Shuru
Apke Nagar Ki App…
ବିଜେପି ବିଧାୟକଙ୍କ ଉପରେ ବର୍ଷିଲେ ତାରା ପ୍ରସାଦ ବାହିନୀପତି
Kopad Breaking News
ବିଜେପି ବିଧାୟକଙ୍କ ଉପରେ ବର୍ଷିଲେ ତାରା ପ୍ରସାଦ ବାହିନୀପତି
More news from ଓଡ଼ିଶା and nearby areas
- Post by MSP TV (Reporter:-MiHiR)1
- ଓଡ଼ିଶା ଅମଲା ସଂଘ ର ତ୍ରୟୋବାର୍ଷିକି ସମ୍ମିଳନି କୋରାପୁଟ ଜିଲ୍ଲା ରେ କରିବା ନିମନ୍ତେ ଦିର୍ଘ ବର୍ଷ ଧରି ଦାବି ହୋଇ ଆସୁଥିବା ବେଳେ, ରାଜ୍ୟ ସଂଘ ଟାଳ ଟୁଳ ନିତି ଅବଲମ୍ବନ କରୁଥିବାରୁ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ମଧ୍ୟରେ ଅଷୋନ୍ତଷ ବୃଦ୍ଧି ପାଉଛି,1
- ହନୁମାନ ଜୟନ୍ତୀ ପାଇଁ ଦାମନଯୋଡି ନାଲକୋ ଟାଉନସିପ ସ୍ଥିତ ଶ୍ରୀ ଅଭୟ ଆଞେନେୟଙ୍କ ପୀଠରେ ଉତ୍ସବ ଶୁଭାରମ୍ଭ ହୋଇଛି। ୧୦୮ ଫୁଟ ଉଚ୍ଚତା ତଥା ଓଡ଼ିଶାର ସର୍ବୋଚ୍ଚ ହନୁମାନଙ୍କ ଏହି ବାଟିକାରେ ରବିବାର ଠାରୁ ୪ ଦିନ ଧରି ହନୁମାନ ଜୟନ୍ତୀ ଉତ୍ସବ ଏବଂ ବିଶ୍ୱଶାନ୍ତି ମହାଯଜ୍ଞ ପାଳନ କରାଯିବ ବୋଲି ଜଣାପଡ଼ିଛି। ଏହି ଅବସରରେ କଳଶ ଶୋଭାଯାତ୍ରା,ଆଚାର୍ଯ୍ୟବରଣ,ମଣ୍ଡଳାଦି ପୂଜା,ଅଗ୍ନି ସଂସ୍କାର ଓ ହବନ ଆଦି ଅନୁଷ୍ଠିତ ହୋଇଥିଲା। ହରିବୋଲ,ହୁଳହୁଳି,ପାରମ୍ପରିକ ବାଦ୍ୟ ଓ ସଙ୍କୀର୍ତ୍ତନ ସହିତ ଜୟ ଶ୍ରୀରାମ ଓ ଜୟ ବଜରଙ୍ଗବାଲି ନାରା ମଧ୍ୟରେ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ମନ୍ଦିରର ନିୟମିତ ପୂଜକ ଏବଂ ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରୁ ଆସିଥିବା ପଣ୍ଡିତ ମାନେ ଏହି ଉତ୍ସବରେ ପୂଜାନୀତି ପୂଜାର୍ଚ୍ଚନା କରୁଥିବା ବେଳେ ନାଲକୋର ଚିପ୍ ଜେନେରାଲ ମ୍ୟାନେଜର ସଞ୍ଜୟ ପଟ୍ଟନାୟକ,ଋଷିକେଶ ବାହାଦୁର ସିଂ,ଏନ ରବି କୁମାର,କ୍ଷୀରୋଦ ବିଷୋୟୀ ପ୍ରମୁଖ ସସ୍ତ୍ରୀକ କର୍ତ୍ତା ଦାୟିତ୍ୱରେ ରହିଛନ୍ତି। ମନ୍ଦିର ପରିଚାଳନା କମିଟି ପକ୍ଷରୁ ସରୋଜ କୁମାର ସ୍ବାଇଁ,ଆଲୋକ ଚୌଧୁରୀ, ଶ୍ୟାମସୁନ୍ଦର ପଣ୍ଡା ପ୍ରମୁଖ କର୍ମକର୍ତ୍ତା ଓ ସଦସ୍ୟମାନେ ଉତ୍ସବ ପରିଚାଳନା କରୁଥିବା ବେଳେ ବାଟିକା ବାହାରେ ଦେଶର ବିଭିନ୍ନ ପ୍ରାନ୍ତରୁ ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଦ୍ୟ ମେଳା ଆଦିର ଷ୍ଟଲ ବ୍ୟବସ୍ଥା କରାଯାଇଛି।1
- ମାଲକାନଗିରିରେ ବାବା ସାହେବ ଆମ୍ବେଦକରଙ୍କ ୧୩୫ ତମ ଜୟନ୍ତୀ ପାଳିତ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୫ ତମ ଜୟନ୍ତୀ ମାଲକାନଗିରି ଜିଲ୍ଲାରେ ମହାସମାରୋହରେ ପାଳିତ ହୋଇଯାଇଛି। ସ୍ଥାନୀୟ ବସ୍ ଷ୍ଟାଣ୍ଡ ପରିସରରେ ଅବସ୍ଥିତ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାଲ୍ୟାର୍ପଣ କରିଥିଲେ।ଏହି ଅବସରରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ, ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଓ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର ସେଠୀ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ କହିଥିଲେ ଯେ ବାବା ସାହେବ କେବଳ ସମ୍ବିଧାନର ପ୍ରଣେତା ନୁହନ୍ତି, ସେ ଥିଲେ କୋଟି କୋଟି ଶୋଷିତ ଓ ବଞ୍ଚିତଙ୍କ ଆଶାର କିରଣ। ତାଙ୍କ ଦର୍ଶାଯାଇଥିବା ଶିକ୍ଷିତ ହୁଅ, ସଂଗଠିତ ହୁଅ ଓ ସଂଘର୍ଷ କର ମନ୍ତ୍ରକୁ ପାଥେୟ କରି ଆମକୁ ଏକ ସମୃଦ୍ଧ ସମାଜ ଗଠନ କରିବାକୁ ହେବ। ସତ୍ୟ ନାରାୟଣ କଲେଜ ଓ ଘଡ଼େଇ କଲେଜର ଛାତ୍ରମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଜୟଗାନ କରିଥିଲେ। ପରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଅତିଥିମାନେ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ । ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସରାବୁ କହିଥିଲେ ଯେ ବାବା ସାହେବଙ୍କ ଜୀବନୀ ଏକ ସଂଘର୍ଷ ଓ ସଫଳତାର କାହାଣୀ। ଛାତ୍ରଛାତ୍ରୀମାନେ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜ ଗଠନରେ ନିଜକୁ ନିୟୋଜିତ କରିବା ଉଚିତ। ଶିକ୍ଷା ହିଁ ସଶକ୍ତିକରଣର ଏକମାତ୍ର ମାଧ୍ୟମ। ସେହିପରି ଉପ-ଜିଲ୍ଲାପାଳ ଶ୍ରୀ ଭୋଇ କହିଥିଲେ ଯେ ସମ୍ବିଧାନ ପ୍ରଣେତାଙ୍କ ଦର୍ଶାଯାଇଥିବା ସମାନତା ଓ ନ୍ୟାୟର ପଥରେ ଚାଲିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଶୃଙ୍ଖଳିତ ଜୀବନ ଜରିଆରେ ହିଁ ଆମେ ବାବା ସାହେବଙ୍କୁ ପ୍ରକୃତ ଶ୍ରଦ୍ଧାଞ୍ଜଳି ଦେଇପାରିବା। ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଶ୍ରୀ ସେଠୀ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ସମାଜର ପ୍ରତ୍ୟେକ ବର୍ଗର ଉନ୍ନତି ପାଇଁ ଆମ୍ବେଦକରଙ୍କ ଚିନ୍ତାଧାରା ଆଜି ବି ପ୍ରାସଙ୍ଗିକ। ନିଜର ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଚେତନ ରହି ସମସ୍ତେ ଦେଶର ପ୍ରଗତିରେ ଭାଗିଦାର ହୁଅନ୍ତୁ।ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ। ଏଥିରେ ମାଲକାନଗିରି ଆର୍ଟ୍ସ କଲେଜ, ଉଚ୍ଚ ମହିଳା ମାଧ୍ୟମିକ ବିଦ୍ୟାଳୟ ଓ ଘଡ଼େଇ କଲେଜର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଭାଗୀୟ କର୍ମଚାରୀ ହରେକୃଷ୍ଣ କୀର୍ତ୍ତନିଆ ଓ ରଞ୍ଜନ ମହାନ୍ତି ସହଯୋଗ କରିଥିଲେ।4
