Shuru
Apke Nagar Ki App…
ମାଲକାନଗିରିରେ ଶିକ୍ଷା ଓ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କଲେ ଗଣଶିକ୍ଷା ସଚିବ ଏନ୍. ତିରୁମାଲା ନାଏକ୍ ମାଲକାନଗିରି, ୩୧ ଜୁଲାଇ: ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ତଥା ଜିଲ୍ଲା ପ୍ରଭାରୀ ଅଧିକାରୀ ଏନ୍. ତିରୁମାଲା ନାଏକ୍ ଦୁଇ ଦିନିଆ ଗସ୍ତରେ ମାଲକାନଗିରି ଆସି ବଡ଼ବେଲ ବାଳିକା ଉଚ୍ଚ ବିଦ୍ୟାଳୟ, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ଖଇରପୁଟର ମୁଣ୍ଡିଗୁଡା ଉଚ୍ଚ ବିଦ୍ୟାଳୟ ଏବଂ ଚିତ୍ରକୋଣ୍ଡାସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିଦର୍ଶନ କରି ଶିକ୍ଷା, ଭିତ୍ତିଭୂମି ବିକାଶ ଓ ସରକାରୀ ଯୋଜନାର ଅଗ୍ରଗତି ସମୀକ୍ଷା କରିଥିଲେ। ସେ ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ କରିବା ସହ ଜିଲ୍ଲାରେ ଗୁଣାତ୍ମକ ଶିକ୍ଷା ଓ ବିକାଶମୂଳକ କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବାକୁ ଗୁରୁତ୍ୱାରୋପ କରିଥିଲେ।
Humaniterian Media Activist ଶ୍ରୀ ରାମ କୃଷ୍ଣ ଚୌଧୁରୀ Rk

More news from ଓଡ଼ିଶା and nearby areas
- ପ୍ରେସ ଲେଖା ଟ୍ରାକ୍ଟର ରେ ବେଆଇନ ବାଲି ଚାଲାଣ, ଜଣେ ଗିରଫ ମାଲକାନଗିରି ଜିଲ୍ଲା କାଲିମେଳା ଥାନା ପୁଲିସ ବେଆଇନ ବାଲି ଚାଲାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ କରି ଏକ ବାଲି ବୋଝେଇ ଟ୍ରାକ୍ଟର ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସ ସୂଚନା ଅନୁଯାୟୀ, କାଲିମେଳା ଥାନାଠାରୁ ପ୍ରାୟ ୮ କିଲୋମିଟର ଦୂରରେ ଥିବା ଏମ୍ପିଭି-୩୩ ଗ୍ରାମ ନିକଟରେ ଯାଞ୍ଚ ବେଳେ ବେଆଇନ ଭାବେ ବାଲି ପରିବହନ କରୁଥିବା ଏକ ମହିନ୍ଦ୍ରା ଟ୍ରାକ୍ଟର ଓ ଟ୍ରଲିକୁ ଜବତ କରାଯାଇଥିଲା। ଏହି ଘଟଣାରେ ଗିର୍କାନପାଲ୍ଲୀ ଗ୍ରାମ ର ବିଷ୍ଣୁ ଝରାବାଲା (୨୩)ଙ୍କୁ ପୁଲିସ ଗିରଫ କରିଛି। ଜବତ ହୋଇଥିବା ବାଲି ବୋଝେଇ ଟ୍ରାକ୍ଟର ଓ ଟ୍ରଲିର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ବୋଲି ପୁଲିସ ସୂଚନା ଦେଇଛି। ତେବେ ସବୁଠାରୁ ବଡ ଆଶ୍ଚର୍ଯ୍ୟ ର ବିଷୟ ହେଉଛି ଟ୍ରାକ୍ଟର ରେ ନମ୍ବର ପ୍ଲେଟ୍ ଲାଗିବା ବଦଳରେ ବଡ ବଡ ଅକ୍ଷରେ ପ୍ରେସ ଲେଖା ରହିଛି। ଟ୍ରାକ୍ଟର ରେ ପ୍ରେସ ଲେଖା ରହିବା ବିଷୟକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି।4
