logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଅନୁଗୁଳ ଜିଲ୍ଲାର କଣିହାଁ ବ୍ଲକ ଅନ୍ତର୍ଗତ ବଡତ୍ରୀବିଡା ପଞ୍ଚାୟତର ବଡତ୍ରୀବିଡା ଗ୍ରାମରେ ରାସନ୍ ଡିଲର ଭାବେ ମନୋନୀତ ସଞ୍ଜୟ ପ୍ରଧାନଙ୍କ ମନମାନୀ ଯୋଗୁଁ ହିତାଧିକାରୀମାନେ ସରକାର ଦେଉଥିବା ଚାଉଳ ସଠିକ ସମୟରେ ପାଇପାରୁ ନାହାନ୍ତି। ସେହି ଗ୍ରାମର ହିତାଧିକାରୀ ଗୋବିନ୍ଦ ଗୋଛୟତ ଗତ ତିନି ମାସ ହେବ ରାସନ୍ ଚାଉଳ ପାଇବାରୁ ବଞ୍ଚିତ ହୋଇ ବାରମ୍ବାର ନିରାଶ ହେଉଛନ୍ତି। ହିତାଧିକାରୀମାନେ ପଚାରିଲେ ଡିଲର ତାଙ୍କୁ ପନ୍ଦର ଦିନ ପରେ ଆସିବାକୁ କହୁଛନ୍ତି, ଯାହାକି ତାଙ୍କ ମନମାନୀର ପ୍ରମାଣ। ଏଭଳି ବ୍ୟକ୍ତିତ୍ବଙ୍କୁ ଯଦି ସରକାରଙ୍କ ରାସନ୍ ଚାଉଳ ବଣ୍ଟନ ପାଇଁ ମନୋନୀତ କରାଯାଏ, ତେବେ ସାଧାରଣ ଗରୀବ ଲୋକଟି କିପରି ଦୁଇମୁଠା ସରକାରୀ ଦାନା ପାଇବ, ତାହା ବର୍ତ୍ତମାନ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

1 hr ago
user_Jayanta Mishra
Jayanta Mishra
Voice of people ଅନୁଗୁଳ, ଅନୁଗୁଳ, ଓଡ଼ିଶା•
1 hr ago

ଅନୁଗୁଳ ଜିଲ୍ଲାର କଣିହାଁ ବ୍ଲକ ଅନ୍ତର୍ଗତ ବଡତ୍ରୀବିଡା ପଞ୍ଚାୟତର ବଡତ୍ରୀବିଡା ଗ୍ରାମରେ ରାସନ୍ ଡିଲର ଭାବେ ମନୋନୀତ ସଞ୍ଜୟ ପ୍ରଧାନଙ୍କ ମନମାନୀ ଯୋଗୁଁ ହିତାଧିକାରୀମାନେ ସରକାର ଦେଉଥିବା ଚାଉଳ ସଠିକ ସମୟରେ ପାଇପାରୁ ନାହାନ୍ତି। ସେହି ଗ୍ରାମର ହିତାଧିକାରୀ ଗୋବିନ୍ଦ ଗୋଛୟତ ଗତ ତିନି ମାସ ହେବ ରାସନ୍ ଚାଉଳ ପାଇବାରୁ ବଞ୍ଚିତ ହୋଇ ବାରମ୍ବାର ନିରାଶ ହେଉଛନ୍ତି। ହିତାଧିକାରୀମାନେ ପଚାରିଲେ ଡିଲର ତାଙ୍କୁ ପନ୍ଦର ଦିନ ପରେ ଆସିବାକୁ କହୁଛନ୍ତି, ଯାହାକି ତାଙ୍କ ମନମାନୀର ପ୍ରମାଣ। ଏଭଳି ବ୍ୟକ୍ତିତ୍ବଙ୍କୁ ଯଦି ସରକାରଙ୍କ ରାସନ୍ ଚାଉଳ ବଣ୍ଟନ ପାଇଁ ମନୋନୀତ କରାଯାଏ, ତେବେ ସାଧାରଣ ଗରୀବ ଲୋକଟି କିପରି ଦୁଇମୁଠା ସରକାରୀ ଦାନା ପାଇବ, ତାହା ବର୍ତ୍ତମାନ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

  • user_Jayanta Mishra
    Jayanta Mishra
    ଅନୁଗୁଳ, ଅନୁଗୁଳ, ଓଡ଼ିଶା
    ସୁନ୍ଦର
    1 hr ago
More news from Odisha and nearby areas
  • ଢେଙ୍କାନାଳର ଦୀନବନ୍ଧୁପୁର ଗ୍ରାମବାସୀ ପ୍ରାୟ ଗୋଟିଏ ବର୍ଷ ହେବ ବିଜୁଳି ସମସ୍ୟା ଯୋଗୁଁ ଅନ୍ଧାରରେ ରହିଛନ୍ତି। ପ୍ରତିଦିନ ରାତି ୭ଟାରୁ ବିଜୁଳି କଟିଯାଉଥିବା ବେଳେ ପରଦିନ ସକାଳ ୯ଟାରେ ଆସୁଛି। ଏହି ସମସ୍ୟା ନେଇ ଗ୍ରାମବାସୀ ସ୍ଥାନୀୟ ବିଧାୟିକା ସୀମାରାଣୀ ନାଏକଙ୍କ ନିକଟରେ ଅଭିଯୋଗ କରିଥିଲେ। ତେବେ ପ୍ରଶାସନ କିମ୍ବା ବିଧାୟିକା କେହି ସେମାନଙ୍କ କଥା ନ ଶୁଣିବାରୁ ବାଧ୍ୟ ହୋଇ ଗ୍ରାମବାସୀ ବର୍ତ୍ତମାନ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି।
