ବରଗଡ଼ ଜିଲ୍ଲା ସୋହେଲା ଅନ୍ତର୍ଗତ ଶାନ୍ତି ତପୋବନ ଆଶ୍ରମର ମାତୃଛାୟା ଅନ୍ତେବାସିନୀ ଯମୁନାଙ୍କ ଶୁଭ ବିବାହ କୁଲୁଣ୍ଡା (ଅତାବିରା) ନିବାସୀ ଶ୍ରୀମତୀ ପ୍ରେମସିଲା ସାହୁ ଏବଂ ଶ୍ରୀ ରାଜେନ୍ଦ୍ର ସାହୁଙ୍କ ଦ୍ୱିତୀୟ ପୁତ୍ର ଶ୍ରୀ ସୁଦାମ ସାହୁଙ୍କ ସହିତ ସମ୍ପନ୍ନ ହୋଇଯାଇଛି। ଏହି ବିବାହ ଆଶ୍ରମ ମୁଖ୍ୟ ଶ୍ରୀ ଦେବଦତ୍ତ ତ୍ରିପାଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମହୋତ୍ସବରେ ଡ଼ି.ଏସ.ଡବ୍ଲ୍ୟୁ ଶ୍ରୀମତୀ ସନ୍ଦ୍ୟା ରାଣୀ ନେପାକ, ପ୍ରୋଗ୍ରାମ ଅଫିସର ମଙ୍ଗଳିକା ଦାଶ, ନିମିଷ୍ୟା ପ୍ରଧାନ ଏବଂ ତାଙ୍କ ସହକର୍ମୀଙ୍କ ସମେତ ଶତାଧିକ ଆଶ୍ରମ ହିତାକାଂକ୍ଷୀ ଯୋଗଦେଇ ନବ ଦମ୍ପତିଙ୍କୁ ଆଶୀର୍ବାଦ କରିଥିଲେ। ଏହି ଅବସରରେ ଇପ୍ସିତ ମିଶ୍ର ଓ ତାଙ୍କ ସାଥୀ ସୀତା ବିବାହ ଉପରେ ପରାୟଣ ପରିବେଷଣ କରି ଉତ୍ସବକୁ ଭକ୍ତିମୟ କରିଥିଲେ। ଆଶ୍ରମ ସହ ପରିଚାଳିକା ଲବଙ୍ଗ ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ବିବାହ କାର୍ଯ୍ୟକ୍ରମରେ ଶ୍ରୀମତୀ ସୁଶୀଳା ସାହୁ ଏବଂ ସ୍ୱାମୀ ଶଙ୍କର ସାହୁ କନ୍ୟାଦାନ କରିଥିବାବେଳେ ଶ୍ରୀ ପଞ୍ଚାନନ ପଣ୍ଡା ଓ ସରୋଜ କୁମାର ମିଶ୍ର ପୁରୋହିତ ଭାବେ ବିବାହ କାର୍ଯ୍ୟ ସମ୍ପାଦନ କରିଥିଲେ।
ବରଗଡ଼ ଜିଲ୍ଲା ସୋହେଲା ଅନ୍ତର୍ଗତ ଶାନ୍ତି ତପୋବନ ଆଶ୍ରମର ମାତୃଛାୟା ଅନ୍ତେବାସିନୀ ଯମୁନାଙ୍କ ଶୁଭ ବିବାହ କୁଲୁଣ୍ଡା (ଅତାବିରା) ନିବାସୀ ଶ୍ରୀମତୀ ପ୍ରେମସିଲା ସାହୁ ଏବଂ ଶ୍ରୀ ରାଜେନ୍ଦ୍ର ସାହୁଙ୍କ ଦ୍ୱିତୀୟ ପୁତ୍ର ଶ୍ରୀ ସୁଦାମ ସାହୁଙ୍କ ସହିତ
ସମ୍ପନ୍ନ ହୋଇଯାଇଛି। ଏହି ବିବାହ ଆଶ୍ରମ ମୁଖ୍ୟ ଶ୍ରୀ ଦେବଦତ୍ତ ତ୍ରିପାଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ମହୋତ୍ସବରେ ଡ଼ି.ଏସ.ଡବ୍ଲ୍ୟୁ ଶ୍ରୀମତୀ ସନ୍ଦ୍ୟା ରାଣୀ ନେପାକ, ପ୍ରୋଗ୍ରାମ ଅଫିସର ମଙ୍ଗଳିକା ଦାଶ, ନିମିଷ୍ୟା ପ୍ରଧାନ ଏବଂ ତାଙ୍କ ସହକର୍ମୀଙ୍କ ସମେତ
ଶତାଧିକ ଆଶ୍ରମ ହିତାକାଂକ୍ଷୀ ଯୋଗଦେଇ ନବ ଦମ୍ପତିଙ୍କୁ ଆଶୀର୍ବାଦ କରିଥିଲେ। ଏହି ଅବସରରେ ଇପ୍ସିତ ମିଶ୍ର ଓ ତାଙ୍କ ସାଥୀ ସୀତା ବିବାହ ଉପରେ ପରାୟଣ ପରିବେଷଣ କରି ଉତ୍ସବକୁ ଭକ୍ତିମୟ କରିଥିଲେ। ଆଶ୍ରମ ସହ ପରିଚାଳିକା ଲବଙ୍ଗ ସାହୁଙ୍କ
ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ବିବାହ କାର୍ଯ୍ୟକ୍ରମରେ ଶ୍ରୀମତୀ ସୁଶୀଳା ସାହୁ ଏବଂ ସ୍ୱାମୀ ଶଙ୍କର ସାହୁ କନ୍ୟାଦାନ କରିଥିବାବେଳେ ଶ୍ରୀ ପଞ୍ଚାନନ ପଣ୍ଡା ଓ ସରୋଜ କୁମାର ମିଶ୍ର ପୁରୋହିତ ଭାବେ ବିବାହ କାର୍ଯ୍ୟ ସମ୍ପାଦନ କରିଥିଲେ।
- ୨୬ ଜୁନ୍, ୨୦୨୬ ତାରିଖରେ ଝାରସୁଗୁଡ଼ା ଜିଲ୍ଲାର ଜିଲ୍ଲା ଖଣିଜ ପାଣ୍ଠି ପ୍ରେକ୍ଷାଳୟଠାରେ ଆନ୍ତର୍ଜାତୀୟ ନିଶା ଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚୋରାଚାଲାଣ ବିରୋଧ ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ଝାରସୁଗୁଡ଼ା ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଜିଲ୍ଲା ଅବକାରୀ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା। ଏହି ଅବସରରେ ସକାଳ ୭ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ କିଷାନ ଛକ ଓ ବେହେରାମାଲ ଛକ ଦେଇ ପୁନର୍ବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ସଚେତନତା ପଦଯାତ୍ରା କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ବ୍ରଜବନ୍ଧୁ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ପ୍ରଦର୍ଶନ କରି ପଦଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଭାତ କୁମାର ସେଠୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ବ୍ରହ୍ମକୁମାରୀ ଅନୁଷ୍ଠାନର ରୀନା (ମୁଖ୍ୟ ବକ୍ତା), ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ସୁନନ୍ଦ ମହାରଣାଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସୁନୀଲ କୁମାର ନାୟକ ସମସ୍ତଙ୍କୁ ସ୍ୱାଗତ କରି ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ପରେ ପୂର୍ବରୁ ଆୟୋଜିତ ଜିଲ୍ଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତାର କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏହାପରେ ବେଳପାହାଡ଼ସ୍ଥିତ ମିରର ଥିଏଟର ପକ୍ଷରୁ ନିଶାସେବନର କୁପ୍ରଭାବ ଉପରେ ପର୍ଯ୍ୟବେଷିତ ଏକ ସଚେତନତାମୂଳକ ଗୀତିନାଟ୍ୟ ପରିବେଷଣ କରାଯାଇଥିଲା, ଯାହା ଉପସ୍ଥିତ ଦର୍ଶକଙ୍କୁ ସଚେତନ କରିବା ସହ ବେଶ୍ ପ୍ରଭାବିତ କରିଥିଲା। ଶେଷରେ, କନିଷ୍ଠ କିରାଣି ଆଦିତ୍ୟ କୁମାର ବାଦୀ ସମସ୍ତ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଜ୍ଞାପନ କରି କାର୍ଯ୍ୟକ୍ରମର ସମାପନ କରିଥିଲେ।4
