Shuru
Apke Nagar Ki App…
ଢେଙ୍କାନାଳ ଭାପୁରରେ ଚାଞ୍ଚଲ୍ୟକର ଘଟଣା,ଯୁବତୀକୁ ଦୁଷ୍କର୍ମ ପରେ ଖଣ୍ଡାରେ ହାଣିଲେ ଦୁର୍ବୁତ୍ତ l Dhenkanal news l
Dhenkanal News
ଢେଙ୍କାନାଳ ଭାପୁରରେ ଚାଞ୍ଚଲ୍ୟକର ଘଟଣା,ଯୁବତୀକୁ ଦୁଷ୍କର୍ମ ପରେ ଖଣ୍ଡାରେ ହାଣିଲେ ଦୁର୍ବୁତ୍ତ l Dhenkanal news l
More news from ଓଡ଼ିଶା and nearby areas
- Post by Litan Kumar Senapati1
- Post by Dhenkanal News1
- ଷଷ୍ଠ ଜିଲ୍ଲା ପରିଷଦର ଏକାଦଶ ସାଧାରଣ ବୈଠକ ଅନୁଷ୍ଠିତ । ଢ଼େଙ୍କାନାଳ, ତା. ୨୯.୪.୨୦୨୬- ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପରିଷଦର ମାନ୍ୟବର ଅଧ୍ୟକ୍ଷା ର୍ ଅର୍ଚ୍ଚନା ପୁହାଣଙ୍କ ଅଧ୍ୟକ୍ଷତାରେ ଷଷ୍ଠ ଜିଲ୍ଲା ପରିଷଦର ଏକାଦଶ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ସାମଗ୍ରିକ ଦ୍ରୁତ ବିକାଶ ଆମ ସମସ୍ତଙ୍କର ଲକ୍ଷ୍ୟ ହେବା ଉଚ଼ିତ ବୋଲି ପ୍ରକାଶ କରି ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଏହି ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚ଼ନ୍ଦ୍ର ପାତ୍ର, ଢେଙ୍କାନାଳର ମାନ୍ୟବର ସାଂସଦ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ପାଣି, ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷା ତଥା ହିନ୍ଦୋଳ ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକ, ପରଜଙ୍ଗର ବିଧାୟକ ଶ୍ରୀଯୁକ୍ତ ବିଭୂତି ଭୂଷଣ ପ୍ରଧାନ, କାମାକ୍ଷାନଗରର ବିଧାୟକ ଶ୍ରୀଯୁକ୍ତ ଶତୃଘ୍ନ ଜେନା, ଜିଲ୍ଲା ପରିଷଦର ଉପାଧ୍ୟକ୍ଷା ଶ୍ରୀମତୀ ବିଳାସିନୀ ସେଠୀ , ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲ , ଜିଲ୍ଲା ପରିଷଦର ସମସ୍ତ ସଦସ୍ୟ, ସମସ୍ତ ବ୍ଲକ୍ ଚ଼େୟାରମ୍ୟାନ ଓ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟକ୍ରମରେ ପିଲାମାନଙ୍କୁ ଶିକ୍ଷାଦାନ, ପୁସ୍ତକ ଓ ପୋଷାକ ଆଦି ପ୍ରଦାନ, ଭିନ୍ନକ୍ଷମ ପିଲାଙ୍କୁ ଭତ୍ତା ପ୍ରଦାନ, ନୂତନ ଶିକ୍ଷକ ନିଯୁକ୍ତି, ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା, ଶ୍ରେଣୀଗୃହ ନିର୍ମାଣ, ବିଭିନ୍ନ ପଞ୍ଚାୟତରେ ପାଇପ ଲାଇନ ଓ ନଳକୂପ ଦ୍ୱାରା ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ସେବା ପ୍ରଦାନ , ପି.