    4
    ଢେଙ୍କାନାଳର ଦୀନବନ୍ଧୁପୁର ଗ୍ରାମବାସୀ ପ୍ରାୟ ଗୋଟିଏ ବର୍ଷ ହେବ ବିଜୁଳି ସମସ୍ୟା ଯୋଗୁଁ ଅନ୍ଧାରରେ ରହିଛନ୍ତି। ପ୍ରତିଦିନ ରାତି ୭ଟାରୁ ବିଜୁଳି କଟିଯାଉଥିବା ବେଳେ ପରଦିନ ସକାଳ ୯ଟାରେ ଆସୁଛି। ଏହି ସମସ୍ୟା ନେଇ ଗ୍ରାମବାସୀ ସ୍ଥାନୀୟ ବିଧାୟିକା ସୀମାରାଣୀ ନାଏକଙ୍କ ନିକଟରେ ଅଭିଯୋଗ କରିଥିଲେ। ତେବେ ପ୍ରଶାସନ କିମ୍ବା ବିଧାୟିକା କେହି ସେମାନଙ୍କ କଥା ନ ଶୁଣିବାରୁ ବାଧ୍ୟ ହୋଇ ଗ୍ରାମବାସୀ ବର୍ତ୍ତମାନ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି।
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    12 hrs ago
  • ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ଗୁଣ୍ଡିଚାପଡ଼ା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ୨୦୨୬ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଏହି ଅବସରରେ 'ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ' (Yoga For One Earth, One Health) ପାଇଁ ଯୋଗର ମହତ୍ତ୍ୱ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ, ସୁସ୍ଥ ଜୀବନଶୈଳୀ, ଏବଂ ସମ୍ପ୍ରଦାୟ ମଧ୍ୟରେ ଯୋଗର ପ୍ରସାର ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯାହା ସୁସ୍ଥତା ଏବଂ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବାର ଲକ୍ଷ୍ୟ ରଖିଥିଲା।
    1
    ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ଗୁଣ୍ଡିଚାପଡ଼ା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ୨୦୨୬ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଏହି ଅବସରରେ 'ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ' (Yoga For One Earth, One Health) ପାଇଁ ଯୋଗର ମହତ୍ତ୍ୱ ଉପରେ ଗୁରୁତ୍ୱ ଦିଆଯାଇଥିଲା। ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ, ସୁସ୍ଥ ଜୀବନଶୈଳୀ, ଏବଂ ସମ୍ପ୍ରଦାୟ ମଧ୍ୟରେ ଯୋଗର ପ୍ରସାର ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯାହା ସୁସ୍ଥତା ଏବଂ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ସୃଷ୍ଟି କରିବାର ଲକ୍ଷ୍ୟ ରଖିଥିଲା।
    user_Dhenkanal News
    Dhenkanal News
    Media company Dhenkanal Sadar, Odisha•
    23 hrs ago
  • ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ଲୋକଙ୍କ ସରକାର’ର ଦୁଇ ବର୍ଷର ସଫଳ ଯାତ୍ରା ପୂରଣ ଅବସରରେ ଓଡ଼ିଶା ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ କିଛି ସ୍ମରଣୀୟ ମୁହୂର୍ତ୍ତ ସାମ୍ନାକୁ ଆସିଛି। ଏହି ସଫଳ ଦୁଇ ବର୍ଷର ଯାତ୍ରାକୁ ଓଡ଼ିଶା ସାରା ବିକାଶର ଧାରା ରୂପେ ପାଳନ କରାଯାଉଛି।
    1
    ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ‘ଲୋକଙ୍କ ସରକାର’ର ଦୁଇ ବର୍ଷର ସଫଳ ଯାତ୍ରା ପୂରଣ ଅବସରରେ ଓଡ଼ିଶା ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ କିଛି ସ୍ମରଣୀୟ ମୁହୂର୍ତ୍ତ ସାମ୍ନାକୁ ଆସିଛି। ଏହି ସଫଳ ଦୁଇ ବର୍ଷର ଯାତ୍ରାକୁ ଓଡ଼ିଶା ସାରା ବିକାଶର ଧାରା ରୂପେ ପାଳନ କରାଯାଉଛି।
    user_ବାରକୋଟ ଖବର
    ବାରକୋଟ ଖବର
    Court reporter ବରକୋଟ, ଦେବଗଡ଼, ଓଡ଼ିଶା•
    1 hr ago
  • ବ୍ରହ୍ମପୁର, ଓଡ଼ିଶାରୁ ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଆ ଚଳଚ୍ଚିତ୍ର 'ଡାଏରୀ'ରେ ଦୁଇଜଣ ଅଭିନେତାଙ୍କ ଅଭିନୟ ଖୁବ୍ ପସନ୍ଦ ଆସିଛି। ଜଣେ ଦର୍ଶକ ଏହି ଅଭିନୟକୁ ପ୍ରଶଂସା କରି ନିଜ ଡାଏରୀରେ ନିଶ୍ଚିତ ଭାବେ ଏହାକୁ ଲେଖିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।
    1
    ବ୍ରହ୍ମପୁର, ଓଡ଼ିଶାରୁ ମିଳିଥିବା ସୂଚନା ଅନୁଯାୟୀ, ଓଡ଼ିଆ ଚଳଚ୍ଚିତ୍ର 'ଡାଏରୀ'ରେ ଦୁଇଜଣ ଅଭିନେତାଙ୍କ ଅଭିନୟ ଖୁବ୍ ପସନ୍ଦ ଆସିଛି। ଜଣେ ଦର୍ଶକ ଏହି ଅଭିନୟକୁ ପ୍ରଶଂସା କରି ନିଜ ଡାଏରୀରେ ନିଶ୍ଚିତ ଭାବେ ଏହାକୁ ଲେଖିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    15 hrs ago
  • ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ଉପରେ ଚଢ଼ାଉ କରି ଏକ ବଡ଼ ସଫଳତା ହାସଲ କରିଛି। ଏହି ଅଭିଯାନରେ ପୋଲିସ ପ୍ରାୟ ୫୫୦ କେଜି ବେଆଇନ ଗଞ୍ଜେଇ ଜବତ କରିବା ସହ ବୌଦ୍ଧ ଜିଲ୍ଲା ବିରିଗଡ଼ ଗ୍ରାମର ଦିନେଶ କହଁର ନାମକ ଜଣେ ଅଭିଯୁକ୍ତ ଚାଲାଣକାରୀଙ୍କୁ ଗିରଫ କରିଛି। ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଘଣ୍ଟାପଡ଼ା ଥାନା ଅଧିକାରୀ ଶ୍ରୀ ସୌମ୍ୟ ରଞ୍ଜନ ପାତ୍ରଙ୍କ ନେତୃତ୍ୱରେ ପୋଲିସ ଟିମ୍ ଏସ.ଏଚ.-୪୧ ର ସିରମାଲ ଛକ ନିକଟରେ ନାକା ଚେକିଂ କରୁଥିବାବେଳେ କଣ୍ଟାମାଳ ପଟୁ ଏକ ଧଳା ରଙ୍ଗର ବୋଲେରୋ ପିକ୍‌ଅପ୍ ଗାଡ଼ି ଦ୍ରୁତ ଗତିରେ ଆସିଥିଲା। ପୋଲିସ ଗାଡ଼ିଟିକୁ ଅଟକାଇବାକୁ ସଙ୍କେତ ଦେଇଥିଲେ ମଧ୍ୟ ଚାଳକ ଜଣକ ଖସି ପଳାଇବା ଉଦ୍ଦେଶ୍ୟରେ ନିଜ ଗାଡ଼ିକୁ ପୋଲିସର ସ୍କର୍ପିଓ ଗାଡ଼ି ସହ ଜୋରଦାର ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ପୋଲିସ ଗାଡ଼ିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ, ପୋଲିସ କର୍ମଚାରୀମାନେ କୌଣସି ଆଘାତପ୍ରାପ୍ତ ହୋଇନଥିଲେ। ପୋଲିସ କର୍ମଚାରୀମାନେ ତତ୍ପରତା ଦେଖାଇ ଘଟଣାସ୍ଥଳରୁ ହିଁ ଅଭିଯୁକ୍ତ ଚାଳକ ଦିନେଶ କହଁରକୁ କାବୁ କରିବାରେ ସଫଳ ହୋଇଥିଲେ। ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଏବଂ ସାକ୍ଷୀଙ୍କ ଉପସ୍ଥିତିରେ ଗାଡ଼ିର ଯାଞ୍ଚ କରାଯିବା ପରେ, ସେଥିରୁ ୧୬ଟି ପ୍ଲାଷ୍ଟିକ ଜେରି ବ୍ୟାଗ୍‌ରେ ଲୋଡ୍ ହୋଇଥିବା ୫୫୦ କେଜି ବେଆଇନ ଗଞ୍ଜେଇ ମିଳିଥିଲା। ପୋଲିସ ଏହା ସହିତ ଗୋଟିଏ ବୋଲେରୋ ପିକ୍‌ଅପ୍ ଗାଡ଼ି ଏବଂ ଏକ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି। ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଗଞ୍ଜେଇ କନ୍ଧମାଳ ଅଞ୍ଚଳରୁ ଘଣ୍ଟାପଡ଼ା ଦେଇ ଛତିଶଗଡ଼କୁ ଚାଲାଣ କରାଯାଉଥିଲା। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ବୋଲି SP ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
    1
    ବୌଦ୍ଧ ଜିଲ୍ଲା ଘଣ୍ଟାପଡ଼ା ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ଉପରେ ଚଢ଼ାଉ କରି ଏକ ବଡ଼ ସଫଳତା ହାସଲ କରିଛି। ଏହି ଅଭିଯାନରେ ପୋଲିସ ପ୍ରାୟ ୫୫୦ କେଜି ବେଆଇନ ଗଞ୍ଜେଇ ଜବତ କରିବା ସହ ବୌଦ୍ଧ ଜିଲ୍ଲା ବିରିଗଡ଼ ଗ୍ରାମର ଦିନେଶ କହଁର ନାମକ ଜଣେ ଅଭିଯୁକ୍ତ ଚାଲାଣକାରୀଙ୍କୁ ଗିରଫ କରିଛି। ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ଘଣ୍ଟାପଡ଼ା ଥାନା ଅଧିକାରୀ ଶ୍ରୀ ସୌମ୍ୟ ରଞ୍ଜନ ପାତ୍ରଙ୍କ ନେତୃତ୍ୱରେ ପୋଲିସ ଟିମ୍ ଏସ.ଏଚ.-୪୧ ର ସିରମାଲ ଛକ ନିକଟରେ ନାକା ଚେକିଂ କରୁଥିବାବେଳେ କଣ୍ଟାମାଳ ପଟୁ ଏକ ଧଳା ରଙ୍ଗର ବୋଲେରୋ ପିକ୍‌ଅପ୍ ଗାଡ଼ି ଦ୍ରୁତ ଗତିରେ ଆସିଥିଲା। ପୋଲିସ ଗାଡ଼ିଟିକୁ ଅଟକାଇବାକୁ ସଙ୍କେତ ଦେଇଥିଲେ ମଧ୍ୟ ଚାଳକ ଜଣକ ଖସି ପଳାଇବା ଉଦ୍ଦେଶ୍ୟରେ ନିଜ ଗାଡ଼ିକୁ ପୋଲିସର ସ୍କର୍ପିଓ ଗାଡ଼ି ସହ ଜୋରଦାର ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ପୋଲିସ ଗାଡ଼ିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ, ପୋଲିସ କର୍ମଚାରୀମାନେ କୌଣସି ଆଘାତପ୍ରାପ୍ତ ହୋଇନଥିଲେ। ପୋଲିସ କର୍ମଚାରୀମାନେ ତତ୍ପରତା ଦେଖାଇ ଘଟଣାସ୍ଥଳରୁ ହିଁ ଅଭିଯୁକ୍ତ ଚାଳକ ଦିନେଶ କହଁରକୁ କାବୁ କରିବାରେ ସଫଳ ହୋଇଥିଲେ।

ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଏବଂ ସାକ୍ଷୀଙ୍କ ଉପସ୍ଥିତିରେ ଗାଡ଼ିର ଯାଞ୍ଚ କରାଯିବା ପରେ, ସେଥିରୁ ୧୬ଟି ପ୍ଲାଷ୍ଟିକ ଜେରି ବ୍ୟାଗ୍‌ରେ ଲୋଡ୍ ହୋଇଥିବା ୫୫୦ କେଜି ବେଆଇନ ଗଞ୍ଜେଇ ମିଳିଥିଲା। ପୋଲିସ ଏହା ସହିତ ଗୋଟିଏ ବୋଲେରୋ ପିକ୍‌ଅପ୍ ଗାଡ଼ି ଏବଂ ଏକ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି। ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଗଞ୍ଜେଇ କନ୍ଧମାଳ ଅଞ୍ଚଳରୁ ଘଣ୍ଟାପଡ଼ା ଦେଇ ଛତିଶଗଡ଼କୁ ଚାଲାଣ କରାଯାଉଥିଲା। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ବୋଲି SP ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
    user_Priya brata sahoo
    Priya brata sahoo
    ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    1 hr ago
  • ଢେଙ୍କାନାଳର କଣ୍ଟାନାଳି ବାଇପାସରେ ଟ୍ରାଫିକ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି, ଯାହାକୁ ନେଇ ସ୍ଥାନୀୟ ଲୋକେ ଏବଂ ବିଶେଷ କରି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦିନବେଳା ଯେଉଁ ସମସ୍ୟା ରହୁଛି, ସନ୍ଧ୍ୟା ହେଲେ ଏହି ସ୍ଥାନରେ ବିପଦ ଆହୁରି ବଢିଯାଏ, କାରଣ ସେଠାରେ ସମ୍ପୂର୍ଣ୍ଣ ଅନ୍ଧାର ଘୋଡ଼ାଇ ରହିଥାଏ। ଏହି ସମସ୍ୟାକୁ ଦୂର କରିବା ପାଇଁ ବାଇପାସରେ ହାଇମାଷ୍ଟ ଲାଇଟ୍ ଲଗାଯାଇଥିଲେ ମଧ୍ୟ, ଗତ ଆଠ ମାସ ଧରି ଏଗୁଡ଼ିକ ଜଳୁନାହିଁ। ଜିଲ୍ଲା ପୋଲିସକୁ ଏ ବିଷୟରେ ବାରମ୍ବାର ଅବଗତ କରାଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉନାହିଁ, ଫଳରେ ଏହି ଅଞ୍ଚଳରେ ଯାତାୟାତ କରୁଥିବା ଲୋକଙ୍କ ସମସ୍ୟା ଜଟିଳ ହେବାରେ ଲାଗିଛି।
    1
    ଢେଙ୍କାନାଳର କଣ୍ଟାନାଳି ବାଇପାସରେ ଟ୍ରାଫିକ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି, ଯାହାକୁ ନେଇ ସ୍ଥାନୀୟ ଲୋକେ ଏବଂ ବିଶେଷ କରି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦିନବେଳା ଯେଉଁ ସମସ୍ୟା ରହୁଛି, ସନ୍ଧ୍ୟା ହେଲେ ଏହି ସ୍ଥାନରେ ବିପଦ ଆହୁରି ବଢିଯାଏ, କାରଣ ସେଠାରେ ସମ୍ପୂର୍ଣ୍ଣ ଅନ୍ଧାର ଘୋଡ଼ାଇ ରହିଥାଏ।

ଏହି ସମସ୍ୟାକୁ ଦୂର କରିବା ପାଇଁ ବାଇପାସରେ ହାଇମାଷ୍ଟ ଲାଇଟ୍ ଲଗାଯାଇଥିଲେ ମଧ୍ୟ, ଗତ ଆଠ ମାସ ଧରି ଏଗୁଡ଼ିକ ଜଳୁନାହିଁ। ଜିଲ୍ଲା ପୋଲିସକୁ ଏ ବିଷୟରେ ବାରମ୍ବାର ଅବଗତ କରାଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉନାହିଁ, ଫଳରେ ଏହି ଅଞ୍ଚଳରେ ଯାତାୟାତ କରୁଥିବା ଲୋକଙ୍କ ସମସ୍ୟା ଜଟିଳ ହେବାରେ ଲାଗିଛି।
    user_Dipak Kumar Nayak
    Dipak Kumar Nayak
    Voice of people Dhenkanal Sadar, Odisha•
    13 hrs ago
  • ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ସିଙ୍ଗଶାଳ ଚଟିଆପାଲି ବାଲିଘାଟରେ ଜଣେ ଯୁବକଙ୍କୁ ହତ୍ୟା କରି ଶବକୁ ବାଲିରେ ପୋତି ଦିଆଯାଇଥିବା ଅଭିଯୋଗ ହୋଇଛି, ଯାହାକୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନା ପରେ ରାସ୍ତା ଅବରୋଧ ପ୍ରତ୍ୟାହାର ହୋଇଛି। ବାଲି ମାଫିଆମାନେ ଏହି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଉତ୍ୟକ୍ତ ଲୋକେ ଆଜି ଦ୍ୱିତୀୟ ଥର ପାଇଁ ୧୦ ନମ୍ବର ରାଜ୍ୟ ରାଜପଥର ସିଙ୍ଗଶାଳ ଛକରେ ରାସ୍ତା ଅବରୋଧ କରିଥିଲେ। ସକାଳ ୮ଟାରୁ ଦିନ ୩ଟା ପର୍ଯ୍ୟନ୍ତ ବାହାଡାପୋସିରୁ ରାଉରକେଲାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ମୃତକଙ୍କ ପରିବାରକୁ ବାଲିଘାଟ ମାଲିକ ୧୦ ଲକ୍ଷ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ପ୍ରତ୍ୟାହାର କରାଯାଇଥିଲା। ସୂଚନା ଅନୁଯାୟୀ, ସିଙ୍ଗଶାଳ ଗ୍ରାମର ଇନ୍ଦ୍ର ମୁଣ୍ଡା ବାଲିଘାଟରେ କାମ କରୁଥିଲେ ଏବଂ ଗତ ୧୯ ତାରିଖ ରାତିରେ ସେ ବାଲିଘାଟକୁ ଯିବା ପରେ ଆଉ ଫେରିନଥିଲେ। ପରିବାର ଲୋକେ ବିଭିନ୍ନ ଆଶଙ୍କାରେ ବାରକୋଟ ଥାନାରେ ଏନେଇ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ ଆରମ୍ଭ କରିବା ପରେ ଗତକାଲି ସନ୍ଧ୍ୟାରେ ଚଟିଆପାଲି ବାଲିଘାଟରୁ ଯୁବକଙ୍କ ମୃତଦେହ ଠାବ କରିଥିଲା। ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ବାଲିଘାଟ ମାଲିକ, ଏସ୍କାଭେଟର ଅପରେଟର ଏବଂ ହାଇୱା ଡ୍ରାଇଭର ସମେତ ଅନ୍ୟମାନେ ଏହି ହତ୍ୟାକାଣ୍ଡରେ ସାମିଲ ଅଛନ୍ତି। ଅନ୍ୟପଟେ, ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏକ ସାଇଣ୍ଟିଫିକ୍ ଟିମ୍ ଏବଂ ବରିଷ୍ଠ ପୋଲିସ ଅଧିକାରୀ ଶବ ଉଦ୍ଧାର କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି। ପୋଲିସ ବାଲିଘାଟରେ କାମ କରୁଥିବା ୩ ଜଣ ଶ୍ରମିକଙ୍କୁ ଅଟକ ରଖି ପଚରାଉଚରା କରୁଛି।
    4
    ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ସିଙ୍ଗଶାଳ ଚଟିଆପାଲି ବାଲିଘାଟରେ ଜଣେ ଯୁବକଙ୍କୁ ହତ୍ୟା କରି ଶବକୁ ବାଲିରେ ପୋତି ଦିଆଯାଇଥିବା ଅଭିଯୋଗ ହୋଇଛି, ଯାହାକୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନା ପରେ ରାସ୍ତା ଅବରୋଧ ପ୍ରତ୍ୟାହାର ହୋଇଛି। ବାଲି ମାଫିଆମାନେ ଏହି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଉତ୍ୟକ୍ତ ଲୋକେ ଆଜି ଦ୍ୱିତୀୟ ଥର ପାଇଁ ୧୦ ନମ୍ବର ରାଜ୍ୟ ରାଜପଥର ସିଙ୍ଗଶାଳ ଛକରେ ରାସ୍ତା ଅବରୋଧ କରିଥିଲେ।

ସକାଳ ୮ଟାରୁ ଦିନ ୩ଟା ପର୍ଯ୍ୟନ୍ତ ବାହାଡାପୋସିରୁ ରାଉରକେଲାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ମୃତକଙ୍କ ପରିବାରକୁ ବାଲିଘାଟ ମାଲିକ ୧୦ ଲକ୍ଷ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ପ୍ରତ୍ୟାହାର କରାଯାଇଥିଲା।

