logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଭୁବନେଶ୍ୱରରେ ଷ୍ଟେଟ୍ ଥାର୍ଡ ଡେଡଲିଫ୍ଟ ଚ୍ୟାମ୍ପିଆନସିପ୍: ମାଲକାନଗିରିର ଯୁବକଙ୍କ ଚମକଦାର ସଫଳତା ଭୁବନେଶ୍ୱର, ୨୧ ଅପ୍ରେଲ: (ରାମ କୃଷ୍ଣ ଚୌଧୁରୀ)ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୧୮ ଓ ୧୯ ଅପ୍ରେଲ ୨୦୨୬ ତାରିଖରେ ଆୟୋଜିତ ଷ୍ଟେଟ୍ ଥାର୍ଡ ଡେଡଲିଫ୍ଟ ଚ୍ୟାମ୍ପିଆନସିପ୍‌ରେ ମାଲକାନଗିରି ଜିଲ୍ଲାର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି। ମାଲକାନଗିରିର ରୟାଲ ଫିଟନେସ ଜିମ୍‌ରୁ କୁରୁବାନ୍ ଅଲି ସରଦାର, ଆଦର୍ଶ ବିଶ୍ୱାସ, ସଞ୍ଜିତା ହାଳଦାର ଓ ପୀୟୁଷ କୁଲଦୀପ ଭୁବନେଶ୍ୱରକୁ ପ୍ରସ୍ଥାନ କରି ୨୫୨ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ମୋଟ ୫ଟି ପଦକ ଜିତି ଜିଲ୍ଲାର ନାମକୁ ସ୍ୱର୍ଣ୍ଣାକ୍ଷରରେ ଲେଖାଇଛନ୍ତି। ପ୍ରତିଯୋଗିତାରେ କୁରୁବାନ୍ ଅଲି ସରଦାର "ସିଲଭର୍ ଓ ବ୍ରୋଞ୍ଜ" ପଦକ, ଆଦର୍ଶ ବିଶ୍ୱାସ "ବ୍ରୋଞ୍ଜ" ପଦକ, ସଞ୍ଜିତା ହାଳଦାର "ଗୋଲ୍ଡ" ପଦକ ଓ ପୀୟୁଷ କୁଲଦୀପ "ଗୋଲ୍ଡ" ପଦକ ଅର୍ଜନ କରିଥିଲେ। ଏହି ସଫଳତାର ପଛରେ ଜିମ୍ କୋଚ୍ ସିଦ୍ଧାର୍ଥ ଶଙ୍କର ବେହେରାଙ୍କ ମୂଲ୍ୟବାନ ଭୂମିକା ରହିଛି। ମାଲକାନଗିରି ପରି ଉପାନ୍ତ ଅଞ୍ଚଳରେ ଯୁବସମାଜକୁ ପ୍ରଶିକ୍ଷଣ ଦେଇ ସେ ଏକ ନୂତନ କ୍ରୀଡ଼ା ଯୁଗର ଆରମ୍ଭ କରିଥିବାରୁ ତାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ସ୍ଥାନୀୟ ମଣିଷ ଓ କ୍ରୀଡ଼ାପ୍ରେମୀମାନେ ଏହି ସଫଳତା ପାଇଁ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

2 hrs ago
user_Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk
Yoga instructor ମାଲକାନଗିରି, ମାଲକାନଗିରି, ଓଡ଼ିଶା•
2 hrs ago
5747bc73-45e5-4b39-b096-9e33b1e1fe71

ଭୁବନେଶ୍ୱରରେ ଷ୍ଟେଟ୍ ଥାର୍ଡ ଡେଡଲିଫ୍ଟ ଚ୍ୟାମ୍ପିଆନସିପ୍: ମାଲକାନଗିରିର ଯୁବକଙ୍କ ଚମକଦାର ସଫଳତା ଭୁବନେଶ୍ୱର, ୨୧ ଅପ୍ରେଲ: (ରାମ କୃଷ୍ଣ ଚୌଧୁରୀ)ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୧୮ ଓ ୧୯ ଅପ୍ରେଲ ୨୦୨୬ ତାରିଖରେ ଆୟୋଜିତ ଷ୍ଟେଟ୍ ଥାର୍ଡ ଡେଡଲିଫ୍ଟ ଚ୍ୟାମ୍ପିଆନସିପ୍‌ରେ ମାଲକାନଗିରି ଜିଲ୍ଲାର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛନ୍ତି। ମାଲକାନଗିରିର ରୟାଲ ଫିଟନେସ ଜିମ୍‌ରୁ କୁରୁବାନ୍ ଅଲି ସରଦାର, ଆଦର୍ଶ ବିଶ୍ୱାସ,

329d7536-08ff-4a9b-9ab3-e2383514e11b

