logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

*ସମ୍ପୂର୍ଣ୍ଣତା ଅଭିଯାନ ୨.୦ର ଶୁଭାରମ୍ଭ* *ଜନସହଭାଗିତା ସହିତ ଜିଲ୍ଲାସ୍ତରରେ ବ୍ୟାପକ ସଚେତନତା* ମାଲକାନଗିରି ଜିଲ୍ଲାରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ର ଶୁଭାରମ୍ଭ ଉତ୍ସାହ, ଉଲ୍ଲାସ ଓ ବ୍ୟାପକ ଜନସହଭାଗିତାର ସହିତ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ଜନ ହିତକର ଯୋଜନା ତୃଣ ମୂଳ ସ୍ତର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚାଇବା, ସ୍ୱାସ୍ଥ୍ୟ, ପୋଷଣ,ସ୍ୱଚ୍ଛତା, ଶିକ୍ଷା,ପ୍ରାଣୀସମ୍ପଦ ଓ ସମାଜ କଲ୍ୟାଣ କ୍ଷେତ୍ରରେ ୧୦୦ ପ୍ରତିଶତ ପରିପୂର୍ଣ୍ଣତା ନିଶ୍ଚିତ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ରହିଛି ।ଏହି ଅବସର ରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତା ରେ ଜିଲ୍ଲାରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ ର ସଫଳ ରୂପାୟନ ନିମନ୍ତେ ଶୁଭାରମ୍ଭ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ, ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ମାଲକାନଗିରି ବିଧାୟକ ପ୍ରତିନିଧି ନିହାର ରାୟ ଯୋଗ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ଅଭିଯାନର ଉଦ୍ଘାଟନ କରି ଆକଂକ୍ଷୀ ବ୍ଲକରେ ସ୍ୱାସ୍ଥ୍ୟ, ପୁଷ୍ଟି, କୃଷି ଓ ଶିକ୍ଷା ସୂଚକମାନଙ୍କର ଶତପ୍ରତିଶତ ସମ୍ପୂର୍ଣ୍ଣତା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବିଶେଷ ଭାବେ ଗର୍ଭବତୀ ମାଆ ମାନଙ୍କ ସ୍ଵାସ୍ଥ୍ୟ, ଅଙ୍ଗନୱାଡି କେନ୍ଦ୍ର ଓ ବିଦ୍ୟାଳୟରେ ବାଳିକା ମାନଙ୍କ ପାଇଁ ବ୍ୟବସ୍ଥିତ ଶୌଚାଳୟ ସୁନିଶ୍ଚିତ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ଗ୍ରାମାଞ୍ଚଳ ଅର୍ଥନୀତି ଗୃହ ପାଳିତ ପଶୁଙ୍କ ଉପରେ ନିର୍ଭର କରିଥାଏ। ତେଣୁ ଗୃହ ପାଳିତ ପଶୁଙ୍କ ଟିକାକରଣକୁ ମଧ୍ଯ ସୁନିଶ୍ଚିତ କରିବା ପାଇଁ କୁହାଯାଇଛି। ଜିଲ୍ଳାକୁ ଏକ ସୁସ୍ଥ, ସଶକ୍ତ ଏବଂ ସମୃଦ୍ଧ ସମ୍ପ୍ରଦାୟ ଆଡ଼କୁ ଆଗେଇ ନେବା ପାଇଁ ପ୍ରେରଣା ନେଇ ଆମ ଜିଲ୍ଲାକୁ ଏକ ବିକଶିତ ଜିଲ୍ଲା ଭାବେ ଗଢି ତୋଳିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ ଜିଲ୍ଲାପାଳ। ଆଜି ସକାଳ ୯ ଟା ରେ ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ଠାରୁ ବିଭିନ୍ନ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ,ଜିଲ୍ଲା ଅଧିକାରୀ , ପିରାମଲ ଅନୁଷ୍ଠାନ ର କର୍ମକର୍ତ୍ତା, ଅଙ୍ଗନବାଡି