ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ଏକକ ସମ୍ପର୍କ ଅଭି ଓଡ଼ିଶାର ସାହିତ୍ୟ ଅନୁଷ୍ଠାନର ତୃତୀୟ ଦିବସରେ ସୁବର୍ଣ୍ଣପୁର ଜିଲ୍ଲାରେ ଏକକ ସମ୍ପର୍କ ଅଭିଯାନ ଅନୁଷ୍ଠିତ ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ଏକକ ସମ୍ପର୍କ ଅଭିଯାନ ଓଡ଼ିଶାର ସାହିତ୍ୟ ଅନୁଷ୍ଠାନର ତୃତୀୟ ଦିବସରେ ସୁବର୍ଣ୍ଣପୁର ଜିଲ୍ଲାରେ ଏକକ ସମ୍ପର୍କ ଅଭିଯାନ ଅନୁଷ୍ଠିତ ହୋଇଛି । ପ୍ରଥମେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡକ୍ଟର ନୃପରାଜ୍ ସାହୁଙ୍କୁ ଏକକ ଅଭିଯାତ୍ରୀ, ଯୁଗଯାତ୍ରୀ ସାହିତ୍ୟ ସଂସଦର ସମ୍ପାଦକ ହେମନ୍ତ ସାହୁ ସାକ୍ଷାତ୍ କରିବା ପରେ ବୀର ମହାରାଜପୁରରେ ଥିବା ସପ୍ତଦୀପା ସାହିତ୍ୟ ସଂସଦକୁ ଯାଇ ଉକ୍ତ ଅନୁଷ୍ଠାନର ସଭାପତି ଦ୍ଵିତୀକୃଷ୍ଣ ପଣ୍ଡାଙ୍କ ସହ ସାକ୍ଷାତ ଓ ଆଲୋଚନା କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦର ସଭାପତି ଡ଼. ସୌରଭ ରଂଜନ ଖମାରୀ ଓ ସମ୍ପାଦକ ଲକ୍ଷ୍ମୀ ନାରାୟଣ ସାହୁ ପୁଷ୍ପ ଗୁଛ ଓ ଉତ୍ତରୀୟ ଦେଇ ସ୍ବାଗତ କରିବା ପରେ ଶ୍ରୀ ସାହୁ ଏହି ଅଭିଯାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ପରେ ସଭାପତି ଶ୍ରୀ ଖମାରୀ ଏହା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ ଏବଂ ଓଡ଼ିଶାରେ ପ୍ରଥମ ଥର ପାଇଁ ଯୁଗଯାତ୍ରୀ ସାହିତ୍ୟ ସଂସଦ ତିରିଶ ଜିଲ୍ଲାର ସାହିତ୍ୟ ଅନୁଷ୍ଠାନକୁ ସମ୍ପର୍କ ଅଭିଯାନ କରୁଥିବା କହିଥିଲେ । ସେ ମଧ୍ୟ ଉଲ୍ଲେଖ କରିଥିଲେ ଯେ ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ ଓ ସାହିତ୍ୟକଙ୍କ ମଧ୍ୟରେ ଏହା ଏକ ନିବିଡ଼ ସମ୍ପର୍କ ତିଆରି କରିବ। ପରେ ଏହି ଅନୁଷ୍ଠାନର ସମସ୍ତ ତଥ୍ୟ ଲିଖିତ ଆକାରରେ ଶ୍ରୀ ସାହୁଙ୍କୁ ସଭାପତି ଓ ସଂପାଦକ ପ୍ରଦାନ କରିଥିଲେ।। ଅନୁଷ୍ଠାନର ସମ୍ପାଦକ ଶ୍ରୀ ସାହୁ ମହାନଦୀ ସାହିତ୍ୟ ସଂସଦର ବିଭିନ୍ନ ନିଆରା କାର୍ଯ୍ୟକ୍ରମ ସମ୍ପର୍କରେ ମତ ରଖିଥିଲେ। ମହାନଦୀ ସାହିତ୍ୟ ସଂସଦର ପୂର୍ବତନ ସଭାପତି ଓ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ସାହୁ ଏହି ଅଭିଯାନ ଆଗକୁ କିଭଳି ଆହୁରି