ସଞ୍ଜିତା ହାଳଦାର ଓ ପୀୟୁଷ କୁଲଦୀପ ଭୁବନେଶ୍ୱରକୁ ପ୍ରସ୍ଥାନ କରି ୨୫୨ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ମୋଟ ୫ଟି ପଦକ ଜିତି ଜିଲ୍ଲାର ନାମକୁ ସ୍ୱର୍ଣ୍ଣାକ୍ଷରରେ ଲେଖାଇଛନ୍ତି। ପ୍ରତିଯୋଗିତାରେ କୁରୁବାନ୍ ଅଲି ସରଦାର "ସିଲଭର୍ ଓ ବ୍ରୋଞ୍ଜ" ପଦକ, ଆଦର୍ଶ ବିଶ୍ୱାସ "ବ୍ରୋଞ୍ଜ" ପଦକ, ସଞ୍ଜିତା ହାଳଦାର "ଗୋଲ୍ଡ" ପଦକ ଓ ପୀୟୁଷ କୁଲଦୀପ "ଗୋଲ୍ଡ"

2752e8ec-442c-4830-bebb-bff3feed8ffb

ପଦକ ଅର୍ଜନ କରିଥିଲେ। ଏହି ସଫଳତାର ପଛରେ ଜିମ୍ କୋଚ୍ ସିଦ୍ଧାର୍ଥ ଶଙ୍କର ବେହେରାଙ୍କ ମୂଲ୍ୟବାନ ଭୂମିକା ରହିଛି। ମାଲକାନଗିରି ପରି ଉପାନ୍ତ ଅଞ୍ଚଳରେ ଯୁବସମାଜକୁ ପ୍ରଶିକ୍ଷଣ ଦେଇ ସେ ଏକ ନୂତନ କ୍ରୀଡ଼ା ଯୁଗର ଆରମ୍ଭ କରିଥିବାରୁ ତାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ସ୍ଥାନୀୟ ମଣିଷ ଓ କ୍ରୀଡ଼ାପ୍ରେମୀମାନେ ଏହି ସଫଳତା ପାଇଁ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

More news from ଓଡ଼ିଶା and nearby areas
  • ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ର ବାଫଳାମାଳି ର ବକ୍ସାଇଟ୍ ଖଣିକୁ ନେଇ ଆନ୍ଦୋଳନ ପାଇଁ ଦାନା ବାନ୍ଧୁଛି
    1
    ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ର ବାଫଳାମାଳି ର ବକ୍ସାଇଟ୍ ଖଣିକୁ ନେଇ ଆନ୍ଦୋଳନ ପାଇଁ ଦାନା ବାନ୍ଧୁଛି
    user_Tuna Behera
    Tuna Behera
    କାଶୀପୁର, ରାୟଗଡା, ଓଡ଼ିଶା•
    10 hrs ago
  • ଦେଖନ୍ତୁ ଗ୍ରାମ ମାଝୀଗାଁ ପଞ୍ଚାୟତ କେରପାଇ ବ୍ଳକ ଥୁଆମୂଳ ରାମପୁର ଜିଲ୍ଲା କଳାହାଣ୍ଡି ର 🙏🙏🙏
    1
    ଦେଖନ୍ତୁ ଗ୍ରାମ ମାଝୀଗାଁ ପଞ୍ଚାୟତ କେରପାଇ ବ୍ଳକ ଥୁଆମୂଳ ରାମପୁର ଜିଲ୍ଲା କଳାହାଣ୍ଡି ର 🙏🙏🙏
    user_Baleswar Naik
    Baleswar Naik
    Thuamul Rampur, Kalahandi•
    14 hrs ago
  • ମହିଳା ସଂରକ୍ଷଣ ବିଲ୍‌କୁ ନେଇ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲାକା। ସରକାର ମହିଳାମାନଙ୍କୁ ସଶକ୍ତ କରିବା ପରିବର୍ତ୍ତେ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ଭୋଟ୍ ରାଜନୀତି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏନେଇ କଣ କହୁଛନ୍ତି ସପ୍ତଗିରି ଉଲାକା, ଆସନ୍ତୁ ଶୁଣିବା...
    1
    ମହିଳା ସଂରକ୍ଷଣ ବିଲ୍‌କୁ ନେଇ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲାକା। ସରକାର ମହିଳାମାନଙ୍କୁ ସଶକ୍ତ କରିବା ପରିବର୍ତ୍ତେ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ଭୋଟ୍ ରାଜନୀତି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏନେଇ କଣ କହୁଛନ୍ତି ସପ୍ତଗିରି ଉଲାକା, ଆସନ୍ତୁ ଶୁଣିବା...