କର୍ମୀଙ୍କ ଗହଣରେ ଏକ ସଚେତନତା ଶୋଭାଯାତ୍ରା ଆରମ୍ଭ ହୋଇ ଜିଲ୍ଲା ପରିଷଦ ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶୋଭାଯାତ୍ରା କୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସରାବୁ ସ୍ୱାଗତ ଭାଷଣ ପ୍ରଦାନ କରି କହିଥିଲେ ଯେ ଜିଲ୍ଲାକୁ ଏକ ବିକଶିତ ଜିଲ୍ଲା ଭାବେ ଗଢ଼ି ତୋଳିବା ପାଇଁ ସମସ୍ତଙ୍କ ସକ୍ରିୟ ସହଯୋଗ ,ଦାୟିତ୍ଵ ଓ ସକରା ତ୍ମକ ଦୃଷ୍ଟିକୋଣର ଆବଶ୍ୟକତା ରହିଛି ଏବଂ ବିଶେଷତଃ ବ୍ଲକ୍ ସ୍ତରରେ କର୍ମଚାରୀଙ୍କ ଅଧିକ ଦାୟିତ୍ଵ ରହିଛି । ଏହି ଅବସରରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ର ଶପଥ ପାଠ ଓ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ସମସ୍ତ ଅଧିକାରୀ, ଜନପ୍ରତିନିଧି ଓ ଅଂଶଗ୍ରହଣକାରୀ ମାନେ ଅଭିଯାନ ପ୍ରତି ତାଙ୍କର ଦୃଢ଼ ସଙ୍କଳ୍ପ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ସ୍ଥଳରେ ସ୍ୱାସ୍ଥ୍ୟ , ଶିକ୍ଷା ଏବଂ ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଷ୍ଟଲ୍ ସ୍ଥାପନ କରାଯାଇଥିଲା । ଅତିଥିମାନେ ଏହି ଷ୍ଟଲ୍‌ଗୁଡ଼ିକୁ ଉଦଘାଟନ କରି ସାଧାରଣ ଲୋକଙ୍କୁ ମିଳୁଥିବା ସେବା ବିଷୟରେ ଅବଗତ କରାଇଥିଲେ । ସମଗ୍ର କାର୍ଯ୍ୟକ୍ରମ ଜିଲ୍ଲା ଯୋଜନା ଓ ସଂଯୋଜନା ଏବଂ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ର ସହଯୋଗରେ ସଫଳତାର ସହିତ ସମ୍ପନ୍ନ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ପରିଚାଳନା କରିଥିଲେ। ତିନି ଆକଂକ୍ଷୀ ବ୍ଲକ୍ ଚିତ୍ରକୋଣ୍ଡା, ମାଥିଲି ଓ ଖଇରପୁଟ ର ବିଭିନ୍ନ ଵିଭାଗର କର୍ମଚାରୀଙ୍କୁ ସେମାନଙ୍କର କାର୍ଯ୍ୟ ଦକ୍ଷତା ପାଇଁ ଆଜି ସମ୍ବର୍ଦ୍ଧିତ କରାଯାଇଛି। ସମ୍ପୂର୍ଣ୍ଣତା ଅଭିଯାନ ୨.୦ ଜିଲ୍ଲାର ସାମାଜିକ ଓ ଆର୍ଥିକ ଉନ୍ନତିରେ ଏକ ମାଇଲ ଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଜନ ସାଧାରଣ ମଧ୍ୟରେ ଆଶା ପ୍ରକାଶ ପାଇଛି ।

on 11 March
user_The Malkangiri news
The Malkangiri news
ସାମ୍ବାଦିକ ମାଲକାନଗିରି, ମାଲକାନଗିରି, ଓଡ଼ିଶା•
on 11 March
b8a8b88b-a576-4a92-9971-1527e471d6d9

*ସମ୍ପୂର୍ଣ୍ଣତା ଅଭିଯାନ ୨.୦ର ଶୁଭାରମ୍ଭ* *ଜନସହଭାଗିତା ସହିତ ଜିଲ୍ଲାସ୍ତରରେ ବ୍ୟାପକ ସଚେତନତା* ମାଲକାନଗିରି ଜିଲ୍ଲାରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ର ଶୁଭାରମ୍ଭ ଉତ୍ସାହ, ଉଲ୍ଲାସ ଓ ବ୍ୟାପକ ଜନସହଭାଗିତାର ସହିତ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ଜନ ହିତକର ଯୋଜନା ତୃଣ ମୂଳ ସ୍ତର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚାଇବା, ସ୍ୱାସ୍ଥ୍ୟ, ପୋଷଣ,ସ୍ୱଚ୍ଛତା, ଶିକ୍ଷା,ପ୍ରାଣୀସମ୍ପଦ ଓ ସମାଜ କଲ୍ୟାଣ କ୍ଷେତ୍ରରେ ୧୦୦ ପ୍ରତିଶତ ପରିପୂର୍ଣ୍ଣତା ନିଶ୍ଚିତ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ରହିଛି ।