logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଭୁବନେଶ୍ୱରରେ ପୂର୍ବତନ ପିପିଲି ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପୁଅ ତଥା ଲୋକପ୍ରିୟ ଯୁବନେତା ପ୍ରିୟବ୍ରତ (ରାଜା) ସାମନ୍ତରାୟ ଆଜି ହଜାର ହଜାର କର୍ମୀଙ୍କ ସହ କଂଗ୍ରେସରେ ପୁନଃ ଯୋଗ ଦେଇଛନ୍ତି। ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସହ ଏକ ବାଇକ ରାଲିରେ ସେ ମିଶ୍ରଣ ପର୍ବ ସମାବେଶ ସ୍ଥଳୀକୁ ଯାଇଥିଲେ। ଏହି ସମାବେଶରେ ପିସିସି ସଭାପତି ଭକ୍ତ ଚରଣ ଦାସ, ଓଡ଼ିଶା କଂଗ୍ରେସ ସହ ପ୍ରଭାରୀ ଜେଟ୍ଟୀ କୁସୁମ କୁମାର, ପୂର୍ବତନ ମନ୍ତ୍ରୀ ଓ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ, ବିଧାୟକ ତାରାପ୍ରସାଦ ବାହିନୀପତି, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଓ ସୁଜିତ ପାଢ଼ୀ, ବରିଷ୍ଠ କଂଗ୍ରେସ ନେତା ସତ୍ୟବ୍ରତ ପାତ୍ର ଏବଂ ପିସିସି କୋଷାଧ୍ୟକ୍ଷ ସିଦ୍ଧାର୍ଥ ଦାଶ ପ୍ରମୁଖ ତାଙ୍କୁ ପୁଷ୍ପମାଲ୍ୟ ଦେଇ ଦଳକୁ ସ୍ୱାଗତ କରିଥିଲେ। ସମାବେଶରେ ଉପସ୍ଥିତ ହଜାର ହଜାର କଂଗ୍ରେସ କର୍ମୀ ଓ ସମର୍ଥକଙ୍କୁ ସମ୍ବୋଧିତ କରି ପିସିସି ସଭାପତି ଭକ୍ତ ଚରଣ ଦାସ କହିଥିଲେ ଯେ, ସ୍ୱର୍ଗତ ଯୁଧିଷ୍ଠିର ସାମନ୍ତରାୟ କେବଳ କଂଗ୍ରେସର ନୁହଁ ବରଂ ସାରା ରାଜ୍ୟର ରାଜନୀତି ଜଗତର ଜଣେ ପ୍ରଥିତଯଶା ବ୍ୟକ୍ତି ଥିଲେ। ସ୍ୱର୍ଗତ ସାମନ୍ତରାୟଙ୍କ ପୁଅ ରାଜା ସାମନ୍ତରାୟ କଂଗ୍ରେସ ପରିବାରର ସଦସ୍ୟ। ସେ ଦଳ ଛାଡ଼ି ଯାଇଥିଲେ ମଧ୍ୟ କଂଗ୍ରେସ ସବୁବେଳେ ତାଙ୍କୁ ନିଜର ବୋଲି ଭାବିଛି। ଶ୍ରୀ ଦାସ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଯେ ରାଜା ବାବୁଙ୍କ ଘର ବାହୁଡ଼ା ପିପିଲି ତଥା ଏହି ଅଞ୍ଚଳରେ କଂଗ୍ରେସର ପତିଆରା ନିଶ୍ଚୟ ବଢ଼ାଇବ। ଏହା ରାଜ୍ୟରେ କଂଗ୍ରେସର ବଢ଼ୁଥିବା ଲୋକପ୍ରିୟତାକୁ ଦର୍ଶାଉଛି ଏବଂ ସାଧାରଣ ଜନତା ବିଜେପି ଓ ବିଜେଡିର କୁଶାସନରେ ଅତିଷ୍ଠ ହୋଇଗଲେଣି। ଆଗାମୀ ଦିନରେ କଂଗ୍ରେସର ଯୁଗ ପୁଣି ଫେରିଆସିବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ। ନିଜ ବକ୍ତବ୍ୟରେ ପ୍ରିୟବ୍ରତ ସାମନ୍ତରାୟ କହିଥିଲେ ଯେ, ତାଙ୍କ ହୃଦୟରେ କଂଗ୍ରେସ ସବୁବେଳେ ଥିଲା, ଅଛି ଏବଂ ରହିବ। ସେ କଂଗ୍ରେସ ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବରେ ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଦଳକୁ ଶକ୍ତିଶାଳୀ କରିବା ସହ ଅଞ୍ଚଳବାସୀଙ୍କ ସୁଖଦୁଃଖରେ ଭାଗୀଦାର ହୋଇ ସେମାନଙ୍କ ଅଧିକାର ପାଇଁ ଲଢ଼ିବେ। ଏହି ମିଶ୍ରଣ ପର୍ବରେ ପିସିସି ମିଡ଼ିଆ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ, କଂଗ୍ରେସ ଜିଲ୍ଲା ସଭାପତି ରାଜେଶ ମିଶ୍ର, କୃଷକ ସେଲ ଅଧ୍ୟକ୍ଷ ଅଭୟ ସାହୁ, କଂଗ୍ରେସ ନାରୀ ନେତ୍ରୀ ନିରୁପମା ପାତ୍ର, ନାରୀ ନେତ୍ରୀ ଶିଳ୍ପୀଶ୍ରୀ, ଯୁବ କଂଗ୍ରେସ ନେତା ମିଲନ ପଟ୍ଟନାୟକଙ୍କ ସମେତ ହଜାର ହଜାର କର୍ମକର୍ତ୍ତା ଓ ସମର୍ଥକ ଉପସ୍ଥିତ ଥିଲେ।

1 hr ago
user_NEWS  MANORANJAN
NEWS MANORANJAN
ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
1 hr ago
4c682cfc-e974-4d34-bc58-f892d209a2ee

More news from ଓଡ଼ିଶା and nearby areas
  • ଏକ ବିବାହ ସମୟର ଖୁସିର ପୂର୍ବ କାହାଣୀରୁ ଆସିଥିବା ଏହି ଭିଡିଓରେ ଜଣେ ବ୍ୟକ୍ତିଙ୍କ ବିଷୟରେ କୁହାଯାଇଛି, ଯିଏ ପୂର୍ବରୁ ଏକ ଦୁର୍ଘଟଣାରେ ନିଜ ଆଗ ଦାନ୍ତ ଭାଙ୍ଗି ଦେଇଥିଲେ। ତଥାପି, ତାଙ୍କୁ ମାଛ, ଚିକେନ ଏବଂ ମଟନ ଖାଇବାରେ ଆଦୌ ଭୟ ନାହିଁ। ଏପରିକି ସେ ୫ କିଲୋ ପର୍ଯ୍ୟନ୍ତ ଖାଦ୍ୟ ଖାଇପାରିବେ ବୋଲି ଏହି ଭିଡିଓରେ ଦର୍ଶାଯାଇଛି।
    1
    ଏକ ବିବାହ ସମୟର ଖୁସିର ପୂର୍ବ କାହାଣୀରୁ ଆସିଥିବା ଏହି ଭିଡିଓରେ ଜଣେ ବ୍ୟକ୍ତିଙ୍କ ବିଷୟରେ କୁହାଯାଇଛି, ଯିଏ ପୂର୍ବରୁ ଏକ ଦୁର୍ଘଟଣାରେ ନିଜ ଆଗ ଦାନ୍ତ ଭାଙ୍ଗି ଦେଇଥିଲେ। ତଥାପି, ତାଙ୍କୁ ମାଛ, ଚିକେନ ଏବଂ ମଟନ ଖାଇବାରେ ଆଦୌ ଭୟ ନାହିଁ। ଏପରିକି ସେ ୫ କିଲୋ ପର୍ଯ୍ୟନ୍ତ ଖାଦ୍ୟ ଖାଇପାରିବେ ବୋଲି ଏହି ଭିଡିଓରେ ଦର୍ଶାଯାଇଛି।
    user_ମନୋଜ କୁମାର ପୁଣ୍ଟିଆ
    ମନୋଜ କୁମାର ପୁଣ୍ଟିଆ
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    5 hrs ago
  • ଭୁବନେଶ୍ୱରର ଲୋୟର ପିଏମଜିରେ ବାଲିଅନ୍ତାର ଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲାକୁ ନେଇ ପୁଣିଥରେ ନ୍ୟାୟର ସ୍ୱର ଉଠିଛି। ସୌମ୍ୟଙ୍କ ପରିବାର ଏବଂ ସମର୍ଥକମାନେ ଏକତ୍ରିତ ହୋଇ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ସୌମ୍ୟଙ୍କ ମା' ଲୁହଭରା ଆଖିରେ ସରକାରଙ୍କୁ ନ୍ୟାୟ ପାଇଁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ପୁଅ ସହିତ ଘଟିଥିବା ଘଟଣାର ସଠିକ୍ ତଦନ୍ତ ହେଉ ଏବଂ ପ୍ରକୃତ ଦୋଷୀମାନଙ୍କୁ ଶୀଘ୍ର ଦଣ୍ଡ ଦିଆଯାଉ। ପରିବାର ଅଭିଯୋଗ କରିଛି ଯେ ଘଟଣା ପରେ ମଧ୍ୟ ସେମାନେ ଆଶା କରୁଥିବା ନ୍ୟାୟ ପାଇନାହାନ୍ତି। ପ୍ରତିବାଦ ସ୍ଥଳରେ ଉପସ୍ଥିତ ଲୋକମାନେ "Justice For Soumya" ସ୍ଲୋଗାନ ଦେଇ ସରକାର ଓ ପ୍ରଶାସନକୁ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଆହ୍ୱାନ କରିଥିଲେ। ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚା ଜାରି ରହିଛି, ଯେଉଁଠାରେ ଅନେକ ଲୋକ ସୌମ୍ୟଙ୍କ ପରିବାରକୁ ସମର୍ଥନ ଜଣାଇ ନ୍ୟାୟ ଦାବି କରୁଛନ୍ତି। ବର୍ତ୍ତମାନ ସମସ୍ତଙ୍କ ନଜର ସରକାର ଏବଂ ତଦନ୍ତକାରୀ ସଂସ୍ଥାଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି।
    1
    ଭୁବନେଶ୍ୱରର ଲୋୟର ପିଏମଜିରେ ବାଲିଅନ୍ତାର ଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲାକୁ ନେଇ ପୁଣିଥରେ ନ୍ୟାୟର ସ୍ୱର ଉଠିଛି। ସୌମ୍ୟଙ୍କ ପରିବାର ଏବଂ ସମର୍ଥକମାନେ ଏକତ୍ରିତ ହୋଇ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ସୌମ୍ୟଙ୍କ ମା' ଲୁହଭରା ଆଖିରେ ସରକାରଙ୍କୁ ନ୍ୟାୟ ପାଇଁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ପୁଅ ସହିତ ଘଟିଥିବା ଘଟଣାର ସଠିକ୍ ତଦନ୍ତ ହେଉ ଏବଂ ପ୍ରକୃତ ଦୋଷୀମାନଙ୍କୁ ଶୀଘ୍ର ଦଣ୍ଡ ଦିଆଯାଉ। ପରିବାର ଅଭିଯୋଗ କରିଛି ଯେ ଘଟଣା ପରେ ମଧ୍ୟ ସେମାନେ ଆଶା କରୁଥିବା ନ୍ୟାୟ ପାଇନାହାନ୍ତି। ପ୍ରତିବାଦ ସ୍ଥଳରେ ଉପସ୍ଥିତ ଲୋକମାନେ "Justice For Soumya" ସ୍ଲୋଗାନ ଦେଇ ସରକାର ଓ ପ୍ରଶାସନକୁ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ଆହ୍ୱାନ କରିଥିଲେ।

ଏହି ଘଟଣାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚା ଜାରି ରହିଛି, ଯେଉଁଠାରେ ଅନେକ ଲୋକ ସୌମ୍ୟଙ୍କ ପରିବାରକୁ ସମର୍ଥନ ଜଣାଇ ନ୍ୟାୟ ଦାବି କରୁଛନ୍ତି। ବର୍ତ୍ତମାନ ସମସ୍ତଙ୍କ ନଜର ସରକାର ଏବଂ ତଦନ୍ତକାରୀ ସଂସ୍ଥାଙ୍କ ପରବର୍ତ୍ତୀ ପଦକ୍ଷେପ ଉପରେ ରହିଛି।
    user_SUDAM DAS
    SUDAM DAS
    Newspaper publisher ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    8 hrs ago
