ପବିତ୍ର କଳସ ବନ୍ଦନ ଶୋଭାଯାତ୍ରା" ଜଉଁରାଭଉଁରା ଗ୍ରାମପଞ୍ଚାୟତ ଛକ ଠାରୁ ଗ୍ରାମ ନାମ ମଣ୍ଡପ ପର୍ଯ୍ୟନ୍ତ କଳସ ବନ୍ଧନ ଶୋଭାଯାତ୍ରା ଅନୁଷ୍ଠିତ ହେବ। 🚩 ଜୟ ଗୁରୁ ରବିଦାସ 🚩 ଆସନ୍ତାକାଲି ତା-୨୬/୦୮/୨୬ ସକାଳ ୧୦.ଘ ସମୟରେ ମଣ୍ଡଳ ସ୍ତରୀୟ 650 ତମ ସନ୍ଥ ଶିରୋମଣି ଗୁରୁ ଶ୍ରୀ ରବିଦାସ ଜୟନ୍ତୀ ଉପଲକ୍ଷେ "ସମରସ ସଂକଳ୍ପ ଅଭିଯାନ" ଓ "ପବିତ୍ର କଳସ ବନ୍ଦନ ଶୋଭାଯାତ୍ରା" ଜଉଁରାଭଉଁରା ଗ୍ରାମପଞ୍ଚାୟତ ଛକ ଠାରୁ ଗ୍ରାମ ନାମ ମଣ୍ଡପ ପର୍ଯ୍ୟନ୍ତ କଳସ ବନ୍ଧନ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଅନୁରୋଧ: ସମସ୍ତ ପଞ୍ଚାୟତ ପ୍ରମୁଖ, ବୁତ୍ ସଭାପତି ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ମଣ୍ଡଳ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିବାକୁ ବାଧ୍ୟନିଜ ନିଜର ମାଟି କଳସ ଓ ଛିଟ ନେଇ ଆସିବାହେବେ ଠିକ ସମୟରେଉପସ୍ଥିତ ହେବା ପାଇଁ ଅନୁରୋଧ। ଏହି କାର୍ଯ୍ୟକ୍ରମରେ *ପ୍ରିୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଇଂ ରଘୁନାଥ ଜଗଦଲା *ଆଦରଣୀୟ ଜିଲ୍ଲା ସଭାପତି ବେଣୁଧର ଦାସ *ରାଜ୍ୟ ଅନୁସୂଚିତ ଜାତି ସମ୍ପାଦିକା ଉଷା କୁମାରୀ ଯୋଗଦାନ କରିବାର କାର୍ଯ୍ୟକ୍ରମ ଅଛି ଭାରତୀୟ ଜନତା ପାର୍ଟୀ* *ମେଟାକାନି ମଣ୍ଡଳ
ପବିତ୍ର କଳସ ବନ୍ଦନ ଶୋଭାଯାତ୍ରା" ଜଉଁରାଭଉଁରା ଗ୍ରାମପଞ୍ଚାୟତ ଛକ ଠାରୁ ଗ୍ରାମ ନାମ ମଣ୍ଡପ ପର୍ଯ୍ୟନ୍ତ କଳସ ବନ୍ଧନ ଶୋଭାଯାତ୍ରା ଅନୁଷ୍ଠିତ ହେବ। 🚩 ଜୟ ଗୁରୁ ରବିଦାସ 🚩 ଆସନ୍ତାକାଲି ତା-୨୬/୦୮/୨୬ ସକାଳ ୧୦.ଘ ସମୟରେ ମଣ୍ଡଳ ସ୍ତରୀୟ 650 ତମ ସନ୍ଥ ଶିରୋମଣି ଗୁରୁ ଶ୍ରୀ ରବିଦାସ ଜୟନ୍ତୀ ଉପଲକ୍ଷେ "ସମରସ ସଂକଳ୍ପ ଅଭିଯାନ" ଓ "ପବିତ୍ର କଳସ ବନ୍ଦନ ଶୋଭାଯାତ୍ରା" ଜଉଁରାଭଉଁରା ଗ୍ରାମପଞ୍ଚାୟତ ଛକ ଠାରୁ ଗ୍ରାମ ନାମ ମଣ୍ଡପ ପର୍ଯ୍ୟନ୍ତ କଳସ ବନ୍ଧନ ଶୋଭାଯାତ୍ରା ଅନୁଷ୍ଠିତ ହେବ। ଅନୁରୋଧ: ସମସ୍ତ ପଞ୍ଚାୟତ ପ୍ରମୁଖ, ବୁତ୍ ସଭାପତି ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ମଣ୍ଡଳ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିବାକୁ ବାଧ୍ୟନିଜ ନିଜର ମାଟି କଳସ ଓ ଛିଟ ନେଇ ଆସିବାହେବେ ଠିକ ସମୟରେଉପସ୍ଥିତ ହେବା