ମାଲକାନଗିରି ଜିଲ୍ଲାର କାଲିମେଳା ଅଞ୍ଚଳରୁ ଏକ ଚମକଦାର ଓ ଭୟାବହ ଘଟଣା ସାମ୍ନାକୁ ଆସିଛି। ମହୁଲ ଗୋଟେଇବାକୁ ଯାଇଥିବା ଜଣେ ଯୁବକଙ୍କୁ ଧନୁତୀର ଓ ପଥରରେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଖବର ମିଳିଛି। ଏହି ଘଟଣା ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି କରିଛି। ସୂଚନା ଅନୁସାରେ, କାଲିମେଳା ଥାନା ଅନ୍ତର୍ଗତ ମାଙ୍ଗିପାଲି ଗ୍ରାମରେ ଜମିଜମା ବିବାଦକୁ ନେଇ ଏହି ରକ୍ତରଞ୍ଜିତ ଘଟଣା ଘଟିଛି। ଆକ୍ରାନ୍ତ ଯୁବକଙ୍କ ନାମ ବୁଧିନାଥ କବାସୀ ବୋଲି ଜଣାପଡ଼ିଛି। ସେ ମହୁଲ ଗୋଟେଇବା ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ହଠାତ୍ କିଛି ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣକାରୀମାନେ ଧନୁତୀର ଓ ପଥର ବ୍ୟବହାର କରି ବୁଧିନାଥଙ୍କୁ ଗୁରୁତର ଭାବେ ଆହତ କରିଥିଲେ। ଘଟଣାସ୍ଥଳରୁ ସେ ରକ୍ତାକ୍ତ ଅବସ୍ଥାରେ ଖସି ଯାଇ ପ୍ରଥମେ କାଲିମେଳା ଚିକିତ୍ସାଳୟକୁ ଯାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଗମ୍ଭୀର ହେବାରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ଭିମା କବାସୀ, ସୋମନାଥ କବାସୀ ଓ ଲକ୍ଷ୍ମଣ କବାସୀଙ୍କୁ ଅଭିଯୁକ୍ତ ଭାବେ ପୋଲିସ ଚିହ୍ନଟ କରିଛି। ଆକ୍ରାନ୍ତଙ୍କ ସ୍ତ୍ରୀ ସୁକାନ୍ତି କବାସୀ କାଲିମେଳା ଥାନାରେ ଏହା ସମ୍ପର୍କରେ ଏତଲା ଦାଖଲ କରିଛନ୍ତି। ଏତଲା ଆଧାରରେ ପୋଲିସ ତତ୍କ୍ଷଣାତ୍ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତମାନଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଘଟଣା ପଛରେ ଥିବା ସଠିକ କାରଣ ଓ ଅନ୍ୟାନ୍ୟ ସମ୍ଭାବ୍ୟ ତଥ୍ୟ ଖୋଜିବାକୁ ପୋଲିସ ତଦନ୍ତକୁ ଆହୁରି ତେଜ କରିଛି। ଏହି ଘଟଣା ପରେ ଗ୍ରାମବାସୀଙ୍କ ମନରେ ଭୟ ଓ ଅସ୍ଥିରତା ଦେଖାଦେଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଶାନ୍ତି ଓ କାନୁନ-ଶୃଙ୍ଖଳା ରକ୍ଷା ପାଇଁ ପ୍ରୟାସ ଜାରି ରହିଛି l