- ରାଜଧାନୀ ଦିଲ୍ଲୀର ସ୍ୱରୂପ ନଗରରେ ଏକ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ସମୟରେ ଜଣେ ବ୍ୟକ୍ତି ଘର ଭିତରେ ଫସିଯାଇଥିଲେ। କିନ୍ତୁ ସେ ବହୁତ ବୁଦ୍ଧିମତା ଏବଂ ସାହସ ଦେଖାଇ ସମୟ ପୂର୍ବରୁ ନିଜକୁ ସୁରକ୍ଷିତ ଭାବେ ବାହାର କରିବାରେ ସଫଳ ହୋଇଥିଲେ। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି।1
- ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ରେ ଆନ୍ତର୍ଜାତିକ ନିଶା ଦ୍ରବ୍ୟ ନିରୋଧ ଦିବସ ଅବସରରେ ନିଶା ବିରୋଧୀ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।1
- ଶ୍ରୀ ମହାବୀର ପଞ୍ଚାଙ୍ଗ ଅନୁଯାୟୀ, ୨୬ ଜୁନ୍ ୨୦୨୬, ଶୁକ୍ରବାର ଦିନ ମିଥୁନ ମାସର ୧୨ ତାରିଖ ପଡ଼ୁଛି। ଏହି ଦିନ ଜ୍ୟେଷ୍ଠ ଶୁକ୍ଳ ଦ୍ଵାଦଶୀ ରାତ୍ରି ୧୦ଟା ୧୦ ମିନିଟ୍ ପର୍ଯ୍ୟନ୍ତ ରହିବ। ବିଶାଖା ନକ୍ଷତ୍ର ରାତ୍ରି ୭ଟା ୪୯ ମିନିଟ୍ ପର୍ଯ୍ୟନ୍ତ ଏବଂ ତୁଳା ଚନ୍ଦ୍ର ଦିବା ୧ଟା ୫ ମିନିଟ୍ ପର୍ଯ୍ୟନ୍ତ ରହିବ। ଭାରତୀୟ ସାଧାରଣ ସମୟ ଅନୁସାରେ, ମିଥୁନ ରାଶିର ଉଦୟ ଇଂରାଜୀ ଘଣ୍ଟା ୫ଟା ୧୩ ମିନିଟ୍ ୧୯ ସେକେଣ୍ଡ୍ ପରେ ହେବ ଏବଂ ଧନୁ ରାଶିର ଅସ୍ତ ଇଂରାଜୀ ଘଣ୍ଟା ୬ଟା ୨୫ ମିନିଟ୍ ୫ ସେକେଣ୍ଡ୍ ପରେ ହେବ। ଏହି ଦିନ ଯୋଗିନୀ ନୈଋତେ ରହିବେ ଏବଂ ରାତ୍ରି ୧୦ଟା ୧୦ ମିନିଟ୍ ପରେ ଦକ୍ଷିଣକୁ ଯିବେ, ତେଣୁ ଯାତ୍ରା ନାସ୍ତି। ଆଜି ରାତ୍ରି ୭ଟା ୪୯ ମିନିଟ୍ ପରେ ଅନୁରାଧା ନକ୍ଷତ୍ରରେ ବିବାହ ଓ ପାଣିଗ୍ରହଣ ଶୁଭ। ଗତଦିବସର ନକ୍ଷତ୍ର ଓ ରାଶିମାନଙ୍କର ତାରାଚନ୍ଦ୍ର ଶୁଦ୍ଧି ରହିଛି। ବିଛା, ଧନୁ ଏବଂ ମୀନ ରାଶି ପାଇଁ ଘାତବାର ରହିଛି। ରାତ୍ରି ୭ଟା ୪୯ ମିନିଟ୍ ପରେ ଜ୍ୟେଷ୍ଠା, ମୂଳା, ଉତ୍ତରାଷାଢ଼ା, ଧନିଷ୍ଠା, ପୂର୍ବଭାଦ୍ର, ରେବତୀ, ଅଶ୍ବିନୀ, କୃତ୍ତିକା, ମୃଗଶିରା, ପୁନର୍ବସୁ, ଅଶ୍ଳେଷା, ମଘା, ଉତ୍ତରାଫାଳ୍ଗୁନୀ, ଚିତ୍ରା ଓ ବିଶାଖା