Shuru
Apke Nagar Ki App…
BIDYADHAR SAHANI
More news from ଓଡ଼ିଶା and nearby areas
- ତା. 15/04/2026 ରିଖ ଇଣ୍ଡୋ-ନରୱ୍ବେ ଟିମ ର ପ୍ରତିନିଧି ମାନେ ଆଜି ପୁରୀ ଜିଲ୍ଲା ଗସ୍ତ କରିବା ସହ ବିଭିନ୍ନ ପ୍ରକଳ୍ପକୁ ପରିଦର୍ଶନ କରିଛନ୍ତି।ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଜ୍ଞାନ ଓ ବୈଷୟିକ ଜ୍ଞାନ ଚିତ୍ରା ଅରୁମୁଗମ ଙ୍କ ନେତୃତ୍ୱରେ ଆସିଥିବା ଏହି ଟିମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ତଥା ନୋଡାଲ ଅଫିସର ଶରତ ଚନ୍ଦ୍ର ବେହେରା ସମସ୍ତଙ୍କୁ ସ୍ବାଗତ କରିଥିଲେ।ଇଣ୍ଡୋ-ନରୱ୍ବେ ସହଯୋଗିତା ରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ କୁ ଟିମର ପ୍ରତିନିଧି ମାନେ ଅନୁଧ୍ୟାନ କରିବା ସହ ଦାୟିତ୍ୱ ରେ ଥିବା ଅଧିକାରୀ କର୍ମଚାରୀ ମାନଙ୍କ ସହ ବାର୍ତ୍ତାଳାପ କରିଥିଲେ।ପ୍ରଥମେ ନୂଆନଈ ବାଲୁଖଣ୍ଡ ଠାରେ ସି ମାଉଥ ସ୍ଥାନରେ ପହଞ୍ଚି ମୃତ୍ତିକା କ୍ଷୟ ରୋକିବା ଓ ଜଳର ତାପମାତ୍ରା ନିୟନ୍ତ୍ରଣ କରିବା ପ୍ରକଳ୍ପ ଯାହାକି ଏକ କେଶ ଷ୍ଟଡି କୁ ନିରୀକ୍ଷଣ କରିବା ପରେ ଇକୋ ରିଟ୍ରିଟ ପରିଦର୍ଶନ କରିଥିଲେ।ପରେ ଚନ୍ଦ୍ରଭାଗା ଏଫଏଲସି ବା ମତ୍ସ୍ୟ ଅବତରଣ କେନ୍ଦ୍ର କୁ ଅନୁଧ୍ୟାନ କରିବା ସହ ଚିଙ୍ଗୁଡ଼ି ଜାଆଁଳ ହାଚେରୀ ସମ୍ପର୍କରେ ପଚାରି ବୁଝିଥିଲେ।ପରେ ପରେ କୋଣାର୍କ ମନ୍ଦିର ପରିଦର୍ଶନ କରିଥିଲେ।ଏହି ଗସ୍ତ ସମୟରେ ନରୱ୍ବେ ପ୍ରତିନିଧି ମଣ୍ଡଳ,ବିଜ୍ଞାନ ଓ ବୈଷୟିକ ଅତିରିକ୍ତ ସଚିବ ପୂଜା ମିଶ୍ର,ଉପ ନିର୍ଦ୍ଦେଶକ ଡଃ ଏଚ କେ ଦାସ, ଏସିଏଫ ଅଶୋକ କୁମାର ବେହେରା, ଜଳସେଚନ ଅଧିକ୍ଷଣ ଯନ୍ତ୍ରୀ ଅମୀୟ ସେଠ୍ , ସହକାରୀ ନିର୍ଦ୍ଦେଶକ ପର୍ଯ୍ୟଟନ ସରୋଜ କାନ୍ତ ପ୍ରଧାନ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଅଜୟ କୁମାର ବସ୍ତିଆ, ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା, ଭୁବନେଶ୍ୱର।1
- Post by Sonepur news khulasa1
- Post by PABITRA BARIHA1
- ସୁବର୍ଣ୍ଣପୁରରେ ଚାଞ୍ଚଲ୍ୟ। ନାବାଳିକା ଗଣଦୁଷ୍କର୍ମର ଶିକାର। ଦୁଇ ଗିରଫ1
- Post by BAHUJAN ADHIKAR1
