ପବିତ୍ର ଗହ୍ମାପୂର୍ଣିମା, ରାକ୍ଷୀ ପୂର୍ଣ୍ଣିମା ତଥା ବଳଭଦ୍ର ଠାକୁରଙ୍କ ଜନ୍ମ ତିଥିରେ ମୋ ଗାଁ #ଆମ୍ବଡାଳି, ମୟୂରଭଞ୍ଜ ରେ ଆଜି ବଳଭଦ୍ର ଠାକୁରଙ୍କ ପୂଜାର୍ଚ୍ଚନା 🙏 ⚫❗⚫ *ll ଶ୍ରୀ ବଳଭଦ୍ର ଜନ୍ମ ll* ଦୋର୍ଭ୍ୟାଂ ଶୋଭିତ ଲାଙ୍ଗଳଂ ସମୁଷଳଂ କାଦମ୍ବରୀ ଚଞ୍ଚଳଂ ରତ୍ନାଢ଼୍ୟଂବର କୁଣ୍ଡଳଂ ଭୁଜବଳୈରାକ୍ରାନ୍ତଭୂମଣ୍ଡଳମ୍ ବଜ୍ରାଭ ମଳଚାରୁ ଗଣ୍ଡଯୁଗଳଂ ନାଗେନ୍ଦ୍ର ଚୁଡ଼ୋ ଜ୍ୱଳଂ ସଂଗ୍ରାମେ ଚପଳଂ ଶଶାଙ୍କ ଧବଳଂ ଶ୍ରୀ କାମପାଳଂ ଭଜେ।। ଝୁଲଣ ଯାତ୍ରା କାଳରେ ପଡ଼ୁଥିବା ଶ୍ରାବଣ ପୂର୍ଣ୍ଣିମାକୁ ଝୁଲଣ ପୂର୍ଣ୍ଣିମା କୁହାଯାଏ । ଏହା ମଧ୍ୟ ଗହ୍ମାପୂର୍ଣ୍ଣିମା । ଶ୍ରୀମନ୍ଦିରର ଏହା ଏକ ବିଶିଷ୍ଟ ଦିନ । ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ଦିନ ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ଜନ୍ମୋତ୍ସଵ ପାଳନ କରା ଯାଇଥାଏ । ଜଗନ୍ନାଥ ଦାସଙ୍କ ନବାକ୍ଷରୀ ଓଡ଼ିଆ ‘ଭାଗବତ’ର ଦଶମ ସ୍କନ୍ଧରେ ଶ୍ରୀବଳଭଦ୍ରଙ୍କର ଜନ୍ମବୃତ୍ତାନ୍ତ ବର୍ଣ୍ଣିତ ଅଛି। ସେଥିରେ କୁହାଯାଇଛି- ଅସୁରଙ୍କ ଉତ୍ପାତରେ ଭୂମି ଥରହର ହୋଇ କମ୍ପିବାରୁ ପୃଥ୍ବୀଦେବୀ ମାୟାସୁରଭି ରୂପରେ ଯାଇ ବ୍ରହ୍ମାଙ୍କର ଶରଣ ପଶିଲେ। ଫଳରେ ବ୍ରହ୍ମା, ଶିବ ଓ ଅନ୍ୟାନ୍ୟ ଦେବତାଙ୍କୁ ନେଇ, କ୍ଷୀରସାଗରରେ ଅନନ୍ତ ଶୟନରେ ଥିବା ବିଷ୍ଣୁଙ୍କ ନିକଟକୁ ଗଲେ। ସବୁ କଥା ଶୁଣି ବିଷ୍ଣୁ ତାଙ୍କୁ ଯାହା କହିଲେ, ସେହି ପ୍ରସଙ୍ଗରେ ଶ୍ରୀବଳଭଦ୍ରଙ୍କର ଜନ୍ମବୃତ୍ତାନ୍ତ ବର୍ଣ୍ଣିତ ହୋଇଛି। ବ୍ରହ୍ମା ଦେବଗଣଙ୍କୁ କହିଲେ- ହେ ଦେବଗଣ, ଶୁଣ! ନାରାୟଣ କହିଲେ, ସେ ଯାଦବ ବସୁଦେବଙ୍କ ଘରେ, ଦେବକୀଙ୍କ ପୁତ୍ର ରୂପେ ଜନ୍ମନେବେ। କିନ୍ତୁ ତାଙ୍କର କଳାରେ ପ୍ରଥମେ ଅନନ୍ତ ବା ଶ୍ରୀବଳଭଦ୍ର ଦେବକୀଙ୍କର ଗର୍ଭଗତ ହେବେ। ମହାମାୟା ଯୋଗ ବଳରେ ସେହି ଗର୍ଭକୁ ଆକର୍ଷଣ କରି, ବା ହରଣ କରିନେଇ, ନନ୍ଦରାଜାଙ୍କ ଘରେ ଥିବା ରୋହିଣୀଙ୍କ ଗର୍ଭରେ ସ୍ଥାପନ କରିବେ। ଫଳରେ ରୋହିଣୀଙ୍କ ଗର୍ଭରୁ ସଂକର୍ଷଣ ଶ୍ରୀବଳଭଦ୍ର ଜନ୍ମନେବେ। ଏ ସଂପର୍କରେ, ଭାଗବତର ଦଶମ ସ୍କନ୍ଧ, ତୃତୀୟ ଅଧ୍ୟାୟରେ ବର୍ଣ୍ଣନା ଅଛି ଯେ ବିଷ୍ଣୁଙ୍କ ପରାମର୍ଶରେ, ମହାମାୟା ମହା ଆନନ୍ଦରେ ମର୍ତ୍ତ୍ୟଲୋକର ମଥୁରା ନଗରୀକୁ ଆସିଲେ ଏବଂ କଂସର ବନ୍ଦୀଶାଳାରୁ ଦେବକୀଙ୍କର ଗର୍ଭକୁ ହରିନେଇ ଗୋପନଗ୍ରରେ ରୋହିଣୀଙ୍କ ଗର୍ଭରେ ସ୍ଥାପନ କଲେ। ତାହା ଫଳରେ ଶ୍ରାବଣ ପୂର୍ଣ୍ଣିମା ଦିନ ଶ୍ରୀବଳଭଦ୍ର ଜନ୍ମ ନେଲେ। ଏହି ପବିତ୍ର ଜନ୍ମୋତ୍ସଵ ବିଧି ବିଧାନର ସହ ଶ୍ରୀମନ୍ଦିର ରେ ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିରରେ ଏହି ଦିନ ଭୋଗମଣ୍ଡପ ଶେଷ ହେବା ପରେ ତିନିବାଡ଼ରେ ମଇଲମ ହୋଇ ମହାସ୍ନାନ ହୁଏ । ପରେ ତିନିବାଡ଼ରେ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତଙ୍କଦ୍ୱାରା ସର୍ବାଙ୍ଗ ନୀତି ହୁଏ । ତା’ ପରେ ଦିଅଁମାନେ ବୋଇରାଣୀ ପତନି ନୂଆ ଲୁଗା ଲାଗି ହୁଅଛି ଓ ଦ୍ବିପ୍ରହର ଧୂପପାଇଁ ବେଶ ହୁଅନ୍ତି । ଏହି ବେଶରେ ତିନି ଖଣ୍ଡ ଆଜ୍ଞା ମାଳ (ଦକ୍ଷିଣ ଭୁଜ -୧, ବାମ ଭୁଜ-୨) ମହାପ୍ରଭୁ ଲାଗି ହୋଇଥାନ୍ତି । ଚାରିଟି ପାଟ ରାକ୍ଷୀ ଓ ଗୁଆର ମାଳି ଲାଗି ହୁଏ । ପାଣି ପଡ଼ି ଭିତର ଧୋପଖାଳ ହୁଏ । ସିଂହାସନ ତଳେ ବଳଭଦ୍ର ଠାକୁରଙ୍କ ବାଡ଼ ଆଡ଼େ ଷଷ୍ଠୀ ମାର୍କଣ୍ଡି ଓ ବରୁଣ ପୂଜାର ’ ସୁଧ ସୁଆର କିମ୍ବା ଆସ୍ଥାନ ପଢ଼ିଆରୀ କରନ୍ତି ।ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ଏହି ପୂଜା କରନ୍ତି । ଏହି ପୂଜା ଶେଷ ପରେ ଭିତର ପାଣି ପଡ଼ି ଧୋପଖାଳ ହୁଏ । ଏହା ପରେ ଦ୍ବିପ୍ରହର ଧୂପ ସହ ଯାତ୍ରାଙ୍ଗୀ ଭୋଗ ଛାମୁକୁ ଆସେ । ପୂଜାପଣ୍ଡା ତିନି ଜଣ ଷୋଡଶ ଉପଚାରରେ ପୂଜା କରନ୍ତି । ମଣୋହି ପରେ ଟେରାଫିଟା ଆଳତି ହୁଏ । ସୁଧ ସୁଆର ବଡ଼ବାଡ଼ (ବଳଭଦ୍ରଙ୍କ ବାଡ଼ରେ ମଙ୍ଗଳାର୍ପଣ ସାମଗ୍ରୀ ରଖନ୍ତି । ପୂଜାପଣ୍ଡା ବଡ଼ ବାଡ଼ରେ ମଙ୍ଗଳାର୍ପଣ କରନ୍ତି । ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ତିନି ବାଡ଼ରେ ବନ୍ଦାପନା କରନ୍ତି । ଏହା ପରେ ମହାଜନେ ମଦନମୋହନଙ୍କୁ ରତ୍ନ ସିଂହାସନକୁ ବିଜେ କରାନ୍ତି । ପୂଜାପଣ୍ଡା ଆଜ୍ଞାମାଳ ଦେଲା ପରେ ଶ୍ରୀଦେବୀ, ଭୂଦେବୀ ଓ ମଦନମୋହନ ଝୁଲଣମଣ୍ଡପକୁ ବିଜେ କରନ୍ତି ।ଏହାପରେ ସୁଦର୍ଶନଙ୍କ ବିଜେ ପାଇଁ ଦଇତାପତିମାନଙ୍କୁ ଡକାଯାଏ ।ଦଇତାପତିମାନେ ସିଂହାସନକୁ ଉଠନ୍ତି । ଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଗୋଟିଏ ଆଜ୍ଞାମାଳ ସୁଦର୍ଶନ ପାଆନ୍ତି ଦଇତାମାନେ ସୁଦର୍ଶନଙ୍କୁ ଜଗମୋହନରେ ଥିବା ଚଉଦୋଳରେ ବସାନ୍ତି । ସେଠାରେ ପାଟପତନି, ଚୂଳ ଲାଗି କରାଯାଏ । ଏହା ପରେ ବିମାନବଡୁମାନେ ସୁଦର୍ଶନଙ୍କୁ ଚଉଦୋଳରେ ନେଇ ଝୁଲଣ ମଣ୍ଡପରେ ବିଜେ କରାନ୍ତି । ସେଠାରେ ସୁଦର୍ଶନଙ୍କୁ ସୁବ କମରପଟି ଓ ହରଡ଼ମାଳ ଲାଗି କରାଯାଏ । ତା'ପରେ ବିମାନବଡୁମାନେ ସୁଦର୍ଶନଙ୍କୁ ବିମାନରେ ନେଇ ମାର୍କଣ୍ଡଙ୍କ ଠା’କୁ ଯାଆନ୍ତି ଓ ସେଠାରେ ମଣ୍ଡପ ଉପରେ ବିଜେ କରାନ୍ତି । ଏଠାରେ ସୁଧ ସୁଆର ଚିକିଟା ମାଟିରେ ବଳଭଦ୍ର ମୂର୍ତ୍ତି ନିର୍ମାଣ କରନ୍ତି । ପୂଜାପଣ୍ଡା ଉକ୍ତ ମୃତିକୁ ଜୀବନ୍ୟାସ ଦେଇ ଜାତକର୍ମ କରନ୍ତି । ମୁଦିରସ୍ତ ପ୍ରସାଦ ଲାଗି କରନ୍ତି ।ପୂଜାପଣ୍ଡା ପଞ୍ଚ ଉପଚାରରେ ଶୀତଳ ମଣୋହି କରାନ୍ତି । ତା’ ପରେ ବନ୍ଦାପନା ହୋଇ, ବଳଭଦ୍ର ପିତୁଳାକୁ ଜଳରେ ବିସର୍ଜନ କରାଯାଏ । ଏହା ପରେବିମାନବଡ଼ମାନେ ବିମାନରେ ସୁଦର୍ଶନଙ୍କୁ ନେଇ ଚାରି ଆଶ୍ରମ, ନଗର ଭ୍ରମଣ କରାଇ ଶ୍ରୀମନ୍ଦିରକୁ ବିଜେ କରାନ୍ତି । ସୁଦର୍ଶନ ରତ୍ନ ସିଂହାସନକୁ ବିଜେ କରିବା ପରେ ପାଳିଆ ମେକାପ ସିଂହାସନ ଧୁଅନ୍ତି । ସୁଧ ସୁଆର ଚାରି ବାଡ଼ରେ ସିଂହାସନ ତଳେ ମହାସ୍ନାନ ପୂଜା ପା’ କରନ୍ତି । ଚାରିଜଣ ପୂଜାପଣ୍ଡା ଆସି ମହାସ୍ନାନ ବଢ଼ାନ୍ତି । ମହାସ୍ନାନ ପରେ ପୁଷ୍ପାଳକମାନେ ମଇଲମ କରି ଦିଅଁମାନଙ୍କର ବେଶ ବଢ଼ାନ୍ତି । ତା'ପରେ ସିଂହାସନରୁ ଓହ୍ଲାଇ ସଂଧ୍ୟା ଆଳତି କରନ୍ତି । ଏହା ପରେ ଧୋପଖାଳ ହୋଇ ସୁଆରବଡ଼ୁ ଥାଳି ପକାଇବା ପରେ ପାଳିଆ ପ୍ରତିହାରୀ ରୋଷକୁ ସଂଧ୍ୟା ଧୂପ ଡାକିଯାଏ ।ରୋଷରୁ ଭୋଗ ଆସିବା ପରେ ପତ୍ରିବଡ଼ୁ ଚାରିବାଡ଼ରେ ପୂଜା ଠା' କରନ୍ତି ।ଚାରିଜଣ ପୂଜାପଣ୍ଡା ଷୋଡ଼ଶ ଉପଚାରରେ ପୂଜା କରନ୍ତି । ତିନିଜଣ ପୂଜାପଣ୍ଡା ସିଂହାସନ ଉପରେ ବସନ୍ତି ଓ ଜଣେ ତଳେ ସୁଦର୍ଶନଙ୍କ ବାଡ଼ରେ ବସନ୍ତି । ସଂଧ୍ୟା ଧୂପ ସମାପ୍ତି ପରେ ସୁଦର୍ଶନଙ୍କ ବାଡ଼ରେ ବନ୍ଦାପନା ହୁଏ । ମୁଦିରସ୍ତ ସୁଦର୍ଶନଙ୍କ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରନ୍ତି । ଏହା ପରେ ଅନ୍ୟାନ୍ୟ ଦୈନନ୍ଦିନ ନୀତି ହୁଏ । ବନ୍ଦଇ ରୋହିଣୀ ବସୁଦେବ ସୁତ ଦେବ ବଳରାମ ଶ୍ରୀକୃଷ୍ଣ ଅଗ୍ରଜ ହଳୀ କାମପାଳ ବଳେ ଅନୁପମ । ହଳାୟୁଧ ରାମ ମୁଷଳଧାରଣ ବଳଭଦ୍ର ଦେବ ରେବତୀରମଣ କାଳିନ୍ଦୀକର୍ଷଣ ବଳିଷ୍ଠଯାଦବ । କଂସବନ୍ଦୀଶାଳେ ସପ୍ତମଗର୍ଭରେ ହୋଇଲ ପ୍ରବେଶ ଦେଖି ଭୟକଲା ଭୋଜରାଜ ବନ୍ଦୀଗୃହର ପ୍ରକାଶ । ମାତାଙ୍କ ବିକଳ ଜାଣି ଆଦିମୂଳ ଭଗବାନ କୃଷ୍ଣ ସୁମରଣା କଲେ ଦେବୀ ଯୋଗମାୟା ମିଳିଲେ ତତ୍କ୍ଷଣ । ଯୋଗବଳେ ଯୋଗମାୟା ହରିନେଲେ ଦେବକୀଙ୍କଗର୍ଭ ବସୁଦେବନାରୀ ରୋହିଣୀଙ୍କ ଗର୍ଭେ କରିଲେ ସମ୍ଭବ । ଶ୍ରାବଣ ପୂର୍ଣ୍ଣିମାଦିନ ଅବତୀର୍ଣ୍ଣ ହୋଇଲ ଗୋସାଇଁ ଅପୁତ୍ରୀକ ନନ୍ଦ ହେଲେ ମହାନନ୍ଦ ପୁତ୍ରମୁଖ ଚାହିଁ । ପରବର୍ତ୍ତୀ କାଳେ ଶ୍ରୀକୃଷ୍ଣ ଜନମି ଦେବକୀ ଉଦରେ ଯଶୋଦା ପାଇଲେ ବିଜୁଳୀକନ୍ଯାଙ୍କୁ ଦୁହିତା ରୂପରେ । ବସୁଦେବ ଥୋଇକୃଷ୍ଣଙ୍କୁ ଗୋପରେ ଘେନିଗଲେ କନ୍ଯା କଂସର ହାତରୁ ଉଛୁଳି ସେ'କନ୍ଯା ଶୁନ୍ଯରେ ଗମନା । ଏଣେ ନନ୍ଦରାଜା ଗୋପରେ କରିଲେ ମହାନନ୍ଦୋତ୍ସବେ ଡକାଇ ଆଣିଲେ ଶ୍ରୀଗର୍ଗାଚାର୍ଯ୍ଯଙ୍କୁ ନାମ ପ୍ରଦାନିବେ । ତୁମ୍ଭଙ୍କୁ ଧରିଣ ବୋଲନ୍ତି ଗାର୍ଗବ ଏହି ଯେ'ଅନନ୍ତ ଶ୍ରୀହରି କଳାରେ ଏପୁଣି ହୋଇବେ ମହା ତେଜୋବନ୍ତ । ବଳରେ ନୋହିବେ କେହିସମ ନାମହେବ ବଳରାମ ହଳାୟୁଧ ହେବେ କୃଷିରଦେବତା ଧରିବେ ସେ'ନାମ । କାଦମ୍ବରୀ ପାନେ ଚଞ୍ଚଳ ହୋଇଣ ଅଦଭୁତ ତେଜ ଗଦାଧାରୀ ପୁଣି ମୂଷଳଧାରଣେ ମହା ବଳବୀର୍ଯ୍ଯ । ପ୍ରଣାମ କରିଲେ ଗର୍ଗମୁନି ପୁଣି ଚାହିଁ ଶ୍ରୀବଳରାମଙ୍କୁ କେତେ ବଳବୀର୍ଯ୍ଯ ସହିତ ଔଦାର୍ଯ୍ଯ କେ'ଜାଣେ ତୁମ୍ଭଙ୍କୁ । ଆହେ ଦେବହଳୀ ତୁମ୍ଭପାଦେ ଅଳିକରେ ଏ ତପନ ସକଳ ଜଗତ ଦୁଃଖ ନିବାରଣେ କର କୃପାଦାନ ॥🙏❤️ ⚫❗⚫ -: *ରାକ୍ଷୀ ପୂର୍ଣ୍ଣିମା :-* " ନାସି ଗଙ୍ଗା ସଂମ ନାସ୍ତି ସ୍ବାସ୍ତ୍ରା ମାନ୍ୟା " ଅର୍ଥାତ ଭଗିନୀ ଠାରୁ ଅଧିକ ଆଦରଣୀୟ ଓ ସ୍ନେହଶିଳା କେହି ନାହିଁ , ଆଉ ସେଥିପାଇଁ ବର୍ଷକର ଜୀବନରେ ଥରୁଟିଏ ସଂକଳ୍ପକୁ ଦୋହରାଇବାକୁ ସୁଯୋଗ ଆସେ ସବୁ ଭାଇ ଓ ଭଉଣୀ ମାନଙ୍କ ଭାଗ୍ୟେ । ସେହି ଦିନଟି ଶ୍ରାବଣ ପୂର୍ଣ୍ଣିମା ଅବା ଗହ୍ମା ପୂର୍ଣ୍ଣିମା ଅଥବା ଆଞ୍ଚଳିକ ତଥା ସାମାଜିକ ମତେ ରକ୍ଷା ପୂର୍ଣ୍ଣିମା ଭଳି ଓଡ଼ିଆ ତିଥିରେ ଯେମିତି ଅନେକ କିମ୍ବଦନ୍ତୀ ଓ ପ୍ରଥାକୁ ଗୋଟିଏ ଡୋରି ରେବାନ୍ଧି ରଖିଲା ଭଳି ଏହି ଦିନଟି ଯୁଗର ଆରମ୍ଭ ପୂର୍ବରୁ ନିଜର ସ୍ଥିତି ଅତୁଟ ରଖିଛି । ଆମ ସଂସ୍କୃତି ହେଉଛି ଜଗନ୍ନାଥ ସଂସ୍କୃତି ଗହ୍ମା ପୂର୍ଣ୍ଣମୀ ଦିନ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ ଭାଇ ଶ୍ରୀବଳଭଦ୍ରଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ରାକ୍ଷୀ ବାନ୍ଧିଥାନ୍ତି ଗେହ୍ଲା ଭଉଣୀ ସୁଭଦ୍ରା । ଏଥିପାଇଁ ଶ୍ରୀମନ୍ଦିରର ପାଟରା ବିଶୋଇ ସେବାୟତ ପ୍ରସ୍ତୁତ କରିଥାନ୍ତି ସ୍ୱତନ୍ତ୍ର ପାଟରାକ୍ଷୀ ଓ ଗୁଆମାଳ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ବାସୁଙ୍ଗା ପାଟରେ ପ୍ରଭୂଙ୍କ ପାଇଁ ତିଆରି ହୋଇସରିଛି ୪ଟି ରଙ୍ଗର ରାକ୍ଷୀ । ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କର ଚିତାଲାଗି , ରାକ୍ଷୀ ପୂର୍ଣ୍ଣିମା , ରେଖା ପଞ୍ଚମୀ ସମୟରେ ବାସୁଙ୍ଗାପାଟର ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ପାଟରା ବିଶୋଇ ସେବାୟତଙ୍କୁ ୧୫ କିଲୋ ବାସୁଙ୍ଗା ପାଟ ଦିଆଯାଇଥାଏ । ଏହି ୪ଟି ରାକ୍ଷୀ ସହିତ ୫୪ଟି ଲେଖାଏଁ ଗୁଆରେ ୪ଟି ଗୁଆମାଳ ମଧ୍ୟ ପ୍ରସ୍ତୁତ କରାଯାଇଛି । ହଳଦିଆ , ନାଲିରଙ୍ଗର ରାକ୍ଷୀ ଓ ଗୁଆମାଳ ଜଗନ୍ନାଥଙ୍କୁ , ନେଳି ଓ ବାଇଗଣୀ ରଙ୍ଗର ରାକ୍ଷୀ ବଳଭଦ୍ରଙ୍କୁ ଲାଗିକରାଯାଏ । ଏହାକୁ ରାକ୍ଷୀ ପୂର୍ଣ୍ଣିମା ଦିନ ଗୋପାଳବଲ୍ଲଭ ଧୁପ ପରେ ପାଟେରା ବିଶୋଇ ମନ୍ଦିରକୁ ନେଇ ମେକାପକୁ ଦେଇଥାନ୍ତି । ସିଂହାରି ସେବକମାନେ ଦେବୀ ସୁଭଦ୍ରାନଙ୍କ ତରଫରୁ ଏହି ରାକ୍ଷୀକୁ ମହାପ୍ରଭୁଙ୍କୁ ଲାଗିକରିଥାନ୍ତି । ବ୍ରାହ୍ମଣମାନେ ଏହିଦିନ ପବିତ୍ର ବୁଡ଼ ପକାଇ ଶ୍ଲୋକ ଉଚ୍ଚାରଣ ସହ ଯଜ୍ଞୋପବୀତ ଧାରଣ କରିଥାନ୍ତି ।