logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଭାଲୁଡୁଙ୍ଗୁରୀରେ ନୂଆଁଖାଇ ଭେଟଘାଟ ‘ପ୍ରତିଭା’ - ନୂଆଁଖାଇ ସମାଜ କୁ ଏକତା ସୂତ୍ରରେ ବାନ୍ଧି ରଖେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଭାଲୁଡୁଙ୍ଗୁରୀଠାରେ ମଙ୍ଗଳବାର ନୂଆଁଖାଇ ଭେଟଘାଟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ‘ପ୍ରତିଭା’ ଅନୁଷ୍ଠିତ ହୋଇଯାଇଛି। ଗଣେଶ ପୂଜା କମିଟି ସଦସ୍ୟ ଭଗବାନ ଧଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ବୀରମହାରାଜପୁର କଲେଜର ଅବସରପ୍ରାପ୍ତ ଅଧ୍ୟାପକ ଅନିଲ କୁମାର ଦାନୀ ମୁଖ୍ୟ ଅତିଥି, ଭାଲୁଡୁଙ୍ଗୁରୀ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ସୁରେନ୍ଦ୍ର ଭୋଇ ମୁଖ୍ୟ ବକ୍ତା ଏବଂ ବହଳପଦର ସେବା ସମବାୟ ସମିତି ସମ୍ପାଦକ ପ୍ରଫୁଲ୍ଲ କୁମାର ଦନ୍ତା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ କହିଥିଲେ, ନୂଆଁଖାଇ କେବଳ ଏକ ପର୍ବ ନୁହେଁ; ଏହା ପଶ୍ଚିମ ଓଡ଼ିଶାର ମାଟି, ସଂସ୍କୃତି ଓ ପରମ୍ପରାର ପରିଚୟ। ନୂଆଁଖାଇ ଭେଟଘାଟ ମାଧ୍ୟମରେ ଭାଇଚାରା, ଏକତା ଓ ସୌହାର୍ଦ୍ଦ ବୃଦ୍ଧି ପାଉଛି। ଆଧୁନିକତାର ଯୁଗରେ ମଧ୍ୟ ଯୁବପିଢ଼ି ଏହି ମହାନ ପରମ୍ପରାକୁ ଆଗେଇ ନେବା ଆବଶ୍ୟକ। ନୂଆଁଖାଇ ପରିବାର ଓ ସମାଜକୁ ଏକତାର ସୂତ୍ରରେ ବାନ୍ଧି ରଖିଥାଏ। ମୁଖ୍ୟ ଅତିଥି ଅନିଲ କୁମାର ଦାନୀ କହିଥିଲେ, ନୂଆଁଖାଇ କେବଳ ପଶ୍ଚିମ ଓଡ଼ିଶାରେ ସୀମିତ ନୁହେଁ; ଦେଶର ବିଭିନ୍ନ ଅଞ୍ଚଳରେ ଭିନ୍ନ ନାମରେ କୃଷିଭିତ୍ତିକ ପର୍ବ ପାଳିତ ହୋଇଥାଏ। ପଶ୍ଚିମବଙ୍ଗରେ ନବାନ୍ନ, କେରଳରେ ଓଣମ ଏବଂ ପଞ୍ଜାବରେ ବୈଶାଖୀ ପରି ପର୍ବ ପାଳନ କରାଯାଏ। ସେ ନୂଆଁଖାଇ ସହ ଚାଷୀ ଓ କୃଷି ସଂସ୍କୃତିର ନିବିଡ଼ ସମ୍ପର୍କ ଉପରେ ଆଲୋକପାତ କରିଥିଲେ। ଧାନ ଚାଷର ଉତ୍ପତ୍ତି ଓ ଆଦିବାସୀ ଅଞ୍ଚଳରେ କୃଷିର ବିକାଶ ସମ୍ପର୍କରେ ମଧ୍ୟ ସେ ମତ ରଖିଥିଲେ। ମୁଖ୍ୟ ବକ୍ତା ସୁରେନ୍ଦ୍ର ଭୋଇ କହିଥିଲେ, ‘ପ୍ରତିଭା’ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଛୋଟଛୋଟ ପିଲାଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭାକୁ ଚିହ୍ନଟ କରି ତାହାର ବିକାଶ ପାଇଁ ସୁଯୋଗ ମିଳିପାରିବ। ଏହି ଅବସରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ୨ ବାର୍ଷିକ ପରୀକ୍ଷା-୨୦୨୬ରେ ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା କୁନ୍ତି ସାହୁଙ୍କୁ ‘ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଥିଲା। ସେହିପରି ସମାଜସେବୀ କରୁଣାକର ସାହୁଙ୍କୁ ସ୍ମୃତିଚିହ୍ନ ଦେଇ ସମ୍ମାନିତ କରାଯାଇଥିବାବେଳେ ଆସିଷ୍ଟାଣ୍ଟ ଫରେଷ୍ଟର ସୁବ୍ରତ ସାହୁ, ପୁଲିସ କନଷ୍ଟେବଳ ବିକାଶ ସେଠୀ ଏବଂ ମସୁରୀସ୍ଥିତ ଲାଲବାହାଦୂର ଶାସ୍ତ୍ରୀ ପ୍ରଶାସନ ଏକାଡେମୀର ରିସର୍ଚ୍ଚ ଅଧ୍ୟାପକ ଡ. ସ୍ମୃତିରେଖା ସାହୁଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ସୁବ୍ରତ ସାହୁଙ୍କ ସଂଯୋଜନାରେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ମନୋରଞ୍ଜନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏଥିରେ ସ୍ଥାନୀୟ ଅଞ୍ଚଳର ବହୁ ଲୋକ ଯୋଗଦେଇ ନୂଆଁଖାଇର ଭେଟଘାଟର ଆନନ୍ଦ ନେଇଥିଲେ।

1 hr ago
user_Pitambar Sahu
Pitambar Sahu
Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
1 hr ago
53ec6c8f-b745-4514-afa7-238b3060ba72

More news from ଓଡ଼ିଶା and nearby areas
  • ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମରେ ଆଜି ନୂଆଁଖାଇ ପାଳନ ପରେ ଗ୍ରାମର ସମସ୍ତେ ଏକତ୍ରିତ ହୋଇ ନୂଆଁଖାଇ ଜୁହାର ଭେଟ ହୋଇଥିଲେ।
    1
    ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମରେ ଆଜି ନୂଆଁଖାଇ ପାଳନ ପରେ ଗ୍ରାମର ସମସ୍ତେ ଏକତ୍ରିତ ହୋଇ ନୂଆଁଖାଇ ଜୁହାର ଭେଟ ହୋଇଥିଲେ।
    user_Pitambar Sahu
    Pitambar Sahu
    Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
    11 hrs ago
  • ଆଜି ଆମେ ନୁଆଁଖାଇ ସାରି ଦେଖିବାକୁ ଆସିଲୁ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋର୍ଟ ସମଲେଇ ପାତାଳି ଶ୍ରୀକ୍ଷେତ୍ର
    1
    ଆଜି ଆମେ ନୁଆଁଖାଇ ସାରି ଦେଖିବାକୁ  ଆସିଲୁ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋର୍ଟ ସମଲେଇ ପାତାଳି ଶ୍ରୀକ୍ଷେତ୍ର
    user_Jagadish meher
