logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

କେନ୍ଦୁଝର ସଦର ତହସିଲ ଅନ୍ତର୍ଗତ ପଳାଶପଙ୍ଗା ଠାରେ ଥିବା ଡାକବଙ୍ଗଳାଟି ଦୀର୍ଘ ବର୍ଷ ଧରି ରକ୍ଷଣାବେକ୍ଷଣ, ମରାମତି କିମ୍ବା କୌଣସି ଉନ୍ନତିକରଣ ଅଭାବରୁ ଜରାଜିର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଏହା କାଳକ୍ରମେ ଏକ ଭୂତକୋଠୀରେ ପରିଣତ ହୋଇସାରିଛି। ବହୁ ବର୍ଷ ପୂର୍ବେ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରାୟ ଏକ ଏକରରୁ ଉର୍ଦ୍ଧ୍ୱ ପରିମିତ ଅଞ୍ଚଳରେ ନିର୍ମାଣ ହୋଇଥିବା ଏହି ବଙ୍ଗଳାଟି ବିଭିନ୍ନ ସରକାରୀ ପଦସ୍ଥ ଅଧିକାରୀ, ରାଜନୈତିକ କାର୍ଯ୍ୟକର୍ତ୍ତା ତଥା ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ରାତ୍ରୀଯାପନ କିମ୍ବା ବିଶ୍ରାମ ପାଇଁ ବ୍ୟବହୃତ ହେଉଥିଲା। ବିସ୍ତୃତ ଅଞ୍ଚଳରେ ସବୁଜିମା ପରିବେଶ ମଧ୍ୟରେ ଏହାର ଶୋଭା ଦ୍ୱିଗୁଣିତ ହେଉଥିଲା। ତେବେ, ସରକାରୀ କଳର ଉଦାସୀନତା ହେତୁ ଆଜି ଏହି ବଙ୍ଗଳାଟି ଏପରି ଜରାଜିର୍ଣ୍ଣ ଅବସ୍ଥା ଭୋଗୁଛି। ବର୍ତ୍ତମାନ ଚତୁଃପାର୍ଶ୍ୱରେ ଲଟାବୁଦା ଘେରି ରହିଥିବାରୁ ଏହି ବଙ୍ଗଳାଟି ତାର ପୁରୁଣା ଅସ୍ତିତ୍ୱ ଖୋଜୁଛି। ତେଣୁ ସ୍ଥାନୀୟ ଅଞ୍ଚଳବାସୀ ତୁରନ୍ତ ଏହି ବଙ୍ଗଳାର ମରାମତି କରି ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି।

7 hrs ago
user_ଦୁର୍ଯ୍ୟୋଧନ ପାତ୍ର
ଦୁର୍ଯ୍ୟୋଧନ ପାତ୍ର
Building society କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
7 hrs ago
36931d0f-61aa-4ac3-8457-d6844697fbaf
01ede9cb-b834-43ed-aebb-6b992112fa00
e462ce37-3a08-4061-a914-e8279a1c4715

କେନ୍ଦୁଝର ସଦର ତହସିଲ ଅନ୍ତର୍ଗତ ପଳାଶପଙ୍ଗା ଠାରେ ଥିବା ଡାକବଙ୍ଗଳାଟି ଦୀର୍ଘ ବର୍ଷ ଧରି ରକ୍ଷଣାବେକ୍ଷଣ, ମରାମତି କିମ୍ବା କୌଣସି ଉନ୍ନତିକରଣ ଅଭାବରୁ ଜରାଜିର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଏହା କାଳକ୍ରମେ ଏକ ଭୂତକୋଠୀରେ ପରିଣତ ହୋଇସାରିଛି। ବହୁ ବର୍ଷ ପୂର୍ବେ ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରାୟ ଏକ ଏକରରୁ ଉର୍ଦ୍ଧ୍ୱ ପରିମିତ ଅଞ୍ଚଳରେ ନିର୍ମାଣ ହୋଇଥିବା ଏହି ବଙ୍ଗଳାଟି ବିଭିନ୍ନ ସରକାରୀ ପଦସ୍ଥ ଅଧିକାରୀ, ରାଜନୈତିକ କାର୍ଯ୍ୟକର୍ତ୍ତା ତଥା ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ରାତ୍ରୀଯାପନ କିମ୍ବା ବିଶ୍ରାମ ପାଇଁ ବ୍ୟବହୃତ ହେଉଥିଲା। ବିସ୍ତୃତ ଅଞ୍ଚଳରେ ସବୁଜିମା ପରିବେଶ ମଧ୍ୟରେ ଏହାର ଶୋଭା ଦ୍ୱିଗୁଣିତ ହେଉଥିଲା। ତେବେ, ସରକାରୀ କଳର ଉଦାସୀନତା ହେତୁ ଆଜି ଏହି ବଙ୍ଗଳାଟି ଏପରି ଜରାଜିର୍ଣ୍ଣ ଅବସ୍ଥା ଭୋଗୁଛି। ବର୍ତ୍ତମାନ ଚତୁଃପାର୍ଶ୍ୱରେ ଲଟାବୁଦା ଘେରି ରହିଥିବାରୁ ଏହି ବଙ୍ଗଳାଟି ତାର ପୁରୁଣା ଅସ୍ତିତ୍ୱ ଖୋଜୁଛି। ତେଣୁ ସ୍ଥାନୀୟ ଅଞ୍ଚଳବାସୀ ତୁରନ୍ତ ଏହି ବଙ୍ଗଳାର ମରାମତି କରି ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି।

More news from ଓଡ଼ିଶା and nearby areas
  • କେନ୍ଦୁଝର ସଦର ବ୍ଲକର ମୈଦାନକେଲ ଅଞ୍ଚଳରେ ବର୍ତ୍ତମାନ ହାତୀ ଆତଙ୍କ ଦେଖାଦେଇଛି। ଆଜି ଭୋର ସକାଳୁ ଏକ ଗୋଟିକିଆ ଦନ୍ତା ହାତୀ ଦେଓବନ୍ଧ ହୁଡ଼ି ଜଙ୍ଗଲରୁ ବାହାରି ମୈଦାନକେଲ ଗ୍ରାମରେ ପ୍ରବେଶ କରି ବ୍ୟାପକ କ୍ଷୟକ୍ଷତି କରିଥିବା ସୂଚନା ମିଳିଛି। ଦନ୍ତା ହାତୀଟି ପ୍ରଥମେ ମୈଦାନକେଲ ସ୍କୁଲର ପାଚେରୀକୁ ଭାଙ୍ଗି ଦେଇଥିଲା। ଏହାପରେ ଏହା ସାହି ଭିତରକୁ ପଶି ଜଣେ ଗ୍ରାମବାସୀଙ୍କ ଘର ମଧ୍ୟ ଭାଙ୍ଗିଥିବା ଜଣାପଡ଼ିଛି। ସୌଭାଗ୍ୟବଶତଃ, ଏହି ଘଟଣାରେ କୌଣସି ପ୍ରାଣହାନି ହୋଇନାହିଁ। ବର୍ତ୍ତମାନ ହାତୀଟି ଦେଓବନ୍ଧ ରାସ୍ତା ପାର୍ଶ୍ୱରେ ଥିବା ଜଙ୍ଗଲରେ ଆଶ୍ରୟ ନେଇଛି। ଏହି ଘଟଣାକୁ ନେଇ ଗ୍ରାମବାସୀମାନେ ଭୟଭୀତ ହୋଇପଡ଼ିଛନ୍ତି।
    1
    କେନ୍ଦୁଝର ସଦର ବ୍ଲକର ମୈଦାନକେଲ ଅଞ୍ଚଳରେ ବର୍ତ୍ତମାନ ହାତୀ ଆତଙ୍କ ଦେଖାଦେଇଛି। ଆଜି ଭୋର ସକାଳୁ ଏକ ଗୋଟିକିଆ ଦନ୍ତା ହାତୀ ଦେଓବନ୍ଧ ହୁଡ଼ି ଜଙ୍ଗଲରୁ ବାହାରି ମୈଦାନକେଲ ଗ୍ରାମରେ ପ୍ରବେଶ କରି ବ୍ୟାପକ କ୍ଷୟକ୍ଷତି କରିଥିବା ସୂଚନା ମିଳିଛି।

