କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ୨୧ ଜୁନ୍ ୨୦୨୬ରେ ଘଟଗାଁ ମିନି ଷ୍ଟାଡିୟମରେ ପ୍ରାତଃ ୬ ଘଟିକା ସମୟରେ ପାଳିତ ହୋଇଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଖଗେଶ୍ବର ବରାଳଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦଙ୍କ ପ୍ରତିନିଧି ଅଖିଳ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ପାତ୍ର ଉପସ୍ଥିତ ଅଂଶଗ୍ରହଣକାରୀଙ୍କ ସହ ଯୋଗର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିବା ସହ ନିଜେ ମଧ୍ୟ ଯୋଗାଭ୍ୟାସ କରିଥିଲେ। ଅଭିଜ୍ଞ ଯୋଗ ସଞ୍ଚାଳକ ଅଜୟ ବେଜ ଯୋଗର ବିଭିନ୍ନ ମୁଦ୍ରା ପ୍ରଦର୍ଶନ କରି ସମସ୍ତ ଅଂଶଗ୍ରହଣକାରୀଙ୍କୁ ଯୋଗାଭ୍ୟାସ କରାଇଥିଲେ। ଏହି ଶିବିରରେ ଏବିଡ଼ିଓ ଚିତ୍ତରଞ୍ଜନ ନାୟକ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ରୋହିତ କୁମାର ବେହେରା, ମୁଖ୍ୟମନ୍ତ୍ରୀ ଶିକ୍ଷା ସମ୍ମାନପ୍ରାପ୍ତ ଶିକ୍ଷକ ବିଜୟ କୁମାର ବେହେରା, ତାରିଣୀ ବିଦ୍ୟାପୀଠର କ୍ରୀଡା ଶିକ୍ଷୟିତ୍ରୀ ସସ୍ମିତା ରଥ, ତାରିଣୀ ବାଳିକା ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାମୟୀ ସାହୁ, ଘଟଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଶିକ୍ଷୟିତ୍ରୀ ବବିତା ଗିରି, ସୁବାସିନୀ ପ୍ରଧାନ, ବ୍ଲକ କନିଷ୍ଠ ଯନ୍ତ୍ରୀ ଜୟନ୍ତ କୁମାର ଜେନା, ସିଙ୍ଗୁ ମୁର୍ମୁ, ବରିଷ୍ଠ ରାଜସ୍ୱ ସହାୟକ ବ୍ରଜ କିଶୋର ଜେନା, ଓଡ଼ିଶା ଜୀବିକା ମିଶନର ସଞ୍ଚାଳକ ସରୋଜ ଏକ୍କା ଏବଂ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ତାରିଣୀ ବିଦ୍ୟାପୀଠ, ତାରିଣୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଘଟଗାଁର ଛାତ୍ରଛାତ୍ରୀଙ୍କ ସମେତ ସରକାରୀ ଅଧିକାରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉତ୍ସାହର ସହ ଯୋଗାଭ୍ୟାସ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ୨୧ ଜୁନ୍ ୨୦୨୬ରେ ଘଟଗାଁ ମିନି ଷ୍ଟାଡିୟମରେ ପ୍ରାତଃ ୬ ଘଟିକା ସମୟରେ ପାଳିତ ହୋଇଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଖଗେଶ୍ବର ବରାଳଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ସାଂସଦଙ୍କ ପ୍ରତିନିଧି ଅଖିଳ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ପାତ୍ର ଉପସ୍ଥିତ ଅଂଶଗ୍ରହଣକାରୀଙ୍କ ସହ ଯୋଗର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିବା ସହ ନିଜେ ମଧ୍ୟ ଯୋଗାଭ୍ୟାସ
କରିଥିଲେ। ଅଭିଜ୍ଞ ଯୋଗ ସଞ୍ଚାଳକ ଅଜୟ ବେଜ ଯୋଗର ବିଭିନ୍ନ ମୁଦ୍ରା ପ୍ରଦର୍ଶନ କରି ସମସ୍ତ ଅଂଶଗ୍ରହଣକାରୀଙ୍କୁ ଯୋଗାଭ୍ୟାସ କରାଇଥିଲେ। ଏହି ଶିବିରରେ ଏବିଡ଼ିଓ ଚିତ୍ତରଞ୍ଜନ ନାୟକ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ରୋହିତ କୁମାର ବେହେରା, ମୁଖ୍ୟମନ୍ତ୍ରୀ ଶିକ୍ଷା ସମ୍ମାନପ୍ରାପ୍ତ ଶିକ୍ଷକ ବିଜୟ କୁମାର ବେହେରା, ତାରିଣୀ ବିଦ୍ୟାପୀଠର କ୍ରୀଡା ଶିକ୍ଷୟିତ୍ରୀ ସସ୍ମିତା ରଥ, ତାରିଣୀ ବାଳିକା ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାମୟୀ ସାହୁ, ଘଟଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଶିକ୍ଷୟିତ୍ରୀ ବବିତା ଗିରି, ସୁବାସିନୀ
ପ୍ରଧାନ, ବ୍ଲକ କନିଷ୍ଠ ଯନ୍ତ୍ରୀ ଜୟନ୍ତ କୁମାର ଜେନା, ସିଙ୍ଗୁ ମୁର୍ମୁ, ବରିଷ୍ଠ ରାଜସ୍ୱ ସହାୟକ ବ୍ରଜ କିଶୋର ଜେନା, ଓଡ଼ିଶା ଜୀବିକା ମିଶନର ସଞ୍ଚାଳକ ସରୋଜ ଏକ୍କା ଏବଂ ସଂଯୋଜକ ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ତାରିଣୀ ବିଦ୍ୟାପୀଠ, ତାରିଣୀ ବାଳିକା ଉଚ୍ଚ ବିଦ୍ୟାଳୟ ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଘଟଗାଁର ଛାତ୍ରଛାତ୍ରୀଙ୍କ ସମେତ ସରକାରୀ ଅଧିକାରୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉତ୍ସାହର ସହ ଯୋଗାଭ୍ୟାସ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
- ଏଲଆଇସି ଏଜେଣ୍ଟ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ସାହୁ ନିଜର ମହାନତା ପ୍ରଦର୍ଶନ କରିଛନ୍ତି, ଯେଉଁଥିରେ ସେ ଟଙ୍କା ଓ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିବା ଏକ ବ୍ୟାଗକୁ ଫେରାଇଛନ୍ତି। ଅସାବଧାନତା ବଶତଃ ଜଣେ ବ୍ୟକ୍ତି ଏହି ବ୍ୟାଗଟିକୁ ଛାଡି ଦେଇଥିଲେ। ଶ୍ରୀଯୁକ୍ତ ସାହୁ ତତ୍କ୍ଷଣାତ୍ ଫୋନ୍ କରି ବ୍ୟାଗର ମାଲିକଙ୍କୁ ନିଜ ଅଫିସକୁ ଡାକିଥିଲେ ଏବଂ ସୁରକ୍ଷିତ ଭାବେ ବ୍ୟାଗଟିକୁ ତାଙ୍କୁ ହସ୍ତାନ୍ତର କରି ମାନବିକତାର ଏକ ଉଜ୍ୱଳ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି।1
- ଘସିପୁରା ବ୍ଲକ୍ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ୍ କର୍ମଚାରୀ, ମିଶନ୍ ଶକ୍ତି ମହିଳା ଏବଂ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।1
- ଓଡ଼ିଶାର ବ୍ରହ୍ମପୁରରେ ନୂତନ ଚଳଚ୍ଚିତ୍ର 'ଡାଏରୀ' ରିଲିଜ୍ ହୋଇଛି। ଏହି ରିଲିଜ୍ ଅବସରରେ ସିନେମା ହଲ୍ରେ ହଠାତ୍ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା, ଯାହା ଫଳରେ ଲୋକଙ୍କ ମଧ୍ୟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା।1
