ଆମ୍ ଆଦମୀ ପାର୍ଟି ପାଳନ କଲା ଅଗଷ୍ଟ କ୍ରାନ୍ତି ଦିବସ ଢେଙ୍କାନାଳ : ଆମ୍ ଆଦମୀ ପାର୍ଟି ପକ୍ଷରୁ ୮୨ ତମ ଅଗଷ୍ଟ କ୍ରାନ୍ତି ଦିବସ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ସଦର କାର୍ଯ୍ୟାଳୟ ଠାରେ ପାଳନ ହୋଇଯାଇଛି l ମହାତ୍ମା ଗାନ୍ଧୀ ଓ ଶହୀଦ ଭଗତ ସିଂ ଙ୍କ ଫଟୋରେ ମାଲ୍ୟାର୍ପଣ କରି କ୍ରାନ୍ତିକାରୀ ମାନଙ୍କର ସ୍ମୃତି ଚାରଣ କରିଥିଲେ l ଦଳର ସମସ୍ତ ବ୍ଲକ ଗୁଡ଼ିକରୁ କ୍ରାନ୍ତିକାରୀ ସଦସ୍ୟ ମାନେ ଯୋଗଦେଇଥିଲେ l ମୁଖ୍ୟ ଅତିଥିଭାବେ ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ ଯୋଗଦେଇ କହିଥିଲେ ଯେ ମହାତ୍ମା ଗାନ୍ଧୀ ଯେତେବେଳେ ଭାରତର ସ୍ୱାଧୀନତା ସଂଗ୍ରାମ ପାଇଁ ବିଭିନ୍ନ ପ୍ରାନ୍ତ ବୁଲିଲେ, ତାଙ୍କ ବେଶ ପୋଷାକ ଏବଂ ଭାଷଣ ଦେଖି ଲୋକମାନେ ତାଙ୍କ ଉପରେ ଭରଷା କରିନଥିଲେ ଏବଂ ଶୁଣିନଥିଲେ l ତାର କାରଣ ସେ ନିଜେ ଖୋଜି ବାହାର କରିଥିଲେ ଏବଂ ତାଙ୍କ ବାରିଷ୍ଟର ପୋଷାକ ବଦଳାଇ ଗରିବ ଭାରତୀୟ ଢାଞ୍ଚାର ଧୋତି ଚାଦର ପରିଧାନ କରିଥିଲେ l ତାଙ୍କର ବାରିଷ୍ଟରୀ ଭାଷା ମଧ୍ୟ ପରିବର୍ତ୍ତନ କରିଥିଲେ l ସେହିପରି ଆମ୍ ଆଦମୀ ପାର୍ଟି କ୍ରାନ୍ତିକାରୀ ମାନଙ୍କର ବେଶ ପୋଷାକ, ଚାଲିଚଳନ ଏବଂ ଭାଷାର ଶାଳୀନତା ରହିବା ଆବଶ୍ୟକ l ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା ଯୋଗଦେଇ କହିଥିଲେ ଭାରତକୁ ଇଂରେଜ ମାନଙ୍କ କବଳରୁ ମୁକ୍ତି ଦେବାପାଇଁ ଶହୀଦ ଭଗତ ସିଂ, ସୁଖଦେବ ଓ ରାଜଗୁରୁ ପ୍ରମୁଖ ଯେପରି ଭାରତର ଶିକ୍ଷା ସ୍ୱାସ୍ଥ୍ୟ ପାଇଁ ବଳିଦାନ ଦେଇଥିଲେ ସେହିପରି ଓଡ଼ିଶାର ଭୁଶୁଡି ପଡ଼ିଥିବା ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ଆମ୍ଭ ମାନଙ୍କୁ ବଳିଦାନ ଦେବାକୁ ପଡ଼ିବ l ପ୍ରତ୍ୟେକ ବ୍ଲକରେ ଦଳ ତରଫରୁ ନିଷ୍ଠାର ସହିତ କ୍ରାନ୍ତିକାରୀ ସଦସ୍ୟ ମାନେ ସମାଜରେ ଅବହେଳିତ ଗ୍ରାମ ଓ ବ୍ୟକ୍ତି ବିଶେଷଙ୍କର ସେବା କରିବା ଉଚିତ ଓ ଏକତ୍ରିତ ହୋଇ ସ୍ୱାଧୀନତା ଦିବସ ପାଳନ କରିବାପାଇଁ ସଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ ପ୍ରସ୍ତାବ ଦେଇଥିଲେ l ଆଜିର କ୍ରାନ୍ତି ଦିବସରେ କ୍ରାନ୍ତିକାରୀ ସଦସ୍ୟ ବିଜୟ ଦାସ ଢେଙ୍କାନାଳ ନଗର ଉପସଭାପତି ଦାୟୀତ୍ୱ ନେଇଥିବା ବେଳେ ମଧୁସୂଦନ ମଲିକ ଭୁବନ ବ୍ଲକ କାର୍ଯ୍ୟକାରୀ ସଭାପତି ଦାୟୀତ୍ୱ ନେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁବୋଧ ବେହେରା, ସମ୍ପାଦକ ଶେଷଦେବ ବେହେରା, ଉପସଭାପତି ଅନିଲ ସାମଲ, ନଗର ସଭାପତି ଦେବଶିଷ ନନ୍ଦ, ଗଁଦିଆ ବ୍ଲକ ସଭାପତି ରୋହିତ ବେହେରା, ପରଜଙ୍ଗରୁ ଶତ୍ରୁଘ୍ନ ଭୂୟାଁ, ଓଡାପଡ଼ାରୁ ପିତାମ୍ବର ଦାସ, କାମାକ୍ଷା ନଗରରୁ କାର୍ତ୍ତିକ ସାମଲ ଓ ସୁଧୀର ନାୟକ, ସଦର ବ୍ଲକରୁ ପ୍ରସନ୍ନ ବରାଳ, ଚିନ୍ତାମଣି ମହାନ୍ତି, ବିଜୁ ବିହାରୀ ପ୍ରମୁଖ ସ୍ମୃତି ଚାରଣ ସଭା ରେ ଭାଗ ନେଇଥିଲେ l ଶେଷରେ ସଦର ନିର୍ବାଚନ ମଣ୍ଡଳୀ ସଭାପତି ରତିରଞ୍ଜନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ l
ଆମ୍ ଆଦମୀ ପାର୍ଟି ପାଳନ କଲା ଅଗଷ୍ଟ କ୍ରାନ୍ତି ଦିବସ ଢେଙ୍କାନାଳ : ଆମ୍ ଆଦମୀ ପାର୍ଟି ପକ୍ଷରୁ ୮୨ ତମ ଅଗଷ୍ଟ କ୍ରାନ୍ତି ଦିବସ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ସଦର କାର୍ଯ୍ୟାଳୟ ଠାରେ ପାଳନ ହୋଇଯାଇଛି l ମହାତ୍ମା ଗାନ୍ଧୀ ଓ ଶହୀଦ ଭଗତ ସିଂ ଙ୍କ ଫଟୋରେ ମାଲ୍ୟାର୍ପଣ କରି କ୍ରାନ୍ତିକାରୀ ମାନଙ୍କର ସ୍ମୃତି ଚାରଣ କରିଥିଲେ l ଦଳର ସମସ୍ତ ବ୍ଲକ ଗୁଡ଼ିକରୁ କ୍ରାନ୍ତିକାରୀ ସଦସ୍ୟ ମାନେ ଯୋଗଦେଇଥିଲେ l ମୁଖ୍ୟ ଅତିଥିଭାବେ ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ ଯୋଗଦେଇ କହିଥିଲେ ଯେ ମହାତ୍ମା ଗାନ୍ଧୀ ଯେତେବେଳେ ଭାରତର ସ୍ୱାଧୀନତା ସଂଗ୍ରାମ ପାଇଁ ବିଭିନ୍ନ ପ୍ରାନ୍ତ ବୁଲିଲେ, ତାଙ୍କ ବେଶ ପୋଷାକ ଏବଂ ଭାଷଣ ଦେଖି ଲୋକମାନେ ତାଙ୍କ ଉପରେ ଭରଷା କରିନଥିଲେ ଏବଂ ଶୁଣିନଥିଲେ l ତାର କାରଣ ସେ ନିଜେ
ଖୋଜି ବାହାର କରିଥିଲେ ଏବଂ ତାଙ୍କ ବାରିଷ୍ଟର ପୋଷାକ ବଦଳାଇ ଗରିବ ଭାରତୀୟ ଢାଞ୍ଚାର ଧୋତି ଚାଦର ପରିଧାନ କରିଥିଲେ l ତାଙ୍କର ବାରିଷ୍ଟରୀ ଭାଷା ମଧ୍ୟ ପରିବର୍ତ୍ତନ କରିଥିଲେ l ସେହିପରି ଆମ୍ ଆଦମୀ ପାର୍ଟି କ୍ରାନ୍ତିକାରୀ ମାନଙ୍କର ବେଶ ପୋଷାକ, ଚାଲିଚଳନ ଏବଂ ଭାଷାର ଶାଳୀନତା ରହିବା ଆବଶ୍ୟକ l ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜିତେନ୍ଦ୍ର ବେହେରା ଯୋଗଦେଇ କହିଥିଲେ ଭାରତକୁ ଇଂରେଜ ମାନଙ୍କ କବଳରୁ ମୁକ୍ତି ଦେବାପାଇଁ ଶହୀଦ ଭଗତ ସିଂ, ସୁଖଦେବ ଓ ରାଜଗୁରୁ ପ୍ରମୁଖ ଯେପରି ଭାରତର ଶିକ୍ଷା ସ୍ୱାସ୍ଥ୍ୟ ପାଇଁ ବଳିଦାନ ଦେଇଥିଲେ ସେହିପରି ଓଡ଼ିଶାର ଭୁଶୁଡି ପଡ଼ିଥିବା ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ଆମ୍ଭ ମାନଙ୍କୁ ବଳିଦାନ ଦେବାକୁ ପଡ଼ିବ l ପ୍ରତ୍ୟେକ ବ୍ଲକରେ ଦଳ ତରଫରୁ ନିଷ୍ଠାର ସହିତ କ୍ରାନ୍ତିକାରୀ ସଦସ୍ୟ ମାନେ ସମାଜରେ ଅବହେଳିତ ଗ୍ରାମ ଓ ବ୍ୟକ୍ତି ବିଶେଷଙ୍କର ସେବା କରିବା ଉଚିତ ଓ