    Jagadish meher
    Biramaharajpur, Sonepur•
    14 hrs ago
  • Post by Ram Shankar Bhoi
    1
    Post by Ram Shankar Bhoi
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    13 hrs ago
  • ବୌଦ୍ଧ ସହର ଗାନ୍ଧିଛକ ଭେରାଇଟି ଷ୍ଟୋରରୁ ତାଲା ଭାଙ୍ଗି ଚୋରୀ କଲେ ଦୁର୍ବୃତ୍ତ ।
    1
    ବୌଦ୍ଧ ସହର ଗାନ୍ଧିଛକ  ଭେରାଇଟି ଷ୍ଟୋରରୁ ତାଲା ଭାଙ୍ଗି 
ଚୋରୀ କଲେ ଦୁର୍ବୃତ୍ତ ।
    user_RABINDRA PATTNAIK
    RABINDRA PATTNAIK
    Social worker ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    15 hrs ago
  • ଅନୁଗୋଳ ଜିଲ୍ଲା ପାଲଲହଡ଼ା ରେ ଆଜି ବି ୭୯ ତମ ସ୍ବାଧିନତା ପରେ ମଧ୍ୟ ଉପାନ୍ତ ଗାଁକୁ ରାସ୍ତା ନାହିଁ । ତେଣୁ ବସ୍ ଚଳାଚଳ ହେଉନଥିବାରୁ ଗାଁକୁ ଯିବାକୁ ହେଲେ ଜୀବନକୁ ବାଜି ଲଗାଇ ଲୋକମାନେ ଯାତାୟତ କରୁଛନ୍ତି
    1
    ଅନୁଗୋଳ ଜିଲ୍ଲା ପାଲଲହଡ଼ା ରେ ଆଜି ବି ୭୯ ତମ ସ୍ବାଧିନତା ପରେ ମଧ୍ୟ ଉପାନ୍ତ ଗାଁକୁ ରାସ୍ତା ନାହିଁ  । ତେଣୁ ବସ୍ ଚଳାଚଳ ହେଉନଥିବାରୁ ଗାଁକୁ ଯିବାକୁ ହେଲେ ଜୀବନକୁ ବାଜି ଲଗାଇ ଲୋକମାନେ ଯାତାୟତ କରୁଛନ୍ତି
    user_Kishore nagar Shuru
    Kishore nagar Shuru
    Local News Reporter କିଶୋରନଗର, ଅନୁଗୁଳ, ଓଡ଼ିଶା•
    21 min ago
  • ସମାଜସେବୀ ଗୁରୁ ମେହେର #Nuakhai2026 #nuakhainews #nuakhaiwishes #Nuakhai #NuakhaiJuhar #Baragada ସମାଜସେବୀ ଗୁରୁ ମେହେର
    1
    ସମାଜସେବୀ ଗୁରୁ ମେହେର
#Nuakhai2026 #nuakhainews #nuakhaiwishes #Nuakhai #NuakhaiJuhar #Baragada
ସମାଜସେବୀ ଗୁରୁ ମେହେର
    user_Bargarh TV
    Bargarh TV
    Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
    31 min ago
  • *ଅଦ୍ୟ ସେପ୍ଟେମ୍ବର ମାସ ୧୬ ତାରିଖ ଶୁଭ ବୁଧବାର ୨୦୨୬ ମସିହା* *ଭାଦ୍ରବମାସ ଶୁକ୍ଳପକ୍ଷ ଗଣେଶ ମହାପ୍ରଭୁଙ୍କ ଆଶୀର୍ବାଦ ସଦାସର୍ବଦା ଆପଣ ଆପଣଙ୍କ ପରିବାର ଉପରେ ରହିଥାଉ। ଶୁଭମୟ ଓ ମଙ୍ଗମୟ ହେଉ* *ଅଦ୍ୟ ସେପ୍ଟେମ୍ବର ମାସ ୧୬ ତାରିଖ ଶୁଭ ବୁଧବାର ୨୦୨୬ ମସିହା* *ଭାଦ୍ରବମାସ ଶୁକ୍ଳପକ୍ଷ ଗଣେଶ ମହାପ୍ରଭୁଙ୍କ ଆଶୀର୍ବାଦ ସଦାସର୍ବଦା ଆପଣ ଆପଣଙ୍କ ପରିବାର ଉପରେ ରହିଥାଉ। ଶୁଭମୟ ଓ ମଙ୍ଗମୟ ହେଉ*