ପାଇଁ ଅନୁରୋଧ। ଏହି କାର୍ଯ୍ୟକ୍ରମରେ *ପ୍ରିୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଇଂ ରଘୁନାଥ ଜଗଦଲା *ଆଦରଣୀୟ ଜିଲ୍ଲା ସଭାପତି ବେଣୁଧର ଦାସ *ରାଜ୍ୟ ଅନୁସୂଚିତ ଜାତି ସମ୍ପାଦିକା ଉଷା କୁମାରୀ ଯୋଗଦାନ କରିବାର କାର୍ଯ୍ୟକ୍ରମ ଅଛି ଭାରତୀୟ ଜନତା ପାର୍ଟୀ* *ମେଟାକାନି ମଣ୍ଡଳ
- ରେଳ ଧାରଣାରୁ ଶବ ଉଦ୍ଧାର ମୃତ ଯୁବକ ସ୍ଥାନୀୟ ଖମ୍ବେଶ୍ୱରୀପାଲି ର ସୁବର୍ଣ୍ଣପୁର ଜିଲ୍ଲା ନରସିଂହଗଡ ରେଳ ଷ୍ଟେସନ ଖେତିପାଳୀ ନିକଟ ରେଳ ଧାରଣାରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଜିଆରପି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଛି। ଉଦ୍ଧାର ହୋଇଥିବା ଶବର ପାଦ ଛିଣ୍ଡି ରେଳ ଲାଇନ କଡ଼ରେ ପଡ଼ିଥିବା ଦେଖିବାକୁ ମିଳିଛି। ଯୁବକ ଜଣକ ସ୍ଥାନୀୟ ଖମ୍ବେଶ୍ୱରୀ ଗ୍ରାମର ବୋଲି ଜଣାପଡ଼ିଛି।1
- ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍ ର ମ୍ୟୁନିସପାଲିଟି ଜୋନ୍ - ରାମଧୂନ କ୍ଳବ୍ ଫାଇନାଲ କୁ ପ୍ରବେଶ* *ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍ ର ମ୍ୟୁନିସପାଲିଟି ଜୋନ୍ - ରାମଧୂନ କ୍ଳବ୍ ଫାଇନାଲ କୁ ପ୍ରବେଶ*- ୨୪-୦୮- ସୋନପୁର - ମ୍ୟୁନିସିପାଲିଟି ଜୋନ୍ ସୁବର୍ଣ୍ଣପୁର ସିନିୟର୍ ଫୁଟବଲ ଲିଗ୍ ର ସେମି ଫାଇନାଲ ମ୍ୟାଚ ରାମଧୁନ୍ କ୍ଲବ୍ ଓ ଶାନ୍ତି ଶକ୍ତି ପାଠାଗାର ମଧ୍ୟରେ ଅନୁଷ୍ଟିତ ହୋଇଥିଲା l ଶାନ୍ତି ଶକ୍ତି ପାଠାଗାର କୁ ୩-୦ ଗୋଲ ରେ ହରାଇ ରାମ ଧୂନ୍ କ୍ଲବ୍ ମ୍ୟୁନିସିପାଲଟି ଜୋନ୍ ର ଫାଇନାଲ କୁ ପ୍ରବେଶ କରିଛି l ଆଜିର ଏହି ଖେଳ ରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପଧାନ ଯୋଗ ଦେଇ ଖେଳାଳି ଉତ୍ସାହିତ କରି ଥିଲେ l ମ୍ୟାନ ଅଫ ଦି ମ୍ୟାଚ ଭାବେ ଵିଜୟୀ ଦଳ ର ୨୦ ନମ୍ୱର ଜର୍ସି ଚନ୍ଦନ ବେହେରା ଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରା ଯାଇଥିଲା l ରାଜେଶ୍ ଥନାପତି ମୁଖ୍ୟ ରେଫରୀ ଭାବେ, ସୁଶାନ୍ତ ବାଗ, ସୁଦାମ ଜଗଦଲା , ଓ ସଞ୍ଜୀବ ସାହୁ ଖେଳ ପରିଚାଳନା କରିଥିଲେ l ମ୍ୟାଚ କମିସନର ଭାବେ ଭୁକୁଲୁ ବକ୍ସି ଦାୟିତ୍ୱ ନିର୍ବାହ କରିଥିଲେ l ସମ୍ମାନିତ ଅତିଥି ଭାବେ ଭେଟରାନ ଖେଳାଳି ପଦ୍ମନାଭ ଧରୁଆ, ଏମ୍ ଡି ମୁସଲିମ , ପ୍ରଦୀପ ସାହୁ ମଞ୍ଚ ରେ ଉପସ୍ଥିତ ଥିଲେ l କ୍ରୀଡ଼ା ସଂଘ ବରିଷ୍ଠ ସଦସ୍ୟ ମନୋରଞ୍ଜନ ତ୍ରିପାଠୀ ସଭା ପରିଚାଳନା ଓ ଖେଳ ର ଧାରା ବିବରଣୀ ପ୍ରଦାନ କରିଥିଲେ l ପୀୟୂଷ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱl ବଧାନ ରେ ସମସ୍ତ କାର୍ଯ୍ଯ କ୍ରମ ଅନୁଷ୍ଟିତ ହୋଇଥିବା ବେଳେ ବିକାଶ ପଣ୍ତା ଧନ୍ଯବାଦ ଅର୍ପଣ କରିଥିଲେ l ସୁବାସ ବିଶ୍ଵାଳ, ବିକାଶ ପଣ୍ତା, ଭକ୍ତି ରଞ୍ଜନ ଦଳାଇ, ଫୁଟବଲ ସଂପାଦକ ରାଜୀବ ସାହୁ, କଳିମ ମହମ୍ମଦ, ସଂତୋଷ ପାଢ଼ୀ, ରାଜ କୁମାର ନାଏକ୍, ହୃଷୀ କେଶ ପଣ୍ତା, ଅନିଲ ସାହୁ, ରବି ଦେହୁରୀ, ବୁବୁନ୍ ନାଏକ୍ ପ୍ରମୁଖ କ୍ରୀଡ଼ା ସଂଘ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l ଆସନ୍ତା କାଲି ମ୍ୟୁନିସପାଲିଟି ଜୋନ୍ ରେ ରାମ ଧୂନ୍ କ୍ଲବ ଓ ରିଜର୍ଭ ପୋଲିସ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଟିତ ହେବ l1
- ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ଅଞ୍ଚଳରେ ଲଗାଣ ବର୍ଷା ରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି।1
- ବୌଦ୍ଧରେ ତୋଫାନପରି ଓ OASIS ସହଯୋଗରେ MISAAL ପ୍ରକଳ୍ପର ଶୁଭାରମ୍ଭ l ଯୁବପିଢ଼ି ମଧ୍ୟରେ ନେତୃତ୍ୱ, ଚରିତ୍ର ଗଠନ ଓ ସାମାଜିକ ଦାୟିତ୍ୱବୋଧ ବିକାଶ ଲକ୍ଷ୍ୟ l ବୌଦ୍ଧ, ତା.୨୫/୦୮: ଯୁବପିଢ଼ି ମଧ୍ୟରେ ନେତୃତ୍ୱ, ଦକ୍ଷତା, ଚରିତ୍ର ଗଠନ, ଆତ୍ମବିଶ୍ୱାସ ଓ ସାମାଜିକ ଦାୟିତ୍ୱବୋଧ ବିକାଶ ଲକ୍ଷ୍ୟରେ ବୌଦ୍ଧ ଜିଲ୍ଲାରେ OASIS MISAAL ପ୍ରକଳ୍ପର ଶୁଭାରମ୍ଭ ହୋଇଯାଇଛି। ଆଜି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ Tofanpari Foundation ପକ୍ଷରୁ ଏବଂ ଗୁଜରାଟର OASIS Movementର ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଯୋଗ ଦେଇଥିଲେ। ସଭାରେ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଉପସ୍ଥିତ ଥିଲେ। ଏହି ପ୍ରକଳ୍ପର ମୂଳ ବିଶ୍ୱାସ ହେଉଛି— ପ୍ରତ୍ୟେକ ଯୁବକ ଓ ଯୁବତୀଙ୍କ ମଧ୍ୟରେ ଜଣେ ଜଣେ ସମ୍ଭାବନାମୟ ନେତା ଲୁଚି ରହିଛନ୍ତି; ଆବଶ୍ୟକ ହେଉଛି ସଠିକ୍ ସୁଯୋଗ, ମାର୍ଗଦର୍ଶନ ଓ ଉପଯୁକ୍ତ ପରିବେଶ। ଏହି ଦୃଷ୍ଟିକୋଣକୁ ଆଧାର କରି MISAAL ପ୍ରକଳ୍ପ ମାଧ୍ୟମରେ ଯୁବମାନଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା, ଯୋଗାଯୋଗ କୌଶଳ, ଦଳଗତ କାର୍ଯ୍ୟ, ନିଷ୍ପତ୍ତି ଗ୍ରହଣ କ୍ଷମତା, ଶୃଙ୍ଖଳା, ଆତ୍ମବିଶ୍ୱାସ ଏବଂ ସମାଜ ପ୍ରତି ଦାୟିତ୍ୱବୋଧ ବିକଶିତ କରାଯିବ।ଏହା ମାଧ୍ୟମରେ ଯୁବମାନେ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ିଉଠିବା ସହ ନିଜ ନିଜ ସମୁଦାୟ ପାଇଁ ସକାରାତ୍ମକ ଆଦର୍ଶ ଓ ପରିବର୍ତ୍ତନର ବାହକ ହୋଇପାରିବେ। ସଭାରେ ବିଭିନ୍ନ କଲେଜ ଅଧ୍ୟକ୍ଷ, ଅଧ୍ୟାପକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା ଯୋଗ ଦେଇଥିଲେ l3
- ବୌଦ୍ଧ :ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ପଦ୍ମନପୁର ଗ୍ରାମ ପଞ୍ଚାୟତର ଦାମୋଦରପୁର ଗ୍ରାମରେ, ଜଷ୍ଟ ରାଇଟ୍ସ ଫର୍ ଚିଲ୍ଡ୍ରେନ୍ (Just Rights for Children) ପ୍ରକଳ୍ପ ଅଧୀନରେ ବିଶ୍ୱ ଯୁବ କେନ୍ଦ୍ର ପକ୍ଷରୁ ଆଜି ଏକ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ବୌଦ୍ଧ :ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ପଦ୍ମନପୁର ଗ୍ରାମ ପଞ୍ଚାୟତର ଦାମୋଦରପୁର ଗ୍ରାମରେ, ଜଷ୍ଟ ରାଇଟ୍ସ ଫର୍ ଚିଲ୍ଡ୍ରେନ୍ (Just Rights for Children) ପ୍ରକଳ୍ପ ଅଧୀନରେ ବିଶ୍ୱ ଯୁବ କେନ୍ଦ୍ର ପକ୍ଷରୁ ଆଜି ଏକ ଗ୍ରାମ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ର ଶିଶୁ ସୁରକ୍ଷା ସହାୟକ ଦେବାଶିଷ ଖଟୁଆ, ସେହି ଗ୍ରାମ ର ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ, ଆଶା, ଅଙ୍ଗନୱାଡି, ୱାର୍ଡ ସଭ୍ୟ, କିଶୋରୀ ବାଳିକା SHG ମା ଏବଂ ଅନ୍ୟ ଗ୍ରାମବାସୀ ଉପସ୍ଥିତ ଥିଲେ। ଏହି ବୈଠକରେ ବିଶ୍ୱ ଯୁବ କେନ୍ଦ୍ରର ପ୍ରକଳ୍ପ ସହାୟକ ବନିତା ମନ୍ତ୍ରୀ ପରିଚାଳନା କରିଥିଲେ l ବୈଠକରେ ବାଲ୍ୟ ବିବାହକୁ କିପରି ରୋକାଯାଇପାରିବ, ବାଲ୍ୟ ବିବାହର କୁପରିଣାମ ଓ ଆଇନଗତ ଦଣ୍ଡବିଧାନ, ଶିଶୁଙ୍କ ଅଧିକାର, ଶିଶୁ ଚାଲାଣ ନିରୋଧ, ଶିଶୁ ଶ୍ରମିକ ସମସ୍ୟା, ଶିଶୁ ଯୌନ ନିର୍ଯାତନା ଓ ସମ୍ପର୍କିତ ଆଇନ, ବାଲ୍ୟ ବିବାହ ମୁକ୍ତ ଗ୍ରାମ ଗଠନ, ଶିଶୁ ସୁରକ୍ଷା ପାଇଁ ଚାଇଲ୍ଡ ହେଲ୍ପଲାଇନ୍ ସେବା, ଶିଶୁମାନଙ୍କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ସରକାରୀ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ସହ ଗ୍ରାମବାସୀଙ୍କୁ ବିଭିନ୍ନ ସରକାରୀ ଯୋଜନାରେ କିପରି ସଂଯୋଗ ଲିଙ୍କେଜ୍ କରାଯିବ, ସେନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ଗ୍ରାମବାସୀ ମାନେ ଶିଶୁ ସୁରକ୍ଷା କ୍ଷେତ୍ରରେ ସମାଜର ସକ୍ରିୟ ସହଭାଗିତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହ ବାଲ୍ୟ ବିବାହ, ଶିଶୁ ଶ୍ରମ, ଶିଶୁ ଚାଲାଣ ଓ ଶିଶୁଙ୍କ ପ୍ରତି ହେଉଥିବା ହିଂସା ରୋକିବା ପାଇଁ ସମସ୍ତଙ୍କୁ ସଚେତନ ହୋଇ ଏକାଠି କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ।2
- ବେହାଲ ହେଲାଣୀ କଣ୍ଟାମାଳ- ତରଭାର ବିଜୁ ସେତୁ ରାସ୍ତା । ଖାଲ ଖମାରେ ଭର୍ତ୍ତୀ ବର୍ଷାଜଳ । ସଂଧ୍ୟାରେ ରାସ୍ତାରେ ଯିବାକୁ ଭୟ କରୁଛନ୍ତି ବାଇକ ଚାଳକ । ଦିନରେ ଗୋଡ଼,ଧୋଇବା, ରାତିରେ ଶୌଚ ହେବା ପାଲଟିଛି କଣ୍ଟାମାଳ-ତରଭାର ବିଜୁ ସେତୁ ରାସ୍ତା । ଭିଡ଼ିଓଟିକୁ ଭଲରେ ଦେଖନ୍ତୁ ।ଏହେଉଛି କଣ୍ଟାମାଳ ତହସିଲ କାର୍ଯ୍ୟାଳୟର ସମ୍ମୁଖ ତରଭା କୁ ସଂଲଗ୍ନ ରାସ୍ତା । ବିଭାଗୀୟ ଅଧିକାରୀ ଚୁପ1
- ସରକାରୀ ଚାକିରୀ ନାଁ ରେ ଠକେଇ, ଦେଢ଼ କୋଟି ଟଙ୍କା ଠକେଇ ନେଇ ପାଞ୍ଚ ଅଭିଯୁକ୍ତ ଗିରଫ *ସରକାରୀ ଚାକିରି ନାଁରେ ଠକେଇ...* *- ବ୍ରହ୍ମପୁର: ସରକାରୀ ଚାକିରି ନାଁରେ ବଡ଼ ଠକେଇ* *- ୧.୫୦ କୋଟି ଟଙ୍କା ଠକେଇ ଅଭିଯୋଗରେ ୫ ଗିରଫ* *- ଦମ୍ପତିଙ୍କ ସମେତ ୫ ଜଣଙ୍କୁ ଗିରଫ କଲା ବୈଦ୍ୟନାଥପୁର ପୋଲିସ* *- ସରକାରୀ ଚାକିରି ଦେବା ନାଁରେ ବେକାର ଯୁବକ-ଯୁବତୀଙ୍କୁ ଠକେଇ* *- ୯୮ ଲକ୍ଷ ଟଙ୍କା ନଗଦ ହସ୍ତାନ୍ତର ହୋଇଥିବା ଅଭିଯୋଗ* *- ପ୍ରାର୍ଥୀଙ୍କ ଅରିଜିନାଲ୍ ସାର୍ଟିଫିକେଟ୍ ରଖିଥିବା ଅଭିଯୋଗ* *- ନକଲି ନିଯୁକ୍ତିପତ୍ର, ଯୋଗଦାନ ପତ୍ର ଓ ରସିଦ ଜବତ* *- ଗିରଫ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ପୋଲିସ*1
