Shuru
Apke Nagar Ki App…
ପଶ୍ଚିମ ଓଡିଶା ର ମହାନ ଗଣପର୍ବ ନୁଆଁଖାଇ ଉଧେ ବହୁଜନ ସମାଜ ପାର୍ଟି ସୋନପୁର ଜିଲ୍ଲା ସଭାପତି ଧୀମାନ ସୁରେଶ ସରଭଙ୍ଗ ସମସ୍ତ ଜିଲ୍ଲାବାସୀ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣେଇଛନ୍ତି।
BAHUJAN ADHIKAR
ପଶ୍ଚିମ ଓଡିଶା ର ମହାନ ଗଣପର୍ବ ନୁଆଁଖାଇ ଉଧେ ବହୁଜନ ସମାଜ ପାର୍ଟି ସୋନପୁର ଜିଲ୍ଲା ସଭାପତି ଧୀମାନ ସୁରେଶ ସରଭଙ୍ଗ ସମସ୍ତ ଜିଲ୍ଲାବାସୀ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣେଇଛନ୍ତି।
More news from ଓଡ଼ିଶା and nearby areas
- Post by Ram Shankar Bhoi1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମରେ ଆଜି ନୂଆଁଖାଇ ପାଳନ ପରେ ଗ୍ରାମର ସମସ୍ତେ ଏକତ୍ରିତ ହୋଇ ନୂଆଁଖାଇ ଜୁହାର ଭେଟ ହୋଇଥିଲେ।1
- ଆଜି ଆମେ ନୁଆଁଖାଇ ସାରି ଦେଖିବାକୁ ଆସିଲୁ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କୋର୍ଟ ସମଲେଇ ପାତାଳି ଶ୍ରୀକ୍ଷେତ୍ର1
- କଣ୍ଟାମାଳ ବ୍ଳକ ଘୁଲଘୁଲାପଦର ଠାରେ ସନ୍ଥ ଗୁରୁ ଶ୍ରୀ ରବି ଦାସଙ୍କ ୬୫୦ ତମ ଜୟନ୍ତୀ ପାଳ ନଅବସରରେ ପବିତ୍ର କଳସ ଯାତ୍ରାର ଶୁଭ ଉଦ୍ଘାଟନ ସନ୍ଥ ଶିରୋମଣୀ ଗୁରୁ ଶ୍ରୀ ରବି ଦାସ ଙ୍କ 650ତମ ଜୟନ୍ତୀ ସମରସ ସଂକଳ୍ପ ମଣ୍ଡଳ ଠାରୁ ଶକ୍ତିକେନ୍ଦ୍ର ପର୍ଯ୍ୟନ୍ତ ପବିତ୍ର କଳସ ଯାତ୍ରାର ଶୁଭ ଉଦଘାଟନ କଣ୍ଟାମାଳ ମଣ୍ଡଳ ଘୁଳଘୁଲାପଦର ଠାରେ ଅନୁଷ୍ଠିତ ହୋଇଯାଇଛି. ଏହି ଶୁଭ କଳସ ଯାତ୍ରାରେ ମୁଖ୍ୟଅତିଥି ଜିଲ୍ଲା ଅନୁସୂଚିତ ଜାତିମୋର୍ଚା ସଭାପତି ଶ୍ରୀଯୁକ୍ତ ରାମଚନ୍ଦ୍ର ତାଣ୍ଡି ଅନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ., କାର୍ଯ୍ୟକ୍ରମ ଆରମ୍ଭ ରେ ଗ୍ରାମର ଅନୁସୂଚିତ, ଦଳିତ ମାନେ, ମହିଳା, ପୁରୁଷ, ଆବାଳ ବୃଦ୍ଧ ବନିତା ଶୁଭ କଳସ ବସାଇ ଅତିଥି ମାନଙ୍କୁ ପାଛୋଟି ଆଣିଥିଲେ.ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା କାର୍ଯ୍ୟକାରିଣୀ ମୋର୍ଚ୍ଚା ସଦସ୍ୟ ଉପସ୍ଥିତ ରହି ସନ୍ଥ ରାମଦାସ ଙ୍କ ଜୀବନୀ ଉପରେ ବର୍ଣ୍ଣନା କରିଥିଲେ.1