ଦନ୍ତା ହାତୀଟି ପ୍ରଥମେ ମୈଦାନକେଲ ସ୍କୁଲର ପାଚେରୀକୁ ଭାଙ୍ଗି ଦେଇଥିଲା। ଏହାପରେ ଏହା ସାହି ଭିତରକୁ ପଶି ଜଣେ ଗ୍ରାମବାସୀଙ୍କ ଘର ମଧ୍ୟ ଭାଙ୍ଗିଥିବା ଜଣାପଡ଼ିଛି। ସୌଭାଗ୍ୟବଶତଃ, ଏହି ଘଟଣାରେ କୌଣସି ପ୍ରାଣହାନି ହୋଇନାହିଁ।

ବର୍ତ୍ତମାନ ହାତୀଟି ଦେଓବନ୍ଧ ରାସ୍ତା ପାର୍ଶ୍ୱରେ ଥିବା ଜଙ୍ଗଲରେ ଆଶ୍ରୟ ନେଇଛି। ଏହି ଘଟଣାକୁ ନେଇ ଗ୍ରାମବାସୀମାନେ ଭୟଭୀତ ହୋଇପଡ଼ିଛନ୍ତି।
    user_ସମୀର ପାତ୍ର
    ସମୀର ପାତ୍ର
    କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
    18 hrs ago
  • ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ, ମହାପ୍ରଭୁଙ୍କ ପ୍ରିୟ ଅଧରପଣା ପାଇଁ ବ୍ୟବହୃତ ହେବାକୁ ଥିବା ଅଧର ହାଣ୍ଡି ତିଆରି କାମରେ କୁମ୍ଭକାରମାନେ ବ୍ୟସ୍ତ ହୋଇପଡ଼ିଛନ୍ତି। ବଡ଼ ଜାତ ପୂର୍ବରୁ କୁମ୍ଭାର ସାହିରେ ଏହାକୁ ନେଇ ଗହଳି ଚହଳି ଲାଗିରହିଛି। ମାଟିର ସୁଗନ୍ଧ ଓ ପାରମ୍ପରିକ କାରିଗରୀର ନିଖୁଣ ସ୍ପର୍ଶରେ ଶହ ଶହ ଅଧର ହାଣ୍ଡି ତିଆରି କରାଯାଉଛି। ମହାପ୍ରଭୁଙ୍କ ସେବାରେ ନିୟୋଜିତ ହେବାର ସୌଭାଗ୍ୟ ପାଇଁ କୁମ୍ଭାର ସାହିରେ ଏକ ଅପୂର୍ବ ଉତ୍ସାହ ଓ ଭକ୍ତିର ପରିବେଶ ଦେଖିବାକୁ ମିଳିଛି। ଭକ୍ତଙ୍କ ବିଶ୍ୱାସ ଯେ ମହାପ୍ରଭୁଙ୍କ ଅଧର ସ୍ପର୍ଶରେ ଏହି ହାଣ୍ଡି ଧନ୍ୟ ହେବ। ବଡ଼ ଠାକୁରଙ୍କ ସେବା ପାଇଁ ପ୍ରସ୍ତୁତ ହେଉଥିବା ପ୍ରତ୍ୟେକ ହାଣ୍ଡି ସହିତ ଓଡ଼ିଆ ଐତିହ୍ୟ, ପରମ୍ପରା ଓ ଆସ୍ଥା ଜଡ଼ିତ ରହିଛି। ବଡ଼ଦାଣ୍ଡରେ ରଥଯାତ୍ରାର ମାହୋଲ ବଢ଼ୁଥିବା ବେଳେ, କୁମ୍ଭାର ସାହିରେ ମଧ୍ୟ ଭକ୍ତି ଓ କର୍ମର ଏକ ଅନନ୍ୟ ସଙ୍ଗମ ପରିଲକ୍ଷିତ ହେଉଛି।
    1
    ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ, ମହାପ୍ରଭୁଙ୍କ ପ୍ରିୟ ଅଧରପଣା ପାଇଁ ବ୍ୟବହୃତ ହେବାକୁ ଥିବା ଅଧର ହାଣ୍ଡି ତିଆରି କାମରେ କୁମ୍ଭକାରମାନେ ବ୍ୟସ୍ତ ହୋଇପଡ଼ିଛନ୍ତି। ବଡ଼ ଜାତ ପୂର୍ବରୁ କୁମ୍ଭାର ସାହିରେ ଏହାକୁ ନେଇ ଗହଳି ଚହଳି ଲାଗିରହିଛି।

