logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଆଖୁସିଂ ପଞ୍ଚାୟତର ସଉରା ଆମ୍ବକୁଲା ଗ୍ରାମରେ ଗ୍ରାମଦେବୀ ମନ୍ଦିର ପାଇଁ ଶୁଭଖୁଣ୍ଟି ସ୍ଥାପିତ। ​ପଦ୍ମପୁର : - ପଦ୍ମପୁର ବ୍ଲକ୍ ଅନ୍ତର୍ଗତ ଆଖୁସିଂ ପଞ୍ଚାୟତର ସଉରା ଆମ୍ବକୁଲା ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମାଁ ଗ୍ରାମଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ପବିତ୍ର ରୀତିନୀତି ଅନୁଯାୟୀ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ​ଏହି ଶୁଭ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟତଃ ପଦ୍ମପୁର ବ୍ଲକ୍ ସଭାପତି ମାଝି ଶବର ଏବଂ ସାଂସଦ ପ୍ରତିନିଧି ଶ୍ରୀ ଏମ୍. ସୁରେଶ୍ କୁମାର ଯୋଗଦେଇ ମା'ଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ଗ୍ରାମବାସୀଙ୍କ ଏହି ମହତ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ​ଅନ୍ୟମାନଙ୍କ ମଧ୍ୟରେ ବୁଗା ଶବର, ଖଇରା ମାଝୀ, ଅଜିତ୍ ଶବର, ଭାଗିରଥୀ ମାଝୀ ଓ ଯାତରା ଶବରଙ୍କ ସମେତ ଗ୍ରାମର ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶୁଭଖୁଣ୍ଟି ସ୍ଥାପନ ପରେ ଗ୍ରାମରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଆଗାମୀ ଦିନରେ ଏହି ପ୍ରତିଷ୍ଠା ଉତ୍ସବକୁ ଅତି ଆଡ଼ମ୍ବରରେ ପାଳନ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ବ୍ୟାପକ ସଜବାଜ ଜାରି ରହିଛି।

9 hrs ago
user_Gunupur Updates
Gunupur Updates
Local News Reporter ଗୁଣୁପୁର, ରାୟଗଡା, ଓଡ଼ିଶା•
9 hrs ago
9a278259-a9b3-41f6-a1dc-098aa7021bca

ଆଖୁସିଂ ପଞ୍ଚାୟତର ସଉରା ଆମ୍ବକୁଲା ଗ୍ରାମରେ ଗ୍ରାମଦେବୀ ମନ୍ଦିର ପାଇଁ ଶୁଭଖୁଣ୍ଟି ସ୍ଥାପିତ। ​ପଦ୍ମପୁର : - ପଦ୍ମପୁର ବ୍ଲକ୍ ଅନ୍ତର୍ଗତ ଆଖୁସିଂ ପଞ୍ଚାୟତର ସଉରା ଆମ୍ବକୁଲା ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମାଁ ଗ୍ରାମଦେବୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ପବିତ୍ର ରୀତିନୀତି ଅନୁଯାୟୀ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ କାର୍ଯ୍ୟକ୍ରମ

fe34e375-ea1f-4892-a34e-7a8011677c3f

ଅନୁଷ୍ଠିତ ହୋଇଯାଇଛି। ​ଏହି ଶୁଭ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟତଃ ପଦ୍ମପୁର ବ୍ଲକ୍ ସଭାପତି ମାଝି ଶବର ଏବଂ ସାଂସଦ ପ୍ରତିନିଧି ଶ୍ରୀ ଏମ୍. ସୁରେଶ୍ କୁମାର ଯୋଗଦେଇ ମା'ଙ୍କ ଆଶୀର୍ବାଦ ଭିକ୍ଷା କରିବା ସହ ଗ୍ରାମବାସୀଙ୍କ ଏହି ମହତ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ​ଅନ୍ୟମାନଙ୍କ ମଧ୍ୟରେ ବୁଗା ଶବର, ଖଇରା

1779e03b-fc84-4140-a854-b0eac198d9e9

ମାଝୀ, ଅଜିତ୍ ଶବର, ଭାଗିରଥୀ ମାଝୀ ଓ ଯାତରା ଶବରଙ୍କ ସମେତ ଗ୍ରାମର ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶୁଭଖୁଣ୍ଟି ସ୍ଥାପନ ପରେ ଗ୍ରାମରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ଆଗାମୀ ଦିନରେ ଏହି ପ୍ରତିଷ୍ଠା ଉତ୍ସବକୁ ଅତି ଆଡ଼ମ୍ବରରେ ପାଳନ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ବ୍ୟାପକ ସଜବାଜ ଜାରି ରହିଛି।

More news from ଓଡ଼ିଶା and nearby areas
  • ମହିଳା ସଂରକ୍ଷଣ ବିଲ୍‌କୁ ନେଇ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲାକା। ସରକାର ମହିଳାମାନଙ୍କୁ ସଶକ୍ତ କରିବା ପରିବର୍ତ୍ତେ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ଭୋଟ୍ ରାଜନୀତି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏନେଇ କଣ କହୁଛନ୍ତି ସପ୍ତଗିରି ଉଲାକା, ଆସନ୍ତୁ ଶୁଣିବା...
