ନବରଙ୍ଗପୁର ଜିଲ୍ଲାର କୋଡିଙ୍ଗା ଥାନା ଅନ୍ତର୍ଗତ ଚଚରାଗୁଡା ଗ୍ରାମରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି, ଯେଉଁଠି ଜଣେ ବାପା ଛେଉଣ୍ଡ ଯୁବତୀଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ନରରାକ୍ଷସଙ୍କ ବର୍ବରତା ଏତିକିରେ ଅଟକି ନଥିଲା; ହତ୍ୟା ପରେ ଯୁବତୀଙ୍କ ମୃତଦେହକୁ ଘର ବାରିପଟେ ଫିଙ୍ଗି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକ ଓ ଆକ୍ରୋଶର ବାତାବରଣ ଦେଖାଦେଇଛି। ଫୁଲସିଂ ଭତରାଙ୍କ ଭଉଣୀ ଚନ୍ଦ୍ରା ଭତରା ଏହି ନରପିଶାଚଙ୍କ ଶିକାର ହୋଇଥିବା ଅଭିଯୋଗ ହୋଇଛି, ଯିଏ ପୂର୍ବରୁ ବାପାଙ୍କୁ ହରାଇଥିଲେ। ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ରାତିରେ ପହିଲି ରଜ ଖେଳିବାକୁ ସାଙ୍ଗସାଥିଙ୍କ ସହ ଚନ୍ଦ୍ରା ଯାଇଥିଲେ। ତାଙ୍କ ସାଙ୍ଗ ଅଦବାରୀ କଲାରଙ୍କ କହିବା ଅନୁଯାୟୀ, ରାତି ପ୍ରାୟ ୯ଟାରେ ଚନ୍ଦ୍ରା ଓ ତାଙ୍କ ସାଙ୍ଗ ଗାଁ ମୁଣ୍ଡରେ ବନ୍ଧା ହୋଇଥିବା ରଜଦୋଳି ଝୁଲିବାକୁ ଯାଇଥିଲେ, କିନ୍ତୁ ଚନ୍ଦ୍ରା କାହାକୁ କିଛି ନକହି ମଝି ଖେଳରେ ଏକା ଚାଲିଯାଇଥିଲେ। ଚନ୍ଦ୍ରା ଘରକୁ ଚାଲିଯାଇଥିବ ଭାବି ତାଙ୍କ ସାଙ୍ଗ ରାତି ୧୦ଟାରେ ଘରକୁ ଫେରିଥିଲେ। ଆଜି ସକାଳୁ ଫୁଲସିଂ ତାଙ୍କ ଭଉଣୀ ଚନ୍ଦ୍ରାଙ୍କ ରକ୍ତାକ୍ତ ମୃତଦେହ ଘର ବାରିପଟେ ପଡ଼ିଥିବା ଦେଖିଥିଲେ, ଯାହାଙ୍କ ପାଟିରୁ ରକ୍ତ ବାହାରିଥିଲା ଏବଂ ବେକ ଫୁଲିଯାଇଥିଲା। ଏହି ଅଭାବନୀୟ ଦୃଶ୍ୟ ଦେଖି ପରିବାର ଲୋକେ ଓ ଗ୍ରାମବାସୀ ସ୍ତବ୍ଧ ହୋଇଯାଇଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ କୋଡିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ସୂଚନା ଦେଇଛି ଯେ, ପ୍ରମାଣ ସଂଗ୍ରହ ପାଇଁ ଏକ ବୈଜ୍ଞାନିକ ଟିମ୍ ମଧ୍ୟ କିଛି ସମୟ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚିବ। ପରିବାର ଲୋକେ ଦୋଷୀଙ୍କୁ ଗିରଫ କରା ନଯିବା ପର୍ଯ୍ୟନ୍ତ ଶବ ନ ଉଠାଇବାକୁ ଜିଦ୍ ଧରି ବସିଛନ୍ତି। ନବରଙ୍ଗପୁର ଏସପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ସେ କହିଛନ୍ତି ଯେ, ପ୍ରାଥମିକ ତଦନ୍ତ ଜାରି ରହିଛି ଏବଂ ପରିବାରର ଅଭିଯୋଗକୁ ମଧ୍ୟ ତଦନ୍ତରେ ସ୍ଥାନ ଦିଆଯିବ। ସମ୍ପୂର୍ଣ୍ଣ ଘଟଣା ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ଅନେକ ତଥ୍ୟ ସ୍ପଷ୍ଟ ହେବ। ପୋଲିସ ଏହି ଘଟଣାରେ ଜଣକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ଏବଂ ଏସପିଙ୍କ ଅନୁଯାୟୀ ଖୁବଶୀଘ୍ର ଦୋଷୀଙ୍କୁ ଗିରଫ କରାଯିବ। ରଜର ଖୁସି ଭିତରେ ଘଟିଥିବା ଏହି ନୃଶଂସ କାଣ୍ଡ ସମଗ୍ର ଜିଲ୍ଲାକୁ ମର୍ମାହତ କରିଛି।
ନବରଙ୍ଗପୁର ଜିଲ୍ଲାର କୋଡିଙ୍ଗା ଥାନା ଅନ୍ତର୍ଗତ ଚଚରାଗୁଡା ଗ୍ରାମରେ ଏକ ଲୋମହର୍ଷଣକାରୀ ଘଟଣା ଘଟିଛି, ଯେଉଁଠି ଜଣେ ବାପା ଛେଉଣ୍ଡ ଯୁବତୀଙ୍କୁ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ନରରାକ୍ଷସଙ୍କ ବର୍ବରତା ଏତିକିରେ ଅଟକି ନଥିଲା; ହତ୍ୟା ପରେ ଯୁବତୀଙ୍କ ମୃତଦେହକୁ ଘର ବାରିପଟେ ଫିଙ୍ଗି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକ ଓ ଆକ୍ରୋଶର ବାତାବରଣ ଦେଖାଦେଇଛି। ଫୁଲସିଂ ଭତରାଙ୍କ ଭଉଣୀ ଚନ୍ଦ୍ରା ଭତରା ଏହି ନରପିଶାଚଙ୍କ ଶିକାର ହୋଇଥିବା ଅଭିଯୋଗ ହୋଇଛି, ଯିଏ ପୂର୍ବରୁ ବାପାଙ୍କୁ ହରାଇଥିଲେ। ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ରାତିରେ ପହିଲି ରଜ ଖେଳିବାକୁ ସାଙ୍ଗସାଥିଙ୍କ ସହ ଚନ୍ଦ୍ରା ଯାଇଥିଲେ। ତାଙ୍କ ସାଙ୍ଗ ଅଦବାରୀ କଲାରଙ୍କ କହିବା ଅନୁଯାୟୀ, ରାତି ପ୍ରାୟ ୯ଟାରେ ଚନ୍ଦ୍ରା ଓ ତାଙ୍କ ସାଙ୍ଗ ଗାଁ ମୁଣ୍ଡରେ ବନ୍ଧା ହୋଇଥିବା ରଜଦୋଳି ଝୁଲିବାକୁ ଯାଇଥିଲେ, କିନ୍ତୁ ଚନ୍ଦ୍ରା କାହାକୁ କିଛି ନକହି ମଝି ଖେଳରେ ଏକା ଚାଲିଯାଇଥିଲେ। ଚନ୍ଦ୍ରା ଘରକୁ ଚାଲିଯାଇଥିବ ଭାବି ତାଙ୍କ ସାଙ୍ଗ ରାତି ୧୦ଟାରେ ଘରକୁ ଫେରିଥିଲେ। ଆଜି ସକାଳୁ ଫୁଲସିଂ ତାଙ୍କ ଭଉଣୀ ଚନ୍ଦ୍ରାଙ୍କ ରକ୍ତାକ୍ତ ମୃତଦେହ