ସୂଚନା ଅନୁଯାୟୀ, ସିଙ୍ଗଶାଳ ଗ୍ରାମର ଇନ୍ଦ୍ର ମୁଣ୍ଡା ବାଲିଘାଟରେ କାମ କରୁଥିଲେ ଏବଂ ଗତ ୧୯ ତାରିଖ ରାତିରେ ସେ ବାଲିଘାଟକୁ ଯିବା ପରେ ଆଉ ଫେରିନଥିଲେ। ପରିବାର ଲୋକେ ବିଭିନ୍ନ ଆଶଙ୍କାରେ ବାରକୋଟ ଥାନାରେ ଏନେଇ ଅଭିଯୋଗ କରିଥିଲେ। ପୋଲିସ ତଦନ୍ତ ଆରମ୍ଭ କରିବା ପରେ ଗତକାଲି ସନ୍ଧ୍ୟାରେ ଚଟିଆପାଲି ବାଲିଘାଟରୁ ଯୁବକଙ୍କ ମୃତଦେହ ଠାବ କରିଥିଲା। ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ବାଲିଘାଟ ମାଲିକ, ଏସ୍କାଭେଟର ଅପରେଟର ଏବଂ ହାଇୱା ଡ୍ରାଇଭର ସମେତ ଅନ୍ୟମାନେ ଏହି ହତ୍ୟାକାଣ୍ଡରେ ସାମିଲ ଅଛନ୍ତି।

ଅନ୍ୟପଟେ, ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏକ ସାଇଣ୍ଟିଫିକ୍ ଟିମ୍ ଏବଂ ବରିଷ୍ଠ ପୋଲିସ ଅଧିକାରୀ ଶବ ଉଦ୍ଧାର କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି। ପୋଲିସ ବାଲିଘାଟରେ କାମ କରୁଥିବା ୩ ଜଣ ଶ୍ରମିକଙ୍କୁ ଅଟକ ରଖି ପଚରାଉଚରା କରୁଛି।
    user_ବାରକୋଟ ଖବର
    ବାରକୋଟ ଖବର
    Court reporter ବରକୋଟ, ଦେବଗଡ଼, ଓଡ଼ିଶା•
    5 hrs ago
  • ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ଖୁବଶୀଘ୍ର ଆଉ ଏକ ନୂତନ ଷ୍ଟେସନ ଯୋଡ଼ି ହେବାକୁ ଯାଉଛି। ସମ୍ବଲପୁର DRM ସୁବାସ ଚୌଧୁରୀଙ୍କ ସୂଚନା ଅନୁଯାୟୀ, ତେଇଶମାଇଲ ଷ୍ଟେସନକୁ ଅତି ଶୀଘ୍ର ରେଳ ଗଡ଼ିବ। ଏହି ବଡ଼ ସୂଚନା ସେ ପୁରୁଣାକଟକ ଷ୍ଟେସନର ଭିତ୍ତିଭୂମି ସମୀକ୍ଷା କଲାବେଳେ ଦେଇଛନ୍ତି। ରେଳଧାରଣା ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଶେଷ ହେବା ସହ ଦୁଇଟି ଭାୟାଡକ୍ଟ ଓ ୭ ନମ୍ବର ଟନେଲ ଦେଇ ରେଳ ଚଳାଚଳ କରିବ। ଏହି ପରିପ୍ରେକ୍ଷୀରେ, ସମ୍ବଲପୁର ଡିଭିଜନ DRM ସୁବାସ ଚୌଧୁରୀ ଏକ ସ୍ୱତନ୍ତ୍ର ସମୀକ୍ଷା ଟ୍ରେନରେ ଯାତ୍ରା କରି ମନମୁଣ୍ଡାଠାରୁ ପୁରୁଣାକଟକ ପର୍ଯ୍ୟନ୍ତ ଥିବା ସମସ୍ତ ରେଳ ଷ୍ଟେସନର ଭିତ୍ତିଭୂମି ସମୀକ୍ଷା କରିଛନ୍ତି। ଯାତ୍ରୀମାନେ ଯେପରି ଷ୍ଟେସନରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ସମସ୍ତ ଷ୍ଟେସନର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସେ ରେଳ ବିଭାଗର କର୍ମଚାରୀ ଓ ଠିକାସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ରେଳ ଚଳାଚଳ କରୁଥିବା ନବନିର୍ମିତ ପୁରୁଣାକଟକ ଷ୍ଟେସନରେ ବିଭିନ୍ନ ଦିଗକୁ ନେଇ ସମୀକ୍ଷା କରିବା ସହ ସେ ଏହାର ଚତୁଃପାର୍ଶ୍ୱ ବୁଲି ଦେଖିଥିଲେ। ଏହି ସମୀକ୍ଷା ପରେ ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ ଶେଷ ହେବା ସହ ବିଧିବଦ୍ଧ ଭାବେ ତେଇଶମାଇଲ ଷ୍ଟେସନକୁ ରେଳ ଗଡ଼ିବ ବୋଲି DRM ପ୍ରକାଶ କରିଛନ୍ତି ଏବଂ ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳ ବିଭାଗ ସବୁବେଳେ ପ୍ରତିଶ୍ରୁତିବଦ୍ଧ ବୋଲି ସ୍ପଷ୍ଟ କରିଛନ୍ତି।