    1
    *ଅଦ୍ୟ ସେପ୍ଟେମ୍ବର ମାସ  ୧୬ ତାରିଖ ଶୁଭ ବୁଧବାର  ୨୦୨୬ ମସିହା*  
 *ଭାଦ୍ରବମାସ  ଶୁକ୍ଳପକ୍ଷ ଗଣେଶ ମହାପ୍ରଭୁଙ୍କ ଆଶୀର୍ବାଦ ସଦାସର୍ବଦା ଆପଣ ଆପଣଙ୍କ ପରିବାର ଉପରେ   ରହିଥାଉ। ଶୁଭମୟ ଓ ମଙ୍ଗମୟ ହେଉ*
*ଅଦ୍ୟ ସେପ୍ଟେମ୍ବର ମାସ  ୧୬ ତାରିଖ ଶୁଭ ବୁଧବାର  ୨୦୨୬ ମସିହା*  
*ଭାଦ୍ରବମାସ  ଶୁକ୍ଳପକ୍ଷ ଗଣେଶ ମହାପ୍ରଭୁଙ୍କ ଆଶୀର୍ବାଦ ସଦାସର୍ବଦା ଆପଣ ଆପଣଙ୍କ ପରିବାର ଉପରେ   ରହିଥାଉ। ଶୁଭମୟ ଓ ମଙ୍ଗମୟ ହେଉ*
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    2 hrs ago
  • ପ୍ରାପ୍ତେଷୁ: ସାମ୍ବାଦିକ, ଫଟୋ ସାମ୍ବାଦିକ, ଜିଲ୍ଲା ପ୍ରତିନିଧି ଛାପା ଓ ବୈଦୁତିକ ଗଣମାଧ୍ୟମ ଏବଂ ସମସ୍ତ ଓ୍ବେବ ଚ୍ୟାନେଲ ପ୍ରତିନିଧି, ପୁରୀ । ଜୟ ଜଗନ୍ନାଥ ପ୍ରାପ୍ତେଷୁ: ସାମ୍ବାଦିକ, ଫଟୋ ସାମ୍ବାଦିକ, ଜିଲ୍ଲା ପ୍ରତିନିଧି ଛାପା ଓ ବୈଦୁତିକ ଗଣମାଧ୍ୟମ ଏବଂ ସମସ୍ତ ଓ୍ବେବ ଚ୍ୟାନେଲ ପ୍ରତିନିଧି, ପୁରୀ । ଆସନ୍ତା ତା୧୬.୦୯.୨୦୨୬ରିଖ ବୁଧବାର ଦିନ ଅପରାହ୍ନ ୪ଘଟିକା ସମୟରେ ହୋଟେଲ ହଲିଡେ ରିସର୍ଟ ରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ନିମ୍ନଲିଖିତ କାରଣରୁ ଆୟୋଜନ କରାଯିବାକୁ ସ୍ଥିର ହୋଇଛି ଯଥା: (୧)ସଦ୍ୟ ପ୍ରକାଶିତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଜମି ବ୍ୟବସ୍ତିକରଣ ବ୍ୟବସ୍ଥା, (୨)ପୁରୀ ଜଗନ୍ନାଥ ମେଡିକାଲ କଲେଜ ଏବଂ ଜ଼ିଲ୍ଲା ଚିକିତ୍ସାଳୟ ର ନୂତନ କୋଠା ସର୍ବସାଧାରଣ ଙ୍କ ପାଇଁ ଖୋଲିବାରେ ଅହେତୁକ ବିଳମ୍ବ ଏବଂ ଏହି ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ,(୩) ୨୦୧୪ ମସିହା ରୁ ଶହ ଶହ କୋଟି କୋଟି ଟଙ୍କା ବ୍ୟୟ ରେ ସହରର ବର୍ଷା ଓ ନର୍ଦମା ଜଳ ନିଷ୍କାସନ ବିଫଳତାର ସିବିଆଇ ତଦନ୍ତ ଓ ପୁରୀ ବାସୀଙ୍କୁ ସର୍ବନିମ୍ନ ସୁବିଧା ଦେବାରେ ବିଫଳତା ,(୪) ଅସମ୍ପୂର୍ଣ୍ଣ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ପୁରୀ ବାସୀଙ୍କ ଶ୍ରୀମନ୍ଦିର ରେ ସ୍ୱତନ୍ତ୍ର ପ୍ରବେଶ ବିଷୟରେ ଦଳର ଆଭିମୁଖ୍ୟ ଏବଂ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ବିସ୍ତୃତ ଆଲୋଚନା କରାଯିବ.. ଏଣୁ ଆପଣ ମାନଙ୍କ ସଦୟ ଉପସ୍ଥିତି ତଥା ଖବର ପ୍ରସାରଣ ପାଇଁ ବିନମ୍ର ନିବେଦନ ‌। ଇଂ ରାଜେଶ କୁମାର ମିଶ୍ର ସଭାପତି, ଜିଲ୍ଲା କଂଗ୍ରେସ କମିଟି, ପୁରୀ ଯୋଗାଯୋଗ: +919437058100