ଏକତ୍ରିତ ହୋଇ ସ୍ୱାଧୀନତା ଦିବସ ପାଳନ କରିବାପାଇଁ ସଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ ପ୍ରସ୍ତାବ ଦେଇଥିଲେ l ଆଜିର କ୍ରାନ୍ତି ଦିବସରେ କ୍ରାନ୍ତିକାରୀ ସଦସ୍ୟ ବିଜୟ ଦାସ ଢେଙ୍କାନାଳ ନଗର ଉପସଭାପତି ଦାୟୀତ୍ୱ ନେଇଥିବା ବେଳେ ମଧୁସୂଦନ ମଲିକ ଭୁବନ ବ୍ଲକ କାର୍ଯ୍ୟକାରୀ ସଭାପତି ଦାୟୀତ୍ୱ ନେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁବୋଧ ବେହେରା, ସମ୍ପାଦକ ଶେଷଦେବ ବେହେରା, ଉପସଭାପତି ଅନିଲ ସାମଲ, ନଗର ସଭାପତି ଦେବଶିଷ ନନ୍ଦ, ଗଁଦିଆ ବ୍ଲକ ସଭାପତି ରୋହିତ ବେହେରା, ପରଜଙ୍ଗରୁ ଶତ୍ରୁଘ୍ନ ଭୂୟାଁ, ଓଡାପଡ଼ାରୁ ପିତାମ୍ବର ଦାସ, କାମାକ୍ଷା ନଗରରୁ କାର୍ତ୍ତିକ ସାମଲ ଓ ସୁଧୀର ନାୟକ, ସଦର ବ୍ଲକରୁ ପ୍ରସନ୍ନ ବରାଳ, ଚିନ୍ତାମଣି ମହାନ୍ତି, ବିଜୁ ବିହାରୀ ପ୍ରମୁଖ ସ୍ମୃତି ଚାରଣ ସଭା ରେ ଭାଗ ନେଇଥିଲେ l ଶେଷରେ ସଦର ନିର୍ବାଚନ ମଣ୍ଡଳୀ ସଭାପତି ରତିରଞ୍ଜନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ l
- କଟକ ଗଡଗଡିଆ ରେ ବୋଟିଙ୍ଗି2
- Vote Chori Sardar Patel and Nehru issue1
- Post by Mangu Mallik1
- Jay Jagannath 🙏1
- ମୟୂରଭଞ୍ଜ ଜିଲ୍ଲା (ପୂର୍ବ) କଂଗ୍ରେସ କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳଙ୍କ ନେତୃତ୍ବରେ ଦଳ ପକ୍ଷରୁ ବାରିପଦାର ତକତପୁରଠାରେ ଥିବା ବିଜେପି ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ll1
- शिकार समझकर सामने लगे हिरण के पोस्टर पर मगरमच्छ टूट पड़ा। पूरी ताकत लगाने के बाद भी जब उसे समझ आया कि यह असली शिकार नहीं बल्कि सिर्फ एक पोस्टर है, तब तक देर हो चुकी थी। न शिकार मिला, न इज़्ज़त बची। इस मज़ेदार पल का वीडियो सोशल मीडिया पर तेजी से वायरल हो रहा है और लोग बेचारे मगरमच्छ के लिए हंसते-हंसते तरस भी खा रहे हैं। #ViralVideo #FunnyReels #Wildlife #Crocodile #PosterFail #FunnyMoment #InternetLaughs1
- ଏନୱାଲଡେ ମହା ଉତ୍ସବ. ପଧାନ ପାଟ ଦେବଗଡ଼1
- Post by User5115 Susanta Kumar Pattnaik1