ଋଷିକୂଲ୍ୟା ରୟତ ମହାସଭା:-ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ବିକ୍ଷୋଭ ସହ ୮ଦଫା ଦାବିପତ୍ର ପ୍ରଦାନ। ପୋଲସରା ୦୯/୦୧/୨୬ ପୋଲସରା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ପୋଲସରା ଶାଖା ଆବାହକ ଶିବ ପ୍ରସାଦ ସାହୁ ଓ ହୀନ ସ୍ୱାଇଁ ଙ୍କ ଆବାହକତ୍ୱ ରେ ଚାଷୀମାନଙ୍କୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ରାଷ୍ଟ୍ରୀୟ କୃଷକ ମଜଦୁର ମହାସଂଘ ର ରାଜ୍ୟ ସଭାପତି ସଚିନ ମହାପାତ୍ର ଯୋଗଦେଇ ଚାଷୀଙ୍କ ଧାନମଣ୍ଡି ସମସ୍ୟା ସାଙ୍ଗକୁ ଧାନ ବିକ୍ରି ବେଳେ ମିଲର ମାନେ ଯେଉଁ କଟନୀ ଛଟନି କରୁଛନ୍ତି ତାହାରି ଉପରେ ଆଲୋଚନା କରାଯିବା ସହିତ ଚାଷୀଙ୍କୁ ସରକାର ଯେଉଁ ଭଳି ଅବହେଳା ପ୍ରଦର୍ଶନ କରୁଛନ୍ତି ତାରି ଉପରେ ବକ୍ତବ୍ୟ ରଖି ଚାଷୀଙ୍କ ସମସ୍ୟା କୁ ସମ୍ମାନର ସହ ଗୁରୁତ୍ୱ ଦେଇ ପ୍ରଶାସନିକ ଅଧିକାରୀମାନେ ସହଯୋଗ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ।ଏହି ଚାଷୀ ବିକ୍ଷୋଭ କାର୍ଯ୍ୟକ୍ରମରେ ଚାଷୀମାନେ ବିକ୍ଷୋଭ କରିବା ସହିତ ୮ଦଫା ଦାବିନେଇ ବିଡ଼ିଓ ଶଶିଭୂଷଣ ମହାପାତ୍ର ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ରରେ ଧନମଣ୍ଡିର ସମସ୍ୟା ସହିତ ବ୍ଲକ ହେଡ଼ କ୍ଵାଟର ରେ କୃଷକ ଭବନ ନିର୍ମାଣ କରିବା ପାଇଁ ବିଡ଼ିଓ ଓ ତହସିଲଦାର ଙ୍କୁ ଅବଗତ କରାଇବା ସହିତ ଦାବିପତ୍ର ରେ ଉଲ୍ଲେଖ କରିଥିଲେ। ଚାଷୀମାନେ ବିଡ଼ିଓ କାର୍ଯ୍ୟାଳୟରୁ ବାହାରି ସହରରେ ରାଲିରେ ଆସି ତହସିଲ କାର୍ଯ୍ୟାଳୟରେ ପହଂଚି ତହସିଲଦାର ଦିପ୍ତିମୟୀ ପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଋଷିକୂଲ୍ୟା ରୟତ ମହାସଭା ପୋଲସରା ଶାଖା ର ଆବାହକ ଶିବ ପ୍ରସାଦ ସାହୁ, ହୀନ ସ୍ୱାଇଁ, ଉପଦେଷ୍ଟା ମୁନି ରଥ,ସଂଯୋଜକ ନାରାୟଣ ପ୍ରଧାନ, ବିପିନ ବିହାରୀ ପ୍ରଧାନ,ଶଙ୍କର ଡାକୁଆ, ଦୁଃଖିଶ୍ୟାମ ପ୍ରଧାନ, ପଞ୍ଚାନନ ମହାରଣା, ଜ୍ୟୋତିର୍ମୟ ଦାସ ସମେତ ସମସ୍ତ ପଞ୍ଚାୟତ ର ଅଗ୍ରଣୀ ଚାଷୀ ମାନେ ଉପସ୍ଥିତ ଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
ଋଷିକୂଲ୍ୟା ରୟତ ମହାସଭା:-ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ବିକ୍ଷୋଭ ସହ ୮ଦଫା ଦାବିପତ୍ର ପ୍ରଦାନ। ପୋଲସରା ୦୯/୦୧/୨୬ ପୋଲସରା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ପୋଲସରା ଶାଖା ଆବାହକ ଶିବ ପ୍ରସାଦ ସାହୁ ଓ ହୀନ ସ୍ୱାଇଁ
ଙ୍କ ଆବାହକତ୍ୱ ରେ ଚାଷୀମାନଙ୍କୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ରାଷ୍ଟ୍ରୀୟ କୃଷକ ମଜଦୁର ମହାସଂଘ ର ରାଜ୍ୟ ସଭାପତି ସଚିନ ମହାପାତ୍ର ଯୋଗଦେଇ ଚାଷୀଙ୍କ ଧାନମଣ୍ଡି ସମସ୍ୟା ସାଙ୍ଗକୁ ଧାନ ବିକ୍ରି
ବେଳେ ମିଲର ମାନେ ଯେଉଁ କଟନୀ ଛଟନି କରୁଛନ୍ତି ତାହାରି ଉପରେ ଆଲୋଚନା କରାଯିବା ସହିତ ଚାଷୀଙ୍କୁ ସରକାର ଯେଉଁ ଭଳି ଅବହେଳା ପ୍ରଦର୍ଶନ କରୁଛନ୍ତି ତାରି ଉପରେ ବକ୍ତବ୍ୟ ରଖି ଚାଷୀଙ୍କ ସମସ୍ୟା କୁ ସମ୍ମାନର ସହ ଗୁରୁତ୍ୱ
ଦେଇ ପ୍ରଶାସନିକ ଅଧିକାରୀମାନେ ସହଯୋଗ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ।ଏହି ଚାଷୀ ବିକ୍ଷୋଭ କାର୍ଯ୍ୟକ୍ରମରେ ଚାଷୀମାନେ ବିକ୍ଷୋଭ କରିବା ସହିତ ୮ଦଫା ଦାବିନେଇ ବିଡ଼ିଓ ଶଶିଭୂଷଣ ମହାପାତ୍ର ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଦାବିପତ୍ରରେ ଧନମଣ୍ଡିର
ସମସ୍ୟା ସହିତ ବ୍ଲକ ହେଡ଼ କ୍ଵାଟର ରେ କୃଷକ ଭବନ ନିର୍ମାଣ କରିବା ପାଇଁ ବିଡ଼ିଓ ଓ ତହସିଲଦାର ଙ୍କୁ ଅବଗତ କରାଇବା ସହିତ ଦାବିପତ୍ର ରେ ଉଲ୍ଲେଖ କରିଥିଲେ। ଚାଷୀମାନେ ବିଡ଼ିଓ କାର୍ଯ୍ୟାଳୟରୁ ବାହାରି ସହରରେ ରାଲିରେ
ଆସି ତହସିଲ କାର୍ଯ୍ୟାଳୟରେ ପହଂଚି ତହସିଲଦାର ଦିପ୍ତିମୟୀ ପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଋଷିକୂଲ୍ୟା ରୟତ ମହାସଭା ପୋଲସରା ଶାଖା ର ଆବାହକ ଶିବ ପ୍ରସାଦ ସାହୁ, ହୀନ ସ୍ୱାଇଁ, ଉପଦେଷ୍ଟା ମୁନି ରଥ,ସଂଯୋଜକ ନାରାୟଣ
ପ୍ରଧାନ, ବିପିନ ବିହାରୀ ପ୍ରଧାନ,ଶଙ୍କର ଡାକୁଆ, ଦୁଃଖିଶ୍ୟାମ ପ୍ରଧାନ, ପଞ୍ଚାନନ ମହାରଣା, ଜ୍ୟୋତିର୍ମୟ ଦାସ ସମେତ ସମସ୍ତ ପଞ୍ଚାୟତ ର ଅଗ୍ରଣୀ ଚାଷୀ ମାନେ ଉପସ୍ଥିତ ଥିଲେ। ଗଣେଶ ପାଣିଗ୍ରାହୀ ରିପୋର୍ଟ