    1
    ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ଖୁବଶୀଘ୍ର ଆଉ ଏକ ନୂତନ ଷ୍ଟେସନ ଯୋଡ଼ି ହେବାକୁ ଯାଉଛି। ସମ୍ବଲପୁର DRM ସୁବାସ ଚୌଧୁରୀଙ୍କ ସୂଚନା ଅନୁଯାୟୀ, ତେଇଶମାଇଲ ଷ୍ଟେସନକୁ ଅତି ଶୀଘ୍ର ରେଳ ଗଡ଼ିବ। ଏହି ବଡ଼ ସୂଚନା ସେ ପୁରୁଣାକଟକ ଷ୍ଟେସନର ଭିତ୍ତିଭୂମି ସମୀକ୍ଷା କଲାବେଳେ ଦେଇଛନ୍ତି।

ରେଳଧାରଣା ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଶେଷ ହେବା ସହ ଦୁଇଟି ଭାୟାଡକ୍ଟ ଓ ୭ ନମ୍ବର ଟନେଲ ଦେଇ ରେଳ ଚଳାଚଳ କରିବ। ଏହି ପରିପ୍ରେକ୍ଷୀରେ, ସମ୍ବଲପୁର ଡିଭିଜନ DRM ସୁବାସ ଚୌଧୁରୀ ଏକ ସ୍ୱତନ୍ତ୍ର ସମୀକ୍ଷା ଟ୍ରେନରେ ଯାତ୍ରା କରି ମନମୁଣ୍ଡାଠାରୁ ପୁରୁଣାକଟକ ପର୍ଯ୍ୟନ୍ତ ଥିବା ସମସ୍ତ ରେଳ ଷ୍ଟେସନର ଭିତ୍ତିଭୂମି ସମୀକ୍ଷା କରିଛନ୍ତି।

ଯାତ୍ରୀମାନେ ଯେପରି ଷ୍ଟେସନରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ସମସ୍ତ ଷ୍ଟେସନର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସେ ରେଳ ବିଭାଗର କର୍ମଚାରୀ ଓ ଠିକାସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ରେଳ ଚଳାଚଳ କରୁଥିବା ନବନିର୍ମିତ ପୁରୁଣାକଟକ ଷ୍ଟେସନରେ ବିଭିନ୍ନ ଦିଗକୁ ନେଇ ସମୀକ୍ଷା କରିବା ସହ ସେ ଏହାର ଚତୁଃପାର୍ଶ୍ୱ ବୁଲି ଦେଖିଥିଲେ। ଏହି ସମୀକ୍ଷା ପରେ ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ ଶେଷ ହେବା ସହ ବିଧିବଦ୍ଧ ଭାବେ ତେଇଶମାଇଲ ଷ୍ଟେସନକୁ ରେଳ ଗଡ଼ିବ ବୋଲି DRM ପ୍ରକାଶ କରିଛନ୍ତି ଏବଂ ଯାତ୍ରୀମାନଙ୍କ ସୁବିଧା ପାଇଁ ରେଳ ବିଭାଗ ସବୁବେଳେ ପ୍ରତିଶ୍ରୁତିବଦ୍ଧ ବୋଲି ସ୍ପଷ୍ଟ କରିଛନ୍ତି।
    user_Priya brata sahoo
    Priya brata sahoo
    ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    1 hr ago
  • ABC ହସ୍ପିଟାଲ୍ ଏକ ନାବାଳିକାକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ବର୍ତ୍ତମାନ ଚର୍ଚ୍ଚାରେ ରହିଛି।
    1
    ABC ହସ୍ପିଟାଲ୍ ଏକ ନାବାଳିକାକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ବର୍ତ୍ତମାନ ଚର୍ଚ୍ଚାରେ ରହିଛି।
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    4 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.