ଗର୍ଭାଶୟ କ୍ୟାନ୍ସର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ *ପ୍ରେସ ବିଜ୍ଞପ୍ତି* ଗର୍ଭାଶୟ କ୍ୟାନ୍ସର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ବାରିପଦା, ୧୦/୦୩/୨୦୨୬: ଗର୍ଭାଶୟ କ୍ୟାନ୍ସର ସମ୍ପର୍କରେ ସଚେତନତାର ବାର୍ତ୍ତା ସାଇକଲିଂ ଯାତ୍ରା କରି ପ୍ରଚାର କରୁଛନ୍ତି ସମୀରା ଖାନ୍ । ଏଥିପାଇଁ ଆନ୍ଧ୍ରପ୍ରଦେଶରୁ ସାଇକଲିଂ ଯାତ୍ରା ଆରମ୍ଭ କରି ବିଭିନ୍ନ ରାଜ୍ୟ ଅତିକ୍ରମ କରି ଆଜି ବାରିପଦାରେ ପହଞ୍ଚି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସମ୍ମିଳନୀ କକ୍ଷ ସମ୍ମୁଖରେ ଏ ସମ୍ପର୍କିତ ବୈଠକରେ ଯୋଗଦାନ କରିଛନ୍ତି । ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାଏକ ମୁଖ୍ୟଅତିଥି ଭାବେ ଯୋଗଦେଇ ସମୀରା ଖାନ୍ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନାଏକ ଏଭଳି ପ୍ରଚାର ଯାତ୍ରା ଜିଲ୍ଲାରେ ତଥା ବିଶେଷ ଭାବରେ ଗ୍ରାମାଞ୍ଚଳରେ ଗର୍ଭାଶୟ କ୍ୟାନ୍ସର ବିଷୟରେ ସଚେତନତା ବଢ଼ାଇବାରେ ସହାୟକ ହେବ ଏବଂ ମହିଳାମାନଙ୍କୁ ନିୟମିତ ସ୍କ୍ରିନିଂ ପାଇଁ ପ୍ରେରିତ କରିବ ବୋଲି ନିଜ ଅଭିଭାଷଣରେ ମତପ୍ରକାଶ କରିଛନ୍ତି । ସେହିପରି ଏଡିପିଏଚଓ (ଭିବିଡି) ଡ଼ ବିଜୟ କୁମାର ଦାସ ସଠିକ୍ ସମୟରେ ସ୍କ୍ରିନିଂ ଓ ସଚେତନତା ମାଧ୍ୟମରେ ଗର୍ଭାଶୟ କ୍ୟାନ୍ସରକୁ ପ୍ରତିରୋଧ କରିବା ସମ୍ଭବ ବୋଲି ପ୍ରକାଶ କରିଛନ୍ତି । ଏହା ସହ ବର୍ତ୍ତମାନ ୧୪ ବର୍ଷରୁ କମ୍ ସମସ୍ତ ବାଳିକାମାନଙ୍କ ପାଇଁ ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ମାଗଣାରେ ଉପଲବ୍ଧ ହେଉଥିବା ସମ୍ପର୍କରେ ସୂଚାଇଥିଲେ । ସମୀରା ଖାନଙ୍କ ଏହି ସାଇକଲିଂ ଯାତ୍ରା ମହିଳା ସ୍ୱାସ୍ଥ୍ୟ ସୁରକ୍ଷା ଓ ଗର୍ଭାଶୟ କ୍ୟାନ୍ସର ବିରୋଧରେ ସଚେତନତା ବୃଦ୍ଧି ପାଇଁ ଏକ ପ୍ରେରଣାଦାୟୀ ପଦକ୍ଷେପ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଛନ୍ତି । ଏହି ଅବସରରେ ଏଡିପିଏଚଓ (ଏଫ୍ଡବ୍ଲ୍ୟୁ) ଡ଼ ସୁନାନ୍ଦା ମିଶ୍ର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶିଶିର କୁମାର ମୁନ୍ଦୁୟା , ଓ ଜିଲ୍ଲା କ୍ରୀଡା ଅଧିକାରୀ ଡ଼ ଶୁଭାଶିଷ ନାୟକ ସହିତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନ, ମୟୂରଭଞ୍ଜ

- ଖଇରା ତା 17/04/2026 ଖଇରା ଦୁର୍ଗମଣ୍ଡପ ପାଖରେ ଥିବା ବିଜୁବାବୁ ଫୋଟରେ ପୁଷ୍ପମାଳ, ଅପ୍ରଣ କରିଥିଲେ ଖଇରା ସିମୁଳିଆ ଅଞ୍ଚଳ ର ପୂର୍ଵ ତନ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ (ଜ୍ୟୋତି ନନା ) .4
- ହାସିମପୁର ରୁ ମୟୂର ଉଦ୍ଧାର1
- ମହା ବିଷୁବ ସଂକ୍ରାନ୍ତି ଉପଲକ୍ଷେ ସିମୁଳିଆ ବ୍ଲକ ମାର୍କୋଣା ପଞ୍ଚାୟତ ଗାଁ ମାର୍କୋଣାରେ ଉଡା ପର୍ବ ପାଳିତ ହୋଇଯାଇଛି l2
- #BrekingNews ଦ୍ରୁତଗାମୀ ଟ୍ରେନରେ କଟି ଅଜଣା ଯୁବକ ମୃତ୍ୟୁ। ଖନ୍ତାପଡ଼ା ରେଳ ଫାଟକ ନିକଟରେ ଘଟିଛି ଦୁର୍ଘଟଣା।1
- Post by Srikanta Biswal Adyasha Live1
- Bahut Dhino Pore Babu Biju Sahita Beto Hela Jodabarbil Re1
- Post by Khabar1
- କରଞ୍ଜିଆ,୧୬/୪,(ପାର୍ଥ ପ୍ରଶନ୍ନ ମିଶ୍ର):କରଞ୍ଜିଆ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାର୍ଥୀ ମାନଙ୍କୁ ନେଇ ଆଜି ଏକ ସାଇବର ସୁରକ୍ଷା ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ କରଞ୍ଜିଆ ଥାନା ପକ୍ଷରୁ ସବ ଇନ୍ସପେକ୍ଟର ସୁଧାଂଶୁ ଶେଖର ସେଠୀ,ସବ ଇନ୍ସପେକ୍ଟର ଭାରତୀ ବାରିକ୍, ଏଏସଆଇ ସାଲଖାନ ହେମ୍ବ୍ରମଙ୍କ ସହିତ ଥାନା କର୍ମଚାରୀ ମାନେ ଯୋଗଦେଇ ସାଇବର ସୁରକ୍ଷା ପାଇଁ ନିଜର ଡାଟା,ଦୂରସଂଚାର ଉପକରଣ ଗୁଡ଼ିକୁ ଅନଲାଇନ୍ ବିନାଶରୁ କିପରି ସୁରକ୍ଷିତ ରଖାଯାଇପାରିବ,ନାରୀ ନିର୍ଯାତନା ବାବଦକୁ ଲାଗୁହୋଇଥିବା ନୂଆ ଆଇନ,ଟ୍ରାଫିକ ନିୟମ ଆଦି ବାବଦକୁ ବିଦ୍ୟାଳୟର ଛାତ୍ରୀ, ଶିକ୍ଷକ,ଶିକ୍ଷୟତ୍ରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟତ୍ରୀ ଓ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।2
- Post by AT News1