    1
    ମହିଳା ସଂରକ୍ଷଣ ବିଲ୍‌କୁ ନେଇ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲାକା। ସରକାର ମହିଳାମାନଙ୍କୁ ସଶକ୍ତ କରିବା ପରିବର୍ତ୍ତେ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ଭୋଟ୍ ରାଜନୀତି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏନେଇ କଣ କହୁଛନ୍ତି ସପ୍ତଗିରି ଉଲାକା, ଆସନ୍ତୁ ଶୁଣିବା...
    user_Gunupur Updates
    Gunupur Updates
    Local News Reporter ଗୁଣୁପୁର, ରାୟଗଡା, ଓଡ଼ିଶା•
    54 min ago
  • ପାନୀୟ ଜଳଯୋଗାଣର ଅବ୍ୟବସ୍ଥା ନେଇ ନୁଆସାହିରେ ରାସ୍ତାରୋକ l ପଦ୍ମପୁର, ୨୦।୦୪ (ନିପ୍ର) ପଦ୍ମପୁରବାସୀଙ୍କ ଜଳକଷ୍ଟ ଏବେ ଜନ ଆନ୍ଦୋଳନର ରୂପ ନେଇଛି। ଦୀର୍ଘ ଦିନର ଜଳାଭାବ ଏବଂ କୋଟି କୋଟି ଟଙ୍କାର ବସୁଧା ପ୍ରକଳ୍ପରେ ଦେଖାଦେଇଥିବା ବାରମ୍ବାର ଯାନ୍ତ୍ରିକ ତ୍ରୁଟିକୁ ନେଇ ଆଜି ପଦ୍ମପୁରରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ପାନୀୟ ଜଳ ଯୋଗାଣରେ ବିପର୍ଯ୍ୟସ୍ତ ଅବସ୍ଥାକୁ ପ୍ରତିବାଦ କରି ଆଜି ପଦ୍ମପୁର ନୂଆସାହି ନିକଟରେ ଶତାଧିକ ମହିଳା ଓ ପୁରୁଷ ଗୁଣପୁର ପଦ୍ମପୁର ମୁଖ୍ୟ ରାସ୍ତାକୁ ଦୀର୍ଘ ଘଣ୍ଟା ଧରି ଅବରୋଧ କରିଥିଲେ। ଫଳରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନର ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ଏଠାରେ ସୂଚନାଯୋଗ୍ୟ ଯେ, ଗୁମୁଡ଼ା ନଦୀ କୂଳରେ ଥିବା ପ୍ରକଳ୍ପର ମୁଖ୍ୟ ପ୍ରଡକ୍ସନ ୱେଲ ମଧ୍ୟରେ ଅତ୍ୟଧିକ ବାଲି ଓ ମାଟି ଜମିଯିବା ସହ ଏକ ୧୫ ଏଚ.ପି.ର ପମ୍ପ ମୋଟର ପୋଡ଼ି ଯାଇଥିଲା। ଫଳରେ ତିନୋଟି ଯାକ ବୋରୱେଲ୍‌କୁ କମ୍ପ୍ରେସର ମାଧ୍ୟମରେ ସଫା କରାଯିବା ସହ ଦୁଇଟି ନୂତନ ଉଚ୍ଚ କ୍ଷମତା ସମ୍ପନ୍ନ ମୋଟର ସ୍ଥାପନ କରାଯାଇଛି। ଏହି ଯାନ୍ତ୍ରିକ ତ୍ରୁଟି ଏବଂ ପୂର୍ବରୁ ବିଛାଯାଇଥିବା ନିମ୍ନ ମାନର ପାଇପ୍ ଫାଟି ପାଣି ନଷ୍ଟ ହେଉଥିବାରୁ ନୂଆସାହି, ମାର୍କମା ସାହି, ଇନ୍ଦିରା ନଗର, ବଡ଼ ସାହି, ସୌରା ସାହି ଏବଂ ସୁନାରୀ ସାହି ଭଳି ଅଞ୍ଚଳରେ ଦୀର୍ଘ ଦିନ ହେଲା ଜଳ ଯୋଗାଣ ବନ୍ଦ ରହିଥିଲା। ପ୍ରଖର ଗ୍ରୀଷ୍ମ ପ୍ରବାହ ମଧ୍ୟରେ ପାଣି ମୁନ୍ଦାଏ ପାଇଁ ହନ୍ତସନ୍ତ ହୋଇ ଶେଷରେ ସ୍ଥାନୀୟ ବାସିନ୍ଦା ରାସ୍ତାକୁ ଓହ୍ଲାଇଥିଲେ। ଖବରପାଇ ଘଟଣା ସ୍ଥଳରେ ପଦ୍ମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁରେଶ ଜାନୀ ଏବଂ ଆରଡବ୍ଲୁଏସଏସ ବିଭାଗର କନିଷ୍ଠ ଯନ୍ତ୍ରୀ ଅଜୟ ମାଝୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ। ଉକ୍ତ ସାହି ଗୁଡ଼ିକୁ ଦିନ ଛାଡ଼ି ଦିନେ ନିୟମିତ ଭାବେ ଜଳ ଯୋଗାଣ କରାଯିବ ବୋଲି ପ୍ରଶାସନିକ ସ୍ତରରେ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରଶମିତ ହୋଇଥିଲା ଏବଂ ଯାତାୟାତ ସ୍ୱାଭାବିକ ହୋଇଥିଲା।
    3
    ପାନୀୟ ଜଳଯୋଗାଣର ଅବ୍ୟବସ୍ଥା ନେଇ ନୁଆସାହିରେ ରାସ୍ତାରୋକ l
ପଦ୍ମପୁର, ୨୦।୦୪ (ନିପ୍ର) ପଦ୍ମପୁରବାସୀଙ୍କ ଜଳକଷ୍ଟ ଏବେ ଜନ ଆନ୍ଦୋଳନର ରୂପ ନେଇଛି। ଦୀର୍ଘ ଦିନର ଜଳାଭାବ ଏବଂ କୋଟି କୋଟି ଟଙ୍କାର ବସୁଧା ପ୍ରକଳ୍ପରେ ଦେଖାଦେଇଥିବା ବାରମ୍ବାର ଯାନ୍ତ୍ରିକ ତ୍ରୁଟିକୁ ନେଇ ଆଜି ପଦ୍ମପୁରରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ପାନୀୟ ଜଳ ଯୋଗାଣରେ ବିପର୍ଯ୍ୟସ୍ତ ଅବସ୍ଥାକୁ ପ୍ରତିବାଦ କରି ଆଜି ପଦ୍ମପୁର ନୂଆସାହି ନିକଟରେ ଶତାଧିକ ମହିଳା ଓ ପୁରୁଷ ଗୁଣପୁର ପଦ୍ମପୁର ମୁଖ୍ୟ ରାସ୍ତାକୁ ଦୀର୍ଘ ଘଣ୍ଟା ଧରି ଅବରୋଧ କରିଥିଲେ। ଫଳରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହନର ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା। ଏଠାରେ ସୂଚନାଯୋଗ୍ୟ ଯେ, ଗୁମୁଡ଼ା ନଦୀ କୂଳରେ ଥିବା ପ୍ରକଳ୍ପର ମୁଖ୍ୟ ପ୍ରଡକ୍ସନ ୱେଲ ମଧ୍ୟରେ ଅତ୍ୟଧିକ ବାଲି ଓ ମାଟି ଜମିଯିବା ସହ ଏକ ୧୫ ଏଚ.ପି.ର ପମ୍ପ ମୋଟର ପୋଡ଼ି ଯାଇଥିଲା। ଫଳରେ ତିନୋଟି ଯାକ ବୋରୱେଲ୍‌କୁ କମ୍ପ୍ରେସର ମାଧ୍ୟମରେ ସଫା କରାଯିବା ସହ ଦୁଇଟି ନୂତନ ଉଚ୍ଚ କ୍ଷମତା ସମ୍ପନ୍ନ ମୋଟର ସ୍ଥାପନ କରାଯାଇଛି। ଏହି ଯାନ୍ତ୍ରିକ ତ୍ରୁଟି ଏବଂ ପୂର୍ବରୁ ବିଛାଯାଇଥିବା ନିମ୍ନ ମାନର ପାଇପ୍ ଫାଟି ପାଣି ନଷ୍ଟ ହେଉଥିବାରୁ ନୂଆସାହି, ମାର୍କମା ସାହି, ଇନ୍ଦିରା ନଗର, ବଡ଼ ସାହି, ସୌରା ସାହି ଏବଂ ସୁନାରୀ ସାହି ଭଳି ଅଞ୍ଚଳରେ ଦୀର୍ଘ ଦିନ ହେଲା ଜଳ ଯୋଗାଣ ବନ୍ଦ ରହିଥିଲା। ପ୍ରଖର ଗ୍ରୀଷ୍ମ ପ୍ରବାହ ମଧ୍ୟରେ ପାଣି ମୁନ୍ଦାଏ ପାଇଁ ହନ୍ତସନ୍ତ ହୋଇ ଶେଷରେ ସ୍ଥାନୀୟ ବାସିନ୍ଦା ରାସ୍ତାକୁ ଓହ୍ଲାଇଥିଲେ। ଖବରପାଇ ଘଟଣା ସ୍ଥଳରେ ପଦ୍ମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ  କୁରେଶ ଜାନୀ ଏବଂ ଆରଡବ୍ଲୁଏସଏସ  ବିଭାଗର କନିଷ୍ଠ ଯନ୍ତ୍ରୀ ଅଜୟ ମାଝୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିଥିଲେ। ଉକ୍ତ ସାହି ଗୁଡ଼ିକୁ ଦିନ ଛାଡ଼ି ଦିନେ ନିୟମିତ ଭାବେ ଜଳ ଯୋଗାଣ କରାଯିବ ବୋଲି ପ୍ରଶାସନିକ ସ୍ତରରେ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରଶମିତ ହୋଇଥିଲା ଏବଂ ଯାତାୟାତ ସ୍ୱାଭାବିକ ହୋଇଥିଲା।
    user_Susanta kumar panda
    Susanta kumar panda
    ପଦ୍ମପୁର, ରାୟଗଡା, ଓଡ଼ିଶା•
    4 hrs ago
