Shuru
Apke Nagar Ki App…
ସୁବର୍ଣ୍ଣପୁର ଜିଲ୍ଲା ଅଙ୍ଗନଦୀରେ ତିନିଦିନ ଧରି ବନ୍ୟା ପାଣିରେ ଚାଷ ଜମି ବୁଡି ରହିଥିବାରୁ ତଳିରୁଆ ହୋଇଥିବା ଚାଷ ସବୁ ନଷ୍ଟ ହୋଇଯାଇଛି ପ୍ରଥମେ ଲଘୁଚାପ ଜନିତ ଲଗାଣ ବର୍ଷା ତା ପରେ ଅଙ୍ଗନଦୀରେ ବନ୍ୟା ଜଳମଗ୍ନ ହୋଇ ସହ ସହ ଏକର ଚାଷଜମି ନଷ୍ଟ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲା ଅଙ୍ଗନଦୀରେ ତିନିଦିନ ଧରି ବନ୍ୟା ପାଣିରେ ଚାଷ ଜମି ବୁଡି ରହିଥିବାରୁ ତଳିରୁଆ ହୋଇଥିବା ଚାଷ ସବୁ ନଷ୍ଟ ହୋଇଯାଇଛି l ତଳିଆ ଜମି ଗୁଡିକ ଅଧିକ କ୍ଷୟକ୍ଷତି ହୋଇଯାଇଥିବା ବେଳେ ସହ ସହ ଏକର ଚାଷ ଜମିରେ ବଳି ପୋତି ହୋଇଯାଇ ନଷ୍ଟ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସକମା ଗ୍ରାମରେ କିପରି ଅଙ୍ଗନଦୀର ପାଣି ଆସି ବାଲି ପୋତି ହୋଇଯାଇଛି l
BINKA KHABAR
ସୁବର୍ଣ୍ଣପୁର ଜିଲ୍ଲା ଅଙ୍ଗନଦୀରେ ତିନିଦିନ ଧରି ବନ୍ୟା ପାଣିରେ ଚାଷ ଜମି ବୁଡି ରହିଥିବାରୁ ତଳିରୁଆ ହୋଇଥିବା ଚାଷ ସବୁ ନଷ୍ଟ ହୋଇଯାଇଛି ପ୍ରଥମେ ଲଘୁଚାପ ଜନିତ ଲଗାଣ ବର୍ଷା ତା ପରେ ଅଙ୍ଗନଦୀରେ ବନ୍ୟା ଜଳମଗ୍ନ ହୋଇ ସହ ସହ ଏକର ଚାଷଜମି ନଷ୍ଟ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲା ଅଙ୍ଗନଦୀରେ ତିନିଦିନ ଧରି ବନ୍ୟା ପାଣିରେ ଚାଷ ଜମି ବୁଡି ରହିଥିବାରୁ ତଳିରୁଆ ହୋଇଥିବା ଚାଷ ସବୁ ନଷ୍ଟ ହୋଇଯାଇଛି l ତଳିଆ ଜମି ଗୁଡିକ ଅଧିକ କ୍ଷୟକ୍ଷତି ହୋଇଯାଇଥିବା ବେଳେ ସହ ସହ ଏକର ଚାଷ ଜମିରେ ବଳି ପୋତି ହୋଇଯାଇ ନଷ୍ଟ ହୋଇଯାଇଛି l ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସକମା ଗ୍ରାମରେ କିପରି ଅଙ୍ଗନଦୀର ପାଣି ଆସି ବାଲି ପୋତି ହୋଇଯାଇଛି l
More news from ଓଡ଼ିଶା and nearby areas
- ସୋନପୁର ସହରର ଟାଉନ ହଲ ଠାରେ ସମ୍ବଲପୁରୀ ଦିନ ପାଳନ ହୋଇଯାଇଛି। tanusha ପରିବାର ଦ୍ୱାରା। ସୁବର୍ଣ୍ଣପୁର ଜିଲ୍ଲାରେ ସୋନପୁର ସହରର ଟାଉନ ହଲ ଠାରେ ସମ୍ବଲପୁରୀ ଦିନ ପାଳନ ହୋଇଯାଇଛି। tanusha ପରିବାର ଦ୍ୱାରା।1
