ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବାଉଁଶୁଣୀରେ ରକ୍ଷାବନ୍ଧନ ଉତ୍ସବ ପାଳିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବାଉଁଶୁଣୀରେ ରକ୍ଷାବନ୍ଧନ ଉତ୍ସବ ପାଳିତ ବୌଦ୍ଧ:ବୌଦ୍ଧ ଜିଲ୍ଲା ବାଉଁଶୁଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ରକ୍ଷାବନ୍ଧନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ସମ୍ପାଦକ ଶ୍ରୀଯୁକ୍ତ ସୁନିଲ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସେବକ ଶ୍ରୀଯୁକ୍ତ ଗୋବିନ୍ଦ ମହାକୁଡ଼ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତୀୟ ସଂସ୍କୃତିରେ ରକ୍ଷାବନ୍ଧନର ମହତ୍ତ୍ବ ସମ୍ପର୍କରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ବୌଦ୍ଧ ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ଦଶରଥ ମେହେର, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ହୃଦୟରଞ୍ଜନ ଖମାରୀ ଓ ସମିତି ସଦସ୍ୟ ଶ୍ରୀଯୁକ୍ତ ଉତ୍ତମ ନାଏକ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଦୟାବାନ ରଣା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଶିଶୁ ଭାଇଭଉଣୀମାନେ ପରସ୍ପରକୁ ଏବଂ ଅତିଥିମାନଙ୍କୁ ରାଖୀ ବାନ୍ଧିଥିଲେ। କାର୍ଯ୍ୟକ୍ରମକୁ ସୁଶ୍ରୀ ଲଲିତା ଠାକୁର ସଂଯୋଜନା କରିଥିବା ବେଳେ ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ। ସହ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ହରିହର ହାତୀଙ୍କ ସମେତ ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବାଉଁଶୁଣୀରେ ରକ୍ଷାବନ୍ଧନ ଉତ୍ସବ ପାଳିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ବାଉଁଶୁଣୀରେ ରକ୍ଷାବନ୍ଧନ ଉତ୍ସବ ପାଳିତ ବୌଦ୍ଧ:ବୌଦ୍ଧ ଜିଲ୍ଲା ବାଉଁଶୁଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ରକ୍ଷାବନ୍ଧନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ସମ୍ପାଦକ ଶ୍ରୀଯୁକ୍ତ ସୁନିଲ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସେବକ ଶ୍ରୀଯୁକ୍ତ ଗୋବିନ୍ଦ ମହାକୁଡ଼ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତୀୟ ସଂସ୍କୃତିରେ ରକ୍ଷାବନ୍ଧନର ମହତ୍ତ୍ବ ସମ୍ପର୍କରେ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ବୌଦ୍ଧ ସଂକୁଳ ପ୍ରମୁଖ ଶ୍ରୀଯୁକ୍ତ ଦଶରଥ ମେହେର, ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ
ହୃଦୟରଞ୍ଜନ ଖମାରୀ ଓ ସମିତି ସଦସ୍ୟ ଶ୍ରୀଯୁକ୍ତ ଉତ୍ତମ ନାଏକ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଦୟାବାନ ରଣା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଶିଶୁ ଭାଇଭଉଣୀମାନେ ପରସ୍ପରକୁ ଏବଂ ଅତିଥିମାନଙ୍କୁ ରାଖୀ ବାନ୍ଧିଥିଲେ। କାର୍ଯ୍ୟକ୍ରମକୁ ସୁଶ୍ରୀ ଲଲିତା ଠାକୁର ସଂଯୋଜନା କରିଥିବା ବେଳେ ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ମହାକୁଡ଼ ଧନ୍ୟବାଦ ଅର୍ପଣ କରିଥିଲେ। ସହ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ହରିହର ହାତୀଙ୍କ ସମେତ ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
- ସ୍ନେହ, ପ୍ରେମ ଓ ପବିତ୍ରତାର ପ୍ରତୀକ "ରକ୍ଷା ବନ୍ଧନ" ଉତ୍ସବ ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ମସିଣାଗୋରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅତ୍ୟନ୍ତ ଉତ୍ସାହ ଓ ଆନନ୍ଦ ଉଲ୍ଲାସର ସହିତ ପାଳିତ ସ୍ନେହ, ପ୍ରେମ ଓ ପବିତ୍ରତାର ପ୍ରତୀକ "ରକ୍ଷା ବନ୍ଧନ" ଉତ୍ସବ ବୌଦ୍ଧ:ବୌଦ୍ଧ ଜ଼ିଲ୍ଲା କଣ୍ଟାମାଲ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ଅନ୍ତର୍ଗତ ମସିଣାଗୋରା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ଅତ୍ୟନ୍ତ ଉତ୍ସାହ ଓ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି । ଏହି ପବିତ୍ର ଅବସରରେ ବିଦ୍ୟାଳୟର ଛୋଟ ଛୋଟ ଭଉଣୀମାନେ ଭାଇମାନଙ୍କ ହାତରେ ସ୍ନେହର ରାକ୍ଷୀ ବାନ୍ଧି ସେମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ, ଦୀର୍ଘାୟୁ ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏଥିସହ ଭାଇମାନେ ମଧ୍ୟ ସର୍ବଦା ଭଉଣୀମାନଙ୍କ ସୁରକ୍ଷା ଓ ସମ୍ମାନ ରକ୍ଷା କରିବା ପାଇଁ ସଂକଳ୍ପ ନେଇଥିଲେ । ସେହିପରି ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ, ରୋଗୀ, ବଜାର ଛକ ଏବଂ ରାସ୍ତାରେ ଯାଉଥିବା ସମସ୍ତଙ୍କୁ ଭାଇ ଭଉଣୀମାନେ ରକ୍ଷା ବନ୍ଧନ କରିଥିଲେ । ଭାରତୀୟ ସଂସ୍କୃତି, ସଂସ୍କାର ଓ ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ଏହି ମହାନ ପର୍ବରେ ବିଦ୍ୟାଳୟର ସମସ୍ତ ଗୁରୁଜୀ, ଗୁରୁମା ଏବଂ କର୍ମଚାରୀ ଉପସ୍ଥିତ ରହି ଶିଶୁମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ । 1
- କଣ୍ଟାମାଳ ବ୍ଳକ ନୂଆଁପାଲିସ୍ଥିତ ଆଦିବାସୀ ହାଇସ୍କୁଲର ଛାତ୍ରୀନିବାସର ଅନ୍ତେବାସୀ ନିଆରା ଢଙ୍ଗରେ ପାଳିଲେ ରକ୍ଷାବନ୍ଧନ। ବୃକ୍ଷ ଦେବତାଙ୍କୁ ପୂଜାର୍ଚ୍ଚନା ପରେ ରାକ୍ଷୀ ବାନ୍ଧିଲେ ।1
- Post by ସାମ୍ବାଦିକ Biswamitra padhi1
- ମନମୁଣ୍ଡା ଥାନା ପୋଲିସ ପକ୍ଷରୁ ୧ କ୍ୱିଣ୍ଟାଲ ୪୬୦ ଗ୍ରାମ ଗଞ୍ଜେଇ ଜବତ1
- ୧କ୍ୱିଣ୍ଟାଲ ଗଂଜେଇ ଜବତ କଲା ମନମୁଣ୍ଡା ପୋଲିସ , ଘଟଣା ସ୍ଥଳରୁ ମାଫିଆ ଫେରାର ଆଜି ମନମୁଣ୍ଡା ଥାନା ପୋଲିସ ଟିମ ଶଗଡା ଫାଣ୍ଡି ଅନ୍ତର୍ଗତ ସିଗାଡି ଗ୍ରାମ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଗ୍ରାମ ଜଙ୍ଗଲ ନିକଟରେ ଚୋରା ଚାଲାଣ ପାଇଁ ରଖା ଯାଇଥିବା ୨ଗୋଟି ବସ୍ତାରେ ଗଞ୍ଜେଇ ପାଇଥିଲେ । ମାଜିଷ୍ଟେଟ ଓ ସାକ୍ଷୀ ମାନଙ୍କର ଉପସ୍ଥିତିରେ ଓଜନ କରିବାରୁ ୧ କୁଇଣ୍ଟାଲ ହୋଇଥିଲା । କିଛି ଅଜଣା ଲୋକ ଉକ୍ତ ଗଞ୍ଜେଇ ପରିବହନ ନିମନ୍ତେ ଗଚ୍ଛିତ ରଖିଥିଲେ । ଏ ନେଇ ମନମୁଣ୍ଡା ଥାନାରେ ୩୪୫/୨୬ରେ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଚିରଞ୍ଜିବ ବେହେରା ସୂଚନା ଦେଇଛନ୍ତି | ଗତ ଦୁଇ ମାସ ମଧ୍ୟରେ ମନମୁଣ୍ଡା ପୋଲିସ ସମୁଦାୟ ୧୧ ଟି ମାମଲା ରୁଜୁ କରି ୩୨ ଜଣ ଲୋକଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ସମୁଦାୟ ୩୯କୁଇଣ୍ଟାଲ ଗଞ୍ଜେଇ ଓ ୯ ଗୋଟି ବନ୍ଧୁକ ଜବତ କରିଥିବା ସୂଚନା ମିଳିଛି ।2
- ସୁବର୍ଣ୍ଣପୁର ଜିଲ୍ଲାର ନୃତ୍ୟ ଓ ସଂଗୀତ ଅନୁଷ୍ଠାନ ଭୀମ ଭୋଇ କଲା ପରିଷଦ ତରଫରୁ ମାନନୀୟ ଜିଲ୍ଲପାଳ ଡ଼ ନୃପରାଜ ସାହୁଙ୍କୁ ଭଵ୍ୟ ସମ୍ୱର୍ଦ୍ଧନା ଦିଆଯାଇଥିଲା ଅନୁଷ୍ଠାନ ରେ l ସୁବର୍ଣ୍ଣପୁର ଜିଲ୍ଲାର ନୃତ୍ୟ ଓ ସଂଗୀତ ଅନୁଷ୍ଠାନ ଭୀମ ଭୋଇ କଲା ପରିଷଦ ତରଫରୁ ମାନନୀୟ ଜିଲ୍ଲପାଳ ଡ଼ ନୃପରାଜ ସାହୁଙ୍କୁ ଭଵ୍ୟ ସମ୍ୱର୍ଦ୍ଧନା ଦିଆଯାଇଥିଲା ଅନୁଷ୍ଠାନ ରେ l ଆଡ଼ଭୋକେଟ ଶ୍ୟାମ ଓଁ ପ୍ରସାଦ ମିଶ୍ରଙ୍କ ସଂଯୋଜନା ରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାୟକ, ସମାଜ ସେଵୀ ଶ୍ରୀବତ୍ସ ମଲ୍ଲିକ, ଓରମାସ ସିଇଓ ସମୀର କୁମାର ନାୟକ ଓ ପଏଁରୀ ସମ୍ପାଦକ ଚୌଧୁରୀ ବିଭାର ଉପସ୍ଥିତ ଥିଲେ l ସମ୍ପାଦକ ଉମେଶ କୁମ୍ଭାରଙ୍କ ନିର୍ଦେଶନା ରେ ଅତିଥି ମାନଙ୍କ ଉଦେଶ୍ୟ ରେ ସୁନ୍ଦର ସ୍ୱାଗତ ସଂଗୀତ ପରିବେଷଣ ହେଇଥିଲା l ଜିଲ୍ଲାପାଳ ତାଙ୍କ ଭାବ ବିହଳ ବାର୍ତ୍ତା କହିଥିଲେ ଏ ମାଟି କୁ ଆସିଲା ପରେ ମାଟିର ବାସ୍ନା ମୋତେ ବିଭୋର କରିଛି ଏବଂ ମୁଁ ଏଇ ଅନୁଷ୍ଠାନରୁ ଗୀତ ଗାଇବା ଶିଖିଛି l ଉମେଶ ବାବୁ ସବୁ ବେଳେ ଗୀତ ଗାଇବା ପାଇଁ ମୋତେ ପ୍ରେରଣା ଦେଇଛନ୍ତି ମୁଁ କେବେ ଭୁଲି ପାରିବିନି ଅନୁଷ୍ଠାନ କୁ ଏବଂ ସମସ୍ତ ସଦସ୍ୟ ଓ ସଦସ୍ୟା ମାନଂକୁ l ଶେଷରେ ସଭାପତି ପ୍ରତ୍ୟୁଷ କୁମାର ମେହେର ଧନ୍ୟବାଦ ଦେଇଥିଲେ l1
- ଭୂଆସୁଣୀ ପାହାଡ଼ ରେ ବେଆଇନ ଖନନ ଓ ଲୁଟ ଅଭିଯୋଗ, ପୂର୍ବ ରୁ ଲିଜ ନେଇ ବ୍ୟାପକ ଜାଲିଆତି। ଭୂଆସୁଣୀ ପାହାଡ଼ ରେ ବେଆଇନ ଖନନ ଓ ଲୁଟ ଅଭିଯୋଗ, ପୂର୍ବ ରୁ ଲିଜ ନେଇ ବ୍ୟାପକ ଜାଲିଆତି।1
- ଏ ହେଉଛି କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିକଳ ଚିତ୍ର । ରୋଗୀଙ୍କୁ ଖାଲି ବେଡରେ ଚିକିତ୍ସା, ଚଦର ଗଲା କୁଆଡ଼େ?1