    user_Gunupur Updates
    Gunupur Updates
    Local News Reporter ଗୁଣୁପୁର, ରାୟଗଡା, ଓଡ଼ିଶା•
    23 hrs ago
  • new new WhatsApp earning application download karo comment box hai
    1
    new new WhatsApp earning application download karo comment box hai
    user_WhatsApp earning money
    WhatsApp earning money
    ଚନ୍ଦ୍ରପୁର, ରାୟଗଡା, ଓଡ଼ିଶା•
    6 hrs ago
  • ଟିଟିଲାଗଡ଼ ସହରରେ ଭବ୍ୟ ଆଧ୍ୟାତ୍ମିକ ବାତାବରଣ ଦେଖା ଦେଇଛି l ମହାରାଜ ସାଗର ଆଇ ଲଭ ଟିଟିଲାଗଡ଼ ପାର୍କ ସଂଲଗ୍ନ ରେ ନବ ନିର୍ମିତ ପ୍ରଭୁ ଗଜାନନ ଙ୍କ ବିଗ୍ରହ ସ୍ଥାପନ ସହିତ ମନ୍ଦିର ର ପ୍ରାଣ ପ୍ରତିଷ୍ଠା ସହିତ ପ୍ରଭୁ ତ୍ରିନାଥ ମନ୍ଦିର ର ପ୍ରତିଷ୍ଠା ନେଇ ଏକ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଟିଟିଲାଗଡ଼ ବିଧାୟକ ନବୀନ ଜୈନ,ପୋୖରାଧ୍ୟଖ୍ୟା ମମତା ଦେବି ଜୈନ କଳସ ଯାତ୍ରା ରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ l ବିଭିନ୍ନ ବାଜାଗଜା, ଘୁମୁରା ବାଦ୍ୟ, ଘୋଡା ନାଚ, କୀର୍ତନ ସହ ହଜାର ହଜାର ମାତ୍ରା ରେ ମହିଳା ମାନେ ସାମିଲ ହୋଇ କଳସ ଧରି ଟିଟିଲାଗଡ଼ ସହର ପରିକ୍ରମା କରିଥିଲେ l କଳସଧାରୀ ମହିଳା ତଥା ଶୋଭାଯାତ୍ରା ରେ ସାମିଲ ହୋଇଥିବା ଲୋକଙ୍କୁ ସହରର ବିଭିନ୍ନ ଛକରେ ଥଣ୍ଡା ପାନୀୟ ଦ୍ରବ୍ୟ, ଲେମ୍ବୁ ସରବତ ଆଦି ବିଭିନ୍ନ ଅନୁଷ୍ଠାନ ବଣ୍ଟନ କରିଥିଲେ l ସମଗ୍ର ସହରରେ ଏକ ଆଧ୍ୟାତ୍ମିକ ବାତାବରଣ ଖେଳିଯାଇଛି l ପରେ ନବ ନିର୍ମିତ ମନ୍ଦିର ପରିସରରେ ସଂକୀର୍ତନ ନାମ ଯଜ୍ଞ, ହୋମ ଯଜ୍ଞ ଅନୁଷ୍ଠିତ ହେଉଛି l ସମସ୍ତ ଶ୍ରଦ୍ଧାଲୁ ମାନଙ୍କ ପାଇଁ ଆନନ୍ଦ ବଜାର ମାଧ୍ୟମରେ ଅର୍ଣ୍ଣ ପ୍ରସାଦ ବଣ୍ଟନ କରାଯାଉଛି l ସଂନ୍ଧ୍ୟାରେ ଆଲୋକିତ ଝିକିମିକି ଆଲୁଅ ରେ ପରିବେଶ ଆହୁରି ମତୁଆଲା ସାଜିଛି l ପୁରୁଣାବ୍ୟାଙ୍କ ଛକରେ ଥିବା ପ୍ରଭୁ ବିଘ୍ନେଶ୍ୱର ଗଜାନନ ଙ୍କ ବିଗ୍ରହ କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଆଗାମୀ ଦିନରେ ଟ୍ରାଫିକ ସମସ୍ୟା ର ସମାଧାନ ନେଇ ପୁରୁଣା ବ୍ୟାଙ୍କ ଛକ ସ୍ଥିତ ଗଣେଶ ମନ୍ଦିର ଭାଙ୍ଗିବା ନେଇ ପ୍ରଶାସନ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ନୂଆ ଭବ୍ୟ ଗଣେଶ ମନ୍ଦିର ନିର୍ମାଣ ସାଙ୍ଗକୁ ପବିତ୍ର ଅକ୍ଷୟ ତୃତୀୟା ଦିନରେ ଏହି ଶୁଭ କାର୍ଯ୍ୟକ୍ରମ ଆୟୋଜିତ ହେଉଛି l ଶହ ଶହ ଭକ୍ତ ଙ୍କ ସମାଗମ ହେଉଛି l ସମସ୍ତ କାର୍ଯ୍ୟକ୍ରମ କୁ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ତଦାରଖ କରିବା ସହିତ କଳସ ଯାତ୍ରା ରେ ମନଭରି ବିଭିନ୍ନ ଛକରେ ନାଚିବା ବେଶ ଚର୍ଚିତ ବିଷୟ ସାଜିଛି l
