logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ତାଳଚେର ଓକିଲ ସଂଘ ଦ୍ୱାରା ମଂଚ ନାଟକ ‘ଅଧୁରା ସ୍ୱପ୍ନ’ ପରିବେଶିତ ତାଳଚେର:-ତାଳଚେର ଓକିଲ ସଂଘ ତରଫରୁ ଆଇନ ଦିବସ ପାଳନ ଉପଲକ୍ଷେ ଏକ ମଂଚ ନାଟକ ‘ଅଧୁରା ସ୍ୱପ୍ନ’ ପରିବେଷଣ କରାଯାଇଥିଲା । ଓକିଲ ସଂଘର ସଭାପତି ସନ୍ତୋଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ୩ ଦିନିଆ ଏହି କାର୍ଯ୍ୟକ୍ରମର ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ଓଡିଶା ଉଚ୍ଚନ୍ୟାୟଳର ନ୍ୟାୟଧିଶ ଆଦିତ୍ୟ କୁମାର ମହାପାତ୍ର ଓ ସମ୍ମାନୀତ ଅତିଥି ଭାବେ ଓଡିଶା ବାର କାଉଁସିଲ୍ ର ଅଧ୍ୟକ୍ଷ ଶିତାଂଶୁ ମୋହନ ଦ୍ୱିବେଦୀ ଯୋଗ ଦେଇ ସମ୍ବିଧାନ ହେଉଛି ଗ୍ରନ୍ଥ ଓ ଭାରତ ସମ୍ବିଧାନ ହେଉଛି ବିଶ୍ୱର ସବୁଠାରୁ ବୃହତ ସମ୍ବିଧାନ ଯାହା ଦ୍ୱାରା ଶାସନ ଭାର ଠିକ୍ ରୂପରେ ଚାଲିଛି ଏବଂ ଲୋକ ମାନେ ଉପଯୁକ୍ତ ନ୍ୟାୟ ପାଉଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ଦ୍ୱିତୀୟ ଦିବସରେ ମନୋରଞ୍ଜନ କାର୍ଯ୍ୟକ୍ରମ ମେଲୋଡି ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲା ଜଜ୍ ତାଳଚେର ସତ୍ୟନାରାୟଣ କର ମୁଖ୍ୟ ଅତିଥି, ସିଭିଲ ଜଜ୍ ସିନିୟର ଡିଭିଜନ ତାଳଚେର ସ୍ୱର୍ଣ୍ଣଲତା ନାୟକ, ଅତିରିକ୍ତ ସିଭିଲ ଜଜ୍ ସିନିୟର ଡିଭିଜନ ତାଳଚେର ମଧୁସ୍ମିତା ଜେନା, ଏସଡିଜେଏମ୍ ତାଳଚେର ସୁଶାନ୍ତ କୁମାର ନାୟକ, ଜେଏମଏଫସି କଗ ଟେକିଙ୍ଗ ମିସ୍ କ୍ରିଷ୍ଣା ସୁବୁଦ୍ଧି ଓ ଜେଏମଏଫସି ତାଳଚେର ମିସ୍ ମେଘନା ପଣ୍ଡା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ଆଇନ ଦିବସର ତୃତୀୟ ଦିବସରେ ତାଳଚେର ଓକିଲ ସଂଘ ତରଫରୁ ପରିବେଶିତ ହୋଇଥିଲା ମଂଚ ନାଟକ ‘ଅଧୁରା ସ୍ୱପ୍ନ’ । ଏଥିରେ ତାଳଚେର ଓକିଲ ସଦସ୍ୟ ମାନେ ପ୍ରତ୍ୟକ୍ଷ ଭାବରେ ଅଂଶ ଗ୍ରହଣ କରିଥିଲେ । ଉକ୍ତ ନାଟକଟିକୁ ରଚନା କରିଥିଲେ ସୁବାଷ ମହାପାତ୍ର ଓ ନିଦେ୍ର୍ଦଶନା ଦେଇଥିଲେ ଦିପ୍ତିରଞ୍ଜନ ଦାସ ଓ ବିନୟ କୁମାର ନନ୍ଦ, ବିପୁଳ ବଳ, ରାଜେଶ ନନ୍ଦ, ନିମାଁଇ ଚରଣ ମହାନ୍ତି ଓ ନରୋତ³ମ ବିଶ୍ୱାଳ ନାଟକ ପରିଚାଳନା ପାଇଁ ସହଯୋଗ କରିଥିଲେ । ନାଟକରେ ମୁଖ୍ୟ ଚରିତ୍ରରେ ବରିଷ୍ଠ ଆଇନଜୀବୀ ଅଖିଳ କୁମାର ସାମଲ ଯିଏ କି ନାଟକରେ ହରିବୋଲ ଭୂମିକାରେ ଅଂଶ ଗ୍ରହଣ କରି ଦର୍ଶକ ମାନଙ୍କୁ ହସାଇ ହସାଇ ବେଦମ୍ କରିଦେଇଥିଲେ । ଏତଦ୍ ବ୍ୟତୀତ ନାଟକର ବିଭିନ୍ନ ଚରିତ୍ରରେ ଯଶୋବନ୍ତ ବଳବନ୍ତ ନନ୍ଦ(ମଧୁ ମହାପାତ୍ର), ଜୟନ୍ତ କୁମାର ହୋତା(ପ୍ରଦିପ), ଗଦାଧର ସାମଲ(ସୁଦିପ), ଜ୍ଞାନ ରଞ୍ଜନ ନାୟକ(ଟୁଙ୍ଗୁରୁ), ରଞ୍ଜନ କୁମାର ରାଉତ(ବିବିସି), ମାନସ କୁମାର ପରିଡା(ବିପ୍ଲବ), ଉଚ୍ଛନ ପଟ୍ଟନାୟକ (ଚକରା), ଅଜୟ କୁମାର ମିଶ୍ର(ଇନିସପେକ୍ଟର), ତନୁଜ କୁମାର ପ୍ରଧାନ(ସବ୍ ଇନିସପେକ୍ଟର ), କରୁଣାକର ନାଏକ (କନେଷ୍ଟବଳ), ଶୁଭମ ମହାପାତ୍ର(ଅଧର୍ମ), ଭୀମସେନ ସାହୁ , ବାଉରୀବନ୍ଧୁ ବେଜ (ପରିବେଶବିତ୍ ଓ ସମାଜସେବୀ ) ଓ ଚି³ରଞ୍ଜନ ରାଉତ(ଜହର) ଦୁର୍ଦ୍ଦାନ୍ତ ଖଳନାୟକ ଭୂମିକାରେ ଅଂଶ ଗ୍ରହଣ କରିଥିଲେ ଓ ଅତିଥି କଳାକାର ହିସାବରେ ମାମା, ଜୟଶ୍ରୀ ଓ ସ୍ମୃତି ଅଭିନୟ କରିଥିଲେ । ସଙ୍ଗିତ ନିଦେ୍ର୍ଦଶନା ଦେଇଥିଲେ ଅରୁଣ କୁମାର ସାହୁ ଏବଂ ଶବ୍ଦ, ଆଲୋକ, ରୂପ ସଜ୍ଜା କରିଥିଲେ ଅନୁଗୋଳର ମଂଚରୂପା । ନାଟକର ପ୍ରାରମ୍ଭରେ ମୁଖ୍ୟ ଅତିଥି ଭାବେ ତାଳଚେର କୋର୍ଟର ଅତିରିକ୍ତ ଜିଲ୍ଲା ଏବଂ ଦୌରା ଜଜ୍ ସତ୍ୟନାରାୟଣ କର ଏବଂ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ସିଭିଲ୍ ଜଜ୍ ତାଳଚେର ମଧୁସ୍ମିତା ଜେନା, ଏସଡିଜେଏମ୍ ସୁଶାନ୍ତ କୁମାର ନାୟକ, ଜେଏମଏଫସି କଗ ଟେକିଙ୍ଗ୍ ମିସ କ୍ରିଷ୍ଣା ସୁବୁଦ୍ଧି ପ୍ରମୁଖ ଯୋଗ ଦେଇ ଉଦଘାଟନ କରିଥିଲେ । ସଂଘର ସଂପାଦକ ମାନସ କୁମାର ବାଇ, ଉପସଭାପତି ପ୍ରମୋଦ ଚନ୍ଦ୍ର ପ୍ରଧାନ, ସହ ସଂପାଦନ ମାନସ କୁମାର ରାଏ, କୋଷାଧ୍ୟକ୍ଷ ତନୁଜ କୁମାର ପ୍ରଧାନ, ସେମିନାର ସଂପାଦକ କରୁଣାକର ନାୟକ, ସାଂସ୍କୃତିକ ସଂପାଦକ ରାଜେନ୍ଦ୍ର ସିଂ ଓ ଅଡିଟର ଜଳଧର ବେହେରାଙ୍କ ସମେତ ଓକିଲ ମାନେ ଏଥିରେ ସହଯୋଗ କରିଥିଲେ ।

19 hrs ago
user_Priyamadhaba Das
Priyamadhaba Das
Journalists Talcher Sadar, Anugul•
19 hrs ago
028adef6-0a49-47ed-a773-818d01ff3736

ତାଳଚେର ଓକିଲ ସଂଘ ଦ୍ୱାରା ମଂଚ ନାଟକ ‘ଅଧୁରା ସ୍ୱପ୍ନ’ ପରିବେଶିତ ତାଳଚେର:-ତାଳଚେର ଓକିଲ ସଂଘ ତରଫରୁ ଆଇନ ଦିବସ ପାଳନ ଉପଲକ୍ଷେ ଏକ ମଂଚ ନାଟକ ‘ଅଧୁରା ସ୍ୱପ୍ନ’ ପରିବେଷଣ କରାଯାଇଥିଲା । ଓକିଲ ସଂଘର ସଭାପତି ସନ୍ତୋଷ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ୩ ଦିନିଆ ଏହି କାର୍ଯ୍ୟକ୍ରମର ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ଓଡିଶା ଉଚ୍ଚନ୍ୟାୟଳର ନ୍ୟାୟଧିଶ ଆଦିତ୍ୟ କୁମାର ମହାପାତ୍ର ଓ ସମ୍ମାନୀତ ଅତିଥି ଭାବେ ଓଡିଶା ବାର କାଉଁସିଲ୍ ର ଅଧ୍ୟକ୍ଷ ଶିତାଂଶୁ ମୋହନ ଦ୍ୱିବେଦୀ ଯୋଗ ଦେଇ ସମ୍ବିଧାନ ହେଉଛି ଗ୍ରନ୍ଥ ଓ ଭାରତ ସମ୍ବିଧାନ ହେଉଛି ବିଶ୍ୱର ସବୁଠାରୁ ବୃହତ ସମ୍ବିଧାନ ଯାହା ଦ୍ୱାରା ଶାସନ ଭାର ଠିକ୍ ରୂପରେ ଚାଲିଛି ଏବଂ ଲୋକ ମାନେ ଉପଯୁକ୍ତ ନ୍ୟାୟ ପାଉଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ସେହିପରି ଦ୍ୱିତୀୟ ଦିବସରେ ମନୋରଞ୍ଜନ କାର୍ଯ୍ୟକ୍ରମ ମେଲୋଡି ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲା ଜଜ୍ ତାଳଚେର ସତ୍ୟନାରାୟଣ କର ମୁଖ୍ୟ ଅତିଥି, ସିଭିଲ ଜଜ୍ ସିନିୟର ଡିଭିଜନ ତାଳଚେର ସ୍ୱର୍ଣ୍ଣଲତା ନାୟକ, ଅତିରିକ୍ତ ସିଭିଲ ଜଜ୍ ସିନିୟର ଡିଭିଜନ ତାଳଚେର ମଧୁସ୍ମିତା ଜେନା, ଏସଡିଜେଏମ୍ ତାଳଚେର ସୁଶାନ୍ତ କୁମାର ନାୟକ, ଜେଏମଏଫସି କଗ ଟେକିଙ୍ଗ ମିସ୍ କ୍ରିଷ୍ଣା ସୁବୁଦ୍ଧି ଓ ଜେଏମଏଫସି ତାଳଚେର ମିସ୍ ମେଘନା ପଣ୍ଡା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ଆଇନ ଦିବସର ତୃତୀୟ ଦିବସରେ ତାଳଚେର ଓକିଲ ସଂଘ ତରଫରୁ ପରିବେଶିତ ହୋଇଥିଲା ମଂଚ ନାଟକ ‘ଅଧୁରା ସ୍ୱପ୍ନ’ । ଏଥିରେ ତାଳଚେର ଓକିଲ ସଦସ୍ୟ ମାନେ ପ୍ରତ୍ୟକ୍ଷ ଭାବରେ ଅଂଶ ଗ୍ରହଣ କରିଥିଲେ । ଉକ୍ତ ନାଟକଟିକୁ ରଚନା କରିଥିଲେ ସୁବାଷ ମହାପାତ୍ର ଓ ନିଦେ୍ର୍ଦଶନା ଦେଇଥିଲେ ଦିପ୍ତିରଞ୍ଜନ ଦାସ ଓ ବିନୟ କୁମାର ନନ୍ଦ, ବିପୁଳ ବଳ, ରାଜେଶ ନନ୍ଦ, ନିମାଁଇ ଚରଣ ମହାନ୍ତି

309aac7a-dfe5-4221-8bda-798b7fa3fb5e

ଓ ନରୋତ³ମ ବିଶ୍ୱାଳ ନାଟକ ପରିଚାଳନା ପାଇଁ ସହଯୋଗ କରିଥିଲେ । ନାଟକରେ ମୁଖ୍ୟ ଚରିତ୍ରରେ ବରିଷ୍ଠ ଆଇନଜୀବୀ ଅଖିଳ କୁମାର ସାମଲ ଯିଏ କି ନାଟକରେ ହରିବୋଲ ଭୂମିକାରେ ଅଂଶ ଗ୍ରହଣ କରି ଦର୍ଶକ ମାନଙ୍କୁ ହସାଇ ହସାଇ ବେଦମ୍ କରିଦେଇଥିଲେ । ଏତଦ୍ ବ୍ୟତୀତ ନାଟକର ବିଭିନ୍ନ ଚରିତ୍ରରେ ଯଶୋବନ୍ତ ବଳବନ୍ତ ନନ୍ଦ(ମଧୁ ମହାପାତ୍ର), ଜୟନ୍ତ କୁମାର ହୋତା(ପ୍ରଦିପ), ଗଦାଧର ସାମଲ(ସୁଦିପ), ଜ୍ଞାନ ରଞ୍ଜନ ନାୟକ(ଟୁଙ୍ଗୁରୁ), ରଞ୍ଜନ କୁମାର ରାଉତ(ବିବିସି), ମାନସ କୁମାର ପରିଡା(ବିପ୍ଲବ), ଉଚ୍ଛନ ପଟ୍ଟନାୟକ (ଚକରା), ଅଜୟ କୁମାର ମିଶ୍ର(ଇନିସପେକ୍ଟର), ତନୁଜ କୁମାର ପ୍ରଧାନ(ସବ୍ ଇନିସପେକ୍ଟର ), କରୁଣାକର ନାଏକ (କନେଷ୍ଟବଳ), ଶୁଭମ ମହାପାତ୍ର(ଅଧର୍ମ), ଭୀମସେନ ସାହୁ , ବାଉରୀବନ୍ଧୁ ବେଜ (ପରିବେଶବିତ୍ ଓ ସମାଜସେବୀ ) ଓ ଚି³ରଞ୍ଜନ ରାଉତ(ଜହର) ଦୁର୍ଦ୍ଦାନ୍ତ ଖଳନାୟକ ଭୂମିକାରେ ଅଂଶ ଗ୍ରହଣ କରିଥିଲେ ଓ ଅତିଥି