logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପଞ୍ଜାବର ଜଳନ୍ଧର ସହରରେ ଜୁନ୍ ୨୨ ରୁ ୨୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ୫ମ ଅଣ୍ଡର ୧୫ ସବ୍ ଜୁନିଅର ବାଳକ ଓ ବାଳିକା ଜାତୀୟ ବକ୍ସିଂ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଓଡ଼ିଶା ରାଜ୍ୟ ଦଳ ଯାତ୍ରା କରିଛି। ରାଜ୍ୟ ବକ୍ସିଂ ସଂଘର ସମ୍ପାଦକ ଅନିଲ ବୋହିଦାର ଏହି ସୂଚନା ଦେଇଛନ୍ତି। ଏହି ପ୍ରତିଯୋଗିତା ଜଳନ୍ଧର ସ୍ଥିତ ଲଭ୍ଲି ପ୍ରଫେସନାଲ ୟୁନିଭରସିଟି ଠାରେ ବକ୍ସିଂ ଫେଡରେସନ ଅଫ ଇଣ୍ଡିଆ ଓ ପଞ୍ଜାବ ଅମେଚ୍ୟୁର ବକ୍ସିଂ ଆସୋସିଏସନ୍‌ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହେବ, ଯେଉଁଥିରେ ସମସ୍ତ ରାଜ୍ୟ ସମେତ ସମସ୍ତ ୟୁନିଟ୍ ଯୋଗ ଦେବେ। ଓଡ଼ିଶା ଦଳରେ ୧୨ ଜଣ ବାଳକ ଏବଂ ୯ ଜଣ ବାଳିକା ବକ୍ସର, ୩ ଜଣ କୋଚ୍ ମ୍ୟାନେଜର, ୧ ଜଣ ରେଫରୀ ଜଜ୍ ଏବଂ ୧ ଜଣ DTD ସହିତ ମୋଟ ୨୬ ଜଣ ସଦସ୍ୟ ସାମିଲ ଅଛନ୍ତି। ବାଳକ ବକ୍ସରମାନେ ହେଲେ ପ୍ରିନ୍ସ ନାୟକ, କିରଣ କୁମାର ବାରିକ, ଚନ୍ଦ୍ର ଶେଖର ବେହେରା, ବିମଳ ପ୍ରଧାନ, ସଂଗ୍ରାମ ପ୍ରଧାନ, ସୁକାନ୍ତ ବେହେରା, ସୁମିତ୍ ବେହେରା, ଆଲୋକ କୁମାର ସିଂ, ଅସୀମ ନାୟକ, ମଳୟ ସ୍ୱାଇଁ, ସୌର୍ଯ୍ୟଜୀତ ଦାଶ ଓ ଗଗନ ବେଣିଆ। ବାଳିକା ବକ୍ସରମାନେ ହେଲେ Y ତମନ୍ନା, ଅନୁଷ୍କା ନାୟକ, ଆସ୍ଥା କିରଣ ଭାରତୀ, ପ୍ରଜ୍ଞା ମହାରଣା, ମିକି ବେହେରା, ରୋଜାଲିନ ବିଶ୍ଵାଳ, ଦୋର୍ଥି ପୋରି ବେହେରା, ଶୁଭଶ୍ରୀ ବେହେରା ଓ ସ୍ନେହା ରାଣୀ ଗୌଡ଼। କୋଚ୍ ମ୍ୟାନେଜର ଭାବେ ରାଜେଶ ତିର୍କୀ, ଶ୍ୟାମା ମୁଖୀ, ବୁଲୁ ପାତ୍ର, ରୂପକ ପ୍ରସାଦ ଓ R K ବେନିଆ ଯାଇଛନ୍ତି। ଆନ୍ତର୍ଜାତୀୟ ବକ୍ସିଂ ଜଜ୍ ଓ ରେଫରୀ ଶିଶିର କୁମାର ପାଣିଗ୍ରାହୀ ଏବଂ ଓଡ଼ିଶା ଆମେଚ୍ୟୁର୍ ବକ୍ସିଂ ଆସୋସିଏସନ୍‌ର ସେକ୍ରେଟାରୀ ଅନିଲ ବୋହିଦାର ମଧ୍ୟ ଦଳ ସହ ଯାତ୍ରା କରିଛନ୍ତି। ଏହି ଦଳ ଭଲ ଖେଳ ପ୍ରଦର୍ଶନ କରିବ ବୋଲି ଆଶିର୍ବାଦ ବେହେରା, ଅଭିଜିତ ପାଲ, ସଞ୍ଜୟ ବେହେରା, ଅଶୋକ କୁମାର ସାହୁ, ରାଜ୍ୟ ବକ୍ସିଂ ସଭାପତି ରଘୁନନ୍ଦନ ପାଢୀ, ଶ୍ରୀ ରବିଶଙ୍କର ପ୍ରତିହାରି, ଧିରେନ୍ ପଲାଇ, ପ୍ରଭାତ ଭୋଳ, କେ ପ୍ରଭାକର ରାଓ, ଅଞ୍ଜନ ଦାସ, ବିଜୟ ଦାସ, ବାବୁ ପାତ୍ର, ଶିବରାମ ପାତ୍ର, ଏସ କେ ନାୟକ, ମମତା ପଣ୍ଡାଙ୍କ ସମେତ ବହୁ ବକ୍ସର ଓ କ୍ରୀଡାବିତ୍ ଆଶା ପ୍ରକଟ କରିଛନ୍ତି।

