ଉତ୍କଳ ରତ୍ନ ସମ୍ମାନ ରେ ସମ୍ୱର୍ଦ୍ଧିତ ହୋଇ ଥିବା ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ ଙ୍କୁ ସୁବର୍ଣ୍ଣପୁର ରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ “ଉତ୍କଳ ନବରତ୍ନ ସମ୍ମାନ”ରେ କଟକରେ ସମ୍ମାନିତ କରାଯାଇଥିବା ଅବସରରେ ଆଜି ଜିଲ୍ଲାର ବିଭିନ୍ନ ସାମାଜିକ ସଂଗଠନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ ଙ୍କୁ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା l ଜିଲ୍ଲାପାଳ ଡ଼ ସାହୁ ଙ୍କ ସମେତ ଏସପି ଶ୍ରୀ ନାରାୟଣ ନାଏକ, ଏ ଡି ଏମ ଶ୍ରୀ ରାଜେନ୍ଦ୍ର ମାଝୀ, ଏଡିଏମ ଅଞ୍ଜଳୀନା ପ୍ରଧାନ, ପୌର ପରିଷଦ ଅଧ୍ଯକ୍ଷା ତାମସୀ ତାମସ୍ମିତା ନାୟକ ଯୋଗ ଦେଇଥିଲେ l ବିଜୁ ପଟ୍ଟନାୟକ ମହିଳା କଲେଜ ର ପ୍ରଧ୍ୟାପକ ମଦନ ସୁନ୍ଦର କ୍ଷେତୀ ଅତିଥି ଙ୍କ ପରିଚୟ ପ୍ରଦାନ କରି ସ୍ୱାଗତ ଭାଷଣ ରେ କହିଲେ "କଳା କେବଳ ନାଚ ଗୀତ ରେ ନ ଥାଏ ବରଂ ନିରଶ ମୁହଁ ରେ ହସ ଫୁଟାଇବା ହିଁ ବାସ୍ତବିକ କଳା l ଡ଼ ନୃପ ରାଜ ସାହୁ ସେଭଳି ଏକ କଳାକାର ଯେଉଥିଁ ପାଇଁ କି ଆଜି ପୁର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ, ଗିରିଧର ଗମାଙ୍ଗ ମହାନ ବ୍ୟକ୍ତିତ୍ୱ ସଚ୍ଚି ରାଉତରାୟ, ରଘୁନାଥ ପାଣିଗ୍ରାହୀ, ଯଦୁନାଥ ଦାଶ ମହାପାତ୍ର, ବିଶ୍ୱଭୂଷଣ ହରିଚନ୍ଦନ, ପ୍ରଶାନ୍ତ ନନ୍ଦ, ପ୍ରଫୁଲ୍ଲ କର ଙ୍କ ଭଳି ବ୍ୟକ୍ତି ବା ସମ୍ୱର୍ଦ୍ଧିତ ପ୍ରତିଭା ଙ୍କ ସହ ସମ୍ମାନ ରେ ସମକକ୍ଷ ହୋଇ ପାରିଛନ୍ତି ଡ଼. ସାହୁ ବୋଲି କହିଥିଲେ l ଆହୁରି ମଧ୍ୟ କହିଲେ "ସୂର୍ଯ୍ୟ ଙ୍କ ପ୍ରଖରତା ରେ ଅନେକ ଲୋକ ମଉଳି ଯାଆନ୍ତି" "ପ୍ରଖର ଖରା ରେ କିନ୍ତୁ କୃଷ୍ନ ଚୁଡ଼ା ଠୋ ଠୋ ହସୁଥାଏ" l ଠିକ୍ ଏଭଳି ବ୍ୟକ୍ତିତ୍ୱ ର ଅଧିକାରୀ ମଧ୍ୟ ଡ଼ ସାହୁ, ଯାହାକି ସବୁ ବାଧା ବିଘ୍ନ କୁ ଏଡ଼ାଇ ହସି ହସି ପବ୍ଲିକ ସର୍ଭିସ କରି ଚାଲିଛନ୍ତି ସେ l ଆଉ ଆଜି ତାଙ୍କୁ ସଫଳତା ଉପରେ ସଫଳତା ସମ୍ମାନ ଉପରେ ସମ୍ମାନ ଆଣି ଦେଇଛି l ଯାହାକି