logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

ପାଣି ପଂଚାୟତ ସଚେତନତା ରଥର ଶୁଭାରମ୍ଭ । ରାଜ୍ୟ-ବ୍ୟାପି ପାଣି ପଞ୍ଚାୟତ ପକ୍ଷ-୨୦୨୬ ଜାନୁଆରୀ ୬ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଉଛି । ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲା ଜଳସମ୍ପଦ ବିଭାଗ ପକ୍ଷରୁ ଆୟୋଜିତ ଏକ ସଚେତନତା ରଥକୁ ଜିଲ୍ଲାପାଳ ରଘୁରାମ ଆର. ଆୟର ଆଜି ପୂର୍ବାହ୍ନ ୧୦.୩୦ ମିନିଟ ସମୟରେ ଶୁଭ ଉଦଘାଟନ କରିଛନ୍ତି । ଉକ୍ତ ସଚେତନତା ରଥ ଜିଲ୍ଲାର ସମସ୍ତ ବ୍ଲକ ମୁଖ୍ୟାଳୟ, ପ୍ରମୁଖ ସେଚ ଅଞ୍ଚଳ ମାର୍ଗ ଦେଇ ପାଣି ପଞ୍ଚାୟତର ସଫଳତା ତଥା କାର୍ଯ୍ୟକାରିତା ସମ୍ପର୍କରେ ସଚେତନତା ବାର୍ତ୍ତା ବଣ୍ଟନ କରିବ । "ପାଣି ପଞ୍ଚାୟତ-ଚାଷୀ ଓ ଚାଷର ହିତେ ସର୍ବଦା ଜାଗ୍ରତ" ସ୍ଲୋଗାନର ବାର୍ତ୍ତା ଜନସାଧାରଣଙ୍କ ମଧ୍ୟରେ ବାଣ୍ଟିବ । ମହିଳାମାନଙ୍କର ପାଣି ପଞ୍ଚାୟତରେ ସଂପୃକ୍ତି ଓ ସମାନତାର ଅଧିକାର ବାର୍ତ୍ତା ମଧ୍ୟ ଲୋକମାନଙ୍କ ନିକଟରେ ପହଞ୍ଚାଇବ । ପାଣି ପଞ୍ଚାୟତମାନଙ୍କ ଦକ୍ଷତା ବିକାଶ, ନିରନ୍ତର ଜଳସେଚନ ଓ ଜଳବାୟୁ ସହନଶୀଳ କୃଷି ମାଧ୍ୟମରେ କୃଷକମାନେ ସଶକ୍ତି ହେବା ସହ ନିଜର ରୋଜଗାରକୁ ବୃଦ୍ଧି କରିପାରିବେ ବୋଲି ଜିଲ୍ଲାପାଳ ମତ ରଖିଥିଲେ । ପାଣି ପଞ୍ଚାୟତର ପ୍ରତ୍ୟେକ ସଦସ୍ୟଙ୍କ ଭାଗିଦାରୀ ଓ ସମନ୍ୱୟ ବିନା ପାଣି ପଞ୍ଚାୟତର ସଫଳ କାର୍ଯ୍ୟାନ୍ୱୟନ ସମ୍ଭବ ନୁହେଁ ବୋଲି ମଧ୍ୟ ସେ ମତବ୍ୟକ୍ତ କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଶୁଭ ଉଦଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ଜଳସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଉମେଶ ଚନ୍ଦ୍ର ସେଠୀ, ଉଠା ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ସ୍ୱାଇଁ, ଜଳସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀ ଓ ସମସ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ଜିଲ୍ଲା ଶିକ୍ଷା ଅଧିକାରୀ ପବିତ୍ର ମୋହନ ବାରିକ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିୟାରସିଂହ ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

1 day ago
user_Prafulla Kumar Malla
Prafulla Kumar Malla
Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•