  • ଜୟଦେବ ନିର୍ବାଚନ ମଣ୍ଡଳୀର ଚାଷୀଙ୍କ ପାଇଁ ବୁଲା ଷଣ୍ଢ ଏକ ଗୁରୁତର ସମସ୍ୟା ପାଲଟିଛି। ଏହି ଷଣ୍ଢମାନେ ସେମାନଙ୍କ ଫସଲ ନଷ୍ଟ କରୁଥିବା ଯୋଗୁଁ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
    1
    ଜୟଦେବ ନିର୍ବାଚନ ମଣ୍ଡଳୀର ଚାଷୀଙ୍କ ପାଇଁ ବୁଲା ଷଣ୍ଢ ଏକ ଗୁରୁତର ସମସ୍ୟା ପାଲଟିଛି। ଏହି ଷଣ୍ଢମାନେ ସେମାନଙ୍କ ଫସଲ ନଷ୍ଟ କରୁଥିବା ଯୋଗୁଁ ଚାଷୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
    user_Gagan Bhoi
    Gagan Bhoi
    ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା•
    8 hrs ago
  • ନବରଙ୍ଗପୁର ଜିଲ୍ଲାର ଉମରକୋଟ ଅଞ୍ଚଳରେ ଚାଷୀମାନେ ଶୀତଳୀକରଣ ବ୍ୟବସ୍ଥାର ଅଭାବକୁ ନେଇ ରାସ୍ତା ଉପରେ କ୍ଷୀର ଢ଼ାଳି ତୀବ୍ର ପ୍ରତିବାଦ କରିଛନ୍ତି। ଏହି ପ୍ରତିବାଦ ସମୟରେ ପ୍ରାୟ ୪୦ ହଜାର ଲିଟର କ୍ଷୀର ରାସ୍ତାରେ ଢ଼ାଳି ଦିଆଯାଇଛି।
    1
    ନବରଙ୍ଗପୁର ଜିଲ୍ଲାର ଉମରକୋଟ ଅଞ୍ଚଳରେ ଚାଷୀମାନେ ଶୀତଳୀକରଣ ବ୍ୟବସ୍ଥାର ଅଭାବକୁ ନେଇ ରାସ୍ତା ଉପରେ କ୍ଷୀର ଢ଼ାଳି ତୀବ୍ର ପ୍ରତିବାଦ କରିଛନ୍ତି। ଏହି ପ୍ରତିବାଦ ସମୟରେ ପ୍ରାୟ ୪୦ ହଜାର ଲିଟର କ୍ଷୀର ରାସ୍ତାରେ ଢ଼ାଳି ଦିଆଯାଇଛି।
    user_Sibanava Panda
    Sibanava Panda
    Local News Reporter ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    12 hrs ago
  • ରାଜ୍ୟରେ ବାରମ୍ବାର ଆୟୁଷ୍ମାନ କାର୍ଡଧାରୀ ରୋଗୀଙ୍କୁ ହସ୍ପିଟାଲରେ ଚିକିତ୍ସା ସେବା ନମିଳିବା ଏବଂ ମେଡିକାଲ ଯାଇ ହଇରାଣ ହୋଇ ଫେରିବା ଭଳି ଅଭିଯୋଗ ଆସୁଥିବାରୁ ଏବଂ ଓଟିଭିରେ ଖବର ପ୍ରସାରଣ ପରେ ସ୍ବାସ୍ଥ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିଛନ୍ତି। ସେ ଘରୋଇ ଓ କର୍ପୋରେଟ୍ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଡକାଇ ଆଲୋଚନା କରିବା ସହ ସେମାନଙ୍କୁ ଚେତାଇ ଦେଇଛନ୍ତି। ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯେ ଆୟୁଷ୍ମାନ କାର୍ଡରେ ରୋଗୀଙ୍କୁ ଉତ୍ତମ ଚିକିତ୍ସା ସହ ଭଲ ବ୍ୟବହାର କରାଯିବ। ଏହା ବ୍ୟତୀତ, ଆଡମିସନର ତିନି ଦିନ ପୂର୍ବରୁ ଆବଶ୍ୟକ ଟେଷ୍ଟ ମଧ୍ୟ ହସ୍ପିଟାଲ ମାଗଣାରେ କରିବାକୁ ପଡିବ। ଏହି ନିର୍ଦ୍ଦେଶାବଳୀର ଉଲ୍ଲଂଘନ କରୁଥିବା ମେଡିକାଲ କିମ୍ବା କର୍ତ୍ତୃପକ୍ଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି।