ଆମ ପାଇଁ ଆମ ଜିଲ୍ଲା ପାଇଁ ଗୌରଵ ଅଟେ ବୋଲି ଶ୍ରୀ ଖେତ୍ତୀ କହିଥିଲେ l ଏହି ସମ୍ବର୍ଦ୍ଧନା ସଭା ରେ ଜିଲ୍ଲାର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି, ବୁଦ୍ଧିଜୀବି , ୩୦ ଟି ସାମାଜିକ ଅନୁଷ୍ଠାନ ର ୧୦୦ ରୁ ଉର୍ଦ୍ଧ୍ବ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଜିଲ୍ଲାପାଳ ଡ଼ ସାହୁ ଙ୍କୁ ଉତ୍ତରୀୟ ଫୁଲ ତୋଡା ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ଓ ତାଙ୍କ ସଫଳତାକୁ ସ୍ୱାଗତ କରି ଡ଼. ସାହୁ ଜଣେ ବିରଳ ବ୍ୟକ୍ତି ବୋଲି କହିଥିଲେ l ଜିଲ୍ଲାପାଳ ଡ଼ ସାହୁ ପ୍ରତି ଉତ୍ତର ରେ କହିଥିଲେ ଯେ, ଆଜି ମୋ କାନ୍ଧ ରେ ଥିବା ଆପଣଙ୍କ ର ଏ ଉତ୍ତରୀୟ ବୋଝ ଜିଲ୍ଲା ରେ ଥିବା ବୋଝ କୁ ହାଲକା କରିବ, ଆଉ ଏ ବୋଝ ଆମ ଦାୟିତ୍ୱ ମଧ୍ୟ ବଢ଼ାଇବ l ଏ ପଦ ପଦବୀ ସମ୍ମାନ ଓ ଗାଡ଼ି ଘୋଡ଼ା ବଡ଼ କଥା ନୁହେଁ, ମାନବିକ ଆବେଗ ମାନବିକ ସଂପର୍କ, ମାଟି କୁ ମଣିଷ କୁ ଭଲ ପାଇବା ହିଁ ସ୍ମରଣୀୟ ହୋଇ ରହିବ ବୋଲି ଜିଲ୍ଲାପାଳ ଡ଼ ସାହୁ କହିଥିଲେ l ସଭାରେ ଏସପି, ଏ ଡି ଏମ୍ ଓ ବକ୍ତା ଗୋରେଖ ନାଥ ସାହୁ, ଡ଼ ଆର୍ତ୍ତ ତ୍ରାଣ ବାବୁ, ଗୋବିନ୍ଦ ମହାରଣା ଜିଲ୍ଲାପାଳଙ୍କ ଦକ୍ଷ ପ୍ରଶାସନ, ଲୋକାଭିମୁଖୀ ପଦକ୍ଷେପ , ବିକାଶମୁଖୀ କାର୍ଯ୍ୟକଳାପ, ମାଟି କୁ ଭଙ୍ଗା ମାଟି ଘରେ ରହୁଥିବା ଲୋକଙ୍କୁ ଓ ଦୁଃଖ କୁ ଚିହ୍ନିବା ଖୋଜିବା କଳା କୁ ଉଚ୍ଚ ପ୍ରଶଂସା କରିଥିଲେ। ଏହି ସମ୍ମାନ ଜିଲ୍ଲା ପାଇଁ ଗର୍ବର ବିଷୟ ବୋଲି ସେମାନେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ତାଙ୍କ ଉପରେ ଜିଲ୍ଲାବାସୀଙ୍କ ଆଶୀର୍ବାଦ ଓ ସହଯୋଗ ପ୍ରତି କୃତଜ୍ଞତା ଜଣାଇ, ଆଗାମୀ ଦିନରେ ଜିଲ୍ଲାର ସମଗ୍ର ବିକାଶ ପାଇଁ ଆହୁରି ସମର୍ପିତ ଭାବେ କାମ କରିବେ ବୋଲି କହିଥିଲେ। ଏହି ସଭା ର ଅୟୋଜନ ଓ ସଭାକୁ କୁ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ ସଂଯୋଜନା କରିଥିବାବେଳେ ବରିଷ୍ଠ ନାଗରିକ ସଂଘ ସଂପାଦକ ଜ୍ୟୋତି ରଞ୍ଜନ ପଟ୍ଟନାୟକ ଧନ୍ଯବାଦ ଅର୍ପଣ କରିଥିଲେ l ଜିଲ୍ଲା ପୋଲିସ୍ ପକ୍ଷରୁ ଏସପି ଶ୍ରୀ ନାଏକ, ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ଡି ଏମ୍ ଶ୍ରୀ ମାଝୀ, ଏ ଡି ଏମ୍ ଶ୍ରୀମତି ପ୍ରଧାନ, ଜିଲ୍ଲାପାଳ କାର୍ଯ୍ୟାଳୟ, ଓଡ଼ିଶା ଅମଲା ସଂଘ, ପୌର ପରିଷଦ ପକ୍ଷରୁ ଅଧ୍ଯକ୍ଷା ଶ୍ରୀମତୀ ନାୟକ, ଓ ଶ୍ରୀବତ୍ସ ମଲ୍ଲିକ ଜିଲ୍ଲାପାଳ ଙ୍କୁ ସମ୍ବର୍ଧିତ କରିଥିବା ବେଳେ ବରିଷ୍ଠ ନାଗରିକ ସଂଘ, ସଚେତନ ନାଗରିକ ମଞ୍ଚ, ଓଡ଼ିଶା ସାମ୍ୱାଦିକ ସଂଘ, ଜିଲ୍ଲା ସାମ୍ବାଦିକ ସଂଘ , ସ୍ଵଚ୍ଛ ଭାରତ ସଙ୍ଗଠନ, ଶ୍ରୀ ଗୋପାଳ ଜି ଯୋଗଳୟ , ସୋନପୁର କଲେଜ୍ ଏନ୍ ସି ସି, ଭାରତ ବିକାଶ ପରିଷଦ, ଦିବ୍ୟ ଊର୍ଜା ଯୋଗ ସେବା ସମିତି, ପଏଁରି, ଶ୍ରମିକ ସଂଗଠନ, କୋଶଳ ଆବାସିକ ବିଦ୍ୟାଳୟ, ନାଟ ଅନୁଷ୍ଠାନ , ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର, ମହାନଦୀ ଧାରା, ବିଶ୍ୱ ଭାରତୀ ସାଇ ଶିକ୍ଷା ନିକେତନ, ରାମ ଧୁନ କ୍ଲବ, ଜିଲ୍ଲା କ୍ରିଡ଼ା ସଂଘ, ସ୍ୱୀମିଂ ଆସୋସିଏସନ୍ , ଜିଲ୍ଲା ଟ୍ରକ୍ ମାଲିକ ସଂଘ, ବସ ସଂଘ, ଯଶୋଦା ଦେବୀ ନର୍ସିଂ ସ୍କୁଲ୍, ଜିଲ୍ଲା କନେଷ୍ଟବଳ ସଂଘ, ଅମଲା ସଂଘ, ବିଜୁ ପଟ୍ଟନାୟକ ଡିଗ୍ରୀ ମହିଳା କଲେଜ୍, ମାରୱାଡି ଯୁବା ମଞ୍ଚ ର କର୍ମକର୍ତ୍ତା ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l
ଉତ୍କଳ ରତ୍ନ ସମ୍ମାନ ରେ ସମ୍ୱର୍ଦ୍ଧିତ ହୋଇ ଥିବା ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ ଙ୍କୁ ସୁବର୍ଣ୍ଣପୁର ରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ “ଉତ୍କଳ ନବରତ୍ନ ସମ୍ମାନ”ରେ କଟକରେ ସମ୍ମାନିତ କରାଯାଇଥିବା ଅବସରରେ ଆଜି ଜିଲ୍ଲାର ବିଭିନ୍ନ ସାମାଜିକ ସଂଗଠନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ ଙ୍କୁ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା l ଜିଲ୍ଲାପାଳ ଡ଼ ସାହୁ ଙ୍କ ସମେତ ଏସପି ଶ୍ରୀ ନାରାୟଣ ନାଏକ, ଏ ଡି ଏମ ଶ୍ରୀ ରାଜେନ୍ଦ୍ର ମାଝୀ, ଏଡିଏମ ଅଞ୍ଜଳୀନା ପ୍ରଧାନ, ପୌର ପରିଷଦ ଅଧ୍ଯକ୍ଷା ତାମସୀ ତାମସ୍ମିତା ନାୟକ ଯୋଗ ଦେଇଥିଲେ l ବିଜୁ ପଟ୍ଟନାୟକ ମହିଳା କଲେଜ ର ପ୍ରଧ୍ୟାପକ ମଦନ ସୁନ୍ଦର କ୍ଷେତୀ ଅତିଥି ଙ୍କ ପରିଚୟ ପ୍ରଦାନ କରି ସ୍ୱାଗତ ଭାଷଣ ରେ କହିଲେ "କଳା କେବଳ ନାଚ ଗୀତ ରେ ନ ଥାଏ ବରଂ ନିରଶ ମୁହଁ ରେ ହସ ଫୁଟାଇବା ହିଁ ବାସ୍ତବିକ କଳା l ଡ଼ ନୃପ ରାଜ ସାହୁ ସେଭଳି ଏକ କଳାକାର ଯେଉଥିଁ ପାଇଁ କି ଆଜି ପୁର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ, ଗିରିଧର ଗମାଙ୍ଗ ମହାନ ବ୍ୟକ୍ତିତ୍ୱ ସଚ୍ଚି ରାଉତରାୟ, ରଘୁନାଥ ପାଣିଗ୍ରାହୀ, ଯଦୁନାଥ ଦାଶ ମହାପାତ୍ର, ବିଶ୍ୱଭୂଷଣ ହରିଚନ୍ଦନ, ପ୍ରଶାନ୍ତ ନନ୍ଦ, ପ୍ରଫୁଲ୍ଲ କର ଙ୍କ ଭଳି ବ୍ୟକ୍ତି ବା ସମ୍ୱର୍ଦ୍ଧିତ ପ୍ରତିଭା ଙ୍କ ସହ ସମ୍ମାନ ରେ ସମକକ୍ଷ ହୋଇ ପାରିଛନ୍ତି ଡ଼. ସାହୁ ବୋଲି କହିଥିଲେ l ଆହୁରି ମଧ୍ୟ କହିଲେ "ସୂର୍ଯ୍ୟ ଙ୍କ ପ୍ରଖରତା ରେ ଅନେକ ଲୋକ ମଉଳି ଯାଆନ୍ତି" "ପ୍ରଖର ଖରା ରେ କିନ୍ତୁ କୃଷ୍ନ ଚୁଡ଼ା ଠୋ ଠୋ ହସୁଥାଏ" l ଠିକ୍ ଏଭଳି ବ୍ୟକ୍ତିତ୍ୱ ର ଅଧିକାରୀ ମଧ୍ୟ ଡ଼ ସାହୁ, ଯାହାକି ସବୁ ବାଧା ବିଘ୍ନ କୁ ଏଡ଼ାଇ ହସି ହସି ପବ୍ଲିକ ସର୍ଭିସ କରି ଚାଲିଛନ୍ତି ସେ l ଆଉ ଆଜି ତାଙ୍କୁ ସଫଳତା ଉପରେ ସଫଳତା ସମ୍ମାନ ଉପରେ ସମ୍ମାନ ଆଣି ଦେଇଛି l ଯାହାକି ଆମ ପାଇଁ ଆମ ଜିଲ୍ଲା ପାଇଁ ଗୌରଵ ଅଟେ ବୋଲି ଶ୍ରୀ ଖେତ୍ତୀ କହିଥିଲେ l ଏହି ସମ୍ବର୍ଦ୍ଧନା ସଭା ରେ ଜିଲ୍ଲାର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି, ବୁଦ୍ଧିଜୀବି , ୩୦ ଟି ସାମାଜିକ ଅନୁଷ୍ଠାନ ର ୧୦୦ ରୁ ଉର୍ଦ୍ଧ୍ବ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଜିଲ୍ଲାପାଳ ଡ଼ ସାହୁ ଙ୍କୁ ଉତ୍ତରୀୟ ଫୁଲ ତୋଡା ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ଓ ତାଙ୍କ ସଫଳତାକୁ ସ୍ୱାଗତ କରି ଡ଼. ସାହୁ ଜଣେ ବିରଳ ବ୍ୟକ୍ତି ବୋଲି କହିଥିଲେ l ଜିଲ୍ଲାପାଳ ଡ଼ ସାହୁ ପ୍ରତି ଉତ୍ତର ରେ କହିଥିଲେ ଯେ, ଆଜି ମୋ କାନ୍ଧ ରେ ଥିବା