ମାଲକାନଗିରି ଜିଲ୍ଲାର କାଲିମେଳା ଅଞ୍ଚଳରୁ ଏକ ଚମକଦାର ଓ ଭୟାବହ ଘଟଣା ସାମ୍ନାକୁ ଆସିଛି। ମହୁଲ ଗୋଟେଇବାକୁ ଯାଇଥିବା ଜଣେ ଯୁବକଙ୍କୁ ଧନୁତୀର ଓ ପଥରରେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଖବର ମିଳିଛି। ଏହି ଘଟଣା ଅଞ୍ଚଳରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି କରିଛି। ସୂଚନା ଅନୁସାରେ, କାଲିମେଳା ଥାନା ଅନ୍ତର୍ଗତ ମାଙ୍ଗିପାଲି ଗ୍ରାମରେ ଜମିଜମା ବିବାଦକୁ ନେଇ ଏହି ରକ୍ତରଞ୍ଜିତ ଘଟଣା ଘଟିଛି। ଆକ୍ରାନ୍ତ ଯୁବକଙ୍କ ନାମ ବୁଧିନାଥ କବାସୀ ବୋଲି ଜଣାପଡ଼ିଛି। ସେ ମହୁଲ ଗୋଟେଇବା ପାଇଁ
ଜଙ୍ଗଲକୁ ଯାଇଥିବା ବେଳେ ହଠାତ୍ କିଛି ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣକାରୀମାନେ ଧନୁତୀର ଓ ପଥର ବ୍ୟବହାର କରି ବୁଧିନାଥଙ୍କୁ ଗୁରୁତର ଭାବେ ଆହତ କରିଥିଲେ। ଘଟଣାସ୍ଥଳରୁ ସେ ରକ୍ତାକ୍ତ ଅବସ୍ଥାରେ ଖସି ଯାଇ ପ୍ରଥମେ କାଲିମେଳା ଚିକିତ୍ସାଳୟକୁ ଯାଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଗମ୍ଭୀର ହେବାରୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ଭିମା କବାସୀ, ସୋମନାଥ କବାସୀ ଓ ଲକ୍ଷ୍ମଣ କବାସୀଙ୍କୁ ଅଭିଯୁକ୍ତ ଭାବେ ପୋଲିସ ଚିହ୍ନଟ କରିଛି। ଆକ୍ରାନ୍ତଙ୍କ
ସ୍ତ୍ରୀ ସୁକାନ୍ତି କବାସୀ କାଲିମେଳା ଥାନାରେ ଏହା ସମ୍ପର୍କରେ ଏତଲା ଦାଖଲ କରିଛନ୍ତି। ଏତଲା ଆଧାରରେ ପୋଲିସ ତତ୍କ୍ଷଣାତ୍ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତମାନଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଘଟଣା ପଛରେ ଥିବା ସଠିକ କାରଣ ଓ ଅନ୍ୟାନ୍ୟ ସମ୍ଭାବ୍ୟ ତଥ୍ୟ ଖୋଜିବାକୁ ପୋଲିସ ତଦନ୍ତକୁ ଆହୁରି ତେଜ କରିଛି। ଏହି ଘଟଣା ପରେ ଗ୍ରାମବାସୀଙ୍କ ମନରେ ଭୟ ଓ ଅସ୍ଥିରତା ଦେଖାଦେଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଶାନ୍ତି ଓ କାନୁନ-ଶୃଙ୍ଖଳା ରକ୍ଷା ପାଇଁ ପ୍ରୟାସ ଜାରି ରହିଛି l