ବ୍ରାହ୍ମଣଙ୍କଦ୍ୱାରା କରାଯାଉଥିବା ଉତ୍ସବକୁ ବ୍ରହ୍ମୟଜ୍ଞ ମଧ୍ୟ କୁହାଯାଏ l ବ୍ରାହ୍ମଣମାନେ ଏହି ଦିନ ମନ୍ତୁରା ପଇତା ମଧ୍ୟ ପ୍ରଦାନ କରିଥାନ୍ତି, ଏହି ପଇତା ପିନ୍ଧିଲେ ବ୍ରହ୍ମରାକ୍ଷସ କବଳରୁ ମୁକ୍ତି ମିଳେ ବୋଲି ମଧ୍ୟ ବିଶ୍ୱାସ ରହିଛି । ପୁରାଣ ମତେ ଅସୁର ରାଜା ବଳି ଭଗବାନ ବିଷ୍ଣୁଙ୍କର ଜଣେ ବଡ଼ ଭକ୍ତ ଥିଲେ। ରାଜା ବଳି ଥିଲେ ମହାଦାନୀ। ଭଗବାନ ବିଷ୍ଣୁ଼ ବାମନ ଅବତାର ଧାରଣ କରି ରାଜା ବଳିଙ୍କ ପାଖକୁ ଭିକ୍ଷା ଆଣିବାକୁ ଯାଇଥିଲେ। ବ୍ରାହ୍ମଣ ଭାବେ ବଳିଙ୍କୁ ତିନି ପାଦ ଭୂମି ମାଗିଥିଲେ। ରାଜା ବଳି ତିନି ପାଦ ଭୂମି ଦାନ ପାଇଁ ସତ୍ୟ କରିଥିଲେ। ହେଲେ ଭଗବାନ ବାମନ ନିଜ ବିରାଟ ସ୍ୱରୂପରେ ସମଗ୍ର ସଂସାରକୁ ଦୁଇ ପାଦରେ ମାପି ନେଇଥିଲେ। ତୃତୀୟ ପାଦ ରଖିବାକୁ ସ୍ଥାନ ନ ଥିବାରୁ, ବଳି ନିଜ ମଥା ଉପରେ ପାଦ ରଖିବାକୁ କହିଥିଲେ। ବଳିଙ୍କ ଗର୍ବ ଚୂର୍ଣ୍ଣ ହେବା ପରେ, ତାଙ୍କୁ ପାତାଳକୁ ନିକ୍ଷେପ କରିଥିଲେ ଭଗବାନ। ହେଲେ ତାଙ୍କ ଦାନ ପଣିଆରେ ସନ୍ତୁଷ୍ଟ ହୋଇ ବିଷ୍ଣୁ ତାଙ୍କୁ ବର ମାଗିବାକୁ କହିଥିଲେ। ବଳି ଅତି ଚତୁରତାର ସହ ତାଙ୍କ ସହ ଭଗବାନ ପାତାଳରେ ବାସ କରନ୍ତୁ ବୋଲି ବର ମାଗି ନେଇଥିଲେ। ବାମନ ରୂପୀ ଭଗବାନ ବିଷ୍ଣୁ ସତ୍ୟ ରକ୍ଷା କରି ପାତାଳରେ ରହିବାକୁ ଲାଗିଲେ।ଏହା ଦେଖି ସମସ୍ତ ଦେବତା ଏବଂ ଦେବୀ ଲକ୍ଷ୍ମୀ ବିଚଳିତ ହୋଇପଡ଼ିଲେ। ଭଗବାନ ନିଜ ସ୍ଥାନକୁ କିପରି ଫେରିବେ ସେ ନେଇ ଚିନ୍ତିତ ହୋଇପଡ଼ିଲେ ଦେବୀ ଲକ୍ଷ୍ମୀ। ଶେଷରେ ଜଣେ ବ୍ରାହ୍ମଣୀର ରୂପ ଧାରଣ କରି ଲକ୍ଷ୍ମୀ ପାତାଳକୁ ପ୍ରବେଶ କଲେ। ବୃଦ୍ଧ ବ୍ରାହ୍ମଣୀ ରୂପ ଧାରଣ କରିଥିବା ଦେବୀ ଲକ୍ଷ୍ମୀ ବଳିଙ୍କ ହାତରେ ଏକ ରକ୍ଷା ସୂତ୍ର ବାନ୍ଧି ତାଙ୍କୁ ଭ୍ରାତା ବୋଲି ସମ୍ୱୋଧନ କରିଥିଲେ। ରାଜା ବଳି ତାଙ୍କ ଅବସ୍ଥା ଦେଖି ତାଙ୍କୁ କିଛି ମାଗିବାକୁ କହିଲେ। ନିଜ ପତିଙ୍କୁ ନିଜ ସହ ନେଇଯିବା ଲାଗି ବର ମାଗିଥିଲେ ଲକ୍ଷ୍ମୀ। ରାଜା ବଳି ମା’ ଲକ୍ଷ୍ମୀଙ୍କୁ ଚିହ୍ନିପାରି ତାଙ୍କୁ ଭାଇ କରିଥିବାରୁ ନିଜକୁ କୃତାର୍ଥ ମନେ କରିଥିଲେ। ରକ୍ଷାସୂତ୍ର ପିନ୍ଧାଇ ଭାଇ କରିଥିବାରୁ, ନିଜ ଭଗ୍ନୀଙ୍କ ଇଚ୍ଛା ପୂରଣ କରିବାକୁ ଯାଇ ବାମନ ରୂପୀ ଭଗବାନ ବିଷ୍ଣୁଙ୍କୁ ବୈକୁଣ୍ଠକୁ ଫେରିବାକୁ ଅନୁରୋଧ କରିଥିଲେ । ମହାଭାରତରେ ମଧ୍ୟ ଏପରି ଏକ ପୌରାଣିକ କଥା ରହିଛି। କାହାଣୀଟି କୃଷ୍ଣ ଓ ଦ୍ରୌପଦୀଙ୍କୁ ନେଇ। ଶ୍ରୀକୃଷ୍ଣ ଅତ୍ୟାଚାରୀ ଶିଶୁପାଳକୁ ବଧ କରିବା ବେଳେ ତାଙ୍କର ଅଙ୍ଗୁଳି କଟି ଯାଇଥିଲା। ସେଥିରୁ ରକ୍ତ ବାହାରିବା ଦେଖି ଦ୍ରୌପଦୀ ନିଜ ପିନ୍ଧା ଶାଢ଼ୀ ଚିରି ସେଥିରେ ଗୁଡ଼ାଇ ଦେଇଥିଲେ। ଫଳରେ ରକ୍ତ ବନ୍ଦ ହେଇଯାଇଥିଲା। ଦ୍ରୌପଦୀଙ୍କ ମଧ୍ୟରେ ଶ୍ରୀକୃଷ୍ଣ ଭଉଣୀର ସ୍ନେହ ପାଇଥିଲେ। ଯେତେବେଳେ କୁରୁସଭାରେ ଦ୍ରୌପଦୀଙ୍କୁ କୌରବ ମାନେ ବିବସନା କରିବାକୁ ଉଦ୍ୟତ ହେଲେ ସେତେବେଳେ ଶ୍ରୀକୃଷ୍ଣ ସହସ୍ର ବସ୍ତ୍ର ଦାନକରି ଦ୍ରୌପଦୀଙ୍କ ମାନ ରକ୍ଷା କରିଥିଲେ।🙏❤️ ସଂଗୃହୀତ
ପବିତ୍ର ଗହ୍ମାପୂର୍ଣିମା, ରାକ୍ଷୀ ପୂର୍ଣ୍ଣିମା ତଥା ବଳଭଦ୍ର ଠାକୁରଙ୍କ ଜନ୍ମ ତିଥିରେ ମୋ ଗାଁ #ଆମ୍ବଡାଳି, ମୟୂରଭଞ୍ଜ ରେ ଆଜି ବଳଭଦ୍ର ଠାକୁରଙ୍କ ପୂଜାର୍ଚ୍ଚନା 🙏 ⚫❗⚫ *ll ଶ୍ରୀ ବଳଭଦ୍ର ଜନ୍ମ ll* ଦୋର୍ଭ୍ୟାଂ ଶୋଭିତ ଲାଙ୍ଗଳଂ ସମୁଷଳଂ କାଦମ୍ବରୀ ଚଞ୍ଚଳଂ ରତ୍ନାଢ଼୍ୟଂବର କୁଣ୍ଡଳଂ ଭୁଜବଳୈରାକ୍ରାନ୍ତଭୂମଣ୍ଡଳମ୍ ବଜ୍ରାଭ ମଳଚାରୁ ଗଣ୍ଡଯୁଗଳଂ ନାଗେନ୍ଦ୍ର ଚୁଡ଼ୋ ଜ୍ୱଳଂ ସଂଗ୍ରାମେ ଚପଳଂ ଶଶାଙ୍କ ଧବଳଂ ଶ୍ରୀ କାମପାଳଂ ଭଜେ।। ଝୁଲଣ ଯାତ୍ରା କାଳରେ ପଡ଼ୁଥିବା ଶ୍ରାବଣ ପୂର୍ଣ୍ଣିମାକୁ ଝୁଲଣ ପୂର୍ଣ୍ଣିମା କୁହାଯାଏ । ଏହା ମଧ୍ୟ ଗହ୍ମାପୂର୍ଣ୍ଣିମା । ଶ୍ରୀମନ୍ଦିରର ଏହା ଏକ ବିଶିଷ୍ଟ ଦିନ । ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ଦିନ ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ଜନ୍ମୋତ୍ସଵ ପାଳନ କରା ଯାଇଥାଏ । ଜଗନ୍ନାଥ ଦାସଙ୍କ ନବାକ୍ଷରୀ ଓଡ଼ିଆ ‘ଭାଗବତ’ର ଦଶମ ସ୍କନ୍ଧରେ ଶ୍ରୀବଳଭଦ୍ରଙ୍କର ଜନ୍ମବୃତ୍ତାନ୍ତ ବର୍ଣ୍ଣିତ ଅଛି। ସେଥିରେ କୁହାଯାଇଛି- ଅସୁରଙ୍କ ଉତ୍ପାତରେ ଭୂମି ଥରହର ହୋଇ କମ୍ପିବାରୁ ପୃଥ୍ବୀଦେବୀ ମାୟାସୁରଭି ରୂପରେ ଯାଇ ବ୍ରହ୍ମାଙ୍କର ଶରଣ ପଶିଲେ। ଫଳରେ ବ୍ରହ୍ମା, ଶିବ ଓ ଅନ୍ୟାନ୍ୟ ଦେବତାଙ୍କୁ ନେଇ, କ୍ଷୀରସାଗରରେ ଅନନ୍ତ ଶୟନରେ ଥିବା ବିଷ୍ଣୁଙ୍କ ନିକଟକୁ ଗଲେ। ସବୁ କଥା ଶୁଣି ବିଷ୍ଣୁ ତାଙ୍କୁ ଯାହା କହିଲେ, ସେହି ପ୍ରସଙ୍ଗରେ ଶ୍ରୀବଳଭଦ୍ରଙ୍କର ଜନ୍ମବୃତ୍ତାନ୍ତ ବର୍ଣ୍ଣିତ ହୋଇଛି। ବ୍ରହ୍ମା ଦେବଗଣଙ୍କୁ କହିଲେ- ହେ ଦେବଗଣ, ଶୁଣ! ନାରାୟଣ କହିଲେ, ସେ ଯାଦବ ବସୁଦେବଙ୍କ ଘରେ, ଦେବକୀଙ୍କ ପୁତ୍ର ରୂପେ ଜନ୍ମନେବେ। କିନ୍ତୁ ତାଙ୍କର କଳାରେ ପ୍ରଥମେ ଅନନ୍ତ ବା ଶ୍ରୀବଳଭଦ୍ର ଦେବକୀଙ୍କର ଗର୍ଭଗତ ହେବେ। ମହାମାୟା ଯୋଗ ବଳରେ ସେହି ଗର୍ଭକୁ ଆକର୍ଷଣ କରି, ବା ହରଣ କରିନେଇ, ନନ୍ଦରାଜାଙ୍କ ଘରେ ଥିବା ରୋହିଣୀଙ୍କ ଗର୍ଭରେ ସ୍ଥାପନ କରିବେ। ଫଳରେ ରୋହିଣୀଙ୍କ ଗର୍ଭରୁ ସଂକର୍ଷଣ ଶ୍ରୀବଳଭଦ୍ର ଜନ୍ମନେବେ। ଏ ସଂପର୍କରେ, ଭାଗବତର ଦଶମ ସ୍କନ୍ଧ, ତୃତୀୟ ଅଧ୍ୟାୟରେ ବର୍ଣ୍ଣନା ଅଛି ଯେ ବିଷ୍ଣୁଙ୍କ ପରାମର୍ଶରେ, ମହାମାୟା ମହା ଆନନ୍ଦରେ ମର୍ତ୍ତ୍ୟଲୋକର ମଥୁରା ନଗରୀକୁ ଆସିଲେ ଏବଂ କଂସର ବନ୍ଦୀଶାଳାରୁ ଦେବକୀଙ୍କର ଗର୍ଭକୁ ହରିନେଇ ଗୋପନଗ୍ରରେ ରୋହିଣୀଙ୍କ ଗର୍ଭରେ ସ୍ଥାପନ କଲେ। ତାହା ଫଳରେ ଶ୍ରାବଣ ପୂର୍ଣ୍ଣିମା ଦିନ ଶ୍ରୀବଳଭଦ୍ର ଜନ୍ମ ନେଲେ। ଏହି ପବିତ୍ର ଜନ୍ମୋତ୍ସଵ ବିଧି ବିଧାନର ସହ ଶ୍ରୀମନ୍ଦିର ରେ ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିରରେ ଏହି ଦିନ ଭୋଗମଣ୍ଡପ ଶେଷ ହେବା ପରେ ତିନିବାଡ଼ରେ ମଇଲମ ହୋଇ ମହାସ୍ନାନ ହୁଏ । ପରେ ତିନିବାଡ଼ରେ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତଙ୍କଦ୍ୱାରା ସର୍ବାଙ୍ଗ ନୀତି ହୁଏ । ତା’ ପରେ ଦିଅଁମାନେ ବୋଇରାଣୀ ପତନି ନୂଆ ଲୁଗା ଲାଗି ହୁଅଛି ଓ ଦ୍ବିପ୍ରହର ଧୂପପାଇଁ ବେଶ ହୁଅନ୍ତି । ଏହି ବେଶରେ ତିନି ଖଣ୍ଡ ଆଜ୍ଞା ମାଳ (ଦକ୍ଷିଣ ଭୁଜ -୧, ବାମ ଭୁଜ-୨) ମହାପ୍ରଭୁ ଲାଗି ହୋଇଥାନ୍ତି । ଚାରିଟି ପାଟ ରାକ୍ଷୀ ଓ ଗୁଆର ମାଳି ଲାଗି ହୁଏ । ପାଣି ପଡ଼ି ଭିତର ଧୋପଖାଳ ହୁଏ । ସିଂହାସନ ତଳେ ବଳଭଦ୍ର ଠାକୁରଙ୍କ ବାଡ଼ ଆଡ଼େ ଷଷ୍ଠୀ ମାର୍କଣ୍ଡି ଓ ବରୁଣ ପୂଜାର ’ ସୁଧ ସୁଆର କିମ୍ବା ଆସ୍ଥାନ ପଢ଼ିଆରୀ କରନ୍ତି ।ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ଏହି ପୂଜା କରନ୍ତି । ଏହି ପୂଜା ଶେଷ ପରେ ଭିତର ପାଣି ପଡ଼ି ଧୋପଖାଳ ହୁଏ । ଏହା ପରେ ଦ୍ବିପ୍ରହର ଧୂପ ସହ ଯାତ୍ରାଙ୍ଗୀ ଭୋଗ ଛାମୁକୁ ଆସେ । ପୂଜାପଣ୍ଡା ତିନି ଜଣ ଷୋଡଶ ଉପଚାରରେ ପୂଜା କରନ୍ତି । ମଣୋହି ପରେ ଟେରାଫିଟା ଆଳତି ହୁଏ । ସୁଧ ସୁଆର ବଡ଼ବାଡ଼ (ବଳଭଦ୍ରଙ୍କ ବାଡ଼ରେ ମଙ୍ଗଳାର୍ପଣ ସାମଗ୍ରୀ ରଖନ୍ତି । ପୂଜାପଣ୍ଡା ବଡ଼ ବାଡ଼ରେ ମଙ୍ଗଳାର୍ପଣ କରନ୍ତି । ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ତିନି ବାଡ଼ରେ ବନ୍ଦାପନା କରନ୍ତି । ଏହା ପରେ ମହାଜନେ ମଦନମୋହନଙ୍କୁ ରତ୍ନ ସିଂହାସନକୁ ବିଜେ କରାନ୍ତି । ପୂଜାପଣ୍ଡା ଆଜ୍ଞାମାଳ ଦେଲା ପରେ ଶ୍ରୀଦେବୀ, ଭୂଦେବୀ ଓ ମଦନମୋହନ ଝୁଲଣମଣ୍ଡପକୁ ବିଜେ କରନ୍ତି ।ଏହାପରେ ସୁଦର୍ଶନଙ୍କ ବିଜେ ପାଇଁ ଦଇତାପତିମାନଙ୍କୁ ଡକାଯାଏ ।