ତାଳଚେର ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ଆଶିଷ ସିଂହଙ୍କ ଦାୟିତ୍ୱ ଗ୍ରହଣ ତାଳଚେର:-ତାଳଚେର ସ୍ଥିତ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ଆଇପିଏସ୍ ଅଧିକାରୀ ଆଶିଷ କୁମାର ସିଂହ କାର୍ଯ୍ୟରେ ଯୋଗଦେଇଛନ୍ତି l ୨୦୧୦ ବ୍ୟାଚ୍ ର ଏହି ଆଇପିଏସ୍ ଅଧିକାରୀ ଟ୍ରେନିଂ ପରେ ନୂଆପଡ଼ାରେ ଏସ୍ଡିପିଓ ଭାବେ ପ୍ରଥମ ନିଯୁକ୍ତି ପାଇଥିଲେ । ପରବର୍ତ୍ତୀ ସମୟରେ ଦେବଗଡ଼, ବଲାଙ୍ଗୀର, ବରଗଡ଼ ଓ ନୟାଗଡ଼ ଜିଲ୍ଲାର ଏସ୍ପି ଭାବେ ଦାୟିତ୍ୱ ତୁଲାଇଥିଲେ । ଏହା ପରେ ସେ କେନ୍ଦ୍ରୀୟ ଡେପୁଟେସନରେ ଯାଇ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟର ବିଭିନ୍ନ ବିଭାଗରେ କାର୍ଯ୍ୟ କରିଥିଲେ। ଡେପୁଟେସନରୁ ଫେରିବା ପରେ ତାଙ୍କୁ ଉତ୍ତର କେନ୍ଦ୍ରାଞ୍ଚଳ ଡିଆଇଜି ଭାବେ ଦାୟିତ୍ୱ ମିଳିଛି । ଦାୟିତ୍ୱ ଗ୍ରହଣ ପରେ ଶ୍ରୀ ସିଂହ କହିଛନ୍ତି, ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ଓ ସମନ୍ୱୟ ରଖିବା ତାଙ୍କର ପ୍ରାଥମିକତା ରହିବ। ଲୋକଙ୍କ ସମସ୍ୟା ଶୁଣି ତାହାର ସମାଧାନ ଦିଗରେ ପ୍ରଭାବୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଏଠାରେ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ଭାବେ କାର୍ଯ୍ୟରତ ସତ୍ୟବ୍ରତ ଭୋଇଙ୍କୁ ଭୁବନେଶ୍ୱର ସ୍ଥିତ ଗୁଇନ୍ଦା ଆଇଜି ଭାବେ ବଦଳି କରାଯାଇଛି। ଡିଆଇଜି ଶ୍ରୀ ସିଂହ ଦାୟିତ୍ୱ ଗ୍ରହଣ କରିବା ପରେ ପୁଲିସ ପକ୍ଷରୁ ଅଭିବାଦନ ଜ୍ଞାପନ କରାଯାଇଥିଲା l

- ହିନ୍ଦୋଳ ବନାଞ୍ଚଳ ଖାଲିବୋରେଇ ଫରେଷ୍ଟ ଏବଂ ବିଦ୍ୟୁତ ପ୍ରହରୀ ହାତୀ ମୃତ୍ୟୁ ଘଟଣାରେ ନିଲମ୍ବିତ. ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ଖାଲିବିରେଇ ସେକ୍ସନ ଫରେଷ୍ଟର ଅନୁରାଗ ଆଚାର୍ଯ୍ୟ ଏବଂ ବିଦ୍ୟୁତ ପ୍ରହରୀ ଅରବିନ୍ଦ ନାୟକ ଆଜି ନିଲମ୍ବିତ. ଗତ ଏକ ସପ୍ତାହ ତଳେ ଈଶ୍ୱରାପାଳ ଶାଳ ଜଙ୍ଗଲରେ ଏକ ଦନ୍ତା ହାତୀ ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ମୃତ୍ୟୁ ଘଟିଥିଲା. କାର୍ଯ୍ୟରେ ଅବହେଳା ପାଇଁ ଆଜି ନିଲମ୍ବିତ ହୋଇଥିବାର ସୂଚନା.1
