Shuru
Apke Nagar Ki App…
ପୁରୀରେ ଶ୍ରୀଜଗନ୍ନାଥଙ୍କ ସମ୍ମାନ ରକ୍ଷା ପାଇଁ ଭକ୍ତମାନେ ରାସ୍ତାକୁ ଓହ୍ଲାଇବା ସହ ଶରଧାବାଲିରୁ ଇସ୍କନର ବହି ଷ୍ଟଲ ହଟାଇ ଦିଆଯାଇଛି। "ଯଦି ଆମ ଜଗନ୍ନାଥ ଓ ଗଜପତିଙ୍କୁ ଅସମ୍ମାନ କଲ, ତେବେ ଠାକୁରଙ୍କ କ୍ଷେତ୍ରରେ ବହି ବିକିପାରିବନି କି କୀର୍ତ୍ତନ କରିପାରିବନି" - ଏହି ଚେତାବନୀପୂର୍ଣ୍ଣ ଆହ୍ୱାନ ଦେଇ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ଇସ୍କନର ବହି ବିକ୍ରୀ କରୁଥିବା ଭ୍ରାମ୍ୟମାଣ ଯାନକୁ ଶହଶହ ଭକ୍ତ ସେଠାରୁ ଫେରାଇ ଦେଇଛନ୍ତି। ଏହି ଘଟଣାକୁ ନେଇ ଶ୍ରୀଜଗନ୍ନାଥ ଧର୍ମ ସଂସ୍କୃତି ସୁରକ୍ଷା ସଂଗଠନ ଓଡ଼ିଶାର ରାଜ୍ୟ ସଭାପତି ବଦ୍ରି ମିଶ୍ର ଏବଂ ପୁରୀ ବାର ଆସୋସିଏସନର ପ୍ରାକ୍ତନ ସଂପାଦକ ବିଭୂତି ତ୍ରିପାଠୀଙ୍କ ନେତୃତ୍ୱରେ ପୁରୀରୁ 'ଇସ୍କନ ହଟାଓ' ଅଭିଯାନ ଆରମ୍ଭ ହୋଇଛି।
Puri Update News
ପୁରୀରେ ଶ୍ରୀଜଗନ୍ନାଥଙ୍କ ସମ୍ମାନ ରକ୍ଷା ପାଇଁ ଭକ୍ତମାନେ ରାସ୍ତାକୁ ଓହ୍ଲାଇବା ସହ ଶରଧାବାଲିରୁ ଇସ୍କନର ବହି ଷ୍ଟଲ ହଟାଇ ଦିଆଯାଇଛି। "ଯଦି ଆମ ଜଗନ୍ନାଥ ଓ ଗଜପତିଙ୍କୁ ଅସମ୍ମାନ କଲ, ତେବେ ଠାକୁରଙ୍କ କ୍ଷେତ୍ରରେ ବହି ବିକିପାରିବନି କି କୀର୍ତ୍ତନ କରିପାରିବନି" - ଏହି ଚେତାବନୀପୂର୍ଣ୍ଣ ଆହ୍ୱାନ ଦେଇ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ଇସ୍କନର ବହି ବିକ୍ରୀ କରୁଥିବା ଭ୍ରାମ୍ୟମାଣ ଯାନକୁ ଶହଶହ ଭକ୍ତ ସେଠାରୁ ଫେରାଇ ଦେଇଛନ୍ତି। ଏହି ଘଟଣାକୁ ନେଇ ଶ୍ରୀଜଗନ୍ନାଥ ଧର୍ମ ସଂସ୍କୃତି ସୁରକ୍ଷା ସଂଗଠନ ଓଡ଼ିଶାର ରାଜ୍ୟ ସଭାପତି ବଦ୍ରି ମିଶ୍ର ଏବଂ ପୁରୀ ବାର ଆସୋସିଏସନର ପ୍ରାକ୍ତନ ସଂପାଦକ ବିଭୂତି ତ୍ରିପାଠୀଙ୍କ ନେତୃତ୍ୱରେ ପୁରୀରୁ 'ଇସ୍କନ ହଟାଓ' ଅଭିଯାନ ଆରମ୍ଭ ହୋଇଛି।
More news from ଓଡ଼ିଶା and nearby areas
- ପବିତ୍ର ରଥଯାତ୍ରା ୨୦୨୬ ଅବସରରେ ଦେଶ-ବିଦେଶରୁ ଆସୁଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାର ବିଭିନ୍ନ ହୋଟେଲ, ଲଜ୍ ଏବଂ ଗେଷ୍ଟହାଉସଗୁଡ଼ିକରେ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ରାତ୍ରିକାଳୀନ ଯାଞ୍ଚ ଅଭିଯାନ କରାଯାଇଛି। ପୁରୀ ପୋଲିସର ଥାନା ଅଧିକାରୀମାନଙ୍କ ନେତୃତ୍ୱରେ ବିଭିନ୍ନ ଥାନାର ପୋଲିସ ଅଧିକାରୀ, ସ୍ୱତନ୍ତ୍ର ଟିମ୍ ଏବଂ ସୁରକ୍ଷା ବାହିନୀର ସଦସ୍ୟମାନେ ଏହି ଅଭିଯାନରେ ସାମିଲ ହୋଇଥିଲେ। ଏହି ହଠାତ୍ ଯାଞ୍ଚ ସମୟରେ ହୋଟେଲଗୁଡ଼ିକରେ ରହୁଥିବା ଅତିଥିମାନଙ୍କ ପରିଚୟପତ୍ର, ରେଜିଷ୍ଟର ଓ ଡିଜିଟାଲ ରେକର୍ଡର ସଠିକ୍ ସଂରକ୍ଷଣର ଯାଞ୍ଚ କରାଯିବା ସହ ସନ୍ଦେହଜନକ ବ୍ୟକ୍ତିଙ୍କ ଉପରେ ନଜର ରଖାଯାଇଛି ଏବଂ ସାମଗ୍ରିକ ଆଇନ-ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରାଯାଇଛି। ଯାଞ୍ଚ ସମୟରେ ହୋଟେଲ କର୍ତ୍ତୃପକ୍ଷଙ୍କୁ ଅତିଥିମାନଙ୍କର ସଠିକ୍ ପରିଚୟପତ୍ର ସଂଗ୍ରହ କରିବା, ଚେକ୍-ଇନ୍ ଓ ଚେକ୍-ଆଉଟ୍ ସମ୍ବନ୍ଧୀୟ ରେକର୍ଡ ରଖିବା ଏବଂ ବିନା ପରିଚୟପତ୍ରରେ କୌଣସି ବ୍ୟକ୍ତିଙ୍କୁ ରହିବାକୁ ନଦେବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପର୍କରେ ତୁରନ୍ତ ସ୍ଥାନୀୟ ଥାନାକୁ ଜଣାଇବା ସହ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସକ୍ରିୟ ରଖିବା, ସିସିଟିଭି କ୍ୟାମେରା ସବୁବେଳେ କାର୍ଯ୍ୟକ୍ଷମ ରଖିବା ଏବଂ ବିଦେଶୀ ନାଗରିକଙ୍କ ସମ୍ବନ୍ଧୀୟ ପ୍ରଚଳିତ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ହୋଟେଲ ପରିଚାଳକମାନଙ୍କୁ କୁହାଯାଇଛି। ଏହା ବ୍ୟତୀତ ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ସହରର ପ୍ରମୁଖ ସ୍ଥାନ, ଧାର୍ମିକ ସ୍ଥଳ, ପାର୍କିଂ ସ୍ଥାନ, ବସଷ୍ଟାଣ୍ଡ, ରେଳ ଷ୍ଟେସନ ଓ ସମୁଦ୍ରକୂଳ ଭଳି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ପୋଲିସ ପକ୍ଷରୁ ୨୪×୭ ପାଟ୍ରୋଲିଂ ଓ ନଜରଦାରିକୁ ଅଧିକ ସୁଦୃଢ଼ କରାଯାଇଛି। ପବିତ୍ର ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସଫଳ କରିବା ପାଇଁ ପୁରୀ ପୋଲିସ ସମସ୍ତ ହୋଟେଲ ମାଲିକ, ପରିଚାଳକ, ସ୍ଥାନୀୟ ସହଯୋଗୀ ସଂସ୍ଥା ଏବଂ ପର୍ଯ୍ୟଟକଙ୍କ ପୂର୍ଣ୍ଣ ସହଯୋଗ କାମନା କରିଛି। ଶ୍ରଦ୍ଧାଳୁ ଓ ପର୍ଯ୍ୟଟକମାନଙ୍କୁ ନିଜ ସହ ସର୍ବଦା ପରିଚୟପତ୍ର ରଖିବା, ସତର୍କ ରହିବା ଏବଂ କୌଣସି ସନ୍ଦେହଜନକ ଘଟଣା ବା ବ୍ୟକ୍ତିଙ୍କ ବିଷୟରେ ତୁରନ୍ତ ପୋଲିସକୁ ସୂଚନା ଦେବା ପାଇଁ ଅନୁରୋଧ କରାଯାଇଛି।4
- ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେବାକୁ ଆଉ ମାତ୍ର ପାଞ୍ଚ ଦିନ ବାକି ଥିବାବେଳେ ପୁରୀକୁ ସଂଯୋଗ କରୁଥିବା ନୂଆ ଜଗନ୍ନାଥ ସଡ଼କର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରୁ ପୁରୀକୁ ଯୋଡ଼ୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାର ଦୁର୍ଦ୍ଦଶାକୁ ନେଇ ଏକ ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ରକୁ ଲକ୍ଷ ଲକ୍ଷ ଭକ୍ତଙ୍କ ସୁଅ ଛୁଟିବାକୁ ଥିବାବେଳେ ଏହି ବିପଦପୂର୍ଣ୍ଣ ରାସ୍ତା ସେମାନଙ୍କ ସୁରକ୍ଷା ପ୍ରତି ଏକ ବଡ଼ ବିପଦ ସୃଷ୍ଟି କରିପାରେ। ୧୬ ନମ୍ବର ଜାତୀୟ ରାଜପଥର ରାମେଶ୍ୱର ଛକରୁ ପୁରୀ ପର୍ଯ୍ୟନ୍ତ ଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ସଡ଼କ ଦେଇ ପ୍ରତିଦିନ ହଜାର ହଜାର ଗାଡ଼ି ଚଳାଚଳ କରୁଛି। ମାତ୍ର ବର୍ତ୍ତମାନ ଏହି ରାସ୍ତାରେ ସୃଷ୍ଟି ହୋଇଥିବା ବଡ଼ ବଡ଼ ଖାଲଖମା ଯୋଗୁଁ ପ୍ରତ୍ୟେକ ଯାତ୍ରା ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପଡ଼ିଛି ଏବଂ ଏଠାରେ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟିବା ଏକ ନିତିଦିନିଆ ଘଟଣା ପାଲଟିଛି। ରଥଯାତ୍ରା ଭଳି ବିଶ୍ୱସ୍ତରୀୟ ପର୍ବକୁ ଦୃଷ୍ଟିରେ ରଖି ଏହି ସଡ଼କର ମରାମତି କରାଯିବା ନେଇ ଆଶା କରାଯାଉଥିଲା, କିନ୍ତୁ ଏପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ପକ୍ଷରୁ କୌଣସି ତତ୍ପରତା ଦେଖିବାକୁ ମିଳିନାହିଁ। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ଯେ ରଥଯାତ୍ରା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ଏହି ସଡ଼କର ମରାମତି କରାଯାଉ, ନଚେତ ଏହା ଭକ୍ତଙ୍କ ଯାତ୍ରା ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ। ଏହି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନାହିଁ। ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି ଯେ, ପୂର୍ତ୍ତ ବିଭାଗ କେବେ ଜାଗିବ ଏବଂ ଭକ୍ତମାନଙ୍କର ଏହି ବିପଦପୂର୍ଣ୍ଣ ଯାତ୍ରାର ଅନ୍ତ ଘଟିବ।1
- ଓଡ଼ିଶାରେ ଲୋକଙ୍କ ସରକାରରେ କେବଳ ପ୍ରତିଶ୍ରୁତି ନୁହେଁ, ବରଂ ଭୂମିପୂଜନରୁ ଉତ୍ପାଦନ, ନିବେଶରୁ ନିଯୁକ୍ତି ଏବଂ ସ୍ୱପ୍ନରୁ ସଫଳତା ପର୍ଯ୍ୟନ୍ତ ଶିଳ୍ପ ବିକାଶ ଆଜି ବାସ୍ତବ ରୂପ ନେଉଛି। ମାତ୍ର ଦୁଇ ବର୍ଷ ମଧ୍ୟରେ ଲକ୍ଷ ଲକ୍ଷ କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପ, ବ୍ୟାପକ ନିବେଶ ଅନୁମୋଦନ ଏବଂ ନୂତନ ଶିଳ୍ପାଞ୍ଚଳର ବିକାଶ ହୋଇଛି। ଏହି ଦ୍ରୁତ ଅଗ୍ରଗତି ଯୋଗୁଁ ପ୍ରାୟ ୬ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟିର ଦିଗ ପ୍ରଶସ୍ତ ହୋଇଛି ଏବଂ ଓଡ଼ିଶା ଦେଶର ଅନ୍ୟତମ ପସନ୍ଦର ନିବେଶସ୍ଥଳୀରେ ପରିଣତ ହୋଇଛି। ଦ୍ରୁତ ନିଷ୍ପତ୍ତି, ସ୍ୱଚ୍ଛ ନୀତି ଏବଂ ଶିଳ୍ପ ଅନୁକୂଳ ପରିବେଶ ରାଜ୍ୟ ପ୍ରତି ନିବେଶକଙ୍କ ବିଶ୍ୱାସକୁ ଅଧିକ ସୁଦୃଢ଼ କରିଛି। ଏହି ଶିଳ୍ପ ବିକାଶ ସହ ଓଡ଼ିଆ ଯୁବକମାନେ ମଧ୍ୟ ନିଜ ମାଟିକୁ ଫେରୁଛନ୍ତି। ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଏହା ଲୋକଙ୍କ ସରକାରର ଏକ ଦୃଢ଼ ସଂକଳ୍ପ।1
- ଓଡ଼ିଶାରେ ସ୍ୱାସ୍ଥ୍ୟ ମିତ୍ରଙ୍କୁ ତୁରନ୍ତ ପୁନଃନିଯୁକ୍ତି ଦେବା ପାଇଁ କଂଗ୍ରେସ ଦାବି କରିଛି। ଯଦି ସ୍ୱାସ୍ଥ୍ୟ ମିତ୍ରମାନଙ୍କୁ ତୁରନ୍ତ ପୁନଃନିଯୁକ୍ତି ପ୍ରଦାନ କରାନଯାଏ, ତେବେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଦଳ ପକ୍ଷରୁ ସ୍ପଷ୍ଟ ଚେତାବନୀ ଦିଆଯାଇଛି।1
- ଖୋର୍ଦ୍ଧା ଜିଲ୍ଲା ବାଲିପାଟଣାରେ ପ୍ରଚୁର ପରିମାଣର ଏକ୍ସପାରି (ମିଆଦ ସରିଥିବା) ଜିନିଷ ଆସି ଜବତ ହେବା ଖବର ପାଇ ଖୋର୍ଦ୍ଧା ଖାଦ୍ୟ ସୁରକ୍ଷା ଅଧିକାରୀ (Food Safety Officer) ଘଟଣାସ୍ଥଳରେ ପହଞ୍ଚିଛନ୍ତି।1
- ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅନ୍ତର୍ଗତ ଶିଶୁ ଅନନ୍ତ ମଠ ନିକଟରେ ଥିବା କୁଶଭଦ୍ରା ନଦୀ ସେତୁରେ ରାତି ସମୟରେ ଘୋର ଅନ୍ଧକାର ରହୁଛି। ସେତୁରେ ଆଲୋକ ବ୍ୟବସ୍ଥା ନଥିବାରୁ ସାଧାରଣ ଲୋକେ ଯିବା ଆସିବା କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ସମାଜସେବୀ କ୍ଷୀରୋଦ ଚନ୍ଦ୍ର ପଣ୍ଡା ସରକାର, ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ବିଧାୟକ ଏବଂ ସାଂସଦଙ୍କ ନିକଟରେ ଦାବି ଜଣାଇଛନ୍ତି। ଆସନ୍ତା ୧୧/୭/୨୦୨୬ ତାରିଖ ସୁଦ୍ଧା ସେତୁରେ ଲାଇଟ୍ ଲଗାଇବା ପାଇଁ ସେ ଦାବି କରିଛନ୍ତି।1
- ପୁରୀ ସ୍ଥିତ ପିକେଆରଆଇଟି କଲୋନୀ ବିକାଶ ପରିଷଦର ସଭାପତି ଭାବେ ଧ୍ରୁବ ଚରଣ ମାର୍ଥା ଦାୟିତ୍ୱ ଗ୍ରହଣ କରିଛନ୍ତି।1
- ପ୍ରବଳ ପବନ ସହ ବର୍ଷା ଯୋଗୁଁ ଗୋପ ବଜାରରେ ଗଛ ପଡ଼ି ୨ଟି ବାଇକ ଚାପି ହୋଇଯାଇଛି। ଏହାପରେ ଅଗ୍ନିଶମବାହିନୀ ପହଞ୍ଚି ଗଛ କାଟି ରାସ୍ତା ସଫା କରିଛି।1