ଦଇତାପତିମାନେ ସିଂହାସନକୁ ଉଠନ୍ତି । ଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଗୋଟିଏ ଆଜ୍ଞାମାଳ ସୁଦର୍ଶନ ପାଆନ୍ତି ଦଇତାମାନେ ସୁଦର୍ଶନଙ୍କୁ ଜଗମୋହନରେ ଥିବା ଚଉଦୋଳରେ ବସାନ୍ତି । ସେଠାରେ ପାଟପତନି, ଚୂଳ ଲାଗି କରାଯାଏ । ଏହା ପରେ ବିମାନବଡୁମାନେ ସୁଦର୍ଶନଙ୍କୁ ଚଉଦୋଳରେ ନେଇ ଝୁଲଣ ମଣ୍ଡପରେ ବିଜେ କରାନ୍ତି । ସେଠାରେ ସୁଦର୍ଶନଙ୍କୁ ସୁବ କମରପଟି ଓ ହରଡ଼ମାଳ ଲାଗି କରାଯାଏ । ତା'ପରେ ବିମାନବଡୁମାନେ ସୁଦର୍ଶନଙ୍କୁ ବିମାନରେ ନେଇ ମାର୍କଣ୍ଡଙ୍କ ଠା’କୁ ଯାଆନ୍ତି ଓ ସେଠାରେ ମଣ୍ଡପ ଉପରେ ବିଜେ କରାନ୍ତି । ଏଠାରେ ସୁଧ ସୁଆର ଚିକିଟା ମାଟିରେ ବଳଭଦ୍ର ମୂର୍ତ୍ତି ନିର୍ମାଣ କରନ୍ତି । ପୂଜାପଣ୍ଡା ଉକ୍ତ ମୃତିକୁ ଜୀବନ୍ୟାସ ଦେଇ ଜାତକର୍ମ କରନ୍ତି । ମୁଦିରସ୍ତ ପ୍ରସାଦ ଲାଗି କରନ୍ତି ।ପୂଜାପଣ୍ଡା ପଞ୍ଚ ଉପଚାରରେ ଶୀତଳ ମଣୋହି କରାନ୍ତି । ତା’ ପରେ ବନ୍ଦାପନା ହୋଇ, ବଳଭଦ୍ର ପିତୁଳାକୁ ଜଳରେ ବିସର୍ଜନ କରାଯାଏ । ଏହା ପରେବିମାନବଡ଼ମାନେ ବିମାନରେ ସୁଦର୍ଶନଙ୍କୁ ନେଇ ଚାରି ଆଶ୍ରମ, ନଗର ଭ୍ରମଣ କରାଇ ଶ୍ରୀମନ୍ଦିରକୁ ବିଜେ କରାନ୍ତି । ସୁଦର୍ଶନ ରତ୍ନ ସିଂହାସନକୁ ବିଜେ କରିବା ପରେ ପାଳିଆ ମେକାପ ସିଂହାସନ ଧୁଅନ୍ତି । ସୁଧ ସୁଆର ଚାରି ବାଡ଼ରେ ସିଂହାସନ ତଳେ ମହାସ୍ନାନ ପୂଜା ପା’ କରନ୍ତି । ଚାରିଜଣ ପୂଜାପଣ୍ଡା ଆସି ମହାସ୍ନାନ ବଢ଼ାନ୍ତି । ମହାସ୍ନାନ ପରେ ପୁଷ୍ପାଳକମାନେ ମଇଲମ କରି ଦିଅଁମାନଙ୍କର ବେଶ ବଢ଼ାନ୍ତି । ତା'ପରେ ସିଂହାସନରୁ ଓହ୍ଲାଇ ସଂଧ୍ୟା ଆଳତି କରନ୍ତି । ଏହା ପରେ ଧୋପଖାଳ ହୋଇ ସୁଆରବଡ଼ୁ ଥାଳି ପକାଇବା ପରେ ପାଳିଆ ପ୍ରତିହାରୀ ରୋଷକୁ ସଂଧ୍ୟା ଧୂପ ଡାକିଯାଏ ।ରୋଷରୁ ଭୋଗ ଆସିବା ପରେ ପତ୍ରିବଡ଼ୁ ଚାରିବାଡ଼ରେ ପୂଜା ଠା' କରନ୍ତି ।ଚାରିଜଣ ପୂଜାପଣ୍ଡା ଷୋଡ଼ଶ ଉପଚାରରେ ପୂଜା କରନ୍ତି । ତିନିଜଣ ପୂଜାପଣ୍ଡା ସିଂହାସନ ଉପରେ ବସନ୍ତି ଓ ଜଣେ ତଳେ ସୁଦର୍ଶନଙ୍କ ବାଡ଼ରେ ବସନ୍ତି । ସଂଧ୍ୟା ଧୂପ ସମାପ୍ତି ପରେ ସୁଦର୍ଶନଙ୍କ ବାଡ଼ରେ ବନ୍ଦାପନା ହୁଏ । ମୁଦିରସ୍ତ ସୁଦର୍ଶନଙ୍କ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରନ୍ତି । ଏହା ପରେ ଅନ୍ୟାନ୍ୟ ଦୈନନ୍ଦିନ ନୀତି ହୁଏ । ବନ୍ଦଇ ରୋହିଣୀ ବସୁଦେବ ସୁତ ଦେବ ବଳରାମ ଶ୍ରୀକୃଷ୍ଣ ଅଗ୍ରଜ ହଳୀ କାମପାଳ ବଳେ ଅନୁପମ । ହଳାୟୁଧ
ରାମ ମୁଷଳଧାରଣ ବଳଭଦ୍ର ଦେବ ରେବତୀରମଣ କାଳିନ୍ଦୀକର୍ଷଣ ବଳିଷ୍ଠଯାଦବ । କଂସବନ୍ଦୀଶାଳେ ସପ୍ତମଗର୍ଭରେ ହୋଇଲ ପ୍ରବେଶ ଦେଖି ଭୟକଲା ଭୋଜରାଜ ବନ୍ଦୀଗୃହର ପ୍ରକାଶ । ମାତାଙ୍କ ବିକଳ ଜାଣି ଆଦିମୂଳ ଭଗବାନ କୃଷ୍ଣ ସୁମରଣା କଲେ ଦେବୀ ଯୋଗମାୟା ମିଳିଲେ ତତ୍କ୍ଷଣ । ଯୋଗବଳେ ଯୋଗମାୟା ହରିନେଲେ ଦେବକୀଙ୍କଗର୍ଭ ବସୁଦେବନାରୀ ରୋହିଣୀଙ୍କ ଗର୍ଭେ କରିଲେ ସମ୍ଭବ । ଶ୍ରାବଣ ପୂର୍ଣ୍ଣିମାଦିନ ଅବତୀର୍ଣ୍ଣ ହୋଇଲ ଗୋସାଇଁ ଅପୁତ୍ରୀକ ନନ୍ଦ ହେଲେ ମହାନନ୍ଦ ପୁତ୍ରମୁଖ ଚାହିଁ । ପରବର୍ତ୍ତୀ କାଳେ ଶ୍ରୀକୃଷ୍ଣ ଜନମି ଦେବକୀ ଉଦରେ ଯଶୋଦା ପାଇଲେ ବିଜୁଳୀକନ୍ଯାଙ୍କୁ ଦୁହିତା ରୂପରେ । ବସୁଦେବ ଥୋଇକୃଷ୍ଣଙ୍କୁ ଗୋପରେ ଘେନିଗଲେ କନ୍ଯା କଂସର ହାତରୁ ଉଛୁଳି ସେ'କନ୍ଯା ଶୁନ୍ଯରେ ଗମନା । ଏଣେ ନନ୍ଦରାଜା ଗୋପରେ କରିଲେ ମହାନନ୍ଦୋତ୍ସବେ ଡକାଇ ଆଣିଲେ ଶ୍ରୀଗର୍ଗାଚାର୍ଯ୍ଯଙ୍କୁ ନାମ ପ୍ରଦାନିବେ । ତୁମ୍ଭଙ୍କୁ ଧରିଣ ବୋଲନ୍ତି ଗାର୍ଗବ ଏହି ଯେ'ଅନନ୍ତ ଶ୍ରୀହରି କଳାରେ ଏପୁଣି ହୋଇବେ ମହା ତେଜୋବନ୍ତ । ବଳରେ ନୋହିବେ କେହିସମ ନାମହେବ ବଳରାମ ହଳାୟୁଧ ହେବେ କୃଷିରଦେବତା ଧରିବେ ସେ'ନାମ । କାଦମ୍ବରୀ ପାନେ ଚଞ୍ଚଳ ହୋଇଣ ଅଦଭୁତ ତେଜ ଗଦାଧାରୀ ପୁଣି ମୂଷଳଧାରଣେ ମହା ବଳବୀର୍ଯ୍ଯ । ପ୍ରଣାମ କରିଲେ ଗର୍ଗମୁନି ପୁଣି ଚାହିଁ ଶ୍ରୀବଳରାମଙ୍କୁ କେତେ ବଳବୀର୍ଯ୍ଯ ସହିତ ଔଦାର୍ଯ୍ଯ କେ'ଜାଣେ ତୁମ୍ଭଙ୍କୁ । ଆହେ ଦେବହଳୀ ତୁମ୍ଭପାଦେ ଅଳିକରେ ଏ ତପନ ସକଳ ଜଗତ ଦୁଃଖ ନିବାରଣେ କର କୃପାଦାନ ॥