  • ନୂତନ ଭାବରେ ମନୋନୀତ ଭାଜପା ଜିଲ୍ଲା ସଂଖ୍ୟାଲଘୁ ସଭାପତି ଙ୍କୁ ସମ୍ବର୍ଦ୍ଧନା ଭାଜପା କର୍ମୀମାନେ ଜଣାଇଥିଲେ। ନୂତନ ଭାବରେ ମନୋନୀତ ଭାଜପା ଜିଲ୍ଲା ସଂଖ୍ୟାଲଘୁ ସଭାପତି ରାଜ୍ୟ ସ୍ତରୀୟ ପଦାଧିକାରୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ନୂତନ ଭାବରେ ମନୋନୀତ ଭାଜପା ଜିଲ୍ଲା ସଂଖ୍ୟାଲଘୁ ସଭାପତି ଙ୍କ ଅଧୀନରେ ଭାଜପା ପଂଚାୟତ ନିର୍ବାଚନ ରେ ଭଲ ପ୍ରଦର୍ଶନ କରିବ ବୋଲି ଭାଜପା କର୍ମୀ ଆଶା କରୁଛନ୍ତି।
    1
    ନୂତନ ଭାବରେ ମନୋନୀତ ଭାଜପା ଜିଲ୍ଲା ସଂଖ୍ୟାଲଘୁ ସଭାପତି ଙ୍କୁ ସମ୍ବର୍ଦ୍ଧନା ଭାଜପା କର୍ମୀମାନେ ଜଣାଇଥିଲେ। ନୂତନ ଭାବରେ ମନୋନୀତ ଭାଜପା ଜିଲ୍ଲା ସଂଖ୍ୟାଲଘୁ ସଭାପତି ରାଜ୍ୟ ସ୍ତରୀୟ ପଦାଧିକାରୀ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ନୂତନ ଭାବରେ ମନୋନୀତ ଭାଜପା ଜିଲ୍ଲା ସଂଖ୍ୟାଲଘୁ ସଭାପତି ଙ୍କ ଅଧୀନରେ ଭାଜପା ପଂଚାୟତ ନିର୍ବାଚନ ରେ ଭଲ ପ୍ରଦର୍ଶନ କରିବ ବୋଲି ଭାଜପା କର୍ମୀ ଆଶା କରୁଛନ୍ତି।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    3 hrs ago
  • Post by Ansubhai Pandey
    1
    Post by Ansubhai Pandey
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    11 hrs ago
  • ତା. 17/04/2026 ରିଖ ଦିନ ରାଇକିଆ ବ୍ଲକ ର କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି। ଉକ୍ତ ବୈଠକ ରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପରିଡା, ମାନ୍ୟବର ବିଧାୟକ ଜି ଉଦୟଗିରି ଶ୍ରୀଯୁକ୍ତu ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ବ୍ଲକ କଂଗ୍ରେସ ସଭାପତି, ପଂଚାୟତ ସଭାପତି, ୱାର୍ଡ ସଭାପତି ଏବଂ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ, କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ମାନେ ଅନ୍ୟ କାହା କଥା ରେ ପ୍ରେରିତ ହୋଇ ସଭା କୁ ଭଣ୍ଡୁର କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସଫଳ ହୋଇ ନ ଥିଲେ। ଜିଲ୍ଲା ରେ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପରିଡ଼ା ଜିଲ୍ଲା କଂଗ୍ରେସ କମିଟି ସଭାପତି ଦାୟିତ୍ୱ ନେଲା ପରେ କଂଗ୍ରେସ ଦଳ ଦିନକୁ ଦିନକୁ ବଢ଼ିବାରେ ଲାଗିଛି। କନ୍ଧମାଳ ଜିଲ୍ଲା ରେ କଂଗ୍ରେସ କର୍ମୀ ଓ ଭୋଟର ଆଗ୍ରହ ପ୍ରକାଶ କରିଥିବାର ଲୋକଙ୍କ ଠାରୁ ଶୁଣିବାକୁ ମିଳିଛି। କନ୍ଧମାଳ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା ଭୁବନେଶ୍ୱର।
    1
