Shuru
Apke Nagar Ki App…
ଭଞ୍ଜନଗର : ଜଗନ୍ନାଥପ୍ରସାଦ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଇଂରାଜୀ ଅଧ୍ୟାପକଙ୍କ ବିରୁଧ ରେ ଅଭିଯୋଗ ଆଣି ଉପଜିଲାପାଳ ଙ୍କ କାର୍ଯ୍ୟାଳୟରେ ପଂହଁଚିଲେ ଛାତ୍ର ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର +୨ ର ଛାତ୍ର ମାନେ ଅତିଥି ଶିକ୍ଷକ ଭାବେ ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକଙ୍କୁ ନରଖିବା ପାଇଁ ଭଂଜନଗର ଉପଜିଲାପାଳ ଙ୍କ କାର୍ଯ୍ୟାଳୟରେ ପଂହଁଚି ସହକାରୀ ଜିଲାପାଳ ଚନ୍ଦ୍ରଗିରି ଗାୟତ୍ରୀ ଙ୍କୁ ଅଭିଯୋଗ ପ୍ରଦାନ କରିଛନ୍ତି । ସେମାନଙ୍କ ଅଭିଯୋଗ ହେଲା ଅବସର ନେଇଥିବା ଇଂରାଜୀ ଅଧ୍ୟାପାକ ସୁନିର କାନ୍ତ ମିଶ୍ର ଙ୍କୁ ପୁଣି ଅତିଥି ଅଧ୍ୟାପକ ଭାବେ ରଖିବାକୁ ବିରୋଧ କରିଛନ୍ତି । ସେ ଜଗନ୍ନଥପ୍ରସାଦ ନିକଟ ଜିରାବାଡ଼ି ଗାଁ ରେ କୋଚିଂ ସେଣ୍ଟର କରି ସେଠାରେ ପାଠ ପଢିବାକୁ ବାଧ୍ୟ କରୁଛନ୍ତି । ସେଠି ନପଢିଲେ ପିଲାଙ୍କୁ ମାନସିକ ଚାପ ଦେଉଛନ୍ତି । ମାର୍କ କାଟିବାକୁ ଧମକ ଦେଉଥିବା ଛାତ୍ର ମାନେ ଅଭିଯୋଗ କରିଛନ୍ତି ।
Pitabas dash
ଭଞ୍ଜନଗର : ଜଗନ୍ନାଥପ୍ରସାଦ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଇଂରାଜୀ ଅଧ୍ୟାପକଙ୍କ ବିରୁଧ ରେ ଅଭିଯୋଗ ଆଣି ଉପଜିଲାପାଳ ଙ୍କ କାର୍ଯ୍ୟାଳୟରେ ପଂହଁଚିଲେ ଛାତ୍ର ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର +୨ ର ଛାତ୍ର ମାନେ ଅତିଥି ଶିକ୍ଷକ ଭାବେ ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକଙ୍କୁ ନରଖିବା ପାଇଁ ଭଂଜନଗର ଉପଜିଲାପାଳ ଙ୍କ କାର୍ଯ୍ୟାଳୟରେ ପଂହଁଚି ସହକାରୀ ଜିଲାପାଳ ଚନ୍ଦ୍ରଗିରି ଗାୟତ୍ରୀ ଙ୍କୁ ଅଭିଯୋଗ ପ୍ରଦାନ କରିଛନ୍ତି । ସେମାନଙ୍କ ଅଭିଯୋଗ ହେଲା ଅବସର ନେଇଥିବା ଇଂରାଜୀ ଅଧ୍ୟାପାକ ସୁନିର କାନ୍ତ ମିଶ୍ର ଙ୍କୁ ପୁଣି ଅତିଥି ଅଧ୍ୟାପକ ଭାବେ ରଖିବାକୁ ବିରୋଧ କରିଛନ୍ତି । ସେ ଜଗନ୍ନଥପ୍ରସାଦ ନିକଟ ଜିରାବାଡ଼ି ଗାଁ ରେ କୋଚିଂ ସେଣ୍ଟର କରି ସେଠାରେ ପାଠ ପଢିବାକୁ ବାଧ୍ୟ କରୁଛନ୍ତି । ସେଠି ନପଢିଲେ ପିଲାଙ୍କୁ ମାନସିକ ଚାପ ଦେଉଛନ୍ତି । ମାର୍କ କାଟିବାକୁ ଧମକ ଦେଉଥିବା ଛାତ୍ର ମାନେ ଅଭିଯୋଗ କରିଛନ୍ତି ।