🙏❤️ ⚫❗⚫ -: *ରାକ୍ଷୀ ପୂର୍ଣ୍ଣିମା :-* " ନାସି ଗଙ୍ଗା ସଂମ ନାସ୍ତି ସ୍ବାସ୍ତ୍ରା ମାନ୍ୟା " ଅର୍ଥାତ ଭଗିନୀ ଠାରୁ ଅଧିକ ଆଦରଣୀୟ ଓ ସ୍ନେହଶିଳା କେହି ନାହିଁ , ଆଉ ସେଥିପାଇଁ ବର୍ଷକର ଜୀବନରେ ଥରୁଟିଏ ସଂକଳ୍ପକୁ ଦୋହରାଇବାକୁ ସୁଯୋଗ ଆସେ ସବୁ ଭାଇ ଓ ଭଉଣୀ ମାନଙ୍କ ଭାଗ୍ୟେ । ସେହି ଦିନଟି ଶ୍ରାବଣ ପୂର୍ଣ୍ଣିମା ଅବା ଗହ୍ମା ପୂର୍ଣ୍ଣିମା ଅଥବା ଆଞ୍ଚଳିକ ତଥା ସାମାଜିକ ମତେ ରକ୍ଷା ପୂର୍ଣ୍ଣିମା ଭଳି ଓଡ଼ିଆ ତିଥିରେ ଯେମିତି ଅନେକ କିମ୍ବଦନ୍ତୀ ଓ ପ୍ରଥାକୁ ଗୋଟିଏ ଡୋରି ରେବାନ୍ଧି ରଖିଲା ଭଳି ଏହି ଦିନଟି ଯୁଗର ଆରମ୍ଭ ପୂର୍ବରୁ ନିଜର ସ୍ଥିତି ଅତୁଟ ରଖିଛି । ଆମ ସଂସ୍କୃତି ହେଉଛି ଜଗନ୍ନାଥ ସଂସ୍କୃତି ଗହ୍ମା ପୂର୍ଣ୍ଣମୀ ଦିନ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ ଭାଇ ଶ୍ରୀବଳଭଦ୍ରଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ରାକ୍ଷୀ ବାନ୍ଧିଥାନ୍ତି ଗେହ୍ଲା ଭଉଣୀ ସୁଭଦ୍ରା । ଏଥିପାଇଁ ଶ୍ରୀମନ୍ଦିରର ପାଟରା ବିଶୋଇ ସେବାୟତ ପ୍ରସ୍ତୁତ କରିଥାନ୍ତି ସ୍ୱତନ୍ତ୍ର ପାଟରାକ୍ଷୀ ଓ ଗୁଆମାଳ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ବାସୁଙ୍ଗା ପାଟରେ ପ୍ରଭୂଙ୍କ ପାଇଁ ତିଆରି ହୋଇସରିଛି ୪ଟି ରଙ୍ଗର ରାକ୍ଷୀ । ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କର ଚିତାଲାଗି , ରାକ୍ଷୀ ପୂର୍ଣ୍ଣିମା , ରେଖା ପଞ୍ଚମୀ ସମୟରେ ବାସୁଙ୍ଗାପାଟର ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ପାଟରା ବିଶୋଇ ସେବାୟତଙ୍କୁ ୧୫ କିଲୋ ବାସୁଙ୍ଗା ପାଟ ଦିଆଯାଇଥାଏ । ଏହି ୪ଟି ରାକ୍ଷୀ ସହିତ ୫୪ଟି ଲେଖାଏଁ ଗୁଆରେ ୪ଟି ଗୁଆମାଳ ମଧ୍ୟ ପ୍ରସ୍ତୁତ କରାଯାଇଛି । ହଳଦିଆ , ନାଲିରଙ୍ଗର ରାକ୍ଷୀ ଓ ଗୁଆମାଳ ଜଗନ୍ନାଥଙ୍କୁ , ନେଳି ଓ ବାଇଗଣୀ ରଙ୍ଗର ରାକ୍ଷୀ ବଳଭଦ୍ରଙ୍କୁ ଲାଗିକରାଯାଏ । ଏହାକୁ ରାକ୍ଷୀ ପୂର୍ଣ୍ଣିମା ଦିନ ଗୋପାଳବଲ୍ଲଭ ଧୁପ ପରେ ପାଟେରା ବିଶୋଇ ମନ୍ଦିରକୁ ନେଇ ମେକାପକୁ ଦେଇଥାନ୍ତି । ସିଂହାରି ସେବକମାନେ ଦେବୀ ସୁଭଦ୍ରାନଙ୍କ ତରଫରୁ ଏହି ରାକ୍ଷୀକୁ ମହାପ୍ରଭୁଙ୍କୁ ଲାଗିକରିଥାନ୍ତି । ବ୍ରାହ୍ମଣମାନେ ଏହିଦିନ ପବିତ୍ର ବୁଡ଼ ପକାଇ ଶ୍ଲୋକ ଉଚ୍ଚାରଣ ସହ ଯଜ୍ଞୋପବୀତ ଧାରଣ କରିଥାନ୍ତି ।ବ୍ରାହ୍ମଣଙ୍କଦ୍ୱାରା କରାଯାଉଥିବା ଉତ୍ସବକୁ ବ୍ରହ୍ମୟଜ୍ଞ ମଧ୍ୟ କୁହାଯାଏ l ବ୍ରାହ୍ମଣମାନେ ଏହି ଦିନ ମନ୍ତୁରା ପଇତା ମଧ୍ୟ ପ୍ରଦାନ କରିଥାନ୍ତି, ଏହି ପଇତା ପିନ୍ଧିଲେ ବ୍ରହ୍ମରାକ୍ଷସ କବଳରୁ ମୁକ୍ତି ମିଳେ ବୋଲି ମଧ୍ୟ ବିଶ୍ୱାସ ରହିଛି । ପୁରାଣ ମତେ ଅସୁର ରାଜା ବଳି ଭଗବାନ ବିଷ୍ଣୁଙ୍କର ଜଣେ ବଡ଼ ଭକ୍ତ ଥିଲେ। ରାଜା ବଳି ଥିଲେ ମହାଦାନୀ। ଭଗବାନ ବିଷ୍ଣୁ଼ ବାମନ ଅବତାର ଧାରଣ କରି ରାଜା ବଳିଙ୍କ ପାଖକୁ ଭିକ୍ଷା ଆଣିବାକୁ ଯାଇଥିଲେ। ବ୍ରାହ୍ମଣ ଭାବେ ବଳିଙ୍କୁ ତିନି ପାଦ ଭୂମି ମାଗିଥିଲେ। ରାଜା ବଳି ତିନି ପାଦ ଭୂମି ଦାନ ପାଇଁ ସତ୍ୟ କରିଥିଲେ। ହେଲେ ଭଗବାନ ବାମନ ନିଜ ବିରାଟ ସ୍ୱରୂପରେ ସମଗ୍ର ସଂସାରକୁ ଦୁଇ ପାଦରେ ମାପି ନେଇଥିଲେ। ତୃତୀୟ ପାଦ ରଖିବାକୁ ସ୍ଥାନ ନ ଥିବାରୁ, ବଳି ନିଜ ମଥା ଉପରେ ପାଦ ରଖିବାକୁ କହିଥିଲେ। ବଳିଙ୍କ ଗର୍ବ ଚୂର୍ଣ୍ଣ ହେବା ପରେ, ତାଙ୍କୁ ପାତାଳକୁ ନିକ୍ଷେପ କରିଥିଲେ ଭଗବାନ। ହେଲେ ତାଙ୍କ ଦାନ ପଣିଆରେ ସନ୍ତୁଷ୍ଟ ହୋଇ ବିଷ୍ଣୁ ତାଙ୍କୁ ବର ମାଗିବାକୁ କହିଥିଲେ। ବଳି ଅତି ଚତୁରତାର ସହ ତାଙ୍କ ସହ ଭଗବାନ ପାତାଳରେ ବାସ କରନ୍ତୁ ବୋଲି ବର ମାଗି ନେଇଥିଲେ। ବାମନ ରୂପୀ ଭଗବାନ ବିଷ୍ଣୁ ସତ୍ୟ ରକ୍ଷା କରି ପାତାଳରେ ରହିବାକୁ ଲାଗିଲେ।