ଏମ୍. ଜନମନ ଯୋଜନାରେ ବିଦ୍ୟୁତ୍ ଯୋଗାଣ, ରାସ୍ତା ଓ ପୋଲ ନିର୍ମାଣ ଏବଂ ଉଠା ଜଳ ସେଚନ ଆଦି ପ୍ରକଳ୍ପର କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ପିଲାମାନଙ୍କୁ ଦିଆଯାଉଥିବା ପୋଷାକ ନିମ୍ନ ମାନର ଓ କେତେକ ବିଦ୍ୟାଳୟରେ ପୋକରା ଚାଉଳ ଯୋଗାଣ ହୋଇଥିବା ନେଇ ସଦସ୍ୟ ମାନେ ବୈଠକର ଦୃଷ୍ଟି ଆକର୍ଷଣ କରିଥିଲେ । ନିୟମିତ ଭାବେ ଚାଉଳ ଯୋଗାଣ ଯାଞ୍ଚ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ । ପାଇପ ଲାଇନ ଦ୍ୱାରା ପାନୀୟ ଜଳ ଯୋଗାଣ ସମୟରେ ମଟର ପମ୍ପ ଲଗାଇ ପାଣି ଭିଡି ଘରକୁ ନେଉଥିଲେ, ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଥିଲେ । ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ ନିମନ୍ତେ ଲାକ୍ରୋସ୍କୋପିକ୍ ମେସିନ, ଆଡ଼ଭାନ୍ସ୍ ଲାଇଫ ସପୋର୍ଟ ଆମ୍ବୁଲାନ୍ସ ବ୍ୟବସ୍ଥା, ଆଇ. ସି.ୟୁ. ସ୍ଥାପନ ଓ ଅଧିକ ଡାକ୍ତର ନିଯୁକ୍ତି ଶୀଘ୍ର କରାଯିବ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ । ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଉଥିବା ସମସ୍ତ ପ୍ରକାରର ଟୀକା ସଂପୂର୍ଣ୍ଣ ନିରାପଦ ଓ ଫଳପ୍ରସୂ ଅଟେ , ଏଣୁ ଭୟଭୀତ ନ ହୋଇ, କୌଣସି ପ୍ରକାରର ଅପ ପ୍ରଚାରକୁ ବିଶ୍ୱାସ ନ କରି ସମସ୍ତ ପ୍ରକାରର ଟୀକା ଦାନର ସୁଯୋଗ ନେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାରେ ବିଭିନ୍ନ ପଞ୍ଚାୟତର ଜଳା କ୍ଲିଷ୍ଟ ଅଂଚ଼ଳରେ ମୋଟ ୬୫୬ ନଳକୂପ ଖନନ କରାଯିବାର ପ୍ରସ୍ତାବ ରହିଛି, ଏହାକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରି କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସମସ୍ତ ପ୍ରକାରର ପ୍ରକଳ୍ପ କାର୍ଯ୍ୟ ପାଇଁ ଜନସାଧାରଣ ଓ ଲୋକ ପ୍ରତିନିଧିମାନଙ୍କ ପ୍ରସ୍ତାବକୁ ଗୁରୁତ୍ୱ ଦେବାକୁ ସାଂସଦ ଶ୍ରୀଯୁକ୍ତ ପାଣି ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଶେଷରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦିପ୍ତୀ ରଂଜନ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।1
- ଉତ୍କଳ ଗୌରବ ମଧୁସୂଦନ ଜୟନ୍ତୀ ପାଳନ କଲା ଆପ୍ ଢେଙ୍କାନାଳ : ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ ଅବସରରେ ଆମ୍ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ମାନେ ଏକତ୍ରିତ ହୋଇ ସ୍ଥାନୀୟ କୋର୍ଟ ପାଖ ମଧୁବାବୁ ଙ୍କ ପ୍ରତିମୂର୍ତ୍ତିରେ ଧୂପଦାନ ସହିତ ପୁଷ୍ପମାଲ୍ୟ ଅର୍ପଣ କରି ମଧୁବାବୁ ଏବଂ ଉତ୍କଳ ପ୍ରଦେଶ ସମ୍ମାନାର୍ଥେ ବିଭିନ୍ନ ଜୟଗାନ ନାରାବାଜି କରିଥିଲେ । ରାଜ୍ୟ ସଂଗଠନ ସମ୍ପାଦକ ଭରତ କୁମାର