More news from ଓଡ଼ିଶା and nearby areas
  • ଶିଲୁପୁର ଅଣ୍ଡର ବାଇପାସ ବିବାଦ ଘଟଣା ରେ ଆନ୍ଦୋଳନ କ୍ୟା ଓଲ୍ଲାହିଁଲେ ଛାତ୍ରଛାତ୍ରୀ..!
    1
    ଶିଲୁପୁର ଅଣ୍ଡର ବାଇପାସ ବିବାଦ ଘଟଣା ରେ ଆନ୍ଦୋଳନ କ୍ୟା ଓଲ୍ଲାହିଁଲେ ଛାତ୍ରଛାତ୍ରୀ..!
    user_Sarbeswar malik
    Sarbeswar malik
    Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    18 min ago
  • ଘୁସୁରିଆମାଳ ଠାରେ ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା ,ପ୍ରତିକ୍ରିୟା ରଖିଲେ ପ୍ରେମିକା
    1
    ଘୁସୁରିଆମାଳ ଠାରେ ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା ,ପ୍ରତିକ୍ରିୟା ରଖିଲେ ପ୍ରେମିକା
    user_Prafulla Kumar Malla
    Prafulla Kumar Malla
    Local News Reporter କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    19 hrs ago
  • घर में वज़न घटाने के लिए एक्सरसाइज कर रहे एक शख़्स का वीडियो सोशल मीडिया पर तेज़ी से वायरल हो रहा है। शुरुआत में वीडियो मज़ेदार लगता है, लेकिन अचानक फर्श टूटने से वह व्यक्ति नीचे वाली मंज़िल में गिर जाता है। यह हादसा देखते ही लोगों की हँसी चिंता में बदल गई। वीडियो फिटनेस के साथ-साथ घर की सुरक्षा को लेकर भी चेतावनी देता है। #WeightLossGoneWrong #ViralVideo #WorkoutFail #FitnessReality #ExerciseFail #ShockingVideo #TrendingReels #GymAtHome #RealityCheck
    1
    घर में वज़न घटाने के लिए एक्सरसाइज कर रहे एक शख़्स का वीडियो सोशल मीडिया पर तेज़ी से वायरल हो रहा है। शुरुआत में वीडियो मज़ेदार लगता है, लेकिन अचानक फर्श टूटने से वह व्यक्ति नीचे वाली मंज़िल में गिर जाता है। यह हादसा देखते ही लोगों की हँसी चिंता में बदल गई। वीडियो फिटनेस के साथ-साथ घर की सुरक्षा को लेकर भी चेतावनी देता है।
#WeightLossGoneWrong #ViralVideo #WorkoutFail #FitnessReality #ExerciseFail #ShockingVideo #TrendingReels #GymAtHome #RealityCheck
    user_द संक्षेप
    द संक्षेप
    Media company Bari - Ramachandrapur, Jajapur•
    15 hrs ago
  • କୋର୍ଟ ଭିତରେ ବୋମା ଧମକ କିଏ କାହିଁକି ଦେଇଛି ତାହା ଏବେ ସନ୍ଦେହ ରେ ବମ୍ବ ନିଷ୍କ୍ରିୟ ଟିମ୍ ଏବେ କୋର୍ଟ ପରିସରରେ
    1
    କୋର୍ଟ ଭିତରେ ବୋମା  ଧମକ କିଏ କାହିଁକି ଦେଇଛି ତାହା ଏବେ ସନ୍ଦେହ ରେ ବମ୍ବ ନିଷ୍କ୍ରିୟ ଟିମ୍ ଏବେ କୋର୍ଟ ପରିସରରେ
    user_Bharat ମାତା
    Bharat ମାତା
    Samaj Sevak Jagatsinghapur, Odisha•
    51 min ago
  • ଧାନ ବିକିଵା ପାଇଁ ଚାଷୀଙ୍କୁ ଆନ୍ଦୋଳନ କରିବାକୁ ପଡୁଛି:ଶେଷଦେବ ନନ୍ଦ
    1
    ଧାନ ବିକିଵା ପାଇଁ ଚାଷୀଙ୍କୁ ଆନ୍ଦୋଳନ କରିବାକୁ ପଡୁଛି:ଶେଷଦେବ ନନ୍ଦ
    user_NEWS  MANORANJAN
    NEWS MANORANJAN
    ଭୁବନେଶ୍ୱର, ଖୋର୍ଦ୍ଧା, ଓଡ଼ିଶା•
    16 hrs ago
  • Flat for sale infront of the AIIMS
    1
    Flat for sale infront of the AIIMS
    user_DAILYNEWS ALERT
    DAILYNEWS ALERT
    Bhubaneswar (M.Corp.), Khordha•
    20 hrs ago
  • ଜାତୀୟ ରାଜପଥ ଶିଳିପୁର ଛକ ଠାରେ ୪ ଦିନ ଧରି ଆମରଣ ଅନଶନରେ ବସିଥିବା ପଞ୍ଚାୟତବାସି ଆଜି ସକାଳୁ ଜାତୀୟ ରାଜପଥ ବନ୍ଦ କରିବା ସହିତ ଏଥିରେ ଛାତ୍ର ଛାତ୍ରୀ ଓ ମହିଳା ମାନେ ମଧ୍ୟ ରାଜରାସ୍ତାକୁ ଓହ୍ଲାଉଛନ୍ତି..!
    1
    ଜାତୀୟ ରାଜପଥ ଶିଳିପୁର ଛକ ଠାରେ ୪ ଦିନ ଧରି ଆମରଣ ଅନଶନରେ ବସିଥିବା ପଞ୍ଚାୟତବାସି  ଆଜି ସକାଳୁ ଜାତୀୟ ରାଜପଥ ବନ୍ଦ କରିବା ସହିତ ଏଥିରେ ଛାତ୍ର ଛାତ୍ରୀ ଓ ମହିଳା ମାନେ ମଧ୍ୟ ରାଜରାସ୍ତାକୁ ଓହ୍ଲାଉଛନ୍ତି..!
    user_Sarbeswar malik
    Sarbeswar malik
    Press କେନ୍ଦ୍ରାପଡା, କେନ୍ଦ୍ରାପଡ଼ା, ଓଡ଼ିଶା•
    29 min ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.