ନକ୍ଷତ୍ରମାନଙ୍କର ତାରାଶୁଦ୍ଧି ରହିବ। ଦିବା ୧ଟା ୫ ମିନିଟ୍ ପରେ ବିଛା, ମକର, କୁମ୍ଭ, ମୀନ, ବୃଷ, ମିଥୁନ, କର୍କଟ, କନ୍ୟା, ତୁଳା ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି ରହିଛି। ଦିବା ୮ଟା ୩୦ ମିନିଟ୍ ଗତେ ୧୧ଟା ୪୮ ମିନିଟ୍ ମଧ୍ୟରେ ବାର ଓ କାଳବେଳା ରହିଛି ଏବଂ ରାତ୍ରି ୯ଟା ୭ ମିନିଟ୍ ଗତେ ୧୦ଟା ୨୮ ମିନିଟ୍ ମଧ୍ୟରେ କାଳରାତ୍ରି ରହିଛି। ମୃତେ ଦ୍ଵିପାଦ ଦୋଷ ଯୋଗୁଁ ପଶୁ ସନ୍ତାନହାନି ହୋଇପାରେ, ଏହାର ନିବାରଣ ପାଇଁ ଅନ୍ନ ଓ ତିଳକାଞ୍ଚନ ଦାନ କରିବା ଉଚିତ୍। ରାତ୍ରି ୭ଟା ୪୯ ମିନିଟ୍ ଗତେ ୧୦ଟା ୧୦ ମିନିଟ୍ ମଧ୍ୟରେ ପାଦଦୋଷ ରହିଛି, ଯାହାର ଫଳସ୍ୱରୂପ ପଶୁହାନି ହୋଇପାରେ ଏବଂ ଏଥିପାଇଁ ଅନୁଦାନ କରିବା ଆବଶ୍ୟକ। ରଜଶ୍ଚକ୍ରେ ଭିକ୍ଷାସୀ ଏବଂ ରାତ୍ରି ୭ଟା ୪୯ ମିନିଟ୍ ପରେ ପୁତ୍ରିଣୀ। ଦ୍ଵାଦଶୀର ଏକୋଦ୍ଦିଷ୍ଟ ପାର୍ବଣ ଶ୍ରାଦ୍ଧ କରାଯିବ। ପୂତିକା (ପୋଇ) ଏବଂ ରାତ୍ରି ୧୦ଟା ୧୦ ମିନିଟ୍ ଗତେ ବାର୍ତ୍ତାକୀ (ବାଇଗଣ) ଭକ୍ଷଣ ନିଷେଧ। ଅମୃତ ଯୋଗ ଦିବା ୧୧ଟା ୩୭ ମିନିଟ୍ ଗତେ ୨ଟା ୨ ମିନିଟ୍ ମଧ୍ୟରେ, ରାତ୍ରି ୮ଟା ୫୦ ମିନିଟ୍ ମଧ୍ୟରେ, ୧ଟା ୩୮ ମିନିଟ୍ ଗତେ ୪ଟା ୨ ମିନିଟ୍ ମଧ୍ୟରେ, ଏବଂ ୪ଟା ୫୦ ମିନିଟ୍ ଗତେ ୫ଟା ୧୪ ମିନିଟ୍ ମଧ୍ୟରେ ରହିଛି। ମାହେନ୍ଦ୍ର ଯୋଗ ଦିବା ୬ଟା ୨ ମିନିଟ୍ ଗତେ ୬ଟା ୫୦ ମିନିଟ୍ ମଧ୍ୟରେ ଏବଂ ୯ଟା ୧୪ ମିନିଟ୍ ଗତେ ୧୦ଟା ୨ ମିନିଟ୍ ମଧ୍ୟରେ ରହିଛି। ଆଜିର ରାଶିଫଳ ଅନୁଯାୟୀ, ମେଷ ରାଶିର ବ୍ୟକ୍ତିମାନେ ବିରୋଧୀଙ୍କୁ ନତମସ୍ତକ କରିବେ, ସୁସମ୍ବାଦ ପାଇବେ, ବ୍ୟବସାୟରେ ପ୍ରଗତି ହେବ ଏବଂ ପ୍ରେମରେ ସଫଳତା ମିଳିବ। ବୃଷ ରାଶି ପାଇଁ କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବା, ଅଚାନକ ଧନଲାଭ ହେବା ଏବଂ ପରିବାରରେ ଲାଗି ରହିଥିବା ମତଭେଦ ଦୂର ହେବାର ସମ୍ଭାବନା ରହିଛି। ମିଥୁନ ରାଶିକୁ କିଛି ନୂଆ ଶିଖିବାର ସୁଯୋଗ ମିଳିବ, ପୂର୍ବରୁ କରିଥିବା କାମର ଲାଭ ପାଇବେ ଏବଂ ବନ୍ଧୁଙ୍କ ସହିତ ବାର୍ତ୍ତାଳାପରେ ସମୟ ବିତିବ। କର୍କଟ ରାଶିର ବ୍ୟକ୍ତିମାନେ ଜରୁରୀ ବିଷୟରେ ବରିଷ୍ଠଙ୍କ ପରାମର୍ଶ ନେବେ, ବେପାରୀଙ୍କୁ ଆୟର ନୂଆ ଉତ୍ସ ମିଳିବ ଏବଂ ଭୂସମ୍ପତ୍ତି କିଣିବାର ସମ୍ଭାବନା