ଗତକାଲି ଅର୍ଥାତ୍ ଜୁଲାଇ ୧୧ ତାରିଖ ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପଠାରେ ତୃତୀୟ ଜାତୀୟ ମୟୂରଭଞ୍ଜ ଛଉ ଉତ୍ସବ ‘ନାଟକି–୨୦୨୬’ ଅତ୍ୟନ୍ତ ଆଡ଼ମ୍ବର ଓ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ସାଂସ୍କୃତିକ ମହୋତ୍ସବରେ ମାନ୍ୟଗଣ୍ୟ ଅତିଥି ଭାବେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସଂସ୍କାର ଭାରତୀର ରାଷ୍ଟ୍ରୀୟ ମନ୍ତ୍ରୀ ତଥା ସଙ୍ଗୀତ ନାଟକ ଏକାଡେମୀ ଛଉ କେନ୍ଦ୍ର (ଚନ୍ଦନକିଆରୀ, ବୋକାରୋ)ର ନିର୍ଦ୍ଦେଶକ ଡଃ ସଞ୍ଜୟ ଚୌଧୁରୀ, ପ୍ରଖ୍ୟାତ ଗବେଷକ ଓ ସାଧିକା ପଦ୍ମଶ୍ରୀ ଡଃ ଇଲିଆନା ସିତାରିଷ୍ଟି, ଇଣ୍ଡିଆନ୍ ନ୍ୟାସନାଲ୍ ଟ୍ରଷ୍ଟ ଫର୍ ଆର୍ଟ ଆଣ୍ଡ କଲଚରାଲ୍ ହେରିଟେଜ୍ (INTACH) ଓଡ଼ିଶା ଚ୍ୟାପ୍ଟରର ସହ-ସଂଯୋଜକ ଶ୍ରୀ ଅନିଲ ଧୀର ଏବଂ ପ୍ରୋଜେକ୍ଟ ଛଉଣୀର ପ୍ରତିଷ୍ଠାତା ତଥା ପରିଚାଳନା ଟ୍ରଷ୍ଟି ଶ୍ରୀ ରାଜେଶ ପ୍ରଭାକର ପାଟିଲ (ଆଇଏଏସ୍) ଉପସ୍ଥିତ ଥିଲେ। ଅତିଥିମାନେ ଓଡ଼ିଶାର ସାଂସ୍କୃତିକ ପରମ୍ପରାରେ ମୟୂରଭଞ୍ଜ ଛଉର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ପ୍ରୋଜେକ୍ଟ ଛଉଣୀ ଦ୍ୱାରା ଛଉ କଳାକାରମାନଙ୍କ ଜୀବନଧାରଣର ମାନ ଉନ୍ନତି ପାଇଁ କରାଯାଉଥିବା ନିରନ୍ତର ପ୍ରୟାସର ଉଚ୍ଚ ପ୍ରଶଂସା କରିଥିଲେ। ଏହି ସାଂସ୍କୃତିକ ସନ୍ଧ୍ୟାର କ୍ୟୁରେସନ୍ ପ୍ରୋଜେକ୍ଟ ଛଉଣୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତୀ ସୁଭାଶ୍ରୀ ମୁଖାର୍ଜୀ କରିଥିଲେ। ପରିବେଷିତ ସମସ୍ତ ନୃତ୍ୟ ଭାରତୀୟ ପୁରାଣ ଓ କଳିଙ୍ଗର ଐତିହ୍ୟକୁ ଆଧାର କରି ଉପସ୍ଥାପିତ ହୋଇଥିଲା। ଏଥିରେ ପ୍ରଥମ ପରିବେଷଣ ‘ଚକ୍ରବ୍ୟୂହ’ ପ୍ରୋଜେକ୍ଟ ଛଉଣୀର ବରିଷ୍ଠ କଳାକାରଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା। ଦ୍ୱିତୀୟ ପରିବେଷଣ ‘ଦୁର୍ଗା–କାଳୀ’ କଲମ୍ବିଆର କାରୋଲିନା ପ୍ରାଡାଙ୍କ ଦ୍ୱାରା ଏବଂ ତୃତୀୟ ପରିବେଷଣ ‘ମଲ୍ଲିକାର୍ଜୁନ’ ମୟୂରଭଞ୍ଜ ଟିଖିଆର ବାବା କାଳା ମହାଦେବଦେବ ଛଉ ନୃତ୍ୟ ପ୍ରତିଷ୍ଠାନ ଦ୍ୱାରା ପରିବେଷିତ ହୋଇଥିଲା। ଏହା ପରେ ମୁମ୍ବାଇର ଅଜୟ ସିଂହ ରାଠୋର, କାଜଲ ଶର୍ମା ଏବଂ କାରୋଲିନା ପ୍ରାଡାଙ୍କ ଦ୍ୱାରା ଶିବଙ୍କ ସୃଷ୍ଟି ଓ ସଂହାର ଶକ୍ତି ଉପରେ ଆଧାରିତ ଚତୁର୍ଥ ପରିବେଷଣ ‘ତ୍ର୍ୟମ୍ବକମ୍’ ଉପସ୍ଥାପିତ ହୋଇଥିଲା। ଶେଷ ପରିବେଷଣ କୋଣାର୍କ ସୂର୍ଯ୍ୟମନ୍ଦିର, ବିଶୁ ମହାରଣା, ଧର୍ମପଦ ଏବଂ ୧୨୦୦ ବଢ଼େଇଙ୍କ ଐତିହାସିକ କାହାଣୀକୁ ନେଇ ପ୍ରସ୍ତୁତ କରାଯାଇଥିଲା। ଉତ୍କୃଷ୍ଟ ଓ ମନୋମୁଗ୍ଧକର କଳା ପ୍ରଦର୍ଶନ ଯୋଗୁଁ ରବୀନ୍ଦ୍ର ମଣ୍ଡପ ଦର୍ଶକଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଭରପୂର ରହିଥିଲା ଏବଂ ସମଗ୍ର ସନ୍ଧ୍ୟାରେ ଦର୍ଶକମାନେ ମନ୍ତ୍ରମୁଗ୍ଧ ହୋଇ ରହିଥିଲେ। କାର୍ଯ୍ୟକ୍ରମର ଶେଷରେ ପ୍ରୋଜେକ୍ଟ ଛଉଣୀର ଟ୍ରଷ୍ଟି ଶ୍ରୀ ବିଭୁଦତ୍ତ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ଗତକାଲି ଅର୍ଥାତ୍ ଜୁଲାଇ ୧୧ ତାରିଖ ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପଠାରେ ତୃତୀୟ ଜାତୀୟ ମୟୂରଭଞ୍ଜ ଛଉ ଉତ୍ସବ ‘ନାଟକି–୨୦୨୬’ ଅତ୍ୟନ୍ତ ଆଡ଼ମ୍ବର ଓ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ସାଂସ୍କୃତିକ ମହୋତ୍ସବରେ ମାନ୍ୟଗଣ୍ୟ ଅତିଥି ଭାବେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସଂସ୍କାର ଭାରତୀର ରାଷ୍ଟ୍ରୀୟ ମନ୍ତ୍ରୀ ତଥା ସଙ୍ଗୀତ ନାଟକ ଏକାଡେମୀ ଛଉ କେନ୍ଦ୍ର (ଚନ୍ଦନକିଆରୀ, ବୋକାରୋ)ର ନିର୍ଦ୍ଦେଶକ ଡଃ ସଞ୍ଜୟ ଚୌଧୁରୀ, ପ୍ରଖ୍ୟାତ ଗବେଷକ ଓ ସାଧିକା ପଦ୍ମଶ୍ରୀ ଡଃ ଇଲିଆନା ସିତାରିଷ୍ଟି, ଇଣ୍ଡିଆନ୍ ନ୍ୟାସନାଲ୍ ଟ୍ରଷ୍ଟ ଫର୍ ଆର୍ଟ ଆଣ୍ଡ କଲଚରାଲ୍ ହେରିଟେଜ୍ (INTACH) ଓଡ଼ିଶା ଚ୍ୟାପ୍ଟରର ସହ-ସଂଯୋଜକ ଶ୍ରୀ ଅନିଲ ଧୀର ଏବଂ ପ୍ରୋଜେକ୍ଟ ଛଉଣୀର ପ୍ରତିଷ୍ଠାତା ତଥା ପରିଚାଳନା ଟ୍ରଷ୍ଟି ଶ୍ରୀ ରାଜେଶ ପ୍ରଭାକର ପାଟିଲ (ଆଇଏଏସ୍) ଉପସ୍ଥିତ ଥିଲେ। ଅତିଥିମାନେ ଓଡ଼ିଶାର ସାଂସ୍କୃତିକ ପରମ୍ପରାରେ ମୟୂରଭଞ୍ଜ ଛଉର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ପ୍ରୋଜେକ୍ଟ ଛଉଣୀ ଦ୍ୱାରା ଛଉ କଳାକାରମାନଙ୍କ ଜୀବନଧାରଣର ମାନ ଉନ୍ନତି ପାଇଁ କରାଯାଉଥିବା ନିରନ୍ତର ପ୍ରୟାସର ଉଚ୍ଚ ପ୍ରଶଂସା କରିଥିଲେ। ଏହି ସାଂସ୍କୃତିକ ସନ୍ଧ୍ୟାର କ୍ୟୁରେସନ୍ ପ୍ରୋଜେକ୍ଟ ଛଉଣୀର କାର୍ଯ୍ୟନିର୍ବାହୀ
