logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

​ନରଣପୁର ଅଦୃତ ଚିଲ୍‌ଡ୍ରେନ୍ସ ହୋମ୍‌ରେ ରାକ୍ଷୀ ପୂର୍ଣ୍ଣିମା ଓ ସାମୂହିକ ଜନ୍ମଦିବସ ପାଳିତ ​ନରଣପୁର ଅଦୃତ ଚିଲ୍‌ଡ୍ରେନ୍ସ ହୋମ୍‌ରେ ରାକ୍ଷୀ ପୂର୍ଣ୍ଣିମା ଓ ସାମୂହିକ ଜନ୍ମଦିବସ ପାଳିତ! କେନ୍ଦୁଝର ସଦର,୨୮।୮(ସମୀର ପାତ୍ର ): କେନ୍ଦୁଝର ସଦର ବ୍ଲକ୍‌ ନରଣପୁର ପଞ୍ଚାୟତ ଜାଲାଙ୍ଗଡ଼ିହାସ୍ଥିତ 'ଅଦୃତ ଚିଲ୍‌ଡ୍ରେନ୍ସ ହୋମ୍' ପରିସରରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଓ ଅନ୍ତେବାସୀ ଶିଶୁମାନଙ୍କର ସାମୂହିକ ଜନ୍ମଦିବସ ସମାରୋହ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି। ​ଏହି ଅବସରରେ ଆଶ୍ରମର ଶିଶୁମାନେ ପରସ୍ପରକୁ ରାକ୍ଷୀ ବାନ୍ଧି ସ୍ନେହ ଓ ଭାଇଚାରାର ବାର୍ତ୍ତା ଦେବା ସହ କେକ୍ କାଟି ମିଳିତ ଭାବେ ଜନ୍ମଦିବସ ପାଳନ କରିଥିଲେ। ​ଏହି କାର୍ଯ୍ୟକ୍ରମରେ ସ୍ଵେଚ୍ଛାସେବୀ ଭକ୍ତବତ୍ସଳ ମହାନ୍ତି ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣାଦାୟୀ ଶିକ୍ଷା ବାର୍ତ୍ତା ଦେଇଥିଲେ। ସେ କହିଥିଲେ ଯେ, "ଶିକ୍ଷା ହିଁ ଜୀବନର ପ୍ରକୃତ ଆଲୋକ। ନିଷ୍ଠା, ଶୃଙ୍ଖଳା ଓ ଭଲ ସଂସ୍କାର ମାଧ୍ୟମରେ ହିଁ ନିଜର ସପ୍ନକୁ ସାକାର କରାଯାଇପାରିବ।" ଏହାସହ ସେ ପିଲାମାନଙ୍କୁ ସଦାସର୍ବଦା ସନ୍ମାର୍ଗରେ ଚାଲି ଦେଶ ଓ ସମାଜର ନାମ ରୋଶନ କରିବାକୁ ଉତ୍ସାହିତ କରିଥିଲେ। ​ଏହି ଉତ୍ସବରେ ପ୍ରଗତି ଫାଉଣ୍ଡେସନ ଟ୍ରଷ୍ଟର ମନୋଜ କୁମାର ମହାନ୍ତ, ବି.କେ. ଜ୍ୟୋତି ପ୍ରକାଶ ଆନନ୍ଦ, କବିତା ମହାନ୍ତ, ଶାନ୍ତି ସ୍ୱରୂପ ଦାସ, ଲିପିକା ନାୟକ,ମାନସ ଲୋହାର, ପଟେଲ କୁମାର ମହାନ୍ତ, ଲଷ୍ମୀଧର ମହାନ୍ତ, ଅମିତ କୁମାର ମହାନ୍ତ, ସୁବାଷ ଚନ୍ଦ୍ର ମହାନ୍ତ ଓ ତ୍ରିଲୋଚନ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସମସ୍ତ ସହଯୋଗୀ ଓ ସ୍ୱେଚ୍ଛାସେବୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ଅଂଶଗ୍ରହଣ କରି ପିଲାମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କୁ ଶୁଭେଚ୍ଛା ଓ ଆଶୀର୍ବାଦ ପ୍ରଦାନ କରିଥିଲେ।