    7
    ଟିଟିଲାଗଡ଼ ସହରରେ ଭବ୍ୟ ଆଧ୍ୟାତ୍ମିକ ବାତାବରଣ ଦେଖା ଦେଇଛି l ମହାରାଜ ସାଗର ଆଇ ଲଭ ଟିଟିଲାଗଡ଼ ପାର୍କ ସଂଲଗ୍ନ ରେ ନବ ନିର୍ମିତ ପ୍ରଭୁ ଗଜାନନ ଙ୍କ ବିଗ୍ରହ ସ୍ଥାପନ ସହିତ ମନ୍ଦିର ର ପ୍ରାଣ ପ୍ରତିଷ୍ଠା ସହିତ ପ୍ରଭୁ ତ୍ରିନାଥ ମନ୍ଦିର ର ପ୍ରତିଷ୍ଠା ନେଇ ଏକ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଟିଟିଲାଗଡ଼ ବିଧାୟକ ନବୀନ ଜୈନ,ପୋୖରାଧ୍ୟଖ୍ୟା ମମତା ଦେବି ଜୈନ କଳସ ଯାତ୍ରା ରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ l ବିଭିନ୍ନ ବାଜାଗଜା, ଘୁମୁରା ବାଦ୍ୟ, ଘୋଡା ନାଚ, କୀର୍ତନ ସହ ହଜାର ହଜାର ମାତ୍ରା ରେ ମହିଳା ମାନେ ସାମିଲ ହୋଇ କଳସ ଧରି ଟିଟିଲାଗଡ଼ ସହର ପରିକ୍ରମା କରିଥିଲେ l କଳସଧାରୀ ମହିଳା ତଥା ଶୋଭାଯାତ୍ରା ରେ ସାମିଲ ହୋଇଥିବା ଲୋକଙ୍କୁ ସହରର ବିଭିନ୍ନ ଛକରେ ଥଣ୍ଡା ପାନୀୟ ଦ୍ରବ୍ୟ, ଲେମ୍ବୁ ସରବତ ଆଦି ବିଭିନ୍ନ ଅନୁଷ୍ଠାନ ବଣ୍ଟନ କରିଥିଲେ l ସମଗ୍ର ସହରରେ ଏକ ଆଧ୍ୟାତ୍ମିକ ବାତାବରଣ ଖେଳିଯାଇଛି l ପରେ ନବ ନିର୍ମିତ ମନ୍ଦିର ପରିସରରେ ସଂକୀର୍ତନ ନାମ ଯଜ୍ଞ, ହୋମ ଯଜ୍ଞ ଅନୁଷ୍ଠିତ ହେଉଛି l ସମସ୍ତ ଶ୍ରଦ୍ଧାଲୁ ମାନଙ୍କ ପାଇଁ ଆନନ୍ଦ ବଜାର ମାଧ୍ୟମରେ ଅର୍ଣ୍ଣ ପ୍ରସାଦ ବଣ୍ଟନ କରାଯାଉଛି l  ସଂନ୍ଧ୍ୟାରେ ଆଲୋକିତ ଝିକିମିକି ଆଲୁଅ ରେ ପରିବେଶ ଆହୁରି ମତୁଆଲା ସାଜିଛି l ପୁରୁଣାବ୍ୟାଙ୍କ ଛକରେ ଥିବା ପ୍ରଭୁ ବିଘ୍ନେଶ୍ୱର ଗଜାନନ ଙ୍କ ବିଗ୍ରହ କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଆଗାମୀ ଦିନରେ ଟ୍ରାଫିକ ସମସ୍ୟା ର ସମାଧାନ ନେଇ ପୁରୁଣା ବ୍ୟାଙ୍କ ଛକ ସ୍ଥିତ ଗଣେଶ ମନ୍ଦିର ଭାଙ୍ଗିବା ନେଇ ପ୍ରଶାସନ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ନୂଆ ଭବ୍ୟ ଗଣେଶ ମନ୍ଦିର ନିର୍ମାଣ ସାଙ୍ଗକୁ ପବିତ୍ର ଅକ୍ଷୟ ତୃତୀୟା ଦିନରେ ଏହି ଶୁଭ କାର୍ଯ୍ୟକ୍ରମ ଆୟୋଜିତ ହେଉଛି l ଶହ ଶହ ଭକ୍ତ ଙ୍କ ସମାଗମ ହେଉଛି l ସମସ୍ତ କାର୍ଯ୍ୟକ୍ରମ କୁ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ତଦାରଖ କରିବା ସହିତ କଳସ ଯାତ୍ରା ରେ ମନଭରି ବିଭିନ୍ନ ଛକରେ ନାଚିବା ବେଶ ଚର୍ଚିତ ବିଷୟ ସାଜିଛି l
    user_ସଞ୍ଜୟ କୁମାର ବେହେରା
    ସଞ୍ଜୟ କୁମାର ବେହେରା
    Photographer ଟିଟିଲାଗଡ଼, ବଲାଙ୍ଗୀର, ଓଡ଼ିଶା•
    6 hrs ago
  • ସ୍ଥାନ, ବିଷ୍ମଗିରି ଗ୍ରାମ ସୁବର୍ଣ୍ଣଗିରି 24ପହର ଅଖଣ୍ଡ ନାମ ସଂକୀର୍ତ୍ତନ ହେବ
    1
    ସ୍ଥାନ, ବିଷ୍ମଗିରି ଗ୍ରାମ ସୁବର୍ଣ୍ଣଗିରି 24ପହର ଅଖଣ୍ଡ ନାମ ସଂକୀର୍ତ୍ତନ ହେବ
    user_ଅଜିତ ପାତ୍ର
    ଅଜିତ ପାତ୍ର
    Kotagarh, Kandhamal•
    14 hrs ago