ଘର ବାରିପଟେ ପଡ଼ିଥିବା ଦେଖିଥିଲେ, ଯାହାଙ୍କ ପାଟିରୁ ରକ୍ତ ବାହାରିଥିଲା ଏବଂ ବେକ ଫୁଲିଯାଇଥିଲା। ଏହି ଅଭାବନୀୟ ଦୃଶ୍ୟ ଦେଖି ପରିବାର ଲୋକେ ଓ ଗ୍ରାମବାସୀ ସ୍ତବ୍ଧ ହୋଇଯାଇଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ କୋଡିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ସୂଚନା ଦେଇଛି ଯେ, ପ୍ରମାଣ ସଂଗ୍ରହ ପାଇଁ ଏକ ବୈଜ୍ଞାନିକ ଟିମ୍ ମଧ୍ୟ କିଛି ସମୟ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚିବ। ପରିବାର ଲୋକେ ଦୋଷୀଙ୍କୁ ଗିରଫ କରା ନଯିବା ପର୍ଯ୍ୟନ୍ତ ଶବ ନ ଉଠାଇବାକୁ ଜିଦ୍ ଧରି ବସିଛନ୍ତି। ନବରଙ୍ଗପୁର ଏସପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ସେ କହିଛନ୍ତି ଯେ, ପ୍ରାଥମିକ ତଦନ୍ତ ଜାରି ରହିଛି ଏବଂ ପରିବାରର ଅଭିଯୋଗକୁ ମଧ୍ୟ ତଦନ୍ତରେ ସ୍ଥାନ ଦିଆଯିବ। ସମ୍ପୂର୍ଣ୍ଣ ଘଟଣା ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ଅନେକ ତଥ୍ୟ ସ୍ପଷ୍ଟ ହେବ। ପୋଲିସ ଏହି ଘଟଣାରେ ଜଣକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ଏବଂ ଏସପିଙ୍କ ଅନୁଯାୟୀ ଖୁବଶୀଘ୍ର ଦୋଷୀଙ୍କୁ ଗିରଫ କରାଯିବ। ରଜର ଖୁସି ଭିତରେ ଘଟିଥିବା ଏହି ନୃଶଂସ କାଣ୍ଡ ସମଗ୍ର ଜିଲ୍ଲାକୁ ମର୍ମାହତ କରିଛି।
- ଆନ୍ଧ୍ରା ବିଇଡି କରେଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗ ନେଇ କିଛି ଛାତ୍ରଛାତ୍ରୀ ପୋଲିସ ଥାନାର ଦ୍ୱାରସ୍ତ ହୋଇଛନ୍ତି।1
- ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ସୁରକ୍ଷା କର୍ମୀମାନେ ଧାରଣା ଦେଇଛନ୍ତି। ସେମାନଙ୍କୁ ଗତ ତିନି ମାସ ହେଲା ଦରମା ମିଳିନଥିବା ଅଭିଯୋଗ କରି ଏହି ପ୍ରତିବାଦ କରାଯାଇଛି।2
- ସାହାଯ୍ୟ କରିବାର ମନୋବଳ ଆଗରେ ବୟସ ହାର୍ ମାନିଥାଏ, ଏହାକୁ ପ୍ରମାଣିତ କରିଛନ୍ତି ୮୦ ବର୍ଷୀୟ ସମ୍ବାରୁ। ସେ ଜଣେ ମହିଳାଙ୍କୁ ମୃତ୍ୟୁ ମୁଖରୁ ଉଦ୍ଧାର କରି ନିଜ ଜୀବନ ବଳିଦାନ ଦେଇଛନ୍ତି। ସୂଚନା ଅନୁଯାୟୀ, ଜଦୁଗୁଡା ଗ୍ରାମର ଯୋଗିନୀ ପଡିଆମି ନାମକ ଜଣେ ମହିଳା ଏକ ବାଉଁଶ ବାଡ଼ି ସାହାଯ୍ୟରେ ଟୋଲା ତୋଳୁଥିବା ସମୟରେ, ସେହି ଗଛ ଉପର ଦେଇ ଯାଇଥିବା 11 କେଭି ତାର ସଂସ୍ପର୍ଶରେ ଆସି ଛଟପଟ ହେଉଥିଲେ। ଏହି ସମୟରେ ନିକଟରେ ଥିବା ସମ୍ବାରୁ ମାଡ଼କାମୀ ତୁରନ୍ତ ଉକ୍ତ ମହିଳାଙ୍କୁ ସୁରକ୍ଷିତ ଭାବେ ରକ୍ଷା କରିଥିଲେ। ମାତ୍ର ଦୁର୍ଭାଗ୍ୟବଶତଃ, ଯୋଗିନୀଙ୍କ ଜୀବନ ବଞ୍ଚାଇବା ପରେ ସମ୍ବାରୁ ନିଜେ ସେହି ବାଉଁଶ ବାଡ଼ିରେ ଲାଗି ନିଜ ଜୀବନ ହରାଇଥିଲେ।1