ଏହି ଅବସର ରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତା ରେ ଜିଲ୍ଲାରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ ର ସଫଳ ରୂପାୟନ ନିମନ୍ତେ ଶୁଭାରମ୍ଭ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ, ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ,

d9f49a9d-3f35-4a7a-a48c-0301b5ed36b1

ସାଂସଦ ପ୍ରତିନିଧି ସଞ୍ଜୟ ସରକାର, ମାଲକାନଗିରି ବିଧାୟକ ପ୍ରତିନିଧି ନିହାର ରାୟ ଯୋଗ ଦେଇଥିଲେ । ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ଅଭିଯାନର ଉଦ୍ଘାଟନ କରି ଆକଂକ୍ଷୀ ବ୍ଲକରେ ସ୍ୱାସ୍ଥ୍ୟ, ପୁଷ୍ଟି, କୃଷି ଓ ଶିକ୍ଷା ସୂଚକମାନଙ୍କର ଶତପ୍ରତିଶତ ସମ୍ପୂର୍ଣ୍ଣତା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବିଶେଷ ଭାବେ ଗର୍ଭବତୀ ମାଆ ମାନଙ୍କ ସ୍ଵାସ୍ଥ୍ୟ, ଅଙ୍ଗନୱାଡି କେନ୍ଦ୍ର ଓ ବିଦ୍ୟାଳୟରେ ବାଳିକା ମାନଙ୍କ ପାଇଁ ବ୍ୟବସ୍ଥିତ ଶୌଚାଳୟ ସୁନିଶ୍ଚିତ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ। ଗ୍ରାମାଞ୍ଚଳ ଅର୍ଥନୀତି ଗୃହ ପାଳିତ ପଶୁଙ୍କ ଉପରେ ନିର୍ଭର କରିଥାଏ। ତେଣୁ ଗୃହ ପାଳିତ ପଶୁଙ୍କ ଟିକାକରଣକୁ ମଧ୍ଯ ସୁନିଶ୍ଚିତ କରିବା ପାଇଁ କୁହାଯାଇଛି। ଜିଲ୍ଳାକୁ ଏକ ସୁସ୍ଥ, ସଶକ୍ତ ଏବଂ ସମୃଦ୍ଧ ସମ୍ପ୍ରଦାୟ ଆଡ଼କୁ ଆଗେଇ ନେବା ପାଇଁ ପ୍ରେରଣା ନେଇ ଆମ ଜିଲ୍ଲାକୁ ଏକ ବିକଶିତ ଜିଲ୍ଲା ଭାବେ ଗଢି ତୋଳିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ ଜିଲ୍ଲାପାଳ। ଆଜି ସକାଳ ୯ ଟା ରେ ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ

86e69dbe-a3de-4a2e-8fa0-1dda7370b99b

ଠାରୁ ବିଭିନ୍ନ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ,ଜିଲ୍ଲା ଅଧିକାରୀ , ପିରାମଲ ଅନୁଷ୍ଠାନ ର କର୍ମକର୍ତ୍ତା, ଅଙ୍ଗନବାଡି କର୍ମୀଙ୍କ ଗହଣରେ ଏକ ସଚେତନତା ଶୋଭାଯାତ୍ରା ଆରମ୍ଭ ହୋଇ ଜିଲ୍ଲା ପରିଷଦ ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶୋଭାଯାତ୍ରା କୁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ବେଦବର