ଆପଣଙ୍କ ର ଏ ଉତ୍ତରୀୟ ବୋଝ ଜିଲ୍ଲା ରେ ଥିବା ବୋଝ କୁ ହାଲକା କରିବ, ଆଉ ଏ ବୋଝ ଆମ ଦାୟିତ୍ୱ ମଧ୍ୟ ବଢ଼ାଇବ l ଏ ପଦ ପଦବୀ ସମ୍ମାନ ଓ ଗାଡ଼ି ଘୋଡ଼ା ବଡ଼ କଥା ନୁହେଁ, ମାନବିକ ଆବେଗ ମାନବିକ ସଂପର୍କ, ମାଟି କୁ ମଣିଷ କୁ ଭଲ ପାଇବା ହିଁ ସ୍ମରଣୀୟ ହୋଇ ରହିବ ବୋଲି ଜିଲ୍ଲାପାଳ ଡ଼ ସାହୁ କହିଥିଲେ l ସଭାରେ ଏସପି, ଏ ଡି ଏମ୍ ଓ ବକ୍ତା ଗୋରେଖ ନାଥ ସାହୁ, ଡ଼ ଆର୍ତ୍ତ ତ୍ରାଣ ବାବୁ, ଗୋବିନ୍ଦ ମହାରଣା ଜିଲ୍ଲାପାଳଙ୍କ ଦକ୍ଷ ପ୍ରଶାସନ, ଲୋକାଭିମୁଖୀ ପଦକ୍ଷେପ , ବିକାଶମୁଖୀ କାର୍ଯ୍ୟକଳାପ, ମାଟି କୁ ଭଙ୍ଗା ମାଟି ଘରେ ରହୁଥିବା ଲୋକଙ୍କୁ ଓ ଦୁଃଖ କୁ ଚିହ୍ନିବା ଖୋଜିବା କଳା କୁ ଉଚ୍ଚ ପ୍ରଶଂସା କରିଥିଲେ। ଏହି ସମ୍ମାନ ଜିଲ୍ଲା ପାଇଁ ଗର୍ବର ବିଷୟ ବୋଲି ସେମାନେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ତାଙ୍କ ଉପରେ ଜିଲ୍ଲାବାସୀଙ୍କ ଆଶୀର୍ବାଦ ଓ ସହଯୋଗ ପ୍ରତି କୃତଜ୍ଞତା ଜଣାଇ, ଆଗାମୀ ଦିନରେ ଜିଲ୍ଲାର ସମଗ୍ର ବିକାଶ ପାଇଁ ଆହୁରି ସମର୍ପିତ ଭାବେ କାମ କରିବେ ବୋଲି କହିଥିଲେ। ଏହି ସଭା ର ଅୟୋଜନ ଓ ସଭାକୁ କୁ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ ସଂଯୋଜନା କରିଥିବାବେଳେ ବରିଷ୍ଠ ନାଗରିକ ସଂଘ ସଂପାଦକ ଜ୍ୟୋତି ରଞ୍ଜନ ପଟ୍ଟନାୟକ ଧନ୍ଯବାଦ ଅର୍ପଣ କରିଥିଲେ l ଜିଲ୍ଲା ପୋଲିସ୍ ପକ୍ଷରୁ ଏସପି ଶ୍ରୀ ନାଏକ, ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ଡି ଏମ୍ ଶ୍ରୀ ମାଝୀ, ଏ ଡି ଏମ୍ ଶ୍ରୀମତି ପ୍ରଧାନ, ଜିଲ୍ଲାପାଳ କାର୍ଯ୍ୟାଳୟ, ଓଡ଼ିଶା ଅମଲା ସଂଘ, ପୌର ପରିଷଦ ପକ୍ଷରୁ ଅଧ୍ଯକ୍ଷା ଶ୍ରୀମତୀ ନାୟକ, ଓ ଶ୍ରୀବତ୍ସ ମଲ୍ଲିକ ଜିଲ୍ଲାପାଳ ଙ୍କୁ ସମ୍ବର୍ଧିତ କରିଥିବା ବେଳେ ବରିଷ୍ଠ ନାଗରିକ ସଂଘ, ସଚେତନ ନାଗରିକ ମଞ୍ଚ, ଓଡ଼ିଶା ସାମ୍ୱାଦିକ ସଂଘ, ଜିଲ୍ଲା ସାମ୍ବାଦିକ ସଂଘ , ସ୍ଵଚ୍ଛ ଭାରତ ସଙ୍ଗଠନ, ଶ୍ରୀ ଗୋପାଳ ଜି ଯୋଗଳୟ , ସୋନପୁର କଲେଜ୍ ଏନ୍ ସି ସି, ଭାରତ ବିକାଶ ପରିଷଦ, ଦିବ୍ୟ ଊର୍ଜା ଯୋଗ ସେବା ସମିତି, ପଏଁରି, ଶ୍ରମିକ ସଂଗଠନ, କୋଶଳ ଆବାସିକ ବିଦ୍ୟାଳୟ, ନାଟ ଅନୁଷ୍ଠାନ , ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର, ମହାନଦୀ ଧାରା, ବିଶ୍ୱ ଭାରତୀ ସାଇ ଶିକ୍ଷା ନିକେତନ, ରାମ ଧୁନ କ୍ଲବ, ଜିଲ୍ଲା କ୍ରିଡ଼ା ସଂଘ, ସ୍ୱୀମିଂ ଆସୋସିଏସନ୍ , ଜିଲ୍ଲା ଟ୍ରକ୍ ମାଲିକ ସଂଘ, ବସ ସଂଘ, ଯଶୋଦା ଦେବୀ ନର୍ସିଂ ସ୍କୁଲ୍, ଜିଲ୍ଲା କନେଷ୍ଟବଳ ସଂଘ, ଅମଲା ସଂଘ, ବିଜୁ ପଟ୍ଟନାୟକ ଡିଗ୍ରୀ ମହିଳା କଲେଜ୍, ମାରୱାଡି ଯୁବା ମଞ୍ଚ ର କର୍ମକର୍ତ୍ତା ଜିଲ୍ଲାପାଳ ଡ଼ ନୃପ ରାଜ ସାହୁ ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ l
- Post by Ramachandraswain1
- #कोलकाता: #विधानसभा_चुनाव2026 के दूसरे चरण के लिए भाजपा नेता मिथुन चक्रवर्ती ने वोट डाला। उन्होंने कहा कि 90 प्रतिशत से अधिक मतदान होने की उम्मीद है। #WBLA2026 #Phase2 #WestBengalElections2026 #AssemblyElection20261
- ବରଗଡ କୁ ଅଣ ଦେଖା କାହିଁକି କରୁଛି ଡବଲ ଇଂଜିନ ସରକାର! ବରଗଡ଼ :ବରଗଡ଼ ଜିଲ୍ଲାର ବିଭିନ୍ନ ସମସ୍ୟା କୁ ନେଇ ୧୨ ଦଫା ଦାବୀ ଜିଲ୍ଲା ପ୍ରଶାସନ କୁ ଆମ୍ ଆଦମୀ ପାର୍ଟି ପ୍ରଦାନ କରିଛି। ଗ୍ରୀଷ୍ମ ପ୍ରବାହ ର ପ୍ରକୋପ ବଢ଼ିବା ରେ ଲାଗି ଥିବା ବେଳେ ପ୍ରଶାସନ ତରଫରୁ ତତ୍ପରତା ଦେଖିବାକୁ ମିଳୁ ନାହିଁ ତେଣୁ ଏହା କୁ ଧ୍ୟାନ ରେ ରଖି ଜଳ ଛତ୍ର, ଟ୍ରାଫିକ ପୋଷ୍ଟ ରେ ଛାଉଣୀ ଟେଣ୍ଟ ବ୍ୟବସ୍ଥା,ଚାଷ କୁ ଦୃଷ୍ଟି ରେ ରଖି କେନାଲ ପାଣି ମଇ ୨୦ ପର୍ଯ୍ୟନ୍ତ ବୃଦ୍ଧି କରିବା, ଜବର ଦଖଲ ଉଛେଦ କରିବା ପୂର୍ବରୁ ଭୂମିହୀନ ମାନଙ୍କୁ ଥଇଥାନ କରାଯାଉ,ବରଗଡ ସହର ରେ ମହିଳା ଓ ପୁରୁଷଙ୍କ ପାଇଁ ଶୌଚାଳୟ ର ବ୍ୟବସ୍ଥା କରାଯାଉ, ଅହେତୁକ ବିଳମ୍ବ ହେଉଥିବା ବରଗଡ଼ - ଭେଡେନ କେନାଲ ରାସ୍ତା ନିର୍ମାଣ କୁ ଶୀଘ୍ର ସମ୍ପନ୍ନ କରାଯାଉ,ବରଗଡ ସହର ରେ ହେଉଥିବା ଅଙ୍କା ବଙ୍କା ଡ୍ରେନ ନିର୍ମାଣ ର ତଦାରଖ କରି ଠିକ କରାଯାଉ,ଜିଲ୍ଲା କୃଷି କାର୍ଯ୍ୟାଳୟ ପରିସରରେ ଅଗ୍ନିକାଣ୍ଡ ଘଟି କ୍ଷତି ହୋଇ ଥିବା ସ୍ପ୍ରିଙ୍କଲର ଓ ଅନ୍ୟ ସାମଗ୍ରୀ ର ତଦନ୍ତ କରା ଯାଉ, ପୂର୍ତ୍ତ ବିଭାଗ ର ତୋରଣ ନିର୍ମାଣ ରେ ହେଉଥିବା ଦୁର୍ନୀତି ର ବିଭାଗୀୟ ତଦନ୍ତ, ବରଗଡ଼ ସହର ପାଇଁ ଏକ ସ୍ଥାୟୀ ଡମ୍ପିଙ୍ଗୟାର୍ଡ଼ ର ବ୍ୟବସ୍ଥା କରାଯାଉ, କେନାଲ ରେ ପଡ଼ୁ ଥିବା ଡ୍ରେନ ଯୋଗୁଁ ପ୍ରଦୂଷଣ ବଡୁଛି ତେଣୁ ଏହାର ସୁରକ୍ଷା ନିମନ୍ତେ ପଦକ୍ଷେପ ନିଆଯାଉ,ବୁଲା ଗାଈ ଗୋରୁ ଙ୍କ ପାଇଁ ଉପୁଜୁ ଥିବା ଟ୍ରାଫିକ ସମସ୍ୟା ର ସମାଧାନ ସହ କାଞ୍ଜି ହାଉସ ର ବ୍ୟବସ୍ଥା,ଅନ୍ଧାରୁଆ ରାସ୍ତାରେ ଷ୍ଟ୍ରିଟ ଲାଇଟ ର ବ୍ୟବସ୍ଥା ସହ ଟାଟା ପାୱାର ର ଘନ ଘନ ପାୱାର କଟ କୁ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ପାଖରେ ରାଜ୍ୟ ସମ୍ପାଦକ ଭବାନୀ ସାହୁ, ମହିଳା ନେତ୍ରୀ ମାରୀୟମ ବାର୍ଲା, ଅସିତ ସାହୁ, ଆଇନଜୀବି ଏମଡି ମୋଇନ ଉପସ୍ଥିତ ହୋଇ ଦାବୀ କରିଛନ୍ତି, ଏହାର ସମାଧାନ ନହେଲେ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି ।1
- ବ୍ରଜରାଜନଗର ଠାରେ ବନ୍ଧୁକ ସହ ଅଭିଯୁକ୍ତ ଗିରଫ1
- ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଜମନକିରା ଭୋଜପୁର ପୀଡବ୍ଲୁଡ଼ି ରାସ୍ତା ଗୁନ୍ଦଲ ପାଣି ବୁଲାଣିରେ ଏକ ଟ୍ୱେମ୍ପୁ ଦୁର୍ଘଟଣା ହୋଇ ଓଲଟି ଯିବା ଫଳରେ ଜଣକର ମୃତୁ ହୋଇଛି1
- ବିଶ୍ଵରେ No11
- ଇଏ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ମଲ୍ଲୀପଶି ଗାଁର ଜିତୁ ମୁଣ୍ଡା। ୨ ମାସ ତଳେ ତାଙ୍କ ଭଉଣୀ ‘କାଲରା ମୁଣ୍ଡା’ ମରିଗଲେ। ଭଉଣୀ ନାଁରେ ବ୍ୟାଙ୍କରେ ୧୯ ହଜାର ୩୦୦ ଟଙ୍କା ଅଛି। ଅପାଠୁଆ ଜିତୁ ବହୁତଥର ବ୍ୟାଙ୍କ ଦଉଡ଼ିଲେ ଟଙ୍କା ଉଠେଇବାକୁ। ବ୍ୟାଙ୍କ କର୍ମଚାରୀ କହିଲେ, ଯାହା ନାଁରେ ଖାତା, ସେ ନଆସିଲେ ହେବନି। ସେ ଆସି ଦସ୍ତଖତ କରି ଟଙ୍କା ଉଠାଇବେ। ଜିତୁ ଯେତେ କହିଲେ ଯେ ସେ ମରିଗଲାଣି, କେହି