Shuru
Apke Nagar Ki App…
ଜୀବନ ବଞ୍ଚାଇବା ଠାରୁ ବଡ଼ ଧର୍ମ କିଛି ନାହିଁ ସୁଧୀର ହରିପାଲରକ୍ତଦାନ କରି ରୋଗୀଙ୍କୁ ସାହାଯ୍ୟ କଲେ ଡଃ. ଆମ୍ବେଦକର ସୋସିଆଲ ଟ୍ରଷ୍ଟ, କଣ୍ଟାମାଳ ତରଫରୁ ସୋନପୁର ମେଡିକାଲରେ ଏକ ଜରୁରୀକାଳୀନ ରକ୍ତଦାନ କରାଯାଇଛି । ସୂଚନା ପାଇବା ମାତ୍ରେ ସଭାପତି ଓ ଉପଦେଷ୍ଟାଙ୍କ ତତ୍ତ୍ଵାବଧାନରେ ଟ୍ରଷ୍ଟ ସଦସ୍ୟ ସୁଧୀର ହରିପାଲ ତୁରନ୍ତ ୧ ୟୁନିଟ୍ ରକ୍ତଦାନ କରି ଗୁନ୍ଦୁଲିଆ ଖମାରର ଧନୁ ବଣ୍ଡକିଙ୍କୁ ସାହାଯ୍ୟ କରିଛନ୍ତି ।
Bansidhar Majhi
ଜୀବନ ବଞ୍ଚାଇବା ଠାରୁ ବଡ଼ ଧର୍ମ କିଛି ନାହିଁ ସୁଧୀର ହରିପାଲରକ୍ତଦାନ କରି ରୋଗୀଙ୍କୁ ସାହାଯ୍ୟ କଲେ ଡଃ. ଆମ୍ବେଦକର ସୋସିଆଲ ଟ୍ରଷ୍ଟ, କଣ୍ଟାମାଳ ତରଫରୁ ସୋନପୁର ମେଡିକାଲରେ ଏକ ଜରୁରୀକାଳୀନ ରକ୍ତଦାନ କରାଯାଇଛି । ସୂଚନା ପାଇବା ମାତ୍ରେ ସଭାପତି ଓ ଉପଦେଷ୍ଟାଙ୍କ ତତ୍ତ୍ଵାବଧାନରେ ଟ୍ରଷ୍ଟ ସଦସ୍ୟ ସୁଧୀର ହରିପାଲ ତୁରନ୍ତ ୧ ୟୁନିଟ୍ ରକ୍ତଦାନ କରି ଗୁନ୍ଦୁଲିଆ ଖମାରର ଧନୁ ବଣ୍ଡକିଙ୍କୁ ସାହାଯ୍ୟ କରିଛନ୍ତି ।
More news from ଓଡ଼ିଶା and nearby areas
- ପ୍ରକୃତି ସହ ପବିତ୍ର ବନ୍ଧନ: କଣ୍ଟାମାଳ ପଞ୍ଚାୟତ କଲେଜରେ ଅନୁଷ୍ଠିତ ହେଲା ‘ବୃକ୍ଷ ରକ୍ଷା ବନ୍ଧନ’ ପ୍ରକୃତି ସହ ପବିତ୍ର ବନ୍ଧନ: କଣ୍ଟାମାଳ ପଞ୍ଚାୟତ କଲେଜରେ ଅନୁଷ୍ଠିତ ହେଲା ‘ବୃକ୍ଷ ରକ୍ଷା ବନ୍ଧନ’ ବୌଦ୍ଧ: ପରିବେଶ ସୁରକ୍ଷା ଓ ସଚେତନତାର ବାର୍ତ୍ତା ନେଇ ବୌଦ୍ଧ ଜ଼ିଲ୍ଲା କଣ୍ଟାମାଳସ୍ଥିତ ପଞ୍ଚାୟତ କଲେଜ ପରିସରରେ ଯୁବ ରେଡ୍ କ୍ରସ୍ (YRC) ଶାଖା ପକ୍ଷରୁ ଏକ ଅଭିନବ ‘ବୃକ୍ଷ ରକ୍ଷା ବନ୍ଧନ’ କାର୍ଯ୍ୟକ୍ରମ ବେଶ୍ ଉତ୍ସାହ ଓ ଉଦ୍ଦୀପନାର ସହିତ ଆୟୋଜିତ ହୋଇଯାଇଛି। ଛାତ୍ରଛାତ୍ରୀମାନେ ବୃକ୍ଷକୁ ଭାଇ-ଭଉଣୀର ସ୍ନେହର ପ୍ରତୀକ ଭାବେ ଗ୍ରହଣ କରି ଗଛଗୁଡ଼ିକରେ ରାକ୍ଷୀ ବାନ୍ଧି ସେମାନଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ସଂକଳ୍ପ ନେଇଥିଲେ । ଯୁବ ରେଡ୍ କ୍ରସ୍ ସ୍ୱେଚ୍ଛାସେବୀ ବିକାଶ ରଣା ଓ ଝିଲି ରାଣୀ ବେହେରାଙ୍କ ଦ୍ଵାରା ପ୍ରସ୍ତୁତ ହସ୍ତ ନିର୍ମିତ ରାକ୍ଷୀ ବୃକ୍ଷଗୁଡ଼ିକରେ ବନ୍ଧାଯାଇଥିଲା । "ବୃକ୍ଷ ବଞ୍ଚାଅ, ପରିବେଶ ବଞ୍ଚାଅ" ସ୍ଲୋଗାନରେ ସାରା କଲେଜ ପରିସର ପ୍ରକମ୍ପିତ ହୋଇଥିଲା । କଲେଜ ଅଧ୍ୟକ୍ଷ ଶ୍ରୀ ଅନୋଜ୍ କୁମାର ଭୁକ୍ତା ବୃକ୍ଷର ଉପକାରିତା ବର୍ଣ୍ଣନା କରି ଏହାର ସୁରକ୍ଷା ପ୍ରତ୍ୟେକ ନାଗରିକଙ୍କ ନୈତିକ ଦାୟିତ୍ୱ ବୋଲି ପ୍ରକାଶ କରିଥିଲେ। ରାଜନୀତି ବିଜ୍ଞାନ ଅଧ୍ୟାପକ ତଥା YRC ପରାମର୍ଶଦାତା ଶ୍ରୀ ସମୀର ମେହେର ଏହି ପ୍ରୟାସ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରକୃତି ପ୍ରତି ଭଲପାଇବା ବୃଦ୍ଧି କରିବ ବୋଲି ମତ ଦେଇଥିବା ବେଳେ ସଂସ୍କୃତ ଅଧ୍ୟାପକ ଶ୍ରୀ ପୌଲସ୍ଥି ପ୍ରଧାନ ଭାରତୀୟ ସଂସ୍କୃତିରେ ବୃକ୍ଷର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ କୁଶଲେଶ୍ୱର ସାହୁ, କରୁଣାକର ପ୍ରଧାନ ଏବଂ ଅଧ୍ୟାପିକା ଅର୍ଚ୍ଚନା ମିଶ୍ର ପ୍ରମୁଖ ସକ୍ରିୟ ସହଯୋଗ କରିଥିବା ବେଳେ ପରିଶେଷରେ ଯୁବ ରେଡ୍ କ୍ରସ୍ ପରାମର୍ଶଦାତା ଶ୍ରୀ ସୁନୀଲ ପୁଟା ଧନ୍ୟବାଦ ଅର୍ପଣ କରିଥିଲେ । ଆସନ୍ତୁ, ଆମେ ସମସ୍ତେ ଗଛ ଲଗାଇବା ଓ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ସଂକଳ୍ପବଦ୍ଧ ହେବା l1
- ବୌଦ୍ଧରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ ସମାରୋହ, ଯୋଗଦେଲେ ଉଭୟ ବିଧାୟକ; ମହିଳା ସଶକ୍ତିକରଣକୁ ସୁଭଦ୍ରା ଯୋଜନାରେ ଗୁରୁତ୍ୱ l ବୌଦ୍ଧ, ତା. ୨୮/୦୮: ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଓ ସ୍ୱାବଲମ୍ବନ ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଅନ୍ୟତମ ମହତ୍ୱାକାଙ୍କ୍ଷୀ ପଦକ୍ଷେପ ‘ସୁଭଦ୍ରା ଯୋଜନା’ର ପଞ୍ଚମ କିସ୍ତି ପ୍ରଦାନ ଅବସରରେ ବୌଦ୍ଧ ଜିଲ୍ଲାସ୍ତରୀୟ ସମାରୋହ ସ୍ଥାନୀୟ ମାଉସୀମା ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି।ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ ଯୋଗଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ମାନ୍ୟବର କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ କହ୍ନାଇ ଚରଣ ଡାଙ୍ଗ ଯୋଗଦେଇଥିଲେ। କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପଜିଲ୍ଲାପାଳ ବିନୟ କୁମାର ଭୋଇ ଓ ସମାଜସେବୀ ଶ୍ରୀ ବିପ୍ର ଚରଣ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଉଭୟ ବିଧାୟକ ରାଜ୍ୟ ସରକାରଙ୍କ ଏହି ଯୁଗାନ୍ତକାରୀ ଯୋଜନାରେ କିଭଳି ଲକ୍ଷ ଲକ୍ଷ ମହିଳା ନିଜ ଜୀବନ ଜୀବିକାକୁ ସୁଦୃଢ଼ କରି ସଫଳତା ପାଇଛନ୍ତି ସେ ବିଷୟରେ କହିଥିଲେ lସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ଆର୍ଥିକ ଭାବେ ସୁଦୃଢ଼ କରିବା ସହ ସେମାନଙ୍କ ମଧ୍ୟରେ ସ୍ୱାବଲମ୍ବନ, ଆତ୍ମବିଶ୍ୱାସ ଓ ଉଦ୍ୟମିତାର ଭାବନା ସୃଷ୍ଟି କରିବା ଦିଗରେ ସରକାରଙ୍କ ପ୍ରୟାସ ଜାରି ରହିବ ବୋଲି ବିଶ୍ୱାସ ଦେଇଥିଲେ। ଆଜି ନୟାଗଡ଼ଠାର ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନର ରାଜ୍ୟ ସ୍ତରୀୟ ସମାରୋହରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦାନ କରିଥିଲେ l କାର୍ଯ୍ୟକ୍ରମର ସିଧାପ୍ରସାରଣ ଏଠାରେ ବଡ଼ ପରଦା ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା। ଏହି ପର୍ଯ୍ୟାୟରେ ସମଗ୍ର ରାଜ୍ୟର ୧ କୋଟିରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ୫ ହଜାର କୋଟିରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।ବୌଦ୍ଧ ଜିଲ୍ଲାରେ ମଧ୍ୟ ଏହି ଯୋଜନାର ୧,୦୮,୮୪୯ ଜଣ ହିତାଧିକାରୀ ଉପକୃତ ହେବେ। ସେମାନଙ୍କ ମଧ୍ୟରୁ ପ୍ରମିଳା ନାଏକ -ବୌଦ୍ଧ, ଜାନକୀ ମହାନନ୍ଦିଆ- କଣ୍ଟାମାଳ ଓ ଶାନ୍ତିଲତା ଭୂୟାଁ -ହରଭଙ୍ଗା ସୁଭଦ୍ରା ଯୋଜନାରୁ ପାଇଥିବା ସହାୟତା କିପରି ସେମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିଛି, ସେ ସମ୍ପର୍କରେ ନିଜ ନିଜ ସଫଳତାର କାହାଣୀ ବର୍ଣ୍ଣନା କରିଥିଲେ।ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସାଗରିକା ଦତ୍ତଙ୍କ ଆୟୋଜନରେ ଅନୁଷ୍ଠିତ ଏହି ସମାରୋହକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଓ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ସଂଯୋଜନା କରିଥିଲେ। ପ୍ରୋଗ୍ରାମ ଅଫିସର ଶ୍ରୀମତୀ ରୀନା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମର ସଫଳ ଆୟୋଜନରେ ଜିଲ୍ଲା ସମାଜ ମଙ୍ଗଳ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲେ।କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକ୍ରୁ ବହୁ ସଂଖ୍ୟାରେ ଜନ ପ୍ରତିନିଧି ,ମହିଳା ହିତାଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଗଣ ମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ।3
- ପରମ୍ପରା ରିତୀ ନିତୀ ଅନୁସାରେ କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଗ୍ରାମରେ ପାଳିଲେ ଭାଇ ଭଉଣୀଙ୍କ ବନ୍ଧନ...ରକ୍ଷାବନ୍ଧନ,4
- ଲଗାଣ ବର୍ଷାରେ ଭୁଶୁଡ଼ିଲା ମାଟି ଘର, ଅଳ୍ପକେ ବର୍ତ୍ତିଲେ ଦମ୍ପତି,ଶୋଇଥିବା ବେଳେ ଘର ଭୁଶୁଡ଼ି ଦୁଇ ପ୍ରାଣୀ ଚାପି ହୋଇଗଲେ। ଲଗାଣ ବର୍ଷାରେ ଭୁଶୁଡ଼ିଲା ମାଟି ଘର, ଅଳ୍ପକେ ବର୍ତ୍ତିଲେ ଦମ୍ପତି,ଶୋଇଥିବା ବେଳେ ଘର ଭୁଶୁଡ଼ି ଦୁଇ ପ୍ରାଣୀ ଚାପି ହୋଇଗଲେ, ଜଣେ ଭବାନୀପାଟଣା ସ୍ଥାନାନ୍ତର । ଲଗାଣ ବର୍ଷା ଯୋଗୁଁ ଭୁଶୁଡ଼ିଲା ମାଟି ଘର। ଅଳ୍ପକେ ବର୍ତ୍ତିଲେ ଦମ୍ପତି। ଶୋଇଥିବା ସମୟରେ ହଠାତ୍ ଘର ଭୁଶୁଡ଼ି ପଡ଼ିବାରୁ ଦୁଇ ପ୍ରାଣୀ ମାଟି ତଳେ ଚାପି ହୋଇଯାଇଥିଲେ। ପରେ ପଡ଼ୋଶୀମାନେ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବାଣ୍ଡି ଗାଁରେ ଘଟିଛି ଏଭଳି ଅଘଟଣ। ପ୍ରାଥମିକ ସୂଚନା ଅନୁସାରେ, ଲଗାଣ ଲଘୁଚାପଜନିତ ବର୍ଷାରେ ଗତରାତି ପ୍ରାୟ ୧୦ଟା ୩୦ ସମୟରେ ଟଙ୍କଧର ପାଣିଗ୍ରାହୀ ଓ ତାଙ୍କ ସ୍ତ୍ରୀ ମିଥିଲା ପାଣିଗ୍ରାହୀ ଘରେ ଶୋଇଥିବା ବେଳେ ହଠାତ୍ ମାଟି ଘରଟି ଭୁଶୁଡ଼ି ପଡ଼ିଥିଲା। ଘର ଭୁଶୁଡ଼ିବାରୁ ଦୁଇଜଣ ମାଟି ତଳେ ଚାପି ହୋଇଯାଇଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ପଡ଼ୋଶୀମାନେ ତୁରନ୍ତ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ। ପରେ ଉଭୟଙ୍କୁ କଳମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ତେବେ ଟଙ୍କଧର ପାଣିଗ୍ରାହୀଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ପରବର୍ତ୍ତୀ ସମୟରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ପ୍ରାଥମିକ ସୂତ୍ରରୁ ଜଣାପଡ଼ିଛି। ଏପଟେ ଲଗାଣ ବର୍ଷା ଯୋଗୁଁ ମାଟି ଘରେ ରହୁଥିବା ପରିବାରଗୁଡ଼ିକ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି। ଜୟପାଟଣା ଅଞ୍ଚଳରେ ମଧ୍ୟ ଭାରୀ ବର୍ଷାର ପ୍ରଭାବ ରହିଥିବା ନେଇ ସମ୍ପ୍ରତି ରିପୋର୍ଟ ଆସିଛି। ରିପୋର୍ଟ, ଆମଜାତ ଖାନ, ଜୟପାଟଣା1
- ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ କାର୍ଯ୍ୟକ୍ରମ l ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ କାର୍ଯ୍ୟକ୍ରମ ସୁବର୍ଣ୍ଣପୁର, ତା ୨୮/୦୮/୨୦୨୬: ସୁବର୍ଣ୍ଣପୁର ଜିଲ୍ଲାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନା ର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ ନିମନ୍ତେ ଏକ କାର୍ଯ୍ୟକ୍ରମ ନୂତନ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବଲାଙ୍ଗୀର ସାଂସଦ, ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓ, ଜିଲ୍ଲାପାଳ ଡ.ନୃପରାଜ ସାହୁ, ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀମତୀ ଅଞ୍ଜଳିନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ସୁବର୍ଣ୍ଣପୁର ଶ୍ରୀ ଅଶ୍ୱିନୀ ମେହେର, ଉପ ଜିଲ୍ଲାପାଳ, ସୋନପୁର ଡ. ସୌମ୍ଯରୂପା ରଥ, ବଲାଙ୍ଗୀର ସାଂସଦ ପ୍ରତିନିଧି ଶ୍ରୀମତୀ ନଳିନୀ ପଣ୍ଡା ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବୀଣାପାଣି ମିଶ୍ର ମଞ୍ଚାସୀନ ହୋଇଥିଲେ l ୫୦୦ ଶହରୁ ଉର୍ଦ୍ଧ୍ଵ ମହିଳା ମାନେ ଉକ୍ତ କାର୍ଯ୍ୟ କ୍ରମରେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅଗ୍ର ପୂଜ୍ୟ ଶ୍ରୀ ଗଣେଶଙ୍କ ପ୍ରତିମୂର୍ତ୍ତି ଠାରେ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପ ଅର୍ପଣ କରିଥିଲେ l ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟର କର୍ମଚାରୀ ମାନଙ୍କ ଦ୍ଵାରା ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପ ବୃକ୍ଷ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l ମୁଖ୍ୟ ଅତିଥିଭାବେ ବଲାଙ୍ଗୀର ସାଂସଦ, ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓ ସୁଭଦ୍ରାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ କାର୍ଯ୍ୟକ୍ରମରେ ଯୋଗଦାନ କରି, ମହିଳା ମାନେ କିପରି ଆର୍ଥିକ କ୍ଷେତ୍ରରେ ସଶକ୍ତ ହେବେ ଏବଂ ସମସ୍ତ କ୍ଷେତ୍ରରେ ସଶକ୍ତୀକରଣ ହେଇପାରିବ ବୋଲି ଅଭିଭାଷଣ ପ୍ରଦାନ କରିଥିଲେ l ଓଡ଼ିଶା ସରକାରଙ୍କ ସୁଭଦ୍ରା ଯୋଜନାରେ ସମସ୍ତ ମହିଳା ମାନଙ୍କୁ ପ୍ରତି କିସ୍ତିରେ ୫,୦୦୦ଟଙ୍କା , ପ୍ରତିବର୍ଷ ୧୦,୦୦୦ଟଙ୍କା ଏବଂ ପାଞ୍ଚ ବର୍ଷରେ ୫୦,୦୦୦ ଟଙ୍କା ପ୍ରଦାନ କରାଯିବ l ସୁଭଦ୍ରାର ପଞ୍ଚମ କିସ୍ତିର ଟଙ୍କା ପ୍ରଦାନ ଅବସରରେ ମହିଳା ମାନଙ୍କୁ ସ୍ୱାଭିମାନ, ସ୍ୱାବଲମ୍ବନ ଓ ସମ୍ମାନ ର ସୁଯୋଗ ପାଇଁ ପାଞ୍ଚ ହଜାର କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ଆର୍ଥିକ ସହାୟତା ଓଡିଶାରେ ପ୍ରଦାନ କରାଯାଉଛି lଏହାର ମୂଳ ଲକ୍ଷ୍ୟ ହେଉଛି ମହିଳାଙ୍କ ଆର୍ଥିକ ଓ ସାମାଜିକ ସ୍ତରରେ ସୁଦୃଢ, ସ୍ୱାବଲମ୍ବୀ ହେବା ଦ୍ଵାରା ସମ୍ମାନର ସହିତ ପରିବାର ତଥା ଗ୍ରାମରେ ନିଜର ପ୍ରାଧାନ୍ୟ ବିସ୍ତାର କରିପାରିବେ l ସୁଭଦ୍ରା ମାନେ ଶିକ୍ଷିତ ହେଲେ ଶିକ୍ଷାର ବିକାଶରେ ନିଜର ପରିବାରକୁ ଶିକ୍ଷିତ କରିପାରିବେ ଏବଂ ସମାଜର ବିଭିନ୍ନ କୁସଂସ୍କାର ପ୍ରଥା କୁ ଦୂରେଇବା ପାଇଁ ସମସ୍ତଙ୍କୁ ସଚେତନ କରିପାରିବେ l ସୁବର୍ଣ୍ଣପୁର ଜିଲ୍ଲାର ସମୁଦାୟ ୧, ୪୩,୯୫୪. ମହିଳା ମାନେ ଟ.୭୧ କୋଟି ୯୭ ଲକ୍ଷ ୭୦ ହଜାର ଟଙ୍କା ମାତ୍ର ସୁଭଦ୍ରା ର ପଞ୍ଚମ କିସ୍ତି ରେ ସମସ୍ତ ମହିଳା ମାନଙ୍କର ବ୍ଯାଙ୍କ ଖାତାରେ ଜମା ହେବ lରାଜ୍ୟ ସ୍ତରରେ ସୁଭଦ୍ରା ଯୋଜନା ର ପଞ୍ଚମ କିସ୍ତି ର ଅର୍ଥ ପ୍ରଦାନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଭିଡିଓ କନଫରେନ୍ସ ମାଧ୍ୟମରେ ସୁବର୍ଣ୍ଣପୁରର ସମସ୍ତ ମହିଳା ମାନେ ଶୁଣିଥିଲେ l ଏହି କାର୍ଯ୍ୟକ୍ରମଟିକୁ ଶ୍ରୀମତି ମଞ୍ଜୁଶ୍ରୀ ବାରିକ ସଂଯୋଜନା କରିଥିଲେ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ସୁବର୍ଣ୍ଣପୁର ଏହି କାର୍ଯ୍ୟକ୍ରମ କୁ ଆୟୋଜନ କରିଥିଲେ l1