6 hrs ago
user_ସମୀର ପାତ୍ର
ସମୀର ପାତ୍ର
କେନ୍ଦୁଝର ସଦର, କେନ୍ଦୁଝର, ଓଡ଼ିଶା•
6 hrs ago
d224dbd6-fa68-42c7-aa3b-4ea6fd1f1d62

More news from ଓଡ଼ିଶା and nearby areas
  • ହରିଚନ୍ଦନ ପୁର ବ୍ଲକ ତେନ୍ତଳା ପୋଷି ଖୁଣ୍ଟ ବନ୍ଧ ସ୍କୁଲ କାହାଣୀ ଖୁଣ୍ଟବନ୍ଧ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ନିୟମିତ ମଦ ପାନ କରି ଆସୁଥିବାରୁ ଛାତ୍ର ଛାତ୍ରୀ ମାନେ ପାଠ ପଢ଼ା ରୁ ବଞ୍ଚିତ
    3
    ହରିଚନ୍ଦନ ପୁର ବ୍ଲକ ତେନ୍ତଳା ପୋଷି ଖୁଣ୍ଟ ବନ୍ଧ ସ୍କୁଲ କାହାଣୀ 
ଖୁଣ୍ଟବନ୍ଧ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ନିୟମିତ ମଦ ପାନ କରି ଆସୁଥିବାରୁ ଛାତ୍ର ଛାତ୍ରୀ ମାନେ ପାଠ ପଢ଼ା ରୁ ବଞ୍ଚିତ
    user_ସନ୍ତୋଷ କୁମାର ନାୟକ
    ସନ୍ତୋଷ କୁମାର ନାୟକ
    Salesperson ଘାଟଗାଁ, କେନ୍ଦୁଝର, ଓଡ଼ିଶା•
    15 hrs ago
  • ମୁହଁ ଦେଖିକି ଧରିବ ପୋଲିସ ଶ୍ରୀମନ୍ଦିର ନିକଟବର୍ତ୍ତୀ ବିଭିନ୍ନ ଦୋକାନ, ବଜାର, ଭିଡ଼ ଅଞ୍ଚଳ ଏବଂ ସାଧାରଣ ସ୍ଥାନରେ ଦୀର୍ଘ ସମୟ ଧରି ରହୁଥିବା କିମ୍ବା ସନ୍ଦେହଜନକ ଭାବେ ଘୁରୁଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ସେମାନଙ୍କ ସମ୍ପର୍କରେ ଆବଶ୍ୟକ ଯାଞ୍ଚ କରାଯାଇଥିଲା।ଏହି ସ୍ୱତନ୍ତ୍ର ଅଭିଯାନରେ Facial Recognition System (FRS) ଏବଂ Fingerprint Verification ଭଳି ଆଧୁନିକ ପ୍ରଯୁକ୍ତିର ସହାୟତା ନିଆଯାଇଥିଲା।
    1
    ମୁହଁ ଦେଖିକି ଧରିବ ପୋଲିସ
ଶ୍ରୀମନ୍ଦିର ନିକଟବର୍ତ୍ତୀ ବିଭିନ୍ନ ଦୋକାନ, ବଜାର, ଭିଡ଼ ଅଞ୍ଚଳ ଏବଂ ସାଧାରଣ ସ୍ଥାନରେ ଦୀର୍ଘ ସମୟ ଧରି ରହୁଥିବା କିମ୍ବା ସନ୍ଦେହଜନକ ଭାବେ ଘୁରୁଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ସେମାନଙ୍କ ସମ୍ପର୍କରେ ଆବଶ୍ୟକ ଯାଞ୍ଚ କରାଯାଇଥିଲା।ଏହି ସ୍ୱତନ୍ତ୍ର ଅଭିଯାନରେ Facial Recognition System (FRS) ଏବଂ Fingerprint Verification ଭଳି ଆଧୁନିକ ପ୍ରଯୁକ୍ତିର ସହାୟତା ନିଆଯାଇଥିଲା।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    15 min ago
  • ଯାଜପୁର ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହେଲେ ସାମ୍ବାଦିକ ସଞ୍ଜୟ ନାୟକ ଓ ସୁଶାନ୍ତ ଜେନାଙ୍କ ପରିବାର। ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ କଲେ ପରିବାର ସଦସ୍ୟ। #JajpurSP #JajpurPolice #KoreiPolice #Jajpur #Korei #OdishaPolice #Journalist #JournalistSafety #SanjayNayak #SushantJena #ArrestDemand #FamilyMembers #news7odia
    1
    ଯାଜପୁର ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହେଲେ ସାମ୍ବାଦିକ ସଞ୍ଜୟ ନାୟକ ଓ ସୁଶାନ୍ତ ଜେନାଙ୍କ ପରିବାର। ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ କଲେ ପରିବାର ସଦସ୍ୟ।
#JajpurSP #JajpurPolice #KoreiPolice #Jajpur #Korei #OdishaPolice #Journalist #JournalistSafety #SanjayNayak #SushantJena #ArrestDemand #FamilyMembers #news7odia
    user_NEWS7ODIA
    NEWS7ODIA
    କୋରାଇ, ଯାଜପୁର, ଓଡ଼ିଶା•
    4 hrs ago
  • ବନ୍ତ ବ୍ଲକ୍ ନିଳୋକ - ଛତାବର ରାସ୍ତାର ନିଳୋକ ଆଦର୍ଶ ସ୍କୁଲ ଛକ ନିକଟରେ ପାଟ୍ରୋଲିଂ ବେଳେ ଗୋଟିଏ ସନ୍ଦିଗ୍ଧ ମିନି ଭ୍ୟାନ୍‌କୁ ଅଟକାଇଥିଲା ପୁଲିସ। ଯାଞ୍ଚ ସମୟରେ ଗାଡ଼ିରୁ ପ୍ରାୟ ୬ କ୍ୱିଣ୍ଟାଲ ଓଜନର ୧୦ ବିଣ୍ଡା ଆଲୁମିନିୟମ ଇଲେକ୍ଟ୍ରିକ୍ ତାର ଏବଂ ୪୫ଟି ବିଭିନ୍ନ କମ୍ପାନୀର ବ୍ୟାଟେରୀ ଜବତ ହୋଇଛି। ଏହି ବେଆଇନ ଚାଲାଣ ମାମଲାରେ ଗାଡ଼ି ଚାଳକ ମଙ୍ଗରାଜ ପଣ୍ଡା ଏବଂ ଚୋରା ସାମଗ୍ରୀ କିଣିବାକୁ ଥିବା ଧାମନଗରର ସଲମାନ ଖାନ୍‌ଙ୍କୁ ଗିରଫ କରିଛି ବନ୍ତ ପୋଲିସ। ନିଳୋକ - ଛତାବର ରାସ୍ତାର ନିଳୋକ ଆଦର୍ଶ ସ୍କୁଲ ଛକ ନିକଟରେ ପାଟ୍ରୋଲିଂ ବେଳେ ଗୋଟିଏ ସନ୍ଦିଗ୍ଧ ମିନି ଭ୍ୟାନ୍‌କୁ ଅଟକାଇଥିଲା ପୁଲିସ। ଯାଞ୍ଚ ସମୟରେ ଗାଡ଼ିରୁ ପ୍ରାୟ ୬ କ୍ୱିଣ୍ଟାଲ ଓଜନର ୧୦ ବିଣ୍ଡା ଆଲୁମିନିୟମ ଇଲେକ୍ଟ୍ରିକ୍ ତାର ଏବଂ ୪୫ଟି ବିଭିନ୍ନ କମ୍ପାନୀର ବ୍ୟାଟେରୀ ଜବତ ହୋଇଛି। ଏହି ବେଆଇନ ଚାଲାଣ ମାମଲାରେ ଗାଡ଼ି ଚାଳକ ମଙ୍ଗରାଜ ପଣ୍ଡା ଏବଂ ଚୋରା ସାମଗ୍ରୀ କିଣିବାକୁ ଥିବା ଧାମନଗରର ସଲମାନ ଖାନ୍‌ଙ୍କୁ ଗିରଫ କରାଯାଇଛି।
    1
    ବନ୍ତ ବ୍ଲକ୍ ନିଳୋକ - ଛତାବର ରାସ୍ତାର ନିଳୋକ ଆଦର୍ଶ ସ୍କୁଲ ଛକ ନିକଟରେ ପାଟ୍ରୋଲିଂ ବେଳେ ଗୋଟିଏ ସନ୍ଦିଗ୍ଧ ମିନି ଭ୍ୟାନ୍‌କୁ ଅଟକାଇଥିଲା ପୁଲିସ। ଯାଞ୍ଚ ସମୟରେ ଗାଡ଼ିରୁ ପ୍ରାୟ ୬ କ୍ୱିଣ୍ଟାଲ ଓଜନର ୧୦ ବିଣ୍ଡା ଆଲୁମିନିୟମ ଇଲେକ୍ଟ୍ରିକ୍ ତାର ଏବଂ ୪୫ଟି ବିଭିନ୍ନ କମ୍ପାନୀର ବ୍ୟାଟେରୀ ଜବତ ହୋଇଛି। ଏହି ବେଆଇନ ଚାଲାଣ ମାମଲାରେ ଗାଡ଼ି ଚାଳକ ମଙ୍ଗରାଜ ପଣ୍ଡା ଏବଂ ଚୋରା ସାମଗ୍ରୀ କିଣିବାକୁ ଥିବା ଧାମନଗରର ସଲମାନ ଖାନ୍‌ଙ୍କୁ ଗିରଫ କରିଛି ବନ୍ତ ପୋଲିସ।
ନିଳୋକ - ଛତାବର ରାସ୍ତାର ନିଳୋକ ଆଦର୍ଶ ସ୍କୁଲ ଛକ ନିକଟରେ ପାଟ୍ରୋଲିଂ ବେଳେ ଗୋଟିଏ ସନ୍ଦିଗ୍ଧ ମିନି ଭ୍ୟାନ୍‌କୁ ଅଟକାଇଥିଲା ପୁଲିସ। ଯାଞ୍ଚ ସମୟରେ ଗାଡ଼ିରୁ ପ୍ରାୟ ୬ କ୍ୱିଣ୍ଟାଲ ଓଜନର ୧୦ ବିଣ୍ଡା ଆଲୁମିନିୟମ ଇଲେକ୍ଟ୍ରିକ୍ ତାର ଏବଂ ୪୫ଟି ବିଭିନ୍ନ କମ୍ପାନୀର ବ୍ୟାଟେରୀ ଜବତ ହୋଇଛି। ଏହି ବେଆଇନ ଚାଲାଣ ମାମଲାରେ ଗାଡ଼ି ଚାଳକ ମଙ୍ଗରାଜ ପଣ୍ଡା ଏବଂ ଚୋରା ସାମଗ୍ରୀ କିଣିବାକୁ ଥିବା ଧାମନଗରର ସଲମାନ ଖାନ୍‌ଙ୍କୁ ଗିରଫ କରାଯାଇଛି।
    user_ବନ୍ତ ଖବର
    ବନ୍ତ ଖବର
    ବାଣ୍ଟ, ଭଦ୍ରକ, ଓଡ଼ିଶା•
    7 hrs ago
  • ବଧୂ ହତ୍ୟା ମାମଲାରେ ପୋଲିସର ଟାଳ ଟୁଳ ନୀତି ଅଭିଯୋଗ l ନ୍ୟାୟ ପାଇଁ ଏସପିଙ୍କୁ ଭେଟିଲେ ମୃତକ ପରିବାର l ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧୀନ କୁରିଗାଁରେ l
    1
    ବଧୂ ହତ୍ୟା ମାମଲାରେ ପୋଲିସର ଟାଳ ଟୁଳ ନୀତି ଅଭିଯୋଗ l ନ୍ୟାୟ ପାଇଁ ଏସପିଙ୍କୁ ଭେଟିଲେ ମୃତକ ପରିବାର l ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧୀନ କୁରିଗାଁରେ l
