Cyclone Fear : ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! ୧୧ ରେ ଲଘୁଚାପ ସମ୍ଭାବନା, ୧୩ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର ଆଜି ୧୧ ତାରିଖରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ଶ୍ରୀଲଙ୍କା ନିକଟସ୍ଥ ଗଲ୍ଫ ଅଫ ମନାର ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଘନୀଭୂତ ହୋଇ ଲଘୁଚାପ ରୂପ ନେବ । ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ଏହି ଆକଳନ କରିଛି । ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୧୩ ବା ୧୪ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ଘନୀଭୂତ ହୋଇ ଅବପାତ ଓ ପରେ ଗଭୀର ଅବପାତରେ ପରିଣତ ହେବ । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ତେବେ ୧୪ ତାରିଖ ଯାଏ ରାଜ୍ୟରେ ତାତି ଅପେକ୍ଷାକୃତ କମ୍ ରହିବ ବୋଲି ସେ ଆକଳନ କରିଛନ୍ତି । ରବିବାର କାଳବୈଶାଖୀ ପ୍ରଭାବରେ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ପୁରୀ ଭଳି ସ୍ଥାନରେ ଝଡ଼ବର୍ଷା ଆଶଙ୍କା ଅଛି । ୪୦ ରୁ ୫୦ କିମି ବେଗରେ ପବନ ବି ବହିପାରେ । ୧୧, ୧୨ ଓ ୧୩ ତାରିଖରେ ବି କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ଶନିବାର ରାଜ୍ୟର ସବୁଠି ତାପମାତ୍ରା ୪୦ ଡିଗ୍ରୀ ତଳେ ଥିଲା । ବଲାଙ୍ଗୀରରେ ୩୯.୩, ସୋନପୁରରେ ୩୮.୫, ତାଳଚେରରେ ୩୮.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା ।

- ଓଡ଼ିଶା ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କରିଛନ୍ତି। ସେଠାରେ ସ୍ୱାସ୍ଥ୍ୟସେବାର ସ୍ଥିତି ଏବଂ ରୋଗୀଙ୍କ ସୁବିଧା ଅନୁଧ୍ୟାନ କରିଛନ୍ତି।1
- ଓଡ଼ିଶାର ଟିଟିଲାଗଡ଼ ମାତୃ ଓ ଶିଶୁ ଚିକିତ୍ସାଳୟରେ ପ୍ରସୂତି ମହିଳାଙ୍କଠାରୁ ଟଙ୍କା ଆଦାୟ, ପାନୀୟ ଜଳ ଓ ଆମ୍ବୁଲାନ୍ସ ଅଭାବ ଭଳି ଅବ୍ୟବସ୍ଥା ଦେଖାଦେଇଛି। ଏହି ସବୁ ସମସ୍ୟା ପାଇଁ ଡାକ୍ତର ବିଜୁଳି ସମସ୍ୟାକୁ ଦାୟୀ କରୁଥିବା ବେଳେ, ରୋଗୀଙ୍କୁ ବାହାର ପ୍ରାଇଭେଟ୍ କ୍ଲିନିକକୁ ପଠାଇବା ଓ ନିମ୍ନମାନର ଖାଦ୍ୟ ଯୋଗାଇବା ଭଳି ଅଭିଯୋଗ ମଧ୍ୟ ରହିଛି।4
- *ବୀରମହାରାଜପୁର ରଥପୁର ଛକ ରେ ଲାଇଟ୍ ଖୁଣ୍ଟ କାମରେ ବଡ଼ ଅନିୟମିତତା, ବିନା ଛଡ଼ ରେ କରାଯାଇଥିଲା ଖୁଣ୍ଟ କମ ଲାଇଟ ଲଗେଇଲା ବେଳେଟଳି ପଡିଲା ଖୁଣ୍ଟ।1
- ଓଡ଼ିଶାର ବିଭିନ୍ନ ସ୍ଥାନରେ ମୁଷ୍ଟିମେୟ ଲୋକେ ସରକାରୀ ଜମିକୁ ଜବରଦଖଲ କରିଛନ୍ତି। ଏହି ସମସ୍ୟା ରାଜ୍ୟରେ ଏକ ବଡ଼ ଚିନ୍ତାର ବିଷୟ ପାଲଟିଛି ଏବଂ ପ୍ରଶାସନର ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।1
- ସୁବର୍ଣ୍ଣପୁର ଜିଲ୍ଲାରେ ବାଲି ମାଫିଆଙ୍କ ବେଆଇନ୍ କାରବାର ସାମ୍ନାକୁ ଆସିଛି। ସେମାନେ ବେଆଇନ୍ ଭାବେ ବାଲି ଉଠାଇ ପାହାଡ଼ ପରି ଜମା କରି ରଖିଛନ୍ତି। ଓଡ଼ିଶାରେ ଏହି ବୃଦ୍ଧି ପାଉଥିବା କାର୍ଯ୍ୟକଳାପ ପ୍ରଶାସନ ପାଇଁ ଏକ ବଡ଼ ଚିନ୍ତା ପାଲଟିଛି।1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ରଥପୁର ଛକରେ ଲାଗୁଥିବା ଲାଇଟ୍ ଖୁଣ୍ଟ ନିର୍ମାଣରେ ନିମ୍ନମାନର କାମ ହୋଇଛି। ଏଥିରେ ଆବଶ୍ୟକୀୟ ଲୁହା ରଡ୍ ବ୍ୟବହାର କରାଯାଇ ନଥିବା ଦେଖିବାକୁ ମିଳିଛି।1
- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବସ ଷ୍ଟାଣ୍ଡରେ ଥିବା 'ଶିବା ମୋବାଇଲ' ଦୋକାନରୁ ୭୦ ଲକ୍ଷ ଟଙ୍କା ମୂଲ୍ୟର ମୋବାଇଲ୍ ଚୋରି ହୋଇଛି। ଚୋରମାନେ ଦୋକାନର ପଛ କାନ୍ଥ କଣା କରି ଏହି କାଣ୍ଡ ଭିଆଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।1
- ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାରେ ମାଫିଆଙ୍କ ରାଜୁତି ଚାଲିଥିବା ଅଭିଯୋଗ ହୋଇଛି। ଏହାଦ୍ୱାରା ପ୍ରଶାସନ ମାଫିଆଙ୍କ ନିୟନ୍ତ୍ରଣରେ ଥିବା କଥା ସାମ୍ନାକୁ ଆସିଛି, ଯାହା ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି।1