  • ପଦ୍ମପୁରରେ ପାନୀୟ ଜଳ ପାଇଁ ଜନ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଛି। ଦୀର୍ଘ ଦିନର ଜଳାଭାବ ଏବଂ ବସୁଧା ପ୍ରକଳ୍ପର ବିପର୍ଯ୍ୟସ୍ତ ଅବସ୍ଥାକୁ ନେଇ ଆଜି ପଦ୍ମପୁର ନୂଆସାହି ନିକଟରେ ଶତାଧିକ ଲୋକ ଗୁଣପୁର-ପଦ୍ମପୁର ମୁଖ୍ୟ ରାସ୍ତାକୁ ଘଣ୍ଟା ଘଣ୍ଟା ଧରି ଅବରୋଧ କରିଥିଲେ। ଘଟଣା ସ୍ଥଳରେ ପଦ୍ମପୁର ବିଡିଓ କୁରେଶ ଜାନୀ ଏବଂ ଆରଡବ୍ଲୁଏସଏସ କନିଷ୍ଠ ଯନ୍ତ୍ରୀ ଅଜୟ ମାଝୀ ପହଞ୍ଚିବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ସେମାନଙ୍କୁ ଘେରିବା ସହ ନିଜର ଦୁଃଖ ପ୍ରକାଶ କରିଥିଲେ। ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗୁମୁଡ଼ା ନଦୀ କୂଳରେ ଥିବା ପ୍ରକଳ୍ପର ପ୍ରଡକ୍ସନ ୱେଲ ମଧ୍ୟରେ ବାଲି ଜମିଯିବା ଓ ପମ୍ପ ମୋଟର ପୋଡ଼ିଯିବା ଯୋଗୁଁ ନୂଆସାହି, ମାର୍କମା ସାହି, ଇନ୍ଦିରା ନଗର, ବଡ଼ ସାହି, ସୌରା ସାହି ଓ ସୁନାରୀ ସାହିରେ ପାଣି ମୁନ୍ଦାଏ ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଭାଗୀୟ ଅଧିକାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରି ଦିନ ଛାଡ଼ି ଦିନେ ନିୟମିତ ଭାବେ ଜଳ ଯୋଗାଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ଯାଇ ରାସ୍ତାରୋକ ହଟିଥିଲା। ଏହି ଘଟଣା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲେ ମଧ୍ୟ ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
    1
    ପଦ୍ମପୁରରେ ପାନୀୟ ଜଳ ପାଇଁ ଜନ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଛି। ଦୀର୍ଘ ଦିନର ଜଳାଭାବ ଏବଂ ବସୁଧା ପ୍ରକଳ୍ପର ବିପର୍ଯ୍ୟସ୍ତ ଅବସ୍ଥାକୁ ନେଇ ଆଜି ପଦ୍ମପୁର ନୂଆସାହି ନିକଟରେ ଶତାଧିକ ଲୋକ ଗୁଣପୁର-ପଦ୍ମପୁର ମୁଖ୍ୟ ରାସ୍ତାକୁ ଘଣ୍ଟା ଘଣ୍ଟା ଧରି ଅବରୋଧ କରିଥିଲେ। ଘଟଣା ସ୍ଥଳରେ ପଦ୍ମପୁର ବିଡିଓ କୁରେଶ ଜାନୀ ଏବଂ ଆରଡବ୍ଲୁଏସଏସ କନିଷ୍ଠ ଯନ୍ତ୍ରୀ ଅଜୟ ମାଝୀ ପହଞ୍ଚିବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ସେମାନଙ୍କୁ ଘେରିବା ସହ ନିଜର ଦୁଃଖ ପ୍ରକାଶ କରିଥିଲେ। ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗୁମୁଡ଼ା ନଦୀ କୂଳରେ ଥିବା ପ୍ରକଳ୍ପର ପ୍ରଡକ୍ସନ ୱେଲ ମଧ୍ୟରେ ବାଲି ଜମିଯିବା ଓ ପମ୍ପ ମୋଟର ପୋଡ଼ିଯିବା ଯୋଗୁଁ ନୂଆସାହି, ମାର୍କମା ସାହି, ଇନ୍ଦିରା ନଗର, ବଡ଼ ସାହି, ସୌରା ସାହି ଓ ସୁନାରୀ ସାହିରେ ପାଣି ମୁନ୍ଦାଏ ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଭାଗୀୟ ଅଧିକାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରି ଦିନ ଛାଡ଼ି ଦିନେ ନିୟମିତ ଭାବେ ଜଳ ଯୋଗାଣ କରିବାକୁ ପ୍ରତିଶ୍ରୁତି ଦେବା ପରେ ଯାଇ ରାସ୍ତାରୋକ ହଟିଥିଲା। ଏହି ଘଟଣା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲେ ମଧ୍ୟ ସ୍ଥାୟୀ ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