- ୫୧୦ ଲିଟର ମହୁରେ ବାବା ଧବଳେଶ୍ୱରଙ୍କ ମହୁସାୟୀ ଶ୍ରାବଣ ଶେଷ ସୋମବାରରେ କେଶଲଗାରେ ଭକ୍ତିମୟ ପରିବେଶ -୩୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହଳପଦର ପଞ୍ଚାୟତ ଅନ୍ତର୍ଗତ କେଶଲଗା ଯୋଗୀମୁଣ୍ଡାସ୍ଥିତ ବାବା ଧବଳେଶ୍ୱର ଶିବ ମନ୍ଦିରରେ ଶ୍ରାବଣ ମାସର ଶେଷ ସୋମବାର ଅବସରରେ ମହୁ ଅଭିଷେକ ‘ମହୁସାୟୀ’ ଅନୁଷ୍ଠିତ ହୋଇଛି। ଅଞ୍ଚଳରେ ପ୍ରଥମଥର ପାଇଁ ଏଭଳି ମହୁସାୟୀ ଆୟୋଜିତ ହୋଇଥିବାରୁ ଭକ୍ତଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖାଦେଇଥିଲା। କେଶଲଗା, ଦାଦରପାଲି ଓ କେନ୍ଦୁପାଲି ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପାଇଁ ରାଜସ୍ଥାନର ଜୟପୁରରୁ ପ୍ରାୟ ୫୧୦ ଲିଟର ମହୁ ଅଣାଯାଇଥିଲା। କେଶଲଗା ଗାଁମୁଣ୍ଡରୁ ଘଣ୍ଟ, ଶଙ୍ଖ, ସଙ୍କୀର୍ତ୍ତନ, ହରିବୋଲ ଓ ହୁଳହୁଳି ଧ୍ୱନିରେ ଏକ ଭବ୍ୟ ଶୋଭାଯାତ୍ରାରେ ମହୁକୁ ମନ୍ଦିର ପର୍ଯ୍ୟନ୍ତ ନିଆଯାଇଥିଲା। ପାରମ୍ପରିକ ପୂଜା ଓ ନୀତିକାନ୍ତି ସମ୍ପନ୍ନ ହେବା ପରେ ବାବା ଧବଳେଶ୍ୱରଙ୍କ ମହୁସାୟୀ ଆରମ୍ଭ ହୋଇଥିଲା। ଏହି ଆୟୋଜନରେ ବହଳପଦର, ବାଘରତୈଲା, ଭୂତିଆପାଲି, ପୁରୁଷୋତ୍ତମପାଲି, ବାଘମାରି ଓ କମଳପୁର ବୋଲବମ୍ କମିଟିର ସଦସ୍ୟମାନେ ସହଯୋଗ କରିଥିଲେ। ଶଶି ଥାନାପତି ପୂଜକ ଭାବେ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ଆୟୋଜକ କମିଟିର ପୂର୍ବତନ ସରପଞ୍ଚ ରଞ୍ଜିତ ଖେତୀ, ଅମ୍ବରିଶ ପଣ୍ଡା, ଲମ୍ବୋଦର ମହାକୁରଙ୍କ ସମେତ କମିଟିର ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା, ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ଦୁର୍ଜନତୈଲା ପଞ୍ଚାୟତ ସମିତିସଭ୍ୟା ଇତିଶ୍ରୀ ମହାକୁର, ପୂର୍ବତନ ସରପଞ୍ଚ ସୁପ୍ରଭା ଖେତୀ ପ୍ରମୁଖ ଯୋଗଦେଇ ଆୟୋଜକ ଓ ଶ୍ରଦ୍ଧାଳୁଙ୍କୁ ଉତ୍ସାହିତ କରିଥିଲେ। ମହୁସାୟୀ ଦର୍ଶନ ଓ ବାବା ଧବଳେଶ୍ୱରଙ୍କ ଆଶୀର୍ବାଦ ପାଇବା ପାଇଁ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ବହଳପଦର ଓ ବାଘରତୈଲା ବୋଲ୍ ବମ୍ କମିଟି ତରଫରୁ ଭକ୍ତଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା। କମ୍ ସଂଖ୍ୟକ ପୁଲିସ ମୁତୟନ ହୋଇଥିଲେ ମଧ୍ୟ କାର୍ଯ୍ୟକ୍ରମ ସମୟରେ କୌଣସି ଅଘଟଣ ଘଟି ନ ଥିବା ଜଣାପଡ଼ିଛି। ଅଞ୍ଚଳରେ ପ୍ରଥମ ମହୁସାୟୀ ହୋଇଥିବାରୁ ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ଓ ଭକ୍ତିଭାବ ପରିଲକ୍ଷିତ ହୋଇଥିଲା।4