- ରାକ୍ଷୀ ପୁର୍ଣ୍ଣିମାରେ ମୁଖ୍ୟମନ୍ତ୍ରୀଙ୍କ ସୁଭଦ୍ରା ଭେଟି - ପଞ୍ଚମ କିସ୍ତି ବାବଦ ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ - ୫ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କା ହିତାଧିକାରୀଙ୍କ ଖାତାକୁ ଗଲା - ୧ କୋଟି ୩ ଲକ୍ଷ ୨୬ ହଜାର ‘ସୁଭଦ୍ରା’ ହିତାଧିକାରୀଙ୍କୁ ମିଳିଲା ଟଙ୍କା1
- ମେଗା ଲିଫ୍ଟ ଠିକାଦାରଙ୍କ ମନମାନି -ଝୁଲଣ ଯାତ୍ରା ପୂର୍ବରୁ ସୁବଳୟାର ରାସ୍ତା ଖୋଳିଦେଲେ - ତୁରନ୍ତ ମରାମତି ପାଇଁ ଦାବି ସୁବର୍ଣ୍ଣପୁର ଜିଲ୍ଲାରେ ଘରେ ଘରେ ପାନୀୟ ଜଳ ଯୋଗାଣ ପାଇଁ ଚାଲିଥିବା ମେଗା ଲିଫ୍ଟ ପ୍ରକଳ୍ପ କାମକୁ ନେଇ ପୁଣି ଅଭିଯୋଗ ସାମ୍ନାକୁ ଆସିଛି। ରାସ୍ତା ଖୋଳି ପାଇପ ବିଛାଇବା ପରେ ଠିକ୍ ସମୟରେ ମରାମତି ନ କରାଯିବାରୁ ବିଭିନ୍ନ ଅଞ୍ଚଳରେ ଯାତାୟାତ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ଏବେ ସୁବଳୟାରେ ପ୍ରସିଦ୍ଧ ଝୁଲଣ ଯାତ୍ରା ପୂର୍ବରୁ ସହରର ବିଭିନ୍ନ ପଡ଼ା, ସାହି ଓ ମୁଖ୍ୟ ରାସ୍ତା ଖୋଳାଯିବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ଚିନ୍ତା ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲାରେ ଘରେ ଘରେ ପାନୀୟ ଜଳ ପହଞ୍ଚାଇବା ଲକ୍ଷ୍ୟରେ ମେଗା ଲିଫ୍ଟ ପ୍ରକଳ୍ପର କାମ ଚାଲିଛି। ଏଥିପାଇଁ ନିୟୋଜିତ ଠିକାଦାର ବିଭିନ୍ନ ଗାଁ ଓ ସହରର ସାହିଗଳିରେ ପାଇପ ବିଛାଇବା ପାଇଁ ରାସ୍ତା ଖୋଳୁଛନ୍ତି। ତେବେ କାମ ପରେ ରାସ୍ତାଗୁଡ଼ିକୁ ତୁରନ୍ତ ପୂର୍ବାବସ୍ଥାକୁ ଫେରାଇ ନ ଆଣିବାରୁ ଅନେକ ସ୍ଥାନରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ୁଥିବା ଅଭିଯୋଗ ହୋଇଆସୁଛି। ବୀରମହାରାଜପୁର ବ୍ଲକର ବିଭିନ୍ନ ଗାଁରୁ ଏନେଇ ବାରମ୍ବାର ଅଭିଯୋଗ ଆସୁଥିବାବେଳେ ରାସ୍ତା ଖୋଳା ଯୋଗୁଁ ଯାତାୟାତରେ ବାଧା ସୃଷ୍ଟି ହେଉଥିବା ସହ ଛୋଟମୋଟ ଦୁର୍ଘଟଣା ଘଟୁଥିବା ମଧ୍ୟ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଆସନ୍ତାକାଲି ସୁବଳୟାରେ ପ୍ରସିଦ୍ଧ ଝୁଲଣ ଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ଏଠାରେ ଲକ୍ଷାଧିକ ଦର୍ଶକ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଏପରି ସମୟରେ ସହରର ବିଭିନ୍ନ ପଡ଼ା, ସାହି ଓ ମୁଖ୍ୟ ରାସ୍ତାର କଂକ୍ରିଟ ଅଂଶକୁ ପାଇପ ବିଛାଇବା ପାଇଁ ଖୋଳି ଛାଡ଼ି ଦିଆଯାଇଛି। ଝୁଲଣ ଯାତ୍ରା ପୂର୍ବରୁ ରାସ୍ତା ନ ଖୋଳିବା ପାଇଁ କିଛି ସଚେତନ ନାଗରିକ ଅନୁରୋଧ କରିଥିବା ସତ୍ତ୍ୱେ କାମ ଜାରି ରହିଥିବା ଅଭିଯୋଗ ହୋଇଛି। ଶୀଘ୍ର କାମ ସମାପ୍ତ କରି ରାସ୍ତା ମରାମତି କରାଯିବ ବୋଲି କୁହାଯାଇଥିଲେ ମଧ୍ୟ ବର୍ତ୍ତମାନ ଖୋଳା ରାସ୍ତାଗୁଡ଼ିକୁ ନେଇ ଜନସାଧାରଣଙ୍କ ଚିନ୍ତା ବଢ଼ିଛି। ରାସ୍ତା ଖୋଳା ରହିଲେ ଝୁଲଣ ଯାତ୍ରାରେ ମେଢ଼ ଯିବାରେ ସମସ୍ୟା ସୃଷ୍ଟି ହେବା ସହ ସଂକୀର୍ତ୍ତନ ଦଳଗୁଡ଼ିକର ଯାତାୟାତ ଓ ପରିବେଷଣରେ ବାଧା ଉପୁଜିପାରେ। ସେହିପରି ବିପୁଳ ଜନସମାଗମ ମଧ୍ୟରେ ଖୋଳା ରାସ୍ତା ଦୁର୍ଘଟଣାର ଆଶଙ୍କା ସୃଷ୍ଟି କରୁଥିବାରୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି।ତେଣୁ ଝୁଲଣ ଯାତ୍ରା ପୂର୍ବରୁ ଖୋଳା ରାସ୍ତାଗୁଡ଼ିକର ତୁରନ୍ତ ମରାମତି କରି ସୁରକ୍ଷିତ ଯାତାୟାତର ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି।3
- ବୌଦ୍ଧ ଜ଼ିଲ୍ଲା ବୌଦ୍ଧ ବ୍ଲକ ବାଉଁଶୁଣୀ ମଁl ମାହେଶ୍ୱରୀ ଡିଗ୍ରୀ କଲେଜ ଠାରେ 'ଖେଲୋ ଇଣ୍ଡିଆ ଡ଼ାଏଲଗ କାର୍ଯ୍ୟକ୍ରମ ଅନୁଷ୍ଠିତ ଖେଲୋ ଇଣ୍ଡିଆ ଡ଼ାଏଲଗ କାର୍ଯ୍ୟକ୍ରମ ବୌଦ୍ଧ:ବୌଦ୍ଧ ଜ଼ିଲ୍ଲା ବୌଦ୍ଧ ବ୍ଲକ ବାଉଁଶୁଣୀ ମଁl ମାହେଶ୍ୱରୀ ଡିଗ୍ରୀ କଲେଜ ଠାରେ 'ଖେଲୋ ଇଣ୍ଡିଆ ଡ଼ାଏଲଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସଭାରେ କଲେଜର ଅଧ୍ୟକ୍ଷ ଅନିରୁଦ୍ଧ ମହାକୁଳ ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ଖେଳ କୁଦର ମହତ୍ୱ ଏବଂ ଯୁବ ସମାଜର ବିକାଶରେ କ୍ରୀଡ଼ାର ଭୂମିକା ସମ୍ପର୍କରେ ସେ ଆଲୋକପାତ କରିଥିଲେ l ସେହି ଅବସରରେ ପ୍ରଧାନମନ୍ତ୍ରୀ କ୍ରୀଡ଼ା ସମ୍ବନ୍ଧୀୟ ବାର୍ତ୍ତା ସହ ସଭିଏଁ ଯୋଡ଼ି ହୋଇଥିଲେ l ସେହି ପରି ଅଧ୍ୟାପକ ବାବାରାମ ଦେହୁରୀ ସଭା ସାଂଯୋଜନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସହ ବହୁତ ସଂଖ୍ୟାରେ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l1