logo
Shuru
Apke Nagar Ki App…
  • Latest News
  • News
  • Politics
  • Elections
  • Viral
  • Astrology
  • Horoscope in Hindi
  • Horoscope in English
  • Latest Political News
logo
Shuru
Apke Nagar Ki App…

Available for Rent Brand : Maruti Eeco Rent : ₹12/km, ₹1,200/day (8 hours), ₹100/hour City / Locality : Sambalpur Vehicle Type : Car Seating Capacity : 7 Seater local and all odisha only

5 hrs ago
user_Trilochan Behera
Trilochan Behera
ଧନୁପାଲି, ସମ୍ବଲପୁର, ଓଡ଼ିଶା•
5 hrs ago

Available for Rent Brand : Maruti Eeco Rent : ₹12/km, ₹1,200/day (8 hours), ₹100/hour City / Locality : Sambalpur Vehicle Type : Car Seating Capacity : 7 Seater local and all odisha only

More news from Sambalpur and nearby areas
  • ବିହାରର ନାଥନଗର ଅନ୍ତର୍ଗତ ଗୋଲଦାରପଟ୍ଟୀ ଷ୍ଟେସନ ରୋଡରେ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏକ ଟ୍ରକ ଉପରିସ୍ଥ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ପରେ ହଠାତ୍ ନିଆଁ ଲାଗିଯାଇଥିଲା। ଏହି ଘଟଣା ପରେ ଘଟଣାସ୍ଥଳରେ ତୁରନ୍ତ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା। ଟ୍ରକର ଚାଳକ ବୁଝିବିଚାରି ସମୟ ପୂର୍ବରୁ ଟ୍ରକରୁ ବାହାରି ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ, ଯାହା ଫଳରେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଘଟଣା ବିଷୟରେ ଜାଣିବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣାରେ କେହି ମୃତାହତ ହୋଇଥିବା ଖବର ନାହିଁ। ଘଟଣାର କାରଣ ତଦନ୍ତ ଚାଲିଛି।
    1
    ବିହାରର ନାଥନଗର ଅନ୍ତର୍ଗତ ଗୋଲଦାରପଟ୍ଟୀ ଷ୍ଟେସନ ରୋଡରେ ଏକ ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଏକ ଟ୍ରକ ଉପରିସ୍ଥ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ପରେ ହଠାତ୍ ନିଆଁ ଲାଗିଯାଇଥିଲା। ଏହି ଘଟଣା ପରେ ଘଟଣାସ୍ଥଳରେ ତୁରନ୍ତ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା।

ଟ୍ରକର ଚାଳକ ବୁଝିବିଚାରି ସମୟ ପୂର୍ବରୁ ଟ୍ରକରୁ ବାହାରି ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ, ଯାହା ଫଳରେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଘଟଣା ବିଷୟରେ ଜାଣିବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଘଟଣାରେ କେହି ମୃତାହତ ହୋଇଥିବା ଖବର ନାହିଁ। ଘଟଣାର କାରଣ ତଦନ୍ତ ଚାଲିଛି।