ପ୍ରଧାନ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ସରାବୁ ସ୍ୱାଗତ ଭାଷଣ ପ୍ରଦାନ କରି କହିଥିଲେ ଯେ ଜିଲ୍ଲାକୁ ଏକ ବିକଶିତ ଜିଲ୍ଲା ଭାବେ ଗଢ଼ି ତୋଳିବା ପାଇଁ ସମସ୍ତଙ୍କ ସକ୍ରିୟ ସହଯୋଗ ,ଦାୟିତ୍ଵ ଓ ସକରା ତ୍ମକ ଦୃଷ୍ଟିକୋଣର ଆବଶ୍ୟକତା ରହିଛି ଏବଂ ବିଶେଷତଃ ବ୍ଲକ୍ ସ୍ତରରେ କର୍ମଚାରୀଙ୍କ ଅଧିକ ଦାୟିତ୍ଵ ରହିଛି । ଏହି ଅବସରରେ ସମ୍ପୂର୍ଣ୍ଣତା ଅଭିଯାନ ୨.୦ର ଶପଥ ପାଠ ଓ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ସମସ୍ତ ଅଧିକାରୀ, ଜନପ୍ରତିନିଧି ଓ ଅଂଶଗ୍ରହଣକାରୀ ମାନେ ଅଭିଯାନ ପ୍ରତି ତାଙ୍କର ଦୃଢ଼ ସଙ୍କଳ୍ପ

7ba2bf79-5992-4a7a-86b4-0fdfa31b2ad5

ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମ ସ୍ଥଳରେ ସ୍ୱାସ୍ଥ୍ୟ , ଶିକ୍ଷା ଏବଂ ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଷ୍ଟଲ୍ ସ୍ଥାପନ କରାଯାଇଥିଲା । ଅତିଥିମାନେ ଏହି ଷ୍ଟଲ୍‌ଗୁଡ଼ିକୁ ଉଦଘାଟନ କରି ସାଧାରଣ ଲୋକଙ୍କୁ ମିଳୁଥିବା ସେବା ବିଷୟରେ ଅବଗତ କରାଇଥିଲେ । ସମଗ୍ର କାର୍ଯ୍ୟକ୍ରମ ଜିଲ୍ଲା ଯୋଜନା ଓ ସଂଯୋଜନା ଏବଂ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ର ସହଯୋଗରେ ସଫଳତାର ସହିତ ସମ୍ପନ୍ନ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ପରିଚାଳନା କରିଥିଲେ। ତିନି ଆକଂକ୍ଷୀ ବ୍ଲକ୍ ଚିତ୍ରକୋଣ୍ଡା, ମାଥିଲି ଓ ଖଇରପୁଟ ର ବିଭିନ୍ନ ଵିଭାଗର କର୍ମଚାରୀଙ୍କୁ ସେମାନଙ୍କର କାର୍ଯ୍ୟ ଦକ୍ଷତା ପାଇଁ ଆଜି ସମ୍ବର୍ଦ୍ଧିତ କରାଯାଇଛି। ସମ୍ପୂର୍ଣ୍ଣତା ଅଭିଯାନ ୨.୦ ଜିଲ୍ଲାର ସାମାଜିକ ଓ ଆର୍ଥିକ ଉନ୍ନତିରେ ଏକ ମାଇଲ ଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଜନ ସାଧାରଣ ମଧ୍ୟରେ ଆଶା ପ୍ରକାଶ ପାଇଛି ।

More news from ଓଡ଼ିଶା and nearby areas
  • ରଜାମରା କୀର୍ତ୍ତନ ମଣ୍ଡଳୀ, ଶ୍ରୀ, ଗୁରୁ ମନୋଜ ପାଣ୍ଡତ୍ଥ
    1
    ରଜାମରା କୀର୍ତ୍ତନ ମଣ୍ଡଳୀ, ଶ୍ରୀ, ଗୁରୁ  ମନୋଜ ପାଣ୍ଡତ୍ଥ
    user_ରଜାମରା କୀର୍ତ୍ତନ ମଣ୍ଡଳୀ
    ରଜାମରା କୀର୍ତ୍ତନ ମଣ୍ଡଳୀ
    କଣ୍ଟାବାଞ୍ଜି, ବଲାଙ୍ଗୀର, ଓଡ଼ିଶା•
    23 hrs ago
  • ତା. 15/04/2026 ରିଖ ଇଣ୍ଡୋ-ନରୱ୍ବେ ଟିମ ର ପ୍ରତିନିଧି ମାନେ ଆଜି ପୁରୀ ଜିଲ୍ଲା ଗସ୍ତ କରିବା ସହ ବିଭିନ୍ନ ପ୍ରକଳ୍ପକୁ ପରିଦର୍ଶନ କରିଛନ୍ତି।ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଜ୍ଞାନ ଓ ବୈଷୟିକ ଜ୍ଞାନ ଚିତ୍ରା ଅରୁମୁଗମ ଙ୍କ ନେତୃତ୍ୱରେ ଆସିଥିବା ଏହି ଟିମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ତଥା ନୋଡାଲ ଅଫିସର ଶରତ ଚନ୍ଦ୍ର ବେହେରା ସମସ୍ତଙ୍କୁ ସ୍ବାଗତ କରିଥିଲେ।