ସୁନ୍ଦର ଏବଂ ସଂଗଠିତ ହୋଇ ପାରିବ ସେ ଦିଗରେ ଗଠନମୂଳକ ପ୍ରସ୍ତାବମାନ ରଖିଥିଲେ। କବି ନରେନ୍ଦ୍ର କୁମାର ଭୋଇ ଏବଂ ଯୁବ ଗାଳ୍ପିକ ଅବକାଶ ପ୍ରଧାନ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅଭିଯାନରେ ଓଡ଼ିଶାର ତିରିଶ ଗୋଟି ଜିଲ୍ଲା ରେ ଥିବା ସାହିତ୍ୟ ଅନୁଷ୍ଠାନ ଗୁଡ଼ିକୁ ସାରସ୍ଵତ ସମ୍ପର୍କର ଏକସୂତ୍ରରେ ବାନ୍ଧିବାର ପ୍ରୟାସ ତଥା ସାହିତ୍ୟ ଅନୁଷ୍ଠାନ ଗୁଡ଼ିକର ତଥ୍ୟ ସଂଗ୍ରହ ପୂର୍ବକ " ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ: ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିକୁ ଅବଦାନ" ଶୀର୍ଷକରେ ଏକ ପୁସ୍ତକ ପ୍ରକାଶ କରିବାର ଯୋଜନା ରହିଥିବା କହିଥିଲେ ଏକକ ଅଭିଯାତ୍ରୀ ଯୁଗ ଯାତ୍ରୀ ସାହିତ୍ୟ ସଂସଦ ର ସମ୍ପାଦକ ହେମନ୍ତ ସାହୁ । ଏହି ଅଭିଯାନ ମ.ରାମପୁରରୁ ବାହାରି କନ୍ଧମାଳ ଜିଲ୍ଲାରୁ ଆରମ୍ଭ ହୋଇ ଆଜି ବୌଦ୍ଧ ଜିଲ୍ଲା ଦେଇ ସୁବର୍ଣ୍ଣପୁର ଜିଲ୍ଲା ପରିଭ୍ରମଣ ପୂର୍ବକ ପର୍ଯ୍ୟାୟ କ୍ରମେ ସମସ୍ତ ଜିଲ୍ଲା ଯିବାପରେ କଳାହାଣ୍ଡିରେ ମାର୍ଚ୍ଚ ମାସ ୧୮ ତାରିଖ ରେ ଶେଷ ହେବାର ଯୋଜନା ରହିଛି । ଏହି ଅଭିଯାନଟି ସମ୍ପାଦକ ନିଜ ଉଦ୍ୟମରେ କରିଥିବା ଜଣାପଡିଛି ।

- ସୋନପୁର ଜିଲ୍ଲା ବିନିକା ମହାନଦୀ ପୋଲ ଉପରେ ଦୁଇ ବାଇକ ମଧ୍ୟ୍ୟ ରେ ମୁହାଁ ମୁହିଁ ପାଞ୍ଚ ଜଣ ଗୁରୁତର l1
- ସୋନପୁର ସହରରେ ଗର୍ଭବତୀ ବୋହୁଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣା ରେ ବାପାଙ୍କ ପ୍ରତିକ୍ରିୟା l ଯୌତୁକ ପାଇଁ ସ୍ୱାମୀ ଓ ପରିବାର ଲୋକ ବୋହୁକୁ ହତ୍ୟା କରିଥିବା ଅଭିଯୋଗ1
- ଗର୍ଭବତୀ ବୋହୁକୁ ମାରିଦେଲେ ଶାଶୁଘର ଲୋକ1
- Ajira Samachar // କଦଳୀ ରୁ ବାହାରୁଛି ମଞ୍ଜି । ଗୋଟା ଗୋଟା ମଞ୍ଜି ଦେଖିବାକୁ ମିଳିଛି ।1
- ଦ୍ରୁତ ଗତିରେ ଯାଉଥିବା ବେଳେ ବାଇକ ଦୁର୍ଘଟଣା,ଜଣେ ମୃତ ଜଣେ ଗୁରୁତର। ଦୁର୍ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଘିକୁଣ୍ଡି ଛକଠାରେ l କୌଣସି କାମରେ ଯାଇ ଘରକୁ ଫେରୁଥିବା ବେଳେ ଘଟିଛି ଏହି ଦୁର୍ଘଟଣା । ଏଥିରେ ଜଣକ ମୃତ୍ୟୁ ହୋଇଥିଵାବେଳେ ଆଉ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ମୃତକ ଜଣକ ସୁଦର୍ଶନ ଜଗତ(22) ହୋଇଥିବାବେଳେ ଗୁରୁତର ଜଣକ ହେଲେ ପପୁନ ଛତ୍ରୀୟା(15 ) l ଉଭୟେ ଗଡଗଡ଼ବାହାଲ ବୋଲି ଜଣା ପଡିଛି l1