13 hrs ago
user_Prafulla sabat
Prafulla sabat
ବ୍ରହ୍ମପୁର ସଦର, ଗଞ୍ଜାମ, ଓଡ଼ିଶା•
13 hrs ago
bf2cd32c-69c3-408b-a4db-94e4e6705951

ପଞ୍ଜାବର ଜଳନ୍ଧର ସହରରେ ଜୁନ୍ ୨୨ ରୁ ୨୮ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ୫ମ ଅଣ୍ଡର ୧୫ ସବ୍ ଜୁନିଅର ବାଳକ ଓ ବାଳିକା ଜାତୀୟ ବକ୍ସିଂ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଓଡ଼ିଶା ରାଜ୍ୟ ଦଳ ଯାତ୍ରା କରିଛି। ରାଜ୍ୟ ବକ୍ସିଂ ସଂଘର ସମ୍ପାଦକ ଅନିଲ ବୋହିଦାର ଏହି ସୂଚନା ଦେଇଛନ୍ତି। ଏହି ପ୍ରତିଯୋଗିତା ଜଳନ୍ଧର ସ୍ଥିତ ଲଭ୍ଲି ପ୍ରଫେସନାଲ ୟୁନିଭରସିଟି ଠାରେ ବକ୍ସିଂ ଫେଡରେସନ ଅଫ ଇଣ୍ଡିଆ ଓ ପଞ୍ଜାବ ଅମେଚ୍ୟୁର ବକ୍ସିଂ ଆସୋସିଏସନ୍‌ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହେବ, ଯେଉଁଥିରେ ସମସ୍ତ ରାଜ୍ୟ ସମେତ ସମସ୍ତ ୟୁନିଟ୍ ଯୋଗ ଦେବେ। ଓଡ଼ିଶା ଦଳରେ ୧୨ ଜଣ ବାଳକ ଏବଂ ୯ ଜଣ ବାଳିକା ବକ୍ସର, ୩ ଜଣ କୋଚ୍ ମ୍ୟାନେଜର, ୧ ଜଣ ରେଫରୀ ଜଜ୍ ଏବଂ ୧ ଜଣ DTD ସହିତ ମୋଟ ୨୬ ଜଣ ସଦସ୍ୟ ସାମିଲ ଅଛନ୍ତି। ବାଳକ ବକ୍ସରମାନେ ହେଲେ ପ୍ରିନ୍ସ ନାୟକ, କିରଣ କୁମାର ବାରିକ, ଚନ୍ଦ୍ର ଶେଖର ବେହେରା, ବିମଳ ପ୍ରଧାନ, ସଂଗ୍ରାମ ପ୍ରଧାନ, ସୁକାନ୍ତ ବେହେରା, ସୁମିତ୍ ବେହେରା, ଆଲୋକ କୁମାର ସିଂ, ଅସୀମ ନାୟକ,

44f80921-e566-4a27-9c45-f65af601a6a3

ମଳୟ ସ୍ୱାଇଁ, ସୌର୍ଯ୍ୟଜୀତ ଦାଶ ଓ ଗଗନ ବେଣିଆ। ବାଳିକା ବକ୍ସରମାନେ ହେଲେ Y ତମନ୍ନା, ଅନୁଷ୍କା ନାୟକ, ଆସ୍ଥା କିରଣ ଭାରତୀ, ପ୍ରଜ୍ଞା ମହାରଣା, ମିକି ବେହେରା, ରୋଜାଲିନ ବିଶ୍ଵାଳ, ଦୋର୍ଥି ପୋରି ବେହେରା, ଶୁଭଶ୍ରୀ ବେହେରା ଓ ସ୍ନେହା ରାଣୀ ଗୌଡ଼। କୋଚ୍ ମ୍ୟାନେଜର ଭାବେ ରାଜେଶ ତିର୍କୀ, ଶ୍ୟାମା ମୁଖୀ, ବୁଲୁ ପାତ୍ର, ରୂପକ ପ୍ରସାଦ ଓ R K ବେନିଆ ଯାଇଛନ୍ତି। ଆନ୍ତର୍ଜାତୀୟ ବକ୍ସିଂ ଜଜ୍ ଓ ରେଫରୀ ଶିଶିର କୁମାର ପାଣିଗ୍ରାହୀ ଏବଂ ଓଡ଼ିଶା ଆମେଚ୍ୟୁର୍ ବକ୍ସିଂ ଆସୋସିଏସନ୍‌ର ସେକ୍ରେଟାରୀ ଅନିଲ ବୋହିଦାର ମଧ୍ୟ ଦଳ ସହ ଯାତ୍ରା କରିଛନ୍ତି। ଏହି ଦଳ ଭଲ ଖେଳ ପ୍ରଦର୍ଶନ କରିବ ବୋଲି ଆଶିର୍ବାଦ ବେହେରା, ଅଭିଜିତ ପାଲ, ସଞ୍ଜୟ ବେହେରା, ଅଶୋକ କୁମାର ସାହୁ, ରାଜ୍ୟ ବକ୍ସିଂ ସଭାପତି ରଘୁନନ୍ଦନ ପାଢୀ, ଶ୍ରୀ ରବିଶଙ୍କର ପ୍ରତିହାରି, ଧିରେନ୍ ପଲାଇ, ପ୍ରଭାତ ଭୋଳ, କେ ପ୍ରଭାକର ରାଓ, ଅଞ୍ଜନ ଦାସ, ବିଜୟ ଦାସ, ବାବୁ ପାତ୍ର, ଶିବରାମ ପାତ୍ର, ଏସ କେ ନାୟକ, ମମତା ପଣ୍ଡାଙ୍କ ସମେତ ବହୁ ବକ୍ସର ଓ କ୍ରୀଡାବିତ୍ ଆଶା ପ୍ରକଟ କରିଛନ୍ତି।

More news from ଓଡ଼ିଶା and nearby areas
  • ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା କେ. ପ୍ରିୟଦର୍ଶିନୀ ଏବଂ କେ. ନୀଳମାଧବ ଆଚାରୀଙ୍କ ପୁଣି ଥରେ 'ଘର ବାହୁଡ଼ା' ହେବା ପରେ ରାଜନୈତିକ ମହଲରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଘଟଣାକୁ ନେଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଲୋକଙ୍କ ଆସ୍ଥା ଓ ସମର୍ଥନକୁ ସମ୍ମାନ ଦେଇ ସମସ୍ତେ ଏକାଠି ହୋଇ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରିବା ଉଚିତ। ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜନୀତିରେ ମତଭେଦ ରହିପାରେ, କିନ୍ତୁ ଜନସେବା ହିଁ ସର୍ବୋପରି। ଏହି ଘଟଣା ପରେ ବୁଗୁଡ଼ା ଅଞ୍ଚଳରେ ବିଭିନ୍ନ ମହଲରେ ଆଲୋଚନା ଚାଲିଥିବା ବେଳେ ଆଗାମୀ ଦିନରେ ଏହାର ରାଜନୈତିକ ପ୍ରଭାବ କିପରି ପଡ଼ିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।
    1
    ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା କେ. ପ୍ରିୟଦର୍ଶିନୀ ଏବଂ କେ. ନୀଳମାଧବ ଆଚାରୀଙ୍କ ପୁଣି ଥରେ 'ଘର ବାହୁଡ଼ା' ହେବା ପରେ ରାଜନୈତିକ ମହଲରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଘଟଣାକୁ ନେଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଲୋକଙ୍କ ଆସ୍ଥା ଓ ସମର୍ଥନକୁ ସମ୍ମାନ ଦେଇ ସମସ୍ତେ ଏକାଠି ହୋଇ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରିବା ଉଚିତ। ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜନୀତିରେ ମତଭେଦ ରହିପାରେ, କିନ୍ତୁ ଜନସେବା ହିଁ ସର୍ବୋପରି। ଏହି ଘଟଣା ପରେ ବୁଗୁଡ଼ା ଅଞ୍ଚଳରେ ବିଭିନ୍ନ ମହଲରେ ଆଲୋଚନା ଚାଲିଥିବା ବେଳେ ଆଗାମୀ ଦିନରେ ଏହାର ରାଜନୈତିକ ପ୍ରଭାବ କିପରି ପଡ଼ିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।