ମାଟିର ସୁଗନ୍ଧ ଓ ପାରମ୍ପରିକ କାରିଗରୀର ନିଖୁଣ ସ୍ପର୍ଶରେ ଶହ ଶହ ଅଧର ହାଣ୍ଡି ତିଆରି କରାଯାଉଛି। ମହାପ୍ରଭୁଙ୍କ ସେବାରେ ନିୟୋଜିତ ହେବାର ସୌଭାଗ୍ୟ ପାଇଁ କୁମ୍ଭାର ସାହିରେ ଏକ ଅପୂର୍ବ ଉତ୍ସାହ ଓ ଭକ୍ତିର ପରିବେଶ ଦେଖିବାକୁ ମିଳିଛି। ଭକ୍ତଙ୍କ ବିଶ୍ୱାସ ଯେ ମହାପ୍ରଭୁଙ୍କ ଅଧର ସ୍ପର୍ଶରେ ଏହି ହାଣ୍ଡି ଧନ୍ୟ ହେବ।

ବଡ଼ ଠାକୁରଙ୍କ ସେବା ପାଇଁ ପ୍ରସ୍ତୁତ ହେଉଥିବା ପ୍ରତ୍ୟେକ ହାଣ୍ଡି ସହିତ ଓଡ଼ିଆ ଐତିହ୍ୟ, ପରମ୍ପରା ଓ ଆସ୍ଥା ଜଡ଼ିତ ରହିଛି। ବଡ଼ଦାଣ୍ଡରେ ରଥଯାତ୍ରାର ମାହୋଲ ବଢ଼ୁଥିବା ବେଳେ, କୁମ୍ଭାର ସାହିରେ ମଧ୍ୟ ଭକ୍ତି ଓ କର୍ମର ଏକ ଅନନ୍ୟ ସଙ୍ଗମ ପରିଲକ୍ଷିତ ହେଉଛି।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    9 hrs ago
  • ବାଲି ମାଫିଆମାନେ ସରକାରଙ୍କୁ ଖୋଲା ଚାଲେଞ୍ଜ ଦେଇଛନ୍ତି। ସେମାନେ ଦିନ ଦୁଇ ପ୍ରହରେ ହଜାର ହଜାର ଟ୍ରିପ୍‌ ଖଣିଜ ସମ୍ପଦ ଲୁଟୁଛନ୍ତି। ଏତେ ସବୁ ଲୁଟ୍‌ ପରେ ମଧ୍ୟ ସେମାନଙ୍କର ମନ ଶାନ୍ତି ହେଉନାହିଁ, ଯେଉଁଥିପାଇଁ ବାଲି ମାଫିଆମାନେ ସରକାରଙ୍କ ଦ୍ୱାରା ଅନୁଦାନ ରାଶିରେ ନିର୍ମିତ ରାସ୍ତାଗୁଡ଼ିକୁ ନଷ୍ଟ କରିବାରେ ଲାଗିଛନ୍ତି।
    1
    ବାଲି ମାଫିଆମାନେ ସରକାରଙ୍କୁ ଖୋଲା ଚାଲେଞ୍ଜ ଦେଇଛନ୍ତି। ସେମାନେ ଦିନ ଦୁଇ ପ୍ରହରେ ହଜାର ହଜାର ଟ୍ରିପ୍‌ ଖଣିଜ ସମ୍ପଦ ଲୁଟୁଛନ୍ତି।

ଏତେ ସବୁ ଲୁଟ୍‌ ପରେ ମଧ୍ୟ ସେମାନଙ୍କର ମନ ଶାନ୍ତି ହେଉନାହିଁ, ଯେଉଁଥିପାଇଁ ବାଲି ମାଫିଆମାନେ ସରକାରଙ୍କ ଦ୍ୱାରା ଅନୁଦାନ ରାଶିରେ ନିର୍ମିତ ରାସ୍ତାଗୁଡ଼ିକୁ ନଷ୍ଟ କରିବାରେ ଲାଗିଛନ୍ତି।
    user_ଯାଜପୁର ବୁଲେଟିନ
    ଯାଜପୁର ବୁଲେଟିନ
    Photographer କୋରାଇ, ଯାଜପୁର, ଓଡ଼ିଶା•
    7 hrs ago
  • ଓଡ଼ିଶାର ଭୁବନେଶ୍ୱରରେ ଓଡ଼ିଆ ଅଭିନୟ ଜଗତରେ କାଷ୍ଟିଙ୍ଗ କାଉଚକୁ ନେଇ ଏକ ଭିଡ଼ିଓ ଭାଇରାଲ ହେଉଛି। ଏହି ଭିଡ଼ିଓକୁ ନେଇ ପ୍ରଶ୍ନ ଉଠିଛି ଯେ ଏହା ସତ ନା ମିଛ।
    1
    ଓଡ଼ିଶାର ଭୁବନେଶ୍ୱରରେ ଓଡ଼ିଆ ଅଭିନୟ ଜଗତରେ କାଷ୍ଟିଙ୍ଗ କାଉଚକୁ ନେଇ ଏକ ଭିଡ଼ିଓ ଭାଇରାଲ ହେଉଛି। ଏହି ଭିଡ଼ିଓକୁ ନେଇ ପ୍ରଶ୍ନ ଉଠିଛି ଯେ ଏହା ସତ ନା ମିଛ।
    user_Nanda Kishor Naik
    Nanda Kishor Naik
    ଭୁବନ, ଢେଙ୍କାନାଳ, ଓଡ଼ିଶା•
