ବିଶିଷ୍ଟ ବ୍ୟବସାୟୀ ମଧୁସୂଦନ ଦାଶଙ୍କ ପରଲୋକ ବରଗଡ଼, ୩୧/୦୩ (ଜନମୁଖ): ବରଗଡ଼ ଗଡ଼ ଥୁଆପାଲି ନିବାସୀ ତଥା ଅଞ୍ଚଳର ଜଣେ ଜଣାଶୁଣା ବ୍ୟବସାୟୀ ମଧୁସୂଦନ ଦାଶଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ଭୁବନେଶ୍ୱରସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଜଣେ ସରଳ, ମେଳାପି ଏବଂ ଧର୍ମପରାୟଣ ବ୍ୟକ୍ତି ଭାବେ ଶ୍ରୀଯୁକ୍ତ ଦାଶ ସ୍ଥାନୀୟ ଅଞ୍ଚଳରେ ବେଶ ପରିଚିତ ଥିଲେ। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପରିବାର ବର୍ଗ ଉପସ୍ଥିତ ଥିଲେ। ସେ ନିଜ ପଛରେ ସ୍ତ୍ରୀ, ଦୁଇ ଝିଅ ଏବଂ ଏକମାତ୍ର ପୁଅଙ୍କୁ ଛାଡ଼ି ଯାଇଛନ୍ତି। ତାଙ୍କ ପୈତୃକ ଗ୍ରାମ ଥୁଆପାଲି ସ୍ଥିତ ସ୍ୱର୍ଗଦ୍ୱାରଠାରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହି ଅବସରରେ ତାଙ୍କ ପୁଅ ଉତ୍କର୍ଷ କୁମାର ଦାଶ ମୁଖାଗ୍ନି ଦେଇଥିଲେ। ବିଭିନ୍ନ ମହଲରୁ ତାଙ୍କ ଅମର ଆତ୍ମାର ସଦଗତି କାମନା କରାଯିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରାଯାଇଛି।

- Post by ସୋନୁ ଟାଇଗର1
- ଉତ୍କଳ ଦିବସ କୁ ବିରୋଧ କରି ଆଜି ବେଳପଡା କୋଶଳ ମୁକ୍ତି ମୋର୍ଚ୍ଚା ସଂଘଠନ ପକ୍ଷରୁ ବିରୋଧ ।1
- ଏପ୍ରିଲ୍ ୧ ଦିନ ଓଡ଼ିଶା ସାଙ୍ଗେ ଆମକୁ କୋଶଲାଞ୍ଚଲ୍ କେ ଜବରଦସ୍ତି ମିଶେଇ ଭକୁଆ ବନେଇ ଥିବାର୍ ଲାଗି ଓଡ଼ିଶା ଦିବସ୍ ଟା ଆମର୍ ଲାଗି କଲାଦିବସ୍ ଆଏ ।* *ଜୟ ବରଗଡ଼ 🙏 ଜୟ କୋଶଲ୍ 🚩*1
- YouTube channel yashsahu73251
- Post by ABHIMANYU BHOI1
- କୁଷଙ୍ଗ ଗାଁରେ ଦୁର୍ନୀତିର ନଗ୍ନ ଦୃଶ୍ୟ ଦେଖାଲେ ନିଜେ ଗାଁ ଲୋକେ| ରାସ୍ତା ନୁ ନେଇକରି କଲେଜ୍ ସବୁ ଜାଗାନେ ଦୁର୍ନୀତି #bharatvikashkhabar #news #viralreels #viralnews1
- ନୂଆପଡ଼ା -୦୧/୦୪- ନୂଆପଡ଼ା ଜିଲ୍ଲାର ଇତିହାସ, ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ “ମାରାଗୁଡ଼ା ଲୋକମହୋତ୍ସବ–୨୦୨୬” ଆଜି ଭବ୍ୟ ମଶାଲ ଶୋଭାଯାତ୍ରା ସହ ଶୁଭାରମ୍ଭ ହୋଇଯାଇଛି। ସକାଳେ କଣାଭଏଁରା ମନ୍ଦିର ଓ ସାଲିହା ସ୍ମୃତି ସ୍ତମ୍ଭରୁ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚି ଥିଲା। ପରେ ମଶାଲ ସହ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ଆୟୋଜିତ ହୋଇଥିଲା ଯାହା ମେଘା ହୋଟେଲ ମାର୍ଗ ହୋଇ ନେସନାଲ ମହାବିଦ୍ୟାଳୟ ପଡ଼ିଆରେ ପହଞ୍ଚିଥିଲା। ଏଥିରେ ବିଭିନ୍ନ ଦଳ ପକ୍ଷରୁ ଲୋକନୃତ୍ୟ ଓ ସାଂସ୍କୃତିକ ପ୍ରଦର୍ଶନୀ ଦେଖିବାକୁ ମିଳିଥିଲା। ଏହି ଅବସରରେ ଜିଲ୍ଲାପାଳ ମଧୁସୂଦନ ଦାଶ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂ, ମାନ୍ୟବର ବିଧାୟକ ନୂଆପଡା, ଜୟ ଢ଼ୋଲକିଆ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ସିଡିଓ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଶ୍ରୀମତୀ ସୁର୍ମୀ ସୋରେନ, ନୂଆପଡ଼ା, ଖଡିଆଳ , କୋମନା ବ୍ଲକ ଅଧ୍ୟକ୍ଷା, ଖରିଆର ରୋଡ ଏନ୍ ଏ ସି ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟଙ୍କ ସହ ଅନ୍ୟାନ୍ୟ ନିର୍ବାଚିତ ଜନ ପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ, ସମାଜ ସେବୀ, ଗଣମାଧ୍ୟମ ପ୍ରତିନିଧି, ସଧାରଣ ଲୋକ ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ଯୋଗଦେଇଥିଲେ। ଶୋଭାଯାତ୍ରା ମହୋତ୍ସବ ସ୍ଥଳ ପହଞ୍ଚିବା ପରେ ମଞ୍ଚ ପୂଜନ ଓ ପତାକା ଉତ୍ତୋଳନ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହାପରେ ନେସନାଲ ମହାବିଦ୍ୟାଳୟ ସଭାଗୃହରେ ଏକ ସାରସ୍ୱତ ସଭା ଓ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ ଆୟୋଜିତ ହୋଇଥିଲା। ସନ୍ଧ୍ୟା ଘ. ୦୫.୩୦ ଟିକା ସମୟରେ ରାଜ୍ୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ଉଦ୍ଘାଟିତ ହୋଇଥିବାବେଳେ ପରେ ପରେ ସାଂସ୍କୃତିକ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମହୋତ୍ସବର ପ୍ରଥମ ଦିନରେ ଆୟୋଜିତ ଏହି ବିଭିନ୍ନ କାର୍ଯ୍ୟକ୍ରମ ଜିଲ୍ଲାବାସୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ସୃଷ୍ଟି କରିଥିଲା। ସମଗ୍ର କାର୍ଯ୍ୟକ୍ରମରେ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ମାରାଗୁଡ଼ା ଅଞ୍ଚଳର ପୁରାତନ ଐତିହ୍ୟ ସହିତ ଜିଲ୍ଲାର ଲୋକକଳା ଲୋକସଂସ୍କୃତିକୁ ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ପାଞ୍ଚଦିନିଆ ମହୋତ୍ସବ ଏପ୍ରିଲ ୧ ରୁ ୫ ତାରିଖ ପର୍ଯ୍ୟନ୍ତ ନେସନାଲ ମହାବିଦ୍ୟାଳୟ ପଡ଼ିଆରେ ଚାଲିବ।ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଜିଲ୍ଲାବାସୀଙ୍କୁ ଏହି ଲୋକମହୋତ୍ସବରେ ସକ୍ରିୟ ଭାବେ ଯୋଗଦେଇ ଏହାକୁ ସଫଳ କରିବାକୁ ଅନୁରୋଧ କରାଯାଇଛି।5
- Post by Yash Sahu1