    user_Gunupur Updates
    Gunupur Updates
    Local News Reporter ଗୁଣୁପୁର, ରାୟଗଡା, ଓଡ଼ିଶା•
    23 hrs ago
  • ତା. 20/04/2026 ରିଖ ପୁରୀ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ନିମାପଡା ବ୍ଲକ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି ।ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ଏଥିରେ ଅଧ୍ୟକ୍ଷତା କରିଥିଲେ।ଏଥିରେ ମୋଟ ୩୪ ଗୋଟି ଅଭିଯୋଗ ମିଳିଥିଲା।ସେଥିରୁ ୩୧ ଗୋଟି ବ୍ୟକ୍ତିଗତ,୩ ଗୋଟି ଗ୍ରାମ ସମ୍ବନ୍ଧୀୟ ରହିଥିଲା।ତତକ୍ଷଣାତ ୨ ଗୋଟି ଅଭିଯୋଗ ର ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗ ଗୁଡିକ ର ଆଇନ ଅନୁସାରେ ସମାଧାନ ପାଇଁ ସମ୍ପୃକ୍ତ ବିଭାଗ ମାନଙ୍କୁ ପ୍ରେରଣ କରାଯାଇଥିଲା।ଏହି ଶୁଣାଣୀ ରେ ସିଡିଏମଓ ଡା ଅକ୍ଷୟ କୁମାର ଶତପଥୀ,,ଏସଡିପିଓ ଜନାର୍ଦ୍ଦନ ପାଢ଼ୀ, ନିମାପଡା ବିଡ଼ିଓ ଡ ଅଭିଜିତ ଷଡ଼ଙ୍ଗୀ,ସତହସିଲଦାର ଡ ମନୋଜ କୁମାର ପ୍ରଧାନ,ଅଭିଯୋଗ ଶୁଣାଣୀ ଅଧିକାରୀ ବିବେକାନନ୍ଦ ସାହୁ ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।ଆସନ୍ତା ୨୭ ତାରିଖ ପୂର୍ବାହ୍ନ ୭ ଘଟିକା ରୁ ୧୦ ଘଟିକା ପର୍ଯ୍ୟନ୍ତ କଣାସ ବ୍ଲକ ସମ୍ମିଳନୀ କକ୍ଷରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ବୋଲି ଜଣାଯାଇଛି। ନିମାପଡା ରୁ ଦିପୁ ରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା ଭୁବନେଶ୍ୱର
    1
    ତା. 20/04/2026 ରିଖ ପୁରୀ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ନିମାପଡା ବ୍ଲକ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି ।ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ଏଥିରେ ଅଧ୍ୟକ୍ଷତା କରିଥିଲେ।ଏଥିରେ ମୋଟ ୩୪ ଗୋଟି  ଅଭିଯୋଗ ମିଳିଥିଲା।ସେଥିରୁ ୩୧ ଗୋଟି ବ୍ୟକ୍ତିଗତ,୩ ଗୋଟି ଗ୍ରାମ ସମ୍ବନ୍ଧୀୟ ରହିଥିଲା।ତତକ୍ଷଣାତ ୨ ଗୋଟି ଅଭିଯୋଗ ର ସମାଧାନ କରାଯାଇଥିଲା। ଅନ୍ୟ ଅଭିଯୋଗ ଗୁଡିକ ର ଆଇନ ଅନୁସାରେ ସମାଧାନ ପାଇଁ ସମ୍ପୃକ୍ତ ବିଭାଗ ମାନଙ୍କୁ ପ୍ରେରଣ କରାଯାଇଥିଲା।ଏହି ଶୁଣାଣୀ ରେ ସିଡିଏମଓ ଡା ଅକ୍ଷୟ କୁମାର ଶତପଥୀ,,ଏସଡିପିଓ ଜନାର୍ଦ୍ଦନ ପାଢ଼ୀ, ନିମାପଡା ବିଡ଼ିଓ ଡ ଅଭିଜିତ ଷଡ଼ଙ୍ଗୀ,ସତହସିଲଦାର ଡ ମନୋଜ କୁମାର ପ୍ରଧାନ,ଅଭିଯୋଗ ଶୁଣାଣୀ ଅଧିକାରୀ ବିବେକାନନ୍ଦ ସାହୁ ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।ଆସନ୍ତା ୨୭ ତାରିଖ ପୂର୍ବାହ୍ନ ୭ ଘଟିକା ରୁ ୧୦ ଘଟିକା ପର୍ଯ୍ୟନ୍ତ କଣାସ ବ୍ଲକ ସମ୍ମିଳନୀ କକ୍ଷରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ ବୋଲି ଜଣାଯାଇଛି।