- ମାଲକାନଗିରି :- (ରାମ କୃଷ୍ଣ ଚୌଧୁରୀ) ବଙ୍ଗୀୟ ପରମ୍ପରା ଚଡକ ପୂଜାରେ ଅଘଟଣ, ଖଜୁରୀ ଗଛରୁ ଖସି ଯୁବକ ମୃତ, ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଏମଭି 72 ଗ୍ରାମରେ | ମୃତ ଯୁବକ ଜଣକ ହେଲେ ନାଲଗୁନ୍ଥି ପଂଚାୟତ ର ଏମପିଭି 36 ଗ୍ରାମର 35 ବର୍ଷୀଅ ଯୁବକ ଜଗଦୀଶ ସାନା ବୋଲି ଜଣା ପଡିଛି | ଜଗଦୀଶ ଆଜି ସନ୍ଦ୍ୟାରେ ଖଜୁରୀ ଗଛରେ ଚଢି ଖଜୁରୀ ତୋଳୁ ଥିବା ବେଳେ ଅସାବଧାନତା ବଶତଃ ତଳକୁ ଖସି ପଡି ଥିଲେ | ତୁରନ୍ତ ତାଙ୍କୁ କାଲିମେଳା ମେଡିକାଲ କୁ ଅଣା ଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ପରମ୍ପରା ଅନୁସାରେ ଚଡକ ପୂଜାରେ ଖଜୁରୀ କୋଳି ପୂଜା କରାଯିବାର ଵିଧି ରହିଛି |1
- ଧର୍ମ ବାଧକ : ଉଠି ପାରୁନି ମୃତଦେହ1
- #କୋଟପାଡ଼ରେ_ମହାଆଡ଼ମ୍ବରରେ_ଓଡ଼ିଆନବବର୍ଷ_ପାଳିତ ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ତଥା ଓଡ଼ିଆ ନବବର୍ଷ ଉପଲକ୍ଷେ ଉତ୍ସବ ମୁଖର କୋଟପାଡ଼ #Kalingatv #KNews #kotpad #OdiaNewYear #OdiaTradition #hanumanjayanti #panasankranit #mohabisubasankranti #vitalreels Bdo Kotpad Kotpad Breaking #fbviralvideo #viralvideo #koraput #odisha1
- ଭାରତର ସଂବିଧାନ ଶିଳ୍ପୀ, ବିଶ୍ୱବିଖ୍ୟାତ ଆଇନବିଦ୍ ଏବଂ ପ୍ରଥମ ଆଇନ ଓ ନ୍ୟାୟମନ୍ତ୍ରୀ ଡ଼. ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜୟନ୍ତୀ ଉପଲକ୍ଷେ କୋରାପୁଟ ଜିଲ୍ଲା କଂଗ୍ରେସ ଦଳ ତରଫରୁ ଜୟପୁର କଂଗ୍ରେସ ଭବନ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଓ ପୁଷ୍ପାର୍ଚ୍ଚନା କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ଏହି ଶୁଭ ଅବସରରେ ସମସ୍ତ ସାଧାରଣ ଜନତା, କଂଗ୍ରେସ ନେତୃବୃନ୍ଦ, କର୍ମୀ ଓ ସକ୍ରିୟ ସଦସ୍ୟମାନେ ଉପସ୍ଥିତ ରହିଥିଲେ!1
- ଚରକପୂଜାର ଖୁସି ମଝିରେ ଦୁଃଖର ଛାୟା କାଲିମେଳାରେ ଦୁଇ ଦୁର୍ଘଟଣା..... ମାଲକାନଗିରିରେ ବଙ୍ଗୀୟ ସମ୍ପ୍ରଦାୟର ଚଡ଼କ ପୂଜାରେ ଦୁଇ ଦୁଇଟି ବଡ଼ ଅଘଟଣ। ଖଜୁରୀ ଗଛରୁ ଗଳି ପଡ଼ି ପ୍ରାଣ ହରାଇଛନ୍ତି ଜଣେ ବ୍ୟକ୍ତି। ମୃତକଙ୍କ ନାଁ ଜଗଦୀଶ ସାନା। ଏମଭି-72 ଗାଁରେ ଘଟିଛି ଏହି ଘଟଣା। ଆଜି ଚାଲିଥିଲା ପାରମ୍ପରିକ ଚରକ ପୂଜା। ମାଲକାନଗିରି:ପାରମ୍ପରିକ ଚରକପୂଜା ଉତ୍ସବର ଆନନ୍ଦ ମଝିରେ କାଲିମେଳା ଅଞ୍ଚଳରୁ ଆସିଛି ଦୁଃଖଦ ଖବର। ଦୁଇଟି ଅଲଗା ଗ୍ରାମରେ ଘଟିଥିବା ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣ ଆହତ ହୋଇଛନ୍ତି। MV-72 ଗ୍ରାମରେ ଜଗଦୀଶ ସାନା ନାମକ ଜଣେ ବ୍ୟକ୍ତି ଖଜୁରୀ ଗଛରୁ ପଡି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନେଉଥିବା ବେଳେ ରାସ୍ତାମଧ୍ୟରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ ନାଲାଗୁଣ୍ଠି ପଞ୍ଚାୟତର MPV-36 ଗ୍ରାମର ବସିନ୍ଦା ଥିବା ଜଣାପଡ଼ିଛି। ଅନ୍ୟପଟେ MV-80 ଗ୍ରାମରେ ମିହିର ମଣ୍ଡଳ ନାମକ ଜଣେ ଯୁବକ ମଧ୍ୟ ଖଜୁରୀ ଗଛରୁ ପଡି ଆହତ ହୋଇଛନ୍ତି। ସେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି ଏବଂ ତାଙ୍କ ଅବସ୍ଥା ସ୍ଥିର ବୋଲି ଜଣାପଡ଼ିଛି। ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ପରିବେଶ ଦେଖାଯାଇଛି। ଉତ୍ସବର ଆନନ୍ଦ ମଝିରେ ଏପରି ଘଟଣା ଲୋକମାନଙ୍କୁ ଦୁଃଖିତ କରିଛି। ମାଲକାନଗିରି:ପାରମ୍ପରିକ ଚରକପୂଜା ଉତ୍ସବର ଆନନ୍ଦ ମଝିରେ କାଲିମେଳା ଅଞ୍ଚଳରୁ ଆସିଛି ଦୁଃଖଦ ଖବର। ଦୁଇଟି ଅଲଗା ଗ୍ରାମରେ ଘଟିଥିବା ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣ ଆହତ ହୋଇଛନ୍ତି। ଜଗଦୀଶ ସାନା ନାମକ ଜଣେ ବ୍ୟକ୍ତି ଖଜୁରୀ ଗଛରୁ ପଡି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନେଉଥିବା ବେଳେ ରାସ୍ତାମଧ୍ୟରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ ନାଲାଗୁଣ୍ଠି ପଞ୍ଚାୟତର MPV-36 ଗ୍ରାମର ବସିନ୍ଦା ଥିବା ଜଣାପଡ଼ିଛି। ଅନ୍ୟପଟେ MV-80 ଗ୍ରାମରେ ମିହିର ମଣ୍ଡଳ ନାମକ ଜଣେ ଯୁବକ ମଧ୍ୟ ଖଜୁରୀ ଗଛରୁ ପଡି ଆହତ ହୋଇଛନ୍ତି। ସେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି ଏବଂ ତାଙ୍କ ଅବସ୍ଥା ସ୍ଥିର ବୋଲି ଜଣାପଡ଼ିଛି। ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ପରିବେଶ ଦେଖାଯାଇଛି। ଉତ୍ସବର ଆନନ୍ଦ ମଝିରେ ଏପରି ଘଟଣା ଲୋକମାନଙ୍କୁ ଦୁଃଖିତ କରିଛି।2