- Ganjam KhabarKodala, Ganjam😂16 hrs ago
- ରାଉରକେଲା ପ୍ଲେନ୍ କ୍ରାସ୍ ରେ ମୁହଁ ଖୋଲିଲେ ପାଇଲଟ୍.. ଗୋଟିଏ ନିଷ୍ପତ୍ତିରେ ସମସ୍ତଙ୍କ ଜୀବନ ବଞ୍ଚାଇଦେଲେ ... ଗଣେଶ ପାଣିଗ୍ରାହୀ ରିପୋର୍ଟ1
- Post by Jay kala _ jay Kalinga1
- ପୋଲସରା ବ୍ଲକ ଅନ୍ତର୍ଗତ ବାଲିଛାଇ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ। ୧୦ ଜଣ ଚାଷୀଙ୍କ ପ୍ରାୟ ୨୦ ଏକର ଧାନ ପୋଡ଼ି ପାଉଁଶ ହୋଇଗଲା। ନିଆଁ ଲାଗିବାର କାରଣ ଅସ୍ପଷ୍ଟ, ବର୍ଷକର ଖାଦ୍ୟ ନଷ୍ଟ ହୋଇଥିବାରୁ କ୍ଷତିପୂରଣ ପାଇଁ ଦାବି।1
- ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ ତରଫରୁ ପାଣି ପଞ୍ଚାୟତ ପକ୍ଷ -୨୦୨୬ ସାରା ରାଜ୍ୟରେ ପାଳନ ହେଉଥିବା ବେଳେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ବ୍ରହ୍ମପୁର ଖୁଦ୍ର ଜଳସେଚନ ବିଭାଜନ ୧ ଗଞ୍ଜାମ ଆନୁକୂଲ୍ୟରେ ମହୁରୀ କାଳୁଆ ମନ୍ଦିର ପ୍ରାଙ୍ଗଣରେ ପାଣି ପଞ୍ଚାୟତ ପକ୍ଷ ପାଳିତ #live_odisha_news_update #published_from #Brahamapur #kukudakhandi1
- Post by Chocolate boy Kumar2
- Post by Swadhin kumar behera1
- ରାଇପଦା ନିକଟରେ ବାଘ - ହାତୀ ପରେ ବାଘ ଭାୟ - ଜଙ୍ଗଲକୁ ନଯିବା କୁ ସତର୍କ କଲା ବନବିଭାଗ- ଜି.ଉଦୟଗିରି,୧୦/୦୧(ଚିନ୍ମୟ କୁମାର ସେଠୀ) କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ମୁଣ୍ଡାମାଲାଙ୍ଗ ନିକଟରେ ଏକ ଚିତା ବାଘ ବୁଲୁଥିବା ବେଳେ ସିସି ଟିଭି କ୍ୟାମେରାରେ କଏଦ୍ ହୋଇଥିବା ଦେଖିବାକୁ ମିଳିଛି। ବାଘ ବୁଲୁଥିବା ଘଟଣା ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ଆତଙ୍କ ଖେଳିଯାଇଛି। ଲୋକ ଙ୍କ ମଧ୍ୟରେ ଭୟର ବାତାବରଣ ଦେଖି ସ୍ଥାନୀୟ ବନବିଭାଗ ଲୋକଙ୍କୁ ଭୟଭୀତ ନ ହେବା ପାଇଁ ସତର୍କ ରହିବା ପାଇଁ ସଚେତନ କରିଛନ୍ତି ।2
- ଆସିକା କାର୍ଯ୍ୟାଳୟ ଠାରେ କଂଗ୍ରେସ ର ସାମ୍ବାଦିକ ସମ୍ମିଳନୀରେ ବିଦ୍ୟୁତ ତଥ୍ୟ ରଖିଲେ ଆସିକା କଂଗ୍ରେସ ସାଂସଦ ପାର୍ଥି ଦେବକାନ୍ତ ଶର୍ମା ଗଣେଶ ପାଣିଗ୍ରାହୀ ରିପୋର୍ଟ1