ଠିକା ଶ୍ରମିକଙ୍କୁ ବିନା କାରଣରେ କାର୍ଯ୍ୟରୁ ବାହାର କରିବା ନେଇ ତାଳଚେର ଶିଳ୍ପାଚଂଳ ଶ୍ରମିକ ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାବୀପତ୍ର ପ୍ରଦାନ ତାଳଚେର(୭/୮/୨୦୨୫):-ତାଳଚେର ଏମସିଏଲ୍ ର ଅନନ୍ତ ଖୋଲା ଖଦାନରେ କାର୍ଯ୍ୟ କରୁଥିବା ପରମ ପୂଜ୍ୟ ହନୁମାନ ଟ୍ରାନ୍ସପୋର୍ଟ କଂପାନୀ (ପିପିଏଚଟି)ର ୧୫ ଜଣ ଠିକା ଶ୍ରମିକଙ୍କୁ ବିନା କାରଣରେ କାର୍ଯ୍ୟରୁ ବାହାର କରିବା ନେଇ ତାଳଚେର ଶିଳ୍ପାଚଂଳ ଶ୍ରମିକ ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାବୀପତ୍ର ପ୍ରଦାନ କରାଯାଇଛି । ସଂଘର ସଭାପତି ଇଂ ମନୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ଠିକା ଶ୍ରମିକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ଦାବୀ ପତ୍ର ପ୍ରଦାନ କରିଥିଲେ । ସଂଘ ପକ୍ଷରୁ କୁହାଯାଇଛି ଯେ, ପରମ ପୂଜ୍ୟ ହନୁମାନ ଟ୍ରାନ୍ସପୋର୍ଟ କଂପାନୀରେ ଏହି ଠିକା ଶ୍ରମିକମାନେ କୋଇଲା ଖଣିର ୫ ନଂ ଓ ୬ ନଂ ସାଇଡିଂରେ ଅପରେଟର ଓ କ୍ଲିନିଂ ଆଦି କାର୍ଯ୍ୟରେ ଏକ ବର୍ଷ ହେବ କାର୍ଯ୍ୟ କରି ଆସୁଥିଲେ । କଂପାନୀ କର୍ତୃପକ୍ଷ ସେମାନଙ୍କୁ ଗତ ତା୫/୦୮/୨୦୨୫ ରିଖ ଠାରୁ କାର୍ଯ୍ୟରୁ ବାହାର କରି ଦେଇଛନ୍ତି । ଯାହା ଫଳରେ ସେହି ଠିକା ଶ୍ରମିକମାନେ ଅନେକ ଆର୍ଥିକ ଅନାଟକର ସମ୍ମୁଖିନ ହେବା ସହ ଅନେକ ପାରିବାରିକ ଅଶାନ୍ତିର ସମ୍ମୁଖିନ ହେଉଛନ୍ତି । ଆସନ୍ତା ୭ ଦିନ ମଧ୍ୟରେ ଠିକା ଶ୍ରମିକ ମାନଙ୍କୁ ପୁର୍ନବାର କାର୍ଯ୍ୟରେ ଯୋଗଦେବା ପାଇଁ ଉଚିତ୍ ପଦକ୍ଷେପ ନନେଲେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯିବ ବୋଲି ସଂଘ ପକ୍ଷରୁ ଲିଖିତ ଭାବେ ଜଣାଇ ଦିଆଯାଇଛି । ଏହାର ନକଲ ରାଜ୍ୟ ମୁଖ୍ୟମନ୍ତ୍ରୀ, କେନ୍ଦ୍ର କୋଇଲାମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଅନୁଗୋଳ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଭୁବନେଶ୍ୱରର ମୁଖ୍ୟ ଶ୍ରମ କମିଶନର (କେନ୍ଦ୍ରୀୟ), ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ, ଜଗନ୍ନାଥ କ୍ଷେତ୍ର ମହାପ୍ରବନ୍ଧକଙ୍କୁ ପ୍ରଦାନ କରାଯାଇଛି ।
ଠିକା ଶ୍ରମିକଙ୍କୁ ବିନା କାରଣରେ କାର୍ଯ୍ୟରୁ ବାହାର କରିବା ନେଇ ତାଳଚେର ଶିଳ୍ପାଚଂଳ ଶ୍ରମିକ ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାବୀପତ୍ର ପ୍ରଦାନ ତାଳଚେର(୭/୮/୨୦୨୫):-ତାଳଚେର ଏମସିଏଲ୍ ର ଅନନ୍ତ ଖୋଲା ଖଦାନରେ କାର୍ଯ୍ୟ କରୁଥିବା ପରମ ପୂଜ୍ୟ ହନୁମାନ ଟ୍ରାନ୍ସପୋର୍ଟ କଂପାନୀ (ପିପିଏଚଟି)ର ୧୫ ଜଣ ଠିକା ଶ୍ରମିକଙ୍କୁ ବିନା କାରଣରେ କାର୍ଯ୍ୟରୁ ବାହାର କରିବା ନେଇ ତାଳଚେର ଶିଳ୍ପାଚଂଳ ଶ୍ରମିକ ସଂଘ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାବୀପତ୍ର ପ୍ରଦାନ କରାଯାଇଛି । ସଂଘର ସଭାପତି ଇଂ ମନୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ଠିକା ଶ୍ରମିକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ
ପହଂଚି ଦାବୀ ପତ୍ର ପ୍ରଦାନ କରିଥିଲେ । ସଂଘ ପକ୍ଷରୁ କୁହାଯାଇଛି ଯେ, ପରମ ପୂଜ୍ୟ ହନୁମାନ ଟ୍ରାନ୍ସପୋର୍ଟ କଂପାନୀରେ ଏହି ଠିକା ଶ୍ରମିକମାନେ କୋଇଲା ଖଣିର ୫ ନଂ ଓ ୬ ନଂ ସାଇଡିଂରେ ଅପରେଟର ଓ କ୍ଲିନିଂ ଆଦି କାର୍ଯ୍ୟରେ ଏକ ବର୍ଷ ହେବ କାର୍ଯ୍ୟ କରି ଆସୁଥିଲେ । କଂପାନୀ କର୍ତୃପକ୍ଷ ସେମାନଙ୍କୁ ଗତ ତା୫/୦୮/୨୦୨୫ ରିଖ ଠାରୁ କାର୍ଯ୍ୟରୁ ବାହାର କରି ଦେଇଛନ୍ତି । ଯାହା ଫଳରେ ସେହି ଠିକା ଶ୍ରମିକମାନେ ଅନେକ ଆର୍ଥିକ ଅନାଟକର ସମ୍ମୁଖିନ ହେବା ସହ ଅନେକ ପାରିବାରିକ
ଅଶାନ୍ତିର ସମ୍ମୁଖିନ ହେଉଛନ୍ତି । ଆସନ୍ତା ୭ ଦିନ ମଧ୍ୟରେ ଠିକା ଶ୍ରମିକ ମାନଙ୍କୁ ପୁର୍ନବାର କାର୍ଯ୍ୟରେ ଯୋଗଦେବା ପାଇଁ ଉଚିତ୍ ପଦକ୍ଷେପ ନନେଲେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯିବ ବୋଲି ସଂଘ ପକ୍ଷରୁ ଲିଖିତ ଭାବେ ଜଣାଇ ଦିଆଯାଇଛି । ଏହାର ନକଲ ରାଜ୍ୟ ମୁଖ୍ୟମନ୍ତ୍ରୀ, କେନ୍ଦ୍ର କୋଇଲାମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ, ଅନୁଗୋଳ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଭୁବନେଶ୍ୱରର ମୁଖ୍ୟ ଶ୍ରମ କମିଶନର (କେନ୍ଦ୍ରୀୟ), ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ, ଜଗନ୍ନାଥ କ୍ଷେତ୍ର ମହାପ୍ରବନ୍ଧକଙ୍କୁ ପ୍ରଦାନ କରାଯାଇଛି ।
- Post by ସୁବୁଦବାସକେ2
- MLA ଙ୍କ ଦରମା ବୃଦ୍ଧି ପ୍ରସଙ୍ଗ: କଣ କହିଲେ ସମାଜସେବୀ ଅବକାଶ ସାହୁ I @boudhnews #NewsUpdate1
- ଭିଡ଼ିଓ ଟି ସିୟାର କରୁ ନଆନ୍ତି ଅଂଧଭକ୍ତ କୁ1
- କଟକ ବାରଙ୍ଗ ନନ୍ଦନକାନ ରେ ପସୁ ପକ୍ଷୀ3
- girls ହଷ୍ଟେଲ viral ଭିଡ଼ିଓ 😱1
- good morning Orissa Happy New year1
- ୱେଷ୍ଟ ବେଙ୍ଗଲ ରେ SIR ଖୋଲିଲା ମମତାଙ୍କ ରାଜନୀତି ରହସ୍ୟ1
- କଣ୍ଠା ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ I ଯୋଗଦେଲେ କଣ୍ଟାମାଳ ବିଧାୟକ ଓ ବୌଦ୍ଧ ବ୍ଲକ ଅଧ୍ୟକ୍ଷ #boudhnews1