- ବର୍ତ୍ତମାନ ଗୋଟିକ ପରେ ଗୋଟିଏ ବିଜେପି ବିଧାୟକଙ୍କ ଅଡୁଆ ବଢ଼ିବାରେ ଲାଗିଛି। ପୂର୍ବରୁ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଫାଙ୍କା ଗୁଳିଚାଳନା କରି ଚର୍ଚ୍ଚାକୁ ଆସି ଅଡୁଆରେ ପଡ଼ିଥିବା ବେଳେ, ଏବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମଧ୍ୟ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ଥାନାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ବିଧାୟକ ଲକ୍ଷ୍ମଣ ବାଗଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଛି। ଅଭିଯୋଗ ଅନୁଯାୟୀ, ଏକ ଘରୋଇ ଟିଭି ଚ୍ୟାନେଲର କାର୍ଯ୍ୟକ୍ରମରେ ବିଧାୟକ ଲକ୍ଷ୍ମଣ ବାଗ ଆଦିବାସୀମାନଙ୍କୁ 'ଦୂଷିତ' ବୋଲି କହିଥିଲେ, ଯାହାକୁ ନେଇ ସଂଘ ତୀବ୍ର ବିରୋଧ ପ୍ରଦର୍ଶନ କରିଛି। ଏହି ଘଟଣାକୁ ନେଇ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଟିଟିଲାଗଡ଼ ଥାନା ସମ୍ମୁଖରେ ବିଧାୟକ ଲକ୍ଷ୍ମଣ ବାଗଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ତାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି। ସଂଘ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି ଯେ ଯଦି ତାଙ୍କୁ ଗିରଫ କରାନଯାଏ, ତେବେ ଆଗାମୀ ଦିନରେ ଏକ ଭୟଙ୍କର ଆନ୍ଦୋଳନ କରାଯିବ। ଏହି ମାମଲା ରୁଜୁ କରିବା ଏବଂ ବିରୋଧ ପ୍ରଦର୍ଶନ ସମୟରେ ଟିଟିଲାଗଡ଼ ବ୍ଲକ୍ ସଭାପତି ପଦ୍ମନ ପ୍ରଧାନୀଙ୍କ ନେତୃତ୍ୱରେ ଉପଦେଷ୍ଟା ଦେବ ସିଂ ମାଝୀ, ଉପସଭାପତି ଶତ୍ରୁଘ୍ନ ମାଝୀ ଓ ନିତ୍ୟାନନ୍ଦ ମାଝୀ, ସମ୍ପାଦକ ସୁନୀଲ ମାଝୀ, ପୃଥ୍ୱୀରାଜ ମାଝୀ, ଜଗଦିଶ ମାଝୀ, ଶଙ୍କର ମାଝୀ, ଭୁବନେଶ୍ୱର ପାତ୍ରଙ୍କ ସମେତ ଆଦିବାସୀ କଲ୍ୟାଣ ସଂଘର ଅନେକ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ।3