- ପ୍ରାପ୍ତେଷୁ: ସାମ୍ବାଦିକ, ଫଟୋ ସାମ୍ବାଦିକ, ଜିଲ୍ଲା ପ୍ରତିନିଧି ଛାପା ଓ ବୈଦୁତିକ ଗଣମାଧ୍ୟମ ଏବଂ ସମସ୍ତ ଓ୍ବେବ ଚ୍ୟାନେଲ ପ୍ରତିନିଧି, ପୁରୀ । ଜୟ ଜଗନ୍ନାଥ ପ୍ରାପ୍ତେଷୁ: ସାମ୍ବାଦିକ, ଫଟୋ ସାମ୍ବାଦିକ, ଜିଲ୍ଲା ପ୍ରତିନିଧି ଛାପା ଓ ବୈଦୁତିକ ଗଣମାଧ୍ୟମ ଏବଂ ସମସ୍ତ ଓ୍ବେବ ଚ୍ୟାନେଲ ପ୍ରତିନିଧି, ପୁରୀ । ଆସନ୍ତା ତା୧୬.୦୯.୨୦୨୬ରିଖ ବୁଧବାର ଦିନ ଅପରାହ୍ନ ୪ଘଟିକା ସମୟରେ ହୋଟେଲ ହଲିଡେ ରିସର୍ଟ ରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ନିମ୍ନଲିଖିତ କାରଣରୁ ଆୟୋଜନ କରାଯିବାକୁ ସ୍ଥିର ହୋଇଛି ଯଥା: (୧)ସଦ୍ୟ ପ୍ରକାଶିତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଜମି ବ୍ୟବସ୍ତିକରଣ ବ୍ୟବସ୍ଥା, (୨)ପୁରୀ ଜଗନ୍ନାଥ ମେଡିକାଲ କଲେଜ ଏବଂ ଜ଼ିଲ୍ଲା ଚିକିତ୍ସାଳୟ ର ନୂତନ କୋଠା ସର୍ବସାଧାରଣ ଙ୍କ ପାଇଁ ଖୋଲିବାରେ ଅହେତୁକ ବିଳମ୍ବ ଏବଂ ଏହି ବିଳମ୍ବ ପାଇଁ ଦାୟୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ,(୩) ୨୦୧୪ ମସିହା ରୁ ଶହ ଶହ କୋଟି କୋଟି ଟଙ୍କା ବ୍ୟୟ ରେ ସହରର ବର୍ଷା ଓ ନର୍ଦମା ଜଳ ନିଷ୍କାସନ ବିଫଳତାର ସିବିଆଇ ତଦନ୍ତ ଓ ପୁରୀ ବାସୀଙ୍କୁ ସର୍ବନିମ୍ନ ସୁବିଧା ଦେବାରେ ବିଫଳତା ,(୪) ଅସମ୍ପୂର୍ଣ୍ଣ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ପୁରୀ ବାସୀଙ୍କ ଶ୍ରୀମନ୍ଦିର ରେ ସ୍ୱତନ୍ତ୍ର ପ୍ରବେଶ ବିଷୟରେ ଦଳର ଆଭିମୁଖ୍ୟ ଏବଂ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ବିସ୍ତୃତ ଆଲୋଚନା କରାଯିବ.. ଏଣୁ ଆପଣ ମାନଙ୍କ ସଦୟ ଉପସ୍ଥିତି ତଥା ଖବର ପ୍ରସାରଣ ପାଇଁ ବିନମ୍ର ନିବେଦନ । ଇଂ ରାଜେଶ କୁମାର ମିଶ୍ର ସଭାପତି, ଜିଲ୍ଲା କଂଗ୍ରେସ କମିଟି, ପୁରୀ ଯୋଗାଯୋଗ: +9194370581001