    user_GANESH PANlGRAHl
    GANESH PANlGRAHl
    ସାମ୍ବାଦିକ ଧରାକୋଟେ, ଗଞ୍ଜାମ, ଓଡ଼ିଶା•
    15 min ago
  • ବିଜେପିର ଜାତୀୟ ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସହାୟକ (PA) ବୋଲି ମିଥ୍ୟା ପରିଚୟ ଦେଇ ଚାନ୍ଦା ଆଦାୟ କରିବାକୁ ଉଦ୍ୟମ କରାଯାଉଥିଲା। ପୋଲିସ ଏହି ଘଟଣାର ମାଷ୍ଟରମାଇଣ୍ଡକୁ ଧରିବାରେ ସଫଳ ହୋଇଛି।
    1
    ବିଜେପିର ଜାତୀୟ ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସହାୟକ (PA) ବୋଲି ମିଥ୍ୟା ପରିଚୟ ଦେଇ ଚାନ୍ଦା ଆଦାୟ କରିବାକୁ ଉଦ୍ୟମ କରାଯାଉଥିଲା। ପୋଲିସ ଏହି ଘଟଣାର ମାଷ୍ଟରମାଇଣ୍ଡକୁ ଧରିବାରେ ସଫଳ ହୋଇଛି।
    user_Jagruti khabar
    Jagruti khabar
    ଗଞ୍ଜାମ, ଗଞ୍ଜାମ, ଓଡ଼ିଶା•
    9 hrs ago
  • ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ଯୁବଗୋଷ୍ଠୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିଛି, ଯାହା ସେମାନଙ୍କୁ ସମୃଦ୍ଧ କରିବାରେ ସହାୟକ ହେବ। ରାଜ୍ୟରେ କୃଷି ପରେ ଏହି କ୍ଷେତ୍ର ସର୍ବାଧିକ ନିଯୁକ୍ତି ସୃଷ୍ଟି କରୁଥିବା ଏକ ପ୍ରମୁଖ କ୍ଷେତ୍ର ଭାବେ ପରିଚିତ। ଯୁବକ ଓ ମହିଳା ଉଦ୍ୟୋଗୀମାନଙ୍କୁ ସ୍ୱାବଲମ୍ବୀ କରିବା, ନୂତନ ଶିଳ୍ପ ପ୍ରତିଷ୍ଠାକୁ ପ୍ରୋତ୍ସାହିତ କରିବା, ଷ୍ଟାର୍ଟଅପ୍‌କୁ ସମର୍ଥନ କରିବା ଏବଂ ଗ୍ରାମାଞ୍ଚଳରେ ରୋଜଗାର ବୃଦ୍ଧି କରିବାରେ ଏମ୍‌ଏସ୍‌ଏମ୍‌ଇର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ଋଣ, ସବସିଡି, ପ୍ରଶିକ୍ଷଣ ଏବଂ ବଜାର ସଂଯୋଗ ସୁବିଧା ଯୋଗାଇ ଦେଉଛନ୍ତି। ଏହି ପଦକ୍ଷେପଗୁଡ଼ିକ ଯୁବଗୋଷ୍ଠୀଙ୍କୁ ସମୃଦ୍ଧିର ପଥରେ ଆଗେଇ ନେବାରେ ସହାୟକ ହେବ।
    1
    ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ଯୁବଗୋଷ୍ଠୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆଣିଛି, ଯାହା ସେମାନଙ୍କୁ ସମୃଦ୍ଧ କରିବାରେ ସହାୟକ ହେବ। ରାଜ୍ୟରେ କୃଷି ପରେ ଏହି କ୍ଷେତ୍ର ସର୍ବାଧିକ ନିଯୁକ୍ତି ସୃଷ୍ଟି କରୁଥିବା ଏକ ପ୍ରମୁଖ କ୍ଷେତ୍ର ଭାବେ ପରିଚିତ। ଯୁବକ ଓ ମହିଳା ଉଦ୍ୟୋଗୀମାନଙ୍କୁ ସ୍ୱାବଲମ୍ବୀ କରିବା, ନୂତନ ଶିଳ୍ପ ପ୍ରତିଷ୍ଠାକୁ ପ୍ରୋତ୍ସାହିତ କରିବା, ଷ୍ଟାର୍ଟଅପ୍‌କୁ ସମର୍ଥନ କରିବା ଏବଂ ଗ୍ରାମାଞ୍ଚଳରେ ରୋଜଗାର ବୃଦ୍ଧି କରିବାରେ ଏମ୍‌ଏସ୍‌ଏମ୍‌ଇର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ଋଣ, ସବସିଡି, ପ୍ରଶିକ୍ଷଣ ଏବଂ ବଜାର ସଂଯୋଗ ସୁବିଧା ଯୋଗାଇ ଦେଉଛନ୍ତି। ଏହି ପଦକ୍ଷେପଗୁଡ଼ିକ ଯୁବଗୋଷ୍ଠୀଙ୍କୁ ସମୃଦ୍ଧିର ପଥରେ ଆଗେଇ ନେବାରେ ସହାୟକ ହେବ।
    user_PURNACHANDRA BARIK
    PURNACHANDRA BARIK
    Court reporter ବୁଗୁଡ଼ା, ଗଞ୍ଜାମ, ଓଡ଼ିଶା•
    22 hrs ago
  • ଗଜପତି ଜିଲ୍ଲାର ସାନଖଣି ଓ ବଡ଼ଖଣି ଗ୍ରାମରେ ଜଗନ୍ନାଥ ମନ୍ଦିର, ଦୁର୍ଗା ମନ୍ଦିର, ଠାକୁରାଣୀ ମନ୍ଦିର ଏବଂ ଆଉ ଏକ ଦୁର୍ଗା ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟକ୍ରମ ଚାଲିଛି। ଏହି କାର୍ଯ୍ୟକ୍ରମର ତୃତୀୟ ଦିନରେ ଠାକୁରମାନଙ୍କର ମହାସ୍ନାନ କରାଯାଇଛି। ଏହି ମହାସ୍ନାନ କାର୍ଯ୍ୟକ୍ରମରେ ବିଜେପି ଆଦିବାସୀ ସଭାପତି ଏବଂ ରାଜ୍ୟ ଆଦିବାସୀର ସମ୍ପାଦକ ଯୋଗ ଦେଇଛନ୍ତି।
    1
    ଗଜପତି ଜିଲ୍ଲାର ସାନଖଣି ଓ ବଡ଼ଖଣି ଗ୍ରାମରେ ଜଗନ୍ନାଥ ମନ୍ଦିର, ଦୁର୍ଗା ମନ୍ଦିର, ଠାକୁରାଣୀ ମନ୍ଦିର ଏବଂ ଆଉ ଏକ ଦୁର୍ଗା ମନ୍ଦିରର ପ୍ରତିଷ୍ଠା କାର୍ଯ୍ୟକ୍ରମ ଚାଲିଛି। ଏହି କାର୍ଯ୍ୟକ୍ରମର ତୃତୀୟ ଦିନରେ ଠାକୁରମାନଙ୍କର ମହାସ୍ନାନ କରାଯାଇଛି। ଏହି ମହାସ୍ନାନ କାର୍ଯ୍ୟକ୍ରମରେ ବିଜେପି ଆଦିବାସୀ ସଭାପତି ଏବଂ ରାଜ୍ୟ ଆଦିବାସୀର ସମ୍ପାଦକ ଯୋଗ ଦେଇଛନ୍ତି।
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    10 hrs ago
  • ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଗସ୍ତ କରିଥିଲେ ବିଧାୟକ ରୂପେଶ ପାଣିଗ୍ରାହୀ। ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ ସଭାରେ ଯୋଗ ଦେବା ପାଇଁ ସେ ଗୁମ୍ମା ଆସିଥିଲେ। ଏହି ଗସ୍ତ ସମୟରେ, କିଛି ବୃଦ୍ଧବୃଦ୍ଧା ବିଧାୟକଙ୍କୁ ଭେଟି ସେମାନଙ୍କ ସମସ୍ୟା ଜଣାଇଥିଲେ। ବୃଦ୍ଧବୃଦ୍ଧାମାନେ ଅଭିଯୋଗ କରିଥିଲେ ଯେ ସେମାନେ ଗତ କିଛି ମାସ ଧରି ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ଏବଂ ବିକଳାଙ୍ଗ ଭତ୍ତା ପାଇ ନାହାନ୍ତି, ଯାହା ଫଳରେ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନେ ବିଧାୟକଙ୍କୁ ଠିକ୍ ଭାବରେ ଭତ୍ତା ପାଇବା ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ। ସେମାନଙ୍କ ଗୁହାରୀ ଶୁଣି ବିଧାୟକ ମହାଶୟ ମୁଖ୍ୟମନ୍ତ୍ରୀଙ୍କୁ ଏ ବିଷୟରେ ଅବଗତ କରାଇବା ସହ ତୁରନ୍ତ ଏହି ଘଟଣାର ସମାଧାନ ପାଇଁ ପ୍ରତିଶୃତି ଦେଇଛନ୍ତି।
    1
    ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଗସ୍ତ କରିଥିଲେ ବିଧାୟକ ରୂପେଶ ପାଣିଗ୍ରାହୀ। ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ ସଭାରେ ଯୋଗ ଦେବା ପାଇଁ ସେ ଗୁମ୍ମା ଆସିଥିଲେ। ଏହି ଗସ୍ତ ସମୟରେ, କିଛି ବୃଦ୍ଧବୃଦ୍ଧା ବିଧାୟକଙ୍କୁ ଭେଟି ସେମାନଙ୍କ ସମସ୍ୟା ଜଣାଇଥିଲେ।

ବୃଦ୍ଧବୃଦ୍ଧାମାନେ ଅଭିଯୋଗ କରିଥିଲେ ଯେ ସେମାନେ ଗତ କିଛି ମାସ ଧରି ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା ଏବଂ ବିକଳାଙ୍ଗ ଭତ୍ତା ପାଇ ନାହାନ୍ତି, ଯାହା ଫଳରେ ସେମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନେ ବିଧାୟକଙ୍କୁ ଠିକ୍ ଭାବରେ ଭତ୍ତା ପାଇବା ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଥିଲେ। ସେମାନଙ୍କ ଗୁହାରୀ ଶୁଣି ବିଧାୟକ ମହାଶୟ ମୁଖ୍ୟମନ୍ତ୍ରୀଙ୍କୁ ଏ ବିଷୟରେ ଅବଗତ କରାଇବା ସହ ତୁରନ୍ତ ଏହି ଘଟଣାର ସମାଧାନ ପାଇଁ ପ୍ରତିଶୃତି ଦେଇଛନ୍ତି।
    user_KHABAR TARANGA
    KHABAR TARANGA
    ସେରଙ୍ଗୋ, ଗଜପତି, ଓଡ଼ିଶା•
    10 hrs ago
  • daringabadi black kirikuti panchaya lovers point kirikuti adhika thekhantu adhika thekhantu
    4
    daringabadi black kirikuti panchaya lovers point  kirikuti 
adhika thekhantu adhika thekhantu
    user_Alphans
    Alphans
    Farmer ଦାରିଙ୍ଗବାଡି, କନ୍ଧମାଳ, ଓଡ଼ିଶା•
    16 hrs ago