ବିଶ୍ୱାସ କଲେନି। ତେଣୁ ଅନ୍ୟ ଉପାୟ ନପାଇ, ସେ ୨ମାସ ତଳେ ମାଟିରେ ପୋତା ଯାଇଥିବା ମୃତ ଭଉଣୀର କଙ୍କାଳସାର ଶବକୁ ଧରି ବ୍ୟାଙ୍କରେ ପହଞ୍ଚିଲେ। ଏଇ ହେଉଛି ଆମ ସରକାରୀ ବ୍ୟବସ୍ଥା। ଜଣେ ଅଶିକ୍ଷିତ ଲୋକକୁ, ବ୍ୟାଙ୍କରେ ବସିଥିବା ଏକାଧିକ ଶିକ୍ଷିତ ବାବୁ ସାହାଯ୍ୟ କରିପାରିଲେ ନାହିଁ। ଏହି ଅଶିକ୍ଷିତ ଅସହାୟ ମଣିଷଟି ପାଇଁ, ସରକାରୀ ନିୟମ ଟିକେ ମୋଡ଼ି ଦେଇଥିଲେ କ’ଣ ଅସୁବିଧା ହୋଇଥାନ୍ତା? ଦୁର୍ନୀତି କଲାବେଳେ ତ ଆମେ ସରକାରୀ ନିୟମକୁ ଫୁ କରିଦେଉଛୁ। ଗରିବ ଲୋକଟିଏ ପାଇଁ କିନ୍ତୁ କରାଯାଇ ପାରିଲା ନାହିଁ। source_social media #dead #bank #brother #odisha1
- बस और ट्रक की आपस में टक्कर जिससे पूरी तरह से तबाह हो गए दोनों गाड़ियां। हादसे में मरने वालों की संख्या बढ़कर 4 हो गई है, जबकि 20 यात्रियों का अभी भी राउरकेला सरकारी अस्पताल और दूसरे अस्पतालों में इलाज चल रहा है। गौरतलब है कि यह भयानक हादसा कल रात 9 बजे राउरकेला में चांदीपोस के पास नेशनल हाईवे नंबर 143 पर हुआ। #प्रमिला बस, जो राउरकेला से जाजपुर जा रही थी, उसे एक ट्रक ने टक्कर मार दी। #राउरकेला #ओडिशा1
- ଓଡ଼ିଶାର ଜଣେ ବ୍ୟକ୍ତି ତାଙ୍କ ମୃତ ଭଉଣୀଙ୍କ କବର ଖୋଳି ବ୍ୟାଙ୍କକୁ ତାଙ୍କ କଙ୍କାଳ ଆଣିଥିଲେ କେବଳ ତାଙ୍କ ମୃତ୍ୟୁ ପ୍ରମାଣ କରିବା ପାଇଁ। ସେ ତାଙ୍କ ଆକାଉଣ୍ଟରୁ ₹20,000 ଉଠାଇବାକୁ ଚେଷ୍ଟା କରୁଥିଲେ, କିନ୍ତୁ ବ୍ୟାଙ୍କ ଅଧିକାରୀମାନେ ଆକାଉଣ୍ଟଧାରୀଙ୍କୁ ବ୍ୟକ୍ତିଗତ ଭାବରେ ଆଣିବାକୁ ଜିଦ୍ ଧରିଥିଲେ। ତାଙ୍କ ମୃତ୍ୟୁ ହୋଇଥିବା ବାରମ୍ବାର କହିବା ସତ୍ତ୍ୱେ ସେମାନେ ଶୁଣି ନଥିଲେ। ଆଇନଗତ ପ୍ରକ୍ରିୟା ବିଷୟରେ ହତାଶ ଏବଂ ଅଜ୍ଞ ହୋଇ ସେ ଏହି ଚରମ ପଦକ୍ଷେପ ନେଇଥିଲେ। ଏହି ଘଟଣା କେବଳ ସଚେତନତାର ଅଭାବ ନୁହେଁ, ବରଂ ବ୍ୟବସ୍ଥାରେ ମୌଳିକ ମାନବୀୟ ବୁଝାମଣାର ବିଫଳତାକୁ ମଧ୍ୟ ଦର୍ଶାଉଛି।1