    user_Anuj Shrma
    Anuj Shrma
    Voice of people Ainthapali, Sambalpur•
    3 hrs ago
  • ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ବରଗଡ଼ ଜିଲ୍ଲା ବରପାଲି ବ୍ଲକରେ ଏକ ପଞ୍ଚାୟତ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସରକାରଙ୍କ ପ୍ରମୁଖ ଜନକଲ୍ୟାଣମୂଳକ ଯୋଜନା, ବିକାଶମୂଳକ ପଦକ୍ଷେପ ଏବଂ ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ବରପାଲି ବିଡିଓ ସୁମନ୍ତ କୁମ୍ଭାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ପଞ୍ଚାୟତ ସ୍ତରରେ ବାର୍ଦ୍ଧକ୍ୟ ଭତ୍ତା, ରାସନ କାର୍ଡ, କୃଷି, ପଶୁପାଳନ, ମହିଳା ସଶକ୍ତିକରଣ, ସାମାଜିକ ସୁରକ୍ଷା ଓ ଭିତ୍ତିଭୂମି ବିକାଶ, ଗ୍ରାମ୍ୟ ବିକାଶ, ସ୍ୱାସ୍ଥ୍ୟ ଏବଂ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ବିଭିନ୍ନ ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବରପାଲି ବ୍ଲକର ବିଭିନ୍ନ ପଞ୍ଚାୟତରୁ ବହୁ ସଂଖ୍ୟାରେ ମହିଳାମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଓ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ ହେବାର ସୁଯୋଗ ପାଇଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ରୀନା ଥଇତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟା ସଂଯୁକ୍ତା ସାହୁ, ବରପାଲି ବ୍ଲକ ସାଂସଦ ପ୍ରତିନିଧି ଅଚ୍ୟୁତାନନ୍ଦ ବାରିକ, ବିଧାୟକ ପ୍ରତିନିଧି ଧିରୋଜ ପଧାନ ଏବଂ ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ସୁରେନ୍ଦ୍ର ପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭେଟେରିନାରୀ ଡ. ଜ୍ୟୋତିପ୍ରକାଶ ପଧାନ, ବ୍ଲକ କୃଷି ଅଧିକାରୀ ଦିଲୀପ କୁମାର ମାଝି, ଶିକ୍ଷା ଅଧିକାରୀ ମୁକୁନ୍ଦ ମାହାର, ଯୋଗାଣ ଅଧିକାରୀ ମନିକା ମିଶ୍ର, ସମାଜ ମଙ୍ଗଳ ଅଧିକାରୀ ବର୍ଷା ରାଣୀ ମେହେର ଏବଂ ସିଡିପିଓ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମଟିକୁ ଅଜିତ କୁମାର ପାଣିଗ୍ରାହୀ ପରିଚାଳନା କରିଥିଲେ।
    3
    ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ବରଗଡ଼ ଜିଲ୍ଲା ବରପାଲି ବ୍ଲକରେ ଏକ ପଞ୍ଚାୟତ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସରକାରଙ୍କ ପ୍ରମୁଖ ଜନକଲ୍ୟାଣମୂଳକ ଯୋଜନା, ବିକାଶମୂଳକ ପଦକ୍ଷେପ ଏବଂ ଉଲ୍ଲେଖନୀୟ ସଫଳତା ସମ୍ପର୍କରେ ଆଲୋଚନା କରାଯାଇଥିଲା।