- ବେଆଇନ କ୍ଲିନିକ୍ ସିଲ୍ କଲା ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର: ଜିଲ୍ଲାର ଯାଲୋଏ ଠାରେ ଥିବା ଏକ ବେଆଇନ କ୍ଲିନିକ୍ କୁ ଜିଲ୍ଲା ପ୍ରଶାସନ ସିଲ୍ କରିଛି। ଏଠାରେ ଗୁପ୍ତ ଭାବରେ ବେଆଇନ କାରବାର ଚାଲୁଥିବା ଅଭିଯୋଗ ହୋଇଥିଲା।1
- ବରିଷ୍ଠ ନାଗରିକ ସଂଗଠନ ବୀରମହାରାଜପୁରର ନବ ନିର୍ବାଚିତ ତଥା ମନୋନୀତ କର୍ମକର୍ତ୍ତା ମାନଙ୍କର ଶପଥ ଗ୍ରହଣ ଉତ୍ସବ କାର୍ଯ୍ୟାଳୟ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ଆୟୋଜିତ ଏକ ସାଧାରଣ ସଭାରେ ନିର୍ବାଚିତ ସଭାପତି ଦୟାନିଧି ହୋତା ସଭାପତିତ୍ୱ କରିଥିବାବେଳେ ପୂର୍ବତନ ସଭାପତି ଡ.ପ୍ରଫୁଲ୍ଲ କୁମାର ରଥ ଶପଥ ପାଠ କରାଇଥିଲେ। ପ୍ରାରମ୍ଭରେ ଜାତୀୟ ସଂଗୀତ ଗାନ କରା ଯାଇଥିଲା ପରେ ଅନୁଷ୍ଠିତ ସଭାରେ ସଭାପତି ଭାବେ ଦୟାନିଧି ହୋତା, ଉପସଭାପତି ଦିଲ୍ଲୀପ ତ୍ରିପାଠୀ, କାର୍ଯ୍ୟକାରୀ ସଭାପତି ରାଧେଶ୍ୟାମ ପୁରୋହିତ, ସଂପାଦକ ଡ.ଦ୍ବିତୀକୃଷ୍ଣ ପଣ୍ଡା,ସହ ସଂପାଦକ ଜୀତେନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ଅକ୍ଷୟ କୁମାର ମିଶ୍ର, ସମୀକ୍ଷକ ଦୀନବନ୍ଧୁ ମେହେର, କାର୍ଯ୍ୟ କାରିଣୀ ସଦସ୍ୟ ଚମରା ମହାକୁର,ଚମ୍ପେଶ୍ବର ଦାଶ, କୃଷ୍ଣଚନ୍ଦ୍ର ପାଢ଼ୀ, ଭଗବାନ ମିଶ୍ର, ସନ୍ତୋଷ ଷଡ଼ଙ୍ଗୀ, ଜ୍ଞାନେନ୍ଦ୍ର ତ୍ରିପାଠୀ,ସୁରୁ ସାହୁ, ଉପଦେଷ୍ଟା ସଦସ୍ୟ ସୌମିତ୍ରୀ ମେହେର,ଅକ୍ରୂର ଦନ୍ତା ପ୍ରମୁଖ ଶପଥ ଗ୍ରହଣ କରିଥିଲେ। ବୈଠକରେ ଉମେଶ ପ୍ରସାଦ ରଥ,ଧନୁ ପ୍ରଧାନ, ପ୍ରକାଶ କୁମାର ହୋତା, ପ୍ରଶାନ୍ତ ସେଠୀ,ସତ୍ୟ ନାରାୟଣ ନାୟକ, ଜୟଦେବ ସାହୁ, ତ୍ରିନାଥ ମିଶ୍ର, ନାରାୟଣ ପ୍ରସାଦ ନାୟକ,ଧର୍ମ ଦତ୍ତ ପାଢ଼ୀ,ଭୂଷଣ ପାତ୍ର,ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ। ଶେଷରେ ଅକ୍ଷୟ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।3
- ଗର୍ଭବତୀ ବୋହୁକୁ ଶାଶୁଘର ଲୋକ ହତ୍ୟା କରିବା ଘଟଣାରେ କଣ ମନ୍ତବ୍ୟ ରଖିଲେ ମହିଳା ଆଇନଜୀବୀ ଶୁଣନ୍ତୁ1