ରହିଛି। ସିଂହ ରାଶି ପାଇଁ କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ବିବାଦର ସମାଧାନ ହେବ, ବନ୍ଧୁଙ୍କ ସହ ସମ୍ପର୍କ ମଜଭୁତ ହେବ ଏବଂ ପାରିବାରିକ ଜୀବନ ସୁଖମୟ ହେବ। କନ୍ୟା ରାଶି ନୂଆ କାମ ଆରମ୍ଭ କରିପାରନ୍ତି, ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ ଏବଂ ଛାତ୍ରମାନେ ଲେଖାପଢ଼ାରେ ମନ ଦେବେ। ତୁଳା ରାଶିର କ୍ଷମତା ବୃଦ୍ଧି ଫଳରେ ଅନେକ କିଛି ହାସଲ କରିବେ, ଆର୍ଥିକ ସ୍ଥିତିରେ ଉନ୍ନତି ହେବ ଏବଂ ରାଜନୀତିରେ ସମ୍ମାନ ମିଳିପାରେ। ବିଛା ରାଶି ପାଇଁ ଅର୍ଥ ମାମଲାରେ ଲାଭ ମିଳିବ, ବୈଦେଶିକ ବେପାରରେ ବଡ଼ ଚୁକ୍ତି କରିବେ ଏବଂ ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ଧନୁ ରାଶି କିଛି ଲୋକଙ୍କ ସାହାଯ୍ୟରେ ନିଜର କାମ ପୂରା କରିବେ, ସମାଜରେ ମାନ ସମ୍ମାନ ପାଇବେ ଏବଂ ପାରିବାରିକ ଜୀବନ ଶାନ୍ତିମୟ ହେବ। ମକର ରାଶି ଭବିଷ୍ୟତକୁ ସୁଧାରିବା ଲାଗି ନୂଆ ପଦକ୍ଷେପ ନେବେ, ବନ୍ଧୁଙ୍କ ସହ ସାକ୍ଷାତ୍ ହୋଇପାରେ ଏବଂ ବୈବାହିକ ଜୀବନ ଖୁସି ଭରା ରହିବ। କୁମ୍ଭ ରାଶିର ଅଧୁରା କାମ ପୂରା ହେବ, ବେପାରରେ ଉଚିତ ଲାଭ ପାଇବେ, ପ୍ରେମ ପ୍ରସଙ୍ଗରେ ସବୁ ଭଲ ରହିବ ଏବଂ ଚାକିରିଆଙ୍କୁ ଖୁସି ଖବର ମିଳିବ। ମୀନ ରାଶିର ବ୍ୟକ୍ତିମାନଙ୍କୁ ନିଜ କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ, କଳା ଓ ସାହିତ୍ୟ କ୍ଷେତ୍ରରେ ସମ୍ମାନ ବଢ଼ିବ ଏବଂ ଦାମ୍ପତ୍ୟ ଜୀବନରେ ସୁଖ ବଢ଼ିବ।1
- ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ମଧ୍ୟ କେନ୍ଦରା ବାଦ୍ୟ ଗୀତର ପରମ୍ପରା ଦେଖିବାକୁ ମିଳୁଛି। ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଦୋଦର ଗ୍ରାମପଞ୍ଚାୟତ ଅଧୀନରେ ଥିବା ଗଏଲ ଗୁଡ଼ି ଗାଁରେ ଏହି ସାଂସ୍କୃତିକ ଧାରା ଏବେ ମଧ୍ୟ ସୁରକ୍ଷିତ ରହିଛି।1
- ସମସ୍ତ ଭକ୍ତମାନଙ୍କୁ କବୀର ପରମାତ୍ମାଙ୍କ ପ୍ରକଟ ଲୀଳା ନିଶ୍ଚୟ ଦେଖିବାକୁ ବିଶେଷ ଭାବରେ ଅନୁରୋଧ କରାଯାଇଛି। ଏହି ଖାସ୍ ପ୍ରସ୍ତୁତି ୨୦୨୬ ମସିହା ଜୁନ୍ ୨୭ ତାରିଖ ଶନିବାର ଦିନ ସନ୍ଧ୍ୟା ୦୭:୩୦ ସମୟରେ ପ୍ରସାରିତ ହେବ। ଏହି କାର୍ଯ୍ୟକ୍ରମ ସମସ୍ତ ସତଲୋକ ଆଶ୍ରମରେ ଉପଲବ୍ଧ ହେବ।1