    14 hrs ago
  • ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଯାଜପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (SIR) ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ, ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଜିଲ୍ଲାବାସୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପ୍ରଦାନ କରିଛନ୍ତି।
    1
    ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଯାଜପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (SIR) ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ, ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଜିଲ୍ଲାବାସୀଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ପ୍ରଦାନ କରିଛନ୍ତି।
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    20 hrs ago
  • ମୟୁରଭଞ୍ଜ ଜିଲ୍ଲାର ଉଦଳା ମୁଖ୍ୟ ଚିକିତ୍ସାଳୟରେ ପୁଣିଥରେ ଚରମ ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିଛି। ଅଭିଯୋଗ ଅନୁଯାୟୀ, ଦୀର୍ଘ ସମୟ ଧରି ଚିକିତ୍ସାଳୟ ପରିସର ଅନ୍ଧାରରେ ବୁଡ଼ି ରହିଥିଲା, ଯାହା ଫଳରେ ରୋଗୀ ଓ ସେମାନଙ୍କ ପରିବାର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏଭଳି ଏକ ଜରୁରୀ ସ୍ୱାସ୍ଥ୍ୟସେବା କେନ୍ଦ୍ରରେ କାହିଁକି ଏପରି ପରିସ୍ଥିତି ସୃଷ୍ଟି ହେଲା, ବିଦ୍ୟୁତ ବିଭ୍ରାଟ ସମୟରେ ବିକଳ୍ପ ବ୍ୟବସ୍ଥା କେଉଁଠି ଥିଲା ଏବଂ ରୋଗୀଙ୍କ ସୁରକ୍ଷା ପ୍ରତି କିଏ ଦାୟୀ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୂର୍ବରୁ ମଧ୍ୟ ଏଭଳି ଅଭିଯୋଗ ଆସିଥିଲା, ଯାହାକୁ କର୍ତ୍ତୃପକ୍ଷ ଖଣ୍ଡନ କରିଥିଲେ। କିନ୍ତୁ ପୁଣି ଥରେ ସମାନ ଦୃଶ୍ୟ ଦେଖାଯିବା ପରେ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସ୍ୱାସ୍ଥ୍ୟସେବାରେ ଏପରି ଅବହେଳା କେତେଦୂର ଗ୍ରହଣୀୟ, ସେ ନେଇ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠିଛି।