- ପକ୍ଷାଘାତରେ ପୀଡ଼ିତ ହେବା ପରେ ବନମାଳୀ ନିଆଲ ଏକ ଅସହାୟ ଜୀବନ ବିତାଉଛନ୍ତି। ଏଭଳି ଦୁଃଖଦ ପରିସ୍ଥିତିରେ ତାଙ୍କର ଦିନ ମନ୍ଦିର ମଣ୍ଡପରେ କଟୁଛି, ଯାହା ସମାଜରେ ମାନବିକତାର ସହାୟତା ପାଇଁ ଏକ ଜରୁରୀ ଆହ୍ୱାନ ସୃଷ୍ଟି କରିଛି। ଏପରି ଜଣେ ଷ୍ଟ୍ରୋକ୍ ପୀଡ଼ିତଙ୍କୁ ସହାୟତା କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଉଛି, ଯେଉଁଥିରେ ତାଙ୍କର ଚିକିତ୍ସା, ବାସସ୍ଥାନ ଏବଂ ଖାଦ୍ୟର ଆବଶ୍ୟକତା ପୂରଣ ହୋଇପାରିବ।1
- ଗଜପତି ଜିଲ୍ଲା ଗୁମ୍ମା ବ୍ଲକରୁ ଦୁର୍ନୀତିର ଆଉ ଏକ ନମୁନା ସାମ୍ନାକୁ ଆସିଛି, ଯେଉଁଠାରେ ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ସ୍ପଷ୍ଟ ଦେଖିବାକୁ ମିଳିଛି। ବ୍ଲକ୍ କାର୍ଯ୍ୟାଳୟ ପରିସର ମଧ୍ୟରେ ନୂତନ ଭାବେ ଦୁଇ ଲକ୍ଷ ପଚାଶ ହଜାର ଟଙ୍କା ବ୍ୟୟରେ ନିର୍ମିତ ଏକ ମଟର ସାଇକେଲ ଷ୍ଟାଣ୍ଡର କାମ ସମ୍ପୂର୍ଣ୍ଣ ହୋଇନଥିବା ସତ୍ତ୍ୱେ, ଏହାର ପୁରା ବିଲ୍ ଉଠାଇ ନିଆଯାଇଥିବା ବିଶ୍ଵସ୍ଥ ସୂତ୍ରରୁ ସୂଚନା ମିଳିଛି। ଏହି ମଟର ସାଇକେଲ ଷ୍ଟାଣ୍ଡରେ ଟିଣ ସମ୍ପୂର୍ଣ୍ଣ ଭାବେ ପକାଯାଇ ନାହିଁ। ଏଥିସହ, ନିମ୍ନ ମାନର ଉପକରଣ ବ୍ୟବହାର କରାଯାଇଥିବାରୁ ଟିଣଗୁଡ଼ିକ ବଙ୍କା ହୋଇଯାଇଥିବା ମଧ୍ୟ ଲକ୍ଷ୍ୟ କରାଯାଉଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ, ଆବାସିକ କାର୍ଯ୍ୟାଳୟ ତଥା ସମଗ୍ର ଗୁମ୍ମା ବ୍ଲକର ଅଧିକାରୀଙ୍କ ଆଖି ଆଗରେ ଏପରି ଦୁର୍ନୀତି ଚାଲିଥିବା ବେଳେ, ଅନ୍ୟ ଉପାନ୍ତ ଅଞ୍ଚଳରେ କେତେ ଦୁର୍ନୀତି ହେଉଥିବ ତାହା ଅନୁମାନ କରାଯାଉଛି। ଏହି ପ୍ରସଙ୍ଗରେ ଗୁମ୍ମା ବିଡ଼ିଓ, ଏଇଇ ଏବଂ କନିଷ୍ଠ ଯନ୍ତ୍ରୀଙ୍କ ପ୍ରତିକ୍ରିୟା ନେବାକୁ ଫୋନ୍ ମାଧ୍ୟମରେ ଚେଷ୍ଟା କରାଯାଇଥିଲେ ମଧ୍ୟ ସେମାନେ ଫୋନ୍ ଉଠାଇ ନାହାନ୍ତି।1
- କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ଓ ରାୟଗଡ଼ାକୁ ସଂଯୋଗ କରୁଥିବା ୬ନମ୍ବର ରାଜ୍ୟ ରାଜପଥର ଢ଼େପଗୁଡା ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଆଲୁମିନା ପାଉଡର ବୋଝେଇ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଗାଡି ଭିତରେ ଚାପିହୋଇ ଟ୍ୟାଙ୍କରର ଚାଳକଙ୍କ ମୃତ୍ୟୁ ଘଟିଛି।1