ଇଣ୍ଡୋ-ନରୱ୍ବେ ସହଯୋଗିତା ରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ କୁ ଟିମର ପ୍ରତିନିଧି ମାନେ ଅନୁଧ୍ୟାନ କରିବା ସହ ଦାୟିତ୍ୱ ରେ ଥିବା ଅଧିକାରୀ କର୍ମଚାରୀ ମାନଙ୍କ ସହ ବାର୍ତ୍ତାଳାପ କରିଥିଲେ।ପ୍ରଥମେ ନୂଆନଈ ବାଲୁଖଣ୍ଡ ଠାରେ ସି ମାଉଥ ସ୍ଥାନରେ ପହଞ୍ଚି ମୃତ୍ତିକା କ୍ଷୟ ରୋକିବା ଓ ଜଳର ତାପମାତ୍ରା ନିୟନ୍ତ୍ରଣ କରିବା ପ୍ରକଳ୍ପ ଯାହାକି ଏକ କେଶ ଷ୍ଟଡି କୁ ନିରୀକ୍ଷଣ କରିବା ପରେ ଇକୋ ରିଟ୍ରିଟ ପରିଦର୍ଶନ କରିଥିଲେ।ପରେ ଚନ୍ଦ୍ରଭାଗା ଏଫଏଲସି ବା ମତ୍ସ୍ୟ ଅବତରଣ କେନ୍ଦ୍ର କୁ ଅନୁଧ୍ୟାନ କରିବା ସହ ଚିଙ୍ଗୁଡ଼ି ଜାଆଁଳ ହାଚେରୀ ସମ୍ପର୍କରେ ପଚାରି ବୁଝିଥିଲେ।ପରେ ପରେ କୋଣାର୍କ ମନ୍ଦିର ପରିଦର୍ଶନ କରିଥିଲେ।ଏହି ଗସ୍ତ ସମୟରେ ନରୱ୍ବେ ପ୍ରତିନିଧି ମଣ୍ଡଳ,ବିଜ୍ଞାନ ଓ ବୈଷୟିକ ଅତିରିକ୍ତ ସଚିବ ପୂଜା ମିଶ୍ର,ଉପ ନିର୍ଦ୍ଦେଶକ ଡଃ ଏଚ କେ ଦାସ, ଏସିଏଫ ଅଶୋକ କୁମାର ବେହେରା, ଜଳସେଚନ ଅଧିକ୍ଷଣ ଯନ୍ତ୍ରୀ ଅମୀୟ ସେଠ୍ , ସହକାରୀ ନିର୍ଦ୍ଦେଶକ ପର୍ଯ୍ୟଟନ ସରୋଜ କାନ୍ତ ପ୍ରଧାନ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଅଜୟ କୁମାର ବସ୍ତିଆ, ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା, ଭୁବନେଶ୍ୱର।
    1
    ତା. 15/04/2026 ରିଖ ଇଣ୍ଡୋ-ନରୱ୍ବେ ଟିମ ର ପ୍ରତିନିଧି ମାନେ ଆଜି ପୁରୀ ଜିଲ୍ଲା ଗସ୍ତ କରିବା ସହ ବିଭିନ୍ନ ପ୍ରକଳ୍ପକୁ ପରିଦର୍ଶନ କରିଛନ୍ତି।ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଜ୍ଞାନ ଓ ବୈଷୟିକ ଜ୍ଞାନ ଚିତ୍ରା ଅରୁମୁଗମ ଙ୍କ ନେତୃତ୍ୱରେ ଆସିଥିବା ଏହି ଟିମକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ତଥା ନୋଡାଲ ଅଫିସର ଶରତ ଚନ୍ଦ୍ର ବେହେରା ସମସ୍ତଙ୍କୁ ସ୍ବାଗତ କରିଥିଲେ।ଇଣ୍ଡୋ-ନରୱ୍ବେ ସହଯୋଗିତା ରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ କୁ ଟିମର ପ୍ରତିନିଧି ମାନେ ଅନୁଧ୍ୟାନ କରିବା ସହ ଦାୟିତ୍ୱ ରେ ଥିବା ଅଧିକାରୀ କର୍ମଚାରୀ ମାନଙ୍କ ସହ ବାର୍ତ୍ତାଳାପ କରିଥିଲେ।ପ୍ରଥମେ ନୂଆନଈ ବାଲୁଖଣ୍ଡ ଠାରେ ସି ମାଉଥ ସ୍ଥାନରେ ପହଞ୍ଚି ମୃତ୍ତିକା କ୍ଷୟ ରୋକିବା ଓ ଜଳର ତାପମାତ୍ରା ନିୟନ୍ତ୍ରଣ କରିବା ପ୍ରକଳ୍ପ ଯାହାକି ଏକ କେଶ ଷ୍ଟଡି କୁ ନିରୀକ୍ଷଣ କରିବା ପରେ ଇକୋ ରିଟ୍ରିଟ ପରିଦର୍ଶନ କରିଥିଲେ।ପରେ ଚନ୍ଦ୍ରଭାଗା ଏଫଏଲସି ବା ମତ୍ସ୍ୟ ଅବତରଣ କେନ୍ଦ୍ର କୁ ଅନୁଧ୍ୟାନ କରିବା ସହ ଚିଙ୍ଗୁଡ଼ି ଜାଆଁଳ ହାଚେରୀ ସମ୍ପର୍କରେ ପଚାରି ବୁଝିଥିଲେ।