    1
    ରାଜ୍ୟରେ ବାରମ୍ବାର ଆୟୁଷ୍ମାନ କାର୍ଡଧାରୀ ରୋଗୀଙ୍କୁ ହସ୍ପିଟାଲରେ ଚିକିତ୍ସା ସେବା ନମିଳିବା ଏବଂ ମେଡିକାଲ ଯାଇ ହଇରାଣ ହୋଇ ଫେରିବା ଭଳି ଅଭିଯୋଗ ଆସୁଥିବାରୁ ଏବଂ ଓଟିଭିରେ ଖବର ପ୍ରସାରଣ ପରେ ସ୍ବାସ୍ଥ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିଛନ୍ତି। ସେ ଘରୋଇ ଓ କର୍ପୋରେଟ୍ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଡକାଇ ଆଲୋଚନା କରିବା ସହ ସେମାନଙ୍କୁ ଚେତାଇ ଦେଇଛନ୍ତି। ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯେ ଆୟୁଷ୍ମାନ କାର୍ଡରେ ରୋଗୀଙ୍କୁ ଉତ୍ତମ ଚିକିତ୍ସା ସହ ଭଲ ବ୍ୟବହାର କରାଯିବ।

ଏହା ବ୍ୟତୀତ, ଆଡମିସନର ତିନି ଦିନ ପୂର୍ବରୁ ଆବଶ୍ୟକ ଟେଷ୍ଟ ମଧ୍ୟ ହସ୍ପିଟାଲ ମାଗଣାରେ କରିବାକୁ ପଡିବ। ଏହି ନିର୍ଦ୍ଦେଶାବଳୀର ଉଲ୍ଲଂଘନ କରୁଥିବା ମେଡିକାଲ କିମ୍ବା କର୍ତ୍ତୃପକ୍ଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି।
    user_SOUMYA RANJAN
    SOUMYA RANJAN
    Extended stay hotel Balianta, Khordha•
    23 hrs ago
  • ଓମଫେଡ୍ ଏବଂ ଡେରି ଆସୋସିଏସନ ମଧ୍ୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ ଓମଫେଡ୍ ଡେରି ଚାଷୀମାନଙ୍କ ଖୁସି ଓ ସମୃଦ୍ଧି ପାଇଁ ପ୍ରତିବଦ୍ଧ ରହିଛି।
    1
    ଓମଫେଡ୍ ଏବଂ ଡେରି ଆସୋସିଏସନ ମଧ୍ୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ ଓମଫେଡ୍ ଡେରି ଚାଷୀମାନଙ୍କ ଖୁସି ଓ ସମୃଦ୍ଧି ପାଇଁ ପ୍ରତିବଦ୍ଧ ରହିଛି।
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    1 day ago
  • ଏକ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଆଠ ଜଣ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଉତ୍ସବରେ ଅବସର ଗ୍ରହଣ କରିଥିବା ପ୍ରଧାନଶିକ୍ଷକମାନଙ୍କୁ ସମ୍ମାନିତ କରାଯାଇଥିଲା।
    1
    ଏକ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଆଠ ଜଣ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଉତ୍ସବରେ ଅବସର ଗ୍ରହଣ କରିଥିବା ପ୍ରଧାନଶିକ୍ଷକମାନଙ୍କୁ ସମ୍ମାନିତ କରାଯାଇଥିଲା।
    user_Apananka Khabara
    Apananka Khabara
    Video Creator Cuttack (M.Corp.) P.S, Odisha•