    1
    ପ୍ରାପ୍ତେଷୁ: ସାମ୍ବାଦିକ, ଫଟୋ ସାମ୍ବାଦିକ, ଜିଲ୍ଲା ପ୍ରତିନିଧି ଛାପା ଓ ବୈଦୁତିକ ଗଣମାଧ୍ୟମ ଏବଂ ସମସ୍ତ ଓ୍ବେବ ଚ୍ୟାନେଲ ପ୍ରତିନିଧି, ପୁରୀ ।
ଜୟ ଜଗନ୍ନାଥ 
ପ୍ରାପ୍ତେଷୁ: ସାମ୍ବାଦିକ, ଫଟୋ ସାମ୍ବାଦିକ, ଜିଲ୍ଲା ପ୍ରତିନିଧି ଛାପା ଓ ବୈଦୁତିକ ଗଣମାଧ୍ୟମ ଏବଂ ସମସ୍ତ ଓ୍ବେବ ଚ୍ୟାନେଲ ପ୍ରତିନିଧି, ପୁରୀ ।
ଆସନ୍ତା ତା୧୬.୦୯.୨୦୨୬ରିଖ ବୁଧବାର ଦିନ ଅପରାହ୍ନ ୪ଘଟିକା ସମୟରେ ହୋଟେଲ ହଲିଡେ ରିସର୍ଟ ରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ନିମ୍ନଲିଖିତ କାରଣରୁ ଆୟୋଜନ କରାଯିବାକୁ ସ୍ଥିର ହୋଇଛି ଯଥା: (୧)ସଦ୍ୟ ପ୍ରକାଶିତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଜମି ବ୍ୟବସ୍ତିକରଣ ବ୍ୟବସ୍ଥା, (୨)ପୁରୀ ଜଗନ୍ନାଥ ମେଡିକାଲ କଲେଜ ଏବଂ ଜ଼ିଲ୍ଲା ଚିକିତ୍ସାଳୟ ର ନୂତନ କୋଠା ସର୍ବସାଧାରଣ ଙ୍କ ପାଇଁ ଖୋଲିବାରେ ଅହେତୁକ ବିଳମ୍ବ ଏବଂ ଏହି ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ,(୩) ୨୦୧୪ ମସିହା ରୁ ଶହ ଶହ କୋଟି କୋଟି ଟଙ୍କା ବ୍ୟୟ ରେ ସହରର ବର୍ଷା ଓ ନର୍ଦମା ଜଳ ନିଷ୍କାସନ ବିଫଳତାର ସିବିଆଇ ତଦନ୍ତ ଓ ପୁରୀ ବାସୀଙ୍କୁ ସର୍ବନିମ୍ନ ସୁବିଧା ଦେବାରେ ବିଫଳତା ,(୪) ଅସମ୍ପୂର୍ଣ୍ଣ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ପୁରୀ ବାସୀଙ୍କ ଶ୍ରୀମନ୍ଦିର ରେ ସ୍ୱତନ୍ତ୍ର ପ୍ରବେଶ ବିଷୟରେ ଦଳର ଆଭିମୁଖ୍ୟ ଏବଂ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ବିସ୍ତୃତ ଆଲୋଚନା କରାଯିବ.. ଏଣୁ ଆପଣ ମାନଙ୍କ ସଦୟ ଉପସ୍ଥିତି ତଥା ଖବର ପ୍ରସାରଣ ପାଇଁ ବିନମ୍ର ନିବେଦନ ‌।
ଇଂ ରାଜେଶ କୁମାର ମିଶ୍ର 
ସଭାପତି, ଜିଲ୍ଲା କଂଗ୍ରେସ କମିଟି, ପୁରୀ
ଯୋଗାଯୋଗ: +919437058100
    user_Santosh Nayak PRESS
    Santosh Nayak PRESS
    Local News Reporter Balangir, Odisha•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.