    user_AT News
    AT News
    Media company ଭଦ୍ରକ ଗ୍ରାମୀଣ, ଭଦ୍ରକ, ଓଡ଼ିଶା•
    3 hrs ago
  • ଅନୁଗୋଳ, ସଖୀ ୱାନ ଷ୍ଟପ ସେଣ୍ଟର ତରଫରୁ ସପ୍ତମ ବର୍ଷ ଫାଉଣ୍ଡେସନ ଡେ ପାଳନ କରା ଯାଇଛି ଏଥିରେ ,Swo,DSP,Madam DSW ra staff, ବିଶ୍ଵ ଯୁବ କେନ୍ଦ୍ର ର କର୍ମୀ ମାନେ ଉପସ୍ଥିତ ଥିଲେ
    4
    ଅନୁଗୋଳ, ସଖୀ ୱାନ ଷ୍ଟପ ସେଣ୍ଟର ତରଫରୁ ସପ୍ତମ ବର୍ଷ ଫାଉଣ୍ଡେସନ ଡେ ପାଳନ କରା ଯାଇଛି 
ଏଥିରେ ,Swo,DSP,Madam DSW ra staff, ବିଶ୍ଵ ଯୁବ କେନ୍ଦ୍ର ର କର୍ମୀ ମାନେ ଉପସ୍ଥିତ ଥିଲେ
    user_Laxmi behera
    Laxmi behera
    Social worker ବନାରପାଳ, ଅନୁଗୁଳ, ଓଡ଼ିଶା•
    5 hrs ago
  • #୯ବର୍ଷ_ପରେ_ମିଳିଲା_ହଜିଥିବା_ଶୁଆ ସତ ପ୍ରେମ କେବେ ରାସ୍ତା ଭୁଲେନାହିଁ। ୨୦୧୭ରେ ଚୋରି ହୋଇଯାଇଥିବା ପ୍ରିୟ ପୋଷା ଶୁଆ 'ବାର୍ଣ୍ଣି' ଦୀର୍ଘ ୯ ବର୍ଷ ପରେ ପୁଣି ଫେରିଆସିଲା ନିଜ ମାଲିକଙ୍କ ପାଖକୁ। ଏକ ମାଇକ୍ରୋଚିପ୍ ଯୋଗୁଁ ସମ୍ଭବ ହେଲା ଏହି ଅସମ୍ଭବ ମିଳନ।
    1
    #୯ବର୍ଷ_ପରେ_ମିଳିଲା_ହଜିଥିବା_ଶୁଆ
ସତ ପ୍ରେମ କେବେ ରାସ୍ତା ଭୁଲେନାହିଁ। ୨୦୧୭ରେ ଚୋରି ହୋଇଯାଇଥିବା ପ୍ରିୟ ପୋଷା ଶୁଆ 'ବାର୍ଣ୍ଣି' ଦୀର୍ଘ ୯ ବର୍ଷ ପରେ ପୁଣି ଫେରିଆସିଲା ନିଜ ମାଲିକଙ୍କ ପାଖକୁ। ଏକ ମାଇକ୍ରୋଚିପ୍ ଯୋଗୁଁ ସମ୍ଭବ ହେଲା ଏହି ଅସମ୍ଭବ ମିଳନ।
    user_Rajib Behera
    Rajib Behera
    Local News Reporter ମୟୂରଭଞ୍ଜ, ମୟୂରଭଞ୍ଜ, ଓଡ଼ିଶା•
    18 min ago
  • ଆଜି ଜଣଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇ ପାରିଛି ବାଇକ୍ ଏକ୍ସିଡେଣ୍ଟ
    1
    ଆଜି ଜଣଙ୍କ ଜୀବନ ବଞ୍ଚାଇବାରେ ସଫଳ ହୋଇ ପାରିଛି ବାଇକ୍ ଏକ୍ସିଡେଣ୍ଟ
    user_Haybusha Hr
    Haybusha Hr
    କପ୍ତିପଦା, ମୟୂରଭଞ୍ଜ, ଓଡ଼ିଶା•
    5 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.