  • ଖୋର୍ଦ୍ଧା ଜିଲ୍ଲାର ଭୁଷଣ୍ଡପୁର ଗ୍ରାମ ପଞ୍ଚାୟତରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦ୍ଘାଟନ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନରେ ଏହି ଅଞ୍ଚଳରେ କମ୍ୟୁନିଟି ଶୌଚାଳୟ ନିର୍ମାଣ, କଲ୍ୟାଣ ମଣ୍ଡପ, ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଉନ୍ନତି ଏବଂ ଚିଲିକାକୁ ସଂଯୋଗ କରୁଥିବା ବଙ୍ଗାଳୀ ନାଳର ପୁନରୁଦ୍ଧାର ସହ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ପ୍ରାୟ ଏକ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପଗୁଡ଼ିକ ନିର୍ମାଣ ହେବ ବୋଲି ସୂଚନା ମିଳିଛି। ଏହା ସହିତ ଚିଲିକାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୩୦୦ କୋଟି ଟଙ୍କାର ବ୍ୟୟ ବରାଦ କରିଥିବା କଥା ଉଲ୍ଲେଖ କରାଯାଇଛି। ଏହି ଅବସରରେ ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଥିଲେ ଯେ, ଚିଲିକାର ବିକାଶ ହେଲେ ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାର ପ୍ରାୟ ଦୁଇ ଲକ୍ଷରୁ ଅଧିକ ମତ୍ସ୍ୟଜୀବୀ ସିଧାସଳଖ ଭାବେ ଉପକୃତ ହେବେ। ସେ ଏହି ଉଦ୍ୟମ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜଣାଇଥିଲେ। ସାଂସଦ ଆହୁରି ସୂଚନା ଦେଇଥିଲେ ଯେ, ଆଗାମୀ ଦିନରେ ଭୁବନେଶ୍ୱର ଲୋକସଭା କ୍ଷେତ୍ରର ଭୁଷଣ୍ଡପୁରରେ ଅଧିକ ସଂଖ୍ୟକ ଜନହିତକର ଓ ଉନ୍ନୟନମୂଳକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏହି କାର୍ଯ୍ୟକ୍ରମରେ ବହୁ ସ୍ଥାନୀୟ ଜନପ୍ରତିନିଧି, ଅଧିକାରୀ ଏବଂ ଅଞ୍ଚଳବାସୀ ଉପସ୍ଥିତ ଥିଲେ।
    4
    ଖୋର୍ଦ୍ଧା ଜିଲ୍ଲାର ଭୁଷଣ୍ଡପୁର ଗ୍ରାମ ପଞ୍ଚାୟତରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦ୍ଘାଟନ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନରେ ଏହି ଅଞ୍ଚଳରେ କମ୍ୟୁନିଟି ଶୌଚାଳୟ ନିର୍ମାଣ, କଲ୍ୟାଣ ମଣ୍ଡପ, ପାନୀୟ ଜଳ ଯୋଗାଣ ବ୍ୟବସ୍ଥାର ଉନ୍ନତି ଏବଂ ଚିଲିକାକୁ ସଂଯୋଗ କରୁଥିବା ବଙ୍ଗାଳୀ ନାଳର ପୁନରୁଦ୍ଧାର ସହ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ପ୍ରାୟ ଏକ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପଗୁଡ଼ିକ ନିର୍ମାଣ ହେବ ବୋଲି ସୂଚନା ମିଳିଛି।