- ସମ୍ବଲପୁରୀ ଦିନ ତଥା ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜୟନ୍ତୀ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଲେ ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ #rishitv #sambalpuri #days #sambalpur #paschimodisha #news #odisha #cm #MohanCharanMajhi #wishes1
- *ଖବର ଆଜିର, ୨ ଅଗଷ୍ଟ ରବିବାର* ================= ବଡମ୍ବା: ଗର୍ତ୍ତ ଗୃହକୁ ଫେରିଲେ ମା ଭଟ୍ଟାରିକା। ୧୬୩ ଧାରା ବଳବତ୍ତର। କୃଷି ଯନ୍ତ୍ରପାତି, ଉପକରଣ ଓ ଡିଜେଲ ପମ୍ପ୍ସେଟ୍ର ଲୋକପ୍ରିୟକରଣ ଯୋଜନା ଆଉ ୫ ବର୍ଷ ପାଇଁ ବଢ଼ିଲା। ଜଳସେଚନ ଓ ଭୂତଳ ପାଇପ୍ ଲାଇନ୍ ବ୍ୟବସ୍ଥା ଦ୍ବାରା ଜଳ ବିତରଣ ପାଇଁ ୬୭୩ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ ହେଲା। ବନ୍ୟା ଛାଡ଼ିବାର ୩ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ ପାଇଁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ। କୃଷି ଓ ଘରଭଙ୍ଗା କ୍ଷେତ୍ରରେ ତୁରନ୍ତ ପ୍ୟାକେଜ୍ ଦିଆଯିବ। ଓଡ଼ିଶାରେ ବନ୍ୟାଜନିତ କ୍ଷତିପୂରଣ ପାଇଁ କେନ୍ଦ୍ର ସରକାର ୫୦୦ କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ଭଦ୍ରକରେ ସାଳନ୍ଦୀ ନଦୀର ସ୍ତର ୧୧ ଫୁଟ ତଳକୁ ଓ ବୈତରଣୀର ସ୍ତର ୧୭ ମିଟର ତଳକୁ ଖସି ଆସିଛି। ଶସ୍ତା ହେଲା କମର୍ସିଆଲ ସିଲିଣ୍ଡର। ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୧୯୨ ଟଙ୍କା ହ୍ରାସ ପାଇଛି। ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ୩ରୁ ୫ ତାରିଖ ଯାଏଁ କାର୍ଯ୍ୟକ୍ରମ ରହିବ। ସ୍ୱାମୀ ଲକ୍ଷ୍ଣଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲାରେ ନାଇଡୁ କମିଶନ ରିପୋର୍ଟ କେଉଁ ବିଭାଗରେ ଥିଲା, ତାକୁ ନେଇ ଦ୍ୱନ୍ଦ। ବ୍ରହ୍ମପୁର ମେଡ଼ିକାଲ ପିଜି ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତ, ତୁରନ୍ତ ଦାଖଲ କରାଯିବ ରିପୋର୍ଟ। ବଲାଙ୍ଗିରରର ଅସଲି ବ୍ୟାଙ୍କ ନାଁରେ ନକଲି ମ୍ୟାନେଜରର ଠକେଇ। ଶିକାର ହେଲେ ନିରୀହ ଗରିବ ଚାଷୀ। ମୟୁରଭଞ୍ଜ ଜିଲ୍ଲା କୁଆମରା ଗ୍ରାମର ୩ଜଣ ଯୁବକଙ୍କର ଏକ ସଡ଼କ ଦୁର୍ଘଟଣାରେ ଶୋଚନୀୟ ମୃତ୍ୟୁ ହୋଇଛି। କନ୍ଧମାଳ ଜିଲ୍ଲା ରାଇକିଆରେ ଶିକ୍ଷକଙ୍କ ମାଡରେ ତୃତୀୟ ଶ୍ରେଣୀ ଛାତ୍ରୀର ମୃତ୍ୟୁ ହୋଇଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହରରେ ବଜ୍ରାଘାତରେ ଗୋଟିଏ ପରିବାରର ପାଞ୍ଚଜଣ ଗୁରୁତର ହୋଇଛନ୍ତି l ସୁନ୍ଦରଗଡ ହେମଗିରିରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ରୋଗୀ। ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକରେ ସାରର କଳାବଜାରୀ, ଗୋଦାମ ସିଲ ହେଲା। ୩୦୦୦ ବସ୍ତା ସାରର ହିସାବ ନାହିଁ। ରାୟଗଡା ପୁଟାସିଂ ଘାଟିରେ ଭାରସାମ୍ୟ ହରାଇ ଖସିପଡିଲା ବାଇକ୍। ଜଣେ ଯୁବକଙ୍କ ମୃତ୍ୟୁ, ଜଣେ ଗୁରୁତର। କୋରାପୁଟ ଜୟପୁରରେ ଛୁରି ଭୁସି ଯୁବକଙ୍କୁ ହତ୍ୟା। ଅଭିଯୁକ୍ତକୁ ଗିରଫ ଦାବିରେ ମୃତଦେହ ରଖି ଜାତୀୟ ରାଜପଥ-୨୬ ଅବରୋଧ। ଗଜପତି ଜିଲ୍ଲା କାଶୀନଗରରେ ବାଇକ୍ ଦୁର୍ଘଟଣାରେ ଏଏସ୍ଆଇ ମନୋଜ ପାଢ଼ୀ ମୃତ, ଅନ୍ୟ ଜଣେ ଗୁରୁତର। ଭଦ୍ରକ ବାସୁଦେବପୁରରେ ବିଦ୍ୟୁତ ଆଘାତରେ କର୍ମଚାରୀ ମୃତ। ମୃତକଙ୍କ ନାମ ବିଷ୍ଣୁମୋହନ ପଣ୍ଡା। ରାଜଧାନୀ ଲକ୍ଷ୍ମୀ ସାଗରରେ ବିଲ୍ଡରଙ୍କ ଘରୁ ୨ କୋଟି ଟଙ୍କାର ସୁନା ସହ ୫ ଲକ୍ଷ ଲୁଟ୍। ବନ୍ଦେ ଭାରତ ଟ୍ରେନରେ ସୁରତରୁ ଅହମଦାବାଦ ଅଣାଯାଇଛି ୩୬ ବର୍ଷୀୟ ଓଡ଼ିଆ ଯୁବକ ମିଥୁନ ସ୍ବାଇଁଙ୍କ ହାର୍ଟ। 🇳🇪 ପେଟ୍ରୋଲିୟମ ମନ୍ତ୍ରାଳୟର ବକ୍ତବ୍ୟ, ଇ ୨୦ ମିଶାଇଲେ ପେଟ୍ରୋଲର ଦାମ ୩୦ ଟଙ୍କା କମୁଛି। ଆଜି ନଶା ମୁକ୍ତ ଯୁବ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ କେନ୍ଦ୍ର ସରକାର। କେରଳରେ ପ୍ରବଳ ବର୍ଷା, ଭୂସ୍ଖଳନ; ୩ ଶିଶୁଙ୍କ ସମେତ ୭ ମୃତ। ରାଜନେତାଙ୍କୁ ହନିଟ୍ରାପ୍ କରିବାକୁ ଆତଙ୍କବାଦୀ ଷଡ଼ଯନ୍ତ୍ର ଝାଡ଼ଖଣ୍ଡ ମହିଳାଙ୍କୁ ଗିରଫ କଲା ପଶ୍ଚିମବଙ୍ଗ ପୁଲିସ। ବିଶ୍ୱ ରେକର୍ଡ କଲା ଆନ୍ଧ୍ରର ଆଦିବାସୀ ଧିମ୍ସା ନୃତ୍ୟ। ଗିନିଜ୍ ୱାର୍ଲ୍ଡ ରେକର୍ଡରେ ହେଲା ସାମିଲ। ଏସଆଇଆର୍: ୧୦ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶର ଡ୍ରାଫ୍ଟ ତାଲିକାରୁ ୧ କୋଟି ୧୨ ଲକ୍ଷ ନାମ କଟିଲା। ରୁଷ ସେନାରେ ଏବେ ବି ପ୍ରାୟ ୨୪ ଜଣ ଭାରତୀୟ ନାଗରିକ ଫସିକରି କାର୍ଯ୍ୟରତ ଅଛନ୍ତି। ପୁଣି ଥରିଲା ଜାପାନ: ୫.୮ ତୀବ୍ରତାଯୁକ୍ତ ଭୂମିକମ୍ପ, ସୁନାମି ଆଶଙ୍କା ନାହିଁ। 🚴🏾♂️⚽🏏 ସିବିଏସ୍ଇ ପୂର୍ବାଞ୍ଚଳ ତୀରନ୍ଦାଜୀ ଚାମ୍ପିଅନସିପରେ ୧୯ ବର୍ଷରୁ କମ୍ ବର୍ଗରେ ତିନୋଟି ସ୍ୱର୍ଣ୍ଣ ପଦକ ଜିତିଲେ କଳାହାଣ୍ଡିର କ୍ଷୀରୋଦ କୁମାର। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ମୁଷ୍ଟିଯୁଦ୍ଧରୁ ୭ ସ୍ବର୍ଣ୍ଣ, ୩ ରୌପ୍ୟ ପାଇଛି। ଭାର ଉତ୍ତୋଳନରେ ମୀରାବାଇଙ୍କୁ ହ୍ୟାଟ୍ରିକ୍ ସ୍ବର୍ଣ୍ଣ, ରେକର୍ଡ ସହ ଋଷିକାନ୍ତଙ୍କୁ ରୌପ୍ୟ। ଗତବର୍ଷ ଏଇ ସମୟରେ ଏଇ ବର୍ଷ ଶେଷ ସୁଦ୍ଧା ରାଜ୍ୟର ୩୦ ଜିଲ୍ଲାରେ ୩୮ଟି ମଡେଲ ମଣ୍ଡି ହେବ ବୋଲି ଘୋଷଣା ହୋଇଥିଲା। ସମସ୍ତ ଜିଲ୍ଲାରେ ଆଇନ ଅଫିସର ନିଯୁକ୍ତ ହେବବୋଲି ନିଷ୍ପତ୍ତି ହୋଇଥିଲା। ଦେଶରେ ମ୍ୟାଲେରିଆ ସଂକ୍ରମଣରେ ଓଡିଶା ପ୍ରଥମ ହୋଇଥିଲା। ================ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଆରମ୍ଭ ଆଜି ଜନ୍ମଦିନ: ଗଙ୍ଗାପ୍ରସାଦ ବିର୍ଲା, ବିଦ୍ୟାଚରଣ ଶୁକ୍ଳା, ତରୁଣକାନ୍ତି ମିଶ୍ର (କେନ୍ଦୁଝର), ଏପି ଭେଙ୍କଟଶ୍ବରନ (କୁଟନୀତିଜ୍ଞ, ବ୍ରହ୍ମପୁର) ଆଜି ତିରୋଧାନ: ଗ୍ରାହାମ ବେଲ, ଅରୁଣ ଦେ ଇତିହାସରେ ଆଜି: (୧୯୩୨) ପଜିଟ୍ରୋନ ଆବିଷ୍କାର ହେଲା/ (୧୮୫୮) ଇଷ୍ଟ ଇଣ୍ଡିଆ କମ୍ପାନୀରୁ ଭାରତକୁ ବ୍ରିଟିଶ ସରକାର ନେଲେ/ (୧୮୭୦) ଲଣ୍ଡନରେ ବିଶ୍ୱର ପ୍ରଥମ ଭୂମିତଳ ରେଳସେବା ଆରମ୍ଭ/ (୧୯୩୨) ଭାରତରୁ ବର୍ମା ଅଲଗା ହେଲା/ (୧୯୯୦) କୁଏତ ଉପରେ ଇରାକ ଆକ୍ରମଣ ================= ବନ୍ଦେ ଉତ୍କଳ ଜନନୀ ================1
- ଅମରପାଲି ନୋଡାଲ ୟୁପ ସ୍କୁଲର ପ୍ରଧାନଶିକ୍ଷକ ଦୁଃଖିଶ୍ୟାମ ଭୋଇଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ନୋଡାଲ ୟୁପି ସ୍କୁଲର ପ୍ରଧାନଶିକ୍ଷକ ଦୁଃଖିଶ୍ୟାମ ଭୋଇଙ୍କ ଅବସର ଉପଲକ୍ଷେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ବହଳପଦର କ୍ଲଷ୍ଟରର ସିଆରସିସି କମ୍ଭୁ ପ୍ରଧାନଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ସ୍ଥାନୀୟ ହାଇସ୍କୁଲର ପ୍ରଧାନଶିକ୍ଷକ ଉମେଶଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ବସନ୍ତ କୁମାର ସାହୁ ମୁଖ୍ୟ ବକ୍ତା ଏବଂ ସ୍କୁଲ ପରିଚାଳନା କମିଟି ସଭାପତି ତପନ କୁମାର ସାହୁ, ଶ୍ରୀ ଭୋଇ ଙ୍କ ପତ୍ନୀ ଜଲି ଭୋଇ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଶିକ୍ଷକ ତପକିରଣ ସାହୁ ସଭା ପରିଚାଳନା କରିଥିବାବେଳେ ପ୍ରଦୀପ ଜଗଦଲା ସ୍ୱାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷକ ଆକାଶ କ୍ଷେତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସିଆରସିସି ନାରାୟଣ ବେହେରା, ପ୍ରଧାନଶିକ୍ଷକ ପ୍ରାଣବନ୍ଧୁ ସାହୁ, ଯଦୁମଣି ବାଘ, ଶିକ୍ଷକ ସନ୍ତୋଷ ମେହେର, ଶୁଭାଶିଷ ମିଶ୍ର, ଅରବିନ୍ଦ ରଣା, ଶିକ୍ଷୟିତ୍ରୀ ନିଦ୍ରାବତୀ ନାୟକ, ଛାତ୍ରୀ ଅଂଶୃତି ପ୍ରିୟଦର୍ଶିନୀ ପାଢ଼ୀ ପ୍ରମୁଖ ଶ୍ରୀ ଭୋଇଙ୍କ ଶିକ୍ଷକତା ଜୀବନର ଅନୁଭୂତି, ସମୟାନୁବର୍ତ୍ତିତା, ନିଷ୍ଠା ଓ ଗଠନମୂଳକ କାର୍ଯ୍ୟର ପ୍ରଶଂସା କରିଥିଲେ। ସେମାନେ ତାଙ୍କର ଅବସର ପରବର୍ତ୍ତୀ ଜୀବନ ସୁଖମୟ ଓ ମଙ୍ଗଳମୟ ହେଉ ବୋଲି କାମନା କରିଥିଲେ। ସ୍କୁଲ ପକ୍ଷରୁ ଶ୍ରୀ ଭୋଇଙ୍କୁ ସ୍ମୃତିଫଳକ, ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଛାତ୍ରୀଛାତ୍ର, ପୁରାତନ ଛାତ୍ରୀଛାତ୍ର ଏବଂ ଅଭିଭାବକମାନେ ମଧ୍ୟ ଉପହାର ପ୍ରଦାନ କରି ଭାବବିହ୍ୱଳ ବିଦାୟ ଜଣାଇଥିଲେ। ପରେ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା। ଗ୍ରାମବାସୀମାନେ ନିଜ ନିଜ ଘର ସମ୍ମୁଖରେ ଫୁଲ ଓ ଚନ୍ଦନ ଦେଇ ଶ୍ରୀ ଭୋଇଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ବହଳପଦର କ୍ଲଷ୍ଟରର ସମସ୍ତ ସ୍କୁଲର ଶିକ୍ଷୟିତ୍ରୀ- ଶିକ୍ଷକଙ୍କ ସମେତ ବ୍ଲକ ଓ ଜିଲ୍ଲାର ବିଭିନ୍ନ ସ୍କୁଲର ଶିକ୍ଷକମାନେ ଯୋଗଦେଇଥିଲେ। ଉଲ୍ଲେଖଯୋଗ୍ୟ, ଦୁଃଖିଶ୍ୟାମ ଭୋଇ ଦୀର୍ଘ ୧୨ ବର୍ଷ ଧରି ଅମରପାଲି ନୋଡାଲ ୟୁପି ସ୍କୁଲର ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରି ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶରେ ଉଲ୍ଲେଖନୀୟ ଅବଦାନ ରଖିଥିଲେ।3
- ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅରିଗାଁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଦେବେନ୍ଦ୍ର ପଣ୍ଡାଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦୀର୍ଘ 37 ବର୍ଷ ଶିକ୍ଷକତା କଲାପରେ ଅବସର ନେଇଛନ୍ତି ଶିକ୍ଷକ ଧୀରେନ୍ଦ୍ର କୁମାର ପଣ୍ଡା । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ସିନ୍ଦୁରପୁର ପ୍ରାଥମିକ ବିଦ୍ୟାଳୟରୁ ଶିକ୍ଷକତା ଆରମ୍ଭ କରି ଅରିଗାଁ ବିଦ୍ୟାଳୟରୁ ଅବସର ନେବା ର 37 ବର୍ଷ ଏହି ମଣିଷ ତିଆରି କାରଖାନା ରେ କାମ କରି ନିଜର ନିଷ୍ଠାପର ସେବା, କର୍ତ୍ତବ୍ୟ ପରାୟଣତା , ସତ୍ୟନିଷ୍ଠ ଓ ଶିଷ୍ଠାଚାର ପାଇଁ ଅନ୍ୟ ମାନଙ୍କ ଆଗରେ ପ୍ରେରଣା ସାଜିଛନ୍ତି। ଏହି ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ ଅରିଗାଁ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବରେ ବିନିକା ଗୋଷ୍ଠୀ ଶିକ୍ଷା ଅଧିକାର ଲକ୍ଷ୍ମଣ ମିଶ୍ର ଯୋଗଦେଇ ଥିଲେ। ସମାରୋହରେ ବିଭିନ୍ନ ବିଦ୍ୟାଳୟ ର ଶିକ୍ଷକ ମାନଙ୍କ ସହ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ଗହଣରେ ଚାକିରୀରୁ ଅବସର ନେଇଥିବା ଶିକ୍ଷକଙ୍କୁ କୀର୍ତ୍ତନ କରି ନିଜର ସିନ୍ଦୁରପୁର ବାସ ଭବନ ପର୍ଯ୍ୟନ୍ତ ସମ୍ମାନିତ କରି ଅଣାଯାଇଅଛି।1
- କାନ୍ଥ ପଡ଼ି ବୁଦ୍ଧ ଗୁରୁତର ମାଟି ହଟାଇ ବାହାର କଲା ଅଗ୍ନିଷମ ବିଭାଗ l ଏଭଳି ଏକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ନାଏକ ପଡ଼ା ଗ୍ରାମରେ l କାନ୍ଥ ପଡ଼ି ବୁଦ୍ଧ ଗୁରୁତର ମାଟି ହଟାଇ ବାହାର କଲା ଅଗ୍ନିଷମ ବିଭାଗ l ଏଭଳି ଏକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ନାଏକ ପଡ଼ା ଗ୍ରାମରେ l ସୂଚନା ଅନୁସାରେ ଆଜି ନାଏକ ପଡ଼ା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘର କାନ୍ଥ ଭୁଶୁଡ଼ି ଯାଇଥିବା l ଫଳରେ ଘରେ ଥିବା ବୃଦ୍ଧ ଜଣକ ତଳେ ଚାପୀ ହୋଇଯାଇଥିଲେ l ଗ୍ରାମବାସୀ ମାଟି ତଲେ ଚାପି ହୋଇ ଯିବା ପରେ ଉଦ୍ଧାର କରି ନପାରିବାରୁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ l ଖବର ପାଇଁ ସୋନପୁରରେ ଅଗ୍ନିସମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧ ଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିବା ସୂଚନା ମିଳିଛି l ବର୍ତ୍ତମାନ ବୃଦ୍ଧଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି l2