    ତା. 17/04/2026 ରିଖ ଦିନ ରାଇକିଆ ବ୍ଲକ ର କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି। ଉକ୍ତ ବୈଠକ ରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପରିଡା, ମାନ୍ୟବର ବିଧାୟକ ଜି ଉଦୟଗିରି  ଶ୍ରୀଯୁକ୍ତu ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ବ୍ଲକ କଂଗ୍ରେସ ସଭାପତି, ପଂଚାୟତ ସଭାପତି, ୱାର୍ଡ ସଭାପତି ଏବଂ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ, କିଛି ନିର୍ଦ୍ଧିଷ୍ଟ ବ୍ୟକ୍ତି ମାନେ ଅନ୍ୟ କାହା କଥା ରେ ପ୍ରେରିତ ହୋଇ ସଭା କୁ ଭଣ୍ଡୁର କରିବାକୁ ଚେଷ୍ଟା କରିଥିଲେ କିନ୍ତୁ  ସଫଳ ହୋଇ ନ ଥିଲେ। ଜିଲ୍ଲା ରେ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପରିଡ଼ା ଜିଲ୍ଲା କଂଗ୍ରେସ କମିଟି ସଭାପତି ଦାୟିତ୍ୱ ନେଲା ପରେ କଂଗ୍ରେସ ଦଳ ଦିନକୁ ଦିନକୁ ବଢ଼ିବାରେ ଲାଗିଛି। କନ୍ଧମାଳ ଜିଲ୍ଲା ରେ କଂଗ୍ରେସ କର୍ମୀ ଓ ଭୋଟର ଆଗ୍ରହ ପ୍ରକାଶ କରିଥିବାର ଲୋକଙ୍କ ଠାରୁ ଶୁଣିବାକୁ ମିଳିଛି।
କନ୍ଧମାଳ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା ଭୁବନେଶ୍ୱର।
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    1 hr ago
  • କୋରାପୁଟ ଜିଲ୍ଲା ଦାମନଯୋଡି ଶିଳ୍ପାଞ୍ଚଳର ଅଗ୍ରଣୀ ସାହିତ୍ୟ ସଂଗଠନ "ବର୍ଷା ସାହିତ୍ୟ ସଂସଦ"ର ବାର୍ଷିକ ସାରସତ୍ଵ ସମାରୋହ ନାଲକୋ ଟାଉନସିପ ସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିର ପ୍ରେକ୍ଷାଳୟ ଠାରେ ପାଳିତ ହୋଇଯାଇଛି। "ସଂସ୍କୃତି ପରିବର୍ତ୍ତନଶୀଳ, ଭାରତ ପରିବର୍ତ୍ତନରେ ବିଶ୍ୱାସ କରେ, ତେଣୁ ଭାରତୀୟ ସଂସ୍କୃତି ବିଶ୍ୱରେ ଆଦୃତ ହୋଇପାରିଛି।" ଏହି ସମାରୋହରେ ବିଶିଷ୍ଟ ସ୍ତମ୍ଭକାର ତଥା ସଂସ୍କୃତି ଗବେଷକ ଅନିଲ ଧୀର ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଏହା କହିଥିଲେ। ସଭାପତି ଅରୁଣ ମହାନ୍ତି ଏବଂ ସମ୍ପାଦକ ଶ୍ରୀଧର ପରିଡ଼ାଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାଲକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି "ସଂସ୍କୃତି, ସଭ୍ୟତା,ପରମ୍ପରା ଆଦିର ପୁନରୁଦ୍ଧାର ମାଧ୍ୟମ ହେଉଛି ସାହିତ୍ୟ" ବୋଲି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର ଓଡ଼ିଆ ବିଭାଗ ସହକାରୀ ପ୍ରଧ୍ୟାପକ ଡଃ ଆଲୋକ ବରାଳ ସମ୍ମାନୀତ ବକ୍ତା ଭାବେ ଯୋଗଦେଇ ଏହା କହିଥିଲେ। ଏହି ସମାରୋହ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ସାହିତ୍ୟ ସମ୍ପର୍କିତ ଆଲୋଚନା ହୋଇଥିଲା ବେଳେ ଦ୍ୱିତୀୟ ଅଧିବେଶନରେ କବି କବୟତ୍ରୀ ମାନଙ୍କ ସ୍ୱରଚିତ କବିତା ପାଠ ହୋଇଥିଲା। ଏହି ଅବସରରେ ବର୍ଷାର ମୁଖପତ୍ର ସହ ସମ୍ପାଦକ ଶ୍ରୀଧର ପରିଡ଼ାଙ୍କ ସ୍ୱରଚିତ ପୁସ୍ତକ "ପାହାଡ଼ ତଳର ଗାଁ" ଏବଂ ସରସ୍ୱତୀ ବିଦ୍ୟା ମନ୍ଦିରର ବରିଷ୍ଠ ବିଜ୍ଞାନ ଶିକ୍ଷକ ରାଜୀବ ନାୟକଙ୍କ ରଚିତ "କଳିଙ୍ଗବୀର ବିଜୁ ପଟ୍ଟନାୟକ,ଏକ ପରିଚୟ" (ଜୀବନୀ ପୁସ୍ତକ) ଉନ୍ମୋଚିତ ହୋଇଥିଲା।