- ବରଗଡ଼ ଜିଲ୍ଲା ପଦ୍ମପୁର–ପାଟଣାଗଡ଼ ରାସ୍ତାର ରଜାପଡ଼ା ଠାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଘର ଭିତରକୁ ପଶିଯିବା ଫଳରେ ଘରର ବ୍ୟାପକ କ୍ଷୟକ୍ଷତି ହେବା ସହ ଜଣେ ମହିଳା ସାମାନ୍ୟ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ରଜାପଡ଼ା ନିକଟରେ ଥିବା ସବିତା ତାଣ୍ଡିଙ୍କ ଘର ଭିତରକୁ ଟ୍ରକଟି ହଠାତ୍ ପଶିଯାଇଥିଲା। ଘଟଣା ସମୟରେ ସବିତା ତାଣ୍ଡି ଘରେ ଉପସ୍ଥିତ ଥିଲେ ଏବଂ ଟ୍ରକ ଧକ୍କାରେ ସେ ସାମାନ୍ୟ ଆହତ ହୋଇଥିଲେ। ତେବେ ତାଙ୍କର ଦୁଇ ପୁଅ ଅଳ୍ପକେ ରକ୍ଷା ପାଇଯାଇଥିବା ଜଣାପଡ଼ିଛି। ଏହି ଦୁର୍ଘଟଣାରେ ଘରର କାନ୍ଥ, ଆସବାବପତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ହୋଇ ବ୍ୟାପକ କ୍ଷତି ହୋଇଛି, ଯାହା ପରିବାର ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି। ଦୁର୍ଘଟଣା ପରେ ଟ୍ରକଟି ରାସ୍ତା ଉପରେ ପଡ଼ି ରହିବା ଯୋଗୁଁ ପଦ୍ମପୁର–ପାଟଣାଗଡ଼ ରାସ୍ତାରେ ଯାତାୟାତ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ପଦ୍ମପୁର ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ବାହିନୀ ଓ ପୋଲିସର ସହଯୋଗରେ ଟ୍ରକକୁ ରାସ୍ତା ଉପରୁ ହଟାଯିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ପଦ୍ମପୁର ପୋଲିସ ଏହି ଘଟଣାର କାରଣ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି। ଟ୍ରକ ଚାଳକଙ୍କ ଭୁଲ କିମ୍ବା ଅନ୍ୟ କୌଣସି କାରଣରୁ ଏହି ଦୁର୍ଘଟଣା ଘଟିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।4
- ତା.୨୬/୦୬/୨୬ ଗୁରୁବାର ଦିନ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ପାଲସଦା ପ୍ରାଥମିକ ବିଦ୍ୟାଳୟକୁ ଜିଲ୍ଲାପାଳ କୁଣାଲ ମୋତିରାମ ଚୱାଣ ଅଚାନକ ପରିଦର୍ଶନ କରିଥିଲେ। ଏହି ଅବସରରେ ଶ୍ରୀ ଚୱାଣ ବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା, ଉପସ୍ଥାନ, ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ, ପରିମଳ ବ୍ୟବସ୍ଥା ଏବଂ ବିଦ୍ୟାଳୟ ପରିବେଶର ସମୀକ୍ଷା କରିଥିଲେ। ପରିଦର୍ଶନ ସମୟରେ ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରି ସେମାନଙ୍କର ପାଠପଢ଼ା ଓ ସହ-ପାଠ୍ୟକ୍ରମ କାର୍ଯ୍ୟକଳାପ ସମ୍ପର୍କରେ ନିଜେ ଅବଗତ ହୋଇଥିଲେ। ସେ ଶିକ୍ଷକମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ, ନିୟମିତ ଉପସ୍ଥାନ ସୁନିଶ୍ଚିତ କରିବା ଏବଂ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ, ସେ ବିଦ୍ୟାଳୟର ଭିତ୍ତିଭୂମି ସୁବିଧା, ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟ ଓ ପରିଚ୍ଛନ୍ନତା ସମ୍ପର୍କରେ ମଧ୍ୟ ସମୀକ୍ଷା କରିଥିଲେ। ଶିକ୍ଷାର ମାନୋନ୍ନତି ସହ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଉତ୍ତମ ଶିକ୍ଷା ପରିବେଶ ସୃଷ୍ଟି କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ। ଏହି ପରିଦର୍ଶନ ସମୟରେ ବିଦ୍ୟାଳୟର ଶିକ୍ଷକ, ଅଭିଭାବକ, ବିଦ୍ୟାଳୟ ମ୍ୟାନେଜମେଣ୍ଟ କମିଟିର ସଭ୍ୟ ଏବଂ ସ୍ଥାନୀୟ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ।3
- ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଥିବା ଲୋକବନ୍ଧୁ ହସ୍ପିଟାଲର ଆଶା ଜ୍ୟୋତି କେନ୍ଦ୍ରର ଫଲ୍ସ ସିଲିଂରେ ଶୁକ୍ରବାର ଭୋରୁ ଏକ ସନ୍ଦିଗ୍ଧ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିଲା। ହସ୍ପିଟାଲ କର୍ମଚାରୀଙ୍କ ସତର୍କତା ଏବଂ ଅଗ୍ନିଶମ ବାହିନୀର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ସମୟ ପୂର୍ବରୁ ନିଆଁକୁ ଆୟତ୍ତ କରାଯାଇଥିଲା, ଫଳରେ ଏକ ବଡ଼ ଦୁର୍ଘଟଣା ଏଡ଼ାଯାଇପାରିଛି। ଏହି ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି କିମ୍ବା ଆହତ ହେବାର ଖବର ନାହିଁ। ହସ୍ପିଟାଲ କର୍ମଚାରୀମାନେ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଗ୍ନି ନିର୍ବାପକ ଯନ୍ତ୍ର ବ୍ୟବହାର କରି ନିଆଁକୁ ବ୍ୟାପିବାରୁ ରୋକିଥିଲେ ଏବଂ ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆଣିଥିଲେ। ଏହି ଘଟଣା ହସ୍ପିଟାଲଗୁଡ଼ିକରେ ଅଗ୍ନି ନିରାପତ୍ତା, ନିୟମିତ ଉପକରଣ ରକ୍ଷଣାବେକ୍ଷଣ ଏବଂ କର୍ମଚାରୀଙ୍କ ତାଲିମର ଗୁରୁତ୍ୱକୁ ପୁଣିଥରେ ପ୍ରକାଶ କରେ।1