ଏହା ସହିତ ଚିଲିକାର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୩୦୦ କୋଟି ଟଙ୍କାର ବ୍ୟୟ ବରାଦ କରିଥିବା କଥା ଉଲ୍ଲେଖ କରାଯାଇଛି। ଏହି ଅବସରରେ ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଥିଲେ ଯେ, ଚିଲିକାର ବିକାଶ ହେଲେ ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲାର ପ୍ରାୟ ଦୁଇ ଲକ୍ଷରୁ ଅଧିକ ମତ୍ସ୍ୟଜୀବୀ ସିଧାସଳଖ ଭାବେ ଉପକୃତ ହେବେ। ସେ ଏହି ଉଦ୍ୟମ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜଣାଇଥିଲେ।

ସାଂସଦ ଆହୁରି ସୂଚନା ଦେଇଥିଲେ ଯେ, ଆଗାମୀ ଦିନରେ ଭୁବନେଶ୍ୱର ଲୋକସଭା କ୍ଷେତ୍ରର ଭୁଷଣ୍ଡପୁରରେ ଅଧିକ ସଂଖ୍ୟକ ଜନହିତକର ଓ ଉନ୍ନୟନମୂଳକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏହି କାର୍ଯ୍ୟକ୍ରମରେ ବହୁ ସ୍ଥାନୀୟ ଜନପ୍ରତିନିଧି, ଅଧିକାରୀ ଏବଂ ଅଞ୍ଚଳବାସୀ ଉପସ୍ଥିତ ଥିଲେ।
    user_ଦୀପକ କୁମାର ପ୍ରଧାନ
    ଦୀପକ କୁମାର ପ୍ରଧାନ
    ଟାଙ୍ଗୀ, ଖୋର୍ଦ୍ଧା, ଓଡ଼ିଶା•
    8 hrs ago
  • ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ପିଲାଚୋର ସନ୍ଦେହରେ କେବଳ ଦୁଇ ଜଣଙ୍କୁ ଲୋକେ ନିଜ ହାତକୁ ଆଇନ ନେଇ ଆକ୍ରମଣ କରିଛନ୍ତି। ଏହି ଘଟଣାକୁ ନେଇ ପୋଲିସ ୧୬ ଜଣଙ୍କୁ ଗିରଫ କରିଛି। ତେବେ, ଏଭଳି ହିଂସାତ୍ମକ ଘଟଣାରେ ଗିରଫ ପରେ କ'ଣ ହେବ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ଯାହା ମଣିଷ ଭିତରେ ଲୁଚିଥିବା ପଶୁର ଏକ ଭୟଙ୍କର ଚିତ୍ର ଦର୍ଶାଉଛି।
    1
    ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ପିଲାଚୋର ସନ୍ଦେହରେ କେବଳ ଦୁଇ ଜଣଙ୍କୁ ଲୋକେ ନିଜ ହାତକୁ ଆଇନ ନେଇ ଆକ୍ରମଣ କରିଛନ୍ତି। ଏହି ଘଟଣାକୁ ନେଇ ପୋଲିସ ୧୬ ଜଣଙ୍କୁ ଗିରଫ କରିଛି।

ତେବେ, ଏଭଳି ହିଂସାତ୍ମକ ଘଟଣାରେ ଗିରଫ ପରେ କ'ଣ ହେବ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି, ଯାହା ମଣିଷ ଭିତରେ ଲୁଚିଥିବା ପଶୁର ଏକ ଭୟଙ୍କର ଚିତ୍ର ଦର୍ଶାଉଛି।
    user_Jagruti khabar
    Jagruti khabar
    ଗଞ୍ଜାମ, ଗଞ୍ଜାମ, ଓଡ଼ିଶା•
    9 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.