ଗଞ୍ଜାମ ଜିଲ୍ଲାର ଚିକିଟି ବିଜ୍ଞାପିତ ପରିଷଦ ଏକ ଦଳ ରାୟଗଡ଼ ଜିଲ୍ଲା ଗ୍ରସ୍ତ କରିଛନ୍ତି ରିପୋର୍ଟର ନରୋତ୍ତମ ପାଢ଼ୀ ରାୟଗଡ଼ା ପୌରପାଳିକା ପରିଦର୍ଶନରେ ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରତିନିଧି ଦଳ ରାୟଗଡ଼ା, ତା ୦୬/୧୨/୨୦୨୫: ରାୟଗଡ଼ା ପୌରପାଳିକାର ପରିମଳ ବ୍ୟବସ୍ଥା ଅନୁଧ୍ୟାନ କରିବା ପାଇଁ ଗଞ୍ଜାମ ଜିଲ୍ଲା ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦର (NAC) ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାୟଗଡ଼ା ଗସ୍ତ କରିଛନ୍ତି। ଚିକିଟି ଏନ.ଏ.ସି ର ଅଧ୍ୟକ୍ଷ ଶ୍ରୀମତୀ ଦୀପା ସାହୁ, ଉପାଧ୍ୟକ୍ଷ ଶ୍ରୀ ହର ପ୍ରସାଦ ଚୌଧୁରୀ, କାଉନସିଲରବୃନ୍ଦ, କାର୍ଯ୍ୟନିର୍ବାହୀ ଅଧିକାରୀ, ବରିଷ୍ଠ ଅଧିକାରୀ, ବିଭାଗୀୟ ଯନ୍ତ୍ରୀ ,ସ୍ୱଚ୍ଛ ସାଥୀ, ସ୍ବଚ୍ଛ ସୁପରଭାଇଜର ଏବଂ ପରିମଳ ବିଶେଷଜ୍ଞଙ୍କୁ ନେଇ ଗଠିତ ଏହି ଦଳକୁ ରାୟଗଡ଼ା ପୌରପାଳିକାର କର୍ମଚାରୀମାନଙ୍କ ଦ୍ଵାରା ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ରାୟଗଡ଼ା ପୌରପାଳିକାର ସମ୍ମିଳନୀ କକ୍ଷରେ ଉଭୟ ପକ୍ଷଙ୍କ ମଧ୍ୟରେ ଏକ ସୌଜନ୍ୟମୂଳକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ପରିଦର୍ଶନ ସମୟରେ ପ୍ରତିନିଧି ଦଳ ରାୟଗଡ଼ା ପୌରପାଳିକାର ୧୧ ନମ୍ବର ୱାର୍ଡ ଅନ୍ତର୍ଗତ ଆଣ୍ଟାରିଗୁଡାଠାରେ ନିର୍ମିତ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ। ସେଠାରେ କାର୍ଯ୍ୟକ୍ଷମ ଥିବା ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (MCC), ମ୍ୟାଟେରିଆଲ୍ ରିକଭରୀ ଫାସିଲିଟି (MRF) ଏବଂ ଏଫ.ଏସ.ଟି.ପି (FSTP) ପ୍ଲାଣ୍ଟ ପରିଦର୍ଶନ କରି ବର୍ଜ୍ୟବସ୍ତୁ ପରିଚାଳନା ଶୈଳୀ ସମ୍ପର୍କରେ ଅବଗତ ହୋଇଥିଲେ। ଏହା ସହିତ ରାୟଗଡା ପୌର ପରିଷଦ ଦ୍ଵାରା ପରିଚାଳିତ ଅଡିଟୋରିଅମ, ଆହାର କେନ୍ଦ୍ର , ଅଶୋକ କଲ୍ୟାଣ ମଣ୍ଡପ, ମହାତ୍ମାଗାନ୍ଧି ପାର୍କ ଏବଂ ବିଭିନ୍ନ ଉନୟନ ମୂଳକ କାର୍ଯ୍ୟର ମଧ୍ୟ ପରିଦର୍ଶନ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ 'ସ୍ୱଚ୍ଛ ସର୍ବେକ୍ଷଣ-୨୦୨୪' ଅଧୀନରେ ମାନ୍ୟବର ରାଷ୍ଟ୍ରପତିଙ୍କ ଦ୍ଵାରା ପୁରସ୍କୃତ ହୋଇଥିବା ଏକ ଅଗ୍ରଣୀ ବିଜ୍ଞାପିତ ଅଞ୍ଚଳ ପରିଷଦ । ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ପୌରପାଳିକାର ଅଧ୍ୟକ୍ଷ, ଉପାଧ୍ୟକ୍ଷା, ନିର୍ବାହୀ ଅଧିକାରୀ, ପୌର କର୍ମଚାରୀ, ସ୍ୱଚ୍ଛ ସାଥୀ, ସ୍ବଚ୍ଛ ସୁପରଭାଇଜର ଏବଂ ପରିମଳ ବିଶେଷଜ୍ଞଙ୍କ ସହିତ ପୌର ପରିଷଦର କାଉନସିଲର ମାନେ ଉପସ୍ଥିତ ରହି ଚିକିଟି ପ୍ରତିନିଧି ଦଳ ସହ ଆଲୋଚନା କରିଥିଲେ। ଉଭୟ ସହରାଞ୍ଚଳରେ ପରିମଳ ସେବାରେ କିପରି ଅଧିକ ଉନ୍ନତି ଅଣାଯାଇପାରିବ ଏବଂ ସହରକୁ କିପରି ଅଧିକ ସ୍ୱଚ୍ଛ ରଖାଯାଇପାରିବ, ସେ ନେଇ ଉଭୟ ପକ୍ଷ ମଧ୍ୟରେ ଫଳପ୍ରଦ ବିଚାର ବିମର୍ଶ ହୋଇଥିଲା।
ଗଞ୍ଜାମ ଜିଲ୍ଲାର ଚିକିଟି ବିଜ୍ଞାପିତ ପରିଷଦ ଏକ ଦଳ ରାୟଗଡ଼ ଜିଲ୍ଲା ଗ୍ରସ୍ତ କରିଛନ୍ତି ରିପୋର୍ଟର ନରୋତ୍ତମ ପାଢ଼ୀ ରାୟଗଡ଼ା ପୌରପାଳିକା ପରିଦର୍ଶନରେ ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରତିନିଧି ଦଳ ରାୟଗଡ଼ା, ତା ୦୬/୧୨/୨୦୨୫: ରାୟଗଡ଼ା ପୌରପାଳିକାର ପରିମଳ ବ୍ୟବସ୍ଥା ଅନୁଧ୍ୟାନ କରିବା ପାଇଁ ଗଞ୍ଜାମ ଜିଲ୍ଲା ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦର (NAC) ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାୟଗଡ଼ା ଗସ୍ତ କରିଛନ୍ତି। ଚିକିଟି ଏନ.ଏ.ସି ର ଅଧ୍ୟକ୍ଷ ଶ୍ରୀମତୀ ଦୀପା ସାହୁ, ଉପାଧ୍ୟକ୍ଷ ଶ୍ରୀ ହର ପ୍ରସାଦ ଚୌଧୁରୀ, କାଉନସିଲରବୃନ୍ଦ, କାର୍ଯ୍ୟନିର୍ବାହୀ ଅଧିକାରୀ, ବରିଷ୍ଠ ଅଧିକାରୀ, ବିଭାଗୀୟ ଯନ୍ତ୍ରୀ ,ସ୍ୱଚ୍ଛ ସାଥୀ, ସ୍ବଚ୍ଛ ସୁପରଭାଇଜର ଏବଂ ପରିମଳ ବିଶେଷଜ୍ଞଙ୍କୁ ନେଇ ଗଠିତ ଏହି ଦଳକୁ ରାୟଗଡ଼ା ପୌରପାଳିକାର କର୍ମଚାରୀମାନଙ୍କ
