ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ ପଞ୍ଚାୟତରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣି ୭୭ ସମସ୍ୟାର ହେଲା ସମାଧାନ *ମାଲକାନଗିରି, ୩୦/୩/୨୬:* ରାମ କୃଷ୍ଣ ଚୌଧୁରୀ ସ୍ୱାଭିମାନ ଅଞ୍ଚଳର ବିକାଶ ଓ ଜନସାଧାରଣଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଚିତ୍ରକୋଣ୍ଡା ବ୍ଲକର ଯନ୍ତ୍ରୀ ପଞ୍ଚାୟତ ପରିସରରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ ଜନ ଶୁଣାଣି ଓ ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ନିଜ ନିଜର ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ନେଇ ପହଞ୍ଚିଥିଲେ। ଶିବିରରେ ୨୬ ଟି ବ୍ୟକ୍ତିଗତ ଓ ୫୧ ଟି ଗ୍ରାମ୍ୟ ସମସ୍ୟା ଅଭିଯୋଗର ଶୁଣାଣୀ କରାଯାଇଥିଲା । ଏଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଜମି ପଟ୍ଟା ସମ୍ପର୍କିତ ସମସ୍ୟା, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଏବଂ ଭିନ୍ନକ୍ଷମ ସହାୟତା ପାଇଁ ଆସିଥିବା ଅଭିଯୋଗର ଶୁଣାଣୀ କରାଯାଇଥିଲା । ତତ୍ ସହିତ ଗ୍ରାମରେ ପାନୀୟ ଜଳ, ବିଦ୍ୟୁତ ସଂଯୋଗ ଏବଂ ରାସ୍ତାଘାଟ ସମସ୍ୟାର ସମାଧାନ ପାଇଁ ଶୁଣାଣୀ କରଯାଇଥିଲା। ଜିଲ୍ଲାପାଳ କେତେକ ଗୁରୁତର ଅଭିଯୋଗର ଘଟଣାସ୍ଥଳରେ ହିଁ ସମାଧାନ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ବସୁନ୍ଧରା ଯୋଜନା ଅନ୍ତର୍ଗତ ଭୂମିହୀନ ପରିବାରଙ୍କୁ ଘରଡିହ ପଟ୍ଟା ବଣ୍ଟନ କରାଯାଇଥିଲା। ଏଥିସହିତ ବିଭିନ୍ନ ସରକାରୀ ଯୋଜନାର ସୁବିଧା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଏକ ସ୍ୱତନ୍ତ୍ର କ୍ୟାମ୍ପ ଆୟୋଜନ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହ ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ, ବନଖଣ୍ଡ ଅଧିକାରୀ ସାଇ କିରଣ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ, ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା ଡୋଳାମଣି ପ୍ରଧାନ ଉପସ୍ଥିତ ରହି ଲୋକଙ୍କ ସମସ୍ୟାକୁ ଶୁଣିଥିଲେ। ଏଥିସହ ସମସ୍ତ ତହସିଲଦାର, ବିଡିଓ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଦୁର୍ଗମ ଅଞ୍ଚଳରେ ପ୍ରଶାସନ ପହଞ୍ଚି ଲୋକଙ୍କ ଦୁଃଖ ବୁଝୁଥିବାରୁ ସ୍ଥାନୀୟ ଜନସାଧାରଣ ଖୁସି ବ୍ୟକ୍ତ କରିଛନ୍ତି।
ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ ପଞ୍ଚାୟତରେ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଶୁଣାଣି ୭୭ ସମସ୍ୟାର ହେଲା ସମାଧାନ *ମାଲକାନଗିରି, ୩୦/୩/୨୬:* ରାମ କୃଷ୍ଣ ଚୌଧୁରୀ ସ୍ୱାଭିମାନ ଅଞ୍ଚଳର ବିକାଶ ଓ ଜନସାଧାରଣଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଚିତ୍ରକୋଣ୍ଡା ବ୍ଲକର ଯନ୍ତ୍ରୀ ପଞ୍ଚାୟତ ପରିସରରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ ଜନ ଶୁଣାଣି ଓ ଅଭିଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ନିଜ ନିଜର ବ୍ୟକ୍ତିଗତ ଓ ସାମୂହିକ ସମସ୍ୟା ନେଇ ପହଞ୍ଚିଥିଲେ। ଶିବିରରେ ୨୬ ଟି ବ୍ୟକ୍ତିଗତ ଓ ୫୧ ଟି ଗ୍ରାମ୍ୟ ସମସ୍ୟା ଅଭିଯୋଗର ଶୁଣାଣୀ କରାଯାଇଥିଲା । ଏଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଜମି ପଟ୍ଟା ସମ୍ପର୍କିତ ସମସ୍ୟା, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଏବଂ ଭିନ୍ନକ୍ଷମ ସହାୟତା ପାଇଁ ଆସିଥିବା ଅଭିଯୋଗର ଶୁଣାଣୀ କରାଯାଇଥିଲା । ତତ୍ ସହିତ ଗ୍ରାମରେ ପାନୀୟ ଜଳ, ବିଦ୍ୟୁତ ସଂଯୋଗ ଏବଂ
ରାସ୍ତାଘାଟ ସମସ୍ୟାର ସମାଧାନ ପାଇଁ ଶୁଣାଣୀ କରଯାଇଥିଲା। ଜିଲ୍ଲାପାଳ କେତେକ ଗୁରୁତର ଅଭିଯୋଗର ଘଟଣାସ୍ଥଳରେ ହିଁ ସମାଧାନ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ବସୁନ୍ଧରା ଯୋଜନା ଅନ୍ତର୍ଗତ ଭୂମିହୀନ ପରିବାରଙ୍କୁ ଘରଡିହ ପଟ୍ଟା ବଣ୍ଟନ କରାଯାଇଥିଲା। ଏଥିସହିତ ବିଭିନ୍ନ ସରକାରୀ ଯୋଜନାର ସୁବିଧା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଏକ ସ୍ୱତନ୍ତ୍ର କ୍ୟାମ୍ପ ଆୟୋଜନ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହ ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ, ବନଖଣ୍ଡ ଅଧିକାରୀ ସାଇ କିରଣ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ, ଉପ-ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା ଡୋଳାମଣି ପ୍ରଧାନ ଉପସ୍ଥିତ ରହି ଲୋକଙ୍କ ସମସ୍ୟାକୁ ଶୁଣିଥିଲେ। ଏଥିସହ ସମସ୍ତ ତହସିଲଦାର, ବିଡିଓ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଦୁର୍ଗମ ଅଞ୍ଚଳରେ ପ୍ରଶାସନ ପହଞ୍ଚି ଲୋକଙ୍କ ଦୁଃଖ ବୁଝୁଥିବାରୁ ସ୍ଥାନୀୟ ଜନସାଧାରଣ ଖୁସି ବ୍ୟକ୍ତ କରିଛନ୍ତି।
- ମାଲକାନଗିରି (ରାମ କୃଷ୍ଣ ଚୌଧୁରୀ)ତାରିଖ: ୩୧ ମାର୍ଚ୍ଚ ଆଜି ସାରା ଓଡ଼ିଶା ସହିତ ଦେଶବ୍ୟାପୀ ଭାବେ ଟ୍ରାନ୍ସଜେଣ୍ଡର ଅଧିକାର ଦିବସ ପାଳିତ ହୋଇଛି। ଏହି ଅବସରରେ ବିଭିନ୍ନ ସରକାରୀ ଓ ବେସରକାରୀ ସଂଗଠନ ପକ୍ଷରୁ ସଚେତନତା କାର୍ୟକ୍ରମ, ଆଲୋଚନା ସଭା ଓ ରାଲି ଆୟୋଜିତ ହୋଇଥିଲା। ସମାଜରେ ଟ୍ରାନ୍ସଜେଣ୍ଡର ସମୁଦାୟ ଦୀର୍ଘଦିନ ଧରି ଅବହେଳା ଓ ବିଭେଦର ସମ୍ମୁଖୀନ ହୋଇଆସୁଛନ୍ତି। ଶିକ୍ଷା, ଚାକିରି ଓ ସ୍ୱାସ୍ଥ୍ୟ ସେବାରେ ସମାନ ସୁଯୋଗ ପାଇବା ପାଇଁ ସେମାନେ ନିରନ୍ତର ଭାବେ ଦାବି ଜଣାଇଆସୁଛନ୍ତି। ଏହି ଦିନର ମୂଳ ଉଦ୍ଦେଶ୍ୟ ହେଉଛି ଟ୍ରାନ୍ସଜେଣ୍ଡର ମାନଙ୍କର ଅଧିକାରକୁ ସମ୍ମାନ ଦେବା ସହିତ ସମାଜରେ ସମାନତା ଓ ସ୍ୱୀକୃତି ବୃଦ୍ଧି କରିବା। ସରକାର ତରଫରୁ ବିଭିନ୍ନ କଳ୍ୟାଣମୂଳକ ଯୋଜନା ଆରମ୍ଭ କରାଯାଇଥିବା ସତ୍ତ୍ୱେ, ଅଧିକ ସଚେତନତା ଓ ସମର୍ଥନ ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। କିଛି ସଂଗଠନର ପ୍ରତିନିଧିମାନେ କହିଛନ୍ତି, “ଆମେ ସମାଜରେ ସମାନ ସମ୍ମାନ ଓ ଅଧିକାର ଚାହୁଁଛୁ। ଆମକୁ ମୂଳଧାରାରେ ନେବା ପାଇଁ ସମସ୍ତଙ୍କ ସହଯୋଗ ଦରକାର।” ଟ୍ରାନ୍ସଜେଣ୍ଡର ଅଧିକାର ଦିବସ ଅବସରରେ ସମାଜର ସମସ୍ତ ଶ୍ରେଣୀର ଲୋକଙ୍କୁ ସମାନତା ଓ ମାନବିକତାର ସନ୍ଦେଶ ଦିଆଯାଇଛି।4
- ନିଜ ଆଦିବାସୀ ସଂସ୍କୃତି ଆଉ ପରମ୍ପରାକୁ ବଜାୟ ରଖିବା ପାଇଁ 10-20 ଟଙ୍କା ଗୋଟିଏ ଦିନ ପାଇଁ ମାଗିଲେ ପୋଲିସ ବାଲାଙ୍କ ପୃଥିବୀ ପ୍ରଳୟ ହୋଇ ଯାଉଛି, ଏଇଟା ଗୋଟିଏ ଖୁସିର ପର୍ବ l ଏହି ପର୍ବ ପାଇଁ ଲୋକମାନେ ଖୁସିରେ ଟଙ୍କା କିଛି କିଛି ଦେଉଛନ୍ତି l ଆଉ ଆମେ ମଧ୍ୟ ଦେଉଛୁ ଆଉ ସମସ୍ତେ ନିଜ ଶକ୍ତି ଅନୁସାରେ ଖୁସିରେ ଦେବା କଥା ମଧ୍ୟ l ଏଥିପାଇଁ କାହାକୁ ମଧ୍ୟ ଟଙ୍କା ଦେବା ପାଇଁ ବାଧ୍ୟ କରାଯାଉନାହିଁ l ଯିଏ ଯାହା ଖୁସିରେ ଦେଲେ ସେତିକିରେ ଏମାନେ ଶାନ୍ତି l କିଛି ଟାଉନ ମାନଙ୍କରେ ଅନ୍ୟ ସମ୍ପ୍ରଦାୟର ଲୋକମାନେ ଅନ୍ୟାନ୍ୟ ପୂଜା ପାର୍ବଣ ପାଇଁ ଟେଣ୍ଟ୍ ପକେଇକି ମନଇଚ୍ଛା ରିସି୍ଡ୍ କାଟି ଟଙ୍କା ଆଦାୟ କରୁଛନ୍ତି l ସେଇଟା ଏହି ପୋଲିସ୍ ବାଲାଙ୍କୁ ଦେଖାଯାଉ ନାହିଁ l କିନ୍ତୁ ଆମ ଆଦିବାସୀ ପରମ୍ପରାରେ ଦଉଡ଼ି ଛେକି 5 କି 10 ଆଦାୟ କରିବାରୁ ଲାଠିଚାର୍ଜ l ଯିଏ ଆମ ସୁନ୍ଦର ପରମ୍ପରାକୁ ବିରୋଧ କରୁଛି ସେ କିପରି ବ୍ୟକ୍ତିତ୍ୱର ଅଧିକାରୀ ହୋଇଥିବ ଜଣାପଡୁଛି, ପୋଲିସ ମାଡ଼ର ଦୃଢ ପ୍ରତିବାଦ ହେବା ଉଚିତ.3
- କୋଟପାଡ଼ର ଅବସର ପ୍ରାପ୍ତ ସେନା କର୍ମଚାରୀ ଗୌରାଙ୍ଗ ଚରଣ ନାୟକଙ୍କୁ ମିଳିଲା VETERAN ACHIEVER ଆୱାର୍ଡ l ବ୍ରହ୍ମପୁର ସ୍ଥିତ ଆର୍ମି,ଐର,ଡିଫେନ୍ସ କଲେଜରେ ସମ୍ମାନିତ ହୋଇଛନ୍ତି l #Kalingatv #kotpad #VETERANACHIEVER #indianarmy #koraput #Odisha1
- ଜୟପୁର ରାଜମହଲରେ ବିଏସଏଫ (Border Security Force) ଓ ସିଆଇଏସଏଫ (Central Industrial Security Force) ତରଫରୁ ଆୟୋଜିତ ଅସ୍ତ୍ର ପ୍ରଦର୍ଶନୀକୁ ଦେଖିବା ପାଇଁ ସାଧାରଣ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି।1
- Post by MSP TV (Reporter:-MiHiR)1
- ଦେଖନ୍ତୁ ମାଁ ମାଟି ପାଇଁ ଲଢେଇ କରୁଛନ୍ତି ଭାଇମାନେ1
- ବେଦାନ୍ତ କମ୍ପାନୀର ଏକ ଛତ୍ରବାଦ ଓ ଜନବିରୋଧୀ କାର୍ଯ୍ୟକଳାପ ପ୍ରତିବାଦରେ ବିଶାଳ ବହୁଜନ ସମାବେଶ।1
- #ଢ଼ାମଣାହାଣ୍ଡି_ଘଟଯାତ୍ରାରେ_ଲକ୍ଷାଧିକ_ଲୋକଙ୍କ_ଭିଡ଼ କୋଟପାଡ଼ : ଢ଼ାମଣାହାଣ୍ଡି ଗ୍ରାମରେ ମହାସମାରୋହରେ ପାଳିତ ହେଲା ଘଟଯାତ୍ରା #kotpadbreakingnews #kotpad #Dhamanahandi #Ghatajatra #viral #fbviralvideo #koraput #odisha #OdishaNews1