ବରପାଲି ବିଡିଓ ସୁମନ୍ତ କୁମ୍ଭାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ପଞ୍ଚାୟତ ସ୍ତରରେ ବାର୍ଦ୍ଧକ୍ୟ ଭତ୍ତା, ରାସନ କାର୍ଡ, କୃଷି, ପଶୁପାଳନ, ମହିଳା ସଶକ୍ତିକରଣ, ସାମାଜିକ ସୁରକ୍ଷା ଓ ଭିତ୍ତିଭୂମି ବିକାଶ, ଗ୍ରାମ୍ୟ ବିକାଶ, ସ୍ୱାସ୍ଥ୍ୟ ଏବଂ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ବିଭିନ୍ନ ବିଷୟ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବରପାଲି ବ୍ଲକର ବିଭିନ୍ନ ପଞ୍ଚାୟତରୁ ବହୁ ସଂଖ୍ୟାରେ ମହିଳାମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଓ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ ହେବାର ସୁଯୋଗ ପାଇଥିଲେ।

ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ରୀନା ଥଇତ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟା ସଂଯୁକ୍ତା ସାହୁ, ବରପାଲି ବ୍ଲକ ସାଂସଦ ପ୍ରତିନିଧି ଅଚ୍ୟୁତାନନ୍ଦ ବାରିକ, ବିଧାୟକ ପ୍ରତିନିଧି ଧିରୋଜ ପଧାନ ଏବଂ ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ସୁରେନ୍ଦ୍ର ପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭେଟେରିନାରୀ ଡ. ଜ୍ୟୋତିପ୍ରକାଶ ପଧାନ, ବ୍ଲକ କୃଷି ଅଧିକାରୀ ଦିଲୀପ କୁମାର ମାଝି, ଶିକ୍ଷା ଅଧିକାରୀ ମୁକୁନ୍ଦ ମାହାର, ଯୋଗାଣ ଅଧିକାରୀ ମନିକା ମିଶ୍ର, ସମାଜ ମଙ୍ଗଳ ଅଧିକାରୀ ବର୍ଷା ରାଣୀ ମେହେର ଏବଂ ସିଡିପିଓ ମଧ୍ୟ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମଟିକୁ ଅଜିତ କୁମାର ପାଣିଗ୍ରାହୀ ପରିଚାଳନା କରିଥିଲେ।
    user_PNC MEDIA
    PNC MEDIA
    ବରଗଡ଼, ବରଗଡ଼, ଓଡ଼ିଶା•
    36 min ago
  • ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକର କୁଶ୍ରାଲୋଇ ପଞ୍ଚାୟତରେ ଏକ କୋଲ ଗ୍ୟାସିଫିକେସନ ଏମୋନିୟମ ନାଇଟ୍ରେଟ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିବା ବେଳେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଭାରତ କୋଲ ଗ୍ୟାସିଫିକେସନ ଆଣ୍ଡ କେମିକାଲ୍ସ ଲିମିଟେଡ଼ (BCGCL) ପକ୍ଷରୁ ୨୫ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବିନିଯୋଗରେ ଏହି ପ୍ରକଳ୍ପ ନିର୍ମାଣ ହେବ। ଶିଳାନ୍ୟାସ ସ୍ଥଳରେ କେନ୍ଦ୍ର କୋଇଲା ମନ୍ତ୍ରୀ ଜି କିସନ ରେଡ୍ଡୀ, ରାଜ୍ୟ ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଅତିରିକ୍ତ କୋଇଲା ସଚିବ ସରୋଜ କୁମାର ଶାହା, BCGCL ର ଚେୟାରମ୍ୟାନ ଆସିଷ କୁମାର, MCL ସିଏମଡି ଅନନ୍ତ ଉଦୟ କାଉଲେ, ଉତ୍ତରାଞ୍ଚଳ ଆଇଜି, ଝାରସୁଗୁଡ଼ା ଜିଲ୍ଲାପାଳ ଏବଂ ଝାରସୁଗୁଡ଼ା ଏସପି ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରକଳ୍ପ ପ୍ରାୟ ୩୫୦ ଏକର ଜମିରେ ନିର୍ମାଣ କରାଯିବ ଏବଂ ଏହା ଦ୍ୱାରା ୪ ରୁ ୫ ହଜାର ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଦେଶର ଊର୍ଜା ସୁରକ୍ଷା ପାଇଁ ଏହି ପ୍ରକଳ୍ପରେ କୋଇଲାରୁ ଆମୋନିୟମ ନାଇଟ୍ରେଟ୍ ଉତ୍ପାଦନ କରାଯିବ। ଏହା ହେଉଛି ଭାରତର ପ୍ରଥମ ବାଣିଜ୍ୟିକ ଭିତ୍ତିକ କୋଇଲାରୁ ଆମୋନିୟମ ନାଇଟ୍ରେଟ୍ ପ୍ରକଳ୍ପ, ଯାହା ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍ (ଭେଲ୍) ଓ କୋଲ୍ ଇଣ୍ଡିଆ ଲିମିଟେଡ୍ (ସିଆଇଏଲ୍)ର ମିଳିତ ଉଦ୍ୟମରେ ଗଠନ କରାଯାଇଥିବା ଯୌଥ ଉଦ୍ୟୋଗ BCGCL ଦ୍ୱାରା ସ୍ଥାପନ କରାଯାଉଛି। ଏହି କାରଖାନାରୁ ଦୈନିକ ୨୦୦୦ ଟନ୍‌ ଆମୋନିୟମ ନାଇଟ୍ରେଟ୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି, ଯେଉଁଥିରେ ଭେଲ୍‌ ଦ୍ୱାରା ବିକଶିତ ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହାର କରାଯିବ। ଗତ ଏପ୍ରିଲ୍‌ ମାସରେ ମହାନଦୀ କୋଲ୍‌ଫିଲ୍ଡସ୍ ଲିମିଟେଡ୍ (MCL) ଓ BCGCL ମଧ୍ୟରେ ଏହି ପ୍ରକଳ୍ପ ପାଇଁ ଜମି ଲିଜ୍ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା। କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରକଳ୍ପ ପାଇଁ ୧୩୫୦ କୋଟି ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି। ଏହି ପ୍ରକଳ୍ପ ଦେଶରେ କୋଲ୍ ଗ୍ୟାସିଫିକେସନ ପ୍ରକଳ୍ପ ପାଇଁ ଏକ ମଡେଲ୍ ଭାବେ କାର୍ଯ୍ୟ କରିବ, ଏବଂ କୋଲ୍ ଗ୍ୟାସିଫିକେସନ କ୍ଷମତା ବଢ଼ିଲେ ଆମ ଦେଶ ପ୍ରାକୃତିକ ଗ୍ୟାସ୍, ମିଥାନଲ, ଆମୋନିଆ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ରାସାୟନିକରେ ଆତ୍ମନିର୍ଭର ହୋଇପାରିବ।।
    1
    ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକର କୁଶ୍ରାଲୋଇ ପଞ୍ଚାୟତରେ ଏକ କୋଲ ଗ୍ୟାସିଫିକେସନ ଏମୋନିୟମ ନାଇଟ୍ରେଟ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିବା ବେଳେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଭାରତ କୋଲ ଗ୍ୟାସିଫିକେସନ ଆଣ୍ଡ କେମିକାଲ୍ସ ଲିମିଟେଡ଼ (BCGCL) ପକ୍ଷରୁ ୨୫ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବିନିଯୋଗରେ ଏହି ପ୍ରକଳ୍ପ ନିର୍ମାଣ ହେବ।

ଶିଳାନ୍ୟାସ ସ୍ଥଳରେ କେନ୍ଦ୍ର କୋଇଲା ମନ୍ତ୍ରୀ ଜି କିସନ ରେଡ୍ଡୀ, ରାଜ୍ୟ ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ଅତିରିକ୍ତ କୋଇଲା ସଚିବ ସରୋଜ କୁମାର ଶାହା, BCGCL ର ଚେୟାରମ୍ୟାନ ଆସିଷ କୁମାର, MCL ସିଏମଡି ଅନନ୍ତ ଉଦୟ କାଉଲେ, ଉତ୍ତରାଞ୍ଚଳ ଆଇଜି, ଝାରସୁଗୁଡ଼ା ଜିଲ୍ଲାପାଳ ଏବଂ ଝାରସୁଗୁଡ଼ା ଏସପି ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରକଳ୍ପ ପ୍ରାୟ ୩୫୦ ଏକର ଜମିରେ ନିର୍ମାଣ କରାଯିବ ଏବଂ ଏହା ଦ୍ୱାରା ୪ ରୁ ୫ ହଜାର ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଦେଶର ଊର୍ଜା ସୁରକ୍ଷା ପାଇଁ ଏହି ପ୍ରକଳ୍ପରେ କୋଇଲାରୁ ଆମୋନିୟମ ନାଇଟ୍ରେଟ୍ ଉତ୍ପାଦନ କରାଯିବ। ଏହା ହେଉଛି ଭାରତର ପ୍ରଥମ ବାଣିଜ୍ୟିକ ଭିତ୍ତିକ କୋଇଲାରୁ ଆମୋନିୟମ ନାଇଟ୍ରେଟ୍ ପ୍ରକଳ୍ପ, ଯାହା ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍ (ଭେଲ୍) ଓ କୋଲ୍ ଇଣ୍ଡିଆ ଲିମିଟେଡ୍ (ସିଆଇଏଲ୍)ର ମିଳିତ ଉଦ୍ୟମରେ ଗଠନ କରାଯାଇଥିବା ଯୌଥ ଉଦ୍ୟୋଗ BCGCL ଦ୍ୱାରା ସ୍ଥାପନ କରାଯାଉଛି। ଏହି କାରଖାନାରୁ ଦୈନିକ ୨୦୦୦ ଟନ୍‌ ଆମୋନିୟମ ନାଇଟ୍ରେଟ୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖାଯାଇଛି, ଯେଉଁଥିରେ ଭେଲ୍‌ ଦ୍ୱାରା ବିକଶିତ ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହାର କରାଯିବ।

ଗତ ଏପ୍ରିଲ୍‌ ମାସରେ ମହାନଦୀ କୋଲ୍‌ଫିଲ୍ଡସ୍ ଲିମିଟେଡ୍ (MCL) ଓ BCGCL ମଧ୍ୟରେ ଏହି ପ୍ରକଳ୍ପ ପାଇଁ ଜମି ଲିଜ୍ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା। କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଏହି ପ୍ରକଳ୍ପ ପାଇଁ ୧୩୫୦ କୋଟି ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି। ଏହି ପ୍ରକଳ୍ପ ଦେଶରେ କୋଲ୍ ଗ୍ୟାସିଫିକେସନ ପ୍ରକଳ୍ପ ପାଇଁ ଏକ ମଡେଲ୍ ଭାବେ କାର୍ଯ୍ୟ କରିବ, ଏବଂ କୋଲ୍ ଗ୍ୟାସିଫିକେସନ କ୍ଷମତା ବଢ଼ିଲେ ଆମ ଦେଶ ପ୍ରାକୃତିକ ଗ୍ୟାସ୍, ମିଥାନଲ, ଆମୋନିଆ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ରାସାୟନିକରେ ଆତ୍ମନିର୍ଭର ହୋଇପାରିବ।।
    user_Soubhagya Ranjan Sahu
    Soubhagya Ranjan Sahu
    Belpahar, Jharsuguda•
    2 hrs ago
  • ୨୦.୦୬.୨୬ ତାରିଖରେ ଭାରତର ଘରୋଇ କୋଇଲା ସମ୍ପଦର ସ୍ଥାୟୀ ବ୍ୟବହାର ଦିଗରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ କୁଶ୍ରାଲୋଇ ପଞ୍ଚାୟତରେ ଭାରତ କୋଇଲା ଗ୍ୟାସିଫିକେସନ୍ ଆଣ୍ଡ କେମିକାଲ୍ସ ଲିମିଟେଡ୍ (ବିସିଜିସିଏଲ)ର କୋଇଲାରୁ ଆମୋନିୟମ୍ ନାଇଟ୍ରେଟ୍ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଓଡ଼ିଶା ଗସ୍ତ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସି ଜରିଆରେ ଏହି ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଲଖନପୁରରେ ଆୟୋଜିତ ସମାବେଶକୁ ସମ୍ବୋଧିତ କରି କୋଇଲା ମନ୍ତ୍ରୀ ଜି. କିଶନ ରେଡ୍ଡୀ କହିଥିଲେ ଯେ, କୋଲ୍ ଇଣ୍ଡିଆ ଲିମିଟେଡ୍ ଏବଂ ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍ (ବିଏଚଇଏଲ୍) ମଧ୍ୟରେ ଏହି ମିଳିତ ଉଦ୍ୟମ କୋଇଲା ପ୍ରକ୍ରିୟାକରଣରେ ଏକ ନୂତନ ଯୁଗର ଆରମ୍ଭ କରିବ। ଏହା ସ୍ୱଦେଶୀ କୋଇଲା ଗ୍ୟାସିଫିକେସନ୍ ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହିତ କରିବା ସହିତ ଭାରତର ପ୍ରଚୁର କୋଇଲା ସମ୍ପଦକୁ ମୂଲ୍ୟଯୁକ୍ତ ରାସାୟନିକ ପଦାର୍ଥରେ ପରିଣତ କରିବ। ଏହା ମାଧ୍ୟମରେ ସ୍ଥାନୀୟ ଯୁବକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ଦକ୍ଷତା ବିକାଶକୁ ପ୍ରୋତ୍ସାହନ ମିଳିବ ଏବଂ ଆନୁଷଙ୍ଗିକ ଶିଳ୍ପ ଓ ସେବା ମାଧ୍ୟମରେ ଆଞ୍ଚଳିକ ଅର୍ଥନୈତିକ ଅଭିବୃଦ୍ଧି ହେବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ ଯେ, ବିସିଜିସିଏଲ୍ ହେଉଛି କୋଲ୍ ଇଣ୍ଡିଆ ଲିମିଟେଡ୍ ଏବଂ ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍ (ବିଏଚଇଏଲ୍)ର ଏକ ମିଳିତ ଉଦ୍ୟମ କମ୍ପାନୀ, ଯେଉଁଥିରେ ସିଆଇଏଲ୍‌ର ୫୧% ଏବଂ ବିଏଚଇଏଲ୍‌ର ୪୯% ଅଂଶଧନ ରହିଛି। ସିଆଇଏଲ୍‌ର ଏକ ସହାୟକ କମ୍ପାନୀ, ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ଏହି ପ୍ରକଳ୍ପ ପାଇଁ ଲଖନପୁରରେ ପ୍ରାୟ ୩୫୦ ଏକର କୋଇଲା ପରିବହନ ଜମି ଯୋଗାଇବା ସହ ଏହାର ଇବ୍ ଭ୍ୟାଲି ୱାଶରୀରୁ ୦.୭୯ ନିୟୁତ ମେଟ୍ରିକ୍ ଟନ୍ ସ୍ୱଚ୍ଛ କୋଇଲା ଏବଂ ୧.୧୯ ନିୟୁତ ମେଟ୍ରିକ୍ ଟନ୍ ରିଜେକ୍ଟ ଯୋଗାଇବ। ଜାତୀୟ କୋଇଲା ଗ୍ୟାସିଫିକେସନ୍ ମିଶନ ସହିତ ସମନ୍ୱିତ ଏହି ପ୍ରକଳ୍ପ, ଘରୋଇ ଭାବରେ ବିକଶିତ ପ୍ରେସରାଇଜ୍ଡ ଫ୍ଲୁଇଡାଇଜ୍ଡ ବେଡ୍ ଗ୍ୟାସିଫିକେସନ୍ (PFBG) ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ପ୍ରତିବର୍ଷ ୦.୬୬ ନିୟୁତ ଟନ୍ ଟେକ୍ନିକାଲ୍ ଗ୍ରେଡ୍ ଆମୋନିୟମ୍ ନାଇଟ୍ରେଟ୍ ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛି। ₹୨୫,୦୦୦ କୋଟିରୁ ଅଧିକ ନିବେଶ ସହିତ, ଏହି ପ୍ରକଳ୍ପକୁ ଓଡ଼ିଶା ସରକାରଙ୍କ ଉଚ୍ଚ-ସ୍ତରୀୟ କ୍ଲିୟରାନ୍ସ ଅଥରିଟି (HLCA) ଠାରୁ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଏବଂ କୋଇଲା ମନ୍ତ୍ରଣାଳୟରୁ ₹୧,୩୫୦ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ମିଳିଛି। ସାମ୍ବିଧାନିକ ଏବଂ ପରିବେଶଗତ ଅନୁମୋଦନ, ଟର୍ନକି କାର୍ଯ୍ୟାନ୍ୱୟନ ପ୍ୟାକେଜ୍ ପ୍ରଦାନ ଏବଂ ଆର୍ଥିକ ସହାୟତା ସହିତ, ଏହି ପ୍ରକଳ୍ପଟି ସେପ୍ଟେମ୍ବର ୨୦୨୯ ସୁଦ୍ଧା କାର୍ଯ୍ୟକ୍ଷମ ହେବା ପାଇଁ ଯୋଜନା କରାଯାଇଛି। ଏହି ପ୍ରମୁଖ ପଦକ୍ଷେପ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ କୋଇଲାକୁ ଉଚ୍ଚ-ମୂଲ୍ୟର ରାସାୟନିକ ଉତ୍ପାଦରେ ପରିଣତ କରିବାରେ ଭାରତର କ୍ଷମତା ପ୍ରଦର୍ଶନ କରିବା ସହିତ ଦେଶବ୍ୟାପୀ ଭବିଷ୍ୟତର କୋଇଲା-ରୁ-ରାସାୟନିକ ପ୍ରକଳ୍ପ ପାଇଁ ଏକ ମଡେଲ ସ୍ଥାପନ କରିବ ବୋଲି ଆଶା କରାଯାଉଛି।
    4