ନିମାପଡା ରୁ ଦିପୁ ରଞ୍ଜନ ବେହେରା ଙ୍କ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ, ଓଡିଶା ଭୁବନେଶ୍ୱର
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    8 hrs ago
  • ନୂଆପଡ଼ା- ୨୨/୪ ଓଡ଼ିଆ ସାହିତ୍ୟର ଅମର ସ୍ରଷ୍ଟା ମହାନ କବି ଶ୍ରୀ ଜୟଦେବଙ୍କ ଜୟନ୍ତୀ ଅବସରରେ ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଭବ୍ୟ ସାହିତ୍ୟିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ସ୍ଥାନୀୟ ସଦଭାବନା ସଭାଗୃହଠାରେ ଆୟୋଜିତ ଏହି 'କବିତା ପାଠୋତ୍ସବ' ଜିଲ୍ଲାର ସାରସ୍ୱତ ସାଧକମାନଙ୍କୁ ଏକାଠି କରିଥିଲା। ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କବି ବାସୁଦେବ ସୁନାନୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଗୀତାଶ୍ରୀ ପ୍ରିୟମ୍ବଦା ଯୋଗ ଦେଇଥିଲେ। ପ୍ରିୟମ୍ବଦା ମହାନ କବି ଜୟଦେବଙ୍କ କାଳଜୟୀ ସୃଷ୍ଟି 'ଗୀତ ଗୋବିନ୍ଦ' ଓ ତାଙ୍କର ଅନନ୍ୟ ସାହିତ୍ୟ ସାଧନା ସମ୍ପର୍କରେ ଆଲୋକପାତ କରିଥିଲେ। କବିତା ପାଠୋତ୍ସବ ଓ ସାହିତ୍ୟିକ ଆଲୋଚନା ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା ବହୁ ସଂଖ୍ୟକ କବି ଓ କବିତ୍ରୀ ଏହି ପାଠୋତ୍ସବରେ ଅଂଶଗ୍ରହଣ କରିଥିଲେ। ଶ୍ରୀ ଜୟଦେବଙ୍କ ସ୍ମୃତି ଚାରଣ ସହ ସାମ୍ପ୍ରତିକ ସମାଜ ଓ ସାହିତ୍ୟକୁ ନେଇ ସ୍ୱରଚିତ କବିତା ପାଠ କରି ପରିବେଶକୁ ସାହିତ୍ୟମୟ କରିଥିଲେ। ଶିକ୍ଷକ ତଥା କବି ସୁଶାନ୍ତ କୁମାର ମୁଣ୍ଡ ଅତ୍ୟନ୍ତ ସୁଚାରୁରୂପେ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଜିଲ୍ଲାପାଳଙ୍କ ବାର୍ତ୍ତା : "ସାହିତ୍ୟିକ କାର୍ଯ୍ୟକ୍ରମ ପ୍ରତି ଜନସାଧାରଣଙ୍କ ମଧ୍ୟରେ ଥିବା ଏହି ଉତ୍ସାହ ବେଶ୍ ଆଶାଜନକ। ଆଗାମୀ ଦିନରେ କେବଳ ଜିଲ୍ଲା ସ୍ତରରେ ନୁହେଁ, ବରଂ ପ୍ରତିଟି ବ୍ଲକ ସ୍ତରରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ, ଯାହା ଦ୍ୱାରା ଗ୍ରାମାଞ୍ଚଳର ପ୍ରତିଭାମାନେ ସୁଯୋଗ ପାଇପାରିବେ।" କାର୍ଯ୍ୟକ୍ରମର ଶେଷରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଲମ୍ବୋଦର ଧରୁଆ, ମୁଖ୍ୟ ଉନ୍ନୟନ ଅଧିକାରୀ ସୁର୍ମି ସୋରେନ, ଉପ ଜିଲ୍ଲାପାଳ କ୍ଷମାନିଧି ଭୋଇ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ। ନୂଆପଡ଼ା ଜିଲ୍ଲାରେ ଏଭଳି ଏକ ସାରସ୍ୱତ ସମାରୋହ ବୁଦ୍ଧିଜୀବୀ ଓ ସାହିତ୍ୟ ପ୍ରେମୀଙ୍କ ମହଲରେ ଖୁସିର ଲହରୀ ଖେଳାଇ ଦେଇଛି।