    1
    ମୟୁରଭଞ୍ଜ ଜିଲ୍ଲାର ଉଦଳା ମୁଖ୍ୟ ଚିକିତ୍ସାଳୟରେ ପୁଣିଥରେ ଚରମ ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିଛି। ଅଭିଯୋଗ ଅନୁଯାୟୀ, ଦୀର୍ଘ ସମୟ ଧରି ଚିକିତ୍ସାଳୟ ପରିସର ଅନ୍ଧାରରେ ବୁଡ଼ି ରହିଥିଲା, ଯାହା ଫଳରେ ରୋଗୀ ଓ ସେମାନଙ୍କ ପରିବାର ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଏଭଳି ଏକ ଜରୁରୀ ସ୍ୱାସ୍ଥ୍ୟସେବା କେନ୍ଦ୍ରରେ କାହିଁକି ଏପରି ପରିସ୍ଥିତି ସୃଷ୍ଟି ହେଲା, ବିଦ୍ୟୁତ ବିଭ୍ରାଟ ସମୟରେ ବିକଳ୍ପ ବ୍ୟବସ୍ଥା କେଉଁଠି ଥିଲା ଏବଂ ରୋଗୀଙ୍କ ସୁରକ୍ଷା ପ୍ରତି କିଏ ଦାୟୀ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୂର୍ବରୁ ମଧ୍ୟ ଏଭଳି ଅଭିଯୋଗ ଆସିଥିଲା, ଯାହାକୁ କର୍ତ୍ତୃପକ୍ଷ ଖଣ୍ଡନ କରିଥିଲେ। କିନ୍ତୁ ପୁଣି ଥରେ ସମାନ ଦୃଶ୍ୟ ଦେଖାଯିବା ପରେ ସାଧାରଣରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ସ୍ୱାସ୍ଥ୍ୟସେବାରେ ଏପରି ଅବହେଳା କେତେଦୂର ଗ୍ରହଣୀୟ, ସେ ନେଇ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠିଛି।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    9 hrs ago
  • SIR କ'ଣ, ଏହା କାହିଁକି କରାଯାଉଛି ଏବଂ ଏହା କିପରି କାର୍ଯ୍ୟକାରୀ ହେବ, ସେନେଇ ପ୍ରଶ୍ନ ଉଠାଯାଉଛି। ଏହି ପ୍ରସଙ୍ଗରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ମତାମତ କ'ଣ ରହିଛି ତାହା ଜାଣିବାକୁ ମଧ୍ୟ ଆଗ୍ରହ ପ୍ରକାଶ ପାଇଛି।
    1
    SIR କ'ଣ, ଏହା କାହିଁକି କରାଯାଉଛି ଏବଂ ଏହା କିପରି କାର୍ଯ୍ୟକାରୀ ହେବ, ସେନେଇ ପ୍ରଶ୍ନ ଉଠାଯାଉଛି। ଏହି ପ୍ରସଙ୍ଗରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ ମତାମତ କ'ଣ ରହିଛି ତାହା ଜାଣିବାକୁ ମଧ୍ୟ ଆଗ୍ରହ ପ୍ରକାଶ ପାଇଛି।
    user_Khabar
    Khabar
    Farmer ବାରିପଦା (ଏମ୍), ମୟୂରଭଞ୍ଜ, ଓଡ଼ିଶା•
    5 hrs ago
  • ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହର ସ୍ଥିତ ଶୁଭମ ଗୁରୁକୁଳ ମଧୁବନରେ ଅନୁଷ୍ଠିତ ବିଦାୟକାଳୀନ ସଭା ଅତ୍ୟନ୍ତ ଚିତାକର୍ଷକ ଥିଲା।
    1
    ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହର ସ୍ଥିତ ଶୁଭମ ଗୁରୁକୁଳ ମଧୁବନରେ ଅନୁଷ୍ଠିତ ବିଦାୟକାଳୀନ ସଭା ଅତ୍ୟନ୍ତ ଚିତାକର୍ଷକ ଥିଲା।
    user_MN.NEWS ODIA
    MN.NEWS ODIA
    Teacher ବାରିପଦା ଟାଉନ୍, ମୟୂରଭଞ୍ଜ, ଓଡ଼ିଶା•
    19 hrs ago
  • କେନ୍ଦୁଝର ଜିଲ୍ଲାର ବଡ଼ବିଲ ଅଞ୍ଚଳରେ ଥିବା ଟଣ୍ଟୋ ଓ ଝାଡ଼ଗାଁ ଗ୍ରାମରେ ଅଦିନିଆ ବର୍ଷା ଯୋଗୁଁ ଗୁରୁତର ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଜଳ ନିଷ୍କାସନରେ ବାଧା ଯୋଗୁଁ ଅନେକ ଆଦିବାସୀ ପରିବାରଙ୍କ ଘର ଏବଂ ଆଖପାଖ ଅଞ୍ଚଳ ପାଣିରେ ବୁଡ଼ି ରହିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, କିଛି ଶିଳ୍ପ ସଂସ୍ଥାରୁ ବାହାରୁଥିବା କଳା ପାଉଁଶକୁ ସ୍ଥାନୀୟ ଜମିରେ ପକାଯାଉଛି। ଏହି କାରଣରୁ ପ୍ରାକୃତିକ ନାଳ ଏବଂ ଡ୍ରେନଗୁଡ଼ିକ ପୋତି ହୋଇଯାଇଛି, ଯାହା ବର୍ଷାଜଳକୁ ସ୍ୱାଭାବିକ ଭାବେ ନିଷ୍କାସିତ ହେବାକୁ ଦେଉନାହିଁ ଏବଂ ଗ୍ରାମର ବିଭିନ୍ନ ସ୍ଥାନରେ ପାଣି ଜମି ରହୁଛି। ବିଶେଷ କରି କଞ୍ଚା ମାଟିରେ ନିର୍ମିତ ଘରଗୁଡ଼ିକ ଦୀର୍ଘ ସମୟ ଧରି ପାଣିରେ ଘେରି ରହିଥିବାରୁ ଭୁଶୁଡ଼ି ପଡ଼ିବାର ଆଶଙ୍କା ବଢ଼ିଯାଇଛି। ଏହି ପରିସ୍ଥିତିରେ ଗରିବ ଆଦିବାସୀ ପରିବାରମାନେ ଭୟ ଓ ଅନିଶ୍ଚିତତା ମଧ୍ୟରେ ଦିନ କାଟୁଛନ୍ତି। ସ୍ଥାନୀୟ ଲୋକମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରିବା, ବନ୍ଦ ହୋଇଥିବା ଡ୍ରେନ ଓ ନାଳଗୁଡ଼ିକୁ ସଫା କରିବା ଏବଂ ଏକ ସ୍ଥାୟୀ ସମାଧାନ କରିବାକୁ ଦାବି କରିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ, ଯଦି ସମୟ ଥାଉ ଥାଉ ପଦକ୍ଷେପ ନିଆନଯାଏ, ତେବେ ଆଗାମୀ ବର୍ଷା ଦିନରେ ଅନେକ ପରିବାର ଘରହୀନ ହେବା ସହ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇପାରନ୍ତି। ସ୍ଥାନୀୟ ପ୍ରଶାସନ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଦୃଷ୍ଟି ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।