ଦ୍ଵାରା ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ରାୟଗଡ଼ା ପୌରପାଳିକାର ସମ୍ମିଳନୀ କକ୍ଷରେ ଉଭୟ ପକ୍ଷଙ୍କ ମଧ୍ୟରେ ଏକ ସୌଜନ୍ୟମୂଳକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ପରିଦର୍ଶନ ସମୟରେ ପ୍ରତିନିଧି ଦଳ ରାୟଗଡ଼ା ପୌରପାଳିକାର ୧୧ ନମ୍ବର ୱାର୍ଡ ଅନ୍ତର୍ଗତ ଆଣ୍ଟାରିଗୁଡାଠାରେ ନିର୍ମିତ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ। ସେଠାରେ କାର୍ଯ୍ୟକ୍ଷମ ଥିବା ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (MCC), ମ୍ୟାଟେରିଆଲ୍ ରିକଭରୀ ଫାସିଲିଟି (MRF) ଏବଂ ଏଫ.ଏସ.ଟି.ପି (FSTP) ପ୍ଲାଣ୍ଟ ପରିଦର୍ଶନ କରି ବର୍ଜ୍ୟବସ୍ତୁ ପରିଚାଳନା ଶୈଳୀ ସମ୍ପର୍କରେ ଅବଗତ ହୋଇଥିଲେ। ଏହା ସହିତ ରାୟଗଡା ପୌର ପରିଷଦ ଦ୍ଵାରା ପରିଚାଳିତ ଅଡିଟୋରିଅମ, ଆହାର କେନ୍ଦ୍ର , ଅଶୋକ କଲ୍ୟାଣ ମଣ୍ଡପ, ମହାତ୍ମାଗାନ୍ଧି ପାର୍କ ଏବଂ ବିଭିନ୍ନ ଉନୟନ ମୂଳକ
କାର୍ଯ୍ୟର ମଧ୍ୟ ପରିଦର୍ଶନ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଚିକିଟି ବିଜ୍ଞାପିତ ଅଞ୍ଚଳ ପରିଷଦ 'ସ୍ୱଚ୍ଛ ସର୍ବେକ୍ଷଣ-୨୦୨୪' ଅଧୀନରେ ମାନ୍ୟବର ରାଷ୍ଟ୍ରପତିଙ୍କ ଦ୍ଵାରା ପୁରସ୍କୃତ ହୋଇଥିବା ଏକ ଅଗ୍ରଣୀ ବିଜ୍ଞାପିତ ଅଞ୍ଚଳ ପରିଷଦ । ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ପୌରପାଳିକାର ଅଧ୍ୟକ୍ଷ, ଉପାଧ୍ୟକ୍ଷା, ନିର୍ବାହୀ ଅଧିକାରୀ, ପୌର କର୍ମଚାରୀ, ସ୍ୱଚ୍ଛ ସାଥୀ, ସ୍ବଚ୍ଛ ସୁପରଭାଇଜର ଏବଂ ପରିମଳ ବିଶେଷଜ୍ଞଙ୍କ ସହିତ ପୌର ପରିଷଦର କାଉନସିଲର ମାନେ ଉପସ୍ଥିତ ରହି ଚିକିଟି ପ୍ରତିନିଧି ଦଳ ସହ ଆଲୋଚନା କରିଥିଲେ। ଉଭୟ ସହରାଞ୍ଚଳରେ ପରିମଳ ସେବାରେ କିପରି ଅଧିକ ଉନ୍ନତି ଅଣାଯାଇପାରିବ ଏବଂ ସହରକୁ କିପରି ଅଧିକ ସ୍ୱଚ୍ଛ ରଖାଯାଇପାରିବ, ସେ ନେଇ ଉଭୟ ପକ୍ଷ ମଧ୍ୟରେ ଫଳପ୍ରଦ ବିଚାର ବିମର୍ଶ ହୋଇଥିଲା।