- ଢେଙ୍କାନାଳ ପୌରଅଧ୍ୟକ୍ଷ୍ୟା ପ୍ରୋସ ମିଟିଙ୍ଗି ରେ ବରିଷ୍ଟ ସମାଜସେବି ରାମଚନ୍ଦ୍ର ପାତ୍ରଙ୍କ ପ୍ରତିକ୍ରିୟା1
- Slug: ଚୁକ୍ତିନାମା ଖିଲାପ କରି କାରଖାନା ଚଳାଇବାକୁ ଧମକ ଅଭିଯୋଗ.. Anchor: ଢେଙ୍କାନାଳର କଳିଙ୍ଗ ଝୁଟ୍ ପ୍ରଡକ୍ଟସ୍ କାରଖାନା ବିରୋଧରେ ଶ୍ରମିକ ସଂଘ ଆଣିଛି ସଙ୍ଗୀନ ଅଭିଯୋଗ, ଚୁକ୍ତିନାମାର ସମାଧାନ ନକରି ଏବଂ ଶ୍ରମିକଙ୍କ ବକେୟା ଇପିଏଫ୍ ପୈଠ ନକରି କାରଖାନା ଚଳାଇବାକୁ ଧମକ ଦିଆଯାଉଥିବା ସଂଘ ଅଭିଯୋଗ କରିଛି। ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି କଳିଙ୍ଗ ଝୁଟ୍ ପ୍ରଡକ୍ଟସ୍ ଲେବର ୟୁନିୟନ ସଂଘ ପକ୍ଷରୁ ଅତିରିକ୍ତ ଜିଲାପାଳ ରମେଶ ଚନ୍ଦ୍ର ସେଠୀଙ୍କୁ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ସଂଘର ଅଭିଯୋଗ ଅନୁଯାୟୀ, ଗତ ଜାନୁଆରୀ ୬ ତାରିଖରୁ କାରଖାନାରେ ତାଲାବନ୍ଦ ରହିଛି, ଚୁକ୍ତିନାମାକୁ ୧୧ ମାସ ବିତିଥିଲେ ମଧ୍ୟ ଏହାର ସମାଧାନ ହୋଇନାହିଁ,ଏହା ସହିତ ଶ୍ରମିକଙ୍କ ୭ ମାସର ଇପିଏଫ୍ ପୈଠ ହୋଇନଥିବା ଅଭିଯୋଗ କରିଛି ସଂଘ, ତାଲାବନ୍ଦ ଉଠାଯାଇନଥିବା ସତ୍ତ୍ୱେ ବାହାର ଶ୍ରମିକଙ୍କୁ ନେଇ କାରଖାନା ଭିତରେ ମେସିନ୍ ମରାମତି କରାଯାଇଥିବା ମଧ୍ୟ ସଂଘ ଅଭିଯୋଗ କରିଛି। ଏହା ସହିତ କାରଖାନା ସମ୍ପର୍କିତ ବିବାଦରେ ଜିଲା ଶ୍ରମ ଅଧିକାରୀ ଶ୍ରମିକଙ୍କ ସ୍ୱାର୍ଥ ବିରୋଧରେ କାରଖାନା କର୍ତ୍ତୃପକ୍ଷଙ୍କୁ ସମର୍ଥନ କରୁଥିବା ସଂଘ ଅଭିଯୋଗ କରିଛି, ଶ୍ରମିକଙ୍କ ବକେୟା ଇପିଏଫ୍ ପୈଠ, ଚୁକ୍ତିନାମାର ସମାଧାନ ଏବଂ କାରଖାନା ପରିଚାଳନା ସମ୍ପର୍କିତ ବିବାଦର ଆଇନସମ୍ମତ ସମାଧାନ ପାଇଁ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରୁ ବୋଲି ସଂଘ ଦାବି କରିଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଶ୍ରମିକମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି, ତେବେ ଏହି ଅଭିଯୋଗ ନେଇ କାରଖାନା କର୍ତ୍ତୃପକ୍ଷ ଏବଂ ଜିଲା ଶ୍ରମ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ, #tag #DhenkanalNews #Dhenkanal #KalingaJuteProducts #LabourUnion #WorkerProtest #EPF #FactoryDispute #LabourIssue #DhenkanalNewsOdisha #OdishaNews #BreakingNews #OdiaNews #WorkersRights #LabourNews1
- ଦୁଇ କୋଟି ର ଗଞ୍ଜେଇ ଜବତ । G F X,, ନିଶା ବେପାରୀଙ୍କ ନିସ୍ତାର ନାହିଁ , G F X,,ଓଡ଼ିଶା ଛତିଶଗଡ଼ ସୀମାନ୍ତ ରେ ୨ କୋଟିର ଗଞ୍ଜେଇ ଜବତ, G F X,,ଆନ୍ତଃରାଜ୍ୟ ଚୋରା ଚାଲାଣ ନେଟୱାର୍କ ଠାବ।1
- ଯାଜପୁରରେ ଯୁବ ସାମ୍ବାଦିକକୁ ଆକ୍ରମଣ । ବାରମ୍ବାର ଘଟୁଛି ଏପରି ଘଟଣା କିଏ ରହିବ ଉତ୍ତରଦାୟୀ ? କେମିତି ଚାଲିବ ଚର୍ତୁଥ ସ୍ତମ୍ଭ ? କଣ ରହିବ ପଦକ୍ଷେପ ? ଯାଜପୁରରେ ଯୁବ ସାମ୍ବାଦିକକୁ ଆକ୍ରମଣ । ବାରମ୍ବାର ଘଟୁଛି ଏପରି ଘଟଣା କିଏ ରହିବ ଉତ୍ତରଦାୟୀ ? କେମିତି ଚାଲିବ ଚର୍ତୁଥ ସ୍ତମ୍ଭ ? କଣ ରହିବ ପଦକ୍ଷେପ ? #LatestNews #UpdateNews #apanankakhabara #jajpur_city #news #OdishaNews #odisha1
- ଢେଙ୍କାନାଳ ଜିଲ୍ଲା ପୌରଅଧ୍ୟକ୍ଷ୍ୟା ଙ୍କ ପ୍ରୋସ୍ ମିଟିଙ୍ଗି ଶ୍ରୀମତୀ ଜୟନ୍ତି ପାତ୍ର କୁଟୁଣିଆ ବସ୍ତି ଭଙ୍ଗା ଯିବା ଘଟଣ କୁ ନେଇ1
- ତାଳଚେର ରେଳ ଷ୍ଟେସନ ନିକଟରେ ସୁଭଦ୍ରା ପାଦିଲ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ହତ୍ୟାକାରୀ ବିଶୁ ଗୋଚ୍ଛାୟତକୁ ଯାବତ୍ ଜୀବନ କାରାଦଣ୍ଡ, ଏନେଇ ଆଇନଜୀବିଙ୍କ ପ୍ରତିକ୍ରିୟା ତାଳଚେର ରେଳ ଷ୍ଟେସନ ନିକଟରେ ସୁଭଦ୍ରା ପାଦିଲ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ହତ୍ୟାକାରୀ ବିଶୁ ଗୋଚ୍ଛାୟତକୁ ଯାବତ୍ ଜୀବନ କାରାଦଣ୍ଡରେ ଦଣ୍ଡ ଶୁଣାଇଲେ ଅନୁଗୋଳ ଆଡ ହକ୍ ଜଜ୍ (ଫାଷ୍ଟ ଟ୍ରାକ) ବିରଞ୍ଚି ନାରାୟଣ ମିଶ୍ର l ଏନେଇ ଆଇନଜୀବୀଙ୍କ ପ୍ରତିକ୍ରିୟା l1
- ଖମାର ମାର୍କେଟ ରେ ଟ୍ରକ୍ ଦୁର୍ଘଟଣା ରେ ଛାତ୍ର ମୃତ ............1