ପରେ ପରେ କୋଣାର୍କ ମନ୍ଦିର ପରିଦର୍ଶନ କରିଥିଲେ।ଏହି ଗସ୍ତ ସମୟରେ ନରୱ୍ବେ ପ୍ରତିନିଧି ମଣ୍ଡଳ,ବିଜ୍ଞାନ ଓ ବୈଷୟିକ ଅତିରିକ୍ତ ସଚିବ ପୂଜା ମିଶ୍ର,ଉପ ନିର୍ଦ୍ଦେଶକ  ଡଃ ଏଚ କେ ଦାସ, ଏସିଏଫ ଅଶୋକ କୁମାର ବେହେରା, ଜଳସେଚନ ଅଧିକ୍ଷଣ ଯନ୍ତ୍ରୀ ଅମୀୟ ସେଠ୍ , ସହକାରୀ ନିର୍ଦ୍ଦେଶକ ପର୍ଯ୍ୟଟନ ସରୋଜ କାନ୍ତ ପ୍ରଧାନ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଅଜୟ କୁମାର ବସ୍ତିଆ, ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା, ଭୁବନେଶ୍ୱର।
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    20 hrs ago
  • Post by Ansubhai Pandey
    1
    Post by Ansubhai Pandey
    user_Ansubhai Pandey
    Ansubhai Pandey
    ମୋହନା, ଗଜପତି, ଓଡ଼ିଶା•
    3 hrs ago
  • ବେଳପଡା ଠାରେ ନୂତନ କରି ନିର୍ମାଣ ହୋଇଥିବା ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି କୁ ଉଦଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।
    1
    ବେଳପଡା ଠାରେ ନୂତନ କରି ନିର୍ମାଣ ହୋଇଥିବା ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି କୁ ଉଦଘାଟନ କଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।
    user_BHOJARAJ DANDASENA
    BHOJARAJ DANDASENA
    Journalist ବେଲପରା, ବଲାଙ୍ଗୀର, ଓଡ଼ିଶା•
    3 hrs ago
  • ତରବରିଆ ଭାବେ ଟିଟିଲାଗଡ ଜିଲ୍ଲା ସ୍ତରୀୟ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇ ଥିବା ପ୍ରକ୍ରିୟା ନେଇ କେବଳ ରୋଗୀ କଲ୍ୟାଣ ସମିତି ପକ୍ଷରୁ ବୈଠକ ପରେ ସ୍ଥାନାନ୍ତରିତ ନେଇ ତୀବ୍ରପ୍ରତିକ୍ରିୟା ପ୍ରକାଶ ପାଇଛି। ସର୍ବ ଦଳୀୟ ବୈଠକ ଅନୁଷ୍ଠିତ ନ କରି ତରବରିଆ ଭାବେ ସ୍ଥାନାନ୍ତରିତ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ସହର ଦୂର, ଦୂରାନ୍ତ ରୁ ଲୋକେ ଟିଟିଲାଗଡ ଟ୍ରେନ,ବସ ଆଦିରେ ଆସିବା ଓ ସହର ବାହାର ମାତୃ ଶିଶୁ ଡାକ୍ତରଖାନା ପରିସରରେ ବ୍ୟବସ୍ଥା କରା ଯାଉ ଥିବା ଚିକିତ୍ସାଳୟ ପହଞ୍ଚିବା ନେଇ ଯାତା ୟାତ ରେ ଗୁରୁତର ସମସ୍ୟା ରହିଛି । ଏ ନେଇ ବିଗତ ସର୍ବ ଦଳୀୟ ବୈଠକ ରେ ବଲାଙ୍ଗୀର ଭଳି ଜିଲ୍ଲା ଡାକ୍ତରଖାନାରେ ଅଧିକ୍ ପଦବୀ ପୂରଣ ସହ କାର୍ଯ୍ୟକାରିତା ସହ ଉକ୍ତ ଡ଼ାକ୍ତରଖାନାକୁ ମଧ୍ୟ କାର୍ଯ୍ୟକାରିତା କରାଯିବା ଦାବୀ ଉପ ସ୍ଥାପନ କରାଯାଇଥିଲା । ସାଧାରଣ ଓ ପଡୋଶୀ ରାଜ୍ୟ ର ରୋଗୀ ଚିକିତ୍ସା ଅଭାବରୁ ଦୁର୍ଦ୍ଦଶା ଭୋଗିବା ସାର ହୋଇଛି ଏଣୁ ଉଭୟ କାର୍ଯ୍ୟକାରୀ କରାଯିବା ବିଭିନ୍ନ ମହଲ ରେ ତୀବ୍ର ଦାବୀ ହୋଇଛି।