ଏହା ଦେଖି ସମସ୍ତ ଦେବତା ଏବଂ ଦେବୀ ଲକ୍ଷ୍ମୀ ବିଚଳିତ ହୋଇପଡ଼ିଲେ। ଭଗବାନ ନିଜ ସ୍ଥାନକୁ କିପରି ଫେରିବେ ସେ ନେଇ ଚିନ୍ତିତ ହୋଇପଡ଼ିଲେ ଦେବୀ ଲକ୍ଷ୍ମୀ। ଶେଷରେ ଜଣେ ବ୍ରାହ୍ମଣୀର ରୂପ ଧାରଣ କରି ଲକ୍ଷ୍ମୀ ପାତାଳକୁ ପ୍ରବେଶ କଲେ। ବୃଦ୍ଧ ବ୍ରାହ୍ମଣୀ ରୂପ ଧାରଣ କରିଥିବା ଦେବୀ ଲକ୍ଷ୍ମୀ ବଳିଙ୍କ ହାତରେ ଏକ ରକ୍ଷା ସୂତ୍ର ବାନ୍ଧି ତାଙ୍କୁ ଭ୍ରାତା ବୋଲି ସମ୍ୱୋଧନ କରିଥିଲେ। ରାଜା ବଳି ତାଙ୍କ ଅବସ୍ଥା ଦେଖି ତାଙ୍କୁ କିଛି ମାଗିବାକୁ କହିଲେ। ନିଜ ପତିଙ୍କୁ ନିଜ ସହ ନେଇଯିବା ଲାଗି ବର ମାଗିଥିଲେ ଲକ୍ଷ୍ମୀ। ରାଜା ବଳି ମା’ ଲକ୍ଷ୍ମୀଙ୍କୁ ଚିହ୍ନିପାରି ତାଙ୍କୁ ଭାଇ କରିଥିବାରୁ ନିଜକୁ କୃତାର୍ଥ ମନେ କରିଥିଲେ। ରକ୍ଷାସୂତ୍ର ପିନ୍ଧାଇ ଭାଇ କରିଥିବାରୁ, ନିଜ ଭଗ୍ନୀଙ୍କ ଇଚ୍ଛା ପୂରଣ କରିବାକୁ ଯାଇ ବାମନ ରୂପୀ ଭଗବାନ ବିଷ୍ଣୁଙ୍କୁ ବୈକୁଣ୍ଠକୁ ଫେରିବାକୁ ଅନୁରୋଧ କରିଥିଲେ । ମହାଭାରତରେ ମଧ୍ୟ ଏପରି ଏକ ପୌରାଣିକ କଥା ରହିଛି। କାହାଣୀଟି କୃଷ୍ଣ ଓ ଦ୍ରୌପଦୀଙ୍କୁ ନେଇ। ଶ୍ରୀକୃଷ୍ଣ ଅତ୍ୟାଚାରୀ ଶିଶୁପାଳକୁ ବଧ କରିବା ବେଳେ ତାଙ୍କର ଅଙ୍ଗୁଳି କଟି ଯାଇଥିଲା। ସେଥିରୁ ରକ୍ତ ବାହାରିବା ଦେଖି ଦ୍ରୌପଦୀ ନିଜ ପିନ୍ଧା ଶାଢ଼ୀ ଚିରି ସେଥିରେ ଗୁଡ଼ାଇ ଦେଇଥିଲେ। ଫଳରେ ରକ୍ତ ବନ୍ଦ ହେଇଯାଇଥିଲା। ଦ୍ରୌପଦୀଙ୍କ ମଧ୍ୟରେ ଶ୍ରୀକୃଷ୍ଣ ଭଉଣୀର ସ୍ନେହ ପାଇଥିଲେ। ଯେତେବେଳେ କୁରୁସଭାରେ ଦ୍ରୌପଦୀଙ୍କୁ କୌରବ ମାନେ ବିବସନା କରିବାକୁ ଉଦ୍ୟତ ହେଲେ ସେତେବେଳେ ଶ୍ରୀକୃଷ୍ଣ ସହସ୍ର ବସ୍ତ୍ର ଦାନକରି ଦ୍ରୌପଦୀଙ୍କ ମାନ ରକ୍ଷା କରିଥିଲେ।🙏❤️ ସଂଗୃହୀତ
- ପି ଏମ୍ ଶ୍ରୀ ନବୋଦୟ ବିଦ୍ୟାଳୟ ର ବାର୍ଷିକ ସୈଖିକ ଭ୍ରମଣ ।1
- ମାଟି କମ୍ପିଲା, ମଞ୍ଚ ଜମିଲା | ଆରମ୍ଭ ହୋଇଯାଇଛି ଭୁବନ କପ - ୨୦୨୫ ରିପୋର୍ଟ : ନନ୍ଦ କିଶୋର ନାଏକ (ବିପିନ) Contact us : 83289683021
- କାମାକ୍ଷାନଗର ଅନନ୍ତପୁର ରାଧାକୃଷ୍ଣ ମନ୍ଦିରରୁ ଚୋରୀ ,ଶନିବାର ୯ଟାରେ ପୋଲିସ କଲା ତଦନ୍ତ ଅନନ୍ତପୁର ରାଧାକୃଷ୍ଣ ମନ୍ଦିରରୁ ଚୋରୀ ,ଶନିବାର ୯ଟାରେ ପୋଲିସ କଲା ତଦନ୍ତ ।ଢେଙ୍କାନାଳ ଜିଲା କାମାକ୍ଷାନଗର ସହର ମଧ୍ୟରେ ଥିବା ଅନନ୍ତପୁର ରାଧାକୃଷ୍ଣ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ହୋଇଛି ଚୋରୀ ଯାହାକୁ ନେଇ ଅଭିଯୋଗ ହେଲାପରେ ଶନିବାର ପୋଲିସ ପହଂଚି ତଦନ୍ତ କରିବା ସହିତ ସିସି ଟିଭି ଯାଞ୍ଚ କରିଛନ୍ତି ।#newsodiaodisha #newsupdate #dhenkanal #vairalvideo #odishalatestnews #facebookreelsviralviralシfypシ゚2025#shuru1
- ଅଚ୍ୟୁତ ସାମନ୍ତ ଅତ୍ୟନ୍ତ ସରଳ ଲୋକ ତାଙ୍କୁ ବଦନାମ କରିବାକୁ ତାଙ୍କ ବିରୋଧରେ ନିର୍ଦ୍ଦିଷ୍ଟ ଲୋକ ଷଡଯନ୍ତ୍ର କରୁଛନ୍ତି’ KIIT,KISS Issue | #kiituniversity #kississue #achyutasamanth #university #school #college #goodpeople #studentsuccess #studentlife #students #carrier #future #opportunity #food #bjd #politics #Odisha #Bhubaneswar #kalingareporter1
- ବନ୍ଧା ହେଲେ ରାହାମା ଫରେଷ୍ଟ ରେଞ୍ଜର1
- ଅନ ୱାଲ ଡେ ପ୍ରୋଗ୍ରାମ. ପଧାନ ପାଟ ଦେବଗଡ଼1
- Post by User5115 Susanta Kumar Pattnaik1
- ବୁଦ୍ଧଙ୍କ ନାମରେ ବୌଦ୍ଧ ଜିଲ୍ଲା ହେଲେ ଏଠି ସବୁ...? @ranjankumardash #ntvodia #ବୌଦ୍ଧ1