- ବୌଦ୍ଧ ସହର ଗାନ୍ଧିଛକ ଭେରାଇଟି ଷ୍ଟୋରରୁ ତାଲା ଭାଙ୍ଗି ଚୋରୀ କଲେ ଦୁର୍ବୃତ୍ତ ।1
- ପଶ୍ଚିମ ଓଡ଼ିଶାର ଗଣପର୍ବ ନୁଆଁଖାଇ ଜୁହାର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା ନୁଆଁଖାଇ ଜୁହାର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା1
- ନୂଆଁଖାଇ ଭେଟ୍ ଘାଟ୍ କୁ ନେଇ ଗାଁ ଗାଁ ରେ ଉତ୍ସାହ - ଚୂଡ଼ାନ୍ତ ପ୍ରସ୍ତୁତିରେ ବିଭିନ୍ନ କମିଟି - - ଜୁହାର ଭେଟ ସାଙ୍ଗକୁ ଜମିବ ନାଚଗୀତର ଆସର - - ବୀରମହାରାଜପୁର ଉପଖଣ୍ଡ - ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇକୁ ନେଇ ଚାରିଆଡ଼େ ଉତ୍ସବର ମାହୋଲ। ନୂଆଁଖାଇ ଆସିବା ପୂର୍ବରୁ ହିଁ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଗାଁଠୁ ସହର ପର୍ଯ୍ୟନ୍ତ ଚଳଚଞ୍ଚଳ ହୋଇପଡ଼ିଛି। ନୂଆଁଖାଇ ପରେ ହେବାକୁ ଥିବା ଜୁହାର ଭେଟ ଓ ଭେଟଘାଟ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ଅନୁଷ୍ଠାନ ଓ ଗ୍ରାମରେ ପ୍ରସ୍ତୁତି ଏକପ୍ରକାର ଚୂଡ଼ାନ୍ତ ହୋଇସାରିଛି। ନୂଆଁଖାଇ ଦିନ ନିଜ ନିଜ ଇଷ୍ଟଦେବୀଙ୍କ ଠାରେ ନବାନ୍ନ ଲାଗି ହେବା ପରେ ପରିବାରର ବୟୋଜ୍ୟେଷ୍ଠଙ୍କ ଠାରୁ ନବାର୍ଣ୍ଣ ଗ୍ରହଣ କରିବାର ପରମ୍ପରା ରହିଛି। ଘରେ ଘରେ ଛଅ ତିଅଣ, ନଅ ଭଜା ସାଙ୍ଗକୁ ବିଭିନ୍ନ ପାରମ୍ପରିକ ପିଠାପଣାର ଆସର ଜମିଥାଏ। ଏହାପରେ ଗାଁ ଗାଁରେ ଜୁହାର ଭେଟ ସାଙ୍ଗକୁ ନୂଆଁଖାଇ ଭେଟଘାଟ ଆୟୋଜିତ ହୋଇଥାଏ। ବୀରମହାରାଜପୁର ସମେତ ଉଲୁଣ୍ଡା, ସୁବଳୟା, ଟିକ୍ରାପଡ଼ା,ଉଫୁଲା, ଦାଦରପାଲି, ଭାଲୁଡୁଙ୍ଗୁରୀ, କୋଟସମଲାଇ, ମୁର୍ଷୁଣ୍ଢୀ, ଅମରପାଲି, ବଡ଼ଖମାର, ଚମ୍ପାମାଳ,ଯାଲୋଏ, କଳାପଥର, ଗୌଡ଼ଗାଁ, ଖୁଣ୍ଟୁଲାପାଲି, ଚମ୍ପାମାଳ, ପିତାମହୁଲ ଆଦି ଅଞ୍ଚଳରେ ଭେଟଘାଟ କାର୍ଯ୍ୟକ୍ରମ ପାଇଁ କମିଟି ଗଠନ କରାଯାଇଛି। ମଞ୍ଚ ପ୍ରସ୍ତୁତି, କଳାକାର ଚୟନ, ଅତିଥିଙ୍କୁ ନିମନ୍ତ୍ରଣ ଓ କାର୍ଯ୍ୟକ୍ରମ ପରିଚାଳନା ନେଇ କମିଟି ସଦସ୍ୟମାନେ ତତ୍ପର ହୋଇପଡ଼ିଛନ୍ତି। ବୀରମହାରାଜପୁର କଲେଜ ଅଧ୍ୟକ୍ଷ ହିମାଂଶୁ ଶେଖର ପାଢ଼ୀ କହନ୍ତି, ‘‘ପଶ୍ଚିମ ଓଡ଼ିଶାର ଧର୍ମୀୟ ଓ ସାଂସ୍କୃତିକ ପରମ୍ପରାରେ ନୂଆଁଖାଇର ସ୍ଥାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପୂର୍ବରୁ ନୂଆଁ ଖାଇବା ପରେ ସମସ୍ତେ ନିଜ ଅଧିଷ୍ଠାତ୍ରୀ ଦେବୀଙ୍କୁ ଦର୍ଶନ କରିବା ସହ ଘର ଓ ଗାଁର ଗୁରୁଜନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଗ୍ରହଣ କରୁଥିଲେ। ଏବେ ପ୍ରତ୍ୟେକ ଅଞ୍ଚଳରେ ନୂଆଁଖାଇ ଭେଟଘାଟ ଆୟୋଜନ ହେଉଛି। ଏହା ମାଧ୍ୟମରେ ଅଞ୍ଚଳବାସୀ ପରସ୍ପରକୁ ଭେଟି ସମ୍ମାନ ପ୍ରଦର୍ଶନ କରିବାର ସୁଯୋଗ ପାଉଛନ୍ତି। ସମାଜକୁ ଏକତାର ସୂତ୍ରରେ ବାନ୍ଧିବା ଓ ଭାଇଚାରା ସୃଷ୍ଟି କରିବାରେ ଭେଟଘାଟ ପ୍ରମୁଖ ଭୂମିକା ନେଇଛି। ବିଶେଷକରି ରାଜ୍ୟ ତଥା ଦେଶ ବାହାରେ ରହୁଥିବା ଲୋକେ ଏହି ଅବସରରେ ନିଜ ସମ୍ପର୍କୀୟଙ୍କୁ ଭେଟିବାର ସୁଯୋଗ ପାଆନ୍ତି।’’ ଜମିବ ନାଚଗୀତର ଆସର ନୂଆଁଖାଇ ଭେଟଘାଟର ଅନ୍ୟତମ ଆକର୍ଷଣ ହେବ ପାରମ୍ପରିକ ନାଚଗୀତ। ବିଭିନ୍ନ ସ୍ଥାନରେ ସମ୍ବଲପୁରୀ ନୃତ୍ୟ, ଡାଲଖାଇ, ଚୁଟ୍କୁଚୁଟା ଆଦି ଲୋକନୃତ୍ୟ ଓ ସଙ୍ଗୀତ ପରିବେଷଣ ପାଇଁ କଳାକାରମାନେ ପ୍ରସ୍ତୁତ ହୋଇସାରିଛନ୍ତି। ବାଳକ, ବାଳିକା, ମହିଳା ଓ ପୁରୁଷଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯିବ। କୃତୀ ପ୍ରତିଯୋଗୀଙ୍କୁ ଭେଟଘାଟ ଅବସରରେ ପୁରସ୍କୃତ କରାଯିବ। ବୀରମହାରାଜପୁର ବ୍ଲକ କେନଝିରିଆପାଲି ଗ୍ରାମର କଣ୍ଠଶିଳ୍ପୀ ମଦନ ସୁନ୍ଦର ଭୋଇ କହନ୍ତି, ‘‘ଭୀମଭୋଇ କଳା ନିକେତନ ନାମରେ ଆମର ଏକ ସମ୍ବଲପୁରୀ ଲୋକନୃତ୍ୟ ଦଳ ରହିଛି। ଏଥିରେ ୨୦ରୁ ଅଧିକ କଳାକାର ଅଛନ୍ତି। ଚଳିତ ନୂଆଁଖାଇକୁ ନେଇ ଆମେ ନୂଆ ଗୀତ, ନୃତ୍ୟ ଓ ବାଦ୍ୟ ପ୍ରସ୍ତୁତ କରିଛୁ। ନୂଆଁଖାଇ ଦିନଠାରୁ ମାସବ୍ୟାପୀ ବିଭିନ୍ନ ସ୍ଥାନରେ ଭେଟଘାଟ ହେବ। ଆମ ଦଳ ବିଭିନ୍ନ ସ୍ଥାନକୁ ଯାଇ କଳା ପରିବେଷଣ କରିବ।’’ ମୁର୍ଷୁଣ୍ଢୀ ଗ୍ରାମର ସୌମ୍ୟରଞ୍ଜନ ରଥ କହନ୍ତି, ‘‘ଆମ ଗ୍ରାମରେ ପ୍ରାୟ ୨ ବର୍ଷ ହେଲା ବଡ଼ ଆକାରରେ ନୂଆଁଖାଇ ଭେଟଘାଟ ଆୟୋଜନ କରାଯାଉଛି। ଚଳିତବର୍ଷ ମଧ୍ୟ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି। ମଞ୍ଚ ପ୍ରସ୍ତୁତି ସହ କଳାକାର ଓ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ଏଥିପାଇଁ ପ୍ରାୟ ୪ ଲକ୍ଷ ଟଙ୍କାର ବଜେଟ୍ ରଖାଯାଇଛି। ଚଳିତବର୍ଷ ବିଶିଷ୍ଟ କଣ୍ଠଶିଳ୍ପୀ ଓ ନୃତ୍ୟଶିଳ୍ପୀମାନେ ଆସି କଳା ପରିବେଷଣ କରିବେ।’’ ଦୁର୍ଜନତୈଲା ପଞ୍ଚାୟତ ଦାଦରପାଲି ଗ୍ରାମର ସନତ ମହାକୁର ଓ ବହଳପଦର ପଞ୍ଚାୟତ ଭାଲୁଡୁଙ୍ଗୁରୀ ଗ୍ରାମର ସରୋଜ ସାହୁ କହନ୍ତି, ‘‘ଆମ ଗ୍ରାମରେ ପ୍ରତିବର୍ଷ ନୂଆଁଖାଇ ପରେ ଅପରାହ୍ନରୁ ରାତି ପର୍ଯ୍ୟନ୍ତ ଭେଟଘାଟ ହୋଇଥାଏ। ଏଥିରେ ଗ୍ରାମର ବିଭିନ୍ନ କ୍ଷେତ୍ରର ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଏ। ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଏ। ଏହା ସହ ନୃତ୍ୟଗୀତର ଆସର ମଧ୍ୟ ଜମିଥାଏ।’’ ନୂଆଁଖାଇ କେବଳ ନୂଆ ଖାଇବାର ପର୍ବ ନୁହେଁ, ଏହା ଭାଇଚାରା, ଆତ୍ମୀୟତା ଓ ସାମାଜିକ ଏକତାର ପର୍ବ। ଜୁହାର ଭେଟଠାରୁ ଆରମ୍ଭ କରି ନୃତ୍ୟ, ସଙ୍ଗୀତ ଓ ସାଂସ୍କୃତିକ ଆୟୋଜନ ପର୍ଯ୍ୟନ୍ତ ସବୁକିଛିରେ ଏହାର ନିଆରା ପରମ୍ପରା ପ୍ରତିଫଳିତ ହୋଇଥାଏ। ଏଣୁ ଚଳିତବର୍ଷ ମଧ୍ୟ ନୂଆଁଖାଇ ଭେଟଘାଟକୁ ନେଇ ବୀରମହାରାଜପୁର ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଓ ଅପେକ୍ଷା ବଢ଼ିଚାଲିଛି।2