- କୋରେଇ ବ୍ଲକର ବନ୍ଦାଳୋ ପଞ୍ଚାୟତ ଅନ୍ତର୍ଗତ ଗହ୍ମାରିଆ ଗାଁରେ ବର୍ଷା ଆଶାରେ ଏକ ରୋଚକ ଅଣ୍ଡିରା ବିବାହ ଦେଖିବାକୁ ମିଳିଛି। ଏହି ନିଆରା ପରମ୍ପରା ଅନୁଯାୟୀ, ବର୍ଷା ପାଇଁ ପୁରୁଷ ସହ ପୁରୁଷଙ୍କ ବାହାଘର କରାଯାଇଛି।1
- କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର ବିସ୍ତାପାଳ ଗ୍ରାମରେ ଚାଲିଥିବା ରଜ ମହୋତ୍ସବ ଜୁନ୍ ୨୦ ତାରିଖରେ ଆନନ୍ଦ ଉଲ୍ଲାସରେ ଉଦ୍ଯାପିତ ହୋଇଯାଇଛି। ବିସ୍ତାପାଳ ଆମ୍ବତୋଟାଠାରେ ଆୟୋଜିତ ଏହି ମହୋତ୍ସବରେ ଖାଇଦୋଳି ସମେତ ଅନ୍ୟାନ୍ୟ ଦୋଳି ଓ ମୀନା ବଜାରର ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟକ ଆଦିବାସୀ ସଂପ୍ରଦାୟର ଲୋକେ ଏକାଠି ହୋଇଥିଲେ। ମାଦଳର ତାଳେ ତାଳେ ପୁଅ, ଝିଅ, ବୋହୂ ଏବଂ ମହିଳାମାନେ ହାତକୁ ହାତ ଛନ୍ଦି ନାଚଗୀତରେ ମଜ୍ଜି ରହିଥିଲେ। ସେମାନେ ରଜପାନ ଖାଇ ରଜ ଗୀତ ଗାଇ ଦୋଳିରେ ଝୁଲିବାର ଦୃଶ୍ୟ ବେଶ୍ ମନୋରମ ଥିଲା।1
- ଆମର ମହିଳା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଯାହାଙ୍କୁ ସୁଭଦ୍ରା ନାନୀ ବୋଲି ମଧ୍ୟ ସମ୍ବୋଧନ କରାଯାଇଛି, ତାଙ୍କ ପାଖରେ ଟିକେ ସମବେଦନା ଜଣାଇବାକୁ ମଧ୍ୟ ସମୟ ନାହିଁ।1
- ଆଜି ଗାଁ ଠାରୁ ସହର ପର୍ଯ୍ୟନ୍ତ ସବୁଠାରେ ୧୨ତମ ବିଶ୍ୱ ଯୋଗ ଦିବସ ପାଳନ କରାଯାଉଛି। ଏହି ଅବସରରେ କେନ୍ଦୁଝର ଜିଲ୍ଲାର ଘସିପୁରା ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି, ଯେଉଁଠାରେ ଛୋଟ ଛୁଆଙ୍କ ଠାରୁ ଆରମ୍ଭ କରି ବଡ଼ ଲୋକ ପର୍ଯ୍ୟନ୍ତ ସମସ୍ତେ ଯୋଗାଭ୍ୟାସ କରି ସମାଜକୁ ସୁସ୍ଥତା ର ବାର୍ତ୍ତା ପ୍ରଦାନ କରୁଥିବା ଦେଖିବାକୁ ମିଳିଛି।1
- ଓଡ଼ିଶା ସାରା ବିକାଶର ଧାରା ପ୍ରବାହିତ ହେଉଥିବା ବେଳେ, ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକଙ୍କ ଦ୍ୱାରା କୋରେଇ ପଞ୍ଚାୟତ ସମିତିରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବିଡିଓଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସରକାରୀ ଯୋଜନାର ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ପଟା ପ୍ରଦାନ କରାଯାଇଛି। ଏହା ବ୍ୟତୀତ, ଭିନ୍ନକ୍ଷମମାନଙ୍କୁ ଟ୍ରଲି ସାଇକେଲ, ନୂତନ ଅନ୍ତ୍ୟୋଦୟ ଯୋଜନାରେ ଗୃହ ଏବଂ ଅଙ୍ଗନବାଡ଼ି ଦିଦିମାନଙ୍କୁ ମୋବାଇଲ୍ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସନାୟକ ଅନେକଙ୍କୁ ସହାୟତା ପ୍ରଦାନ କରିଛନ୍ତି।1