ସାହିତ୍ୟ ସାଧନା ପାଇଁ ମାଲକାନଗିରିର କିଶୋର ପ୍ରଧାନ ଓ ଦାମନଯୋଡିର ରାଜୀବ ନାୟକଙ୍କୁ ଏହି ସମାରୋହରେ 'ବର୍ଷା ସାହିତ୍ୟ ସଂସଦ ସମ୍ମାନ -୨୦୨୬' ରେ ସମ୍ମାନୀତ କରାଯାଇଥିଲା। ସେହିପରି ଗତ ଶିକ୍ଷାବର୍ଷ ଦଶମ ବୋର୍ଡ଼ ପରୀକ୍ଷାରେ ମାତୃଭାଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା। ସଂସଦର ବରିଷ୍ଠ ସଦସ୍ୟ ଅଶୋକ ମହାନ୍ତି ଓ ସଦସ୍ୟା ସ୍ୱାତୀ ଚାଟାର୍ଜୀ ମଞ୍ଚ ସଂଯୋଜନା କରିଥିଲା ବେଳେ ଅନ୍ୟ ସଦସ୍ୟମାନେ ମିଳିତ ଭାବରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଦ୍ୱିତୀୟ ଅଧିବେଶନରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କବି କବୟତ୍ରୀ ମାନେ ସ୍ୱରଚିତ କବିତା ପାଠ କରିଥିଲେ। ନାଲକୋର ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ କୁମାର ପଟ୍ଟନାୟକ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ବର୍ଷାର ମାନପତ୍ର ପ୍ରଦାନ କରିଥିଲେ। ବର୍ଷାର ସଦସ୍ୟା ସାନ୍ତାବାଳା ରଥ,ପ୍ରଭାସିନୀ ପାଣି,ତପସ୍ୱିନୀ ମିଶ୍ର ମିଳିତ ଭାବେ ଦ୍ବିତୀୟ ଅଧିବେଶନରେ ସଂଯୋଜନା କରିଥିଲା ବେଳେ ଯୁବ କବି ଦେବେନ୍ଦ୍ର କୁମାର ରାଜୁ ଧନ୍ୟବାଦ ଅର୍ପଣ କରିଥିଲେ।
    1
    କୋରାପୁଟ ଜିଲ୍ଲା ଦାମନଯୋଡି ଶିଳ୍ପାଞ୍ଚଳର ଅଗ୍ରଣୀ ସାହିତ୍ୟ ସଂଗଠନ "ବର୍ଷା ସାହିତ୍ୟ ସଂସଦ"ର ବାର୍ଷିକ ସାରସତ୍ଵ ସମାରୋହ ନାଲକୋ ଟାଉନସିପ ସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିର ପ୍ରେକ୍ଷାଳୟ ଠାରେ ପାଳିତ ହୋଇଯାଇଛି। "ସଂସ୍କୃତି ପରିବର୍ତ୍ତନଶୀଳ, ଭାରତ ପରିବର୍ତ୍ତନରେ ବିଶ୍ୱାସ କରେ, ତେଣୁ ଭାରତୀୟ ସଂସ୍କୃତି ବିଶ୍ୱରେ ଆଦୃତ ହୋଇପାରିଛି।" ଏହି ସମାରୋହରେ ବିଶିଷ୍ଟ ସ୍ତମ୍ଭକାର ତଥା ସଂସ୍କୃତି ଗବେଷକ ଅନିଲ ଧୀର ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଏହା କହିଥିଲେ। ସଭାପତି ଅରୁଣ ମହାନ୍ତି ଏବଂ ସମ୍ପାଦକ ଶ୍ରୀଧର ପରିଡ଼ାଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାଲକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମରେନ୍ଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିପରି "ସଂସ୍କୃତି, ସଭ୍ୟତା,ପରମ୍ପରା ଆଦିର ପୁନରୁଦ୍ଧାର ମାଧ୍ୟମ ହେଉଛି ସାହିତ୍ୟ" ବୋଲି  ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର ଓଡ଼ିଆ ବିଭାଗ ସହକାରୀ ପ୍ରଧ୍ୟାପକ ଡଃ ଆଲୋକ ବରାଳ ସମ୍ମାନୀତ ବକ୍ତା ଭାବେ ଯୋଗଦେଇ ଏହା କହିଥିଲେ। ଏହି ସମାରୋହ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ସାହିତ୍ୟ ସମ୍ପର୍କିତ ଆଲୋଚନା ହୋଇଥିଲା ବେଳେ ଦ୍ୱିତୀୟ ଅଧିବେଶନରେ କବି କବୟତ୍ରୀ ମାନଙ୍କ ସ୍ୱରଚିତ କବିତା ପାଠ ହୋଇଥିଲା। ଏହି ଅବସରରେ ବର୍ଷାର ମୁଖପତ୍ର ସହ ସମ୍ପାଦକ ଶ୍ରୀଧର ପରିଡ଼ାଙ୍କ ସ୍ୱରଚିତ ପୁସ୍ତକ "ପାହାଡ଼ ତଳର ଗାଁ" ଏବଂ ସରସ୍ୱତୀ ବିଦ୍ୟା ମନ୍ଦିରର ବରିଷ୍ଠ ବିଜ୍ଞାନ ଶିକ୍ଷକ ରାଜୀବ ନାୟକଙ୍କ ରଚିତ "କଳିଙ୍ଗବୀର ବିଜୁ ପଟ୍ଟନାୟକ,ଏକ ପରିଚୟ" (ଜୀବନୀ ପୁସ୍ତକ) ଉନ୍ମୋଚିତ ହୋଇଥିଲା।ସାହିତ୍ୟ ସାଧନା ପାଇଁ ମାଲକାନଗିରିର କିଶୋର ପ୍ରଧାନ ଓ ଦାମନଯୋଡିର ରାଜୀବ ନାୟକଙ୍କୁ ଏହି ସମାରୋହରେ 'ବର୍ଷା ସାହିତ୍ୟ ସଂସଦ ସମ୍ମାନ -୨୦୨୬' ରେ ସମ୍ମାନୀତ କରାଯାଇଥିଲା। ସେହିପରି ଗତ ଶିକ୍ଷାବର୍ଷ ଦଶମ ବୋର୍ଡ଼ ପରୀକ୍ଷାରେ ମାତୃଭାଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା। ସଂସଦର ବରିଷ୍ଠ ସଦସ୍ୟ ଅଶୋକ ମହାନ୍ତି ଓ ସଦସ୍ୟା ସ୍ୱାତୀ ଚାଟାର୍ଜୀ ମଞ୍ଚ ସଂଯୋଜନା କରିଥିଲା ବେଳେ ଅନ୍ୟ ସଦସ୍ୟମାନେ ମିଳିତ ଭାବରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଦ୍ୱିତୀୟ ଅଧିବେଶନରେ ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କବି କବୟତ୍ରୀ ମାନେ ସ୍ୱରଚିତ କବିତା ପାଠ କରିଥିଲେ। ନାଲକୋର ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ କୁମାର ପଟ୍ଟନାୟକ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ସମସ୍ତଙ୍କୁ ବର୍ଷାର ମାନପତ୍ର ପ୍ରଦାନ କରିଥିଲେ। ବର୍ଷାର ସଦସ୍ୟା ସାନ୍ତାବାଳା ରଥ,ପ୍ରଭାସିନୀ ପାଣି,ତପସ୍ୱିନୀ ମିଶ୍ର ମିଳିତ ଭାବେ ଦ୍ବିତୀୟ ଅଧିବେଶନରେ ସଂଯୋଜନା କରିଥିଲା ବେଳେ ଯୁବ କବି ଦେବେନ୍ଦ୍ର କୁମାର ରାଜୁ ଧନ୍ୟବାଦ ଅର୍ପଣ କରିଥିଲେ।
    user_Manas Ranjan Kar
    Manas Ranjan Kar
    Insurance Agent ଦାମନଯୋଡି, କୋରାପୁଟ, ଓଡ଼ିଶା•
    2 hrs ago
  • Post by Ganjam Khabar
    1
    Post by Ganjam Khabar
    user_Ganjam Khabar
    Ganjam Khabar
    Brahmapur (M.Corp.), Ganjam•
    6 hrs ago
  • ପଦ୍ମପୁରରେ ପାନୀୟ ଜଳ ପାଇଁ ଜନ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଛି। ଦୀର୍ଘ ଦିନର ଜଳାଭାବ ଏବଂ ବସୁଧା ପ୍ରକଳ୍ପର ବିପର୍ଯ୍ୟସ୍ତ ଅବସ୍ଥାକୁ ନେଇ ଆଜି ପଦ୍ମପୁର ନୂଆସାହି ନିକଟରେ ଶତାଧିକ ଲୋକ ଗୁଣପୁର-ପଦ୍ମପୁର ମୁଖ୍ୟ ରାସ୍ତାକୁ ଘଣ୍ଟା ଘଣ୍ଟା ଧରି ଅବରୋଧ କରିଥିଲେ। ଘଟଣା ସ୍ଥଳରେ ପଦ୍ମପୁର ବିଡିଓ କୁରେଶ ଜାନୀ ଏବଂ ଆରଡବ୍ଲୁଏସଏସ କନିଷ୍ଠ ଯନ୍ତ୍ରୀ ଅଜୟ ମାଝୀ ପହଞ୍ଚିବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ସେମାନଙ୍କୁ ଘେରିବା ସହ ନିଜର ଦୁଃଖ ପ୍ରକାଶ କରିଥିଲେ। ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗୁମୁଡ଼ା ନଦୀ କୂଳରେ ଥିବା ପ୍ରକଳ୍ପର ପ୍ରଡକ୍ସନ ୱେଲ ମଧ୍ୟରେ ବାଲି ଜମିଯିବା ଓ ପମ୍ପ ମୋଟର ପୋଡ଼ିଯିବା ଯୋଗୁଁ ନୂଆସାହି, ମାର୍କମା ସାହି, ଇନ୍ଦିରା ନଗର, ବଡ଼ ସାହି, ସୌରା ସାହି ଓ ସୁନାରୀ ସାହିରେ ପାଣି ମୁନ୍ଦାଏ ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଭାଗୀୟ ଅଧିକାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରି ଦିନ ଛାଡ଼ି ଦିନେ ନିୟମିତ ଭାବେ ଜଳ ଯୋଗାଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ଯାଇ ରାସ୍ତାରୋକ ହଟିଥିଲା। ଏହି ଘଟଣା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲେ ମଧ୍ୟ ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
    1
    ପଦ୍ମପୁରରେ ପାନୀୟ ଜଳ ପାଇଁ ଜନ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଛି। ଦୀର୍ଘ ଦିନର ଜଳାଭାବ ଏବଂ ବସୁଧା ପ୍ରକଳ୍ପର ବିପର୍ଯ୍ୟସ୍ତ ଅବସ୍ଥାକୁ ନେଇ ଆଜି ପଦ୍ମପୁର ନୂଆସାହି ନିକଟରେ ଶତାଧିକ ଲୋକ ଗୁଣପୁର-ପଦ୍ମପୁର ମୁଖ୍ୟ ରାସ୍ତାକୁ ଘଣ୍ଟା ଘଣ୍ଟା ଧରି ଅବରୋଧ କରିଥିଲେ। ଘଟଣା ସ୍ଥଳରେ ପଦ୍ମପୁର ବିଡିଓ କୁରେଶ ଜାନୀ ଏବଂ ଆରଡବ୍ଲୁଏସଏସ କନିଷ୍ଠ ଯନ୍ତ୍ରୀ ଅଜୟ ମାଝୀ ପହଞ୍ଚିବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ସେମାନଙ୍କୁ ଘେରିବା ସହ ନିଜର ଦୁଃଖ ପ୍ରକାଶ କରିଥିଲେ। ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗୁମୁଡ଼ା ନଦୀ କୂଳରେ ଥିବା ପ୍ରକଳ୍ପର ପ୍ରଡକ୍ସନ ୱେଲ ମଧ୍ୟରେ ବାଲି ଜମିଯିବା ଓ ପମ୍ପ ମୋଟର ପୋଡ଼ିଯିବା ଯୋଗୁଁ ନୂଆସାହି, ମାର୍କମା ସାହି, ଇନ୍ଦିରା ନଗର, ବଡ଼ ସାହି, ସୌରା ସାହି ଓ ସୁନାରୀ ସାହିରେ ପାଣି ମୁନ୍ଦାଏ ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଭାଗୀୟ ଅଧିକାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରି ଦିନ ଛାଡ଼ି ଦିନେ ନିୟମିତ ଭାବେ ଜଳ ଯୋଗାଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ଯାଇ ରାସ୍ତାରୋକ ହଟିଥିଲା। ଏହି ଘଟଣା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲେ ମଧ୍ୟ ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
    user_Gunupur Updates
    Gunupur Updates
    Local News Reporter ଗୁଣୁପୁର, ରାୟଗଡା, ଓଡ଼ିଶା•
    1 hr ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.