- ଦେବାଦେବୀଙ୍କ ପାରମ୍ପାରିକ ଆଭୂଷଣ ତିଆରି କରି ସ୍ୱାବଲମ୍ବୀ #Nabarangpur #National241
- ଜୟପୁର R&B ପୁଣି ଚର୍ଚ୍ଚାରେ! ରାସ୍ତା-ବ୍ରିଜ୍ ବିବାଦ ପରେ ଏବେ ଅସ୍ଥାୟୀ କର୍ମଚାରୀଙ୍କ ଅସନ୍ତୋଷ, R&B କାର୍ଯ୍ୟାଳୟ ସାମ୍ନାରେ ଧାରଣା। ଜୟପୁର R&B ପୁଣି ଚର୍ଚ୍ଚାରେ! ରାସ୍ତା-ବ୍ରିଜ୍ ବିବାଦ ପରେ ଏବେ ଅସ୍ଥାୟୀ କର୍ମଚାରୀଙ୍କ ଅସନ୍ତୋଷ, R&B କାର୍ଯ୍ୟାଳୟ ସାମ୍ନାରେ ଧାରଣା।1
- ସାର ଅଭାବକୁ ନେଇ ଅଧଘଣ୍ଟା ଧରି ରାଜରାସ୍ତା ଅବରୋଧ ପ୍ରଶାସନର ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ ଚାଷୀଙ୍କ ବିକ୍ଷୋଭରେ ଠପ୍ ହେଲା ଯାତାୟାତ, ପ୍ରଶାସନର ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ1
- କଣ୍ଟାବାଞ୍ଜି ରେ ଚୋରି ଗ୍ୟାଙ୍ଗ - ଡିକି ଭାଙ୍ଗି ନେଇଗଲେ ୫୦ହଜାର ଟଙ୍କା,ଭିଡିଓ ଭାଇରାଲ ପରେ ତଦନ୍ତ କରୁଛି କଣ୍ଟାବାଞ୍ଜି ପୋଲିସ1
- ପିଡେଲବାଜୁ ଗାଁ ଠାରେ ହାତୀ ଆକ୍ରମଣରେ ବୃଦ୍ଧାଙ୍କ ଶୋଚନୀୟ ମୃତ୍ୟୁ। କ୍ଷତିପୂରଣ ଦାବି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ କୁମଖାଲ ପଞ୍ଚାୟତ ଅନ୍ତର୍ଗତ ପିଡେଲବାଜୁ ଗାଁରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ଅକାଳ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଜଙ୍ଗଲୀ ହାତୀ ଗାଁ ଭିତରକୁ ପଶି ଘରଦ୍ଵାର ଭାଙ୍ଗି ତିଲେଇ ହରିଜନ ନାମକ ବୃଦ୍ଧାଙ୍କ ହାତୀଟି ତାଙ୍କୁ ଆକ୍ରମଣ କରି ଦଳିଚକଟି ଦେଇ ଥିବା ସୁଚନା ମିଳିଛି। ଏହି ଦୁଃଖଦ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଛି। ଦୀର୍ଘ ଦିନ ହେବ ଏହି ବ୍ଲକର ବିଭିନ୍ନ ଗାଁରେ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଉଥିବା ଯୋଗୁଁ ବନ ବିଭାଗ ଏଥି ପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମୃତକଙ୍କ ପରିବାରକୁ ତୁରନ୍ତ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବା ସହିତ ଅଞ୍ଚଳରୁ ହାତୀ ସୁରକ୍ଷିତ ଭାବେ ଘଉଡ଼ାଇବା ପାଇଁ ବନ ବିଭାଗ ପାଟ୍ରୋଲିଂ କଡ଼ାକଡ଼ି କରିବା ଦାବି ରହିଛି। ଖବର ପାଇ ସରପଞ୍ଚ ସାନ୍ଦ୍ରୁ ମାଝୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତ ଅନୁଧ୍ୟାନ କରି ସମସ୍ତ ଙ୍କୁ ଆଜି ସକାଳ ଛଅଟା ସମୟରେ ସୁଚନା ଦେଇଛନ୍ତି।ଖବର ପ୍ରସାରଣ ପର୍ଯ୍ୟନ୍ତ କୌଣସି ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିଲେ1