logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ଜୁନରେ ଘାରିଥିଲା ମରୁଡ଼ି ଆଶଙ୍କା, ଜୁଲାଇରେ ଲଗାଣ ବର୍ଷା; ଉଜୁଡ଼ିବାକୁ ବସିଲା ଧାନ ଚାଷ ବୀରମହାରାଜପୁର,(ଶୁରୁ ଆପ୍ ): ଚଳିତ ଖରିଫ ଋତୁରେ ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର କୃଷି ଅଞ୍ଚଳରେ ପାଗର ଅସ୍ବାଭାବିକ ପରିବର୍ତ୍ତନ ଚାଷୀଙ୍କ ଚିନ୍ତାକୁ ବଢ଼ାଇ ଦେଇଛି। ଜୁନ ମାସରେ ଆବଶ୍ୟକତାଠାରୁ ବହୁତ କମ ବର୍ଷା ହେବା ସହିତ ବିଗତ ୨୦ ବର୍ଷ ମଧ୍ୟରେ ସର୍ବନିମ୍ନ ବର୍ଷା ରେକର୍ଡ ହୋଇଥିଲା। ଏହା ଯୋଗୁ ଚାଷଜମି କର୍ଷଣ, ଧାନ ବୁଣା ଓ ତଳି ପକାଇବା କାମ ବ୍ୟାପକ ଭାବେ ବିଳମ୍ବିତ ହୋଇଥିଲା। ଅନାବୃଷ୍ଟି ଓ ଏଲ-ନିନୋ ପ୍ରଭାବରେ ମରୁଡ଼ି ଆଶଙ୍କା ଚାଷୀଙ୍କୁ ଘାରିଥିଲା। ମାତ୍ର ଜୁଲାଇ ପହିଲାରୁ ଲଘୁଚାପଜନିତ ଲଗାଣ ବର୍ଷା ଆରମ୍ଭ ହେବା ପରେ ଚାଷୀମାନେ ତରବରିଆ ଭାବେ ଧାନ ବୁଣିବା, ତଳି ପକାଇବା ଓ କପା ଚାଷ ଆରମ୍ଭ କରିଥିଲେ। କିନ୍ତୁ ସମଗ୍ର ଜୁଲାଇ ମାସ ଧରି ଲଗାଣ ବର୍ଷା ଜାରି ରହିବାରୁ ନଈନାଳ, ପୋଖରୀ ଓ ଜଳାଶୟ ପରିପୂର୍ଣ୍ଣ ହୋଇଯାଇଥିବା ବେଳେ ବିସ୍ତୃତ ଚାଷଜମି ଏବେ ଜଳମଗ୍ନ ହୋଇ ରହିଛି। ଏଥିଯୋଗୁ ତଳି ପଚି ନଷ୍ଟ ହେବା ସହ ବୁଣାଯାଇଥିବା ଧାନ ଗଜା ମଧ୍ୟ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖାଦେଇଛି। ଜଳବାୟୁ ବିଭାଗର ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲାରେ ଜୁଲାଇ ମାସରେ ସାଧାରଣତଃ ୩୯୨.୯ ମିଲିମିଟର ବର୍ଷା ଆବଶ୍ୟକ ଥିବା ବେଳେ ବୀରମହାରାଜପୁର ବ୍ଲକରେ ଏପର୍ଯ୍ୟନ୍ତ ୧୧୨୪ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଏହି ଅତ୍ୟଧିକ ବର୍ଷା ଯୋଗୁଁ ଯେଉଁ ସବୁ ଅଞ୍ଚଳରେ ରୁଆ-ବିହୁଡ଼ା ସରିଛି, ସେହି ଜମିଗୁଡ଼ିକ ମଧ୍ୟ ପାଣିରେ ବୁଡ଼ି ରହିଛି। ଆଗାମୀ ଦିନରେ ବର୍ଷା ଲାଗି ରହିଲେ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହେବାର ଆଶଙ୍କା ରହିଛି। ବ୍ଲକର ଲୁତୁରପଙ୍କ (ବାବୁପାଲି) ଗ୍ରାମର ଯୁବଚାଷୀ ରାଧାଗୋବିନ୍ଦ ବେହେରା କହିଛନ୍ତି, ଚଳିତ ବର୍ଷ ସେ ୭ ଏକର ଜମିରେ ଧାନ ଚାଷ କରିଛନ୍ତି। ରୁଆ-ବିହୁଡ଼ା କାମ ଆରମ୍ଭ କରିଥିଲେ ମଧ୍ୟ ଲଗାଣ ବର୍ଷା ଯୋଗୁ ସମସ୍ତ ଜମି ଜଳମଗ୍ନ ହୋଇ ରହିଛି। ଫଳରେ ଚାଷ ନଷ୍ଟ ହେବାର ଆଶଙ୍କା ବଢ଼ିଛି। ସେହିପରି ଖଣ୍ଡହତା ଗ୍ରାମର ଚାଷୀ ବ୍ରଜନନ୍ଦ ସାହୁ କହିଛନ୍ତି, ସେ ୧୫ ଏକର ଜମିରେ ଧାନ ଚାଷ କରୁଛନ୍ତି। ଜୁନରେ ବର୍ଷା ଅଭାବରୁ ତଳି ପକାଇ ପାରିନଥିଲେ। ପରେ ଜୁଲାଇରେ ଲଗାଣ ବର୍ଷା ହେବାରୁ ସେମାନେ ତିନିଥର ତଳି ପକାଇଥିଲେ ମଧ୍ୟ ସବୁ ପଚି ନଷ୍ଟ ହୋଇଯାଇଛି। ଏବେ ଚତୁର୍ଥ ଥର ପାଇଁ ତଳି ପକାଇଥିଲେ ମଧ୍ୟ ଜମିରୁ ପାଣି ନ କମିବାରୁ ପୁଣି ତଳି ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ଚଳିତ ବର୍ଷ ଚାଷ କାର୍ଯ୍ୟ ବହୁତ ବିଳମ୍ବ ହୋଇଥିବା ସେ କହିଛନ୍ତି। ଅମରପାଲି ଗ୍ରାମର ଚାଷୀ ଜ୍ଞାନରଞ୍ଜନ ସାହୁ କହିଛନ୍ତି, ପ୍ରଥମେ ଅନାବୃଷ୍ଟି ଓ ପରେ ଲଗାଣ ବର୍ଷା ଯୋଗୁଁ ଧାନ ଓ କପା ଚାଷ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। କୃଷି ବିଭାଗ ତୁରନ୍ତ କ୍ଷୟକ୍ଷତିର ଆକଳନ କରିବା ସହ ସରକାର କ୍ଷତିପୂରଣ ପ୍ରଦାନ କରିବାକୁ ସେ ଦାବି କରିଛନ୍ତି। ଅନ୍ୟପକ୍ଷରେ, ଅନେକ ଚାଷୀଙ୍କ ଫସଲ କ୍ଷତିଗ୍ରସ୍ତ ହେଉଥିଲେ ମଧ୍ୟ କୃଷି ବିଭାଗ ପକ୍ଷରୁ କୌଣସି କ୍ଷେତ୍ର ପରିଦର୍ଶନ କିମ୍ବା କ୍ଷୟକ୍ଷତିର ତଦନ୍ତ କରାଯାଉ ନଥିବାରୁ ଚାଷୀମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଲଗାଣ ବର୍ଷା ଆହୁରି କିଛିଦିନ ଜାରି ରହିଲେ ଚାଷ ସମ୍ପୂର୍ଣ୍ଣ ନଷ୍ଟ ହେବାର ସମ୍ଭାବନା ଥିବାରୁ କୃଷି ବିଭାଗ ପକ୍ଷରୁ ତୁରନ୍ତ ପରାମର୍ଶ, କ୍ଷୟକ୍ଷତିର ସର୍ଭେ ଓ ଆବଶ୍ୟକ ସହାୟତା ପ୍ରଦାନ ପାଇଁ ଚାଷୀମାନେ ଦାବି କରିଛନ୍ତି।

20 hrs ago
user_Binod pandey
Binod pandey
Local News Reporter ବୀରମହାରାଜପୁର, ସୋନପୁର, ଓଡ଼ିଶା•
20 hrs ago
58d5519f-728e-41e5-8bd0-fc633c464f92

More news from ଓଡ଼ିଶା and nearby areas
  • ବୌଦ୍ଧ ବ୍ରେକିଙ୍ଗ ହୀରାକୁଦ ରୁ ୨୨ ଗୋଟି ଗେଟ ଦେଇ ପାଣି ଆସୁଛି ତଳିଆ ଅଞ୍ଚଳବାସୀ ଙ୍କୁ ସତର୍କ ରହିବାକୁ ଜିଲ୍ଲା ପ୍ରଶାସନ ର ଅନୁରୋଧ । ହୀରାକୁଦ ରୁ ୨୨ ଗୋଟି ଗେଟ ଦେଇ ପାଣି ଆସୁଛି । ବୌଦ୍ଧ ଓଡ଼ିଶା ମହାନଦୀରେ ମଧ୍ୟମ ଧରଣର ବନ୍ୟା ଦେଖାଦେଇଛି । ସୂଚନା ମୁତାବକ ହୀରାକୁଦ ଡ୍ୟାମରୁ ୨ଗୋଟି ଗେଟ ଖୋଲା ରହିଥିବ ବେଳେ ଆଜି ସକାଳେ ୧୦ ଗୋଟି ଗେଟ, ପୂର୍ବାହ୍ନ ରେ ୨ ଗୋଟି ଏବଂଅପର୍ରାହ୍ଣ ରେ ୮ ଗୋଟି ଗେଟ ଏଭଳିଭାବେ ସମୁଦାୟ ୨୨ ଟି ଗେଟ ଖୋଲାଯାଇଥିବା ସୂଚନା ମିଳିଛି । ଏନେଇ ତଳିଆ ଅଂଚଳ ଓ ତଳ ମୁଣ୍ଡରେ ସାଧରଣ ଜନତାଙ୍କୁ ସତର୍କତା ଅବଲମ୍ବନ କରିବାକୁ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।
    3
    ବୌଦ୍ଧ ବ୍ରେକିଙ୍ଗ
ହୀରାକୁଦ ରୁ ୨୨ ଗୋଟି ଗେଟ ଦେଇ ପାଣି ଆସୁଛି ତଳିଆ ଅଞ୍ଚଳବାସୀ ଙ୍କୁ ସତର୍କ ରହିବାକୁ ଜିଲ୍ଲା ପ୍ରଶାସନ ର ଅନୁରୋଧ ।
ହୀରାକୁଦ ରୁ ୨୨ ଗୋଟି ଗେଟ ଦେଇ ପାଣି ଆସୁଛି । ବୌଦ୍ଧ ଓଡ଼ିଶା ମହାନଦୀରେ ମଧ୍ୟମ ଧରଣର ବନ୍ୟା ଦେଖାଦେଇଛି । ସୂଚନା ମୁତାବକ ହୀରାକୁଦ ଡ୍ୟାମରୁ ୨ଗୋଟି ଗେଟ ଖୋଲା ରହିଥିବ ବେଳେ ଆଜି ସକାଳେ ୧୦ ଗୋଟି ଗେଟ, ପୂର୍ବାହ୍ନ ରେ ୨ ଗୋଟି ଏବଂଅପର୍ରାହ୍ଣ ରେ ୮ ଗୋଟି ଗେଟ ଏଭଳିଭାବେ ସମୁଦାୟ ୨୨ ଟି ଗେଟ ଖୋଲାଯାଇଥିବା ସୂଚନା ମିଳିଛି । ଏନେଇ  ତଳିଆ ଅଂଚଳ ଓ ତଳ ମୁଣ୍ଡରେ ସାଧରଣ ଜନତାଙ୍କୁ ସତର୍କତା ଅବଲମ୍ବନ କରିବାକୁ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।
    user_RABINDRA PATTNAIK
    RABINDRA PATTNAIK
    Social worker ବୌଦ୍ଧ ସଦର, ବୌଦ୍ଧ, ଓଡ଼ିଶା•
    10 hrs ago
  • ରାସ୍ତା ପାଇଁ ବହୁତ ଅସୁବିଧା 😭😭🙏🙏
    2
    ରାସ୍ତା ପାଇଁ ବହୁତ ଅସୁବିଧା 😭😭🙏🙏
    user_Nilakantha Kumar
    Nilakantha Kumar
    Gochhapada, Kandhamal•
    15 hrs ago
  • 🚨 BREAKING NEWS | P24NEWS EXPRESS प्रधानमंत्री नरेंद्र मोदी ने सामाजिक सौहार्द और एकजुटता का संदेश देते हुए कहा: "Abuses never solve anything. Let’s guide the misguided. Let’s work together. Let’s work for Bharat." इस संदेश में प्रधानमंत्री ने लोगों से अपील की कि गाली-गलौज और कटुता की बजाय संवाद, सहयोग और राष्ट्रहित को प्राथमिकता दें। उन्होंने मिलकर एक मजबूत और विकसित भारत के निर्माण की भावना पर जोर दिया। 🇮🇳 #PMModi #NarendraModi #BreakingNews #P24NewsExpress #Bharat #India #NationFirst #Unity #PositiveMessage #LatestNews #HindiNews 🚨 BREAKING NEWS | P24NEWS EXPRESS प्रधानमंत्री नरेंद्र मोदी ने सामाजिक सौहार्द और एकजुटता का संदेश देते हुए कहा: "Abuses never solve anything. Let’s guide the misguided. Let’s work together. Let’s work for Bharat." इस संदेश में प्रधानमंत्री ने लोगों से अपील की कि गाली-गलौज और कटुता की बजाय संवाद, सहयोग और राष्ट्रहित को प्राथमिकता दें। उन्होंने मिलकर एक मजबूत और विकसित भारत के निर्माण की भावना पर जोर दिया। 🇮🇳 #PMModi #NarendraModi #BreakingNews #P24NewsExpress #Bharat #India #NationFirst #Unity #PositiveMessage #LatestNews #HindiNews
    1
    🚨 BREAKING NEWS | P24NEWS EXPRESS

प्रधानमंत्री नरेंद्र मोदी ने सामाजिक सौहार्द और एकजुटता का संदेश देते हुए कहा:

"Abuses never solve anything. Let’s guide the misguided. Let’s work together. Let’s work for Bharat."

इस संदेश में प्रधानमंत्री ने लोगों से अपील की कि गाली-गलौज और कटुता की बजाय संवाद, सहयोग और राष्ट्रहित को प्राथमिकता दें। उन्होंने मिलकर एक मजबूत और विकसित भारत के निर्माण की भावना पर जोर दिया। 🇮🇳

#PMModi #NarendraModi #BreakingNews #P24NewsExpress #Bharat #India #NationFirst #Unity #PositiveMessage #LatestNews #HindiNews

    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    5 hrs ago
  • #ସ୍ୱର୍ଗତ_ସୁଶାନ୍ତ_ସିଂ_ଙ୍କୁ_ନେଇ_ଲୋକଙ୍କ_ପ୍ରତିକ୍ରିୟା ସୁଶାନ୍ତ ସିଂ ଥିଲେ ଅତ୍ୟନ୍ତ ସରଳ ଓ ଶାନ୍ତ ସ୍ୱଭାବର। #ସ୍ୱର୍ଗତ_ସୁଶାନ୍ତ_ସିଂ_ଙ୍କୁ_ନେଇ_ଲୋକଙ୍କ_ପ୍ରତିକ୍ରିୟା ସୁଶାନ୍ତ ସିଂ ଥିଲେ ଅତ୍ୟନ୍ତ ସରଳ ଓ ଶାନ୍ତ ସ୍ୱଭାବର। ଛୋଟ ଦିନରୁ ସମାଜ ପାଇଁ କାମ କରିବାକୁ ସେ ଆଗେଇ ଆସିଥିଲେ । ଜିରୋ ରୁ ହିରୋ ସାଜିଥିଲେ ସୁଶାନ୍ତ। ଗରିବ ଅସହାୟ ଲୋକଙ୍କ ପାଇଁ ସେ ଥିଲେ ସାହାରା। ତାଙ୍କ ଅକାଳ ବିୟୋଗରେ ମର୍ମାହତ ଲକ୍ଷ ଲକ୍ଷ ଜନତା ।
    1
    #ସ୍ୱର୍ଗତ_ସୁଶାନ୍ତ_ସିଂ_ଙ୍କୁ_ନେଇ_ଲୋକଙ୍କ_ପ୍ରତିକ୍ରିୟା 
ସୁଶାନ୍ତ ସିଂ ଥିଲେ ଅତ୍ୟନ୍ତ ସରଳ ଓ ଶାନ୍ତ ସ୍ୱଭାବର।
#ସ୍ୱର୍ଗତ_ସୁଶାନ୍ତ_ସିଂ_ଙ୍କୁ_ନେଇ_ଲୋକଙ୍କ_ପ୍ରତିକ୍ରିୟା 
ସୁଶାନ୍ତ ସିଂ ଥିଲେ ଅତ୍ୟନ୍ତ ସରଳ ଓ ଶାନ୍ତ ସ୍ୱଭାବର। ଛୋଟ ଦିନରୁ ସମାଜ ପାଇଁ କାମ କରିବାକୁ ସେ ଆଗେଇ ଆସିଥିଲେ । ଜିରୋ ରୁ ହିରୋ ସାଜିଥିଲେ ସୁଶାନ୍ତ। ଗରିବ ଅସହାୟ ଲୋକଙ୍କ ପାଇଁ ସେ ଥିଲେ ସାହାରା। 
ତାଙ୍କ ଅକାଳ ବିୟୋଗରେ ମର୍ମାହତ ଲକ୍ଷ ଲକ୍ଷ ଜନତା ।
    user_Bargarh TV
    Bargarh TV
    Local News Reporter ବରଗଡ଼, ବରଗଡ଼, ଓଡ଼ିଶା•
    9 hrs ago
  • ଜଳାଧାର ଅବରୋଧ ଚାଷୀଙ୍କୁ ଅଡୁଆ
    1
    ଜଳାଧାର ଅବରୋଧ ଚାଷୀଙ୍କୁ ଅଡୁଆ
    user_Ram Shankar Bhoi
    Ram Shankar Bhoi
    ସାମ୍ବାଦିକ ସୋନପୁର, ସୋନପୁର, ଓଡ଼ିଶା•
    18 hrs ago
  • 🚨 P24 NEWS EXPRESS | सार्वजनिक सूचना झारसुगुड़ा जिला प्रशासन की ओर से महत्वपूर्ण सूचना शहर में बढ़ती ट्रैफिक समस्या को देखते हुए झारसुगुड़ा जिला प्रशासन ने विभिन्न क्षेत्रों में किए गए अतिक्रमण को स्वेच्छा से तत्काल हटाने की अपील की है। प्रशासन ने नागरिकों से अनुरोध किया है कि शहर को जाम मुक्त, व्यवस्थित और सुरक्षित बनाने में सहयोग करें। सभी दुकानदार, व्यवसायी और आम नागरिक सार्वजनिक स्थानों तथा सड़कों पर किए गए अतिक्रमण को स्वयं हटाकर प्रशासन का सहयोग करें। आइए, स्वच्छ, सुंदर और सुव्यवस्थित झारसुगुड़ा के निर्माण में अपना योगदान दें। — P24 NEWS EXPRESS #JharsugudaAdministration #PublicNotice #Jharsuguda #TrafficManagement #Encroachment Odisha P24NewsExpress JharsugudaNews RoadSafety TrafficUpdate 🚨 P24 NEWS EXPRESS | सार्वजनिक सूचना झारसुगुड़ा जिला प्रशासन की ओर से महत्वपूर्ण सूचना शहर में बढ़ती ट्रैफिक समस्या को देखते हुए झारसुगुड़ा जिला प्रशासन ने विभिन्न क्षेत्रों में किए गए अतिक्रमण को स्वेच्छा से तत्काल हटाने की अपील की है। प्रशासन ने नागरिकों से अनुरोध किया है कि शहर को जाम मुक्त, व्यवस्थित और सुरक्षित बनाने में सहयोग करें। सभी दुकानदार, व्यवसायी और आम नागरिक सार्वजनिक स्थानों तथा सड़कों पर किए गए अतिक्रमण को स्वयं हटाकर प्रशासन का सहयोग करें। आइए, स्वच्छ, सुंदर और सुव्यवस्थित झारसुगुड़ा के निर्माण में अपना योगदान दें। — P24 NEWS EXPRESS #JharsugudaAdministration #PublicNotice #Jharsuguda #TrafficManagement #Encroachment Odisha P24NewsExpress JharsugudaNews RoadSafety TrafficUpdate
    1
    🚨 P24 NEWS EXPRESS | सार्वजनिक सूचना

झारसुगुड़ा जिला प्रशासन की ओर से महत्वपूर्ण सूचना

शहर में बढ़ती ट्रैफिक समस्या को देखते हुए झारसुगुड़ा जिला प्रशासन ने विभिन्न क्षेत्रों में किए गए अतिक्रमण को स्वेच्छा से तत्काल हटाने की अपील की है।

प्रशासन ने नागरिकों से अनुरोध किया है कि शहर को जाम मुक्त, व्यवस्थित और सुरक्षित बनाने में सहयोग करें। सभी दुकानदार, व्यवसायी और आम नागरिक सार्वजनिक स्थानों तथा सड़कों पर किए गए अतिक्रमण को स्वयं हटाकर प्रशासन का सहयोग करें।

आइए, स्वच्छ, सुंदर और सुव्यवस्थित झारसुगुड़ा के निर्माण में अपना योगदान दें।

— P24 NEWS EXPRESS

#JharsugudaAdministration #PublicNotice #Jharsuguda #TrafficManagement #Encroachment Odisha P24NewsExpress JharsugudaNews RoadSafety TrafficUpdate

    8 hrs ago
  • ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ପରିଷଦକୁ ମନୋନୀତ ହେଲେ ଭବାନୀ ପ୍ରସାଦ ସାହୁ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ପରିଷଦକୁ ମନୋନୀତ ହେଲେ ଭବାନୀ ପ୍ରସାଦ ସାହୁ ବରଗଡ଼: ଆମ୍ ଆଦମୀ ପାର୍ଟି (ଆପ୍) ବରଗଡ଼ ଜିଲ୍ଲାର ବିଶିଷ୍ଟ ସଂଗଠକ ତଥା ଜିଲ୍ଲାର ଜଣାଶୁଣା ଯୁବ ନେତା ଭବାନୀ ପ୍ରସାଦ ସାହୁଙ୍କୁ ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା ରାଷ୍ଟ୍ରୀୟ ପରିଷଦ କୁ ମନୋନୀତ କରାଯାଇଛି। ତାଙ୍କର ଏହି ମନୋନୟନ ଫଳରେ ବରଗଡ଼ ଜିଲ୍ଲା ସହ ପଶ୍ଚିମ ଓଡ଼ିଶାର ଆପ୍ କର୍ମୀମାନଙ୍କ ମଧ୍ୟରେ ଉତ୍ସାହର ଲହରୀ ଖେଳିଯାଇଛି। ଦଳୀୟ ସୂତ୍ରରୁ ପ୍ରକାଶ ଯେ, ଭବାନୀ ପ୍ରସାଦ ସାହୁ ଦୀର୍ଘ ଦିନ ଧରି ଆମ୍ ଆଦମୀ ପାର୍ଟିର ସଂଗଠନ ସୁଦୃଢ଼ କରିବା, ଜନସମସ୍ୟା ଉଠାଇବା ଏବଂ ଦଳର ନୀତି ଓ ଆଦର୍ଶକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବାରେ ସକ୍ରିୟ ଭୂମିକା ନିଭାଇ ଆସୁଛନ୍ତି। ତାଙ୍କର ସାଙ୍ଗଠନିକ ଦକ୍ଷତା ଓ ଜନସମ୍ପର୍କକୁ ଦୃଷ୍ଟିରେ ରଖି ଦଳ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛି। ଆପ୍ ର ଏହି ମନୋନୟନ ପ୍ରକ୍ରିୟା ରେ ସମ୍ପାଦକ ସ୍ୱରୂପ ଭୋଇ ସ୍ୱାଗତ କରିବା ପରେ ଅତାବିରା ବିଧାନସଭା ର ସଂଯୋଜକ ଜୟକ୍ରିଷ୍ଣା ଛୁରିଆ ଶ୍ରୀ ସାହୁଙ୍କ ପ୍ରସ୍ତାବ ଦେଇଥିଲେ ଓ ଭଟଲି ବିଧାନସଭା ର ସଂଯୋଜକ ସାହାରୁଖ ଲୋଧିଆ ସମର୍ଥନ କରିଥିଲେ। ପର୍ଯ୍ୟବେକ୍ଷକ ଭାବେ ସମ୍ବଲପୁର ରୁ ଲାଲମଣି ଲୁଗୁନ ଓ ଗୋପବନ୍ଧୁ ଜଗଦଳା ଉପସ୍ଥିତ ରହିଥିଲେ। ଏହି ଅବସରରେ ଜିଲ୍ଲାର ବିଭିନ୍ନ ନେତୃବୃନ୍ଦ ଓ କର୍ମୀମାନେ ଶ୍ରୀ ସାହୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କର ମନୋନୟନ ଦ୍ୱାରା ଜାତୀୟ ସ୍ତରରେ ଓଡ଼ିଶା ଏବଂ ବିଶେଷକରି ପଶ୍ଚିମ ଓଡ଼ିଶାର ସ୍ୱର ଅଧିକ ଶକ୍ତିଶାଳୀ ଭାବେ ଉପସ୍ଥାପିତ ହେବ ବୋଲି କର୍ମୀମାନେ ଆଶା ପ୍ରକାଶ କରିଛନ୍ତି। ନିଜ ପ୍ରତିକ୍ରିୟାରେ ଭବାନୀ ପ୍ରସାଦ ସାହୁ ଦଳର ଶୀର୍ଷ ନେତୃତ୍ୱଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି ଯେ, ଏହି ଦାୟିତ୍ୱ ତାଙ୍କ ପାଇଁ ସମ୍ମାନ ସହିତ ଏକ ବଡ଼ ଦାୟିତ୍ୱ ମଧ୍ୟ। ସେ ଦଳର ସଂଗଠନକୁ ଆହୁରି ମଜବୁତ କରିବା ଓ ଜନସାଧାରଣଙ୍କ ସ୍ୱାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକୁ ଜାତୀୟ ସ୍ତରରେ ଉପସ୍ଥାପନ କରିବାକୁ ପ୍ରତିବଦ୍ଧ ଥିବା କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମରିୟମ ବାର୍ଲା, ଅସିତ ସାହୁ, ଗୌତମ ମହାନନ୍ଦ, ଧର୍ମରାଜ ମେହେର,ସରିତା ସୁନା, ପ୍ରଦୀପ ବିଶ୍ୱାଳ, ମିଳୁ ନାଗ,ସୂର୍ଯ୍ୟ ଭୋଇ, ଅନିଲ ତାଣ୍ଡିଆ,ମମତା ବେହେରା,ସୁବଳ ପ୍ରଧାନ,ଏମ ଏ ସାଲାଉଦ୍ଦିନ, ରାଜୀବ ସାହୁ, ସୁବଳ କହରା, ମିଲୁ ପ୍ରଧାନ, ଅଭିଳାଷ ସୁନା, ସନାତନ ନାଗ ଉପସ୍ଥିତ ଥିଲେ।
    1
    ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ପରିଷଦକୁ ମନୋନୀତ ହେଲେ ଭବାନୀ ପ୍ରସାଦ ସାହୁ
ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ପରିଷଦକୁ ମନୋନୀତ ହେଲେ ଭବାନୀ ପ୍ରସାଦ ସାହୁ
ବରଗଡ଼: ଆମ୍ ଆଦମୀ ପାର୍ଟି (ଆପ୍) ବରଗଡ଼ ଜିଲ୍ଲାର ବିଶିଷ୍ଟ ସଂଗଠକ ତଥା ଜିଲ୍ଲାର ଜଣାଶୁଣା ଯୁବ ନେତା ଭବାନୀ ପ୍ରସାଦ ସାହୁଙ୍କୁ ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ସଂସ୍ଥା ରାଷ୍ଟ୍ରୀୟ ପରିଷଦ କୁ ମନୋନୀତ କରାଯାଇଛି। ତାଙ୍କର ଏହି ମନୋନୟନ ଫଳରେ ବରଗଡ଼ ଜିଲ୍ଲା ସହ ପଶ୍ଚିମ ଓଡ଼ିଶାର ଆପ୍ କର୍ମୀମାନଙ୍କ ମଧ୍ୟରେ ଉତ୍ସାହର ଲହରୀ ଖେଳିଯାଇଛି।
ଦଳୀୟ ସୂତ୍ରରୁ ପ୍ରକାଶ ଯେ, ଭବାନୀ ପ୍ରସାଦ ସାହୁ ଦୀର୍ଘ ଦିନ ଧରି ଆମ୍ ଆଦମୀ ପାର୍ଟିର ସଂଗଠନ ସୁଦୃଢ଼ କରିବା, ଜନସମସ୍ୟା ଉଠାଇବା ଏବଂ ଦଳର ନୀତି ଓ ଆଦର୍ଶକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବାରେ ସକ୍ରିୟ ଭୂମିକା ନିଭାଇ ଆସୁଛନ୍ତି। ତାଙ୍କର ସାଙ୍ଗଠନିକ ଦକ୍ଷତା ଓ ଜନସମ୍ପର୍କକୁ ଦୃଷ୍ଟିରେ ରଖି ଦଳ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛି। ଆପ୍ ର ଏହି ମନୋନୟନ ପ୍ରକ୍ରିୟା ରେ ସମ୍ପାଦକ ସ୍ୱରୂପ ଭୋଇ ସ୍ୱାଗତ କରିବା ପରେ ଅତାବିରା ବିଧାନସଭା ର ସଂଯୋଜକ ଜୟକ୍ରିଷ୍ଣା ଛୁରିଆ ଶ୍ରୀ ସାହୁଙ୍କ ପ୍ରସ୍ତାବ ଦେଇଥିଲେ ଓ ଭଟଲି ବିଧାନସଭା ର ସଂଯୋଜକ ସାହାରୁଖ ଲୋଧିଆ ସମର୍ଥନ କରିଥିଲେ। ପର୍ଯ୍ୟବେକ୍ଷକ ଭାବେ ସମ୍ବଲପୁର ରୁ ଲାଲମଣି ଲୁଗୁନ ଓ ଗୋପବନ୍ଧୁ ଜଗଦଳା ଉପସ୍ଥିତ ରହିଥିଲେ।
ଏହି ଅବସରରେ ଜିଲ୍ଲାର ବିଭିନ୍ନ ନେତୃବୃନ୍ଦ ଓ କର୍ମୀମାନେ ଶ୍ରୀ ସାହୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କର ମନୋନୟନ ଦ୍ୱାରା ଜାତୀୟ ସ୍ତରରେ ଓଡ଼ିଶା ଏବଂ ବିଶେଷକରି ପଶ୍ଚିମ ଓଡ଼ିଶାର ସ୍ୱର ଅଧିକ ଶକ୍ତିଶାଳୀ ଭାବେ ଉପସ୍ଥାପିତ ହେବ ବୋଲି କର୍ମୀମାନେ ଆଶା ପ୍ରକାଶ କରିଛନ୍ତି।
ନିଜ ପ୍ରତିକ୍ରିୟାରେ ଭବାନୀ ପ୍ରସାଦ ସାହୁ ଦଳର ଶୀର୍ଷ ନେତୃତ୍ୱଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି ଯେ, ଏହି ଦାୟିତ୍ୱ ତାଙ୍କ ପାଇଁ ସମ୍ମାନ ସହିତ ଏକ ବଡ଼ ଦାୟିତ୍ୱ ମଧ୍ୟ। ସେ ଦଳର ସଂଗଠନକୁ ଆହୁରି ମଜବୁତ କରିବା ଓ ଜନସାଧାରଣଙ୍କ ସ୍ୱାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକୁ ଜାତୀୟ ସ୍ତରରେ ଉପସ୍ଥାପନ କରିବାକୁ ପ୍ରତିବଦ୍ଧ ଥିବା କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମରିୟମ ବାର୍ଲା, ଅସିତ ସାହୁ, ଗୌତମ ମହାନନ୍ଦ, ଧର୍ମରାଜ ମେହେର,ସରିତା ସୁନା, ପ୍ରଦୀପ ବିଶ୍ୱାଳ, ମିଳୁ ନାଗ,ସୂର୍ଯ୍ୟ ଭୋଇ, ଅନିଲ ତାଣ୍ଡିଆ,ମମତା ବେହେରା,ସୁବଳ ପ୍ରଧାନ,ଏମ ଏ ସାଲାଉଦ୍ଦିନ, ରାଜୀବ ସାହୁ, ସୁବଳ କହରା, ମିଲୁ ପ୍ରଧାନ, ଅଭିଳାଷ ସୁନା, ସନାତନ ନାଗ ଉପସ୍ଥିତ ଥିଲେ।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    13 hrs ago
  • ସୋନପୁର ସମ୍ବଲପୁର ମୁଖ୍ୟ ରାସ୍ତାର ବଡ଼ମାଳ ଖେଳପଡିଆ ନିକଟରେ ବାଇକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ସୋନପୁର ସମ୍ବଲପୁର ମୁଖ୍ୟ ରାସ୍ତାର ବଡ଼ମାଳ ଖେଳପଡିଆ ନିକଟରେ ବାଇକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ମୃତ ଯୁବକ ଜଣକ ଅଇଁଲାଛାଟର ଗ୍ରାମର ରାଜେନ୍ଦ୍ର ରଣା ବୋଲି ଜଣାପଡିଛି l ରାଜେନ୍ଦ୍ର ଏକ ସାଇକିଲ ଯୋଗେ ଘରକୁ ଯାଉଥିଲେ l ସେହି ସମୟରେ ଦ୍ରୁତ ଗତିରେ ଯାଉଥିବା ଏକ ବାଇକ ସାଇକଲର ପଛ ପଟେ ଧକ୍କା ଦେଇଥିଲା l ଫଳରେ ସେ ଛିଟିକି ପଡ଼ିଥିଲେ l ଘଟଣା ସ୍ଥଳରୁ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଏମ୍ବୁଲାନ୍ସ ଯୋଗେ ଉଲୁଣ୍ଡା ଡାକ୍ତର ଖାନାରେ ଭର୍ତି କରିଥିଲେ l ମାତ୍ର ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ରାଜେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ l ଧକ୍କା ଦେଇ ଫେରାର ମାରୁଥିବା ବାଇକ ଚାଳକଙ୍କୁ ସ୍ଥାନୀୟ ଲୋକେ ଅଟକ ରଖି ମାଡ ମାରିବା ସହ ପୁଲିସକୁ ଖବର ଦେଇଥିଲେ l ଘଟଣା ସ୍ଥଳରୁ ବାଇକରେ ଥିବା ଅନ୍ୟ ଜଣେ ଯୁବକ ଫେରାର ମାରିଥିଲା l ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବାଇକ ଚାଳକଙ୍କୁ ଆମ୍ବୁଲାନ୍ସ ଯୋଗେ ଆଣି ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ l ଡାକ୍ତରଖାନାରେ ପୋଲିସ ଶବ ଜବତ କରିବା ସହ ଅଧିକ ତଦନ୍ତ କରୁଥିବା ଜଣାପଡିଛି l
    1
    ସୋନପୁର ସମ୍ବଲପୁର ମୁଖ୍ୟ ରାସ୍ତାର ବଡ଼ମାଳ ଖେଳପଡିଆ ନିକଟରେ ବାଇକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି 
ସୋନପୁର ସମ୍ବଲପୁର ମୁଖ୍ୟ ରାସ୍ତାର ବଡ଼ମାଳ ଖେଳପଡିଆ ନିକଟରେ ବାଇକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ମୃତ ଯୁବକ ଜଣକ ଅଇଁଲାଛାଟର ଗ୍ରାମର ରାଜେନ୍ଦ୍ର ରଣା ବୋଲି ଜଣାପଡିଛି l ରାଜେନ୍ଦ୍ର ଏକ ସାଇକିଲ ଯୋଗେ ଘରକୁ ଯାଉଥିଲେ l ସେହି ସମୟରେ ଦ୍ରୁତ ଗତିରେ ଯାଉଥିବା ଏକ ବାଇକ ସାଇକଲର  ପଛ ପଟେ ଧକ୍କା ଦେଇଥିଲା l ଫଳରେ ସେ ଛିଟିକି ପଡ଼ିଥିଲେ l  ଘଟଣା ସ୍ଥଳରୁ ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଏମ୍ବୁଲାନ୍ସ ଯୋଗେ ଉଲୁଣ୍ଡା ଡାକ୍ତର ଖାନାରେ ଭର୍ତି କରିଥିଲେ l ମାତ୍ର ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ରାଜେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ l ଧକ୍କା ଦେଇ ଫେରାର ମାରୁଥିବା ବାଇକ ଚାଳକଙ୍କୁ ସ୍ଥାନୀୟ ଲୋକେ ଅଟକ ରଖି ମାଡ ମାରିବା  ସହ ପୁଲିସକୁ ଖବର ଦେଇଥିଲେ l ଘଟଣା ସ୍ଥଳରୁ ବାଇକରେ ଥିବା ଅନ୍ୟ ଜଣେ ଯୁବକ ଫେରାର ମାରିଥିଲା l ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବାଇକ ଚାଳକଙ୍କୁ ଆମ୍ବୁଲାନ୍ସ ଯୋଗେ ଆଣି ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ l ଡାକ୍ତରଖାନାରେ ପୋଲିସ ଶବ ଜବତ କରିବା ସହ ଅଧିକ ତଦନ୍ତ କରୁଥିବା ଜଣାପଡିଛି l
    user_BINKA KHABAR
    BINKA KHABAR
    ବିନିକା, ସୋନପୁର, ଓଡ଼ିଶା•
    17 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.