କଳାକାର ହିସାବରେ ମାମା, ଜୟଶ୍ରୀ ଓ ସ୍ମୃତି ଅଭିନୟ କରିଥିଲେ । ସଙ୍ଗିତ ନିଦେ୍ର୍ଦଶନା ଦେଇଥିଲେ ଅରୁଣ କୁମାର ସାହୁ ଏବଂ ଶବ୍ଦ, ଆଲୋକ, ରୂପ ସଜ୍ଜା କରିଥିଲେ ଅନୁଗୋଳର ମଂଚରୂପା । ନାଟକର ପ୍ରାରମ୍ଭରେ ମୁଖ୍ୟ ଅତିଥି ଭାବେ ତାଳଚେର କୋର୍ଟର ଅତିରିକ୍ତ ଜିଲ୍ଲା ଏବଂ ଦୌରା ଜଜ୍ ସତ୍ୟନାରାୟଣ କର ଏବଂ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ସିଭିଲ୍ ଜଜ୍ ତାଳଚେର ମଧୁସ୍ମିତା ଜେନା, ଏସଡିଜେଏମ୍ ସୁଶାନ୍ତ କୁମାର ନାୟକ, ଜେଏମଏଫସି କଗ ଟେକିଙ୍ଗ୍ ମିସ କ୍ରିଷ୍ଣା ସୁବୁଦ୍ଧି ପ୍ରମୁଖ ଯୋଗ ଦେଇ ଉଦଘାଟନ କରିଥିଲେ । ସଂଘର ସଂପାଦକ ମାନସ କୁମାର ବାଇ, ଉପସଭାପତି ପ୍ରମୋଦ ଚନ୍ଦ୍ର ପ୍ରଧାନ, ସହ ସଂପାଦନ ମାନସ କୁମାର ରାଏ, କୋଷାଧ୍ୟକ୍ଷ ତନୁଜ କୁମାର ପ୍ରଧାନ, ସେମିନାର ସଂପାଦକ କରୁଣାକର ନାୟକ, ସାଂସ୍କୃତିକ ସଂପାଦକ ରାଜେନ୍ଦ୍ର ସିଂ ଓ ଅଡିଟର ଜଳଧର ବେହେରାଙ୍କ ସମେତ ଓକିଲ ମାନେ ଏଥିରେ ସହଯୋଗ କରିଥିଲେ ।

More news from Dhenkanal and nearby areas
  • ପୁରୁଣା ଏନ୍ଏଚ୍-୪୨ କଲେଜ ବାଇପାସ ଠାରୁ ଗଣେଷ ବଜାର, ବାଜିଚୌକ ଠାରୁ କୋରିଆଁ ଛକ ପର୍ଯ୍ୟନ୍ତ ୬୦ ଫୁଟ ପ୍ରଶସ୍ତ ରାସ୍ତାକୁ ଦୁଇ ଥାକିଆ, ସହର ଭିତରେ ପାର୍କିଂ ବ୍ୟବସ୍ଥା, ମହାବୀର ଛକ ଓ ବାଜିଚୌକ ଛକ ପ୍ରଶସ୍ତିକରଣ ଦାବି l ଢେଙ୍କାନାଳ : ପୁରୁଣା ଜାତୀୟ ରାଜପଥ-୪୨ କଲେଜ ବାଇପାସ ଛକ ଠାରୁ ଗଣେଷ ବଜାର ପର୍ଯ୍ୟନ୍ତ ଏବଂ ବାଜିଚୌକ ଛକ ଠାରୁ କୋରିଆଁ ଛକ ପର୍ଯ୍ୟନ୍ତ ରାସ୍ତା ପୂର୍ବରୁ ୬୦ ଫୁଟ ଚଉଡ଼ା ଥିଲା। ଢେଙ୍କାନାଳ ବାଇପାସ ରାସ୍ତା ତିଆରି ହେବା ପରେ ବର୍ତ୍ତମାନ ଏହା ଅନେକ ସ୍ଥାନରେ ସଂକୀର୍ଣ୍ଣ ହୋଇଛି। ସହରର ଲୋକ ସଂଖ୍ୟା ବଢ଼ିବା ସହିତ ଦୁଇ ଚକିଆ, ଚାରି ଚକିଆ ଓ ଅନ୍ୟ ଯାନବାହାନ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି l ସେହି ତୁଳନାରେ ସହର ମଧ୍ୟରେ ଯାନବାହାନ ରଖି ମାର୍କେଟିଙ୍ଗ କରିବାପାଇଁ ପାର୍କିଂ ସ୍ଥାନର ଘୋର ଅଭାବ ରହିଛି l ଏହି ସମସ୍ୟା ଗୁଡ଼ିକର ସମାଧାନ ନିମିତ୍ତ ଶୁକ୍ରବାର ଦିନ ଆମ୍ ଆଦମୀ ପାର୍ଟି ପକ୍ଷରୁ ନଗର ସଭାପତି ଦେବାଶିଷ ନନ୍ଦଙ୍କ ନେତୃତ୍ୱରେ ତିନି ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ମହାବୀର ବଜାର- ମେଡିକାଲ ରାସ୍ତା ଛକ ଓ ବାଜିଚୌକ- ଓଭରବ୍ରିଜ ଛକ ଅନେକ ବର୍ଷରୁ ପ୍ରଶସ୍ତିକରଣ ପାଇଁ ପ୍ରସ୍ତାବ ଥିଲେ ମଧ୍ୟ୍ୟ ହୋଇପାରିନାହିଁ। ଏଠି ବିଜେପି ବିଜେଡି ନେତା ମାନଙ୍କର ଛକାପଞ୍ଝା ଚାଲିଛି। ସହରବାସୀଙ୍କ ଭବିଷ୍ୟତ ପାର୍କିଂ ବ୍ୟବସ୍ଥା ପାଇଁ କାହାର ନଜର ନାହିଁ। ଏପରିକି ଆଇଏଏସ ଜିଲ୍ଲାପାଳ ଓ ଆଇପିଏସ ଆରକ୍ଷୀ ଅଧିକ୍ଷକ ମାନେ ନେତା ମାନଙ୍କ ଚାପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ଦୁରଦୃଷ୍ଟି ଅଭାବରୁ ସହର ମଧ୍ୟରେ ଥିବା ଅନେକ ସରକାରୀ ଜାଗା କର୍ମଚାରୀ ମାନେ ଲାଞ୍ଚ ଖାଇ ମୁଷ୍ଟିମେୟ ଲୋକଙ୍କୁ ଦେଉଥିବା ବେଳେ କେଉଁଠି କିଛି ସଂସ୍ଥାକୁ ଟେକି ଦେଉଛନ୍ତି ଆଉ କେଉଁଠି ରାଜନୈତିକ ବ୍ୟକ୍ତିମାନେ ଅକ୍ତିଆର କରି ନେଉଛନ୍ତି। ଫଳରେ ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଓ ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟୁଛି l ଗାଁ ଗହଳିରୁ କିଣାବିକା କରିବାପାଇଁ ଆସୁଥିବା ସାଧାରଣ ବ୍ୟକ୍ତି ମାନେ ପାର୍କିଂ ଅଭାବରୁ ଅଜାଣତରେ ନ ରଖିବା ସ୍ଥାନରେ ଭୁଲରେ ରଖିଦେଉଛନ୍ତି, ଯାହା ପୋଲିସ ପାଇଁ ଆହେତୁକ ଆର୍ଥିକ ଫାଇନ୍ ଆଦାୟର ପଥ ପ୍ରସସ୍ଥ କରୁଛି। ପୂର୍ବତନ ଓ ବର୍ତ୍ତମାନର ବିଧାୟକ, ସାଂସଦ ମାନେ ଜିଲ୍ଲାବାସୀଙ୍କ ସ୍ୱାର୍ଥକୁ ଅଣଦେଖା କରି ବିକାଶ ନାଁ ରେ ଯେଉଁଠି ବେଶୀ ପିସି ତଥା ଲାଞ୍ଚ ମିଳିବ ସେହିପରି କାମ କରୁଛନ୍ତି l ସହରବାସୀଙ୍କ ସ୍ୱାର୍ଥପାଇଁ ଆମ୍ ଆଦ୍‌ମୀ ପାର୍ଟି ଦାବି କରୁଛି : ପୁରୁଣା ଜାତୀୟ ରାଜପଥ-୪୨ କଲେଜ ବାଇପାସ ଠାରୁ ଗଣେଷ ବଜାର ପର୍ଯ୍ୟନ୍ତ ଏବଂ ବାଜିଚୌକ ଠାରୁ କୋରିଆଁ ଛକ ପର୍ଯ୍ୟନ୍ତ ୬୦ ଫୁଟ ପ୍ରଶସ୍ତ ରାସ୍ତା ଡିଭାଇଡ଼ର ସାହାଯ୍ୟରେ ଦୁଇ ଥାକିଆ ରାସ୍ତା କରାଯାଉ, ମହାବୀର ବଜାର- ମେଡିକାଲ ରାସ୍ତା ଛକ ଓ ବାଜିଚୌକ- ଓଭରବ୍ରିଜ ଛକ ପ୍ରଶସ୍ତିକରଣ କରାଯାଉ ଏବଂ ସହରବାସୀ ତଥା ସହର ବାହାରୁ ମାର୍କେଟିଙ୍ଗ ପାଇଁ ଆସୁଥିବା ସାଧାରଣ ଲୋକମାନଙ୍କ ଯାନବାହାନ ଗୁଡିକ ପାଇଁ ସ୍ଥାନ ନିରୂପଣ କରାଯାଇ ପାର୍କିଂ ବ୍ୟବସ୍ଥା କରାଯାଉ। ଉକ୍ତ ସମସ୍ୟା ଗୁଡ଼ିକର ଆସୁ ସମାଧାନ କରାନଗଲେ ଆଗାମୀ ଦିନରେ ଆମ୍ ଆଦ୍‌ମୀ ପାର୍ଟି ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ସଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ ଓ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡା ଚେତାବନୀ ଦେଇଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ଚିତ୍ତରଞ୍ଜନ ପାଣି, ନଗର ଉପସଭାପତି ବିଜୟ କୁମାର ଦାସ, ବରିଷ୍ଠ ସଦସ୍ୟ ମିଟୁ ମହାପାତ୍ର, ଜୟଦେବ ବେହେରା, ଇଂ ପିତାମ୍ବର ଦାସ, ପ୍ରସନ୍ନ ବରାଳ, ସୋମନାଥ ଦାସ, ଚିନ୍ମୟ ସେନାପତି ପ୍ରମୁଖ ଯୋଗ ଦେଇଥିଲେ।
    1
    ପୁରୁଣା ଏନ୍ଏଚ୍-୪୨ କଲେଜ ବାଇପାସ ଠାରୁ ଗଣେଷ ବଜାର, ବାଜିଚୌକ ଠାରୁ କୋରିଆଁ ଛକ ପର୍ଯ୍ୟନ୍ତ ୬୦ ଫୁଟ ପ୍ରଶସ୍ତ ରାସ୍ତାକୁ ଦୁଇ ଥାକିଆ, ସହର ଭିତରେ ପାର୍କିଂ ବ୍ୟବସ୍ଥା, ମହାବୀର ଛକ ଓ ବାଜିଚୌକ ଛକ ପ୍ରଶସ୍ତିକରଣ ଦାବି l
ଢେଙ୍କାନାଳ : ପୁରୁଣା ଜାତୀୟ ରାଜପଥ-୪୨ କଲେଜ ବାଇପାସ ଛକ ଠାରୁ ଗଣେଷ ବଜାର ପର୍ଯ୍ୟନ୍ତ ଏବଂ ବାଜିଚୌକ ଛକ ଠାରୁ କୋରିଆଁ ଛକ ପର୍ଯ୍ୟନ୍ତ ରାସ୍ତା ପୂର୍ବରୁ ୬୦ ଫୁଟ ଚଉଡ଼ା ଥିଲା। ଢେଙ୍କାନାଳ ବାଇପାସ ରାସ୍ତା ତିଆରି ହେବା ପରେ ବର୍ତ୍ତମାନ ଏହା ଅନେକ ସ୍ଥାନରେ ସଂକୀର୍ଣ୍ଣ ହୋଇଛି। ସହରର ଲୋକ ସଂଖ୍ୟା ବଢ଼ିବା ସହିତ ଦୁଇ ଚକିଆ, ଚାରି ଚକିଆ ଓ ଅନ୍ୟ ଯାନବାହାନ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି l ସେହି ତୁଳନାରେ ସହର ମଧ୍ୟରେ ଯାନବାହାନ ରଖି ମାର୍କେଟିଙ୍ଗ କରିବାପାଇଁ ପାର୍କିଂ ସ୍ଥାନର ଘୋର ଅଭାବ ରହିଛି l ଏହି ସମସ୍ୟା ଗୁଡ଼ିକର ସମାଧାନ ନିମିତ୍ତ ଶୁକ୍ରବାର ଦିନ ଆମ୍ ଆଦମୀ ପାର୍ଟି ପକ୍ଷରୁ ନଗର ସଭାପତି ଦେବାଶିଷ ନନ୍ଦଙ୍କ ନେତୃତ୍ୱରେ ତିନି ଦଫା ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ମହାବୀର ବଜାର- ମେଡିକାଲ ରାସ୍ତା ଛକ ଓ ବାଜିଚୌକ- ଓଭରବ୍ରିଜ ଛକ ଅନେକ ବର୍ଷରୁ ପ୍ରଶସ୍ତିକରଣ ପାଇଁ ପ୍ରସ୍ତାବ ଥିଲେ ମଧ୍ୟ୍ୟ ହୋଇପାରିନାହିଁ। ଏଠି ବିଜେପି ବିଜେଡି ନେତା ମାନଙ୍କର ଛକାପଞ୍ଝା ଚାଲିଛି। ସହରବାସୀଙ୍କ ଭବିଷ୍ୟତ ପାର୍କିଂ ବ୍ୟବସ୍ଥା ପାଇଁ କାହାର ନଜର ନାହିଁ। ଏପରିକି ଆଇଏଏସ ଜିଲ୍ଲାପାଳ ଓ ଆଇପିଏସ ଆରକ୍ଷୀ ଅଧିକ୍ଷକ ମାନେ ନେତା ମାନଙ୍କ ଚାପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ଦୁରଦୃଷ୍ଟି ଅଭାବରୁ ସହର ମଧ୍ୟରେ ଥିବା ଅନେକ ସରକାରୀ ଜାଗା  କର୍ମଚାରୀ ମାନେ ଲାଞ୍ଚ ଖାଇ ମୁଷ୍ଟିମେୟ ଲୋକଙ୍କୁ ଦେଉଥିବା ବେଳେ କେଉଁଠି କିଛି ସଂସ୍ଥାକୁ ଟେକି ଦେଉଛନ୍ତି ଆଉ କେଉଁଠି ରାଜନୈତିକ ବ୍ୟକ୍ତିମାନେ ଅକ୍ତିଆର କରି ନେଉଛନ୍ତି। ଫଳରେ ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଓ ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟୁଛି l ଗାଁ ଗହଳିରୁ କିଣାବିକା କରିବାପାଇଁ ଆସୁଥିବା ସାଧାରଣ ବ୍ୟକ୍ତି ମାନେ ପାର୍କିଂ ଅଭାବରୁ ଅଜାଣତରେ ନ ରଖିବା ସ୍ଥାନରେ ଭୁଲରେ ରଖିଦେଉଛନ୍ତି, ଯାହା ପୋଲିସ ପାଇଁ ଆହେତୁକ ଆର୍ଥିକ ଫାଇନ୍ ଆଦାୟର ପଥ ପ୍ରସସ୍ଥ କରୁଛି। ପୂର୍ବତନ ଓ ବର୍ତ୍ତମାନର ବିଧାୟକ, ସାଂସଦ ମାନେ ଜିଲ୍ଲାବାସୀଙ୍କ ସ୍ୱାର୍ଥକୁ ଅଣଦେଖା କରି ବିକାଶ ନାଁ ରେ ଯେଉଁଠି ବେଶୀ ପିସି ତଥା ଲାଞ୍ଚ ମିଳିବ ସେହିପରି କାମ କରୁଛନ୍ତି l ସହରବାସୀଙ୍କ ସ୍ୱାର୍ଥପାଇଁ ଆମ୍ ଆଦ୍‌ମୀ ପାର୍ଟି ଦାବି କରୁଛି : ପୁରୁଣା ଜାତୀୟ ରାଜପଥ-୪୨ କଲେଜ ବାଇପାସ ଠାରୁ ଗଣେଷ ବଜାର ପର୍ଯ୍ୟନ୍ତ ଏବଂ ବାଜିଚୌକ ଠାରୁ କୋରିଆଁ ଛକ ପର୍ଯ୍ୟନ୍ତ ୬୦ ଫୁଟ ପ୍ରଶସ୍ତ ରାସ୍ତା ଡିଭାଇଡ଼ର ସାହାଯ୍ୟରେ ଦୁଇ ଥାକିଆ ରାସ୍ତା କରାଯାଉ, ମହାବୀର ବଜାର- ମେଡିକାଲ ରାସ୍ତା ଛକ ଓ ବାଜିଚୌକ- ଓଭରବ୍ରିଜ ଛକ ପ୍ରଶସ୍ତିକରଣ କରାଯାଉ ଏବଂ ସହରବାସୀ ତଥା ସହର ବାହାରୁ ମାର୍କେଟିଙ୍ଗ ପାଇଁ ଆସୁଥିବା ସାଧାରଣ ଲୋକମାନଙ୍କ ଯାନବାହାନ ଗୁଡିକ ପାଇଁ ସ୍ଥାନ ନିରୂପଣ କରାଯାଇ ପାର୍କିଂ ବ୍ୟବସ୍ଥା କରାଯାଉ। ଉକ୍ତ ସମସ୍ୟା ଗୁଡ଼ିକର ଆସୁ ସମାଧାନ କରାନଗଲେ ଆଗାମୀ ଦିନରେ ଆମ୍ ଆଦ୍‌ମୀ ପାର୍ଟି ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ସଂସଦୀୟ କ୍ଷେତ୍ର ସଭାପତି ପଙ୍କଜ ନାୟକ ଓ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡା ଚେତାବନୀ ଦେଇଛନ୍ତି l ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ଚିତ୍ତରଞ୍ଜନ ପାଣି, ନଗର ଉପସଭାପତି ବିଜୟ କୁମାର ଦାସ, ବରିଷ୍ଠ ସଦସ୍ୟ ମିଟୁ ମହାପାତ୍ର, ଜୟଦେବ ବେହେରା, ଇଂ ପିତାମ୍ବର ଦାସ, ପ୍ରସନ୍ନ ବରାଳ, ସୋମନାଥ ଦାସ, ଚିନ୍ମୟ ସେନାପତି ପ୍ରମୁଖ ଯୋଗ ଦେଇଥିଲେ।
    user_Tapasdas
    Tapasdas
    Journalist Gandia, Dhenkanal•
    39 min ago
  • Odisha Hungama Bhagavathi vasudevaya swaha Om namo Baba Shiva
    1
    Odisha Hungama Bhagavathi vasudevaya swaha Om namo Baba Shiva
    user_Mangu Mallik
    Mangu Mallik
    Jajapur, Odisha•
    3 hrs ago
  • यह विज़ुअल ट्रेसिंग तकनीक तेजी से वायरल हो रही है क्योंकि यह सिर्फ 10 सेकंड में बेचैनी और Anxiety को शांत करने में मदद करती है। स्क्रीन पर दिख रहे किसी भी छोटे फ़िगर को 1–2 बार अपनी आँखों या उंगली से ट्रेस करने से दिमाग को एक सरल, दोहराव वाली गतिविधि पर फोकस मिलता है, जिससे पैनिक और तेज़ विचार कम होते हैं। यह एक आसान, तुरंत असर करने वाली कैल्मिंग एक्सरसाइज़ है। #reels #viral #anxietyrelief #calming #explore
    1
    यह विज़ुअल ट्रेसिंग तकनीक तेजी से वायरल हो रही है क्योंकि यह सिर्फ 10 सेकंड में बेचैनी और Anxiety को शांत करने में मदद करती है। स्क्रीन पर दिख रहे किसी भी छोटे फ़िगर को 1–2 बार अपनी आँखों या उंगली से ट्रेस करने से दिमाग को एक सरल, दोहराव वाली गतिविधि पर फोकस मिलता है, जिससे पैनिक और तेज़ विचार कम होते हैं। यह एक आसान, तुरंत असर करने वाली कैल्मिंग एक्सरसाइज़ है।
#reels #viral #anxietyrelief #calming #explore
    user_द संक्षेप
    द संक्षेप
    Media company Barbil, Kendujhar•
    17 hrs ago
  • Jay Jagannath 🙏
    1
    Jay Jagannath 🙏
    user_Rajesh Samantaray
    Rajesh Samantaray
    Bank Sadar, Puri•
    5 hrs ago
  • Post by Dharmu Oram
    1
    Post by Dharmu  Oram
    user_Dharmu  Oram
    Dharmu Oram
    सतभक्ति Jharsuguda, Odisha•
    18 hrs ago
  • ବାରିପଦା ସମ୍ବାଦ ବୃଦ୍ଧ ପିତା କହିଲେ ମୋ ପୁଅକୁ ପୋଲିସ ମାରିଦେଲା
    1
    ବାରିପଦା ସମ୍ବାଦ ବୃଦ୍ଧ ପିତା କହିଲେ ମୋ ପୁଅକୁ ପୋଲିସ ମାରିଦେଲା
    user_MN.NEWS ODIA
    MN.NEWS ODIA
    Journalist Baripada (M), Mayurbhanj•
    4 hrs ago
  • Post by Sandeep Barla
    1
    Post by Sandeep Barla
    SB
    Sandeep Barla
    Talasara, Sundargarh•
    5 hrs ago
  • କପିଳାସ ହ୍ୟାପିମାରାଥନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ସୂଚନା
    1
    କପିଳାସ ହ୍ୟାପିମାରାଥନ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ସୂଚନା
    user_Tapasdas
    Tapasdas
    Journalist Gandia, Dhenkanal•
    7 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.