    1
    କେନ୍ଦୁଝର ଜିଲ୍ଲାର ବଡ଼ବିଲ ଅଞ୍ଚଳରେ ଥିବା ଟଣ୍ଟୋ ଓ ଝାଡ଼ଗାଁ ଗ୍ରାମରେ ଅଦିନିଆ ବର୍ଷା ଯୋଗୁଁ ଗୁରୁତର ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷା ଜଳ ନିଷ୍କାସନରେ ବାଧା ଯୋଗୁଁ ଅନେକ ଆଦିବାସୀ ପରିବାରଙ୍କ ଘର ଏବଂ ଆଖପାଖ ଅଞ୍ଚଳ ପାଣିରେ ବୁଡ଼ି ରହିଛି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, କିଛି ଶିଳ୍ପ ସଂସ୍ଥାରୁ ବାହାରୁଥିବା କଳା ପାଉଁଶକୁ ସ୍ଥାନୀୟ ଜମିରେ ପକାଯାଉଛି। ଏହି କାରଣରୁ ପ୍ରାକୃତିକ ନାଳ ଏବଂ ଡ୍ରେନଗୁଡ଼ିକ ପୋତି ହୋଇଯାଇଛି, ଯାହା ବର୍ଷାଜଳକୁ ସ୍ୱାଭାବିକ ଭାବେ ନିଷ୍କାସିତ ହେବାକୁ ଦେଉନାହିଁ ଏବଂ ଗ୍ରାମର ବିଭିନ୍ନ ସ୍ଥାନରେ ପାଣି ଜମି ରହୁଛି।

ବିଶେଷ କରି କଞ୍ଚା ମାଟିରେ ନିର୍ମିତ ଘରଗୁଡ଼ିକ ଦୀର୍ଘ ସମୟ ଧରି ପାଣିରେ ଘେରି ରହିଥିବାରୁ ଭୁଶୁଡ଼ି ପଡ଼ିବାର ଆଶଙ୍କା ବଢ଼ିଯାଇଛି। ଏହି ପରିସ୍ଥିତିରେ ଗରିବ ଆଦିବାସୀ ପରିବାରମାନେ ଭୟ ଓ ଅନିଶ୍ଚିତତା ମଧ୍ୟରେ ଦିନ କାଟୁଛନ୍ତି।

ସ୍ଥାନୀୟ ଲୋକମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରିବା, ବନ୍ଦ ହୋଇଥିବା ଡ୍ରେନ ଓ ନାଳଗୁଡ଼ିକୁ ସଫା କରିବା ଏବଂ ଏକ ସ୍ଥାୟୀ ସମାଧାନ କରିବାକୁ ଦାବି କରିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁସାରେ, ଯଦି ସମୟ ଥାଉ ଥାଉ ପଦକ୍ଷେପ ନିଆନଯାଏ, ତେବେ ଆଗାମୀ ବର୍ଷା ଦିନରେ ଅନେକ ପରିବାର ଘରହୀନ ହେବା ସହ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇପାରନ୍ତି। ସ୍ଥାନୀୟ ପ୍ରଶାସନ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଦୃଷ୍ଟି ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।
    user_Sitaram dikhit
    Sitaram dikhit
    Court reporter Chandiposh, Sundargarh•
    9 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.