More news from ଓଡ଼ିଶା and nearby areas
- ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଅଲିଗଣ୍ଡା ଗ୍ରାମରେ ଗୋଟିଏ ଚୋରି ମାମଲାରେ ଅଭିଯୁକ୍ତ ଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି ମୋହନା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ବିଚାରପତି ବିକାଶ କିରଣ ମିଶ୍ର l ଗତ 2025 ମେ ମାସ 2 ତାରିଖ ରାତିରେ ଅlଲିଗଣ୍ଡା ଗ୍ରାମର ରୁପିନା ନାୟକଙ୍କ ଦୋକାନ ଘର ଭିତରେ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା l ଲିଖିତ ଅଭିଯୋଗ କୁ ଭିତ୍ତି କରି ପୁଲିସ ତଦନ୍ତ କରିବା ସହ ଦଫା ବିଏନସ 331(4), 305, 3(5) ମାମଲା ରୁଜୁ କରି ଆସାମୀ ସେହି ଗ୍ରାମର ଅଜୟ ସଭାପତି ଙ୍କୁ ଉକ୍ତ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା l ଅଜୟ ସର୍ତ୍ତ ମୂଳକ ଜାମିନ ରେ ଆସିଥିଲେ l ତେବେ ଉକ୍ତ ମାମଲା ର ବିଚାରଣ ମୋହନା କୋର୍ଟ ରେ ଜlରି ରହିଥିଲା l ଅଭିଯୁକ୍ତ ଙ୍କ ପକ୍ଷରୁ ଆଇନଜୀବୀ ବିଳାସ ନାୟକ ମାମଲା ପରିଚାଳନା କରୁଥିଲେ l1
- ଆଜିଏ ଖବର ସାରା ଦୁନିଅର ଜନଟୁ ଏବଂ ଅନ୍ୟମାନଙ୍କୁ ସେୟାର କରନ୍ତୁ1
- ଉପାନ୍ତ ପ୍ରହରୀଙ୍କ ଦ୍ୱାରା ଉନ୍ମୋଚନ ହେଲା ସମାଜସେବୀ ଲେଖକ ଶ୍ରୀ ଲାଜର ଲିମାଙ୍କ ରଚିତ ‘କଥାମ୍ବୃତ’ ପୁସ୍ତିକା *ଉପାନ୍ତ ପ୍ରହରୀଙ୍କ ଦ୍ୱାରା କଥାମୃତ’ ପୁସ୍ତିକା ଉନ୍ମୋଚନ *। ପାରଳାଖେମୁଣ୍ଡି ୩୧/୦୭ ସମାଜସେବୀ ଲେଖକ ଶ୍ରୀ ଲାଜର ଲିମାଙ୍କ ରଚିତ ‘କଥାମ୍ବୃତ’ ପୁସ୍ତିକା ଆଜି ଗଜପତି ଜିଲ୍ଲାର ଉପାନ୍ତ ପ୍ରହରୀ ଶ୍ରୀ ପୁର୍ଣ୍ଣ ଚନ୍ଦ୍ର ମହାପାତ୍ର(ଓ.ଏ.ଏସ)(୧) ଅବସର ପ୍ରାପ୍ତ ତହସିଲ୍ ଦାର୍ ,ବରିଷ୍ଠ ସମାଜସେବୀ ଓ ଇତିହାସ ଲେଖକଙ୍କ କର କମଳରେ ଉନ୍ମୋଚିତ ହୋଇ ଯାଇଛି। ଏହି କାର୍ଯ୍ୟ କ୍ରମରେ ରାଷ୍ଟ୍ରପତି ପୁରସ୍କୃତ ଶିକ୍ଷାବିତ୍ ଶ୍ରୀମତି ଆଶାଲତା ପାଣିଗ୍ରାହୀ, ବରିଷ୍ଠ ଶିକ୍ଷାବିତ୍ ଶ୍ରୀ ବିଚିତ୍ରl ନନ୍ଦ ବେବର୍ତ୍ତା , ଶିକ୍ଷାବିତ୍ ଶ୍ରୀ ପ୍ରମୋଦ ଚନ୍ଦ୍ର ପାଢି,ଶିକ୍ଷାବିତ୍ ଶ୍ରୀ ବିନୋଦ ଚନ୍ଦ୍ର ଜେନାଙ୍କ ଉପସ୍ଥିତରେ ଉନ୍ମୋଚନ କରାଯାଇଥିଲା ଏହି ଅବସରରେ ଶ୍ରୀ ମହାପାତ୍ର କହିଥିଲେ ଯେ, ପୁସ୍ତିକାରେ ସ୍ଥାନ ପାଇଥିବା ବିଷୟବସ୍ତୁ ଆଜିର ଯୁବପିଢ଼ୀଙ୍କୁ ସଠିକ୍ ଜୀବନଦର୍ଶନ ପ୍ରଦାନ କରିବା ସହ ଶୃଙ୍ଖଳିତ, ସଂସ୍କାରୀ ଓ ନୈତିକ ମୂଲ୍ୟବୋଧସମ୍ପନ୍ନ ଜୀବନଯାପନ ପାଇଁ ପ୍ରେରଣା ଦେବ । ଏହା ଏକ ଆଦର୍ଶ ପରିବାର ଓ ସୁସ୍ଥ ସମାଜ ଗଠନରେ ମଧ୍ୟ ସହାୟକ ହେବ ବୋଲି ସେ ମତ ପ୍ରକାଶ କରିଥିଲେ। ସେ ଆହୁରି କହିଥିଲେ ଯେ, ‘କଥାମ୍ବୃତ’ ପରି ପ୍ରେରଣାଦାୟକ ପୁସ୍ତିକାର ବ୍ୟାପକ ପ୍ରଚାର ଓ ପ୍ରସାର ହେଲେ ଆଗାମୀ ଯୁବପିଢ଼ୀ ଏକ ଆଦର୍ଶ, ଶୃଙ୍ଖଳିତ ଓ ଦାୟିତ୍ୱବାନ ସମାଜ ଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରିବେ। ଲେଖକ ଶ୍ରୀ ଲାଜର ଲିମାଙ୍କ ଏହି ସାମାଜିକ ଓ ସାହିତ୍ୟିକ ପ୍ରୟାସକୁ ସେଡ ଉଚ୍ଚ ପ୍ରଶଂସା କରିବା ସହ ଭବିଷ୍ୟତରେ ମଧ୍ୟ ଏଭଳି ମୂଲ୍ୟବୋଧଭିତ୍ତିକ ପୁସ୍ତକ ରଚନା କରି ସମାଜକୁ ସଠିକ୍ ଦିଗଦର୍ଶନ ଦେବାକୁ ଉତ୍ସାହିତ କରିଥିଲେ। ଉପସ୍ଥିତ ବୁଦ୍ଧିଜୀବୀ ଓ ଅତିଥିମାନେ ମଧ୍ୟ ପୁସ୍ତିକାଟି ଯୁବସମାଜ ପାଇ ପଥପ୍ରଦର୍ଶକରେ ସାବ୍ୟସ୍ତ ହେବ ବୋଲି ଆଶା ପ୍ରକାଶ କରିଥିଲେ।1
- ଲୋକଙ୍କ ସରକାର ଓଡ଼ିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି, କନ୍ଧମାଳ ଜିଲ୍ଲା ପାଇକ, ଖଣ୍ଡାୟତ କୁଳ ସମାଜ l ବାଲିଗୁଡା - ଓଡ଼ିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଐତିହାସିକ ପଦକ୍ଷେପ କୁ ସ୍ୱାଗତ ଜଣାଇ ଧନ୍ୟବାଦ୍ ଅର୍ପଣ କରିଛନ୍ତି କନ୍ଧମାଳ ଜିଲ୍ଲା ପାଇକ ଖଣ୍ଡାୟତ କୁଳ ସମାଜ l ଫୁଲବାଣୀ ସ୍ଥିତ ସରକାରୀ ଭେଷଜ ମହାବିଦ୍ୟାଳୟ କୁ କନ୍ଧମାଳ ଜିଲ୍ଲାର ମହାନ୍ ସନ୍ଥ ତଥା ସ୍ୱାଧୀନତା ସଂଗ୍ରାମୀ ବେଦାନ୍ତ କେଶରୀ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ନାମିତ କରିବା ନିଷ୍ପତ୍ତି କୁ ନେଇ ବହୁ ଖୁସି ପ୍ରକଟ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଧନ୍ୟବାଦ୍ ଜଣାଉଛନ୍ତି, ଆଦିବାସୀ ଜନଜାତି ଙ୍କ ଦରଦୀ ବନ୍ଧୁ, ଜନଜାତି ଙ୍କ ଶିକ୍ଷା ସ୍ୱାସ୍ଥ୍ୟ କୃଷି ଓ ସଂସ୍କୃତି ପାଇଁ ସାରା ଜୀବନ ଉତ୍ସର୍ଗ କରି ନିଜ ପ୍ରାଣବଳୀ ଦେଇଥିବା ଏହି ମହାନ ସାଧୁ ଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟ ରେ ଏହି ଯୁଗାନ୍ତକାରୀ ପଦକ୍ଷେପ ସହ ଜଲେଶପଟ୍ଟା ସଂସ୍କୃତି କନ୍ୟାଶ୍ରମ ର ଉନ୍ନତି ପାଇଁ ତେର କୋଟି ରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରିଛନ୍ତି, ଏହାକୁ ନେଇ କନ୍ଧମକ ରେ ସବୁ ସ୍ତରରେ ସ୍ୱାଗତ କରାଯାଇଛି,4
- Post by Nilakantha Kumar1
- ମହେନ୍ଦ୍ରଗିରି ଶିଖର ରେ ୧୫୦ଟି ଦେଶୀ ପ୍ରଜାତି ର ଚାରା ରୂପଣ ଗଜପତି ଜିଲ୍ଲା ରାୟଗଡ ବ୍ଲକ ର ମହେନ୍ଦ୍ରଗିରି ପାହାଡ଼ ଶିଖରରେ ୧୫୦ଟି ଦେଶୀ ପ୍ରଜାତିର ଚାରା ଅଶୋକ ୫୦ଟି ଏବଂ ଜାମୁ ୧୦୦ଟି ଚାରା ରୋପଣ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଛି। ଏହି କାର୍ଯ୍ୟକ୍ରମରେ ରାମଗିରି ରେଞ୍ଜର ପିୟସ ପଟନାୟକ ଜିରାଙ୍ଗ ବନପାଳ ଅନ୍ତର୍ଗତ ସମସ୍ତ ବନପାଳ, ବନରକ୍ଷୀ , ଲକ୍ଷ୍ମୀ ବାବା, ସମାଜ ସେବୀ, ମହେନ୍ଦ୍ରଗିରି ଇଡିସି ସଭାପତି ଓ କୋଷାଧ୍ୟକ୍ଷ, ସ୍ଥାନୀୟ ସରପଞ୍ଚ, କଇଁପୁର ଏବଂ ବନ ବିଭାଗର ସ୍କ୍ୱାଡ, କର୍ମଚାରୀ ତଥା ସ୍ଥାନୀୟ। ଜନ ସାଧାରଣ ମାନେ ଉପସ୍ଥିତ ଥିଲେ।1
- ହରଚଣ୍ଡୀ ସାହି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୦ତମ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ। ପୁରୀ: ଆଜି ସ୍ଥାନୀୟ ହରଚଣ୍ଡୀ ସାହି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୦ତମ ଜ୍ଞାନ ବିଜ୍ଞାନ ମେଳା ପ୍ରାତଃ ୯ ଘଟିକା ସମୟରୋ ଅନୁଷ୍ଠିତ ହୋଇଯାଇଛି। ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂ ଚାଳିତ ମହାବିଦ୍ୟାଳୟର ଫିଜିକ୍ସ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନପୂର୍ବକ ଏହାକୁ ଉଦଘାଟନ କରିଥିଲେ। ବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ଜମ୍ବେଶ୍ୱର ଖୁଣ୍ଟିଆ ଫୁଲତୋଡା ଓ ଉତ୍ତରୀୟ ପ୍ରଦାନ କରି ମୁଖ୍ୟ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶିକ୍ଷା ବିକାଶ ସମିତିର ପୁରୀ ଜିଲ୍ଲା ସହ ପ୍ରମୁଖ ଶ୍ରୀଯୁକ୍ତ ଦୀନବନ୍ଧୁ ତ୍ରିପାଠୀ ଏବଂ ପରିଚାଳନା ସମିତିର ଉପସଭାପତି ଶ୍ରୀଯୁକ୍ତ ଶିବପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଛାତ୍ର ବିଜ୍ଞାନ ସଂସଦର ସଭାପତି ଶ୍ରୀମାନ ବଦ୍ରୀ ବିଶାଲ କର ସଭା କାର୍ଯ୍ୟ ପରିଚାଳନା କରିଥିଲେ, ସମ୍ପାଦକ ଶ୍ରୀମାନ ମାରୁତି ମହାପାତ୍ର ବାର୍ଷିକ ବିବରଣୀ ପଠନ କରିଥିଲେ ଏବଂ ସଦସ୍ୟା ସୁଶ୍ରୀ କ୍ରିଷ୍ଣା ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଓ ବ୍ୟକ୍ତିଗତ ଗୀତ ପରିବେଷଣ କରାଯାଇଥିଲା। ବିଦ୍ୟାଳୟର ଶିଶୁ, ବାଲ ଓ କିଶୋର- ଏହିପରି ତିନୋଟି ବର୍ଗରେ ବିଜ୍ଞାନ ପ୍ରକଳ୍ପ, ପ୍ରୟୋଗ ଚାର୍ଟ, ପତ୍ରବାଚନ, ଗଣିତ ପ୍ରକଳ୍ପ, ସଂସ୍କୃତ ଜ୍ଞାନ ପତ୍ରବାଚନ ଓ ମୂର୍ତ୍ତି କଳା ଆଦି ବିଷୟରେ ପ୍ରାୟ ୧୩୦ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜ ନିଜ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ଶେଷରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ପ୍ରକଳ୍ପଗୁଡ଼ିକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଶିଶୁ, ଅଭିଭାବକ ଓ ଅଭିଭାବିକାମାନଙ୍କ ମଧ୍ୟରୋ ବେଶ୍ ଆଗ୍ରହ ଓ ଉତ୍ସାହ ପରିଲକ୍ଷିତ ହୋଇଥିଲା।ଡ଼ଃ ମନୋଜ କୁମାର ବଳିଆରସିଂ,ପୁରୀ।4
- ଢେଙ୍କାନାଳ ଜିଲ୍ଲରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମହାଦୁର୍ନୀତିର ନିଜେ ସମୀକ୍ଷା କରି ମନ୍ତ୍ରୀ ଦେଖାଇଲେ ନାଲିଆଖି. ଢେଙ୍କାନାଳ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ହିତାଧିକାରୀ ହାତଗୁଞ୍ଜା ନଦେଇ ପାରିବାରୁ ସରକାରୀ ବାବୁ ଗରିବଙ୍କ ଘର କାଟି ଦେଲେ. ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନିଜେ ଘରକୁ ଘର ଯାଇ ସମୀକ୍ଷା କରିବା ସହ ଅଫିସର ଙ୍କୁ ବଦଳି କରିବାକୁ ଦେଲେ କଡା ଚେତାବନୀ.1
- ଭାରସାମ୍ୟ ହରାଇ ବ୍ରିଜ ତଳକୁ କାର୍ ଖସିପଡ଼ିବା ଫଳରେ ଚାଳକଙ୍କ ମୃତ୍ୟୁ। #RoadAccident #GanjamNews #Belaguntha #Bhanjanagar #BreakingNewsOdia #JagrutiKhabar #AccidentNews #OdiaNews #Ganjam #OdishaNews1