    4 hrs ago
  • ଭୁବନେଶ୍ୱରର ଗିରିଙ୍ଗାପୁଟ ସ୍ଥିତ ଆଦୃତ ଚିଲ୍ଡ୍ରେନ୍ ହୋମରେ ଫ୍ରେଣ୍ଡ ଫାଉଣ୍ଡେସନ୍ ପକ୍ଷରୁ ଏକ ସ୍ନେହଭରା ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଅନାଥ ଏବଂ ଅସହାୟ ଶିଶୁମାନଙ୍କ ସହିତ ସମୟ ବିତାଇବା ସହ ସେମାନଙ୍କୁ ଖାଦ୍ୟ ବଣ୍ଟନ, କେକ୍ କଟିଂ ଏବଂ ଏକ ଆନନ୍ଦ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ସାମାଜିକ କାର୍ଯ୍ୟକ୍ରମରେ ଫ୍ରେଣ୍ଡ ଫାଉଣ୍ଡେସନ୍‌ର ସଭାପତି ରାକେଶ ଚନ୍ଦ୍ର ମଲ୍ଲିକ ଏବଂ ତାଙ୍କର ସହଯୋଗୀ ସଦସ୍ୟମାନେ ଯୋଗ ଦେଇଥିଲେ। ସେମାନେ ଶିଶୁମାନଙ୍କ ସହିତ ମିଶି କେକ୍ କାଟିବା ସହ ଖାଦ୍ୟ ଓ ବିଭିନ୍ନ ଉପହାର ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁମାନଙ୍କ ମୁହଁରେ ଖୁସିର ହସ ଦେଖିବାକୁ ମିଳିଥିଲା। ଫ୍ରେଣ୍ଡ ଫାଉଣ୍ଡେସନ୍ ପକ୍ଷରୁ ସମାଜର ସମସ୍ତ ବର୍ଗର ଲୋକଙ୍କୁ ଏଭଳି ସେବାମୂଳକ କାର୍ଯ୍ୟରେ ସାମିଲ ହେବାକୁ ଏବଂ ଅସହାୟ ଶିଶୁମାନଙ୍କ ପାଖରେ ଠିଆ ହେବାକୁ ଆହ୍ୱାନ କରାଯାଇଛି।
    1
    ଭୁବନେଶ୍ୱରର ଗିରିଙ୍ଗାପୁଟ ସ୍ଥିତ ଆଦୃତ ଚିଲ୍ଡ୍ରେନ୍ ହୋମରେ ଫ୍ରେଣ୍ଡ ଫାଉଣ୍ଡେସନ୍ ପକ୍ଷରୁ ଏକ ସ୍ନେହଭରା ସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଅନାଥ ଏବଂ ଅସହାୟ ଶିଶୁମାନଙ୍କ ସହିତ ସମୟ ବିତାଇବା ସହ ସେମାନଙ୍କୁ ଖାଦ୍ୟ ବଣ୍ଟନ, କେକ୍ କଟିଂ ଏବଂ ଏକ ଆନନ୍ଦ ଉତ୍ସବର ଆୟୋଜନ କରାଯାଇଥିଲା।

ଏହି ସାମାଜିକ କାର୍ଯ୍ୟକ୍ରମରେ ଫ୍ରେଣ୍ଡ ଫାଉଣ୍ଡେସନ୍‌ର ସଭାପତି ରାକେଶ ଚନ୍ଦ୍ର ମଲ୍ଲିକ ଏବଂ ତାଙ୍କର ସହଯୋଗୀ ସଦସ୍ୟମାନେ ଯୋଗ ଦେଇଥିଲେ। ସେମାନେ ଶିଶୁମାନଙ୍କ ସହିତ ମିଶି କେକ୍ କାଟିବା ସହ ଖାଦ୍ୟ ଓ ବିଭିନ୍ନ ଉପହାର ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶିଶୁମାନଙ୍କ ମୁହଁରେ ଖୁସିର ହସ ଦେଖିବାକୁ ମିଳିଥିଲା।

ଫ୍ରେଣ୍ଡ ଫାଉଣ୍ଡେସନ୍ ପକ୍ଷରୁ ସମାଜର ସମସ୍ତ ବର୍ଗର ଲୋକଙ୍କୁ ଏଭଳି ସେବାମୂଳକ କାର୍ଯ୍ୟରେ ସାମିଲ ହେବାକୁ ଏବଂ ଅସହାୟ ଶିଶୁମାନଙ୍କ ପାଖରେ ଠିଆ ହେବାକୁ ଆହ୍ୱାନ କରାଯାଇଛି।
    user_SUDAM DAS
    SUDAM DAS
    Newspaper publisher ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    11 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.