    4
    ତରବରିଆ ଭାବେ ଟିଟିଲାଗଡ ଜିଲ୍ଲା ସ୍ତରୀୟ ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇ ଥିବା ପ୍ରକ୍ରିୟା ନେଇ କେବଳ ରୋଗୀ କଲ୍ୟାଣ ସମିତି ପକ୍ଷରୁ ବୈଠକ ପରେ ସ୍ଥାନାନ୍ତରିତ  ନେଇ ତୀବ୍ରପ୍ରତିକ୍ରିୟା ପ୍ରକାଶ ପାଇଛି।
ସର୍ବ ଦଳୀୟ ବୈଠକ ଅନୁଷ୍ଠିତ ନ କରି ତରବରିଆ ଭାବେ ସ୍ଥାନାନ୍ତରିତ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ସହର ଦୂର, ଦୂରାନ୍ତ ରୁ ଲୋକେ ଟିଟିଲାଗଡ ଟ୍ରେନ,ବସ ଆଦିରେ ଆସିବା ଓ ସହର ବାହାର ମାତୃ ଶିଶୁ ଡାକ୍ତରଖାନା ପରିସରରେ ବ୍ୟବସ୍ଥା କରା ଯାଉ ଥିବା ଚିକିତ୍ସାଳୟ ପହଞ୍ଚିବା ନେଇ ଯାତା ୟାତ ରେ ଗୁରୁତର ସମସ୍ୟା ରହିଛି ।
ଏ ନେଇ ବିଗତ ସର୍ବ ଦଳୀୟ ବୈଠକ ରେ ବଲାଙ୍ଗୀର ଭଳି ଜିଲ୍ଲା ଡାକ୍ତରଖାନାରେ ଅଧିକ୍ ପଦବୀ ପୂରଣ ସହ କାର୍ଯ୍ୟକାରିତା ସହ ଉକ୍ତ ଡ଼ାକ୍ତରଖାନାକୁ ମଧ୍ୟ କାର୍ଯ୍ୟକାରିତା କରାଯିବା ଦାବୀ ଉପ ସ୍ଥାପନ କରାଯାଇଥିଲା । ସାଧାରଣ ଓ ପଡୋଶୀ ରାଜ୍ୟ ର ରୋଗୀ ଚିକିତ୍ସା ଅଭାବରୁ ଦୁର୍ଦ୍ଦଶା ଭୋଗିବା ସାର ହୋଇଛି ଏଣୁ ଉଭୟ କାର୍ଯ୍ୟକାରୀ କରାଯିବା ବିଭିନ୍ନ ମହଲ ରେ ତୀବ୍ର ଦାବୀ ହୋଇଛି।
    user_Santosh Nayak PRESS
    Santosh Nayak PRESS
    Local News Reporter ବଲାଙ୍ଗୀର, ବଲାଙ୍ଗୀର, ଓଡ଼ିଶା•
    12 hrs ago
  • Post by Ganjam Khabar
    1
    Post by Ganjam Khabar
    user_Ganjam Khabar
    Ganjam Khabar
    Brahmapur (M.Corp.), Ganjam•
    3 hrs ago
  • ତିଜିମାଳି ର ଦେଖନ୍ତୁ 🙏🙏🙏
    1
    ତିଜିମାଳି ର ଦେଖନ୍ତୁ 🙏🙏🙏
    user_Baleswar Naik
    Baleswar Naik
    Thuamul Rampur, Kalahandi•
    15 hrs ago
  • ତା.15/04/2026 ରିଖ ମହାପ୍ରଭୁଙ୍କ ଚଳିତ ବର୍ଷ ର ଚନ୍ଦନ ଯାତ୍ରା କୁ ପରମ୍ପରା ଅନୁଯାୟୀ ଓ ଶୃଙ୍ଖଳିତ ଭାବେ ସମ୍ପର୍ଣ୍ଣ ପାଇଁ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ପରାମର୍ଶ ଦେଇଛନ୍ତି।ଆଜି ଅପରାହ୍ନ ରେ ଜିଲ୍ଲାପାଳ ନରେନ୍ଦ୍ର ପୁଷ୍କରିଣୀ ର ଚନ୍ଦନ ଚକଡା ଓ ମହାପ୍ରଭୁଙ୍କ ଚାପ ସ୍ଥଳକୁ ଜିଲ୍ଲାପାଳ ପରିଦର୍ଶନ କରିଥିଲେ।