ଦାସ ଯୋଗଦେଇ ଅଭିଭାଷଣରେ କହିଥିଲେ ଯେ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ମିଶାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ସେ ଆଜୀବନ ସଂଗ୍ରାମ ଯୋଗୁଁ ୧ ଏପ୍ରିଲ୍ ୧୯୩୬ ରେ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ଗଠିତ ହୋଇଥିଲା ଏବଂ ଏଥିପାଇଁ ତାଙ୍କୁ _‘ଉତ୍କଳ ଗୌରବ’_ ଉପାଧି ମିଳିଥିଲା। ସଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ ବାଲ୍ୟ ବିବାହ, ଅସ୍ପୃଶ୍ୟତା ବିରୋଧରେ ଲଢ଼େଇ, ନାରୀମାନଙ୍କୁ ଶିକ୍ଷିତ କରିବା ସନ୍ଦର୍ଭରେ କହିଥିଲେ। ଜିଲ୍ଲା କୋଷାଧ୍ୟକ୍ଷ ତଥା ଅବସର ପ୍ରାପ୍ତ ଶିକ୍ଷକ କବିଜ୍ୟୋତି ନିରଞ୍ଜନ ପତି ଉତ୍କଳ ଗୌରବ ମଧୁସୂଦନ ଏବଂ ଓଡ଼ିଶା ବିଷୟରେ ଏକ କବିତା ପାଠ କରିଥିଲେ। ଏହା ବ୍ୟତୀତ ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ ସାମଲ, ସଦର ନିର୍ବାଚନ ମଣ୍ଡଳୀ ସଭାପତି ଚିତ୍ତରଞ୍ଜନ ପାଣି, ନଗର ସଭାପତି ଦେବାଶିଷ ନନ୍ଦ, ଉପସଭାପତି ବିଜୟ କୁମାର ଦାସ, ସୋମନାଥ ଦାଶ, ଜୟଦେବ ବେହେରା, ପ୍ରସନ୍ନ ବରାଳ, ପ୍ରଶାନ୍ତ ନନ୍ଦ, ଯୁଧିଷ୍ଠିର ଦାସ ପ୍ରମୁଖ ଯୋଗଦେଇ ଉତ୍କଳ ଗୌରବ ମଧୁସୂଦନଙ୍କ ସମ୍ପର୍କରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ପିତାମ୍ବର ସାମନ୍ତରାୟ, ଚିନ୍ମୟ ସେନାପତି, ଜୟନ୍ତ ଦାସ, ଗୋବିନ୍ଦ ସାହୁ, କବି ନାଏକ ପ୍ରମୁଖ ଉପସ୍ଥିତ ଥିଲେ।1
- ସ୍ତ୍ରୀ ଲୋକ ସହ ଗପି ଗପି ବସ୍ ଉଲଟାଇଦେଲା ଡ୍ରାଇଭର୍। ଖାଲି ଗପୁଥାଏ ସ୍ତ୍ରୀ ଲୋକକୁ ଅନାଉଥାଏ। ତାକୁ ଦେଖି ଦେଖି ଗାଡ଼ି ବିଲରେ ପୁରାଇ ଉଲଟାଇ ଦେଲା। ସ୍ତ୍ରୀ ଲୋକ ସହ ଗପି ଗପି ବସ୍ ଉଲଟାଇଦେଲା ଡ୍ରାଇଭର୍। ଖାଲି ଗପୁଥାଏ ସ୍ତ୍ରୀ ଲୋକକୁ ଅନାଉଥାଏ। ତାକୁ ଦେଖି ଦେଖି ଗାଡ଼ି ବିଲରେ ପୁରାଇ ଉଲଟାଇ ଦେଲା।1
- ବିଜେପି ରାଜ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ହେଲା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ-୨୦୨୬ ଅନ୍ତର୍ଗତ ପ୍ରଦେଶ ସ୍ତରୀୟ ଆଇଟି ଓ ପ୍ରଦର୍ଶନୀ ଟୋଲୀର ବୈଠକ. #apanankakhabara #LatestNews #UpdateNews #Odisha #Bhubaneswar Apananka Khabara2
- ନାଟକ ସନାତନୀର ଟାଇଟଲ ଗୀତର ପ୍ରମୋଶନ | ଏ ନାଟକରେ ଏକ ବଡ଼ କାହାଣୀ ରହିଛି | ଯେଉଁ କାହାଣୀ ସମସ୍ତଙ୍କୁ ପ୍ରେରଣା ଯୋଗାଇବ | ଥରୁଟିଏ ଏ ନାଟକ ଦେଖନ୍ତୁ, ଆପଣଙ୍କ ପଲକ ପଡ଼ିବ ନାହିଁ | ଭୁବନେଶ୍ବର, ଓଡ଼ିଶା #Bhubaneswar #Odisha1
- Post by Dhenkanal News1