କାଦୁଆପଡ଼ା ଗ୍ରାମରେ ଚୋରଙ୍କ ଆତଙ୍କ, ଗୋଟିଏ ରାତିରେ ଏକାଧିକ ଘରୁ ଚୋରି, ଥାନାରେ ଅଭିଯୋଗ ଜଗତସିଂହପୁର ୧୯/୪- ଜଗତସିଂହପୁର ଜ଼ିଲ୍ଲା କାଦୁଆପଡ଼ା ଗ୍ରାମରେ ଚୋରି ହୋଇଥିବା ନେଇ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିବା ସୂଚନା ମିଳିଛି l ଅଭିଯୋଗ ମୁତାବକ କାଦୁଆପଡ଼ା ଗ୍ରାମର ବିମଳ କୁମାର ମହାରଣା ତାଙ୍କର ତାଙ୍କ ବଡଭାଇ, ମଝିଆ ଭାଇଙ୍କ ଘରର ଗ୍ରିଲ୍ ତାଡି ଟଙ୍କା ସହିତ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଥିବା ନେଇ ଅଭିଯୋଗ କରିଛନ୍ତି l ଚୋରମାନେ ତାଙ୍କ ଘର ସହିତ ପଡୋଶୀ ଚନ୍ଦନ କୁମାର, ବେଣୀ ମାଧବ ରାଉତ, ବିଜୟ କୁମାର ରାଉତ ପ୍ରମୁଖଙ୍କ ଘର ମୁଖ୍ୟ କବାଟ ଭାଙ୍ଗି ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଥିବା ସୂଚନା ଦେଇଛନ୍ତି l ଦୁଆର ମୁହଁରେ ମଦବୋତଲ ବାଡେଇ ଭାଙ୍ଗିବା ସହିତ ସିସି ଟିଭି ବାଡେଇ ଭାଙ୍ଗିଥିବା ସୂଚନା ଦେଇଛନ୍ତି l ବିମଳ କୁମାର ମହାରଣାଙ୍କ ବଡ଼ଭାଇ ଓ ମଝିଆ ଭାଇ ତାଳଚେର ରେ ରହୁଥିବାବେଳେ ଚୋର ମାନେ ତାଙ୍କର ଗ୍ରିଲ ଓ କବାଟ ଭାଙ୍ଗି ବହୁ ମୂଲ୍ୟବାନ ସାମଗ୍ରୀ ଚୋରିକରିନେଇଥିବା ଜଗତସିଂହପୁର ଥାନାରେ ଅଭିଯୋଗ କରିଛନ୍ତି l ପୋଲିସ ଅଭିଯୋଗ ପାଇ ତଦନ୍ତ ଚଳାଉଥିବା ସୂଚନା ମିଳିଛି l

- Post by ମନୋଜ କୁମାର ପୁଣ୍ଟିଆ1
- କଟକ ଜିଲ୍ଲା ପରମହଂସ ପ୍ରସିଦ୍ଧ ଶବ୍ୟାପୀଠ ଜାହା ପରାମହଂସ ପଞ୍ଚାୟତ ର ପୁର୍ବତନ ଶିବମନ୍ଦିର ଗତକାଲି ରାତିରେ ଘଡ଼ଘଡ଼ି ପଡି ମନ୍ଦିରର ଉପରଭାଗ ଫାଟିଗଲା1
- Post by Prabhati Sahoo1
- ମା ମାଳ ସାତଭଉଣୀ ପୀଠ ଚାରୀଗାଁ ଜୟ କୃଷ୍ଟପୁର ଠାରେ ଶ୍ରୀ ଶ୍ରୀ ସଦଗୁରୁ ଶିରିଡିସାଇ ମହାରାଜ ଙ୍କ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ,ଏହି ଅବସରରେ ଜିଲ୍ଲାର କୋଣ ଅନୁକୋଣ ରୁ ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ, କାହିଁ କେଇଁ ଅନାଦି କାଳରୁ ଚାରୀଗାଁ ଜୟ କୃଷ୍ଟପୁର ଠାରେ ମା ମାଳ ସାତଭଉଣୀ ବିରାଜମାନ ଅଛନ୍ତି,ମା'ଙ୍କ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ସଦଗୁରୁ ଶିରିଡିସାଇ ମହାରାଜ ଙ୍କ ପ୍ରଥମ ବାର୍ଷିକ ଉତ୍ସବ ଅତି ଆଡମ୍ବରରେ ପାଳିତ ହୋଇଯାଇଛି,ବିଶ୍ୱାସରେ ଡାକିଲେ ମା ମାଳ ସାତଭଉଣୀ ଜବାବ ଦେଇଥାଏ ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ,ବହୁ ଲୋକ ମା ନିକଟକୁ ଆସି ବହୁ ଦୁରାରୋଗରୁ ମଧ୍ୟ ଭଲ ହୋଇଛନ୍ତି,ମା ଙ୍କ ନିକଟରେ ଯିଏ ଯାହା ମାନସିକ କରିଥାଏ ତାହା ପୂରଣ ହେବା ମାତ୍ରେ ସିଏ ମାନସିକ ବାଣ ଫୁଟାଇବାର ଵିଧି ମଧ୍ୟ ରହିଛି,1
- Post by NEWS MANORANJAN1
- Post by KSHIROD CHANDRA PANDA1
- Post by Gagan Bhoi1
- Post by ମନୋଜ କୁମାର ପୁଣ୍ଟିଆ1