- Panchayat Samiti Nodal High School Danra. Debgarh. ସୁରଭି ୨୦୨୫1
- ଭୁବନ ବାଲିବୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ •••••••••••••••••••••••••••••••••••••••••••• BigBreaking BhubanSpecial LiveShowTelecast Follow Bhuban Dhenkanal Odisha BDO BEO ABEO HM TEACHER CRC STUDENTS1
- Post by P S BADAL1
- ସରକାରଙ୍କୁ ଚାଲେଞ୍ଜ ଦେଲେ ପଥର ମାଫିଆ: ଫରେଷ୍ଟରଙ୍କୁ କାର୍ ଚଢ଼ାଇ ହତ୍ୟା ଉଦ୍ୟମ Anc-କଟକ ବନଖଣ୍ଡ ଟମକା ରେଞ୍ଜ ଅନ୍ତର୍ଗତ ରାମଠେଙ୍ଗା ନିକଟରେ ନୀଳପଥର ମାଫିଆ ଜଣେ ଫରେଷ୍ଟରଙ୍କୁ କାର୍ ଚଢ଼ାଇ ହତ୍ୟା ଉଦ୍ୟମ କରିଥିବା କଳିଙ୍ଗନଗର ଥାନାରେ ଅଭିଯୋଗ ହୋଇଛି। ଫରେଷ୍ଟର ଜଣକ ହେଲେ ମାଣିକ ମୁଣ୍ଡା। ଗତ ଗୁରୁବାର ରାତିରେ ଘଟଣା ଘଟିଥିବାବେଳେ ରାତି ପ୍ରାୟ ୧୧ଟାରେ ଶ୍ରୀ ମୁଣ୍ଡା ଥାନାରେ ପହଞ୍ଚି ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ କହିଛନ୍ତି। ଶ୍ରୀ ମୁଣ୍ଡା ନିଜ ବାଇକ୍ରେ ପାଟ୍ରୋଲିଂ ପାଇଁ ଯାଜପୁରଜିଲ୍ଲା ଡୁବୁରୀ-ନରଣପୁର ଭିଆଇପି ରୋଡ୍ରେ ଟମକାରୁ ଡୁବୁରି ଯାଉଥିଲେ। ଦୁର୍ଗାପୁର ହମ୍ପ୍ସ ପାଖରେ ଏକ ପୁରୁଣା ମାରୁତି କାର୍ (ଓଆର୍-୦୭ଏମ୍-୨୭୯୭) ତାଙ୍କ ଆଗକୁ ମାଡ଼ିଆସି ବାଟ ଓଗାଳିବାକୁ ଉଦ୍ୟମ କରିଥିଲା। ଏହା ସତ୍ତ୍ବେ ଶ୍ରୀ ମୁଣ୍ଡା ବାଇକ୍ରେ ଚାଲିଥିଲେ। କମଳାବାହାଳୀ ପାଖରେ ଉକ୍ତ କାର୍ ଡ୍ରାଇଭର ପୁଣି ତାଙ୍କୁ ସାଇଡ୍ ମାରିବାକୁ ଉଦ୍ୟମ କରିଥିଲା। ବିପଦ ଆଶଙ୍କା କରି ଶ୍ରୀ ମୁଣ୍ଡା ରାମଠେଙ୍ଗା ପାଖରେ ବାଇକ୍ ଠିଆ କରି ସହାୟତା ପାଇଁ ଡୁବୁରୀର ସହକର୍ମୀମାନଙ୍କୁ ଫୋନ୍ କରିଥିଲେ। ଉକ୍ତ କାର୍ ପୁଣି ଦ୍ରୁତ ଗତିରେ ତାଙ୍କ ଆଡ଼କୁ ମାଡ଼ି ଆସିଥିଲା। ଶ୍ରୀ ମୁଣ୍ଡା ସଡ଼କ ତଳକୁ ବାଇକ୍ ଖସାଇ ଦେବାରୁ ପଡ଼ିଯାଇଥିଲେ ହେଁ ଅଳ୍ପକେ ବର୍ତ୍ତି ଯାଇଥିଲେ। କାର୍ଟି ଦ୍ରୁତ ଗତିରେ ଡୁବୁରୀ ଆଡ଼କୁ ପଳାଇଥିଲା। ନିଜେ ମାଲିକ କାର୍ ଚଳାଉଥିଲା ଏବଂ ସ୍ଥାନୀୟ ଅଞ୍ଚଳର ଜଣେ ନୀଳପଥର ମାଫିଆ ଆଗ ସିଟ୍ରେ ଓ ଅନ୍ୟଜଣେ ପଛ ସିଟ୍ରେ ବସିଥିବା ସୂଚନା ମିଳିଛି। ଏ ସମ୍ପର୍କରେ କଟକ ଡିଏଫ୍ଓ ଅନୀଲ କୁମାର ରାୟଙ୍କୁ ପଚାରିବାରୁ ମାମଲାରେ ଟମକା ଥାନା ଚିତ୍ରି ଗାଁର ଜଣେ ନୀଳପଥର ମାଫିଆର ସମ୍ପୃକ୍ତି ଥିବା କହିଛନ୍ତି। ଧରପଗଡ଼ ଚାଲିଥିବାରୁ ମାଫିଆମାନେ ରାଗ ରଖି ଏହି ଉଦ୍ୟମ କରିଥାଇପାରନ୍ତି ବୋଲି ସହକାରୀ ବନ ସଂରକ୍ଷକ (ଏସିଏଫ୍) ସନ୍ତୋଷ କୁମାର ପତି ଓ ଟମକା ରେଞ୍ଜର କିଶୋର କୁମାର ପାଣିଗ୍ରାହୀ କହିଛନ୍ତି। କିଛିଦିନ ପୂର୍ବରୁ ଏହି କାର୍ ଟମକା ମହୁଲମୂଳ ଛକ ପାଖରେ ତାଙ୍କୁ ସାଇଡ୍ ମାରି ଅନୁରୂପ ହତ୍ୟା ଉଦ୍ୟମ କରିଥିଲା ବୋଲି ଶ୍ରୀ ମୁଣ୍ଡା ଏତଲାରେ ଦର୍ଶାଇଛନ୍ତି।1
- Post by Sandeep Barla1
- टेक्नोलॉजी ने एक बार फिर दुनिया को चौंका दिया! अमेरिका के The Cosm में दिखा Daytona 500 का नज़ारा लोगों को इतना रियल लगा कि किसी को यकीन ही नहीं हुआ कि ये सब सिर्फ एक 8K स्क्रीन थी। 87 फुट के इस कर्व्ड LED डोम ने दर्शकों को ऐसा भ्रम दिया जैसे वे सच में रेस ट्रैक के बीच खड़े हों। लाइव स्पोर्ट्स का भविष्य यहीं से बदल रहा है! #Daytona500 #NASCAR #TheCosm #Texas #Innovation #SportsTech #Experience #Racing1
- Post by P S BADAL1
- ମୟୁରଭଞ୍ଜ ଖବର ଆଗଧାଡିର ସମାଜସେବୀ ମାନଙ୍କୁ ସେବରତ୍ନ ସମ୍ମାନରେ ସମ୍ମାନିତ କଲେ ଏମ ଏନ ନିୟୁଜ ର ସମ୍ପାଦକ ହିମାଂଶୁ ଶେଖର ପ୍ରହରାଜ1
- ମୋରଡା ମତ୍ସ୍ୟ ଓ ପଶୁସମ୍ପଦ କର୍ମଚାରୀ ଙ୍କ ଅବହେଳା ପାଇଁ ଉଦବେଗ ପ୍ରକାଶ କଲେ ଭିନ୍ନକ୍ଷମ ପଶୁ ପାଳକ ଚାଷୀ ଦିବ୍ୟପ୍ରକାଶ ପଟ୍ଟନାୟକ1