- ମାଲକାନଗିରି (ରାମ କୃଷ୍ଣ ଚୌଧୁରୀ)ତାରିଖ: ୩୧ ମାର୍ଚ୍ଚ ଆଜି ସାରା ଓଡ଼ିଶା ସହିତ ଦେଶବ୍ୟାପୀ ଭାବେ ଟ୍ରାନ୍ସଜେଣ୍ଡର ଅଧିକାର ଦିବସ ପାଳିତ ହୋଇଛି। ଏହି ଅବସରରେ ବିଭିନ୍ନ ସରକାରୀ ଓ ବେସରକାରୀ ସଂଗଠନ ପକ୍ଷରୁ ସଚେତନତା କାର୍ୟକ୍ରମ, ଆଲୋଚନା ସଭା ଓ ରାଲି ଆୟୋଜିତ ହୋଇଥିଲା। ସମାଜରେ ଟ୍ରାନ୍ସଜେଣ୍ଡର ସମୁଦାୟ ଦୀର୍ଘଦିନ ଧରି ଅବହେଳା ଓ ବିଭେଦର ସମ୍ମୁଖୀନ ହୋଇଆସୁଛନ୍ତି। ଶିକ୍ଷା, ଚାକିରି ଓ ସ୍ୱାସ୍ଥ୍ୟ ସେବାରେ ସମାନ ସୁଯୋଗ ପାଇବା ପାଇଁ ସେମାନେ ନିରନ୍ତର ଭାବେ ଦାବି ଜଣାଇଆସୁଛନ୍ତି। ଏହି ଦିନର ମୂଳ ଉଦ୍ଦେଶ୍ୟ ହେଉଛି ଟ୍ରାନ୍ସଜେଣ୍ଡର ମାନଙ୍କର ଅଧିକାରକୁ ସମ୍ମାନ ଦେବା ସହିତ ସମାଜରେ ସମାନତା ଓ ସ୍ୱୀକୃତି ବୃଦ୍ଧି କରିବା। ସରକାର ତରଫରୁ ବିଭିନ୍ନ କଳ୍ୟାଣମୂଳକ ଯୋଜନା ଆରମ୍ଭ କରାଯାଇଥିବା ସତ୍ତ୍ୱେ, ଅଧିକ ସଚେତନତା ଓ ସମର୍ଥନ ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। କିଛି ସଂଗଠନର ପ୍ରତିନିଧିମାନେ କହିଛନ୍ତି, “ଆମେ ସମାଜରେ ସମାନ ସମ୍ମାନ ଓ ଅଧିକାର ଚାହୁଁଛୁ। ଆମକୁ ମୂଳଧାରାରେ ନେବା ପାଇଁ ସମସ୍ତଙ୍କ ସହଯୋଗ ଦରକାର।” ଟ୍ରାନ୍ସଜେଣ୍ଡର ଅଧିକାର ଦିବସ ଅବସରରେ ସମାଜର ସମସ୍ତ ଶ୍ରେଣୀର ଲୋକଙ୍କୁ ସମାନତା ଓ ମାନବିକତାର ସନ୍ଦେଶ ଦିଆଯାଇଛି।4
- ଅବସର ଗ୍ରହଣ ଦିନ ପୁର୍ଣ୍ଣାଙ୍ଗ ପେନସନ୍ ପାଇଲେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଅଧିନସ୍ଥ ହାଟକଙ୍ଗା ଉନ୍ନତ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ନାରାୟଣ ଚନ୍ଦ୍ର ଦାସ ଓ ଇନ୍ଦିରା କଲନି ଖ ପ୍ରାଥମିକ ବିଦ୍ୟାଳୟ ଜୟପୁର ର ଶିକ୍ଷୟିତ୍ରୀ ଶ୍ରୀମତି ଜ୍ୟୋତ୍ସ୍ନା ପାଣିଗ୍ରାହୀ ତା ୩୧.୦୩.୨୦୨୬ ରେ ଚାକିରି ରୁ ଅବସର ଗ୍ରହଣ କରିବାକୁ ଥିବା ସମୟରେ ଅବସର ଗ୍ରହଣ ପୁର୍ବରୁ ସରକାର ଉକ୍ତ ଦ୍ବୟ ଅବସର ପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ପୁର୍ଣ୍ଣାଙ୍ଗ ପେନସନ୍ ମଞ୍ଜୁର କରିଥିଲେ,1
- କୋଟପାଡ଼ ଅଞ୍ଚଳରେ ଏବେ ବି ଜୀବନ୍ତ ରହିଛି ଆଞ୍ଚଳିକ ଓ ପୌରାଣିକ ନାଟକ #kotpadbreakingnews #kotpad #desianato #nato #dhamanahandi #adibasisong #adibasidevas #ancholikonato #Ghatajatra #koraput #Odisha1
- ନିଜ ଆଦିବାସୀ ସଂସ୍କୃତି ଆଉ ପରମ୍ପରାକୁ ବଜାୟ ରଖିବା ପାଇଁ 10-20 ଟଙ୍କା ଗୋଟିଏ ଦିନ ପାଇଁ ମାଗିଲେ ପୋଲିସ ବାଲାଙ୍କ ପୃଥିବୀ ପ୍ରଳୟ ହୋଇ ଯାଉଛି, ଏଇଟା ଗୋଟିଏ ଖୁସିର ପର୍ବ l ଏହି ପର୍ବ ପାଇଁ ଲୋକମାନେ ଖୁସିରେ ଟଙ୍କା କିଛି କିଛି ଦେଉଛନ୍ତି l ଆଉ ଆମେ ମଧ୍ୟ ଦେଉଛୁ ଆଉ ସମସ୍ତେ ନିଜ ଶକ୍ତି ଅନୁସାରେ ଖୁସିରେ ଦେବା କଥା ମଧ୍ୟ l ଏଥିପାଇଁ କାହାକୁ ମଧ୍ୟ ଟଙ୍କା ଦେବା ପାଇଁ ବାଧ୍ୟ କରାଯାଉନାହିଁ l ଯିଏ ଯାହା ଖୁସିରେ ଦେଲେ ସେତିକିରେ ଏମାନେ ଶାନ୍ତି l କିଛି ଟାଉନ ମାନଙ୍କରେ ଅନ୍ୟ ସମ୍ପ୍ରଦାୟର ଲୋକମାନେ ଅନ୍ୟାନ୍ୟ ପୂଜା ପାର୍ବଣ ପାଇଁ ଟେଣ୍ଟ୍ ପକେଇକି ମନଇଚ୍ଛା ରିସି୍ଡ୍ କାଟି ଟଙ୍କା ଆଦାୟ କରୁଛନ୍ତି l ସେଇଟା ଏହି ପୋଲିସ୍ ବାଲାଙ୍କୁ ଦେଖାଯାଉ ନାହିଁ l କିନ୍ତୁ ଆମ ଆଦିବାସୀ ପରମ୍ପରାରେ ଦଉଡ଼ି ଛେକି 5 କି 10 ଆଦାୟ କରିବାରୁ ଲାଠିଚାର୍ଜ l ଯିଏ ଆମ ସୁନ୍ଦର ପରମ୍ପରାକୁ ବିରୋଧ କରୁଛି ସେ କିପରି ବ୍ୟକ୍ତିତ୍ୱର ଅଧିକାରୀ ହୋଇଥିବ ଜଣାପଡୁଛି, ପୋଲିସ ମାଡ଼ର ଦୃଢ ପ୍ରତିବାଦ ହେବା ଉଚିତ.3
- ବିଜୁ ବାବୁଙ୍କ ପ୍ରତି ଅନୈତିକ ମନ୍ତବ୍ୟକୁ ବିରୋଧ କରି କୋରାପୁଟ ୨୬ ନଂ ଜାତୀୟ ରାଜପଥ ଘେରାଉ କଲା ବିଜେଡି, ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ପରିଷଦ ଅଧ୍ୟକ୍ଷା1
- Post by HABIL DONGRI1
- Post by MSP TV (Reporter:-MiHiR)1
- ଜୟପୁର: ଜୟପୁର ଲୋରି ଓନର୍ସ ଏସୋସିଏସନ ଓ ଟ୍ରକ୍ ଓନର୍ସ ଏସୋସିଏସନ ପକ୍ଷରୁ ସ୍ୱାମୀ ସୁଧାନନ୍ଦ ସରସ୍ୱତୀଜୀଙ୍କୁ ସମ୍ମାନ ଜଣାଇବା ସହିତ ବିଶେଷ କାର୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ସ୍ୱାମୀଜୀଙ୍କ ଆଶୀର୍ବାଦ ନେବା ସହିତ ସଦସ୍ୟମାନେ ସମାଜ ସେବା ଓ ନୀତିମୂଳକ ଜୀବନ ଉପରେ ତାଙ୍କର ମୂଲ୍ୟବାନ ଉପଦେଶ ଶୁଣିଥିଲେ। ସଭାରେ ଏସୋସିଏସନର ବରିଷ୍ଠ ସଦସ୍ୟ ଓ ଅନେକ ଲୋରି-ଟ୍ରକ୍ ମାଲିକ ଉପସ୍ଥିତ ରହି କାର୍ୟକ୍ରମକୁ ସଫଳ କରିଥିଲେ।1