    9
    ନୂଆପଡ଼ା- ୨୨/୪ ଓଡ଼ିଆ ସାହିତ୍ୟର ଅମର ସ୍ରଷ୍ଟା ମହାନ କବି ଶ୍ରୀ ଜୟଦେବଙ୍କ ଜୟନ୍ତୀ ଅବସରରେ ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଭବ୍ୟ ସାହିତ୍ୟିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ସ୍ଥାନୀୟ ସଦଭାବନା ସଭାଗୃହଠାରେ ଆୟୋଜିତ ଏହି 'କବିତା ପାଠୋତ୍ସବ' ଜିଲ୍ଲାର ସାରସ୍ୱତ ସାଧକମାନଙ୍କୁ ଏକାଠି କରିଥିଲା।
ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କବି ବାସୁଦେବ ସୁନାନୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ  ଗୀତାଶ୍ରୀ ପ୍ରିୟମ୍ବଦା ଯୋଗ ଦେଇଥିଲେ।  ପ୍ରିୟମ୍ବଦା ମହାନ କବି ଜୟଦେବଙ୍କ କାଳଜୟୀ ସୃଷ୍ଟି 'ଗୀତ ଗୋବିନ୍ଦ' ଓ ତାଙ୍କର ଅନନ୍ୟ ସାହିତ୍ୟ ସାଧନା ସମ୍ପର୍କରେ ଆଲୋକପାତ କରିଥିଲେ।
କବିତା ପାଠୋତ୍ସବ ଓ ସାହିତ୍ୟିକ ଆଲୋଚନା
ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା ବହୁ ସଂଖ୍ୟକ କବି ଓ କବିତ୍ରୀ ଏହି ପାଠୋତ୍ସବରେ ଅଂଶଗ୍ରହଣ କରିଥିଲେ। ଶ୍ରୀ ଜୟଦେବଙ୍କ ସ୍ମୃତି ଚାରଣ ସହ ସାମ୍ପ୍ରତିକ ସମାଜ ଓ ସାହିତ୍ୟକୁ ନେଇ ସ୍ୱରଚିତ କବିତା ପାଠ କରି ପରିବେଶକୁ ସାହିତ୍ୟମୟ କରିଥିଲେ। ଶିକ୍ଷକ ତଥା କବି ସୁଶାନ୍ତ କୁମାର ମୁଣ୍ଡ ଅତ୍ୟନ୍ତ ସୁଚାରୁରୂପେ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।
ଜିଲ୍ଲାପାଳଙ୍କ ବାର୍ତ୍ତା : "ସାହିତ୍ୟିକ କାର୍ଯ୍ୟକ୍ରମ ପ୍ରତି ଜନସାଧାରଣଙ୍କ ମଧ୍ୟରେ ଥିବା ଏହି ଉତ୍ସାହ ବେଶ୍ ଆଶାଜନକ। ଆଗାମୀ ଦିନରେ କେବଳ ଜିଲ୍ଲା ସ୍ତରରେ ନୁହେଁ, ବରଂ ପ୍ରତିଟି ବ୍ଲକ ସ୍ତରରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ, ଯାହା ଦ୍ୱାରା ଗ୍ରାମାଞ୍ଚଳର ପ୍ରତିଭାମାନେ ସୁଯୋଗ ପାଇପାରିବେ।"
କାର୍ଯ୍ୟକ୍ରମର ଶେଷରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ 
ଲମ୍ବୋଦର ଧରୁଆ, ମୁଖ୍ୟ ଉନ୍ନୟନ ଅଧିକାରୀ
ସୁର୍ମି ସୋରେନ, ଉପ ଜିଲ୍ଲାପାଳ
କ୍ଷମାନିଧି ଭୋଇ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ
ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ।
ନୂଆପଡ଼ା ଜିଲ୍ଲାରେ ଏଭଳି ଏକ ସାରସ୍ୱତ ସମାରୋହ ବୁଦ୍ଧିଜୀବୀ ଓ ସାହିତ୍ୟ ପ୍ରେମୀଙ୍କ ମହଲରେ ଖୁସିର ଲହରୀ ଖେଳାଇ ଦେଇଛି।
    user_Surendra Tiwari
    Surendra Tiwari
    Life Insurance Agency ନୂଆପଡା, ନୂଆପଡ଼ା, ଓଡ଼ିଶା•
    11 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.