ନିର୍ଦ୍ଦେଶିକା ଶ୍ରୀମତୀ ସୁଭାଶ୍ରୀ ମୁଖାର୍ଜୀ କରିଥିଲେ। ପରିବେଷିତ ସମସ୍ତ ନୃତ୍ୟ ଭାରତୀୟ ପୁରାଣ ଓ କଳିଙ୍ଗର ଐତିହ୍ୟକୁ ଆଧାର କରି ଉପସ୍ଥାପିତ ହୋଇଥିଲା। ଏଥିରେ ପ୍ରଥମ ପରିବେଷଣ ‘ଚକ୍ରବ୍ୟୂହ’ ପ୍ରୋଜେକ୍ଟ ଛଉଣୀର ବରିଷ୍ଠ କଳାକାରଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା। ଦ୍ୱିତୀୟ ପରିବେଷଣ ‘ଦୁର୍ଗା–କାଳୀ’ କଲମ୍ବିଆର କାରୋଲିନା ପ୍ରାଡାଙ୍କ ଦ୍ୱାରା ଏବଂ ତୃତୀୟ ପରିବେଷଣ ‘ମଲ୍ଲିକାର୍ଜୁନ’ ମୟୂରଭଞ୍ଜ ଟିଖିଆର ବାବା କାଳା ମହାଦେବଦେବ ଛଉ ନୃତ୍ୟ ପ୍ରତିଷ୍ଠାନ ଦ୍ୱାରା ପରିବେଷିତ ହୋଇଥିଲା। ଏହା ପରେ ମୁମ୍ବାଇର ଅଜୟ ସିଂହ ରାଠୋର, କାଜଲ ଶର୍ମା ଏବଂ କାରୋଲିନା ପ୍ରାଡାଙ୍କ ଦ୍ୱାରା ଶିବଙ୍କ ସୃଷ୍ଟି ଓ ସଂହାର ଶକ୍ତି ଉପରେ ଆଧାରିତ ଚତୁର୍ଥ ପରିବେଷଣ ‘ତ୍ର୍ୟମ୍ବକମ୍’ ଉପସ୍ଥାପିତ ହୋଇଥିଲା। ଶେଷ ପରିବେଷଣ କୋଣାର୍କ ସୂର୍ଯ୍ୟମନ୍ଦିର, ବିଶୁ ମହାରଣା, ଧର୍ମପଦ ଏବଂ ୧୨୦୦ ବଢ଼େଇଙ୍କ ଐତିହାସିକ କାହାଣୀକୁ ନେଇ ପ୍ରସ୍ତୁତ କରାଯାଇଥିଲା। ଉତ୍କୃଷ୍ଟ ଓ ମନୋମୁଗ୍ଧକର କଳା ପ୍ରଦର୍ଶନ ଯୋଗୁଁ ରବୀନ୍ଦ୍ର ମଣ୍ଡପ ଦର୍ଶକଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଭରପୂର ରହିଥିଲା ଏବଂ ସମଗ୍ର ସନ୍ଧ୍ୟାରେ ଦର୍ଶକମାନେ ମନ୍ତ୍ରମୁଗ୍ଧ ହୋଇ ରହିଥିଲେ। କାର୍ଯ୍ୟକ୍ରମର ଶେଷରେ ପ୍ରୋଜେକ୍ଟ ଛଉଣୀର ଟ୍ରଷ୍ଟି ଶ୍ରୀ ବିଭୁଦତ୍ତ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
- ମୟୂରଭଞ୍ଜ ଜିଲ୍ଲାର ଚାନ୍ଦୀମାଲ-ନାଖିଦାସପୁର ରାସ୍ତା ଏବେ ଯାତାୟାତ ପାଇଁ ସମ୍ପୂର୍ଣ୍ଣ ବିପଦପୂର୍ଣ୍ଣ ହୋଇପଡ଼ିଥିବା ବେଳେ ଏହା ଏକ ମରଣଯନ୍ତା ସଦୃଶ ପାଲଟିଛି। ଏହି ବିପଜ୍ଜନକ ରାସ୍ତାର ମରାମତି ପାଇଁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦୀର୍ଘ ଦିନରୁ ଦାବି ହୋଇଆସୁଥିଲେ ସୁଦ୍ଧା ସମ୍ପୃକ୍ତ କର୍ତ୍ତୃପକ୍ଷ ଏଥିପ୍ରତି ଆଦୌ କର୍ଣ୍ଣପାତ କରୁନାହାନ୍ତି। ପ୍ରାୟ ପାଞ୍ଚ ବର୍ଷ ତଳେ ଏହି ରାସ୍ତାର ଥରେ ମରାମତି କରାଯାଇଥିଲା, କିନ୍ତୁ ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ବିପଦପୂର୍ଣ୍ଣ ଅବସ୍ଥାକୁ ଚାଲିଆସିଛି। ଲୋକଙ୍କର ଦୀର୍ଘ ଦିନର ଦାବିକୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ବେଳେ, ଚାନ୍ଦୀମାଲ-ନାଖିଦାସପୁର ରାସ୍ତାର ସ୍ଥିତି କେବେ ସୁଧୁରିବ ବୋଲି ଏବେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।1
- ପଦ୍ମ ଧରିବା ପୂର୍ବରୁ ଏକ ବଡ଼ ବିସ୍ଫୋରଣ ଘଟିବାକୁ ଯାଉଛି। ଓଡ଼ିଶାର କଟକ ଚୌଦ୍ବାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ଆଉ କିଛି ସମୟ ପରେ ବିଜେପିରେ ମିଶିବେ। ପ୍ରଭାତଙ୍କ ସହ ତାଙ୍କର କିଛି ସମର୍ଥକ ମଧ୍ୟ ପଦ୍ମ ଧରିପାରନ୍ତି। ଏହି ମିଶ୍ରଣ ପର୍ବରେ ପ୍ରଭାତ ବିଶ୍ବାଳଙ୍କ ସହ କିଛି କାଉନସିଲର, ଯୁବ ଓ ଛାତ୍ର ବିଜେଡି ନେତା ମଧ୍ୟ ସାମିଲ ହୋଇପାରନ୍ତି। ଏହା ପୂର୍ବରୁ ଗତକାଲି ତାଙ୍କ ପୁଅ ସୌଭିକ ବିଶ୍ବାଳଙ୍କୁ ବିଜେପି ଅଫିସରେ ଦେଖିବାକୁ ମିଳିଥିଲା।1
- ବାଲେଶ୍ୱର ଜିଲ୍ଲା ବସ୍ତା ବିଧାୟିକାଙ୍କ ହାତ ପାଣ୍ଠିରୁ ଭିନ୍ନକ୍ଷମ ମାନଙ୍କୁ ବ୍ୟାଟେରୀ ଚାଳିତ ତିନି ଚକିଆ ସାଇକେଲ ପ୍ରଦାନ କରିବା ପ୍ରସଙ୍ଗ ସାମ୍ନାକୁ ଆସିଛି। ଏହି ସାଇକେଲ ବଣ୍ଟନ ବିଷୟରେ ବସ୍ତା ବିଡ଼ିଓ ମିହିର ରଞ୍ଜନ ବେହେରା ଏବଂ ବାଲିଆପାଳ ବିଡ଼ିଓ ରାଧା ରଞ୍ଜନ ଦାସ କଣ କହିଛନ୍ତି, ସେ ନେଇ ଏଠାରେ ଆଲୋଚନା କରାଯାଇଛି।1
- ଝାରସୁଗୁଡ଼ାରେ ମନ୍ତ୍ରୀ ସୁରେଶ ପୂଜାରୀ ହଟହଟା ହୋଇଥିବା ସୂଚନା ମିଳିଛି। ସେଠାକାର ସ୍ଥାନୀୟ ଲୋକମାନେ ଏକତ୍ରିତ ହୋଇ ମନ୍ତ୍ରୀଙ୍କୁ ଘେରି ରଖିଥିଲେ, ଯାହାଫଳରେ ମନ୍ତ୍ରୀଙ୍କୁ ସେଠାରେ ହଟହଟା ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି।1
- ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଅଞ୍ଚଳରେ ଥିବା ମାଙ୍କଡ଼ାପଡ଼ା - କପ୍ତିପଦା ରାସ୍ତାର ଅତି ବିଭତ୍ସ ଅବସ୍ଥାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ରାସ୍ତାର ମରାମତି ପାଇଁ ସ୍ଥାନୀୟ ପ୍ରଶାସନକୁ ଜଣାଇଲେ, ସେମାନଙ୍କ ପାଖରେ କ୍ଷମତା ନାହିଁ ବୋଲି କହି ବିଧାୟକଙ୍କ (MLA) ନିକଟକୁ ପଠାଇ ଦେଉଛନ୍ତି। ଅନ୍ୟପଟେ, ସମସ୍ୟା ନେଇ ବିଧାୟକଙ୍କ ପାଖକୁ ଗଲେ ସେ ଦୀର୍ଘ ୭ ବର୍ଷରୁ ଅଧିକ ସମୟ ହେଲା କେବଳ 'ହେବ ହେବ' କହି ସ୍ଥାନୀୟ ଲୋକଙ୍କୁ ଭୂତାଉଛନ୍ତି। ରାସ୍ତାର ଏଭଳି ଦୟନୀୟ ସ୍ଥିତି ଯୋଗୁଁ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି। ଏଠାକୁ ସପ୍ତାହକୁ ମାତ୍ର ୩ ରୁ ୪ ଦିନ ବସ୍ ଆସୁଛି ଏବଂ କେଉଁ କେଉଁ ଦିନ ତ ଦିନ ୨ଟାରେ ବସ୍ ପହଞ୍ଚୁଛି। ରାସ୍ତାର ଏହି ଚିତ୍ର ଦେଖିଲେ ଏହାର ବିଭତ୍ସ ଦୃଶ୍ୟ ସହଜରେ ବାରି ହୋଇପଡ଼ୁଛି।1
- ବାଲେଶ୍ୱର ଜିଲ୍ଲା ବସ୍ତା ବିଧାୟିକାଙ୍କ ବାସଭବନରେ ଆୟୋଜିତ ହୋଇଥିବା ଟ୍ରାଇ ସାଇକେଲ ବଣ୍ଟନ କାର୍ଯ୍ୟକ୍ରମରେ ଦୁଇ ଜଣ ବିଡ଼ିଓ ଉପସ୍ଥିତ ରହିବା ଘଟଣାକୁ ନେଇ ବିଜେଡ଼ି ତୀବ୍ର ବର୍ଷିଛି। ବିଧାୟିକାଙ୍କ ନିଜସ୍ୱ ବାସଭବନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀ ଦୁଇ ବିଡ଼ିଓଙ୍କ ଉପସ୍ଥିତିକୁ ନେଇ ବିଜେଡ଼ି ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ କରାଯାଇଛି।1
- ପୁରୀ ବଡ଼ଦାଣ୍ଡରେ ଇସ୍କନ ବିରୋଧରେ ସନାତନ ହିନ୍ଦୁ ଧର୍ମର ଯୁବକମାନଙ୍କ ଦ୍ଵାରା ତୀବ୍ର ବିରୋଧ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭକାରୀ ଯୁବକମାନେ ହାତରେ ବିଭିନ୍ନ ପ୍ଲାକାର୍ଡ ଧରି 'ଇସ୍କନ ଓଡ଼ିଶା ଛାଡ' ଏବଂ 'ଇସ୍କନ ଗୋ ବ୍ୟାକ' ଭଳି ନାରାବାଜି କରି ଏହି ପ୍ରତିବାଦ ପ୍ରଦର୍ଶନ କରିଛନ୍ତି।1
- ଇସ୍କନର ମନମାନିକୁ ନେଇ ରାଜଧାନୀ ବାସୀ ତାତିଛନ୍ତି। ଇସ୍କନ ମନ୍ଦିର ସମ୍ମୁଖରେ ‘ୱି ଫର ଭୁବନେଶ୍ବର’ ପକ୍ଷରୁ ଶାନ୍ତିପୂର୍ଣ୍ଣ ଧାରଣା ସହ ଆନ୍ଦୋଳନ ଜାରି ରହିଛି। ଯଦି ରଥଯାତ୍ରା ବନ୍ଦ ନ କରାଯାଏ, ତେବେ ସାରା ରାଜ୍ୟରେ ଇସ୍କନ ବାସୀଙ୍କୁ ଛିଡ଼ା ମଧ୍ୟ କରାଇଦେବୁନି ବୋଲି ଆନ୍ଦୋଳନକାରୀମାନେ ସିଧାସଳଖ ଚେତାବନୀ ଦେଇଛନ୍ତି। ଏଥିସହ ସେମାନେ ‘ଇସ୍କନର ବେପାରକୁ ବନ୍ଦ କରିବୁ’ ବୋଲି ମଧ୍ୟ ସ୍ପଷ୍ଟ ଭାବେ କହିଛନ୍ତି।1