାଳାଙ୍କ ସୂଚନା ପରେ ସଂଗଠନ ଘଟଣାସ୍ଥଳରେ ପହଞ୍ଚିଥିଲା। ପ୍ରାୟ ଏକ ଘଣ୍ଟାର ପରିଶ୍ରମ ପରେ, ନାଳ ଭାଙ୍ଗି ତା' ଭିତରୁ ସାପଟିକୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ସାପଟିକୁ ଉଦ୍ଧାର କରିବା ପରେ ପାଞ୍ଚ ମାଇଲ ଦୂରରେ ଥିବା ଏକ ସଂରକ୍ଷିତ ଜଙ୍ଗଲରେ ତାହାର ପ୍ରାକୃତିକ ବାସସ୍ଥଳୀରେ ମୁକ୍ତ ଭାବେ ବିଚରଣ କରିବା ପାଇଁ ଛାଡି ଦିଆଯାଇଛି।

ସାପ ପରିବେଶର ସନ୍ତୁଳନ ରକ୍ଷା କରେ ବୋଲି ଗୁରୁତ୍ୱାରୋପ କରି ପ୍ରତିଷ୍ଠାତା ବିଭୁ ଶତପଥୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ଯେ, ସାପକୁ ନ ମାରି ତାକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ସଂଗଠନ ସହିତ ଯୋଗାଯୋଗ କରନ୍ତୁ। ସେ ଆହୁରି ମଧ୍ୟ ପରାମର୍ଶ ଦେଇଛନ୍ତି ଯେ, ଯଦି କେହି ସର୍ପ ଦଂଶନର ଶିକାର ହୁଅନ୍ତି, ତେବେ ଭୟଭୀତ ନ ହୋଇ କିମ୍ବା ଗୁଣିଗାରେଡ଼ି ଉପରେ ଭରସା ନ କରି ନିକଟସ୍ଥ ଡାକ୍ତରଖାନାକୁ ଯାଇ ଡାକ୍ତରଙ୍କ ପରାମର୍ଶ କ୍ରମେ ଆଣ୍ଟିଭେନମ ଇଞ୍ଜେକସନ ନେଇ ନିଜର ଜୀବନ ରକ୍ଷା କରିପାରିବେ। ସାପ ଉଦ୍ଧାର ହେବା ପରେ ଶ୍ରୀଯୁକ୍ତ ପ୍ରଫୁଲ୍ଲ ସାହୁଙ୍କ ପରିବାର ଭୟମୁକ୍ତ ହୋଇ ଜନମଙ୍ଗଳ ରାସୋଳ ସଂଗଠନ ତଥା ସର୍ପ ଧରାଳୀମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ସଂଗଠନ 'ଜୀବେ ଦୟାର ଆହ୍ୱାନ' ଏବଂ 'ସମଗ୍ର ଓଡ଼ିଶା ସେବା ଅଭିଯାନ' ଜାରି ରଖିଛି।
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    1 hr ago
  • ମଧ୍ୟପ୍ରଦେଶର ଛତରପୁର ଜିଲ୍ଲା ଅନ୍ତର୍ଗତ ରାଜନଗର ଥାନା ଅଞ୍ଚଳରେ ଥିବା କୁଟନୀ ଡ୍ୟାମ୍ ନିକଟରେ ଏକ ଅନିୟନ୍ତ୍ରିତ କାର୍ ପ୍ରାୟ ୨୦ ଫୁଟ୍ ଗଭୀର ଖାଲରେ ଖସିପଡ଼ିଛି। ଏହି ଦୁର୍ଘଟଣାରେ ଜଣେ ଶିଶୁ ଗୁରୁତର ଭାବେ ଆହତ ହୋଇଥିବାବେଳେ କାରରେ ଥିବା ଅନ୍ୟ ଯାତ୍ରୀମାନେ ମଧ୍ୟ ଆହତ ହୋଇଛନ୍ତି। ବାଟରେ ଯାଉଥିବା ସ୍ଥାନୀୟ ବାସିନ୍ଦା ରେହସାନ ଖାନ୍ (ଗୁଲର ଖାନ୍) ତାଙ୍କ ଚାରିଚକିଆ ଯାନ ସାହାଯ୍ୟରେ ସମସ୍ତ ଆହତଙ୍କୁ ଉଦ୍ଧାର କରି ରାଜନଗର ଡାକ୍ତରଖାନାରେ ପହଞ୍ଚାଇଥିଲେ। ସମସ୍ତ ଆହତଙ୍କ ଚିକିତ୍ସା ଚାଲିଛି ଏବଂ ଏହି ଦୁର୍ଘଟଣାରେ କୌଣସି ଜୀବନହାନି ଘଟିନଥିବା ଏକ ଆଶ୍ୱସ୍ତିକର ଖବର।
    1
    ମଧ୍ୟପ୍ରଦେଶର ଛତରପୁର ଜିଲ୍ଲା ଅନ୍ତର୍ଗତ ରାଜନଗର ଥାନା ଅଞ୍ଚଳରେ ଥିବା କୁଟନୀ ଡ୍ୟାମ୍ ନିକଟରେ ଏକ ଅନିୟନ୍ତ୍ରିତ କାର୍ ପ୍ରାୟ ୨୦ ଫୁଟ୍ ଗଭୀର ଖାଲରେ ଖସିପଡ଼ିଛି। ଏହି ଦୁର୍ଘଟଣାରେ ଜଣେ ଶିଶୁ ଗୁରୁତର ଭାବେ ଆହତ ହୋଇଥିବାବେଳେ କାରରେ ଥିବା ଅନ୍ୟ ଯାତ୍ରୀମାନେ ମଧ୍ୟ ଆହତ ହୋଇଛନ୍ତି।

ବାଟରେ ଯାଉଥିବା ସ୍ଥାନୀୟ ବାସିନ୍ଦା ରେହସାନ ଖାନ୍ (ଗୁଲର ଖାନ୍) ତାଙ୍କ ଚାରିଚକିଆ ଯାନ ସାହାଯ୍ୟରେ ସମସ୍ତ ଆହତଙ୍କୁ ଉଦ୍ଧାର କରି ରାଜନଗର ଡାକ୍ତରଖାନାରେ ପହଞ୍ଚାଇଥିଲେ। ସମସ୍ତ ଆହତଙ୍କ ଚିକିତ୍ସା ଚାଲିଛି ଏବଂ ଏହି ଦୁର୍ଘଟଣାରେ କୌଣସି ଜୀବନହାନି ଘଟିନଥିବା ଏକ ଆଶ୍ୱସ୍ତିକର ଖବର।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.