    ୨୦.୦୬.୨୬ ତାରିଖରେ ଭାରତର ଘରୋଇ କୋଇଲା ସମ୍ପଦର ସ୍ଥାୟୀ ବ୍ୟବହାର ଦିଗରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ବ୍ଲକ କୁଶ୍ରାଲୋଇ ପଞ୍ଚାୟତରେ ଭାରତ କୋଇଲା ଗ୍ୟାସିଫିକେସନ୍ ଆଣ୍ଡ କେମିକାଲ୍ସ ଲିମିଟେଡ୍ (ବିସିଜିସିଏଲ)ର କୋଇଲାରୁ ଆମୋନିୟମ୍ ନାଇଟ୍ରେଟ୍ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଓଡ଼ିଶା ଗସ୍ତ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସି ଜରିଆରେ ଏହି ଶିଳାନ୍ୟାସ କରିଛନ୍ତି।

ଏହି ଅବସରରେ ଲଖନପୁରରେ ଆୟୋଜିତ ସମାବେଶକୁ ସମ୍ବୋଧିତ କରି କୋଇଲା ମନ୍ତ୍ରୀ ଜି. କିଶନ ରେଡ୍ଡୀ କହିଥିଲେ ଯେ, କୋଲ୍ ଇଣ୍ଡିଆ ଲିମିଟେଡ୍ ଏବଂ ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍ (ବିଏଚଇଏଲ୍) ମଧ୍ୟରେ ଏହି ମିଳିତ ଉଦ୍ୟମ କୋଇଲା ପ୍ରକ୍ରିୟାକରଣରେ ଏକ ନୂତନ ଯୁଗର ଆରମ୍ଭ କରିବ। ଏହା ସ୍ୱଦେଶୀ କୋଇଲା ଗ୍ୟାସିଫିକେସନ୍ ପ୍ରଯୁକ୍ତିବିଦ୍ୟାକୁ ପ୍ରୋତ୍ସାହିତ କରିବା ସହିତ ଭାରତର ପ୍ରଚୁର କୋଇଲା ସମ୍ପଦକୁ ମୂଲ୍ୟଯୁକ୍ତ ରାସାୟନିକ ପଦାର୍ଥରେ ପରିଣତ କରିବ। ଏହା ମାଧ୍ୟମରେ ସ୍ଥାନୀୟ ଯୁବକମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ଦକ୍ଷତା ବିକାଶକୁ ପ୍ରୋତ୍ସାହନ ମିଳିବ ଏବଂ ଆନୁଷଙ୍ଗିକ ଶିଳ୍ପ ଓ ସେବା ମାଧ୍ୟମରେ ଆଞ୍ଚଳିକ ଅର୍ଥନୈତିକ ଅଭିବୃଦ୍ଧି ହେବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ ଯେ, ବିସିଜିସିଏଲ୍ ହେଉଛି କୋଲ୍ ଇଣ୍ଡିଆ ଲିମିଟେଡ୍ ଏବଂ ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍ (ବିଏଚଇଏଲ୍)ର ଏକ ମିଳିତ ଉଦ୍ୟମ କମ୍ପାନୀ, ଯେଉଁଥିରେ ସିଆଇଏଲ୍‌ର ୫୧% ଏବଂ ବିଏଚଇଏଲ୍‌ର ୪୯% ଅଂଶଧନ ରହିଛି। ସିଆଇଏଲ୍‌ର ଏକ ସହାୟକ କମ୍ପାନୀ, ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ଏହି ପ୍ରକଳ୍ପ ପାଇଁ ଲଖନପୁରରେ ପ୍ରାୟ ୩୫୦ ଏକର କୋଇଲା ପରିବହନ ଜମି ଯୋଗାଇବା ସହ ଏହାର ଇବ୍ ଭ୍ୟାଲି ୱାଶରୀରୁ ୦.୭୯ ନିୟୁତ ମେଟ୍ରିକ୍ ଟନ୍ ସ୍ୱଚ୍ଛ କୋଇଲା ଏବଂ ୧.୧୯ ନିୟୁତ ମେଟ୍ରିକ୍ ଟନ୍ ରିଜେକ୍ଟ ଯୋଗାଇବ।

ଜାତୀୟ କୋଇଲା ଗ୍ୟାସିଫିକେସନ୍ ମିଶନ ସହିତ ସମନ୍ୱିତ ଏହି ପ୍ରକଳ୍ପ, ଘରୋଇ ଭାବରେ ବିକଶିତ ପ୍ରେସରାଇଜ୍ଡ ଫ୍ଲୁଇଡାଇଜ୍ଡ ବେଡ୍ ଗ୍ୟାସିଫିକେସନ୍ (PFBG) ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ପ୍ରତିବର୍ଷ ୦.୬୬ ନିୟୁତ ଟନ୍ ଟେକ୍ନିକାଲ୍ ଗ୍ରେଡ୍ ଆମୋନିୟମ୍ ନାଇଟ୍ରେଟ୍ ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛି। ₹୨୫,୦୦୦ କୋଟିରୁ ଅଧିକ ନିବେଶ ସହିତ, ଏହି ପ୍ରକଳ୍ପକୁ ଓଡ଼ିଶା ସରକାରଙ୍କ ଉଚ୍ଚ-ସ୍ତରୀୟ କ୍ଲିୟରାନ୍ସ ଅଥରିଟି (HLCA) ଠାରୁ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଏବଂ କୋଇଲା ମନ୍ତ୍ରଣାଳୟରୁ ₹୧,୩୫୦ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ମିଳିଛି। ସାମ୍ବିଧାନିକ ଏବଂ ପରିବେଶଗତ ଅନୁମୋଦନ, ଟର୍ନକି କାର୍ଯ୍ୟାନ୍ୱୟନ ପ୍ୟାକେଜ୍ ପ୍ରଦାନ ଏବଂ ଆର୍ଥିକ ସହାୟତା ସହିତ, ଏହି ପ୍ରକଳ୍ପଟି ସେପ୍ଟେମ୍ବର ୨୦୨୯ ସୁଦ୍ଧା କାର୍ଯ୍ୟକ୍ଷମ ହେବା ପାଇଁ ଯୋଜନା କରାଯାଇଛି। ଏହି ପ୍ରମୁଖ ପଦକ୍ଷେପ ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ କୋଇଲାକୁ ଉଚ୍ଚ-ମୂଲ୍ୟର ରାସାୟନିକ ଉତ୍ପାଦରେ ପରିଣତ କରିବାରେ ଭାରତର କ୍ଷମତା ପ୍ରଦର୍ଶନ କରିବା ସହିତ ଦେଶବ୍ୟାପୀ ଭବିଷ୍ୟତର କୋଇଲା-ରୁ-ରାସାୟନିକ ପ୍ରକଳ୍ପ ପାଇଁ ଏକ ମଡେଲ ସ୍ଥାପନ କରିବ ବୋଲି ଆଶା କରାଯାଉଛି।
    user_Saroj Kumar Mirdha
    Saroj Kumar Mirdha
    Local News Reporter ଲଖନପୁର, ଝାରସୁଗୁଡ଼ା, ଓଡ଼ିଶା•
    15 hrs ago
  • ସନ୍ତ ରାମପାଲ ଜୀ ମହାରାଜଙ୍କ ଦ୍ୱାରା କୁହାଯାଇଥିବା ସନାତନୀ ପୂଜାର ପତନ କାହାଣୀର ଷଷ୍ଠ ଭାଗ ଭାବରେ ଗୋବର୍ଦ୍ଧନ ପରିକ୍ରମାର ଅନସୁଣା ରହସ୍ୟ ଉପରେ ଏକ ସ୍ୱତନ୍ତ୍ର ଭିଡିଓ ପ୍ରସାରିତ ହେବାକୁ ଯାଉଛି। ଏହି ବିଶେଷ ଭିଡିଓଟି ୨୦୨୬ ମସିହା ଜୁନ୍ ୨୦ ତାରିଖ ଶନିବାର ଦିନ ଦିନ ୧୨:୦୦ ବେଳୁ 'ଫ୍ୟାକ୍ଟଫୁଲ୍ ଡିବେଟ୍ସ' ୟୁଟ୍ୟୁବ୍ ଚ୍ୟାନେଲରେ ଅବଶ୍ୟ ଦେଖିବାକୁ ମିଳିବ।
    1
    ସନ୍ତ ରାମପାଲ ଜୀ ମହାରାଜଙ୍କ ଦ୍ୱାରା କୁହାଯାଇଥିବା ସନାତନୀ ପୂଜାର ପତନ କାହାଣୀର ଷଷ୍ଠ ଭାଗ ଭାବରେ ଗୋବର୍ଦ୍ଧନ ପରିକ୍ରମାର ଅନସୁଣା ରହସ୍ୟ ଉପରେ ଏକ ସ୍ୱତନ୍ତ୍ର ଭିଡିଓ ପ୍ରସାରିତ ହେବାକୁ ଯାଉଛି। ଏହି ବିଶେଷ ଭିଡିଓଟି ୨୦୨୬ ମସିହା ଜୁନ୍ ୨୦ ତାରିଖ ଶନିବାର ଦିନ ଦିନ ୧୨:୦୦ ବେଳୁ 'ଫ୍ୟାକ୍ଟଫୁଲ୍ ଡିବେଟ୍ସ' ୟୁଟ୍ୟୁବ୍ ଚ୍ୟାନେଲରେ ଅବଶ୍ୟ ଦେଖିବାକୁ ମିଳିବ।
    user_Dharmu  Oram
    Dharmu Oram
    सतभक्ति Jharsuguda, Odisha•
    1 day ago
  • ବାଲେଶ୍ୱରରେ ଜଣେ ବଳାତ୍କାର ଅଭିଯୁକ୍ତକୁ ପୁଲିସ ଦ୍ୱାରା କୋର୍ଟକୁ ନିଆଯାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଛି। ଏହି ଘଟଣାକୁ ନେଇ ବ୍ୟାପକ ଆଲୋଚନା ଚାଲିଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି।
    1
    ବାଲେଶ୍ୱରରେ ଜଣେ ବଳାତ୍କାର ଅଭିଯୁକ୍ତକୁ ପୁଲିସ ଦ୍ୱାରା କୋର୍ଟକୁ ନିଆଯାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଛି। ଏହି ଘଟଣାକୁ ନେଇ ବ୍ୟାପକ ଆଲୋଚନା ଚାଲିଥିବା ବେଳେ ପୁଲିସ ତଦନ୍ତ ଜାରି ରଖିଛି।
    user_The Voice News Odisha
    The Voice News Odisha
    ବେଲପାହାଡ଼, ଝାରସୁଗୁଡ଼ା, ଓଡ଼ିଶା•
    16 hrs ago
View latest news on Shuru App
Download_Android
  • Terms & Conditions
  • Career
  • Privacy Policy
  • Blogs
Shuru, a product of Close App Private Limited.