ଚନ୍ଦନ ଯାତ୍ରା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ଗାଡି ଚଳାଚଳ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା,ଭିଡ ନିୟନ୍ତ୍ରଣ, ଆଲୋକ ବ୍ୟବସ୍ଥା, ସ୍ବଛତା ଓ ପରିଷ୍କାର ପରିଛନ୍ନତା,ସୂଚନା କେନ୍ଦ୍ର ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟବସ୍ଥା,ସ୍ବାସ୍ଥ୍ୟ ବ୍ୟବସ୍ଥା ଇତ୍ୟାଦି ର ସୁବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହି କ୍ଷେତ୍ର ପରିଦର୍ଶନ ରେ ଜିଲ୍ଲା ପରିଷଦର ଉନ୍ନୟନ ଅଧିକାରୀ ତଥା ମୁନିସିପାଲ କର୍ପୋରେସନ ର କମିଶନର ଅରୁଗୁଳା ସ୍ନେହା,ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ,ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ସିଟି ଡିଏସପି ରଶ୍ମିରଞ୍ଜନ ମହାପାତ୍ର ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା, ଭୁବନେଶ୍ୱର
    1
    ତା.15/04/2026 ରିଖ ମହାପ୍ରଭୁଙ୍କ ଚଳିତ ବର୍ଷ ର ଚନ୍ଦନ ଯାତ୍ରା କୁ ପରମ୍ପରା ଅନୁଯାୟୀ ଓ ଶୃଙ୍ଖଳିତ ଭାବେ ସମ୍ପର୍ଣ୍ଣ ପାଇଁ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ପରାମର୍ଶ ଦେଇଛନ୍ତି।ଆଜି ଅପରାହ୍ନ ରେ ଜିଲ୍ଲାପାଳ ନରେନ୍ଦ୍ର ପୁଷ୍କରିଣୀ ର ଚନ୍ଦନ ଚକଡା ଓ ମହାପ୍ରଭୁଙ୍କ ଚାପ ସ୍ଥଳକୁ ଜିଲ୍ଲାପାଳ ପରିଦର୍ଶନ କରିଥିଲେ।ଚନ୍ଦନ ଯାତ୍ରା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ଗାଡି ଚଳାଚଳ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା,ଭିଡ ନିୟନ୍ତ୍ରଣ, ଆଲୋକ ବ୍ୟବସ୍ଥା, ସ୍ବଛତା ଓ ପରିଷ୍କାର ପରିଛନ୍ନତା,ସୂଚନା କେନ୍ଦ୍ର ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟବସ୍ଥା,ସ୍ବାସ୍ଥ୍ୟ ବ୍ୟବସ୍ଥା ଇତ୍ୟାଦି ର ସୁବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହି କ୍ଷେତ୍ର ପରିଦର୍ଶନ ରେ ଜିଲ୍ଲା ପରିଷଦର ଉନ୍ନୟନ ଅଧିକାରୀ ତଥା ମୁନିସିପାଲ କର୍ପୋରେସନ ର କମିଶନର ଅରୁଗୁଳା ସ୍ନେହା,ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ,ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ସିଟି ଡିଏସପି ରଶ୍ମିରଞ୍ଜନ ମହାପାତ୍ର ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।
ପୁରୀ ରୁ ଵି ଇ ରୋ ରିପୋର୍ଟ କଳିଙ୍ଗ ସମ୍ବାଦ ଲାଇଭ ଓଡିଶା, ଭୁବନେଶ୍ୱର
    user_OWNER-EDITOR
    OWNER-EDITOR
    Association or organisation ତୁମୁଡ଼ିବନ୍ଧ, କନ୍ଧମାଳ, ଓଡ଼ିଶା•
    23 hrs ago
  • Post by PABITRA BARIHA
    1
    Post by PABITRA BARIHA
    user_PABITRA BARIHA
    PABITRA BARIHA
    ସୋନପୁର, ସୋନପୁର, ଓଡ଼ିଶା•
    29 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.