- ତରବରିଆ ଭାବେ ଟିଟିଲାଗଡ ଜିଲ୍ଲା ସ୍ତରୀୟ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇ ଥିବା ପ୍ରକ୍ରିୟା ନେଇ କେବଳ ରୋଗୀ କଲ୍ୟାଣ ସମିତି ପକ୍ଷରୁ ବୈଠକ ପରେ ସ୍ଥାନାନ୍ତରିତ ନେଇ ତୀବ୍ରପ୍ରତିକ୍ରିୟା ପ୍ରକାଶ ପାଇଛି। ସର୍ବ ଦଳୀୟ ବୈଠକ ଅନୁଷ୍ଠିତ ନ କରି ତରବରିଆ ଭାବେ ସ୍ଥାନାନ୍ତରିତ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ସହର ଦୂର, ଦୂରାନ୍ତ ରୁ ଲୋକେ ଟିଟିଲାଗଡ ଟ୍ରେନ,ବସ ଆଦିରେ ଆସିବା ଓ ସହର ବାହାର ମାତୃ ଶିଶୁ ଡାକ୍ତରଖାନା ପରିସରରେ ବ୍ୟବସ୍ଥା କରା ଯାଉ ଥିବା ଚିକିତ୍ସାଳୟ ପହଞ୍ଚିବା ନେଇ ଯାତା ୟାତ ରେ ଗୁରୁତର ସମସ୍ୟା ରହିଛି । ଏ ନେଇ ବିଗତ ସର୍ବ ଦଳୀୟ ବୈଠକ ରେ ବଲାଙ୍ଗୀର ଭଳି ଜିଲ୍ଲା ଡାକ୍ତରଖାନାରେ ଅଧିକ୍ ପଦବୀ ପୂରଣ ସହ କାର୍ଯ୍ୟକାରିତା ସହ ଉକ୍ତ ଡ଼ାକ୍ତରଖାନାକୁ ମଧ୍ୟ କାର୍ଯ୍ୟକାରିତା କରାଯିବା ଦାବୀ ଉପ ସ୍ଥାପନ କରାଯାଇଥିଲା । ସାଧାରଣ ଓ ପଡୋଶୀ ରାଜ୍ୟ ର ରୋଗୀ ଚିକିତ୍ସା ଅଭାବରୁ ଦୁର୍ଦ୍ଦଶା ଭୋଗିବା ସାର ହୋଇଛି ଏଣୁ ଉଭୟ କାର୍ଯ୍ୟକାରୀ କରାଯିବା ବିଭିନ୍ନ ମହଲ ରେ ତୀବ୍ର ଦାବୀ ହୋଇଛି।4
- ମହାନଦୀ ଆଳତି ଘାଟ ରେ ହନୁମାନ ଜୟନ୍ତୀ, ଆଳତି ପ୍ରଦାନ କଲେ ମେଜର ଡ଼ ଦେବାଶିଷ ମିଶ୍ର ବୌଦ୍ଧ - ଆଜି ଓଡ଼ିଆ ନବ ବର୍ଷ ପଣା ସଂକ୍ରାନ୍ତି ଅବସରରେ ମହାନଦୀ ଆଳତି ଘାଟ ଠାରେ ହନୁମାନ ଜୟନ୍ତୀ ଅନୁଷ୍ଠିତ ହୋଇଯାଇଛି l ସନ୍ଧ୍ୟାରେ ଭଜନ କୀର୍ତ୍ତନ ହେବା ପରେ ହନୁମାନ ଚାଳିଶା ପାଠ ହୋଇଥିଲା l ଭକ୍ତ ମାନଙ୍କ ଦ୍ଵାରା ମିଳିତ ଭାବେ ଦିବ୍ୟ ମହାନଦୀ ଆଳତି ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ କୁନି କୁନି ଛୁଆ ମାନେ ଶ୍ରୀରାମ, ଲକ୍ଷ୍ମଣ ଓ ହନୁମାନ ବେଶରେ ମହାନଦୀ ଆଳତି କରିଥିଲେ l ମୂଖ୍ୟ ଅତିଥି ଭାବେ ମେଜର ଡ଼ ଦେବାଶିଷ ମିଶ୍ର ଯୋଗଦାନ କରି ଆଳତି କରିବା ସହିତ ନିଜର ମତ ପ୍ରକାଶ କରିଥିଲେ l ପୂଜକ ଭାବେ ମିନୁପ୍ରସାଦ ମିଶ୍ର, ବ୍ରହ୍ମଚାରୀ ଆଦିତ୍ୟ ଦାସ, ସୌମ୍ୟ ରଂଜନ ପୁରୋହିତ ପରିଚାଳନା କରିଥିଲେ l ମହାନଦୀ ମହୋତ୍ସବ ସମିତି ପକ୍ଷରୁ ମେଜର ମିଶ୍ରଙ୍କୁ ଉପଢୌକନ ଦେଇ ଶ୍ରେଷ୍ଠ ସେବା ଶିରୋମଣି ସମ୍ମାନ ପ୍ରଦାନ କରାଯାଇଥିଲା l କୁନି କୁନି ଛୁଆ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଆଳତି ଘାଟ ର ପୃଷ୍ଠପୋଷକ ଦେବାଶିଷ ପୁରୋହିତ ଧନ୍ୟବାଦ ଜ୍ଞାପନ କରିଥିଲେ l ଶେଷରେ ଭକ୍ତ ମାନଙ୍କୁ ପଣା ପ୍ରସାଦ ବିତରଣ ହୋଇଥଲା l1
- ଜିଲ୍ଲାପାଳଙ୍କୁ ଘେରିଲେ ସୋନପୁର ପଲିଟେକନିକର ଛାତ୍ରୀଛାତ୍ର ସୁବର୍ଣ୍ଣପୁର: ଥମୁଁ ନାହିଁ ଛାତ୍ରୀଛାତ୍ର ଅଶାନ୍ତି ସରକାରୀ ପଲିଟେକନିକ୍ ସୋନପୁରର। ନିଜ ସମ୍ମାନ ଦାବି ରଖିଲେ। ଗତ ୧୫ ତାରିଖରେ ଛାତ୍ରୀଛାତ୍ର କଲେଜ ଗେଟରେ ପ୍ରଚଣ୍ଡ ଖରାରେ ବସି ରହିଥିଲେ। ପ୍ରଶାସନ ପାଖରେ ସମୟ ନାହିଁ ଛାତ୍ରୀଛାତ୍ର ଦାବି ଶୁଣିବାକୁ। ଆଜି ସହ ସହ ଛାତ୍ରୀଛାତ୍ର ଜିଲ୍ଲାପାଳ ଅଫିସ ଘେରିଲେ।1